ରାଜ୍ୟ |

୧୦ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଉଡ଼ିବ ବିମାନ

୧୦ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଉଡ଼ିବ ବିମାନ
ଭୁବନେଶ୍ୱର, ୫।୧୨(ବ୍ୟୁରୋ)-ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ସିଧାସଳଖ ଉଡିବ ବିମାନ। ପ୍ରାୟ ଏକବର୍ଷ ହେଲା ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତଘଟାଇ ରାଜ୍ୟ ସରକାର ଶେଷରେ ଏ ନେଇ ଘୋଷଣା କରିଛନ୍ତି। ଆସନ୍ତା ୧୦ ତାରିଖରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର ଇଣ୍ଡିଆର ବିମାନ ‘ଏୟାରବସ୍‌ ଏ୩୨୦ନିଓ’ ବ୍ୟାଙ୍କକ୍‌କୁ ସିଧାସଳଖ ଉଡାଣ କରିବ। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ଦେଶମାନଙ୍କ ସହ ଓଡ଼ିଶାର ସମ୍ପର୍କ ସୁଦୃଢ କରିବା ଦିଗରେ ଆଉପାଦେ ଆଗକୁ ବଢୁଛୁ। ଏୟାର ଇଣ୍ଡିଆ ପକ୍ଷରୁ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଥିବା ଏହି ସେବା ଦ୍ୱାରା ଓଡ଼ିଶା ପର୍ଯ୍ୟଟନର ବିକାଶ ହେବ। ଏହାସହ ବାଣିଜି୍ୟକ ସମ୍ପର୍କ ମଧ୍ୟ ସୁଦୃଢ ହେବ। ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡ଼ିକ ସହ ଓଡ଼ିଶାର ସମ୍ପର୍କ ଆହୁରି ମଜଭୁତ ହୋଇପାରିବ ବୋଲି ସେ କହିଛନ୍ତି। ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ସପ୍ତାହରେ ଦୁଇଦିନ (ଗୁରୁବାର ଏବଂ ରବିବାର) ବିମାନ ଉଡାଣ କରିବା ସହ ଗୋଟିଏ ଥରରେ ୧୬୨ ଯାତ୍ରୀ ଯାତ୍ରା କରିପାରିବେ। ବିମାନ ‘ଏଆଇ୩୩୯’ ବ୍ୟାଙ୍କକ୍‌ରୁ ସ୍ଥାନୀୟ ସମୟ ୫ଟା ୪୦ରୁ ଉଡାଣ ଆରମ୍ଭ କରି ସକାଳ ୭ଟାରେ ଭୁବନେଶ୍ୱରରେ ପହଞ୍ଚତ୍ବ। ସେହି ବିମାନ ସକାଳ ୮ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରୁ ଉଡାଣ କରି ପୂର୍ବାହ୍ନ ୧୧ଟାରେ ବାଙ୍ଗାଲୋରରେ ପହଞ୍ଚତ୍ବ। ପୂର୍ବାହ୍ନ ୧୧ଟା ୪୦ରେ ବିମାନ ‘ଏଆଇ୩୩୮’ ବାଙ୍ଗାଲୋରରୁ ଉଡାଣ କରି ଅପରାହ୍ନ ୧ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚତ୍ବ। ଏଠାରୁ ଯାତ୍ରୀଙ୍କୁ ନେଇ ବ୍ୟାଙ୍ଗକ୍‌ ଅଭିମୁଖେ ଅପରାହ୍ନ ୩ଟା ୪୫ରେ ବାହାରିବ। ରାତି ୮ଟା ୧୫ରେ ବ୍ୟାଙ୍କକ୍‌ରେ ପହଞ୍ଚତ୍ବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ-୨ରେ ଏହି ସେବା ଚାଲିବାକୁ ଥିବାବେଳେ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ବିମାନ ଟିକେଟ୍‌ ୮୭୨୩ ଟଙ୍କା ରହିଛି। ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୬ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କୁଆଲାଲମ୍ପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା।
All Right Reserved By

ରାଜ୍ୟ |

ଇଣ୍ଡିଆନ ଅଏଲ୍‌ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ପୂର୍ବଭାରତର ସୁରଟ ହୋଇପାରିବ: ଧର୍ମେନ୍ଦ୍ର ପ୍ରଧାନ

ଇଣ୍ଡିଆନ ଅଏଲ୍‌ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ପୂର୍ବଭାରତର ସୁରଟ ହୋଇପାରିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ଭଦ୍ରକଠାରେ ଇଣ୍ଡିଆନ୍‌ ଅଏଲ ତରଫରୁ ପ୍ରସ୍ତାବିତ ବୟନ ଓ ବସ୍ତଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟସରକାର ଅନୁମତି ଦେଇ ନାହାନ୍ତି। ଏଥିପାଇଁ ଆବଶ୍ୟକୀୟ ଜମି ମିଳିବାରେ ଅହେତୁକ ବିଳମ୍ବ ହେଉଥିବା ଦର୍ଶାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ପତ୍ରରେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆବଶ୍ୟକୀୟ ୭୫ ଏକର ଜମି ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। 

ପୁରୀରେ କଂସ ମହାରାଜ

ପୁରୀରେ କଂସ ମହାରାଜ

ପୁରୀ ଅଫିସ,୨୨।୧: ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ସୋମବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ମଙ୍ଗଳବାର ପୁରୀରେ ପହଞ୍ଚିଛନ୍ତି।

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ପାଟଣା, ୨୨। ୧(ସ୍ବ.ପ୍ର): ୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ। ପୁଅକୁ  ପାଇ ପରିବାରରେ ଖେଳିଯାଇଛି ଖୁସିର ଲହରୀ।

ସାପ ଗ୍ୟାଙ୍ଗ ମୁଖ୍ୟ ବାବୁ ବିଶ୍ୱାଳଙ୍କୁ ଏନକାଉଣ୍ଟର

ସାପ ଗ୍ୟାଙ୍ଗ ମୁଖ୍ୟ ବାବୁ ବିଶ୍ୱାଳଙ୍କୁ ଏନକାଉଣ୍ଟର

କେନ୍ଦ୍ରାପଡା ଅଫିସ/ରାଜନଗର, ୨୨।୧: ଅପରାଧ ଦୁନିଆରେ ନୂଆକରି ପାଦ ଥାପିଥିବା ସାପ ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ବିଶ୍ୱାଳ ଓରଫ ବାବୁ (୩୨)ଙ୍କୁ ଜିଲା କେନ୍ଦ୍ରାପଡା ପୋଲିସ ମଙ୍ଗଳବାର ଭୋର ସମୟରେ ଏନକାଊଣ୍ଟର କରିଛିା

କୁହୁଡ଼ି ନେଲା ୭ ଜୀବନ

କୁହୁଡ଼ି ନେଲା ୭ ଜୀବନ

ପାରାଦୀପ/ଡେରାବିଶ (ସ୍ବ.ପ୍ର.)/ ରାଜନଗର/ ରଘୁନାଥପୁର,୨୨।୧( ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପାଇଁ ଅଶୁଭ ପାଲଟିଛି ୨୦୧୯। ନୂଆବର୍ଷ ଆରମ୍ଭରୁ ହିଁ ଜିଲାରେ ଏକାଧିକ ଦୁର୍ଘଟଣା ଘଟି ୧୫ ଲୋକଙ୍କ ଜୀବନ ଯାଇଥିବା ବେଳେ ସୋମବାର ସକାଳୁ କୁହୁଡ଼ି ୭ଜଣଙ୍କ ଜୀବନ ନେଇଛି ଓ ୬ଜଣ ଗୁରୁତର ହୋଇଛନ୍ତି। 

ଶିଶୁକୁ ଝୁଣି ମାରିଲେ କୁକୁର

ଶିଶୁକୁ ଝୁଣି ମାରିଲେ କୁକୁର

ବାରିପଦା ଅଫିସ,୨୨।୧: କୁକୁର ପଲଙ୍କ ଆକ୍ରମଣର ଶିକାର ହୋଇ ଜଣେ ୭ ବର୍ଷର ଶିଶୁଙ୍କ ସୋମବାର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଏହି ଘଟଣା ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ। ସେ ଏକୁଟିଆ ସ୍କୁଲ ଯାଉଥିବାବେଳେ କାମୁଡ଼ା କୁକୁରଙ୍କ ହାବୁଡରେ ପଡିଯାଇଥିବା ଜଣାପଡିଛି। 

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ପାଟକୁରା, ୨୨।୧ (ଡି.ଏନ୍‌.ଏ.): କନ୍ଧମାଳ ଓ ଢେଙ୍କାନାଳରେ ନାବାଳିକା ମା’ ହେବା ପରେ ରାଜ୍ୟରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କେନ୍ଦ୍ରାପଡ଼ା ଜିଲାରେ ସମାନ ଏକ ଘଟଣା ନଜରକୁ ଆସିଛି। 

ଭାଜପା ମହିଳା ମୋର୍ଚ୍ଚାର ଲାଲଚୁଡ଼ି ପ୍ରତିବାଦ: ସଚିବାଳୟ ଗେଟ୍‌ରେ ବାନ୍ଧିଲେ ଚୁଡ଼ି

ଭାଜପା ମହିଳା ମୋର୍ଚ୍ଚାର ଲାଲଚୁଡ଼ି ପ୍ରତିବାଦ: ସଚିବାଳୟ ଗେଟ୍‌ରେ ବାନ୍ଧିଲେ ଚୁଡ଼ି

ଭୁବନେଶ୍ୱର,୨୨।୧ (ବ୍ୟୁରୋ)- ରାଜ୍ୟରେ ମହିଳାଙ୍କ ଉପରେ ବଢ଼ୁଛି ନିର୍ଯାତନା। ଶିଶୁକନ୍ୟାଠାରୁ ଆରମ୍ଭ କରି ନାବାଳିକା, ଯୁବତୀ, ମହିଳାମାନେ ବଳାତ୍କାର ଓ ହତ୍ୟାର ଶିକାର ହେଉଛନ୍ତି।

ସ୍କୁଲ୍‌ ମାଲିକାଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସ୍କୁଲ୍‌ ମାଲିକାଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୨।୧ (ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆ ସାହି ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ପୋଲିସ ଉଦ୍ଧାର କରିଛି। ମହିଳା ଜଣକ ହେଲେ ତ୍ରିନାଥ ବେହେରାଙ୍କ ସ୍ତ୍ରୀ ଯଶୋବନ୍ତୀ (୪୩)। ଯଶୋବନ୍ତୀ ମହାବୀର ନଗରରେ ଏକ ଘରୋଇ ସ୍କୁଲ୍‌ ଖୋଲି ନିଜେ ପଢ଼ାଉଥିଲେ।

ଏଏସ୍‌ଓ ପରୀକ୍ଷାରୁ ଦିବ୍ୟାଙ୍ଗ ବଞ୍ଚତ୍ତ ହେବା ଘଟଣା: ପୁନଃ ପରୀକ୍ଷା ସୁଯୋଗ ଦାବିରେ ବିକ୍ଷୋଭ

ଏଏସ୍‌ଓ ପରୀକ୍ଷାରୁ ଦିବ୍ୟାଙ୍ଗ ବଞ୍ଚତ୍ତ ହେବା ଘଟଣା: ପୁନଃ ପରୀକ୍ଷା ସୁଯୋଗ ଦାବିରେ ବିକ୍ଷୋଭ

ଭୁବନେଶ୍ୱର,୨୨।୧ (ବ୍ୟୁରୋ)- ରବିବାର ରାଜ୍ୟର ୪୮୪ କେନ୍ଦ୍ରରେ ପ୍ରାୟ ୯୦ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଏଏସ୍‌ଓ (ଆସିଷ୍ଟାଣ୍ଟ୍‌ ସେକ୍ସନ ଅଫିସର) ପରୀକ୍ଷା ଦେଇଛନ୍ତି। ତେବେ ଏହି ପରୀକ୍ଷାରେ ନାନା ବିଭ୍ରାଟ ହୋଇଥିବା ଅଭିଯୋଗ ଆଣିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ଦିବ୍ୟାଙ୍ଗ ପରୀକ୍ଷାର୍ଥତ୍ ସାଙ୍ଗରେ ସ୍କ୍ରାଇବ ନେବାର ନିୟମ ଥିଲେ ମଧ୍ୟ ଓପିଏସ୍‌ସି ଅନୁମତି ମିଳି ନ ଥିଲା। 

‘ହେଲ୍‌ଥ ମେଡିକନ୍‌’ ଉଦ୍‌ଘାଟିତ: ଭାରତୀୟ ଚିକିତ୍ସା ଉପରେ ବ୍ୟାପକ ଗବେଷଣା ହେଉ

‘ହେଲ୍‌ଥ ମେଡିକନ୍‌’ ଉଦ୍‌ଘାଟିତ: ଭାରତୀୟ ଚିକିତ୍ସା ଉପରେ ବ୍ୟାପକ ଗବେଷଣା ହେଉ

ଭୁବନେଶ୍ୱର, ୨୨।୧ (ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ଠାରେ ସୋମବାର ପ୍ରଥମ ଆନ୍ତର୍ଜାତିକ ସ୍ବାସ୍ଥ୍ୟ ସମ୍ମିଳନୀ ‘ହେଲ୍‌ଥ ମେଡିକନ୍‌-୨୦୧୯’ ଉଦ୍‌ଘାଟିତ ହୋଇଛି। ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି (ଆଇପିଏସ୍‌) ଏବଂ ଓୟୁଏଟି ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦ୍‌ଘାଟନ କରିଛନ୍ତି। 

ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ସଂଖ୍ୟା ବଢ଼ାଇବ ପୂର୍ବତଟ ରେଳପଥ

ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ସଂଖ୍ୟା ବଢ଼ାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୨।୧(ବ୍ୟୁରୋ)-ମହିଳା ଯାତ୍ରୀଙ୍କ ସୁବିଧା ପାଇଁ ଏଣିକି ଟ୍ରେନ୍‌ଗୁଡ଼ିକରେ ଅଧିକ ସଂଖ୍ୟକ ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ। ମହିଳାଙ୍କ ଚାହିଦା ଓ ହୀରାଖଣ୍ଡ ଏକ୍ସପ୍ରେସରେ ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ପ୍ରତି ସେମାନଙ୍କ ସକାରାତ୍ମକ ଅନୁଭୂତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।