ସମ୍ବଲପୁର

ଜଳିଗଲା ଟ୍ରକ୍‌-ବାଇକ୍‌, ବର୍ତ୍ତିଗଲେ ୨ ବାଇକ୍‌ ଆରୋହୀ

ଜଳିଗଲା ଟ୍ରକ୍‌-ବାଇକ୍‌, ବର୍ତ୍ତିଗଲେ ୨ ବାଇକ୍‌ ଆରୋହୀ


ରେଙ୍ଗାଲି,୪।୧୨(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଠେଲକୋଲିସ୍ଥିତ ଭୂଷଣ ଓଭର ବ୍ରିଜ ଉପରେ ସୋମବାର ରାତି ୯ଟାରେ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକ୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଥିଲା। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବାଇକ୍‌ ଅରୋହୀ ଝାରସୁଗୁଡା ପଣ୍ଡା ମେଡିକାଲ ଷ୍ଟୋରର ପି. ପଣ୍ଡା ଓ ବାରିପଦାର ଦୀପକ ଜେନା। ଠେଲକୋଲି ପୋଲିସ ଏମାନଙ୍କୁ ଲୋକଙ୍କ ସହାୟତାରେ ଉଦ୍ଧାର କରି ବୁର୍ଲା ମେଡିକାଲକୁ ଚିକିତ୍ସା ଲାଗି ପଠାଇଛି। ପୋଲିସ କହିଛି ଯେ, ଦୁଇ ବାଇକ୍‌ ଆରୋହୀ ସମ୍ବଲପୁରରୁ ଝାରସୁଗୁଡା ଅଭିମୁଖେ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଟ୍ରକ୍‌ଟି ଆସୁଥିଲା। ଦୁର୍ଭାଗ୍ୟକୁ ଭୂଷଣ ଓଭରବ୍ରିଜ ଉପରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ବାଇକ୍‌ଟି ଟ୍ରକ୍‌ ତଳକୁ ପଶି ଯାଇଥିଲା। ବାଇକ୍‌ରୁ ପେଟ୍ରୋଲ ଲିକ୍‌ ହୋଇ ଦୁଇ ଗାଡି ଜଳିବାକୁ ଲାଗିଥିଲା। ଭୂଷଣ ଦମକଳ ପହଞ୍ଚତ୍ ନିଅଁା ଲିଭାଇଛି।

All Right Reserved By

Model This Week

ନିକିତା

ସମ୍ବଲପୁର

ଉଜ୍ଜଳ ଉତଥାନ୍‌ ତାଲିମ ଶିବିର: ଅଂଶୁଘାତର ଶିକାର ହେଲେ ଶିକ୍ଷକ

ଉଜ୍ଜଳ ଉତଥାନ୍‌ ତାଲିମ ଶିବିର: ଅଂଶୁଘାତର ଶିକାର ହେଲେ ଶିକ୍ଷକ

କର୍ଲାମୁଣ୍ଡା,୧୯।୪(ଡି.ଏନ.ଏ.)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପଞ୍ଚାୟତ ସମିତି ହାଇସ୍କୁଲ ଶ୍ରେଣୀଗୃହଠାରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାରଠାରୁ ୮୦ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନେଇ ପୃଥକ ଭାବେ ଉଜ୍ଜଳ ଓ ଉତଥାନ୍‌ ୩ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଯାଇଛି । ତେବେ ଏହି ତାଲିମ ଶିବିରକୁ ତାଲିମ ନେବାକୁ ଆସିଥିବା ଶିକ୍ଷକ ପ୍ରତାପ କୁମାର ଅଂଶୁଘାତର ଶିକାର ହୋଇ କର୍ଲାମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ତାଲିମ ଶିବିର ଚାଲିଥିବା ଗୃହ ଛୋଟ ହୋଇଥିବା ଓ କୁଲର, ଜେନେରେଟର ବ୍ୟବସ୍ଥା କରାଯାଇ ନ ଥିବାରୁ ଏଭଳି ଘଟଣା ଘଟିଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି ।

ସୁନ୍ଦରଗଡ଼ ଅଟୋ କର୍ମଚାରୀ ମହାସଂଘର ବିକ୍ଷୋଭ, ଶୋଭାଯାତ୍ରା

ସୁନ୍ଦରଗଡ଼ ଅଟୋ କର୍ମଚାରୀ ମହାସଂଘର ବିକ୍ଷୋଭ, ଶୋଭାଯାତ୍ରା

ରାଉରକେଲା ଅଫିସ,୧୯।୪-ସୁନ୍ଦରଗଡ଼ ଅଟୋ କର୍ମଚାରୀ ମହାସଂଘ ପକ୍ଷରୁ ଗୁରୁବାର ରାଉରକେଲାରେ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ସଂଘର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ନେତୃତ୍ୱରେ ଅଟୋ କର୍ମଚାରୀମାନେ ଶୋଭାଯାତ୍ରାରେ ଆସି (ଆରଟିଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ କରିବା ସହ ଦାବିପତ୍ର ଦେଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଫିଟନେଶ ପାଇଁ ଆବେଦନ ନ କଲେ ପ୍ରତିଦିନ ଜରିମାନା ବାବଦରେ ୫୦ଟଙ୍କା ଦେବାକୁ ପଡ଼ିବ। ଏହାକୁ ଅଟୋ କର୍ମଚାରୀମାନେ ବିରୋଧ କରିଛନ୍ତି। ତୁରନ୍ତ ଏହି ନିୟମ ପ୍ରତ୍ୟାହାର ପାଇଁ ଦାବି ହୋଇଛି।

ଭଟଲିରେ ବ୍ଲକ୍‌ସ୍ତରୀୟ ଉଜ୍ଜଳ, ଉତ୍‌ଥାନ ତାଲିମ ଶିବିର

ଭଟଲିରେ ବ୍ଲକ୍‌ସ୍ତରୀୟ ଉଜ୍ଜଳ, ଉତ୍‌ଥାନ ତାଲିମ ଶିବିର

ଭଟଲି,୧୯।୪(ଡି.ଏନ.ଏ) ବରଗଡ଼ ଜିଲା ଭଟଲି ଦଧିବାମନ ମଧ୍ୟଇଂରାଜୀ ବିଦ୍ୟାଳୟ ଏବଂ ଭଟଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଉଜ୍ଜଳ ଓ ଉତ୍‌ଥାନ ଶିକ୍ଷକ ତାଲିମ ଶିବିର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଉଭୟ ତାଲିମ ଶିବିରରେ ୭୪ ଜଣ ଶିକ୍ଷକ ତାଲିମ ନେଉଛନ୍ତି। ଜୀବର୍ଦ୍ଧନ ଭୋଇ, ବିଭୂତିଭୂଷଣ ଦାଶ ଏବଂ ଗୁରୁଦେବ ଉର୍ମା ଉତ୍‌ଥାନ ତାଲିମ ଶିବିରରେ ସାଧନକର୍ମୀ ଭାବେ ଯୋଗଦେଇଥିବାବେଳେ ବନମାଲି ସାହୁ, ପ୍ରହଲ୍ଲାଦ ସାହୁ ଏବଂ ଅନନ୍ତ ସାହୁ ପ୍ରମୁଖ ଉଜ୍ଜଳ ତାଲିମ ଶିବିରରେ ସାଧନ କର୍ମୀ ଭାବେ ଯୋଗ ଦେଇଛନ୍ତି। ଉପେନ୍ଦ୍ର ଖମାରୀ ଏବଂ ସୁଶାନ୍ତ କୁମାର ଦାଶ ରାଜ୍ୟ ସାଧନକର୍ମୀ ଭାବେ ଶିବିର ପରିଚାଳକ ଦାୟିତ୍ୱ ତୁଳାଉଛନ୍ତି।

ପାଚିଲା ଧାନରେ ଚକଡା ପୋକ: ଚାଷୀ ଆତଙ୍କିତ

ପାଚିଲା ଧାନରେ ଚକଡା ପୋକ: ଚାଷୀ ଆତଙ୍କିତ

ଅତାବିରା, ୧୯।୪ (ଡି.ଏନ.ଏ)- ବରଗଡ ଜିଲା ଅତାବିରା ଓ ଭେଡେନ ବ୍ଲକରେ ଚାଷୀମାନେ ମୁଖ୍ୟତଃ ଧାନ ଫସଲକୁ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି । ଉକ୍ତ ଅଞ୍ଚଳର ଶତାକଡା ୯୫ ଭାଗ ପରିବାର ଧାନ ଚାଷକୁ ନିର୍ଭର କରିଥାନ୍ତି । ବର୍ଷକୁ ଦୁଇ ଫସଲ ଧାନ ଚାଷ ହୋଇଥାଏ । ଖରିଫ ଓ ରବି ଧାନ ଫସଲ ରବି ଋତୁ ଅପେକ୍ଷା ଖରିଫ ଋତୁରେ ଅଧିକ ଚାଷ ଜମିରେ ଧାନ ଫସଲ ହୋଇଥାଏ । ରବି ଫସଲରେ ଅଣଜଳସେଚିତ ଅଞ୍ଚଳର ଧାନ ଫସଲ ହୋଇ ନ ଥାଏ । ବର୍ତ୍ତମାନ ରବି ଧାନ ଫସଲ ଅମଳ କାର୍ଯ୍ୟ ଆରମ୍ଭ କଲେଣି । ପାଚିଲା ଓ ପରିପକ୍ବ ଅବସ୍ଥାରେ ଥିବା ଧାନ ଫସଲରେ ଚକଡା ପୋକଙ୍କ ପ୍ରାଦୁର୍ଭାବ ଦେଖାଗଲାଣି । ଚକଡା ପୋକ ଯୋଗୁ ଚାଷୀମାନେ ଆତଙ୍କିତ ହୋଇଯାଇ ବିଭିନ୍ନ କୀଟନାଶକ ଔଷଧ ଦୋକାନରୁ ବିଭିନ୍ନ କମ୍ପାନୀଗୁଡିକର ଔଷଧ ଆଣି ପ୍ରୟୋଗ କରୁଛନ୍ତି ।

ଅଗ୍ନି ସୁରକ୍ଷା ପାଇଁ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଡ଼୍ରିଲ୍‌ ଅଭ୍ୟାସ

ଅଗ୍ନି ସୁରକ୍ଷା ପାଇଁ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଡ଼୍ରିଲ୍‌ ଅଭ୍ୟାସ

ବେଲପାହାଡ଼,୧୯।୪(ଡି.ଏନ.ଏ.)- ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳସ୍ଥିତ ବି.ଆର୍‌.ଉଚ୍ଚ ବିଦ୍ୟାଳୟରେ ଜାତୀୟ ଅଗ୍ନି ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ ଗୁରୁବାର ସକାଳେ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକ ଯୋଗଦେଇଥିଲେ। ଟିଆର୍‌ଏଲ କ୍ରୋସାକି ରିଫ୍ରାକ୍ଟୋରିଜର ବରିଷ୍ଠ ସୁରକ୍ଷା ଅଧିକାରୀ ହିମାଂଶୁ ଶେଖର ପଣ୍ଡା ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ଅଗ୍ନି ନିର୍ବାପନ ପାଇଁ ବ୍ୟବହୃତ ବିଭିନ୍ନ ଉପକରଣ ପ୍ରଦର୍ଶନ କରିଥିଲେ ଏବଂ ଅଗ୍ନି ସୁରକ୍ଷା ସମ୍ପର୍କୀୟ ଉପାୟମାନ ଉପସ୍ଥାପନ କରିଥିଲେ । ଶେଷରେ ସମସ୍ତ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକ ହଠାତ୍‌ ବିଦ୍ୟାଳୟର କୌଣସି କକ୍ଷରେ ନିଅଁ। ଲାଗିଲେ ସୁରକ୍ଷିତ ଭାବରେ ନିରାପଦ ସ୍ଥାନକୁ କିପରି ବାହାରିପାରିବେ ଏହାକୁ ନେଇ ଏକ ସ୍ବତନ୍ତ୍ର ଡ଼୍ରିଲ୍‌ର ଅଭ୍ୟାସ କରିଥିଲେ ।

ସରାପାଲି ଶିଶୁବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ

ସରାପାଲି ଶିଶୁବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ

ନାକଟିଦେଉଳ,୧୯।୪(ଡି.ଏନ.ଏ.)- ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ସରାପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ଦୟାସାଗର ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପୀନାଥ ପ୍ରଧାନ, ଜଗଦିଶ ବିଶି ଏବଂ ପୂର୍ଣ୍ଣଚନ୍ଦ୍ରୟ ଗଡତ୍ୟା ପ୍ରମୁଖ ଯୋଗଦେଇ ଭଲ ପାଠ ପଢ଼ିବା ସହ ଉତ୍ତମ ଚରିତ୍ର ଗଠନ କରିବା ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ ।

ଶଗଡ଼େଶ୍ୱର ମହୋତ୍ସବ ପାଇଁ ଥାଳ ଉଠିଲା

ଶଗଡ଼େଶ୍ୱର ମହୋତ୍ସବ ପାଇଁ ଥାଳ ଉଠିଲା

ଜମନକିରା,୧୯।୪(ଡି.ଏନ.ଏ.)- ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଡିମିରିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶଗଡ଼େଶ୍ୱର ମହାଦେବଙ୍କ ଶୀତଳଷଷ୍ଠୀ ମହୋତ୍ସବ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ସମାପନ ହୋଇଯାଇଛି । ପୂର୍ବରୁ ବାବା ମହାଦେବଙ୍କ ପାଇଁ ପିତା ଭାବେ ଚୟନ କରାଯାଇଥିବା ଅନିଲ କୁମାର ପଟେଲ ଓ ଅପର୍ଣ୍ଣା ପଟେଲ କାର୍ଯ୍ୟ ତୁଲାଇ ଥିବା ବେଳେ ମାତା ପାର୍ବତୀଙ୍କ ପିତା ଭାବେ ପୁର୍ଣ୍ଣେନ୍ଦୁ ମହାନ୍ତି (ବାବୁନୀ) ଏବଂ ମାତା ଭାବେ ସଞ୍ଜୁଶ୍ରୀ ମହାନ୍ତି (ମାମୀ) କାର୍ଯ୍ୟ ତୁଲାଇଛନ୍ତି।

ରାଉରକେଲା ରେଳ ଷ୍ଟେଶନରେ ମାଜିଷ୍ଟ୍ରେଟ ଯାଞ୍ଚ

ରାଉରକେଲା ରେଳ ଷ୍ଟେଶନରେ ମାଜିଷ୍ଟ୍ରେଟ ଯାଞ୍ଚ

ରାଉରକେଲା ଅଫିସ, ୧୯।୪- ରାଉରକେଲା ରେଳଷ୍ଟେଶନରେ ଗୁରୁବାର ମାଜିଷ୍ଟ୍ରେଟ ଯାଞ୍ଚ ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇ ଏହି ଯାଞ୍ଚ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଷ୍ଟେଶନରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅଟକ ରଖାଯାଇଛି। ସେହିପରି ବିନା ଟିକେଟରେ ପ୍ଲାଟଫର୍ମରେ ବୁଲୁଥିବା କେତେକ ଯୁବକଙ୍କୁ ମଧ୍ୟ ଅଟକ ରଖାଯାଇଛି। ସେମାନଙ୍କ ପରିଚୟ ଯାଞ୍ଚ କରାଯାଉଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଫ କମର୍ସିଆଲ ଇନସପେକ୍ଟର ତପନ ମଣ୍ଡଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଚଢାଉରେ କଣ୍ଟାବାଞ୍ଜି ରେଳବାଇ ମାଜିଷ୍ଟ୍ରେଟ ସଂପୁର ସାହୁ, ଏସିଏମ ଚକ୍ରଧରପୁର ସୌଗତ ମିଶ୍ର, ସିସିଆଇ ଝାରସୁଗୁଡ଼ା ସନ୍ତୋଷ କୁମାର ପ୍ରସାଦ, ଡ଼େପୁଟି ଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟ କମଲେସ ଗଗରାଇ ପ୍ରମୁଖ ସାମିଲ ଥିଲେ।

ଭାଲୁର ମୃତଦେହ ବ୍ୟବଚ୍ଛେଦ: ମାମଲା ରୁଜୁ

ଭାଲୁର ମୃତଦେହ ବ୍ୟବଚ୍ଛେଦ: ମାମଲା ରୁଜୁ

ଟିଟିଲାଗଡ, ୧୯।୪ (ଡି.ଏନ.ଏ)- ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅଞ୍ଚଳରେ ଗତ ମଙ୍ଗଳବାର ସକାଳଠାରୁ ଘୁରି ବୁଲୁଥିବା ଭାଲୁର ଲୋକଙ୍କ ଆକ୍ରମଣରେ ବୁଧବାର ମୃତ୍ୟୁ ଘଟିଛି। ଭାଲୁର ଚମଡା, ମାଂସ, ହାଡ, ନଖ, ଦାନ୍ତ, ମୁଣ୍ଡ ଲୋକମାନେ ଲୁଟି ନେଇଛନ୍ତି। ଶେଷ ରହିଯାଇଥିବା ଭାଲୁର ଅନ୍ତବୁଜୁଳା ଏବଂ ପଞ୍ଜାର ଖୋଳକୁ ଗୁରୁବାର ବ୍ୟବଚ୍ଛେଦ ପରେ ବନ ବିଭାଗର ସ୍ଥାନୀୟ ରେଞ୍ଜ କାର୍ଯ୍ୟାଳୟ ପରିସରରେ ପୋତିଦିଆଯାଇଛି। ଗୁରୁବାର ବଲାଙ୍ଗୀର ଡିଏଫ୍‌ଓ ସମୀର ଶତପଥି, ବଲାଙ୍ଗୀର ବନ୍ୟପ୍ରାଣୀ ସଂରକ୍ଷକ ଡ. ଦୋଳଗୋବିନ୍ଦ ବିଶି, ରେଞ୍ଜ ଅଫିସର ଜିତେନ୍ଦ୍ରୀୟ ନନ୍ଦ ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାସ୍ଥଳ ପିଟାପଡା ଗ୍ରାମ ଅଞ୍ଚଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ବନ୍ୟପ୍ରାଣୀକୁ ମନୁଷ୍ୟ ଯଦି ସଂରକ୍ଷଣ ନ ଦେବ, ତେବେ ସେମାନଙ୍କ ପାଇଁ ଆଉ କିଏ ଅଛି ବୋଲି ଡ. ବିଶି ଗଣମାଧ୍ୟମକୁ କହିଛନ୍ତି।

ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ, ୧୯।୪(ଡି.ଏନ.ଏ)-ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ଥିବା ମହାରାଜ ସାଗର ପୋଖରୀରେ ଗୁରୁବାର ସକାଳେ ବୁଡ଼ି ସ୍ଥାନୀୟ ସର୍ଗିଗୁଡା କାଳିମନ୍ଦିର ପଡାର ଦେବ ଭୋଇ (୪୫)ଙ୍କ ମୃତ୍ୟୁ ଘଟିଛି। ମହାରାଜ ସାଗର ପୋଖରୀର ପୁନରୁଦ୍ଧାର ପାଇଁ ଜଳ ନିଷ୍କାସନ କରାଯାଇଥିବାବେଳେ ଚାରି କଡରେ ଛୋଟବଡ ଚହ୍ଲା ମାନ ଖୋଳାଯାଇଛି। ଚହ୍ଲାରେ ପାଣି ମଧ୍ୟ ବିଶେଷ ନାହିଁ। ଏମିତିରେ ଯୁବକ ଜଣକ ଗୋଡ ଖସି ବୁଡି ଯାଇଥିବା ଅନୁମାନ କରାଯାଉଛି। ତାଙ୍କର ପିତା ଓ ଏକ ମାତ୍ର ବଡଭାଇ ମଧ୍ୟ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି। ଘରେ ବିଧବା ମା, ଭାଉଜ ତଥା ଦୁଇ ଝିଅ ଅଛନ୍ତି। ଉକ୍ତ ପରିବାର ବେସାହାରା ହୋଇପଡ଼ିଥିବାରୁ ସରକାରୀ ସହାୟତା ବ୍ୟବସ୍ଥା ପାଇଁ ସାଧାରଣରେ ଦାବି ହୋଇଛି।

ଚାଲିଛି ବେଆଇନ ଇଟାଭାଟି, କ୍ଷତିରେ ଫ୍ଳାଏଆଶ କମ୍ପାନୀ : ଜିଲାପାଳଙ୍କୁ ଭେଟିଲେ ଫ୍ଳାଏଆଶ ମାଲିକ ସଂଘ

ଚାଲିଛି ବେଆଇନ ଇଟାଭାଟି, କ୍ଷତିରେ ଫ୍ଳାଏଆଶ କମ୍ପାନୀ : ଜିଲାପାଳଙ୍କୁ ଭେଟିଲେ ଫ୍ଳାଏଆଶ ମାଲିକ ସଂଘ

ସମ୍ବଲପୁର,୧୯।୪(ବ୍ୟୁରୋ)- ସମ୍ବଲପୁର ଜିଲା ଫ୍ଲାଏଆଶ ମାଲିକ ସଂଘ ଗୁରୁବାର ବିଭିନ୍ନ ସମସ୍ୟା ନେଇ ଜିଲାପାଳ ସମର୍ଥ ବର୍ମାଙ୍କୁ ଭେଟିଛନ୍ତି। ଏବେ କମ୍ପାନୀ ବିପଦରେ ଗତି କରୁଛି। ପ୍ରଶାସନିକ ସ୍ତରରେ ସାହାଯ୍ୟ ନ କଲେ ଜିଲାରେ ଥିବା ୮୬ କମ୍ପାନୀ ବନ୍ଦ ହୋଇଯିବ। ଏଥିରେ ସ୍ଥାୟୀ ଓ ଅସ୍ଥାୟୀ ଭାବେ ୧୦ ହଜାରରୁ ଅଧିକ ଶ୍ରମିକ ଜୀବନ ଜୀବକା ହରାଇବେ। ତେଣୁ ଜିଲାପାଳ ଏଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅନୁରୋଧ କରିଛନ୍ତି। ଜିଲାପାଳ ବର୍ମା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଭିଯୋଗ କ୍ରମେ ଜିଲାର ସମସ୍ତ ତହସିଲ ଅଧିନରେ ବେଆଇନ ଭାବେ ମାଟି ଇଟା ଭାଟି ରହିଛି। ବେଆଇନ ଭାବେ ସେମାନେ କାଠ ଓ ଲୁହାପଥର କିଣି ଇଟା ପ୍ରସ୍ତୁତି କରୁଛନ୍ତି। ଫଲରେ କମ ଦରରେ ବିକ୍ରି କରିବାରୁ ବଜାର ନିୟନ୍ତ୍ରଣ ରହୁନାହିଁ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ମାଟି ଇଟା ବନ୍ଦ କରିବାର ନିର୍ଦ୍ଦେଶ ରହିଛି। ଏଥିପାଇଁ ଜିଲାପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ବିଭିନ୍ନ ସ୍ଥାନରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।

ବୋଲେରୋ ଧକ୍କାରେ ଯୁବକ ମୃତ

ବୋଲେରୋ ଧକ୍କାରେ ଯୁବକ ମୃତ

ବରଗଡ଼ ଅଫିସ, ୧୯।୪-ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ୬ନଂ ଜାତୀୟ ରାଜପଥର ମଧୁପୁର ନିକଟରେ ଗୁରୁବାର ଦିନ ୧ଟା ବେଳେ ବୋଲେରୋ ଧକ୍କାରେ ସୁରେନ୍ଦ୍ର ମଲ୍ଲିକ (୪୫) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ସୋହେଲା ଥାନା ଖଇରପାଲିରେ। ମଧୁପୁର ନିକଟରେ ସେ ଜାତୀୟ ରାଜପଥ ପାରି ହେଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।