ରାଜ୍ୟ |

ଡିଏଭି ଛାତ୍ରୀ ଆମତ୍ହତ୍ୟା ମାମଲା:ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଡିଏଭି ଛାତ୍ରୀ ଆମତ୍ହତ୍ୟା ମାମଲା:ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର, ୫।୧୨(ବ୍ୟୁରୋ)- ୟୁନିଟ-୮ସ୍ଥିତ ଡିଏଭି ବିଜନେସ୍‌ ମାନେଜମେଣ୍ଟ ସ୍କୁଲ ଯୁକ୍ତ୩ ବାଣିଜ୍ୟ ଦ୍ୱିତୀୟ ବର୍ଷ ଛାତ୍ରୀ ତାନିଆ ବାନାର୍ଜୀ ଆତ୍ମହତ୍ୟା ଘଟଣାରେ ବ୍ୟବଚ୍ଛେଦ ରିପୋର୍ଟ ବୁଧବାର ପୋଲିସକୁ ହସ୍ତଗତ ହୋଇଛି। ଶ୍ୱାସରୁଦ୍ଧ ହୋଇ ତାନିଆଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ଥିବା ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ପୋଲିସ ତାନିଆଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଦଫା ୩୦୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କ୍ୟାପିଟାଲ ଥାନାର ଅତିରିକ୍ତ ଥାନାଧିକାରୀ ସୁନିଲ କୁମାର ବେହେରାଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍‌ ତଦନ୍ତ କରୁଛି। କିନ୍ତୁ ତାନିଆଙ୍କ ଆମତ୍ହତ୍ୟା ପାଇଁ କିଏ ଦାୟୀ ତାହାକୁ ପୋଲିସ ଖୋଜି ବାହାର କରିପାରିନାହିଁ। ସୂଚନାଯୋଗ୍ୟ, ସାମାନ୍ୟ ଲିପ୍‌ଷ୍ଟିକ୍‌ ପାଇଁ ତାନିଆ ଏବଂ ତାଙ୍କ ସହପାଠୀମାନଙ୍କ ମଧ୍ୟରେ କଳି ହୋଇଥିଲା। ସହପାଠୀମାନେ ତାନିଆଙ୍କୁ ଚୋରଣି ବୋଲି ଆକ୍ଷେପ କରିବା ସହିତ ତାଙ୍କର ଜଣେ ରୁମ୍‌ମେଟଙ୍କୁ ତାଙ୍କଠାରୁ ଅଲଗା କରିଦେଇଥିଲେ। ଏହି କାରଣରୁ ତାନିଆ ଅପମାନିତ ବୋଧ କରି ଆତ୍ମହତ୍ୟ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ପୋଲିସ ତାନିଆ ରହୁଥିବା ରୁମ୍‌ ଯାଞ୍ଚ କରିବା ପରେ ସାଙ୍ଗମାନଙ୍କ ଲିପ୍‌ଷ୍ଟିକ୍‌ ଓ ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀ ଜବତ ହୋଇଥିଲା। ଇତିମଧ୍ୟରେ ପୋଲିସ ତାନିଆଙ୍କ ୧୦ ଜଣ ସହପାଠୀ, ହଷ୍ଟେଲ ଓ୍ବାର୍ଡେନ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ପଚରାଉଚରା କରିସାରିଛି। ଗତମାସ ୨୮ ତାରିଖରେ ତାନିଆଙ୍କ ମୃତଦେହକୁ ପୋଲିସ ତାଙ୍କ ହଷ୍ଟେଲ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ଜବତ କରିଥିଲା।

All Right Reserved By

Model This Week

ନିକିତା

ରାଜ୍ୟ |

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଅଧ୍ୟାପକଙ୍କ ସହ ୪ ସନ୍ଦିଗ୍ଧଙ୍କୁ ଉଠାଇଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୨।୪- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି। ରବିବାର ସକାଳ ୫ଟାରେ କ୍ରାଇମବ୍ରାଞ୍ଚ ଟିମ୍‌ ପାଟଣାଗଡ଼ ମେହେରପଡ଼ାସ୍ଥିତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଘରେ ଚଢ଼ାଉ କରି ତାଙ୍କ ଲାପଟପ୍‌, ଡାଏରୀ ଜବତ କରିବା ସହ ତାଙ୍କୁ ଉଠାଇ ନେଇଛି। ସୂଚନାଯୋଗ୍ୟ, ମେହେର ଭଇଁଷା କଲେଜରେ ଅଧ୍ୟାପକ ଭାବେ

ପଦାରେ ପଡ଼ିଲା ଷଡ଼ଯନ୍ତ୍ର ଦୋଛକିରେ ପ୍ରଶାସନ, ସେବାୟତ

ପଦାରେ ପଡ଼ିଲା ଷଡ଼ଯନ୍ତ୍ର ଦୋଛକିରେ ପ୍ରଶାସନ, ସେବାୟତ

ପୁରୀ ଅଫିସ, ୨୨।୪: ନୀତି ବିଭ୍ରାଟକୁ ନେଇ ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ସତ୍ୟପାଠ ଦାଖଲ କରିଛି ତାହାକୁ ନେଇ ଏବେ ଅଡୁଆ ବଢିବାରେ ଲାଗିଛି। ସତ୍ୟପାଠରେ ନୀତି ବିଭ୍ରାଟ ପାଇଁ ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର, ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର, ପୂଜାପଣ୍ଡା ନିଯୋଗ ସମ୍ପାଦକ ତଥା ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତଙ୍କୁ ଦାୟୀ କରାଯାଇଛି। ପଧାନୀ ନିଯୋଗ ଏବଂ ମହାଜନ ନିଯୋଗର ଅସହଯୋଗରୁ ନୀତି ବିଳମ୍ବ ହୋଇଥିବା ଦର୍ଶାଯାଇଛି।

ନବୋଦୟ ପରୀକ୍ଷା ଦେଲେ ୫୧୯ ପରୀକ୍ଷାର୍ଥୀ

ନବୋଦୟ ପରୀକ୍ଷା ଦେଲେ ୫୧୯ ପରୀକ୍ଷାର୍ଥୀ

ଭଣ୍ଡାରିପୋଖରୀ,୨୨।୪(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ୨ଟି କେନ୍ଦ୍ର ଭଣ୍ଡାରିପୋଖରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ସରସଦା ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଶନିବାର ନବୋଦୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସରସଦା କେନ୍ଦ୍ରରେ ୩୦୯ ଏବଂ ଭଣ୍ଡାରିପୋଖରୀ କେନ୍ଦ୍ରରେ ୨୧୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଦୁଇ ସେଣ୍ଟରରୁ ମୋଟ ୫୩ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।

‘ତାଙ୍କ କବିତା ଥିଲା ଅଗ୍ନିବାଣୀ’

‘ତାଙ୍କ କବିତା ଥିଲା ଅଗ୍ନିବାଣୀ’

ଭଦ୍ରକ ଅଫିସ,୨୨।୪- ବିଶିଷ୍ଟ କବି ବାଞ୍ଛାନିଧି ମହାନ୍ତି ଥିଲେ ଭାରତୀୟ ମୁକ୍ତି ଆନ୍ଦୋଳନର ଜଣେ ଅଗ୍ରଣୀ ଯୋଦ୍ଧା। କବିତା ଓ ସଙ୍ଗୀତ ରଚନା କରି ସୁପ୍ତ ଜାତିର ହୃଦୟରେ ସେ ଦେଶାତ୍ମବୋଧ ଭାବନା ସୃଷ୍ଟି କରି ଜାତୀୟତାର ଶଙ୍ଖନାଦ କରିଥିଲେ। ଗୋପବନ୍ଧୁ ଦାସ, ମହାତ୍ମା ଗାନ୍ଧୀ ଓ ସୁଭାଷ ବୋଷଙ୍କ ବ୍ୟକ୍ତିତ୍ୱର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଉତ୍କଳୀୟ ଚେତନା ସହ ଜାତୀୟ ଚେତନାର ମଞ୍ଜି ବୁଣିଥିଲେ। ତାଙ୍କ ସାରସ୍ବତ ସୃଷ୍ଟିରେ ଏହି ଚେତନାର ମିଶ୍ରରାଗ ବାରି ହୋଇ ପଡ଼େ ବୋଲି ଭଦ୍ରକ ଶହୀଦ ସ୍ମୃତି ଭବନଠାରେ ଅନୁଷ୍ଠିତ ୧୨୧ତମ ଜୟନ୍ତୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

କାଳବୈଶାଖୀ ଉଜାଡ଼ିଲା ଫସଲ

କାଳବୈଶାଖୀ ଉଜାଡ଼ିଲା ଫସଲ

ବନ୍ତ,୨୨।୪(ସ୍ବ.ପ୍ର.)-ଦୀର୍ଘ ଏକ ସପ୍ତାହ ଧରି ଅପରାହ୍ନ ସମୟରେ କାଳବୈଶାଖୀର ତାଣ୍ଡବ ଲାଗି ରହିଛି। ଭଦ୍ରକ ଜିଲାର ବନ୍ତ ଅଞ୍ଚଳରେ ଝଡ଼ବର୍ଷା ଓ କୁଆପଥର ମାଡ଼ ଯୋଗୁ ୬ହଜାର ହେକ୍ଟରରୁ ଅଧିକ ଚାଷଜମିର ରବି ଓ ପନିପରିବା ଫସଲ ନଷ୍ଟ ହୋଇଛି। ଡାଳୁଅ ଧାନ ମଧ୍ୟ ପ୍ରଭାବିତ ହୋଇଛି। ଝଡ଼ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିବାରୁ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ଘର ଛପର ଉଡ଼ିଯିବାରୁ ଗରିବ ଲୋକେ ବେସାହାରା ହୋଇପଡ଼ିଛନ୍ତି।

ଶିକ୍ଷାଧିକାରୀଙ୍କ ଅଫିସରେ ତାଲା ପକାଇଲେ ଅଭିଭାବକ

ଶିକ୍ଷାଧିକାରୀଙ୍କ ଅଫିସରେ ତାଲା ପକାଇଲେ ଅଭିଭାବକ

ପାଟଣା, ୨୨।୪ (ସ୍ବ.ପ୍ର.) -କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଗୌରାଙ୍ଗଯୋଡ଼ିସ୍ଥିତ ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଫାଟକରେ ଶନିବାର ଉତ୍ତ୍ୟକ୍ତ ଅଭିଭାବକମାନେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥର ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ପ୍ରବେଶିକା ପରୀକ୍ଷାଦେବା ଲାଗି ସୁଯୋଗ ଦିଆଯାଇଥିଲା। କିନ୍ତୁ ଶୁକ୍ରବାର ପ୍ରକାଶିତ ମେରିଟ୍‌ ଲିଷ୍ଟରେ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରୀଛାତ୍ରଙ୍କ ନାମ ସ୍ଥାନ ପାଇ ନ ଥିଲା ।

ମାଓବାଦୀ ପରିଚୟ ଦେଇ କାରଖାନାକୁ ପଶିିଲେ ୮ ସଶସ୍ତ୍ର ବ୍ୟକ୍ତି

ରାଇସୁଆଁ,୨୨।୪(ଡି.ଏନ.ଏ.)-କେନ୍ଦୁଝର ଜିଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଥମି ଯାଇଥିବା ବେଳେ ବାଂଶପାଳ ଅଞ୍ଚଳରେ ପୁଣି ସେମାନଙ୍କ ଆବିର୍ଭାବ ଘଟିବା ନେଇ ଚର୍ଚ୍ଚା ଜମିଛି। ଶୁକ୍ରବାର ରାତି ପ୍ରାୟ ଗୋଟାଏ ବେଳେ ୮ଜଣ ସଶସ୍ତ୍ର ବ୍ୟକ୍ତି ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ବାଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ଗ୍ରାମ ନିକଟରେ ଥିବା ଏକ କାରଖାନା ନିକଟକୁ ଆସିଥିଲେ।

ବୀମା ଟଙ୍କା ନ ପାଇ ଆଖି ବୁଜିଲେଣି ୪୦ ଚାଷୀ

ବୀମା ଟଙ୍କା ନ ପାଇ ଆଖି ବୁଜିଲେଣି ୪୦ ଚାଷୀ

ବାରିପଦା ଅଫିସ,୨୨।୪-ମରୁଡି ପ୍ରପିଡିତ ଅଞ୍ଚଳ ଘୋଷଣା ସତ୍ତ୍ୱେ ୩ ବର୍ଷ ହେଲା ଚାଷୀଙ୍କୁ ମିଳିପାରିନି ବୀମା ସହାୟତା। ମୟୂରଭଞ୍ଜ ଜିଲା ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏଭଳି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ବୀମା ସହାୟତା ଅପେକ୍ଷାରେ ଥିବା ମୋଟ ୭୬୦ ଚାଷୀଙ୍କ ମଧ୍ୟରୁ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ଭଳି ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି। ଏ ସଂକ୍ରାନ୍ତରେ ଅଭିଯୋଗକୁ ଗୁରୁତ୍ୱ ଦେଇ ରାଜ୍ୟ ସମବାୟ ବିଭାଗ ଅଧୀନରେ ଥିବା ମୟୂରଭଞ୍ଜ ଜିଲା ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ (ସିସିବି)ଚାଷୀଙ୍କୁ ବୀମା ଟଙ୍କା ଦେବା ଲାଗି ଏବେ ତତ୍ପର ହୋଇଉଠିଛି।

ଅଟୋରିକ୍ସାରେ ଲାଗିବ ଚାଳକ ଓ ଯାନର ସବିଶେଷ ତଥ୍ୟ

ଅଟୋରିକ୍ସାରେ ଲାଗିବ ଚାଳକ ଓ ଯାନର ସବିଶେଷ ତଥ୍ୟ

ବାଲେଶ୍ୱର ଅଫିସ, ୨୨ା୪-ବାଲେଶ୍ୱର ଆଞ୍ଚଳିକ ପରିବହନ ଅଫିସ୍‌ରେ ଶନିବାର ପୂର୍ବାହ୍ନରେ ବାଲେଶ୍ୱର ଅଟୋ ଆସୋସିଏଶନ, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଏବଂ ଜିଲାପାଳଙ୍କର ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଟୋରିକ୍ସାରେ ଚାଳକ ଓ ଯାନର ସବିଶେଷ ତଥ୍ୟ ଲାଗିବ ବୋଲି ନିଷ୍ପତ୍ତି ହୋଇଛି।

ଅଚଳ ପ୍ରକଳ୍ପ ସଚଳ ହେଲା

ରାଇସୁଆଁ,୨୨।୪(ଡି.ଏନ.ଏ.)-ଜଳକଷ୍ଟ ଭୋଗୁଥିବା କେନ୍ଦୁଝର ଜିଲା ବରଦାପାଳ ଗ୍ରାମର ଗୋପାଳସାହି, ଶିମିଳିସାହି, ଭୂୟାଁ ସାହି, ପାତ୍ର ସାହି, କେଲ ସାହି, ହସ୍ପିଟାଲ ସାହି ଗ୍ରାମର ଲୋକଙ୍କୁ ପାନୀୟଜଳ ଯୋଗାଇ ଦେବା ଲାଗି ପ୍ରଶାସନ ତତ୍ପର ହୋଇ ଉଠିଛି। ସେଠାରେ ଅଚଳ ହୋଇ ପଡିଥିବା ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସକାଶେ ନୂଆ ବୋର୍‌ଓ୍ବେଲ ଖୋଳାଯାଇଛି। ଖୁବ୍‌ ଶୀଘ୍ର ଲୋକଙ୍କୁ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପାନୀୟ ଜଳ ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ମହିଳା

ପାନୀୟ ଜଳ ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ମହିଳା

ଚମ୍ପୁଆ,୨୨।୪(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ କୋଦଗାଡିଆ ହନୁମାନ ସାହି ଓ ଏହା ଆଖପାଖ ଅଞ୍ଚଳରେ ପାନୀୟ ଜଳାଭାବ ସମସ୍ୟା ଗୁରୁତର ରୂପ ନେଇଛି । ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର କରା ନ ଯିବାରୁ ଅଞ୍ଚଳର ମହିଳାମାନେ ଏକତ୍ରିତ ହୋଇ ଶନିବାର ଉପଜିଲାପାଳ ପାରୁଲ ପଟାୱରିଙ୍କୁ ଭେଟି ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି।

କଳାକାରଙ୍କୁ ମିଳୁନି ଉଚିତ ପ୍ରୋତ୍ସାହନ

କଳାକାରଙ୍କୁ ମିଳୁନି ଉଚିତ ପ୍ରୋତ୍ସାହନ

କେନ୍ଦୁଝର ୨୨।୪( ସ୍ବ.ପ୍ର.)- ‘ଥରେ କରିଆ କଲେଜକୁ ଯାଇଥିଲି । ଛାତ୍ରୀଛାତ୍ର ସେଠାରେ ବଂଶୀ ବଜାଇକୁ ଅନୁରୋଧ କଲେ। ମୁଁ ବଂଶୀରେ କେତେକ ଧୂନ୍‌ ପରିବେଷଣ କରିଥିଲି। ପିଲାମାନେ ଘଣ୍ଟାଏ ଧରି ବଇଁଶୀ ବାଦନ ଧୂନ୍‌ର ତାଳେ ତାଳେ ନାଚିଥିଲେ । ସେ ଅନୁଭୂତି ଥିଲା ନିଆରା। ବାରିପଦା କୋର୍ଟରେ ଚାକିରି କରୁଥିବା ବେଳେ ବିଦେଶ ଯାଇ ଛଉନୃତ୍ୟ ଲାଗି ବଂଶୀ ବାଦନର ସୁଯୋଗ ପାଇଥିଲି। ବଦଳି ହୋଇଯିବାରୁ ବିଦେଶ ଗସ୍ତରୁ ବଞ୍ଚିତ ହୋଇଥିଲି।’ ଏଭଳି ସୁଖ ଓ ଦୁଃଖ ମିଶ୍ରିତ ଅନୁଭୂତିର କଥା କହି ବସନ୍ତି ବର୍ଷିୟାନ ବଂଶୀ ବାଦକ ଦିବାକର ଚାୈଧୁରୀ (୭୭) ।