Dharitri News
ରାଜ୍ୟ |

ଚାଷୀ ଆତ୍ମବିଶ୍ୱାସ ହରାଇଲେ ମାନବସମାଜ ଭୁଶୁଡ଼ିଯିବ

ଚାଷୀ ଆତ୍ମବିଶ୍ୱାସ ହରାଇଲେ ମାନବସମାଜ ଭୁଶୁଡ଼ିଯିବ ଭୁବନେଶ୍ୱର, ୫।୧୨(ବ୍ୟୁରୋ)- ଓଡ଼ିଶା ଧାନ ଉତ୍ପାଦନର ଉତ୍ପତ୍ତି ସ୍ଥଳ। ପାରମ୍ପରିକ କୃଷିକୁ ଦୃଷ୍ଟିରେ ରଖି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ଏହା ସହିତ ସମୟ ସହ ତାଳଦେଇ ନୂତନ ଜ୍ଞାନକୌଶଳକୁ ଆପଣାଇବାକୁ ହେବ। ମାଟି, ପାଣି ଓ ପବନକୁ ସୁରକ୍ଷିତ ରଖି କୃଷି ଉପତ୍ାଦନ ବଢ଼ାଇବାକୁ ପଡ଼ିବ। ‘ଚଷା ଲକ୍ଷେ ଜୀବନ ପୋଷା’। କୃଷକ ହେଲେ ସହିଷ୍ଣୁ। ବହୁତ ବାଧା ବିଘ୍ନ ତଥା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରି ନିଜର ପରିବାର ପୋଷଣ କରେ। ସେ ସହଜରେ ଆତ୍ମବିଶ୍ୱାସ ହରାଏନାହିଁ। ଯଦି ଚାଷୀ ଆତ୍ମବିଶ୍ୱାସ ହରାଇବ ତା’ହେଲେ ସାରା ମାନବ ସମାଜ ଭୁଶୁଡ଼ି ପଡ଼ିବ ବୋଲି କୃଷି ମନ୍ତ୍ରୀ ଡ. ଦାମୋଦର ରାଉତ କହିଛନ୍ତି। ମଙ୍ଗଳବାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ଡ. ଏମ୍‌.ଏସ୍‌. ସ୍ବାମୀନାଥନ୍‌ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ‘ବିଶ୍ୱ ମୃତ୍ତିକା ଦିବସ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ରାଉତ ଏହା କହିଥିଲେ। ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ କହିଲେ, ମୃତ୍ତିକାର ଉପର ସ୍ତର ହେଉଛି ପ୍ରକୃତିର ଶହ ଶହ ବର୍ଷର ଅବଦାନ। ମଣିଷ ସମାଜ ପାଇଁ ଏହା ସୀମିତ ସମ୍ବଳ। ମାତ୍ର ମନୁଷ୍ୟ କିଛି ବିଚାର ନ କରି ମନଇଚ୍ଛା ଏହା ଉପରେ କାର୍ଯ୍ୟ କରେ। ଏହାଦ୍ୱାରା ମୃତ୍ତିକା ଉପରେ କୁପ୍ରଭାବ ପଡିଥାଏ। ତେଣୁ ମୃତ୍ତିକାର ସଂରକ୍ଷଣ ଏବଂ ଏହାର ସୁପରିଚାଳନା କରିବା ନିହାତି ଆବଶ୍ୟକ। ଜଳବିଭାଜିକା ଉନ୍ନୟନ ମାଧ୍ୟମରେ ରାଜ୍ୟରେ ଗଠିତ ହୋଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକର ୭୦ରୁ ୮୦ ଭାଗ ମହିଳା କୃଷି ପରିବାରର। ତେଣୁ ଏହି ମହିଳାମାନଙ୍କୁ ସଶକ୍ତୀକରଣ କରାଗଲେ କୃଷି ଉପତ୍ାଦନରେ ଶତକଡା ୪% ବୃଦ୍ଧି ପାଇବ। କୁଳପତି ଡ. ସୁରେନ୍ଦ୍ର ନାଥ ପଶୁପ।ଳକ କହିଲେ, ସବୁଜ ବିପ୍ଳବ ସମୟରେ ଅଧିକ ଅମଳକ୍ଷମ ବିହନ ଏବଂ ରସାୟନିକ ସାର ପ୍ରୟୋଗର ଆବଶ୍ୟକତା ଉପଲବ୍ଧି କରାଯାଇଥିଲା। ମାତ୍ର ଏହାର ଅବିଚାରିତ ପ୍ରୟୋଗ ଦ୍ୱାରା ପରବର୍ତ୍ତୀ ସମୟରେ ମୃତ୍ତିକାର ଉର୍ବରତା ଏବଂ ମାନ ହ୍ରାସ ପାଇଥିଲା। ବର୍ତ୍ତମାନ ପାରମ୍ପରିକ କୃଷିର ଆବଶ୍ୟକତା ପରିଲକ୍ଷିତ ହେଉଛି। ପାରମ୍ପରିକ କୃଷିରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ହେବା ଦରକାର। ଏହି ଅବସରରେ ମନ୍ତ୍ରୀ ରାଉତ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଉଦ୍‌ଘାଟନ କରିଥିଲେ। ଅଗ୍ରଣୀ କୃଷକମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ଜୈବିକ ସାର କିଟ୍‌ ଏବଂ ଏକ ଆମ୍ବ କଲମୀ ଚାରା ପ୍ରଦାନ କରାଯାଇଥିଲା। ସେହିପରି ଜୈବିକ କୃଷି ଏବଂ କୃଷି ଉପକରଣକୁ ନେଇ ଓୟୁଏଟି ପରିସରରେ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। କୃଷକ ବୈଜ୍ଞାନିକ କର୍ମଶାଳାରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ, ଓୟୁଏଟିର ମୃତ୍ତିକା ବିଶାରଦ ଏବଂ ରାଜ୍ୟର ପ୍ରତ୍ୟେକ ଜିଲାରୁ ୧୦ ଜଣ ଲେଖାଏଁ ୩୦୦ ଅଗ୍ରଣୀ କୃଷକ ଯୋଗଦେଇଥିଲେ।

ରାଜ୍ୟ |

ଜୁଏଲଙ୍କୁ ରମେଶଙ୍କ ଚିଠି

ଜୁଏଲଙ୍କୁ ରମେଶଙ୍କ ଚିଠି

ଭୁବନେଶ୍ୱର,୧୬।୧(ବ୍ୟୁରୋ): ପୋଲାଭରମ ପ୍ରକଳ୍ପ ନେଇ ରାଜ୍ୟ ସଭାରେ ଏମ୍‌ପି ଡି. ରାଜାଙ୍କ ପ୍ରଶ୍ନରେ କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଦେଇଥିବା ଉତ୍ତର ତଥ୍ୟଭିତ୍ତିକ ନୁହେଁ। ଏ ସଂକ୍ରାନ୍ତରେ ସୋମବାର ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କୁ ଚିଠି ଲେଖି ଜଣାଇଛନ୍ତି।

ପ୍ରଶାସନିକସ୍ତରରେ ଅଦଳବଦଳ

ପ୍ରଶାସନିକସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ପ୍ରଶାସନିକସ୍ତରରେ ଅଦଳବଦଳ ହେବାନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, କୋରାପୁଟ ଜିଲାପାଳ ଭାବେ କେ.ଏସ. ଚକ୍ରବର୍ତ୍ତୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ମନୀଷ ଅଗ୍ରୱାଲଙ୍କୁ ମାଲକାନଗିରି ଜିଲାପାଳ ଦାୟିତ୍ୱ ଦିଆଯାଇଛି।

ପ୍ରି, ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ

ପ୍ରି, ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟର ସରକାରୀ କଲେଜମାନଙ୍କରେ ପ୍ରି ଏବଂ ପାରା କ୍ଲିନିକାଲ ପାଠ୍ୟକ୍ରମରେ ପିଜି କରୁଥିବା ଡାକ୍ତରମାନଙ୍କୁ ମାସିକ ୧୮ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ।

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ଏନ୍‌ସିସିର ସର୍ବଭାରତୀୟ ଉପକୂଳ ଯାତ୍ରା ଶୁଭାରମ୍ଭ

ପୁରୀ ଅଫିସ, ୧୬।୧: ପୁରୀ ୬ଷ୍ଟ ବାଟାଲିୟନ୍‌ ଆନୁକୂଲ୍ୟରେ ଏନ୍‌ସିସି ପକ୍ଷରୁ ସର୍ବଭାରତୀୟ ଉପକୂଳ ଯାତ୍ରା(କୋଷ୍ଟାଲ ଟ୍ରେକିଙ୍ଗ୍‌ କ୍ୟାମ୍ପ) ୨୦୧୮ ଉଦ୍‌ଘାଟିତ ହୋଇଯାଇଛି।

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

୨ ଗାଁ ମଧ୍ୟରେ ସଂଘର୍ଷ: ପୋଲିସକୁ ଆକ୍ରମଣ

ବାଲେଶ୍ୱର ଅଫିସ,୧୬।୧: ବାଲେଶ୍ୱର ଜିଲା ସୀମା ସହଦେବ ଖୁଣ୍ଟା ଥାନା ଅଧୀନ ବାଙ୍କିତିରା ଗାଁ ଏବଂ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମା ଗାଁ ଭିତରେ କିଛିଦିନ ହେବ ଲାଗି ରହିଥିବା ବିବାଦ ମଙ୍ଗଳବାର ଉଗ୍ରରୂପ ଧାରଣ କରିଛି। ସଂଘର୍ଷରେ ୪ ଗ୍ରାମବାସୀ ଆହତ ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଖଣ୍ଡଗିରିକୁ ଅସ୍ଥାୟୀ ସ୍ଥାନାନ୍ତର ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର,୧୫।୧(ବ୍ୟୁରୋ)-ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଖଣ୍ଡଗିରି ପାଦଦେଶକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ । ଆନ୍ତଃ ରାଜ୍ୟ ବସ୍‌ ଟର୍ମିନାଲ (ଆଇଏସବିଟି) ନିର୍ମାଣ ପାଇଁ ଏହି ସ୍ଥାନାନ୍ତର ହେବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଖଣ୍ଡଗିରି ପାଦଦେଶରେ ୨ ଏକର ଜମି ଚିହ୍ନଟ କରିଛି।

ନାବାଳିକା ବଳାତ୍କାର ମାମଲା: ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ନାବାଳିକା ବଳାତ୍କାର ମାମଲା: ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଫୁଲବାଣୀ ଅଫିସ, ୧୫।୧ କନ୍ଧମାଳ ଜିଲା ଫୁଲବାଣୀ ପୋକ୍‌ସୋ କୋର୍ଟରେ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର ଶେଷ ହୋଇ ରାୟ ପ୍ରକାଶ ପାଇଛି । ଅତିରିକ୍ତ ଦୌରାଜଜ୍‌ ତଥା ପୋକ୍‌ସୋ କୋର୍ଟ ବିଚାରପତି ସୁଶାନ୍ତ ପଟେଲ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ପ୍ରତ୍ୟେକଙ୍କୁ ୨୦ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି । ଜରିମାନା ଅନାଦାୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ।

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ରାଜଭବନରେ କୁଳପତି ସମ୍ମିଳନୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଅଶାନ୍ତିକୁ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ରାଜଭବନଠାରେ ସୋମବାର କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଡ.ଏସ୍‌.ସି. ଜମିର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଉଚ୍ଚଶିକ୍ଷା କ୍ଷେତ୍ରରେ ସମୟ ଉପଯୋଗୀ ସଂସ୍କାର ଆଣିବାକୁ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି।

ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସହାୟତା କେନ୍ଦ୍ର

ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସହାୟତା କେନ୍ଦ୍ର

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା) ପକ୍ଷରୁ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ସହାୟତା କେନ୍ଦ୍ର ସ୍ଥାପନ ହେବ। ଭୁବନେଶ୍ୱର ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କେନ୍ଦ୍ର ଖୋଲାଯିବ।

କେରଳରେ ଦାଦନ ତ୍ରିଲୋଚନ ସୁନାନୀଙ୍କ ମୃତ୍ୟୁ ଘଟଣା : ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଭବାନୀପାଟଣା,୧୫।୧(ଡି.ଏନ୍‌.ଏ.)- କେରଳ ରାଜ୍ୟ ପାଲ୍ଲକଡ ଜିଲା ତଳକାସେରିଠାରେ ଶ୍ରମିକ ଭାବରେ କାମ କରୁଥିବା ଭବାନୀପାଟଣା ସଦର ବ୍ଲକ ବିଜେପୁର ଗ୍ରାମର ତ୍ରିଲୋଚନ ସୁନାନୀଙ୍କ ୨୦୧୭ ନଭ୍ଟେମ୍ବର ୧ ତାରିଖରେ ମାଟି ଅତଡ଼ା ଧସି ମୃତ୍ୟୁ ଘଟିଥିଲା।

୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ରାଜ୍ୟର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର ଦିଗରେ କାର୍ଯ୍ୟରତ ୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ଏହା ଘୋଷଣା କରିଛନ୍ତି।

କାଶୀବାହାଲରେ କିଡ୍‌ନୀ ରୋଗ : ସ୍ଥିତି ଅନୁଧ୍ୟାନ କରିବେ ବିଶେଷଞ ଦଳ

ଭବାନୀପାଟଣା,୧୫।୧( ଡିଏନ୍‌ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ଗାଁରେ କିଡନୀ ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଏକ ବିଶେଷଜ୍ଞ ଦଳ ସେଠାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାକୁ ଡାକ୍ତରୀ ଶିକ୍ଷା ଓ ତାଲିମ ବିଭାଗକୁ ଓଡିଶା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି।