Dharitri News
ରାୟଗଡା

ବନ୍ଧୁକ ଛାଡ଼ି ଧରିବେ ଗାଡ଼ି

ବନ୍ଧୁକ ଛାଡ଼ି ଧରିବେ ଗାଡ଼ି ମାଲକାନଗିରି,୪।୧୨(ଡି.ଏନ୍‌.ଏ./ସ୍ବ.ପ୍ର)-ଦିନ ଥିଲା ଜଙ୍ଗଲରେ କଟୁଥିଲା ଜୀବନ। ସବୁବେଳେ ହାତରେ ରହିଥିଲା ବନ୍ଧୁକ । ଏବେ ସେହି ହାତ ଧରିବ ଗାଡ଼ିର ଷ୍ଟିୟରିଂ। ପରିବାର ପ୍ରତିପୋଷଣ ପାଇଁ ଏହା ହେବ ଏକମାତ୍ର ପନ୍ଥା। ମାଲକାନଗିରି ଜିଲା ପ୍ରଶାସନ ପୁଣି ଆମତ୍ସମର୍ପଣକାରୀ ମାଓବାଦୀଙ୍କ ଥଇଥାନ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିଛି ା ଜିଲାରେ ଆମତ୍ସମର୍ପଣ କରିଥିବା ୧୬ ଜଣ ମାଓବାଦୀଙ୍କୁ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଆଇ.ଟି.ଡି.ଏ ସଭାଗୃହରେ ଡ୍ରାଇଭିଙ୍ଗ ତାଲିମ ପ୍ରଦାନ ପାଇଁ କାଉସେଲିଙ୍ଗ କରାଯାଇ ସ୍ବାଗତ କରାଯାଇଛି ।ଏଥିରେ ଆଇ.ଟି.ଡି.ଏର ନିଯୁକ୍ତିଭିତ୍ତିକ ନିୟୋଜନ ପ୍ରଶିକ୍ଷଣ ବିଭାଗ ପ୍ରକଳ୍ପ ପରିଚାଳକ ରାକେଶ ପ୍ରଧାନ, ଏଣ୍ଟି ନକ୍ସଲ ସେଲର ଡେପୁଟି କମାଣ୍ଡାଣ୍ଟ ଦେବାଶିଷ ମିଶ୍ର ଓ ଉପାସନା ଶିକ୍ଷା ଟ୍ରଷ୍ଟର କେନ୍ଦ୍ର ସଂଯୋଜକ ଅଶୋକ ବିଶ୍ୱାସ ଯୋଗଦେଇ ଆମତ୍ସମର୍ପଣକାରୀଙ୍କୁ ରୋଜଗାରକ୍ଷମ କରିବା ସହ ଆମତ୍ନିର୍ଭରଶୀଳ କରିବା ପାଇଁ ଏହା ଏକ ସୁଯୋଗ ବୋଲିି କହିଥିଲେ। ଆମତ୍ସମର୍ପଣ ପରେ ଏସ୍‌ପି ବହୁ ସାହାଯ୍ୟ କରୁଛନ୍ତି ା ଏହି ତାଲିମ ନେବା ପରେ ଆମେ ସୁଖରେ ଜୀବନଯାପନ କରିପାରିବୁୁ ବୋଲି ଆଶା କରୁଛୁ ଓ ଅନ୍ୟ ମାଓବାଦୀମାନେ ମଧ୍ୟ ମୁଖ୍ୟ ସ୍ରୋତରେ ସାମିଲ ହେଲେ ଏଭଳି ସହଯୋଗ ପାଇପାରିବେ ବୋଲି ଆମତ୍ସମର୍ପଣକାରୀ ମାଓବାଦୀ ବୁଦ୍ରା କବାସୀ କହିଛନ୍ତି । ମାଲକାନଗିରି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏମାନଙ୍କୁ ୪ ମାସ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ସେମାନଙ୍କ ସମସ୍ତ ରହିବା, ଖାଇବା ଓ ପ୍ରଶିକ୍ଷଣ ଖର୍ଚ୍ଚ ଆଇ.ଟି.ଡି.ଏ ବହନ କରିବ ବୋଲି ପ୍ରକଳ୍ପ ପରିଚାଳକ ପ୍ରଧାନ ପ୍ରକାଶ କରିଛନ୍ତି । ସେହିପରି ସାଧାରଣ ନାଗରୀକ ଭାବେ ଜୀବନ ଯାପନ କରି ନିଜ ପରିବାର ପାଇଁ କିଛି ରୋଜଗାରର ବାଟ ଫିଟାଇ ସରକାରୀ ସୁବିଧା ସୁଯୋଗ ନିଅନ୍ତୁ ବୋଲି ଏସପି ମୀନା କହିଛନ୍ତି ।

ରାୟଗଡା

 ଦୁର୍ଘଟଣାରେ ଆହତଙ୍କ ମୃତ୍ୟୁ

ଦୁର୍ଘଟଣାରେ ଆହତଙ୍କ ମୃତ୍ୟୁ

ଡାବୁଗାଁ,୧୯।୧(ଡି.ଏନ୍‌.ଏ.) ଅଟୋ- ଟ୍ରକ ଧକ୍କାରେ ଗୁରୁତର ଆହତ ହୋଇଥିବା ଦନାଇ ଭତ୍ରାଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି ।

ରାୟଗଡା ସିଜେଏମ୍‌ କୋର୍ଟରେ ହାଜର ହେଲେ ସବ୍ୟସାଚୀ

ରାୟଗଡା ଅଫିସ୍‌, ୧୯।୧- ରାୟଗଡା ସିଜେଏମ୍‌ଙ୍କ କୋର୍ଟରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଶୁକ୍ରବାର ହାଜର କରାଯାଇଛି । ତାଙ୍କ ନାମରେ ଚାନ୍ଦିଲି ଥାନାରେ ରହିଥିବା ୩ଟି ମାମଲା ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତରେ ସିଜେଏମ୍‌ ମହମ୍ମଦ ଇର୍ଶାନୁଦ ନବୀଙ୍କ ସମ୍ମୁଖରେ ହାଜର କରାଯାଇଥିଲା ।

ମେକାରେ ୮୩, ଚାଉଳମେନ୍ଦିରେ ୮୩ ପ୍ରତିଶତ ଭୋଟିଂ

ମାଥିଲି,୧୯।୧(ଡି.ଏନ୍‌.ଏ.)-ମାଥିଲି ବ୍ଲକ ମେକା ପଞ୍ଚାୟତ ସରପଞ୍ଚ ଓ ଚାଉଳମେନ୍ଦି ପଞ୍ଚାୟତ ଅଧୀନ ୪ ନମ୍ବର ଓ୍ବାର୍ଡ଼ମେମ୍ବର ପଦବୀ ପାଇଁ ଶୁକ୍ରବାର ମତଦାନ ହୋଇଛି। ନିର୍ବାଚନ ଅଧିକାରୀ ଅଗସ୍ତି ପ୍ରଧାନଙ୍କ ସୂଚନା ପ୍ରକାରେ, ସକାଳ ୭ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା।

ଏଫଡିଆଇକୁ ବିରୋଧ କରି ବିକ୍ଷୋଭ

ଏଫଡିଆଇକୁ ବିରୋଧ କରି ବିକ୍ଷୋଭ

ପାରଳାଖେମୁଣ୍ଡି,୧୯।୧(ସ୍ବ.ପ୍ର.)-କେନ୍ଦ୍ର ସରକାରଙ୍କ ଏଫଡିଆଇ ନିବେଶକୁ ବିରୋଧ କରି ପାରଳାଖେମୁଣ୍ଡିସ୍ଥିତ ହାଇସ୍କୁଲ ଛକଠାରେ ଜିଲା ଆପ୍‌ ପକ୍ଷରୁ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଧାନ ଟ୍ରକ ଜବତ

କାଲିମେଳା,୧୯।୧(ଡି.ଏନ୍‌.ଏ.): ପଡିଆ ବ୍ଲକ ଉଣ୍ଡୃକୋଣ୍ଡା ଛକରେ ଶୁକ୍ରବାର ସକାଳୁ ଛତିଶଗଡ଼କୁ ଚାଲାଣ ପାଇଁ ଯାଉଥିବା ଏକ ଧାନ ଟ୍ରକ ଜବତ ହୋଇଛି। ଜିଲା ଯୋଗାଣ ବିଭାଗ କାଲିମେଲା ପୋଲିସ ସହାୟତାରେ ଟ୍ରକର ପିଛା କରି ଧାନ ବୋଝେଇ ଟ୍ରକ୍‌କୁ ଧରିଥିଲା।

ଅବକାରୀ ଚଢ଼ାଉ: ଜଣେ ଗିରଫ

ଅବକାରୀ ଚଢ଼ାଉ: ଜଣେ ଗିରଫ

ମାଥିଲି,୧୯।୧(ଡି.ଏନ୍‌.ଏ.): ମାଥିଲି ବ୍ଲକ ଦୁର୍ଲାଗୁଡା ନିକଟରେ ଶୁକ୍ରବାର ଅବକାରୀ ବିଭାଗ ଚଢାଉ କରି ମଦ ଜବତ ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ଖଇରପୁଟ ବ୍ଲକ ମୁଦୁଲିପଡ଼ା ଥାନା ସର୍ଗିଗୁଡ଼ା ଗ୍ରାମର ହରି ହନ୍ତାଳ (୩୪)।

ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ପାରଳାଖେମୁଣ୍ଡି, ୧୯।୧(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବି.ସୀତାପୁର ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

‘କୁଇନ ସପୁରି, ଲେମନ ଗ୍ରାସ ଚାଷକୁ ପ୍ରୋତ୍ସାହିତ କରାଯିବ’

‘କୁଇନ ସପୁରି, ଲେମନ ଗ୍ରାସ ଚାଷକୁ ପ୍ରୋତ୍ସାହିତ କରାଯିବ’

ପାରଳାଖେମୁଣ୍ଡି, ୧୯। ୧(ସ୍ବ.ପ୍ର.)-ଗଜପତି ଜିଲା ପ୍ରଶାସନ ଯେପରି ଅଧିକ ସକ୍ରିୟ ହେବା ସହ ଜନସାଧାରଣଙ୍କ ନିକଟତର ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ। ସେହିପରି ଜିଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପଦକ୍ଷେପ ନିଆଯିବ।

୩୦ ଏକର ଆଖୁ ଫସଲ ଜଳିଗଲା

୩୦ ଏକର ଆଖୁ ଫସଲ ଜଳିଗଲା

ନବରଙ୍ଗପୁର, ୧୯।୧ (ବି.ପ୍ର.)- ନବରଙ୍ଗପୁର ତହସିଲ ଅଧିନ ସାନମାଳିଗୁଡା ଗାଁରେ ଶୁକ୍ରବାର ନିଆଁ ଲାଗି ପ୍ରାୟ ୩୦ ଏକର ଆଖୁ ଫସଲ ପାଉଁଶ ହୋଇଯାଇଛି ।ଏଥିରେ ପ୍ରାୟ ୨୦ ଜଣ ଚାଷୀଙ୍କର ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ମୋବାଇଲ ଆଲୁଅରେ ଏଟିଏମ୍‌ରୁ ଉଠୁଛି ଟଙ୍କା

ମୋବାଇଲ ଆଲୁଅରେ ଏଟିଏମ୍‌ରୁ ଉଠୁଛି ଟଙ୍କା

ରାମନାଗୁଡା, ୧୯।୧(ଡି.ଏନ୍‌.ଏ)- ଏଟିଏମ୍‌ରେ ଜଳୁନି ଆଲୁଅ। ମୋବାଇଲ ଲାଇଟରେ ଉଠୁଛି ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏପରି ଘଟଣା ଦେଖିବା ପାଇଁ ମିଳୁଛି ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ୍‌ ମୁଖ୍ୟରାସ୍ତାରେ ଥିବା ଆଇଓବି ଏଟିଏମ୍‌ ।

ଉଦ୍ଧାର ପେଚା ବନ ବିଭାଗକୁ ହସ୍ତାନ୍ତର

ମାଥିଲି,୧୯।୧(ଡି.ଏନ.ଏ)- ମାଥିଲି ବ୍ଲକ ଅନ୍ତର୍ଗତ ବଳଦିଆଗୁଡା ଗ୍ରାମରେ ଥିବା ଶିକ୍ଷକ ଦମ୍ପତି ଗତ ବୁଧବାର ରାତିରେ ଅସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିବା ପେଚାକୁ ଶୁକ୍ରବାର ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

କୋଟିଆକୁ ଗଡ଼ିଲା ବସ୍‌

ପଟାଙ୍ଗୀ,୧୯।୧(ଡି.ଏନ.ଏ.)- ଓଡ଼ିଶା ଭିତରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ପ୍ରବେଶ ପରେ ପ୍ରଶାସନର ନିଦ ଭାଙ୍ଗିଛି। ଏହି କ୍ରମରେ ଶୁକ୍ରବାର ବିବାଦୀୟ କୋଟିଆ ପଞ୍ଚାୟତକୁ ଗଡ଼ିଛି ବସ୍‌।