ସମ୍ବଲପୁର

ମା’ ଯେବେ ବୋଝ ହୁଏ

ମା’ ଯେବେ ବୋଝ ହୁଏ
ଝାରସୁଗୁଡ଼ା ଅଫିସ,୪।୧୨- ରବିବାର ସକାଳେ ଝାରସୁଗୁଡ଼ା ଷ୍ଟେଶନରେ ଠିଆ ହୋଇଥିବା ଏକ ପାସେଞ୍ଜର ଟ୍ରେନ୍‌ରୁ ଜଣେ ବୃଦ୍ଧାଙ୍କୁ ଠାବ କରିଛନ୍ତି ଜଣେ ରେଲୱେ କର୍ମଚାରୀ। ଉଦ୍ଧାର ପରେ ସ୍ବାଭିମାନ ଗୃହ କର୍ତ୍ତୃପକ୍ଷ ଓ ଷ୍ଟେଶନ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ହେଲେ ବେଲପାହାଡ଼ର ଇନ୍ଦିରା ମେହେର (୫୨)। ଇନ୍ଦିରାଙ୍କ ସମ୍ପର୍କୀୟ ନିଜ ମୁଣ୍ଡରୁ ବୋଝ ହାଲ୍‌କା କରିବା ପାଇଁ ତାଙ୍କୁ ଟ୍ରେନ୍‌ରେ ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି। ଯଦି ଘଟଣାଟି ସତ୍ୟ ହୋଇଥାଏ, ତେବେ ନିଜ ରକ୍ତ ସମ୍ପର୍କ କେତେ ନିଷ୍ଠୁର ହୋଇ ପାରନ୍ତି ତାହା ଏହି ଘଟଣାରୁ ପ୍ରମାଣିତ ହେଉଛି। ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲା ବେଲପାହାଡର ସ୍ବାମୀ ପରିତ୍ୟକ୍ତା ମହିଳା ଇନ୍ଦିରା ପୂର୍ବରୁ ଠକ୍କରବାପା ଆଶ୍ରମରେ କାମ ପରି ପେଟ ପୋଷୁଥିଲେ। ବୟସ ବଢିବା ସହ ସେ କାମ କରିବାରେ ଅସମର୍ଥ ହେଲେ। ହେଲେ ସ୍ବାମୀ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିବାରୁ ଇନ୍ଦିରାଙ୍କ ପାଇଁ ପୁଅ ପାଖକୁ ଯିବା ହିଁ ଏକମାତ୍ର ରାସ୍ତା ଥିଲା। କିନ୍ତୁ ପୁଅ ବିବାହ କରି ନ ଥିବା ଓ ବିବାହ ପରେ ମା’କୁ ନେଇଯିବା କହି ସ୍ବାଭିମାନ ଗୃହର ମୁଖ୍ୟ ଆନନ୍ଦିନୀ ପାଢୀଙ୍କୁ ଅନୁରୋଧ କରିଥିଲେ। ସେଥିପାଇଁ ବୃଦ୍ଧାଙ୍କୁ ଚଳିତବର୍ଷ ଫେବୃୟାରୀ ୨୫ ତାରିଖରେ ସ୍ବାଭିମାନ ଗୃହରେ ରଖାଯାଇଥିଲା। କ୍ରମେ ପୁଅ ବିବାହ କରିଥିଲେ ମଧ୍ୟ ମା’କୁ ନିଜ ପାଖକୁ ନେବା ପାଇଁ ଇଚ୍ଛା ପ୍ରକାଶ କରି ନ ଥିଲେ। ଶେଷରେ ନଭେମ୍ବର ୩୦ ତାରିଖରେ ଇନ୍ଦିରାଙ୍କୁ ଚିକିତ୍ସା କରିବାକୁ କହି ପୁଅ ତାଙ୍କୁ ସ୍ବାଭିମାନ ଗୃହରୁ ନେଇଥିଲେ। ହେଲେ ରବିବାର ଇନ୍ଦିରାଙ୍କୁ ଏକ ବାତିଲ ହୋଇଥିବା ପାସେଞ୍ଜର ଟ୍ରେନ୍‌ ବଗିରୁ ଉଦ୍ଧାର କରାଯାଇଥିଲା। ଷ୍ଟେଶନ ମ୍ୟାନେଜର ଟି. ନାଏକଙ୍କଠାରୁ ଖବର ପାଇ ସ୍ବାଭିମାନ ଗୃହର ମୁଖ୍ୟ ପାଢୀ ଇନ୍ଦିରାଙ୍କ ପୁଅକୁ ଯୋଗାଯୋଗ କରିଥିଲେ। କିନ୍ତୁ ପୁଅ କହିଲେ, ମା’କୁ ଚିକିତ୍ସା ପାଇଁ ଭଉଣୀ ପାଖରେ ଛାଡିଥିଲି। ସେ ଏପରି କରିଥାଇପାରେ। ବର୍ତ୍ତମାନ ପୁଅ ମଧ୍ୟ ମା’କୁ ନେବାପାଇଁ ମନା କରି ଦେଇଥିବା ପାଢୀ କହିଛନ୍ତି। ଏ ବାବଦରେ ଡାକ୍ତରଖାନା ପକ୍ଷରୁ ଝାରସୁଗୁଡ଼ା ଟାଉନଥାନାକୁ ଅବଗତ କରାଯାଇଛି। ଅନ୍ୟପକ୍ଷରେ ବେଲପାହାଡ ପୋଲିସ ସହ କଥାବାର୍ତ୍ତା କରି ରାସ୍ତା ବାହାର କରିବାକୁ କହିଛନ୍ତି ସ୍ବାଭିମାନ ଗୃହର ମୁଖ୍ୟ ଆନନ୍ଦିନୀ ପାଢୀ।
All Right Reserved By

ସମ୍ବଲପୁର

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ୨୫ ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି ଉଦ୍ୟମ

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ୨୫ ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି ଉଦ୍ୟମ

ସୁନ୍ଦରଗଡ଼, ୨୧।୧୧ (ଡି.ଏନ୍‌.ଏ.) -ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆଦିବାସୀ ଦମ୍ପତିଙ୍କୁ ପ୍ରଲୋଭିତ କରି ଏକ ଘରୋଇ ନର୍ସିଂହୋମର  ଜଣେ ନର୍ସ ୨୫ହଜାର ଟଙ୍କାରେ ଶିଶୁପୁତ୍ର କିଣିବା ପାଇଁ ଉଦ୍ୟମ କରିଥିଲେ।

ସହରୀ ଗ୍ୟାସ୍‌ ବିତରଣ ନେଇ ପ୍ରୟାସ ଆରମ୍ଭ

ସହରୀ ଗ୍ୟାସ୍‌ ବିତରଣ ନେଇ ପ୍ରୟାସ ଆରମ୍ଭ

ରାଉରକେଲା ଅଫିସ,୨୧।୧୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ରେ ଦିଲୀ ବିଜ୍ଞାନ ଭବନରେ ସହରୀ ଗ୍ୟାସ ବିତରଣ ପ୍ରକଳ୍ପ (ସିଜିଡି)ର ଭତ୍ତିପ୍ରସ୍ତର ସ୍ଥାପନ ତଥା ଶୁଭାରମ୍ଭ କରିବେ।

କର୍ମଚାରୀ ଅଭାବରୁ ଆରଏମସିରେ ଅଚଳାବସ୍ଥା

କର୍ମଚାରୀ ଅଭାବରୁ ଆରଏମସିରେ ଅଚଳାବସ୍ଥା

ରାଉରକେଲା ଅଫିସ,୨୧।୧୧- ରାଉରକେଲା ମହାନଗର ନିଗମ(ଆରଏମସି)ରେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ଅଭାବ ଏହାକୁ ଅଚଳାବସ୍ଥାରେ ରଖିଛି। ପରିମଳ ବ୍ୟବସ୍ଥା ସମେତ ଅନ୍ୟ କାର୍ଯ୍ୟଗୁଡିକ ଆଗେଇ ପାରୁନି। 

ଲୋକଙ୍କୁ ପରାମର୍ଶ ଦେଲେ, ନିଜେ କିନ୍ତୁ ଭୁଲ୍‌ କଲେ

ଲୋକଙ୍କୁ ପରାମର୍ଶ ଦେଲେ, ନିଜେ କିନ୍ତୁ ଭୁଲ୍‌ କଲେ

ରାଉରକେଲା ଅଫିସ,୨୧।୧୧- ସରକାରୀ ସ୍ତରରେ ସ୍ବଚ୍ଛତା ଉପରେ ଗୁରୁତ୍ୱାରୋପ କରାଯାଉଛି। ହେଲେ କାମରେ ପାଳନ କରା ଯାଉନି। ଲୋକ ଦେଖାଣିଆ ଭାବେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ କେବଳ ପରାମର୍ଶ ପ୍ରଦାନ କରାଯାଉଛି। 

ବିପାସାଙ୍କୁ ଭାରୋତ୍ତଳନରେ ସ୍ବର୍ଣ୍ଣ

ବିପାସାଙ୍କୁ ଭାରୋତ୍ତଳନରେ ସ୍ବର୍ଣ୍ଣ

ରାଉରକେଲା ଅଫିସ,୨୧।୧୧-ବାସନ୍ତୀ କଲୋନୀ ବାସିନ୍ଦା ମଧୁମିତା ଦାସ ଓ ମନୋଜ ଦାସଙ୍କ ଝିଅ ବିପାଶା(୮ମ ଶ୍ରେଣୀ)ଙ୍କୁ ଭାରୋତ୍ତଳନରେ ସଫଳତା ମିଳିଛି।

କୋଶଳ ରାଜ୍ୟ ଦାବିର ସମାଧାନ କରାଯାଉ

କୋଶଳ ରାଜ୍ୟ ଦାବିର ସମାଧାନ କରାଯାଉ

ରାଉରକେଲା ଅଫିସ,୨୧।୧୧: କୋଶଳ ଜନତା ଦଳ (କେଜେଡି) ବରଗଡରେ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଛି। କୋଶଳ ପ୍ରଦେଶ ଦାବି ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଛି। କେଜେଡିର ରାଜ୍ୟ ସଭାପତି ବୈଦ୍ୟନାଥ ମିଶ୍ର ଓ ସାଧାରଣ ସମ୍ପାଦକ ଚକ୍ରାନ୍ତ ଜେନା ଆଚାର୍ଯ୍ୟଙ୍କୁ ଭେଟିଥିଲେ।

ଚୋରି ଅଭିଯୋଗରେ୨୩ ଗିରଫ

ଚୋରି ଅଭିଯୋଗରେ୨୩ ଗିରଫ

ରାଉରକେଲା ଅଫିସ,୨୧।୧୧: ରାଉରକେଲାର ବିଭିନ୍ନ ଥାନା ପୋଲିସ ୫ଜଣ ବାଇକ୍‌ ଲୁଟେରା, ୨ ସୁନା ଚୋର ଓ ମାଷ୍ଟର ମାଇଣ୍ଡ ସହ ୨୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୨ଜଣ ଅଟୋ ଚୋର ରହିଛନ୍ତି। ୩୧ଟି ବାଇକ, ଗୋଟିଏ ଅଟୋ ଓ ୮ଟି ସୁନା ଚେନ ଜବତ କରାଯାଇଛି।

ଲଖନପୁର ତହସିଲ ଅଫିସ ଘେରିଲେ ଚାଷୀ

ଲଖନପୁର ତହସିଲ ଅଫିସ ଘେରିଲେ ଚାଷୀ

ଲଖନପୁର,୨୧।୧୧(ଡି.ଏନ୍‌.ଏ.)-ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଖରିଫ ଧାନ ଫସଲ କ୍ଷତିଗ୍ରସ୍ତ ହୋଇ ମରୁଡି ପରିସ୍ଥିତି ଦେଖା ଦେଇଛି । ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଲଖନପୁର ବ୍ଲକ୍‌ ଅଞ୍ଚଳର ଚାଷଜମି ଅଣ ଜଳସେଚିତ। ସ୍ବ

 କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ଚାମ୍ପିୟନ

କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ଚାମ୍ପିୟନ

ଉଲୁଣ୍ଡା, ୨୦ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସାନ ଅଙ୍କରିଆଠାରେ ଗତ ତିନିଦିନ ଧରି ଚାଲିଥିବା ମା’ କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳରେ କୋଟସମଲାଇକୁ ହରାଇ ସୋନପୁର ଜୟ ଦୁର୍ଗା କ୍ଲବ ଚାମ୍ପିୟନ ହୋଇଛି। ସ୍ଥାନୀୟ ମା’ କନ୍ଧେନ ବୁଢୀ କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲରେ ସୋନପୁର ଖେମାଲୋଏକୁ ହରାଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ପାତ୍ରପାଲିକୁ  ହରାଇ କୋଟସମଲାଇ ଦଳ ଫାଇନାଲରେ ପ୍ରବେଶ କରିଥିଲା।

କଠିନ ପରିଶ୍ରମ କଲେ ସଫଳତା ସୁନିଶ୍ଚିତ

କଠିନ ପରିଶ୍ରମ କଲେ ସଫଳତା ସୁନିଶ୍ଚିତ

 ସୋନପୁର,୨୦।୧୧(ନି.ପ୍ର.): ସୋନପୁର ବ୍ଲକ ଖମ୍ବେଶ୍ୱରୀପାଲିସ୍ଥିତ ମା’ ମାହେଶ୍ୱରୀ ଜୁନିୟର କଲେଜର ରୌପ୍ୟ ଜୟନ୍ତୀ ଉତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରହଲ୍ଲାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ସଭା ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଏମ୍‌ପି କଲିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥିଭାବେ ଯୋଗଦେଇ ବର୍ତ୍ତମାନର ପ୍ରତିଯୋଗିତାମୂଳକ ଦୁନିଆରେ ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ।

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଓକିଲଙ୍କ ଆନ୍ଦୋଳନ, କୋର୍ଟ ବନ୍ଦ

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଓକିଲଙ୍କ ଆନ୍ଦୋଳନ, କୋର୍ଟ ବନ୍ଦ

  ସୋନପୁର,୨୦।୧୧(ନି.ପ୍ର.): ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ଜୋର ଧରିଛି। ଆଇନଜୀବୀମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।

ମିଳିତ ଚଢାଉ: ୧ ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ

ମିଳିତ ଚଢାଉ: ୧ ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ

ଦେବଗଡ଼,୨୦।୧୧ (ସ୍ବ.ପ୍ର.)- ଦେବଗଡ଼ ପୋଲିସ, ବନ ବିଭାଗ, ରାଜସ୍ବ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ କଂସର ଫାଣ୍ଡି ଦେବଗଡ଼ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତୁରାଙ୍ଗ ଜଙ୍ଗଲରେ ୧ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଥିବା ଜଣାପଡିଛି।