ସମ୍ବଲପୁର

ତୀର ମାଡ଼ରେ ଯୁବକ ଗୁରୁତର

ତୀର ମାଡ଼ରେ ଯୁବକ ଗୁରୁତର

ନୂଆପଡ଼ା ଅଫିସ,୪।୧୨-ନୂଆପଡ଼ା ଜିଲା କୋମନା ଥାନା ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତରେ ଥିବା ଦାତୁନାମା ଗାଁର ଦୁକାଲୁ ପହରିଆ (୩୦) ତୀର ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ପୋଲିସ ଦଫା ୩୦୭, ୩୪ ଆଇପିସିରେ ଏକ ମାମଲା (ନଂ. ୩୩୦/୧୭) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଦୁକାଲୁଙ୍କ ପରିବାର ସହ ପଡ଼ୋଶୀ ଘୁନାରାମ ଓ ଧନୀରାମଙ୍କ ପରିବାର ଲୋକଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା। ରବିବାର ସନ୍ଧ୍ୟାରେ ଘୁନାରାମ ଓ ଧନୀରାମ ଧନୁ-ତୀର ସହ ଯୋଜନାବଦ୍ଧଭାବେ ଗାଁ ମୁଣ୍ଡରେ ଜଗି ରହିଥିଲେ। ଦୁକାଲୁ ସେହି ବାଟରେ ଯାଉଥିବାବେଳେ ହଠାତ୍‌ ତାଙ୍କ ଉପରକୁ ତୀର ମାଡ଼ କରିଥିଲେ। ଦୁକାଲୁଙ୍କ ବାମ ହାତ କହୁଣୀ ପାଖରେ ତୀର ବାଜିଛି। ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ଆସି ତାଙ୍କୁ ଉଦ୍ଧାର କରି ରାତି ସାଢ଼େ ୯ଟାରେ କୋମନା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା କୋମନା ଥାନାଧିକାରୀ ଶଲ୍ୟ ନାଏକ କହିଛନ୍ତି।

All Right Reserved By

Model This Week

ନିକିତା

ସମ୍ବଲପୁର

ଆଞ୍ଚଳିକ ସମସ୍ୟା ନେଇ ଏଡିଏମ୍‌ଙ୍କ ବିଜେଡିର ଦାବପତ୍ର

ରିଷିଡ଼ା,୨୦।୪, (ଡି.ଏନ.ଏ.) - କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବିଜୁ ଯୁବ ଜନତା ଦଳ ତରଫରୁ ୧୭ ଦଫାର ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ଚନ୍ଦ୍ରମଣି ବଡନାୟକଙ୍କୁ ପ୍ରଦାନ କରାଯାଇଛି। ଏନଏସି, ଥାନା,ଏରିଆ ହସ୍‌ପିଟାଲ, ଯୁକ୍ତ ୨ ବିଜ୍ଞାନ ଓ ଆଇଟିଆଇ ମହାବିଦ୍ୟାଳୟ, କଲ୍ୟାଣ ମଣ୍ଡପ, ଶୀତଳ ଭଣ୍ଡାର, ମିନି ଷ୍ଟାଡିୟମ, ବସଷ୍ଟାଣ୍ଡରେ ଶୈାଚାଳୟ ଓ ଅମୃତଧାରା, ସଲଣ୍ଡିଆମୁଣ୍ଡାରେ ପାନୀୟ ଜଳ ଯୋଗାଣ ସଂଯୋଗୀକରଣ, ଗଜବାହାଲ ପଂଚାୟତ ଧଅଂରାଖମନ ଲକ୍ଷ୍ମୀନାଳା ପୋଲ ନିର୍ମାଣ, ଅବୁଜବାହାଲ ଠାରୁ ଟେଟେଙ୍ଗପଦର ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ, ରାଜପୁର ପଂଚାୟତରେ ରାସ୍ତା ଓ ପାନୀୟ ଜଳର ସମାଧାନ, କ

ରିଷିଡାରେ ଚନ୍ଦନଯାତ୍ରା ଆରମ୍ଭ

ରିଷିଡାରେ ଚନ୍ଦନଯାତ୍ରା ଆରମ୍ଭ

ରିଷିଡ଼ା,୨୦।୪, (ଡି.ଏନ.ଏ.) -କଳାହାଣ୍ଡି ଜିଲା ରିଷିଡା କନ୍ଧପଡାସ୍ଥିତ ରାଧାକୃଷ୍ଣ ସାଂସ୍କୃତିକ ସଂସଦ ତରଫରୁ ପ୍ରତିବର୍ଷ ଭଳି ଚଳିତ ଅକ୍ଷୟ ତୃତୀୟାଠାରୁ ଚନ୍ଦନଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ନାଟକ ପରିବେଷିତ ହୋଇଛି।

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ପଡିଲା ତାଲା

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ପଡିଲା ତାଲା

ମଣ୍ଡଳ, ୨୦।୪(ଡି.ଏନ.ଏ.)-କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ କୋଟାଙ୍ଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ଶିକ୍ଷକ ପଦ ଖାଲି ପଡିଛି। ବିଭାଗୀୟ ଅଧିକାରୀ ଏହାକୁ ସମାଧାନ ଦିଗରେ ଧ୍ୟାନ ଦେଉ ନାହାନ୍ତ। ଏହାଦ୍ୱାରା ଶିକ୍ଷା ବାଧାପ୍ରାପ୍ତ ହେଉଛି। ଶେଷରେ ଛାତ୍ରୀଛାତ୍ର ଓ ଅଭିବାବକ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି।

ଜଣ୍ଡିସ ନେଉଛି ଜୀବନ

ଜଣ୍ଡିସ ନେଉଛି ଜୀବନ

ବରଗଡ଼ ଅଫିସ୍‌,୨୦।୪-ବରଗଡ଼ ବ୍ଲକ ଅନ୍ତର୍ଗତ ପଥର୍ଲା ପଞ୍ଚାୟତ ଅନ୍ତର୍ଗତ ତୁରୁଙ୍ଗା ଗ୍ରାମରେ ଜଣ୍ଡିସ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଗତ ୧୪ତାରିଖ ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଗ୍ରାମର ଜଣେ ଜଣ୍ଡିସ୍‌ ଆକ୍ରାନ୍ତ ଅଜୟ ମହାପାତ୍ର(୨୯)ଙ୍କ ମୃତ୍ୟୁ ହୋଇଛି । ସେହିପରି ଗ୍ରାମର ଆହୁରି ଅନ୍ୟ ୧୦ଜଣ ଜଣ୍ଡିସରେ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ସୁଶାନ୍ତ ଭୋଇ(୪୮) ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଥିବାବେଳେ ବାକି ୯ଜଣ ଚିକିତ୍ସା ପରେ ଘରକୁ ଫେରିଛନ୍ତି ।

ସ୍କୁଲରେ ସିଡିରୁ ପଡି ଛାତ୍ର ମୃତ

ସ୍କୁଲରେ ସିଡିରୁ ପଡି ଛାତ୍ର ମୃତ

ସୁନ୍ଦରଗଡ, ୨୦।୪-ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ୍‌ କିଞ୍ଜିରିକେଲା ଥାନା ଅଧୀନ ବୀରକାଲଡିହିଗାଁରେ ଶୁକ୍ରବାର ଅଘଟଣ ଘଟିଛି। ଏଠାରେ ଥିବା ଆଶ୍ରମ ସ୍କୁଲରେ ସିଡିରୁ ପଡି ଜଣେ ୭ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସ୍କୁଲ କର୍ତ୍ତପକ୍ଷ ତାଙ୍କୁ ସୁନ୍ଦରଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସମଲେଶ୍ୱରୀ ଏକ୍ସପ୍ରେସ ଏସି ବଗିରେ ଧୂଆଁ

ସମଲେଶ୍ୱରୀ ଏକ୍ସପ୍ରେସ ଏସି ବଗିରେ ଧୂଆଁ

ସମ୍ବଳପୁର, ୨୦।୪ (ବ୍ୟୁରୋ)-ଝାରସୁଗୁଡା ରେଳ ଷ୍ଟେଶନ ନିକଟରେ ଶୁକ୍ରବାର ସମଲେଶ୍ୱରୀ ଏକ୍ସପ୍ରେସର ଥାର୍ଡ ଏସି ବଗିରୁ ଶର୍ଟ ସର୍କିଟ ହୋଇ ହଠାତ୍‌ ଧୂଆଁ ବାରିଛି। ଏହା ଦେଖି ବଗି ଭିତରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡିଥିଲେ।

ବଳାତ୍କାର ପଡିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଆପ୍‌ର ଦାବି

ବଳାତ୍କାର ପଡିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଆପ୍‌ର ଦାବି

ଭବାନୀପାଟଣା, ୨୦ା୪ (ଡି.ଏନ.ଏ,)- ଦେଶ ଓ ରାଜ୍ୟରେ ବଳାତ୍କାର ବଢୁଛି। ଛୋଟ ଛୋଟ ପିଲାଙ୍କୁ ବଳାତ୍କାର ପରେ ହତ୍ୟା କରିବାକୁ ଅଭିଯୁକ୍ତ ପଛାଉ ନାହାନ୍ତି। ଉତ୍ତରପ୍ରଦେଶ ଉନ୍ନାଓ ଏବଂ କାଶ୍ମୀର କାଠୁଆରେ ନାବାଳିକାଙ୍କୁ ବଳାତ୍କାର ଘଟଣା ଦେଶରେ ଚର୍ଚ୍ଚା ଓ ଲଜିତ ହୋଇଛି। ତେବେ ଏହି ଘଟଣାରେ ପ୍ରତିବାଦ କରି ଶୁକ୍ରବାର ଭବାନୀପାଟଣାରେ ଆମ୍‌ ଆଦମି ପାର୍ଟି (ଆପ୍‌) ପକ୍ଷରୁ ଶୋଭାଯାତ୍ରା ଆୟାଜିତ ହୋଇଥିଲା।

ପଦ୍ମପୁର ସହରରେ ପାନୀୟ ଜଳ ସମସ୍ୟା ଉତ୍କଟ

ପଦ୍ମପୁର ସହରରେ ପାନୀୟ ଜଳ ସମସ୍ୟା ଉତ୍କଟ

ପଦ୍ମପୁର, ୨୦। ୪ (ଡି.ଏନ.ଏ,)-ବରଗଡ ଜିଲା ପଦ୍ମପୁର ସହରରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଏହା ସାଙ୍ଗକୁ କୂଅ ପୋଖରୀ ମଧ୍ୟ ଶୁଖିବାକୁ ଲାଗିଲାଣି । ନଳକୂପରେ ଠିକ୍‌ ଭାବରେ ପାଣି ବାହାରୁ ନାହିଁ । ତାପମାତ୍ରା ବୃଦ୍ଧି ପାଇବା ଆହୁରି ସମୟ ବାକିଥିବା ବେଳେ ଏବେଠାରୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି ।

କେବେ ହଠିବ ବିଦେଶୀ ମଦ କୋଦାନ

କେବେ ହଠିବ ବିଦେଶୀ ମଦ କୋଦାନ

ରେଙ୍ଗାଲି, ୨୦।୪ (ଡି.ଏନ.ଏ)- ସମ୍ବଲପୁର ଜିଲା ରେଙ୍ଗାଲିସ୍ଥିତ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି ଏବେ ଯୋର ଧରିଛି । ବାରମ୍ବାର ଦାବି କରିବା ସତ୍ତ୍ବେ ଉକ୍ତ ମଦ ଦୋକାନଟି ସ୍ଥାନାନ୍ତର ହେଉନାହିଁ । ରେଙ୍ଗାଲି ଅଞ୍ଚଳରେ ଥିବା ବିଭିନ୍ନ ମହିଳା ସଂଗଠନ, ବିଭିନ୍ନ ଏନଜିଓ ବାରମ୍ବାର ଜିଲା ପ୍ରଶାସନକୁ ବିଦେଶୀ ମଦ ଦୋକାନର ସ୍ଥାନାନ୍ତର ପାଇଁ ଦାବି କରି ଚିଠି ଦେଲେ ମଧ୍ୟ ପ୍ରଶାସନ ଚୁପ୍‌ ହୋଇ ବସି ରହୁଛି । ଲୋକଙ୍କ ଦାବିକୁ କର୍ଣ୍ଣପାତ କରୁନାହିଁ । ଏହି ବିଦେଶୀ ମଦ ଦୋକାନଟି ଏକ ସମ୍ବେଦନଶୀଳ ସ୍ଥାନରେ ରହିଛି। ରେଙ୍ଗାଲି ହାଇସ୍କୁଲ ଛକଠାରେ ଉକ୍ତ ମଦ ଦୋକାନଟି ରହିଛି । ମଦ ଦୋକାନଟିକୁ ଲାଗି ଏକ ଫେମିଲି ରେଷ୍ଟୁରେଣ୍ଟ ରହିଛି ।

ସ୍ତ୍ରୀକୁ ଯୌତୁକ ନିର୍ଯାତନା: ସମାଧାନ ପାଇଁ ଆସିଥିବା ଶାଶୁ, ଶ୍ୱଶୁରଙ୍କୁ ଜ୍ୱାଇର ମାଡ

ସ୍ତ୍ରୀକୁ ଯୌତୁକ ନିର୍ଯାତନା: ସମାଧାନ ପାଇଁ ଆସିଥିବା ଶାଶୁ, ଶ୍ୱଶୁରଙ୍କୁ ଜ୍ୱାଇର ମାଡ

ବଡଗାଁ, ୨୦।୪ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁର ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ମାଡ ମାରି ଯୌତୁକ ନିର୍ଯାତନା ଦେଇଛନ୍ତି। ତେବେ ଏହି ଘଟଣାର ସମାଧାନ ପାଇଁ ଆସିଥିବା ଶାଶୁ, ଶ୍ୱଶୁରଙ୍କୁ ମଧ୍ୟ ସେ ଛାଡି ନାହାନ୍ତି। ସେମାନଙ୍କ ମାଡ ମାରିଛନ୍ତି। ଅଭିଯୋଗ ପରେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ହେଲେ ବଡଗାଁର ବିନୁ ରୋହିଦାସ (୨୬)।

୨୨ରେ ଓଡିଆ ନଦୀ ସମ୍ମିଳନୀ

ସମ୍ବଲପୁର, ୨୦।୪ (ବ୍ୟୁରୋ)- ଓଡିଶା ୱାଟର୍‌ ଇନିସିଏଟିଭ ଓ ମହାନଦୀ ରିଭର ୱାଟର କିପର୍ସ ପକ୍ଷରୁ ଆସନ୍ତା ୨୨ ଓ ୨୩ ଦୁଇ ଦିନିଆ ଓଡିଶା ନଦୀ ସମ୍ମିଳନୀ ଆୟୋଜିତ ହେବ । ସମ୍ବଲପୁରରେ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଅଞ୍ଚଳରୁ ନଦୀ ଅବବାହିକାର ଚାଷୀ, ମତ୍ସ୍ୟଜିବୀ, ନଦୀ ଓ ଜଳ ଉପରେ ଗବେଷଣା କରୁଥିବା ବୁଦ୍ଧିଜୀବି ଏବଂ ସ୍ବଚ୍ଛାସେବୀ ସଂଗଠନର ସାମାଜିକ କର୍ମୀମାନେ ସାମିଲ ହେବେ । ଏହି ସମ୍ମିଳନୀରେ ୬ଟି ବୈଷୟିକ, ୨ଟି ସାଧାରଣ ଅଧିବେଶନ ଓ ଗୋଷ୍ଠିଗତ ଆଲୋଚନା କରାଯିବ ।

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ୨ ଦିନ ଧରି ବଳାତ୍କାର ଅଭିଯୋଗ

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ୨ ଦିନ ଧରି ବଳାତ୍କାର ଅଭିଯୋଗ

ଭବାନୀପାଟଣା, ୨୦।୪ (ଡି.ଏନ୍‌.ଏ.)- ହଜି ଯାଉଛି ମାନବିକତା, ବଢ଼ି ଚାାଲିଛି ବର୍ବରତା। ଦିନକୁ ଦିନ ସମଗ୍ର ଦେଶରେ ବଳାତ୍କାର ବୃଦ୍ଧି ପାଉଛି। କନ୍ୟାସନ୍ତାନର ସୁରକ୍ଷା ଏବେ ପ୍ରଶ୍ନ ସୃଷ୍ଟି କରିଛି। କଳାହାଣ୍ଡି ଜିଲା ଥୁ.ରାମପୁର ଥାନା ଅଧୀନ ଏକ ଗାଁରେ ଏମିତି ଘଟଣା ଘଟିଛି। ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ତାଙ୍କ ବଡବାପା ଘରକୁ ଏକୋଇଶିଆ ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ ବଳାତ୍କାରର ଶିକାର ହୋଇଛନ୍ତି। ଜଣେ ଯୁବକ ରାସ୍ତାରୁ ଉଠାଇ ନେଇ ଦୁଇଦିନ ଧରି ବଳାତ୍କାର କରିବା ପରେ ଛାଡି ଦେଇଛନ୍ତି।