ରାଜ୍ୟ |

ଚାଷୀଙ୍କ ଧାନ ସୁରକ୍ଷିତ ରଖିବାକୁ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଚାଷୀଙ୍କ ଧାନ ସୁରକ୍ଷିତ ରଖିବାକୁ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୫।୧୨(ବ୍ୟୁରୋ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି। ଆସନ୍ତା ୧୨ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଲଘୁଚାପ ବର୍ଷା ଦ୍ୱାରା ଯେପରି ଚାଷୀଙ୍କ ଫସଲ କ୍ଷତି ନ ହୁଏ ତା’ଉପରେ ଧ୍ୟାନ ଦେବାକୁ ସରକାର ତତ୍ପର ହୋଇପଡିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜିଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ବର୍ଷା ଯୋଗୁ ଚାଷୀଙ୍କ ଫସଲ ଯେଭଳି ନଷ୍ଟ ନ ହେବ ସେ ଦିଗରେ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନ୍‌ଫରେନ୍‌ସିଂରେ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀଙ୍କ ଧାନ ଖଳାରେ କିଭଳି ନଷ୍ଟ ନ ହେବ ତା’ଉପରେ ନଜର ରଖାଯିବ। ଧାନକୁ ମଣ୍ଡିରେ କିଭଳି ସୁରକ୍ଷିତ ରଖାଯାଇ ପାରିବ ସେ ନେଇ ଅଧିକାରୀମାନେ ସତର୍କ ରହିବେ। ଖଳା ଏବଂ ମଣ୍ଡିରେ ଧାନକୁ ସୁରକ୍ଷିତ ରଖିବା ଲାଗି ଯାହାସବୁ ପଦକ୍ଷେପ ନିଆଯିବା ଦରକାର ସେସବୁ କରାଯିବ। ଏଥିପାଇଁ ଆର୍‌ଏମ୍‌ସି ଅର୍ଥ ଖର୍ଚ୍ଚ କରିପାରିବ। ଏହା ବ୍ୟତୀତ ପୂର୍ବରୁ ମରୁଡି, ରୋଗପୋକ ଏବଂ ଅଦିନିଆ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଇନ୍‌ପୁଟ ସବ୍‌ସିଡି ଯୋଗାଇଦେବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ସୋମବାର ମଧ୍ୟ ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ଏଭଳି ତତ୍ପରତା ଗୋଟିଏ କଥା ସ୍ପଷ୍ଟ କରୁଛି ଯେ, ଚାଷୀ ପ୍ରସଙ୍ଗରେ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ରାଜ୍ୟ ସରକାର ପ୍ରସ୍ତୁତ ନାହାନ୍ତି। ସେଥିପାଇଁ ବର୍ଷା ଦାଉରୁ ଚାଷୀଙ୍କ ଫସଲକୁ ସୁରକ୍ଷା ଦେବା ସହିତ ସେମାନଙ୍କ ସୁବିଧା ଲାଗି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆସନ୍ତା ୭ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଥିବା ବର୍ଷା ପାଇଁ ଚାଷୀଙ୍କୁ ସତର୍କ କରାଇବା ଲାଗି ଗାଁ ଗାଁରେ ପ୍ରଚାର ଗାଡି ବୁଲିବା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟର ୧୮ଟି ଜିଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହାର ଗତି ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ରହିବ। ୭ ଏବଂ ୮ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷା ହେବ। ୯ ଓ ୧୦ତାରିଖରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କୁହାଯାଇଛି।
All Right Reserved By

ରାଜ୍ୟ |

‘ଭାରି ଯାନ ଚଳାଚଳ ବନ୍ଦ କରାଯାଉ’

‘ଭାରି ଯାନ ଚଳାଚଳ ବନ୍ଦ କରାଯାଉ’

ବନ୍ତ,୨୫।୯(ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଗଣିଜାଙ୍ଗଠାରୁ ବନ୍ତ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ନ ସରିବା ଯାଏ ଭାରିଯାନ ଚଳାଚଳ ବନ୍ଦ ରଖାଯିବାକୁ ବନ୍ତ-ଭଣ୍ଡାରିପୋଖରୀ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି। 

ପ୍ରଧାନମନ୍ତ୍ରୀ ଆବାସ ଯୋଗାଣରେ ଅନିୟମିତତା

ପ୍ରଧାନମନ୍ତ୍ରୀ ଆବାସ ଯୋଗାଣରେ ଅନିୟମିତତା

ବାଲେଶ୍ୱର ଅଫିସ, ୨୫।୯-ବାଲେଶ୍ୱର ସଦର ବ୍ଲକ ଅଧୀନ ବୁଆଁଳ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରାଯାଉଛି। ଏହାର ପ୍ରତିବାଦରେ ହିତାଧିକାରୀମାନେ ସୋମବାର ପୂର୍ବାହ୍ନରେ ସଦର ବିଡ଼ିଓ ଶଙ୍କର୍ଷଣ ବେହେରାଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ନ ଥିବା ଜଣାପଡିଛି। 

୩ ବର୍ଷ ଷ୍ଟାଇପେଣ୍ଡ ମିଳୁନି, ଜିଲା ପ୍ରଶାସନଠାରେ ଅଭିଯୋଗ କଲେ ଛାତ୍ରୀଛାତ୍ର

୩ ବର୍ଷ ଷ୍ଟାଇପେଣ୍ଡ ମିଳୁନି, ଜିଲା ପ୍ରଶାସନଠାରେ ଅଭିଯୋଗ କଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୨୫।୯-ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ମାଣ୍ଡରକୁଲା ଗାନ୍ଧିଜୀ ହାଇସ୍କୁଲର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କୁ ୩ ବର୍ଷ ହେଲା ଷ୍ଟାଇପେଣ୍ଡ ମିଳିନି। ସୋମବାର ସେମାନେ ଅତିରିକ୍ତ ଜିଲାପାଳ ମାନସ ରଞ୍ଜନ ପାଢ଼ୀଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ଦିଗପହଣ୍ଡି,୨୫।୯(ଡି.ଏନ.ଏ.): ଦିଗପହଣ୍ଡି ବ୍ଲଖ ଫାସିଗୁଡ଼ା ପଞ୍ଚାୟତ ଜକମେରିପଲ୍ଲୀ ଓ ଜଲମେରିପଲ୍ଲୀ ଗ୍ରାମର ବହୁ କଂଗ୍ରେସ କର୍ମୀ ସୋମବାର ଦଳ ଛାଡି ବିଜେଡିିରେ ସାମିଲ ହୋଇଥିବା ଘୋଷଣା କରିଛନ୍ତି । 

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ/କୋଟଗଡ,(ଡି.ଏନ.ଏ.), ୨୫ା୯-କନ୍ଧମାଳ ଜିଲା କୋଟଗଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଥମି ନ ଥିବା ବେଳେ ସୋମବାର ପୁଣି ଏକ ବଳାତ୍କାର ଘଟଣା ପଦାକୁ ଆସିଛି।

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଛତ୍ରପୁର,୨୫ା୯(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଗୃହରକ୍ଷୀମାନଙ୍କ ପାସିଂ ଆଉଟ୍‌ ପ୍ୟାରେଡ୍‌ ସୋମବାର ଛତ୍ରପୁରସ୍ଥିତ ପୋଲିସ ପଡିଆରେ ଅନୁଷ୍ଠିତ ହୋଇଥିଲା ା 

ତପ୍ତପାଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ତପ୍ତପାଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ଦିଗପହଣ୍ଡି/ପାଟପୁର, 
୨୫ା୯ (ଡି.ଏନ.ଏ.)- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ତପ୍ତପାଣି ଘାଟିରେ ସାର ବୋଝେଇ ଟ୍ରକ୍‌ (ନଂ. ଓଆର୦୪ଜି୩୪୧୬) ଓଲଟି ପଡ଼ିବାରୁ ୩ ଜଣ ଗୁରୁତର ହୋଇଛନ୍ତି। 

କଲ୍ୟାଣ ଶିକ୍ଷକ,ଶିକ୍ଷା ନିରୀକ୍ଷକଙ୍କ ଜିଲାସ୍ତରୀୟ ସମ୍ମିଳନୀ

କଲ୍ୟାଣ ଶିକ୍ଷକ,ଶିକ୍ଷା ନିରୀକ୍ଷକଙ୍କ ଜିଲାସ୍ତରୀୟ ସମ୍ମିଳନୀ

ରାଇକିଆ,୨୫ା୯(ଡ଼ି.ଏନ.ଏ.)-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନେଡ଼ିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ କନ୍ଧମାଳ ଶାଖାର ଜିଲାସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି ା

‘ଆମେ ଚାହଁୁ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା’

‘ଆମେ ଚାହଁୁ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା’

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ପକ୍ଷରୁ ଚାଲିଥିବା ପ୍ଲାଷ୍ଟିକ୍‌ ମୁକ୍ତ ଓଡ଼ିଶା ଅଭିଯାନରେ ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର ସାମିଲ ହେବାପାଇଁ ସୋମବାର ନିଷ୍ପତ୍ତି ନେଇଛନ୍ତି। 

ଗୁମ୍ମାରେ ବିଏସଏନଏଲ ସେବା ଠପ୍‌

ଗୁମ୍ମାରେ ବିଏସଏନଏଲ ସେବା ଠପ୍‌

ଗୁମ୍ମା ୨୫।୯ (ଡି.ଏନ.ଏ)-
ଗଜପତି ଜିଲା ଗୁମ୍ମା ବ୍ଲକ ସଦର ମହକୁମାଠାରେ ବିଏସଏନଏଲ ସେବା ଦୀର୍ଘ ଏକ ମାସ ହେଲା ଲୋକଙ୍କୁ ସେବା ଯୋଗାଇ ଦେବା ବିଫଳ ହୋଇଛି। ବିଭାଗୀୟ ଅଧିକାରୀ ଙ୍କୁ ଏନେଇ  ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।  

ରାସ୍ତାରେ ଖାଲଖମା , ମରାମତି ଦାବି

ରାସ୍ତାରେ ଖାଲଖମା , ମରାମତି ଦାବି

ସେମିଳିଗୁଡ଼ା,୨୫।୯(ସ୍ବ.ପ୍ର)-ସୁନାବେଡ଼ା ପୌରପରିଷଦ ଅଧୀନ କାକିଗଁାକୁ ପଡ଼ିଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘଦିନ ଧରି ଏହି ରାସ୍ତାର ମରାମତି କରାଯାଉ ନ ଥିବାରୁ ମଝିରେ ଖାଲଖମା ସୃଷ୍ଟି ହୋଇଛି। 

ସୀମାନ୍ତ ଅଞ୍ଚଳରେ ରାତିଅଧିଆ ମାଲ୍‌  ପରିବହନ: ରାଜସ୍ବ ହରାଉଛନ୍ତି ସରକାର

ସୀମାନ୍ତ ଅଞ୍ଚଳରେ ରାତିଅଧିଆ ମାଲ୍‌ ପରିବହନ: ରାଜସ୍ବ ହରାଉଛନ୍ତି ସରକାର

ପାରଳାଖେମୁଣ୍ଡି, ୨୫।୯ (ସ୍ବ.ପ୍ର.) 
ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ପୁରୁଣାପାଟଣା ରୋଡର ଓଡିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ସ୍ଥାନରୁ ରାତିଅଧିଆ ଟ୍ରକ ଯୋଗେ ପଡୋଶୀ ଆନ୍ଧ୍ରକୁ ବିଭିନ୍ନ ସାମଗ୍ରୀ ଚାଲାଣ ହେଉଥିବା ଦୃଷ୍ଟିକୁ ଆସିଛି ା