
ବମ୍ବେ,୫।୧୨: ‘ଓଖି’ ବାତ୍ୟା ଏବେ ମହାରାଷ୍ଟ୍ର ଓ ଗୁଜରାଟ ମୁହାଁ ହୋଇଛି। ଏହାର ପ୍ରଭାବରେ ବମ୍ବେରେ ବର୍ଷା ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାର ସୁରକ୍ଷାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳର ଅନେକ ସ୍କୁଲକୁ ବନ୍ଦ କରିଦେଇଛନ୍ତି। ଉଦ୍ଧାରକାରୀ ଦଳଙ୍କୁ ସତର୍କ ସୂଚନା ଦିଆଯାଇ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାତ୍ୟାର ପ୍ରଭାବ ଅଧିକ ଅନୁଭୁତ ହେବାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।