ରାଜ୍ୟ |

ଯାଜପୁରରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ଯାଜପୁରରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ଯାଜପୁର ଅଫିସ, ୫।୧୨: ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରୀ ବ୍ଲକ ମଧୁସୂଦନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଭାଗଚାଷୀ ସୁରେଶ ସାହୁ(୪୮) ସୋମବାର ବିଳମ୍ବିତ ରାତିରେ ଏକ ଓସ୍ତ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ସେ ମୋଟ ୧୨ ଏକର(ନିଜର ୪ ଏକର ଓ ଅନ୍ୟର ୮ ଏକର) ଜମିରେ ଧାନ ଚାଷ କରିଥିଲେ। ମାତ୍ର ଗତ ଅଦିନିଆ ବର୍ଷାରେ ତାଙ୍କର ଅଧିକାଂଶ ଫସଲ ନଷ୍ଟ ହୋଇଥିଲା। ପୁଣି ଆସନ୍ତା ସମ୍ଭାବ୍ୟ ବର୍ଷା ନେଇ ସେ ଚିନ୍ତିତ ହୋଇ ଆତ୍ମହତ୍ୟା କରିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ବରୀ ବ୍ଲକ ଅଧ୍ୟକ୍ଷ ସୁନନ୍ଦା ଦାସ ମୃତଚାଷୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

All Right Reserved By

Model This Week

ନିକିତା

ରାଜ୍ୟ |

ବଙ୍ଗୋପସାଗରର ଉପକୂଳ ଅଞ୍ଚଳରେ ହାଇ ଆଲର୍ଟ, ବଢିପାରେ ୨ରୁ ୩ ମିଟର ଉଚ୍ଚରେ ଜୁଆର

ମହାକାଳପଡ଼ା,୨୨।୪(ଡି.ଏନ୍‌.ଏ)- ରବିବାରଠାରୁ ମଙ୍ଗଳବାର ବଙ୍ଗୋପସାଗରରେ ୨ରୁ ୩ ମିଟର ଉଚ୍ଚରେ ଜୁଆର ବଢିବାର ଆଶଙ୍କା ଯୋଗୁ ଉପକୂଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ୨ରୁ ୩ ମିଟର ଉଚ୍ଚ ସାମୁଦ୍ରିକ ଢେଉ ସ୍ଥଳଭାଗ ମୁହାଁ ହେବାର ସମ୍ଭାବନା ଥିବାରୁ ଉପକୂଳ ତଥା ତଳ ଅଞ୍ଚଳରେ ବ୍ୟାପକ ଜଳ ପ୍ରବେଶ କରିବାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟନ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସଚେତନ କରାଯାଇଛି।

ପୁଣି ବିମାନ ବନ୍ଦରରୁ ସୁନା ଜବତ

ପୁଣି ବିମାନ ବନ୍ଦରରୁ ସୁନା ଜବତ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପୁଣି ଥରେ ଜଣେ ମହିଳା ଯାତ୍ରୀଙ୍କଠାରୁ ରବିବାର ୫୪୫ ଗ୍ରାମ ଓଜନର ସୁନା ଜବତ ହୋଇଛି। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ଏକ ବିମାନରୁ ଏହି ସୁନା ଜବତ ହୋଇଛି।

କଂଗ୍ରେସର ମାନସମନ୍ଥନ: ଦଳର ସବୁ ବର୍ଗର ନେତାଙ୍କ ସହ ପିସିସି ସଭାପତିଙ୍କ ଆଲୋଚନା

କଂଗ୍ରେସର ମାନସମନ୍ଥନ: ଦଳର ସବୁ ବର୍ଗର ନେତାଙ୍କ ସହ ପିସିସି ସଭାପତିଙ୍କ ଆଲୋଚନା

ଭୁବନେଶ୍ୱର,୨୨।୪(ବ୍ୟୁରୋ): କଂଗ୍ରେସର ସ୍ଥିତିକୁ ରାଜ୍ୟରେ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହ ରବିବାର ପୁରୀ ଗସ୍ତରୁ ଫେରି ପର୍ଯ୍ୟାୟକ୍ରମେ ଦଳୀୟ କାର୍ଯ୍ୟାଳୟଠାରେ ଦଳର ସବୁ ବର୍ଗର ନେତାମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ଦଳର ସମସ୍ତ ନବ ନିଯୁକ୍ତ ନେତୃବୃନ୍ଦ ଏହି ବୈଠକରେ ଉପସ୍ଥିତ ଅଛନ୍ତି।

ଗ୍ରାମରକ୍ଷୀଙ୍କ ସମେତ ୪ ଅପହୃତଙ୍କୁ ଛାଡ଼ିଲେ ମାଓବାଦୀ

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- ଗତ ୧୯ ତାରିଖ ରାତି ପ୍ରାୟ ୮ଟାରେ ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ଗ୍ରାମରୁ ମାଓବାଦୀମାନେ ଅପହରଣ କରି ନେଇଥିବା ଜଣେ ଗ୍ରାମରକ୍ଷୀଙ୍କ ସମେତ ୪ ଜଣଙ୍କୁ ରବିବାର ସକାଳେ ଛାଡ଼ିଦେଇଛନ୍ତି। ସେମାନେ ହେଲେ ଗ୍ରାମରକ୍ଷୀ କ୍ଷେତ୍ର ହରିଜନ, ବାବୁଲା ନାଏକ, ବିଶିକେଶନ ନାଏକ ଓ ରାଜୁ ହରିଜନ। ଏହି ୩ ଦିନ ମଧ୍ୟରେ ମାଓବାଦୀମାନେ

ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ  ମୃତଦେହ ଉଦ୍ଧାର

ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ବାଲିଅନ୍ତା,୨୨।୪(ଡି.ଏନ୍‌.ଏ.): ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧୀନ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିବା ଜଣେ ଡାକ୍ତରୀ ଛାତ୍ର ଶନିବାର ରାତିରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ନୀହାର ରଞ୍ଜନ ରାଉତ(୨୧)। ତାଙ୍କ ଘର ବାଲେଶ୍ୱର ଜିଲା ସୋର ଥାନା ଅଧୀନ ଉତ୍ତରେଶ୍ୱର ଖରିଡା ଗ୍ରାମରେ ବୋଲି ଜଣାପଡିଛି। ରବିବାର ସକାଳେ ମଞ୍ଚେଶ୍ୱର ଥାନା ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍‌ପିଟାଲ ପଠାଇଛି। ଏନେଇ ଥାନାରେ ଏକ ମାମଲା (ନଂ-୨୦୫/୧୮) ରୁଜୁ ହୋଇଛି।

ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ଘର ଘର ବୁଲି ଲୋକଙ୍କୁ ବୁଝାଅ

ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ଘର ଘର ବୁଲି ଲୋକଙ୍କୁ ବୁଝାଅ

ଭୁବନେଶ୍ୱର(ବ୍ୟୁରୋ), ୨୨।୪ : କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାର ମହାନଦୀ ପାଣିକୁ ବନ୍ଦ କରିଛନ୍ତି। ଏହି ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କୁ ବହୁବାର ଅନୁରୋଧ କରାଯାଇଥିଲା। ଏପରିକି ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ଦାବି କରାଯାଇଥିଲା। ମାତ୍ର ଓଡ଼ିଶାବାସୀଙ୍କ ଦାବି କେନ୍ଦ୍ର ସରକାର ଅଣଦେଖା କରିବାରୁ, ରାଜ୍ୟ ସରକାରଙ୍କୁ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଲା।

ପୋଖରୀରେ ଗାଧୋଇବା ବେଳେ ଗୋଡ ଖସି ଛାତ୍ରୀ ମୃତ

ପୋଖରୀରେ ଗାଧୋଇବା ବେଳେ ଗୋଡ ଖସି ଛାତ୍ରୀ ମୃତ

ନୀଳଗିରି,୨୨।୪ (ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଭୂଉଁରିଆବାଡ ପଞ୍ଚାୟତ ଅଧୀନ ଜଡିବାଲି ଗାଁର ଜଣେ କଲେଜ ଛାତ୍ରୀଙ୍କର ପାଣିରେ ବୁଡିବାରୁ ମୃତ୍ୟୁ ଘଟିଛି। ମୃତକ ହେଲେ ଲିସା ଜେନା (୧୮)।

କଂଗ୍ରେସ ହାତ ଛାଡିଲେ ଶିବପ୍ରସାଦ,୧୯୮୩ରୁ ଥିଲେ ସକ୍ରିୟ ସଦସ୍ୟ

କଂଗ୍ରେସ ହାତ ଛାଡିଲେ ଶିବପ୍ରସାଦ,୧୯୮୩ରୁ ଥିଲେ ସକ୍ରିୟ ସଦସ୍ୟ

କୋରାପୁଟ,୨୨।୪: କଂଗ୍ରେସର ହାତ ଛାଡିଲେ କୋରାପୁଟର ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶିବପ୍ରସାଦ ପଟ୍ଟନାୟକ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଶିବପ୍ରସାଦ ଇସ୍ତଫା ଦେଇଥିବା ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

୧୬ ଫୁଟ ଲମ୍ବ ଅହିରାଜ ସାପ ଉଦ୍ଧାର

୧୬ ଫୁଟ ଲମ୍ବ ଅହିରାଜ ସାପ ଉଦ୍ଧାର

ଦିଗପହଣ୍ଡି,୨୨।୪(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମରୁ ରବିବାର ସକାଳେ ୧୬ ଫୁଟ ଲମ୍ବର ଏକ ଅଜଗର ଉଦ୍ଧାର କରାଯାଇଛି। ଏହାର ବୟସ ୬ ବର୍ଷ ହେବ ବୋଲି ଜଣାପଡିଛି। ଉଦ୍ଧାର ପରେ ସାପଟିକୁ ଚାଙ୍ଗୁଡିଦେଇ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି।

ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରାକୁ ନେଇ ଚଳଚଞ୍ଚଳ ଆସିକା

ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରାକୁ ନେଇ ଚଳଚଞ୍ଚଳ ଆସିକା

ଆସିକା,୨୨।୪(ଡି.ଏନ୍‌.ଏ.): ଆସିକା ସହରର ଆରାଧ୍ୟଦେବୀ ମା’ ଖମ୍ବେଶ୍ୱରୀଙ୍କ ବାର୍ଷିକ ବୈଶାଖୀ ଯାତ୍ରା ରବିବାର ଖଗେଶ୍ୱରୀପାଟଣା ସାହିରେ ଅନୁଷ୍ଠିତ ହେଉଅଛି। ଏଥିରେ ଆଖ ପାଖ ଗ୍ରାମର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

ନଦୀପଠାକୁ ନେଇ ନାବାଳିକାଙ୍କୁ ବଳାତ୍କାର, ନାବାଳକଙ୍କ ନାମରେ ମାମଲା

ନଦୀପଠାକୁ ନେଇ ନାବାଳିକାଙ୍କୁ ବଳାତ୍କାର, ନାବାଳକଙ୍କ ନାମରେ ମାମଲା

ମାର୍ଶାଘାଇ,୨୨।୪(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ତିଖିରୀ ଗ୍ରାମରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ସେହି ଗ୍ରାମର ଜଣେ ନାବାଳକ ବଳାତ୍କାର କରିଥିବା ନେଇ ରବିବାର ଅଭିଯୋଗ ହୋଇଛି। ଶିଶୁକନ୍ୟାଙ୍କ ଖୁଡୀ ଏନେଇ ଅଭିଯୋଗ କରିବା ପରେ ମାର୍ଶାଘାଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଦଳେଇପୁଟ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା, ୨୦ ପଶୁ ଜୀବନ୍ତ ଦଗ୍ଧ

ଦଳେଇପୁଟ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୫ ବଖରା ଜଳିଗଲା, ୨୦ ପଶୁ ଜୀବନ୍ତ ଦଗ୍ଧ

ଖୋର୍ଦ୍ଧା ଅଫିସ, ୨୨।୪: ଜିଲାର ଖୋର୍ଦ୍ଧା ବ୍ଲକ ଦଳେଇପୁଟ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଅନ୍ତର୍ଯ୍ୟାମୀ ସୁବୁଦ୍ଧିଙ୍କ ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏଥିସହ ୨୦ ରୁ ଊଦ୍ଧ୍ୱର୍ର୍ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି।