Dharitri News
ରାୟଗଡା

ଭଙ୍ଗାଘରେ ବିତୁଛି ଜୀବନ

ଭଙ୍ଗାଘରେ ବିତୁଛି ଜୀବନ ଚନ୍ଦାହାଣ୍ଡି,୪।୧୨(ଡି.ଏନ୍‌.ଏ.)-ଗୃହହୀନ ଏବଂ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ଘର ଯୋଗାଇ ଦେବା ପାଇଁ ସରକାର ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି। କିନ୍ତୁ ପ୍ରକୃତ ହିତାଧିକାରୀ ଏହି ଯୋଜନାର ଫାଇଦା ପାଇ ପାରୁ ନାହାନ୍ତି। ଅନ୍ୟ ପକ୍ଷେ ଜଣେ ଜଣେ ହିତାଧିକାରୀ ୩ରୁ ୪ଥର ଏହି ଯୋଜନାରେ ଉପକୃତ ହେଉଥିବାର ଦେଖିବାକୁ ମିଳିଛି। ୨୦୧୬ରେ ଘର ପାଇଥିବା ବେଳେ ୨୦୧୭ରେ ତାକୁ ପୁଣିଥରେ ଆବାସ ଯୋଜନାରେ ଘର କରିବାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ।କିନ୍ତୁ ପ୍ରକୃତ ହିତାଧିକାରୀ ଏହି ଯୋଜନାରେ ଘର ଘଣ୍ଡେ ନ ପାଇ ଭଙ୍ଗା ଘରେ, କୁଡିଆରେ ପାଲ ଟାଣି ରହୁଛନ୍ତି। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ପଞ୍ଚାୟତ ଜୁନାପାଣି ଗ୍ରାମରେ ଏହା ଦେଖିବାକୁ ମିଳଛି। ଚନ୍ଦାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜୁନାପାଣି ଧାମର ଭିନ୍ନକ୍ଷମ ତ୍ରିନାଥ ସିଙ୍ଗଲପୁରିଆ (୬୦) ଏବଂ ତାଙ୍କ ମା’ ସେବନୀ ଦେଈ (୮୦) ଏକ ଭଙ୍ଗାଘରେ ନିଜ ପରିବାରକୁ ନେଇ ରହୁଥିଲେ ମଧ୍ୟ ତାଙ୍କ ପାଇଁ ଆବାସ ଯୋଜନା ସ୍ବପ୍ନ ପାଲଟିଛି । ଘର କାନ୍ଥ ଭାଙ୍ଗି ଯାଇଥିବା ବେଳେ ପୁରୁଣା ଜରି, ଏବଂ ଶାଢ଼ି ବାନ୍ଧି ଏକ ଭଙ୍ଗାକୁଡିଆରେ ସେବନୀ ରହୁଛନ୍ତି । ବର୍ଷା ମାସରେ ଘରେ ପାଣି ପଶି ସନ୍ତସନ୍ତିଆ ହୋଇ ଯାଉଥିବା ସେ କହିଛନ୍ତି । ହାତରେ ସମ୍ବଳ ନ ଥିବା ଯୋଗୁ ଘର ଖଣ୍ଡେ କରିପାରୁ ନାହାନ୍ତି । ସେବନୀକୁ ୮୦ ବର୍ଷ ହୋଇଥିବା ବେଳେ ଦୁଇ ବର୍ଷ ହେଲା ସ୍ବାମୀ ଆରପାରିକୁ ଗଲାପରେ ବିଧବା ଭତ୍ତା ପାଉଛନ୍ତି । ସରକାର ୮୦ ବର୍ଷର ବୃଦ୍ଧାଙ୍କୁ ୫୦୦ ଟଙ୍କା ଭତ୍ତା ଦେବାର ନିର୍ଦ୍ଦେଶ ଥିବା ବେଳେ ତାଙ୍କ ପକ୍ଷରେ ଏହା କାର୍ଯ୍ୟକାରୀ ହେଉନାହିଁ । ତ୍ରିନାଥ ସିଙ୍ଗଲପୂରିଆ ଘର ଖଣ୍ଡେ ପାଇଁ ବିଡିଓ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚଙ୍କୁ ଗୁହାରୀ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ଘର ଖଣ୍ଡେ ପାଇପାରୁ ନ ଥିବା ଲୁହ ଛଳ ଛଳ ହୋଇ ପ୍ରକାଶ କରିଛନ୍ତି । ସେ ଘରଖଣ୍ଡେ ପାଇଁ ସ୍ଥାନୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝିଙ୍କୁ ଦେଖା କରିବାରୁ ତାଙ୍କୁ ତୁରନ୍ତ ଘର ପ୍ରଦାନ ପାଇଁ ବିଡିଓଙ୍କୁ ଏକ ପତ୍ର ଲେଖିଥିଲେ । ଉକ୍ତ ପତ୍ର ବିଡିଓଙ୍କୁ ଦେବା ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଜଣାପଡିଛି ।

ରାୟଗଡା

ଗୋଷାଣି ଅଞ୍ଚଳରେ ହାତୀପଲ,ଲୋକେ ଆତଙ୍କିତ

ଗୋଷାଣି ଅଞ୍ଚଳରେ ହାତୀପଲ,ଲୋକେ ଆତଙ୍କିତ

ପାରଳାଖେମୁଣ୍ଡି, ୧୮।୧(ସ୍ବ.ପ୍ର.)-କିଛିଦିନର ବ୍ୟବଧାନ ପରେ ପୁଣି ଗଜପତି ଜିଲା ଗୋଷାଣି ଅଞ୍ଚଳରେ ହାତୀପଲଙ୍କୁ ଦେଖିବାକୁ ମିଳିଛି। ଏହି ହାତୀପଲ ଦ୍ୱାରା ଘରଦ୍ୱାର ଓ ଫସଲ ନଷ୍ଟ ହେବା ଆଶଙ୍କାରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଅଞ୍ଚଳବାସୀ ନିଆଁହୁଳା ଧରି ହାତୀ ଘଉଡାଇବାରେ ଲାଗିପଡ଼ିଛନ୍ତି।

ଝୋଡ଼ିଆ ସାହିରେ ଜଳ ସଙ୍କଟ: ସମସ୍ୟା ଦୂର ନ ହେଲେ ଆନ୍ଦୋଳନ

ଝୋଡ଼ିଆ ସାହିରେ ଜଳ ସଙ୍କଟ: ସମସ୍ୟା ଦୂର ନ ହେଲେ ଆନ୍ଦୋଳନ

ରାୟଗଡା ଅଫିସ, ୧୮।୧ - ରାୟଗଡା ପୌର ପରିଷଦର ଓ୍ବାର୍ଡ ନଂ. ୮ ଅଧୀନ ଅରବିନ୍ଦ ନଗର ଦ୍ୱିତୀୟ ଲାଇନ ତଥା ଝୋଡିଆସାହିରେ ଦୀର୍ଘମାସ ଧରି ପାନୀୟଜଳ ସଙ୍କଟ ଲାଗିରହିଛି। ଏହି ସାହିରେ ଗୋଟିଏ ଲେଖାଏ ନଳକୂପ ଓ ଷ୍ଟାଣ୍ଡପୋଷ୍ଟ ଥିଲେ ମଧ୍ୟ ନିୟମିତ ଓ ଆବଶ୍ୟକ ପରିମାଣର ପାଣି ବାହାରୁନାହିଁ।

ଚିତ୍ରକୋଣ୍ଡାରେ ମାଓବାଦୀ ପୋଷ୍ଟର

ଚିତ୍ରକୋଣ୍ଡାରେ ମାଓବାଦୀ ପୋଷ୍ଟର

ମାଲକାନଗିରି, ୧୮।୧(ସ୍ବ.ପ୍ର.)- କୁକୁଡା ଗାଲି ଓ ହାଟରେ ମଦ ବିକ୍ରି ବନ୍ଦ କରିବା ଆହ୍ବାନରେ ଗୁରୁବାର ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ପାପୁଲୁର ଓ କୁର୍ମାନୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ସିପିଆଇ(ମାଓବାଦୀ) ପକ୍ଷରୁ ପୋଷ୍ଟର ଲଗାଯାଇଛି । ଏହାକୁ ନ ମାନିଲେ ଗାଁର ମୁଖିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

 ମଦ ବିକ୍ରି ବନ୍ଦ କରିବାକୁ ମହିଳା ସଙ୍ଗଠନର ଆହ୍ବାନ

ମଦ ବିକ୍ରି ବନ୍ଦ କରିବାକୁ ମହିଳା ସଙ୍ଗଠନର ଆହ୍ବାନ

ଝରିଗାଁ, ୧୮।୧(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଦେବାଦରା ଗ୍ରାମରେ ଗୁରୁବାର ମଦ ବିରୋଧୀ ସଚେତନତା ଶୋଭାଯାତ୍ରା ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଲଛମନ ଜାନୀଙ୍କ ନେତୃତ୍ୱରେ ୧୨ଟି ମହିଳା ସଂୟ ସହାୟିକା ଦଳର ସଭ୍ୟା ଓ ଗ୍ରାମବାସୀ ମିଶି ଦେଶୀ ଓ ବିଦେଶୀ ମଦ ବିକ୍ରିକୁ ବନ୍ଦ କରିବାକୁ ଲୋକମାନଙ୍କୁ ସଚେତନ କରାଇଛନ୍ତି।

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ନବରଙ୍ଗପୁର, ୧୮।୧(ବି.ପ୍ର.)- ସ୍ତ୍ରୀ ଓ ଝିଅକୁ କିରୋସିନ ପକାଇ ପୋଡିଦେଲେ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ଥାନା ଅଧୀନ ଚିର୍ମା ଗାଁରେ ଘଟିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ପେନସନ ଭୋଗୀଙ୍କୁ ଚିନ୍ତା ଆଧାର କାର୍ଡ଼

ମାଲକାନଗିରି,୧୮।୧(ଡି.ଏନ୍‌.ଏ.) ମାଲକାନଗିରି ଜିଲାରେ ଅନେକ ପେନସନଭୋଗୀ ଜୀବନ୍ତ ପ୍ରମାଣପତ୍ର ଦାଖଲ ନକଲେ ପେନସନ ପାଇବାରେ ବଞ୍ଚତ୍ତ ହେବେ। ପୂର୍ବରୁ ଏହି ପ୍ରମାଣପତ୍ର ପାଇଁ କେତେକ ନିର୍ଦ୍ଦିଷ୍ଟ ଫର୍ମରେ ନିଜର ସବିଶେଷ ତଥ୍ୟ ସହ ଭୋଟର କାର୍ଡ଼ ଓ ପେନସନ ବହିର ଜେରକ୍ସ କପି ଷ୍ଟେଟବ୍ୟାଙ୍କରେ ଦାଖଲ କରିବାକୁ ପଡୁଥିଲା।

୨ ବର୍ଷ ତଳୁ କାମ କରୁନି ଟାଙ୍କି: ଆଗକୁ ଜଳ ସଙ୍କଟ ଜଳଜଳ ଦିଶୁଛି

୨ ବର୍ଷ ତଳୁ କାମ କରୁନି ଟାଙ୍କି: ଆଗକୁ ଜଳ ସଙ୍କଟ ଜଳଜଳ ଦିଶୁଛି

ଶିଖାପାଲି,୧୮।୧ ମାଲକାନଗିରି ଜିଲା ଏମ୍‌ଭି-୧୯ ଗାଁରେ ଦୁଇବର୍ଷ ତଳେ ଜିଲା ଗ୍ରାମୀଣ ପାନୀୟ ଜଳ ଯୋଗାଣ ପକ୍ଷରୁ ପାଣିଟାଙ୍କି ନିର୍ମାଣ କରାଯାଇଥିଲା। ମୋଟର ଲାଗିଯିବା ପରେ ମଧ୍ୟ ୧୦୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ଏବେ ଚିନ୍ତା ବଢ଼ାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ସରକାର ଗ୍ରାମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି। ଦୁଇବର୍ଷ ତଳୁ ତାହା ଫେଲ୍‌ ମାରିଛି।

ଚିକିତ୍ସା ପାଇଁ ଅର୍ଥ ବାଧକ

ଚିକିତ୍ସା ପାଇଁ ଅର୍ଥ ବାଧକ

ଡାବୁଗାଁ,୧୮।୧(ଡି.ଏନ.ଏ.) ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତ ଅଧୀନ ବାଣୁଆଗୁଡା ଗ୍ରାମର ବାସୁଦେବ ଗୌଡଙ୍କ ପୁଅ ଶଙ୍କର ନାୟକ(ଗୌଡ) ୨ ବର୍ଷ ହେଲା ପେଟ ରୋଗରେ ଆକ୍ରାନ୍ତ । ଅର୍ଥ ଅଭାବରୁ ଶଙ୍କର ଚିକିତ୍ସିତ ହୋଇ ପାରୁ ନାହାନ୍ତି। ବାସୁଦେବ କୁଲି ମଜୁରୀ କରି ପରିବାର ଭରଣପୋଷଣ କରୁଥିବାରୁ ପୁଅର ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ।

ଜଙ୍ଗଲ ଛାଡି ଜନପଥରେ ଭାଲୁ,ହେଟାବାଘ

ମଇଦଲପୁର,୧୮।୧(ଡି.ଏନ.ଏ.) ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ସଦର ମହକୁମା ଠାରେ ଭାଲୁ ଓ ହେଟା ବାଘର ଆତଙ୍କ । ଜନସାଧାରଣ ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରିବା ମୁସକିଲ ହୋଇ ପଡଛି। ଏବେ କିଛି ଦିନ ହେବ ସନ୍ଧ୍ୟାହେଲେ ୩ଟି ଭାଲୁ ଓ ୨ଟି ହେଟା ବାଘ ଜଙ୍ଗଲ ଆଡୁ ବାହାରି ଗାଁ ମୁହାଁ ହେଉଛନ୍ତିା ଏଥିଯୋଗୁ ପିଲାମାନେ ଟିୟୁସନ,ଗାଁ ଲୋକ ବଜାରରୁ ଘରକୁ ଯିବା ପାଇଁ ଭୟ କରୁଛନ୍ତି ।

ପୂରଣ ହୋଇନି ଧାନ ସଂଗ୍ରହ ଲକ୍ଷ୍ୟ

ରାୟଗଡା ଅଫିସ୍‌, ୧୮।୧ ରାଜ୍ୟ ବେସାମରିକ ଯୋଗାଣ ନିଗମ ପକ୍ଷରୁ ଗତ ନଭେମ୍ବର୨୯ ତାରିଖରୁ ରାୟଗଡ଼ା ଜିଲାରେ ୩୪ଟି ମଣ୍ଡିରେ ଖରିଫ୍‌ ଋତୁ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜିଲାର ମୋଟ ୧୧ଟି ବ୍ଲକ୍‌ରୁ ୧୦ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ମୋଟ ୬ଲକ୍ଷ ୬୮ହଜାର ୩୫୮.୪୨ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି । ଆସନ୍ତା ଏପ୍ରିଲ୍‌ ୩୦ତାରିଖ ପର୍ଯ୍ୟନ୍ତ ଜିଲାର ଏହି ୩୪ଟି ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିବ । ଏହି ମଣ୍ଡିଗୁଡିକରୁ ଧାନ ସଂଗ୍ରହ ନିମନ୍ତେ ଚଳିତ ବର୍ଷ ଜିଲା ପ୍ରଶାସନ ପକ୍ଷରୁ ୯୨ଜଣ ମିଲରଙ୍କୁ ଧାନ ଉଠାଇବା ନିମନ୍ତେ ନିୟୋଜିତ କରାଯାଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ଜଣାଯାଇଛି ।

ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ପୂର୍ତ୍ତ ବିଭାଗ କର୍ମଚାରୀ

ରାୟଗଡା ଅଫିସ, ୧୭।୧- ଗୋଟିଏ ଦିନ ତଳୁ ନିଖୋଜ ଥିବା ପୂର୍ତ୍ତ ବିଭାଗର ଜଣେ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ବୁଧବାର ସକାଳେ ରାୟଗଡ଼ା ଷ୍ଟେଶନ ନିକଟରୁ ମିଳିଛି । ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ମୃତକ ଜଣକ ହେଲେ ରାୟଗଡ ସହରସ୍ଥିତ ପିଡବ୍ଲ୍ୟୁଡି କଲୋନୀର ବାସିନ୍ଦା ସତ୍ୟ ନାରାୟଣ ବିଶୋଇ (୫୭) ।

ଜୟପୁର ପୌରପାଳିକରେ ଜାଲ ଟିଡିଆର: ଠିକାଦାର ଗୀତାଞ୍ଜଳି ଗିରଫ

ଜୟପୁର,୧୭। ୧ (ନି .ପ୍ର.)- କୋରାପୁଟ ଜିଲା ଜୟପୁର ପୌରପାଳିକାରେ ଜାଲ ଟିଡିଆର ଦାଖଲ କରିଥିବା ମାମଲାରେ ଜଡିତ ଥିବା ଠିକାଦାର ଗୀତାଞ୍ଜଳି ନାୟକ (୪୦)ଙ୍କୁ ଟାଉନ ଥାନା ପୋଲିସ ପୁରୀ ଜିଲା ନିମାପଡା ଅଞ୍ଚଳରୁ ଗିରଫ କରିଛି ।