ରାୟଗଡା

ଚିକିତ୍ସାଧୀନ ଅବସ୍ଥାରେ ଚାଷୀଙ୍କ ମୃତ୍ୟୁ

ଚିକିତ୍ସାଧୀନ ଅବସ୍ଥାରେ ଚାଷୀଙ୍କ ମୃତ୍ୟୁ

ବିଷମକଟକ, ୩।୧୨(ଡି.ଏନ୍‌.ଏ.): ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ଚାଷୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବିଷମକଟକ ବ୍ଲକ ହାଟମୁନିଗୁଡା ପଞ୍ଚାୟତ ମାଳିଶିରିପୁର ଗ୍ରାମର ନରେନ୍ଦ୍ର ହିକ୍‌କା । ସେ ଗତ ୨୬ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ତାଙ୍କୁ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ନରେନ୍ଦ୍ର ଚଳିତ ବର୍ଷ ଧାନ, କପା ଓ ପରିବା ଚାଷ କରିଥିଲେ । ବର୍ଷା ଓ ପୋକ ଯୋଗୁ ତାଙ୍କ ଫସଲ ସବୁ ନଷ୍ଟ ହୋଇଯାଇଛି। ଫଳରେ କ୍ଷତି ସହି ନ ପାରି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ନରେନ୍ଦ୍ରଙ୍କ ପିତା ଭିମନ ହିକକା ତାଙ୍କ ପତ୍ନୀ ରୁନିତା ଓ ଭାଉଜ ମଣିକ ଅଭିଯୋଗ କରିଛନ୍ତି। ଚାଷ ବାବଦରେ ସେ ଲକ୍ଷେ ଅଶି ହଜାର ଟଙ୍କା ଋଣ କରିଥିବା ପରିବାର ଲୋକେ କହିଛନ୍ତି । ଘଟଣା ସମ୍ପର୍କରେ ରାଜସ୍ବ ବିଭାଗର ତଦନ୍ତ କରାଗଲେ ସତ୍ୟ ଜଣାପଡିବ ବୋଲି ତହସିଲଦାର ଶୋଭା ଭୂଷଣ ଶବର ପ୍ରକାଶ କରିଛନ୍ତି ।

All Right Reserved By

ରାୟଗଡା

ଇଞ୍ଜେକସନ ପାଇଁ ଫାର୍ମାସିଷ୍ଟଙ୍କୁ ଦୁର୍ବ୍ୟବହାର

ପାରଳାଖେମୁଣ୍ଡି,୧୮।୭(ସ୍ବ.ପ୍ର.)-ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଇଞ୍ଜେକସନ ନେବାକୁ କେନ୍ଦ୍ରକରି ଜଣେ ଯୁବକ ଭଙ୍ଗାରୁଜା କରିବା ସହ ଫାର୍ମାସିଷ୍ଟଙ୍କୁ ଖରାପ ବ୍ୟବହାର କରିଥିବା ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଛି। ଏ ନେଇ କେସ୍‌ ନଂ. ୧୩୪/୧୮ରୁଜୁ ହୋଇ ତଦନ୍ତ ଚାଲିଥିବା ଏଏସ୍‌ଆଇ ଜଗଦୀଶ ପଣ୍ଡା କହିଛନ୍ତି।

ପାଇକପଡାରେ ହେରାପଞ୍ଚମୀ: ରୋଷରେ ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ

ଜେକେପୁର, ୧୮।୭(ଡି.ଏନ୍‌.ଏ)- ରାୟଗଡା ଜିଲା କୋଲନରା ବ୍ଲକ୍‌ ପାଇକପଡାରେ ବୁଧବାର ହେରାପଞ୍ଚମୀ ଅନୁଷ୍ଠିତ ହୋଇଯାଇଛି। ଆଡପ ମଣ୍ଡପରେ ମହାପ୍ରଭୁ ଭକ୍ତଙ୍କୁ ନୃସିଂହ ଓ ବାମନ ଅବତାରରେ ଦର୍ଶନ ଦେଇଥିଲେ। ରାୟଗଡା, ଥେରୁବାଲି, ଜେକେପୁର, କଲ୍ୟାଣସିଂହପୁର, କୋଲନରା ଅଞ୍ଚଳର ଶତାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ପ୍ରସାଦ ସେବନ କରିଥିଲେ।

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ରାୟଗଡା ଅଫିସ୍‌, ୧୮।୭- ରାୟଗଡା ଷ୍ଟେଶନ ସମ୍ମୁଖ ରାସ୍ତାପାର୍ଶ୍ୱରେ ବୁଧବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ରାୟଗଡା ଥାନାଧିକାରୀ ରବିନ୍ଦ୍ର କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ଗୋପାଳ ବିଡିକା ଓ ଅନ୍ୟ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ଅଟକିଥିବା ଟ୍ରକକୁ ଧକ୍କା ଦେଲା ବସ୍‌: ଜଣେ ମୃତ : ୩ ଆହତ

ଅଟକିଥିବା ଟ୍ରକକୁ ଧକ୍କା ଦେଲା ବସ୍‌: ଜଣେ ମୃତ : ୩ ଆହତ

କୋରାପୁଟ,୧୮ା୭(ସ୍ବ.ପ୍ର)- ଆନ୍ଧ୍ର ଏବଂ ଓଡିଶା ସୀମାନ୍ତ ସାଲୁର ନିକଟରେ ଜାତୀୟ ରାଜପଥ ନଂ. ୨୬ରେ ବୁଧବାର ଭୋର ୪ଟା ୩୦ ମିନିଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଚିକିସତ୍ାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଭୁବେନେଶ୍ୱରୁ ଜୟପୁର ଆସୁଥିବା ମା’ ନଡିଆରାଣୀ ନାମକ ଘରୋଇ ବସ (ନଂ. ଓଡି-୦୫ ଏ ଏ -୫୯୭୭) ବୁଧବାର ଭୋରରୁ ରାମଭଦ୍ରପୁରମ- ସାଲୁର ମଧ୍ୟରେ ଥିବା ଜାତୀୟ ରାଜପଥ କଡରେ ଅଟକି ରହିଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ବସ ସମ୍ମୁଖରେ ଥିବା ପୂର୍ଣ୍ଣଚନ୍ଦ୍ର ମିଶ୍ର (୨୫) ନାମକ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ ା

ମା’ଙ୍କ ପାଖେ ‘ମମତା’ ଅପହଞ୍ଚ

ମା’ଙ୍କ ପାଖେ ‘ମମତା’ ଅପହଞ୍ଚ

ଦଶମନ୍ତପୁର,୧୮।୭(ଡି.ଏନ୍‌.ଏ.) ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ପଞ୍ଚାୟତ ଅଧୀନ ଏ-ଝୋଲାଗୁଡ଼ା ଗ୍ରାମରେ ପ୍ରଶାସନିକ ସୁବିଧା ଏଯାଏ ଅପହଞ୍ଚ। ମମତା ଭଳି ସରକାରୀ ସ୍ବାସ୍ଥ୍ୟ ଯୋଜନା ବାସିନ୍ଦାଙ୍କ ପାଇଁ ସାତ ସପନ। ମା’ମାନଙ୍କ ପାଖେ ସ୍ବାସ୍ଥ୍ୟ ଯୋଜନା ‘ମମତା’ ଏବେ ବି ଅପହଞ୍ଚ ହୋଇ ରହିଛି। ଗର୍ଭବତୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ତ ଦୂରର କଥା, ପ୍ରସବ ସହାୟତା ଅର୍ଥ ମଧ୍ୟ ମିଳୁନାହିଁ। ଏହି ଗ୍ରାମର ମହିଳା ବଇଦି ପରଜା ଏବଂ ବନ୍ଦୋ ପରଜା ଦୁଇଟି ଲେଖାଏଁ ସନ୍ତାନର ଜନନୀ। ହେଲେ ଦୁହିଁକୁ ଏଯାଏ କୌଣସି ସରକାରୀ ସାହାଯ୍ୟ ମିଳିନାହିଁ। ପ୍ରଥମ ଏବଂ ଦ୍ୱିତୀୟ ଗର୍ଭ ଏବଂ ଜନ୍ମ ସମୟରେ ସରକାରୀ ଯୋଜନା ଅନୁସାରେ ୫ଜହାର ଟଙ୍କା ୩ କିସ୍ତିରେ ମିଳିବା କଥା ।

ହଷ୍ଟେଲରେ କଟୁଛି ଆଶଙ୍କାର ରାତି

ହଷ୍ଟେଲରେ କଟୁଛି ଆଶଙ୍କାର ରାତି

ପଟ୍ଟାଙ୍ଗି,୧୮।୭(ଡି.ଏନ୍‌.ଏ.)- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଛାତ୍ରୀଙ୍କ ପାଇଁ ସ୍କୁଲଘର, ହଷ୍ଟେଲ ତ ତିଆରି ହେଉଛି; କିନ୍ତୁ ନିମ୍ନମାନର କାମ, ରକ୍ଷଣାବେକ୍ଷଣ ଓ ମରାମତି ଅଭାବ ଯୋଗୁ ବର୍ଷା ଦିନେ ଯେଉଁ ପରିସ୍ଥିତି ଉପୁଜୁଛି, ସେଥିରେ ଅନ୍ତେବାସୀ ହଷ୍ଟେଲ ଛାତକୁ ଚାହିଁ ଆଶଙ୍କାରେ ରାତି କାଟୁଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ରାଜୀବ ଗାନ୍ଧୀ ହାଇସ୍କୁଲ ଓ ବ୍ଲକ ସଦର ମହକୁମାରେ ରହିଥିବା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏହି ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳିଛି।

ପୌରାଞ୍ଚଳ ବିଦ୍ୟାଳୟ ପାଇଁ ସୁରକ୍ଷା ବଡ଼ ପ୍ରଶ୍ନ

ପୌରାଞ୍ଚଳ ବିଦ୍ୟାଳୟ ପାଇଁ ସୁରକ୍ଷା ବଡ଼ ପ୍ରଶ୍ନ

ଜୟପୁର, ୧୮।୭(ଡି.ଏନ୍‌.ଏ.) ଜୟପୁର ପୌରାଞ୍ଚଳରେ ରହିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ କେତେ ସୁରକ୍ଷିତ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ। ସହରର କିଛି ବିଦ୍ୟାଳୟ ବିପଦସଙ୍କୁଳ ସ୍ଥିତିରେ ଥିବାବେଳେ ଏନେଇ ବୈଷିୟିକ ଟିମ୍‌ ସର୍ବଶିକ୍ଷା ଅଭିଯାନ (ଡିପିଇପି) କାର୍ଯ୍ୟାଳୟରେ ରିପୋର୍ଟ ଗତ ଗ୍ରୀଷ୍ମ ଛୁଟି ପୂର୍ବରୁ ଦେଇସାରିଛି। କିନ୍ତୁ ଏଯାବତ୍‌ କିଛି ପଦକ୍ଷେପ ହୋଇନାହିଁ। ଗତ ସୋମବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ବିଭାଗର ସମୀକ୍ଷା କରିଥିବା ବେଳେ ଜୟପୁର ସହର ଓ ବ୍ଲକର ଅଙ୍ଗନୱାଡି କେନ୍ଦ୍ର ଗୃହ ତୁରନ୍ତ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଡିଆରଡିଏ ଏପିଡି ମହେଶ୍ୱର ନାୟକ ଜୟପୁର ପୌରାଞ୍ଚଳରେ ସନ୍ଧ୍ୟା ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ନିର୍ମାଣରେ ବାଧକ ସାଜିଥିବା ବିଭିନ୍ନ ସମସ୍ୟା ନେଇ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହାକୁ ଜିଲାପାଳଙ୍କୁ ଦିଆଯିବ । କିନ୍ତୁ ଏପିଡି ନାୟକ ସ୍ବୟଂ ସର୍ବଶିକ୍ଷା ଅଭିଯାନର ଡିପିସି ଦାୟିତ୍ୱରେ ଥିବାବେଳେ ଜିଲାପାଳଙ୍କ ନିର୍ଦ୍ଦେଶ ପୂର୍ବରୁ ବିଦ୍ୟାଳୟ ଯାଞ୍ଚ ନକରିବା ତାଙ୍କର କାର୍ଯ୍ୟ ତତ୍ପରତା ସ୍ପଷ୍ଟ କରୁଛି।

 ୨୫୭ ପିଲାଙ୍କ ପାଇଁ ୩ ଶିକ୍ଷକ

୨୫୭ ପିଲାଙ୍କ ପାଇଁ ୩ ଶିକ୍ଷକ

ଡାବୁଗାଁ,୧୮।୭(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲିଛି । ଶିକ୍ଷକ ଅଭାବ ସହ ପିଲାମାନଙ୍କ ପାଇଁ ଆବଶ୍ୟକ ଭତ୍ତିଭୂମିର ସୁବିଧା ନାହିଁ। ଡାବୁଗାଁ ବ୍ଲକରେ ଆଦିବାସୀ ପିଲାମାନେ କିପରି ଉଚ୍ଚ ଶିକ୍ଷିତ ହେବେ ସେ ନେଇ ବ୍ଲକ ସଦରରେ ସରକାର ୧୯୭୦ ମସିହାରେ ଏକ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ। ଏହି ବିଦ୍ୟାଳୟରେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀରେ ମୋଟ ୨୫୭ ପିଲା ପାଠ ପଢୁଛନ୍ତି । ଛାତ୍ରୀଛାତ୍ରମାନେ ବସି ପାଠ ପଢିବା ପାଇଁ ଡେସ୍କ ଓ ବେଞ୍ଚ ନାହିଁ। ନବମ ଶ୍ରେଣୀ ପିଲାମାନେ ଶ୍ରେଣୀ ଗୃହ ଚଟାଣରେ ବସି ପାଠ ପଢୁଛନ୍ତି । ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି। ପ୍ରଧାନ ଶିକ୍ଷକଙ୍କ ସହ ୮ ଶିକ୍ଷକ ପଦବୀ ରହିଛି । ଏଥିରୁ ପ୍ରଧାନଶିକ୍ଷକ, ହିନ୍ଦୀ, ସଂସ୍କୃତ ଶିକ୍ଷକ ପଦବୀ ଖାଲି ରହିଛି । କଳା ବିଭାଗରେ ୩ଟି ପଦବୀରୁ ଗୋଟିଏ ଖାଲି ରହିଛି ।

ଆନ୍ଧ୍ର ମାଛ ଉପରେ ନିର୍ଭର ଦକ୍ଷିଣ ଓଡିଶା: ସମ୍ଭାବନା ଥାଇ ଉତ୍ପାଦନରେ ପଛୁଆ

ଆନ୍ଧ୍ର ମାଛ ଉପରେ ନିର୍ଭର ଦକ୍ଷିଣ ଓଡିଶା: ସମ୍ଭାବନା ଥାଇ ଉତ୍ପାଦନରେ ପଛୁଆ

ଜୟପୁର,୧୮।୭(ନି.ପ୍ର.) ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶା ଆନ୍ଧ୍ର ମାଛ ଉପରେ ନିର୍ଭର କରନ୍ତି। ଫର୍ମାଲିନ ପ୍ରସଙ୍ଗ ଉଠିବା ପୂର୍ବରୁ ବର୍ଷ ବର୍ଷ ଧରି ଏପରି ବିଷମିଶା ମାଛ ଏ ଅଞ୍ଚଳର ବାସିନ୍ଦା ଖାଇଆସୁଛନ୍ତି। ଆସାମ ଏହା ଉପରେ କଟକଣା ଜାରି କରିବା ପରେ ଏବେ ଓଡ଼ିଶା ପ୍ରଶାସନ ଚେଇଁ ଉଠିଛି। ମାଛକୁ ଅଧିକ ଦିନ ସତେଜ ରଖିବା ପାଇଁ ଫର୍ମାଲିନ ନାମକ ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର ହେଉଛି, ଯାହା ଆମ ପାଇଁ କ୍ଷତିକାରକ। ଏହା କର୍କଟ ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି। ଏଭଳି ତଥ୍ୟ ଜଣାପଡ଼ିବା ପରେ ଆନ୍ଧ୍ରର ପଡ଼ୋଶୀ ଦକ୍ଷିଣ ଓଡ଼ିଶାରେ ହିଁ ବିଶେଷ ଆତଙ୍କ ସୃଷ୍ଟି ହୋଇଛି। ଅବିଭକ୍ତ କୋରାପୁଟ ଜିଲାରେ ମତ୍ସ୍ୟ ଚାଷ ପାଇଁ ଯଥେଷ୍ଟ ସମ୍ଭାବନା ଥିଲେ ମଧ୍ୟ ଆମେ ମାଛ ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବା ଆମ ପାଇଁ ଏବେ ସମସ୍ୟା ଛିଡ଼ା କରାଇଛି।

ଛାତ୍ରୀଛାତ୍ରଙ୍କୁ କାଦୁଅରେ  ଯିବାକୁ ପଡୁଛି ସ୍କୁଲ

ଛାତ୍ରୀଛାତ୍ରଙ୍କୁ କାଦୁଅରେ ଯିବାକୁ ପଡୁଛି ସ୍କୁଲ

ନବରଙ୍ଗପୁର, ୧୮।୭ (ବି.ପ୍ର.)-ନବରଙ୍ଗପୁର ପୌରାଞ୍ଚଳର ୧୫ ନମ୍ବର ୱାର୍ଡ ସେନାପତି ସାହି ନୂଆ କଲୋନୀ-କର୍ପୋରେସନ ରାସ୍ତାରେ ମାଟି ପକାଯାଇଛି। ଲଗାଣ ବର୍ଷାରେ ମାଟି ରାସ୍ତା କାଦୁଅରେ ଭର୍ତ୍ତି ହୋଇଯାଇଛି। ଫଳରେ ଗାଡି ମୋଟର ଚଳାଚଳ ଓ ଯାତାୟାତ କରିବାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିନି ବକେୟା ଅର୍ଥ

ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିନି ବକେୟା ଅର୍ଥ

ପାରଳାଖେମୁଣ୍ଡି, ୧୮।୭(ସ୍ବ.ପ୍ର.)- ଗଜପତି ଜିଲା କାଶୀନଗର ଏନଏସିର ଶତାଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ସମେତ ୫୦ ପ୍ରତିଶତ ଅର୍ଥ ମିଳିସାରିଛି। ତେବେ ଏହାର ଦୀର୍ଘ ୯ମାସ ପରେ ବି ବକେୟା ରାଶି ମିଳିନାହିଁ। ତେଣୁ ଏ ନେଇ ହିତାଧିକାରୀମାନେ ମଙ୍ଗଳବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଏହି ଯୋଜନାରେ ଘର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ୨ଲକ୍ଷ ଲେଖାଏ ଟଙ୍କା ଦିଆଯାଏ।

ଜିରାଙ୍ଗରେ କୃଷକ ସମ୍ପର୍କ ଶିବିର

ଜିରାଙ୍ଗରେ କୃଷକ ସମ୍ପର୍କ ଶିବିର

ରାୟଗଡ଼,୧୮।୭(ଡି.ଏନ.ଏ)-ଗଜପତି ଜିଲା ରାୟଗଡ଼ ବ୍ଲକ ଲ୍ୟାମ୍ପ୍‌ସ ତରଫରୁ ଜିରାଙ୍ଗ ଗ୍ରାମର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ମଙ୍ଗଳବାର କୃଷକ ସମ୍ପର୍କ ଶିବିର ତଥା ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Model This Week

ରୂପେଶ