ରାଜ୍ୟ |

ସବ୍‌ଜଜ୍‌ ଅନୁପମା ହତ୍ୟା ମାମଲା: ସାକ୍ଷୀ ଦେଲେ ତଦନ୍ତକାରୀ ଅଧିକାରୀ

ସବ୍‌ଜଜ୍‌ ଅନୁପମା ହତ୍ୟା ମାମଲା: ସାକ୍ଷୀ ଦେଲେ ତଦନ୍ତକାରୀ ଅଧିକାରୀ
କଟକ ଅଫିସ, ୫।୧୨- ବାଲେଶ୍ୱର ସବ୍‌ଜଜ୍‌ ଅନୁପମା ବେହେରା ହତ୍ୟା ମାମଲାର ସାକ୍ଷ୍ୟପ୍ରଦାନ ଜାରି ରହିଛି। ପୂର୍ବ ନିର୍ଦ୍ଦେଶ ମୁତାବକ ମଙ୍ଗଳବାର ସହଦେବଖୁଣ୍ଟା ଥାନାର ତତ୍କାଳୀନ ଇନ୍ସପେକ୍ଟର ତଥା ଅନୁପମା ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ମନୋଜ କୁମାର ରାଉତ ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ ସଞ୍ଜୟ କୁମାର ସାହୁଙ୍କ ଇଜିଲାସରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ୨୬ତମ ସାକ୍ଷୀ ଭାବେ ରାଉତଙ୍କୁ ଏହି ମାମଲାରେ ଉପସ୍ଥାପିତ କରାଯାଇଛି। ରାଉତ ସାକ୍ଷ୍ୟ ପ୍ରଦାନ କରି କହିଥିଲେ ଯେ, ଅନୁପମା ସ୍ବାମୀଙ୍କ ଏତଲା ଆଧାରରେ ଏକ ମାମଲା ରୁଜୁ କରାଯାଇଥିଲା। ସେ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ, ସାଇଣ୍ଟିଫିକ୍‌ ଟିମ୍‌ ସହିତ ଅନୁପମାଙ୍କ କ୍ବାର୍ଟରକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ସମ୍ପୃକ୍ତ ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହର ପଞ୍ଚନାମା କରାଯାଇଥିଲା। ସେ ଅନୁପମାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଘଟଣାସ୍ଥଳରୁ ରକ୍ତଭିଜା ବେଡ୍‌ଶିଟ୍‌ ଓ ତକିଆ ଜବତ ହୋଇଥିଲା। ଏଥିସହ ସଂଗ୍ରହ କରାଯାଇଥିବା ଫିଙ୍ଗରପ୍ରିଣ୍ଟକୁ ଅଭିଯୁକ୍ତମାନଙ୍କ ଫିଙ୍ଗରପ୍ରିଣ୍ଟ ସହିତ ମିଶାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଥିଲା। ଇନ୍ସପେକ୍ଟର ରାଉତ କେମିକାଲ ଟେଷ୍ଟ, ଫିଙ୍ଗରପ୍ରିଣ୍ଟ ଓ ସାଇଣ୍ଟିଫିକ୍‌ ଟିମ୍‌ ରିପୋର୍ଟକୁ ଅଦାଲତରେ ପ୍ରମାଣିତ କରିଥିଲେ। ଏଥିସହ ଜବତ ହୋଇଥିବା ମୋବାଇଲ, ଲାପ୍‌ଟପ ଓ ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ ରାଉତ କୋର୍ଟରେ ଚିହ୍ନଟ କରିଥିଲେ। ତେବେ ଆସନ୍ତା ୧୮ ତାରିଖରେ ରାଉତ ପୁଣି ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିବେ। ପୁଣି ପ୍ରତିପକ୍ଷ ପକ୍ଷରୁ ସେ ଜେରାର ସମ୍ମୁଖୀନ ହେବେ। ସୂଚନାଥାଉକି, ଗତ ସୋମବାର ଅନୁପମାଙ୍କ ମାମୁ ଅନ୍ତର୍ଯାମୀ ବିଶ୍ୱାଳ ଉକ୍ତ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ ।
All Right Reserved By

ରାଜ୍ୟ |

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ,୧୭।୧୦(ଡି.ଏନ୍‌.ଏ): ଏସିଆନ ପାରା ଆଥଲେଟିକ୍ସରେ ଭାଗନେଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା ଜୟନ୍ତୀ ବେହେରାଙ୍କୁ  ତାଙ୍କ ଜନ୍ମମାଟି ପୁରୀ ଜିଲା ସତ୍ୟବାଦୀରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। 

ବନ୍ଦ ଘରୁ ବଙ୍ଗୀୟ ଯୁବତୀ ଉଦ୍ଧାର

କୋଣାର୍କ,୧୭।୧୦(ଡି.ଏନ୍‌.ଏ.): କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ଏକ ବନ୍ଦ ଘରୁୁ ବୁଧବାର ପୂର୍ବାହ୍ନ ୨ଟାରେ କୋଣାର୍କ ପୋଲିସ ଜଣେ ବଙ୍ଗୀୟ ଯୁବତୀଙ୍କୁ  ଉଦ୍ଧାର କରିଛି। 

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ଓ ଏହାର ପରବର୍ତ୍ତୀ ବର୍ଷା ଯୋଗୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲା ଛାରଖାର ହୋଇଯାଇଛି। ଏହି ଜିଲାଗୁଡିକରେ ଏ ପର୍ଯ୍ୟନ୍ତ ୫୨ ଜଣଙ୍କର ଜୀବନ ହାନି ହୋଇଛି। ୨୨ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ବୁଧବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି। 

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ସହାୟତା ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସକାଶେ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି।

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ତିହିଡ଼ି,୧୭।୧୦(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର କାନପୁର ନିବଟରୁ ବୁଧବାର ସକାଳେ ତିହିଡ଼ି ପୋଲିସ ଏକ ଡେଲିଭରି ଭ୍ୟାନ୍‌ରୁ ୬୦ ବସ୍ତା କୋଇଲା ଜବତ କରିଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। 

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଓଡ଼ିଶାର କୋଣାର୍କ ମନ୍ଦିର ଓ ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍‌ ଆୟାର ମିତ୍ର ପୁଣି ଥରେ କ୍ଷମା ମାଗିଛନ୍ତି। ହେଲିକପ୍ଟର ବସି ସେ ଫସିଗଲେ ବୋଲି ବୁଧବାର ମତ ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ହେଲିକପ୍ଟର ଯାତ୍ରା କରି ପଶ୍ଚାତାପ କରୁଛି। 

ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି

ପଟ୍ଟାମୁଣ୍ଡାଇ,୧୭।୧୦(ସ୍ବ.ପ୍ର.)-ପ୍ରଶାସନ ଓ ପୋଲିସର କଟକଣା ସତ୍ତ୍ୱେ ଚଳିତବର୍ଷ ଦୁର୍ଗାଷ୍ଟମୀରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ଆରାଧ୍ୟା ଦେବୀ ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି ପଡିଛି। 

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ପବିତ୍ର ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୂରପଲ୍ଲୀ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଦୁର୍ଗତିନାସିନୀ ମା’ ଦୁର୍ଗା। ମହାମାୟାଙ୍କୁ ନଅ ଦିନ ଧରି ଉପାସନା କରାଯାଉଥିବା ବେଳେ ବୁଧବାର ମହାଷ୍ଟମୀ ଉପଲକ୍ଷେ ପୂଜା ମଣ୍ଡପଗୁଡ଼ିକ ଲୋକାରଣ୍ୟ ହୋଇପଡ଼ିଛି। ତେବେ ପୀଠଗୁଡ଼ିକରେ ଆଜି ମା’ଙ୍କ ମହାନବମୀ ପୂଜା କରାଯାଉଛି। 

ଅସହାୟ ବୃଦ୍ଧାଙ୍କ ଶବସତ୍କାର କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ଅସହାୟ ବୃଦ୍ଧାଙ୍କ ଶବସତ୍କାର କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ସୋହେଲା,୧୭।୧୦(ଡି.ଏନ.ଏ.)- ଆଜି ବି ବଞ୍ଚିଛି ମାନବିକତା । ବରଗଡ ଜିଲାର ସୋହେଲା ସାହୁଟିକିରାଠାରେ କିଛିମାସ ହେବ ମାଟି ଭୁଏ ନାମ୍ନୀ ଜଣେ ବୃଦ୍ଧା ଏକ କୁଡିଆରେ ଆଶ୍ରୟ ନେଇଥିଲେ ।

ଟ୍ରକ୍‌ ସହ ଧକ୍କା ହେଲା ବୋଲେରୋ, ୧୦ ଯାତ୍ରୀଙ୍କ ଜୀବନ ଚାଲିଗଲା

ଟ୍ରକ୍‌ ସହ ଧକ୍କା ହେଲା ବୋଲେରୋ, ୧୦ ଯାତ୍ରୀଙ୍କ ଜୀବନ ଚାଲିଗଲା

ନୂଆପଡା ଅଫିସ,୧୭।୧୦-ନୂଆପଡା ସହରର ମାତ୍ର ୪/୫ କି.ମି ଦୂର ୩୫୩ ନଂ. ଜାତୀୟ ରାଜପଥର ସିଲଦା ନାଲା ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ ରାଜ୍ୟ ମହାସମୁଦ ଜିଲା ସାଁକରା ଗାଁରୁ ଏମାନେ ନୂଆପଡା ଜିଲା କୋମନାରେ ଥିବା ବୈଷ୍ଣୋଦେବୀ ମନ୍ଦିରକୁ ମା’ଙ୍କୁ ଦର୍ଶନ ଲାଗି ଆସିଥିଲେ। ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ ସହ ମୁହଁାମୁହିଁ ପିଟି ହୋଇଯିବାରୁ ବୋଲେରୋରେ ଥିବା ୯ ଜଣ ତୀର୍ଥ ଯାତ୍ରୀଙ୍କ ସମେତ ଚାଳକଙ୍କ ଜୀବନ ଦୀପ ମଧ୍ୟ ଲିଭି ଯାଇଛି।

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-ସାମୁଦ୍ରିକ ଝଡ ‘ତିତଲି’ ଓ ଏହାର ପରବର୍ତ୍ତୀ ବର୍ଷାରେ ଘଟିଥିବା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଭାବେ ସୋମବାର ମୃତ୍ୟୁସଂଖ୍ୟା ୧୫ ଥିବାବେଳେ ୩ ଜଣ ନିଖୋଜ ଥିବା କୁହାଯାଇଥିଲା। ମଙ୍ଗଳବାର ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ଗଜପତି ଜିଲାରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।