ରାୟଗଡା

ଗାଜଲମାମୁଡ଼ିରେ ହନ୍ତସନ୍ତ କରୁଛି ଲଞ୍ଚ୍‌ସେବା

ଗାଜଲମାମୁଡ଼ିରେ ହନ୍ତସନ୍ତ କରୁଛି ଲଞ୍ଚ୍‌ସେବା
ମାଲକାନଗିରି,୪।୧୨(ସ୍ବ.ପ୍ର.)-ଚିତ୍ରକୋଣ୍ଡା ବ୍ଲକ ବିଚ୍ଛିନ୍ନାଞ୍ଚଳରେ ଥିବା ପଞ୍ଚାୟତଗୁଡ଼ିକରେ ପହଞ୍ଚତ୍ବା ପାଇଁ ଜଳଭଣ୍ଡାର ଦେଇ ଯିବାକୁ ପଡ଼େ। ଏଥିପାଇଁ ଲଞ୍ଚ୍‌ସେବା ଏକମାତ୍ର ମାଧ୍ୟମ। ଜଳବନ୍ଦୀ ଥିବା ୬ଟି ପଞ୍ଚାୟତକୁ ଯେଉଁ ଲଞ୍ଚ୍‌ସେବା ଯୋଗାଇ ଦିଆଯାଉଛି, ତାହା କିନ୍ତୁ ପର୍ଯ୍ୟାପ୍ତ ହେଉନାହିଁ। ଅଧିକାଂଶ ସମୟରେ ଲଞ୍ଚ୍‌ରେ ଜାଗା ନଥିବା ଯୋଗୁ ଶତାଧିକ ଲୋକ ଯାଇପାରନ୍ତି ନାହିଁ। ରବିବାର ମଧ୍ୟ ସେହିଭଳି ସ୍ଥିତି ହୋଇଛି। ହେଲି ପାହାଡ଼ ଲଞ୍ଚଘାଟ୍‌ ସ୍ପିଲଓ୍ବେ ନିକଟରେ ୨୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗାଜଲମାମୁଡ଼ି ପଞ୍ଚାୟତକୁ ଯାଇ ନପାରି ହନ୍ତସନ୍ତ ହୋଇଛନ୍ତି। ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନାରେ ଚାଲୁଥିବା ଲଞ୍ଚ୍‌ ଗାଜଲମାମୁଡ଼ି ପଞ୍ଚାୟତକୁ ସପ୍ତାହରେ ରବିବାର ଓ ଶୁକ୍ରବାର ଯାଏ। ୫ ହଜାରରୁ ଊର୍ଦ୍ଧ୍ୱ ସ୍ଥାନୀୟ ବାସିନ୍ଦା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ହେଉ କି ସ୍ବାସ୍ଥ୍ୟସେବା କିମ୍ବା କୌଣସି ସରକାରୀ କାମରେ ଚିତ୍ରକୋଣ୍ଡା ଓ ମାଲକାନଗିରି ଯିବା ପାଇଁ ଏହି ଦୁଇଟି ଦିନ ଉପରେ ନିର୍ଭର କରିବାକୁ ବାଧ୍ୟ। କୌଣସି କାମରେ ଗାଁରୁ ବାହାରି ଆସିଲେ ସେମାନଙ୍କୁ ୨ ଦିନ ଧରି ଚିତ୍ରକୋଣ୍ଡାରେ ଲଞ୍ଚ୍‌ସେବା ପାଇଁ ଅପେକ୍ଷା କରିବାକୁ ପଡ଼େ। କିନ୍ତୁ ବିଡ଼ମ୍ବନା ହେଉଛି, ଅଧିକ ଟଙ୍କା ମିଳିଲେ ଲଞ୍ଚ୍‌ ଡ୍ରାଇଭର ଠିକାଦାର କିମ୍ବା କୌଣସି ବ୍ୟକ୍ତିଙ୍କ ଲଗେଜ ଆଗେ ଡଙ୍ଗାରେ ଲୋଡ୍‌ କରିଦିଅନ୍ତି। ହେଲି ପାହାଡ଼ ଘାଟରୁ ୮ଟା ବେଳେ ଲଞ୍ଚତ୍ ଛାଡୁଥିବା ବେଳେ ସେମାନେ କିନ୍ତୁ ପୂର୍ବରୁ ଲଗେଜ୍‌ ଲୋଡ୍‌ କରି ପଳାନ୍ତି। ଫଳରେ ଦୁଇଦିନ ତଳୁ ଆସିଥିବା ଯାତ୍ରୀ ଲଞ୍ଚ୍‌ ନପାଇ ଛୁଆପିଲାଙ୍କୁ ଧରି ଆହୁରି ୨ ଦିନ ଜଗି ରୁହନ୍ତି। ସେମାନଙ୍କ ଆର୍ଥତ୍କ ଅବସ୍ଥା ସ୍ବଚ୍ଛଳ ନୁହେଁ। କୌଣସି କାମରେ ଆସି ପଇସା ସରିଯାଇଥିଲେ ଏ ପରିସ୍ଥିତିରେ ଅଧିକ ଦୁଇଦିନ ଜଗିରହିବା ପାଇଁ ସେମାନଙ୍କୁ ଭୋକ ଉପାସରେ ରହିବାକୁ ପଡ଼େ। ଏହି ପରିପ୍ରେକ୍ଷୀରେ ଲଞ୍ଚ୍‌ସେବା ସବୁଦିନ ଯୋଗାଇଦେବା ସହ ଠିକ୍‌ ସମୟରେ ଲଞ୍ଚ୍‌ ନ ଛାଡ଼ିଲେ ଆଗକୁ ଆନ୍ଦୋଳନ କରିବୁ ବୋଲି ବଳରାମ ଗୋଲରୀ, ରଘୁ ହନ୍ତାଳ, ତ୍ରିନାଥ ହନ୍ତାଳ, କୃଷ୍ଣ ହନ୍ତାଳ, ଗଙ୍ଗାଧର ହନ୍ତାଳ, ଚନ୍ଦ୍ରମା ହନ୍ତାଳ, ଭଗବତୀ ହନ୍ତାଳ, ରୁକୁ ଖିଲ, ରାଜୁ ଗୋଲରୀ, ନୀଳାମ୍ବର ଖିଲ ପ୍ରମୁଖ ଚେତାବନୀ ଦେଇଛନ୍ତି।
All Right Reserved By

ରାୟଗଡା

ତପ୍ତପାଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ତପ୍ତପାଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ଦିଗପହଣ୍ଡି/ପାଟପୁର, 
୨୫ା୯ (ଡି.ଏନ.ଏ.)- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ତପ୍ତପାଣି ଘାଟିରେ ସାର ବୋଝେଇ ଟ୍ରକ୍‌ (ନଂ. ଓଆର୦୪ଜି୩୪୧୬) ଓଲଟି ପଡ଼ିବାରୁ ୩ ଜଣ ଗୁରୁତର ହୋଇଛନ୍ତି। 

ଗୁମ୍ମାରେ ବିଏସଏନଏଲ ସେବା ଠପ୍‌

ଗୁମ୍ମାରେ ବିଏସଏନଏଲ ସେବା ଠପ୍‌

ଗୁମ୍ମା ୨୫।୯ (ଡି.ଏନ.ଏ)-
ଗଜପତି ଜିଲା ଗୁମ୍ମା ବ୍ଲକ ସଦର ମହକୁମାଠାରେ ବିଏସଏନଏଲ ସେବା ଦୀର୍ଘ ଏକ ମାସ ହେଲା ଲୋକଙ୍କୁ ସେବା ଯୋଗାଇ ଦେବା ବିଫଳ ହୋଇଛି। ବିଭାଗୀୟ ଅଧିକାରୀ ଙ୍କୁ ଏନେଇ  ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।  

ରାସ୍ତାରେ ଖାଲଖମା , ମରାମତି ଦାବି

ରାସ୍ତାରେ ଖାଲଖମା , ମରାମତି ଦାବି

ସେମିଳିଗୁଡ଼ା,୨୫।୯(ସ୍ବ.ପ୍ର)-ସୁନାବେଡ଼ା ପୌରପରିଷଦ ଅଧୀନ କାକିଗଁାକୁ ପଡ଼ିଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘଦିନ ଧରି ଏହି ରାସ୍ତାର ମରାମତି କରାଯାଉ ନ ଥିବାରୁ ମଝିରେ ଖାଲଖମା ସୃଷ୍ଟି ହୋଇଛି। 

ସୀମାନ୍ତ ଅଞ୍ଚଳରେ ରାତିଅଧିଆ ମାଲ୍‌  ପରିବହନ: ରାଜସ୍ବ ହରାଉଛନ୍ତି ସରକାର

ସୀମାନ୍ତ ଅଞ୍ଚଳରେ ରାତିଅଧିଆ ମାଲ୍‌ ପରିବହନ: ରାଜସ୍ବ ହରାଉଛନ୍ତି ସରକାର

ପାରଳାଖେମୁଣ୍ଡି, ୨୫।୯ (ସ୍ବ.ପ୍ର.) 
ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ପୁରୁଣାପାଟଣା ରୋଡର ଓଡିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ସ୍ଥାନରୁ ରାତିଅଧିଆ ଟ୍ରକ ଯୋଗେ ପଡୋଶୀ ଆନ୍ଧ୍ରକୁ ବିଭିନ୍ନ ସାମଗ୍ରୀ ଚାଲାଣ ହେଉଥିବା ଦୃଷ୍ଟିକୁ ଆସିଛି ା 

ଭଗବାନଙ୍କ ଭରସାରେ ସ୍ବାସ୍ଥ୍ୟ ସେବା

ଭଗବାନଙ୍କ ଭରସାରେ ସ୍ବାସ୍ଥ୍ୟ ସେବା

ନବରଙ୍ଗପୁର,୨୫।୯(ବି.ପ୍ର.)
ନବରଙ୍ଗପୁର ଜିଲାରେ ବିଶେଷଜ୍ଞ ଡ଼ାକ୍ତରଙ୍କ ଅଭାବ ା ଯେଉଁ ବିଶେଷଜ୍ଞ ଡାକ୍ତର ରହିଛନ୍ତି ସେମାନେ ମଧ୍ୟ ମାସର ନିୟମିତ ବ୍ୟବଧାନରେ ବିନା ଛୁଟିରେ ଚାଲି ଯାଉଛନ୍ତି। ଆନେସ୍ଥେସିଆ ବିଶେଷଜ୍ଞ ନାହାନ୍ତି। 

ନିର୍ମାଣର ୨ ମାସରେ ଭଶୁଡିିଲା ଚେକ୍‌ଡ୍ୟାମ

ନିର୍ମାଣର ୨ ମାସରେ ଭଶୁଡିିଲା ଚେକ୍‌ଡ୍ୟାମ

ନବରଙ୍ଗପୁର,୨୫।୯(ବି.ପ୍ର.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିବା ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ ଶେଷ ହେବାର ୨ ମାସ ମଧ୍ୟରେ  ଭୁଶୁଡି ଯାଉଛି ା 

କୁକୁଡ଼ା ଥାପା ଦେଇଛି ବଞ୍ଚତ୍ବାର ପନ୍ଥା

କୁକୁଡ଼ା ଥାପା ଦେଇଛି ବଞ୍ଚତ୍ବାର ପନ୍ଥା

କୁନ୍ଦୁରା,୨୫।୯(ଡି.ଏନ୍‌.ଏ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକ ନବଗଠିତ ଫୁପୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯୁବାପାତ୍ରପୁଟ ଗ୍ରାମର ହରିହର କଣ୍ଡୁଲିଆଙ୍କୁ ଦୀର୍ଘ ୨୦ ବର୍ଷ ହେଲା କୁକୁହା ଥାପ୍ପା ଦେଇଛି ଜୀବନ ଜିଇଁବାର ପନ୍ଥା ା

ପୁଣି ଜାତୀୟ ରାଜପଥରୁ ହଟିବ ଜବରଦଖଲ: ୪ରୁ ଅଭିଯାନ ଆରମ୍ଭ

ପୁଣି ଜାତୀୟ ରାଜପଥରୁ ହଟିବ ଜବରଦଖଲ: ୪ରୁ ଅଭିଯାନ ଆରମ୍ଭ

ଜୟପୁର, ୨୫।୯ (ନି.ପ୍ର) : ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୨୬ରୁ   ଜବଦରଖଲ ଉଚ୍ଛେଦ ଆସନ୍ତା ୪ ତାରିଖରୁ ହେବ ବୋଲି ଜିଲା ପ୍ରଶାସନ ସ୍ଥିର କରିଛି। ଜୟପୁରଠାରୁ  ଉଭୟ ପଟେ  ଜୁନ୍‌ ୩୦ରୁ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇ ଗାନ୍ଧୀଛକ ଯାଏ ଚାଲିଥିଲା।  

 ନିଆଁ ଲାଗି ଘର ପୋଡି ପାଉଁଶ

ନିଆଁ ଲାଗି ଘର ପୋଡି ପାଉଁଶ

ଗୁମ୍ମା,୨୪ା୯ (ଡି.ଏନ.ଏ)- ଗଜପତି ଜିଲା ଗୁମ୍ମା ବ୍ଲକ ପରିଡା ପଞ୍ଚାୟତର ପରିଡା ଗ୍ରାମରେ ସୋମବାର ଗ୍ୟାସ ଟାଙ୍କିରୁ ନିଆଁ ଲାଗି ଜଣେ ବ୍ୟକ୍ତିଙ୍କ ଘର ସହ ସମସ୍ତ ପ୍ରକାର ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଛି। 

ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ୩ ଗିରଫ

ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି/ ଚିତ୍ରକୋଣ୍ଡା, ୨୪ା୯ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ରବିବାର ରାତିରେ  ମାଓବାଦୀଙ୍କ ଗତିବିଦ୍ଧି ଉପରେ ନଜର ରଖିବାକୁ ରାସ୍ତାରେ ଗାଡିମୋଟର ଯାଞ୍ଚ  କରୁଥିବା ସମୟରେ ଏକ କାର୍‌ ଦ୍ରୁତଗତିରେ ଆସୁଥିବା ଦେଖି ଗାଡିକୁ ଅଟକାଇ ତନଖି କରିଥିଲା। 

ଅଗ୍ନିଶମ ବିଭାଗ ୬ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅଗ୍ନିଶମ ବିଭାଗ ୬ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

ଗୁମ୍ମା,୨୪ା୯(ଡି.ଏନ.ଏ) ରାଜ୍ୟ ଅଗ୍ନିଶମ ବିଭାଗ ସଂଘ ନିର୍ଦ୍ଦେଶ କ୍ରମେ ସୋମଠାରୁ ଗଜପତି ଜିଲା ଗୁମ୍ମା ବ୍ଲକର ଅଗ୍ନିଶମ ବିଭାଗ କର୍ମଚାରୀ ୬ ଦଫା ଦାବି ନେଇ ଅର୍ନିଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । 

ଏନଏସଏସ ଦିବସ ପାଳିତ

ଏନଏସଏସ ଦିବସ ପାଳିତ

ମାଥିଲି , ୨୪।୯ (ଡି.ଏନ.ଏ) - ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ପୋଷ୍ୟ ଗ୍ରାମଠାରେ ସୋମବାର ସ୍ଥାନୀୟ ଗୋବିନ୍ଦପାଲି ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ତରଫରୁ ଏନଏସଏସ (ଜାତୀୟ ସେବା ଯୋଜନା) ଦିବସ ପାଳିତ ହୋଇଯାଇଛି । ପ୍ରଥମେ କଲେଜ ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ପରେ କଲେଜ ଠାରୁ ଛାତ୍ରୀଛାତ୍ରମାନେ ଶୋଭାଯାତ୍ରାରେ ଉଦୁଲିବେଡା ପୋଷ୍ୟ ଗ୍ରାମରେ ପହଞ୍ଚତ୍ଥିଲେ ।