ସମ୍ବଲପୁର

ଦୁର୍ଘଟଣାରେ ଜଣେ ମୃତ: ୨ ଘଣ୍ଟା ରାସ୍ତାରୋକୋ

ଦୁର୍ଘଟଣାରେ ଜଣେ ମୃତ: ୨ ଘଣ୍ଟା ରାସ୍ତାରୋକୋ

କଣ୍ଟାମାଳ,୪।୧୨(ଡି.ଏନ୍‌.ଏ.)- ଶନିବାର ରାତିରେ ଏକ କାର୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଓ ଅନ୍ୟଜଣେ ଗୁରୁତର ଆହତ ହେବା ଘଟଣାକୁ ନେଇ ବୌଦ୍ଧ ଜିଲା ଖଟଖଟିଆଠାରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ମନମୁଣ୍ଡ-କଣ୍ଟାମାଳ ରାସ୍ତାର ଖଟଖଟିଆଠାରେ ରବିବାର ୨ ଘଣ୍ଟା ରାସ୍ତାରୋକୋ କରିଥିଲେ। ସୂଚନା ଅନୁଯାୟୀ, ଶନିବାର ରାତି ୮ଟାରେ ଖଟଖଟିଆ ଗାଁର ବୀରକିଶୋର କର୍ଣ୍ଣ (୨୨) ଓ ତ୍ରିଲୋଚନ ବାଘ (୨୦) ଗାଁ ପୋଖରୀରୁ ଶୌଚ ହୋଇ ଫେରୁଥିଲେ। ଗାଁର ଗୁଡ଼ି ପାଖରେ ସେମାନଙ୍କ ପଛରୁ ଆସୁଥିବା ଓଡି୨୭-ଏ୦୪୪୪ନଂ ଇଣ୍ଡିକା କାର୍‌ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣାସ୍ଥଳରୁ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ। ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ଜିଲା ମୁଖ୍ୟ ଡାକ୍ତରଖାନା ଆଣିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ବୀରକିଶୋରଙ୍କୁ ବୁର୍ଲା ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ବୀରକିଶୋରଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ସକାଳେ ଉତ୍ତେଜନା ପ୍ରକାଶ ପାଇଥିଲା। ସମସ୍ତ ଦୋକାନ ବଜାର ବନ୍ଦ ହେବା ସହ ଲୋକେ ଟାୟାର ଜାଳି ଅପରାହ୍ନ ୨ଟାରୁ କଣ୍ଟାମାଳ-ମନମୁଣ୍ଡା ରାସ୍ତା ଅବରୋଧ କରିଥିଲେ। ଡ୍ରାଇଭାରଙ୍କୁ ଗିରଫ କରିବା ସହ ବୀରକିଶୋରଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଘଟଣାସ୍ଥଳରେ ଆଇଆଇସି ଉମାକାନ୍ତ ପ୍ରଧାନ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଆନ୍ଦୋଳନକାରୀଙ୍କୁ ବୁଝାଶୁଝା ପରେ ଅପରାହ୍ନ ୪ଟାରେ ରାସ୍ତାରୋକୋ ହଟିଥିଲା।

All Right Reserved By

Model This Week

ନିକିତା

ସମ୍ବଲପୁର

ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା

ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା

ପୁତୁରାଙ୍କୁ ଆଜୀବନ ଜେଲଝାରସୁଗୁଡ଼ା ଅଫିସ,୨୩ା୪-ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ୍‌ ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ଡର ରାୟ ସୋମବାର ପ୍ରକାଶ ପାଇଛି। ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ପୁତୁରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅତିରିକ୍ତ ଜିଲା ଓ ଦୌରାଜଜ ସୌମେନ୍ଦ୍ର କୁମାର ରାଜଗୁରୁ ମାମଲାର ବିଚାର କରି ଅଭିଯୁକ୍ତ ପୁତୁରା ସୁରଥ ଖଣ୍ଡାଙ୍କୁ ଆଜୀବନ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦାୟ ହେଲେ ଅତିରିକ୍ତ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି ।

ଖରାମାଡେ ଅଥାଥାଲି ହେଉଛେ ଜନଜୀବନ୍‌

ଜାମଟିକ୍ରା, ୨୪।୪ (ଡି.ଏନ.ଏ): ଅତାବିରା ଅଂଚଲରେ ଦିନୁଦିନ୍‌କେ ତାତି ବଢ଼୍‌ବାରେ ଲାଗିଛେ। ମୁଡ଼୍‌ଫଟା ଖରା ସଂଗେ ଗୁଲ୍‌ଗୁଲିର ଲାଗି ଲୋକ୍‌ ବି ବେହାଲ ହେଇଯାଉଛନ୍‌। ଅଂଚଲରେ ବାର୍‌ବାର୍‌ ବିଦୁତ୍‌ କାଟ୍‌ ହେଉଛେ। ବାହାରକେ ବାହାରିଲେ ୪୦ରୁ ୪୨ ଡିଗ୍ରୀ ତାପ୍‌। ଦିନର ୧୦ ବଜେ ପରେ ଭଟାକେ ବାହାର୍‌ବାର ବହୁତ୍‌ କଷ୍‌ଟ ହେଉଛେ। ଛତା, ଜୁତା, ଉଦା ଗାମ୍‌ଛା, ପାଏନ୍‌ ବୁତଲ, ଚଷମା, ଟୁପି କିଛି କାମ୍‌ ନାଇଁଦେବାର। ନିହାତି ଦର୍‌କାର ଥିଲେ ଲୋକ୍‌ ଇ ସବୁ ସାଜୋସାମାନ୍‌ ଧରି ଘରୁ ଭଟାକେ ବାହାରୁଛନ୍‌। ହେଲେ ବି ଖରାର୍‌ ଦାଉରୁ ତ୍ରାହି ନାଇଁ ମିଲ୍‌ବାର। ଗଲା କେତେ ଦିନ୍‌ ହେଲା ଅତାବିରାର ତାପ୍‌ମାନ୍‌ ୪୧ରୁ ୪୨ ଡିଗ୍ରୀ ଉପ୍‌ରେ ରହୁଛେ। ଖରାର୍‌ ମାଡେ ଭୂତଲ୍‌ ପାଏନ୍‌ ବି କମ୍‌ବାରେ ଲାଗିଛେ। ଇ ଅଂଚଲରେ ପାଏନ୍‌ ସଁକଟ୍‌ ଲାଗି ମାଏଝିମାନେ ମୁଡ଼ଫଟା ଖରାରେ ଭିଲ୍‌ ପାଏନ୍‌ ଲାଗି ନଲଚୁଅ। ଆଘେ ଲାଇନ୍‌ ଲମଉଛନ୍‌। ଆର୍‌ଗୁଟେ ଆଡେ ଖରା ତାତିକେ ଦେଖି ବେପାରିମାନେ ପାଏନ୍‌ ପାଉଚ୍‌ ଗୁଟା ୨ଟଁକା, ପାଏନ୍‌ ବୁତଲ ୨୦ ଟଁକା, ତରଭୁଜ୍‌ କେଜି ୧୦ଟଁକା, କୁସେର ରସ୍‌ ଆର୍‌ ଲସି ଗ୍ଲାସ ୧୫ରୁ ୨୫ଟଁକାରେ ବିକ୍‌ରି ହେଉଛେ।

ରେଳ ବିଭାଗକୁ ଅବଗତ କଲା ବନ ବିଭାଗ ବାଗଡିହିରେ ବୁଲୁଛନ୍ତି ୪ ହାତୀ

ଝାରସୁଗୁଡ଼ା ଅଫିସ,୨୪ା୪- ହାଓଡା-ମୁମ୍ବାଇ ମେଲ ଟ୍ରେନ୍‌ରେ କଟି ୪ ହାତୀର ମୃତ୍ୟୁ ହେବାପରେ ବନ ବିଭାଗର ଚେତା ପଶିଛି। ଅପରପକ୍ଷରେ ରେଳ ବିଭାଗ ମଧ୍ୟ ଏହି ଘଟଣା ପରେ ସତର୍କ ହୋଇଯାଇଛି। ଜାତୀୟସ୍ତରରେ ଉଭୟ ବନ ବିଭାଗ ଏବଂ ରେଳ ବିଭାଗ ସମାଲୋଚିତ ହେବା ପରେ ବିଭାଗୀୟ ଅଧିକାରୀମାନେ ସଚେତନ ହୋଇଛନ୍ତି। କାରଣ ବର୍ତ୍ତମାନ ଝାରସୁଗୁଡ଼ା ଜିଲା ବାଗଡିହି ରେଞ୍ଜ ଅଞ୍ଚଳରେ ୪ଟି ହାତୀ ବୁଲୁଥିବା ବନ ବିଭାଗ ନଜରକୁ ଆସିଛି। ହାତୀ ବୁଲୁଥିବା ନଜରକୁ ଆସିବା ପରେ ତୁରନ୍ତ ବାଗଡିହି ରେଞ୍ଜ୍‌ ତରଫରୁ ଟ୍ରେନ୍‌ର ଗତି ସେହି ଅଞ୍ଚଳରେ ହ୍ରାସ କରିବାକୁ ବାଗଡିହି ଷ୍ଟେଶନକୁ ସୂଚନା ପ୍ରଦାନ କରାଯାଇଛି। ବାଗଡିହି ଷ୍ଟେଶନରୁ ସୂଚନା ପାଇଁ ଝାରସୁଗୁଡ଼ା ଷ୍ଟେଶନ କର୍ତ୍ତୃପକ୍ଷ ପ୍ରତ୍ୟେକ ଟ୍ରେନର ଲୋକ ପାଇଲଟଙ୍କୁ ସତର୍କ କରାଉଛନ୍ତି। ଗାଡିର ଗତି ହ୍ରାସ କରିବା ସହ ସତର୍କତାର ସହ ଟ୍ରେନ୍‌ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଉଛି।

ନିର୍ଦ୍ଧାରିତ ମୂଲ୍ୟରୁ ଚଢ଼ା ଦରରେ ମଦ ବିକ୍ରି

ଜୁନାଗଡ,୨୪।୪ (ଡି.ଏନ୍‌.ଏ)କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ବିଦେଶୀ ମଦ ଦୋକାନଗୁଡିକରେ ମଦ ନିର୍ଦ୍ଧାରିତ ମୂଲ୍ୟଠାରୁ ଚଢାଦରରେ ବିକ୍ରି ହେଉଛି। ଏହି ଚଢା ଅର୍ଥ ମଦ ଦୋକାନ ମାଳିକଙ୍କ ସମେତ ଅବକାରୀ ଓ ପୋଲିସ ବିଭାଗ କର୍ମଚାରୀଙ୍କ ପକେଟକୁ ଯାଉଛି।

ଦୁଇଗୁନ୍‌ ହେଉଛେ ପାଏନ୍‌ ସମସିଆପିଇଲା ପାଏନ୍‌ ଲାଗି ସିଏମଓ ଗ୍ରିଭେନ୍ସରେ ଅଭିଯୋଗ

ଲାଠୋର ୨୪ା୪ (ଡି.ଏନ.ଏ)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଅଧିନ୍‌ କରୁଅଁ।ଝର ପନ୍‌ଚେତ୍‌ର ସାନଗୁର୍ଜିଭଟା ଗଁ।। ଇ ଗଁ।ରେ ବଛର ବଛର ହେଲା ପିଇଲା ପାଏନ୍‌ ସମସିଆ ଲାଗି ରହିଛେ। ସମସିଆଟା ତୁଟ୍‌ବାର ଜାଗାରେ ଦୁନୁଦିନ୍‌କେ ଗୁରୁତର ହେବାକେ ଯାଉଛେ ବଲି ଗଁ।ବାସୀ ଅଭିଯୋଗ୍‌ କରିଛନ୍‌। ବାର୍‌ବାର୍‌ ପର୍‌ଶାସନକେ ଜନାଲା ଉତ୍‌ରୁ ସି.ଏମ.ଓ ଗ୍ରିଭେନ୍ସରେ ଗୁହାରୀ କରାଯାଇଛେ।

ଗଁ । ଜଂଗଲ କଟା ଘଟ୍‌ନା ଧିଆନ ନାଇଁଦେବାର ବନ୍‌ବିଭାଗ୍‌

ଲୋଇସିଂହା,୨୪ । ୪(ଡି.ଏନ.ଏ)- ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ୍‌ ବଡ଼ଟିକା ପନ୍‌ଚେତ ଅଧୀନ୍‌ ଲରମ୍ଭାମୁଣ୍ଡା ଗଁ । ଅର୍‌ ସଂରକ୍ଷିତ୍‌ ଜଂଗଲରୁ ବେଆଇନ ଭାବେ ବହୁତ୍‌ ଦାମିକା ଗଛ୍‌ କାଟି ଚୁରା ଚାଲାନ କରାଯାଉଛେ। ଥାନୀୟ ଅଧିବାସୀକଁର ଅଭିଯୋଗ୍‌କେ ଆଧାର କରି ଗଣମାଧ୍ୟମରେ ଖବର ପର୍‌କାଶ ପାଇଥିଲା। ତାରପରେ ଭିଲ୍‌ ବନ୍‌ ବିଭାଗ୍‌ ଘଟ୍‌ନା ଉପରେ ଧିଆନ୍‌ ନାଇଁ ଦେଇକରି ଜଂଗଲ ମାଫିଆକୁ ଦୟା ଦେଖଉଥିବାର ଅଭିଯୋଗ୍‌ କରିଛନ୍‌ ଥାନୀୟ ଲୋକ୍‌। ବନ୍‌ବିଭାଗ୍‌ର ଇ ପର୍‌କାର ଆଚରନ୍‌କେ ନେଇ ଥାନୀୟ ଅଂଚଲରେ ବଡ଼ଭାରି ଅସନ୍‌ତୋଷ ଦେଖାଦେଇଛେ। ଲରମ୍ଭାମୁଣ୍ଡା ଗଁାରେ ଶିବ ଦେଉଲ ତିଆରି କାମ୍‌ ଚାଲିଛେ।

ସାମୂହିକ ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କୁ ନିବେଦନ

ସାମୂହିକ ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କୁ ନିବେଦନ

ନୂଆପଡ଼ା ଅଫିସ,୨୪ା୪ କୋମନା ବ୍ଲକ ରେଙ୍ଗ ଗାଁର ଗୋପାଳ ଅହୀରଙ୍କ ପରିବାର ଲୋକେ ନ୍ୟାୟ ବ୍ୟବସ୍ଥାରୁ ବିଶ୍ୱାସ ହରାଇଥିବା ଦର୍ଶାଇ ଶେଷରେ ସାମୂହିକ ଇଚ୍ଛାମୃତ୍ୟୁ କରିବେ ବୋଲି ଜିଲାପାଲଙ୍କ ନିକଟରେ ନିବେଦନ କରିଛନ୍ତି।ପ୍ରକାଶ ଯେ, ସ୍ଥାନୀୟ ରେଙ୍ଗ ଗାଁର ପ୍ରେମଲାଲ ଅହୀର ନିଜ ପୈତୃକ ସମ୍ପତ୍ତିର ଆବଣ୍ଟନ ସକାଶେ ଆଜିକୁ ୧୯ବର୍ଷ ତଳେ ନୂଆପଡ଼ା ସିଭିଲ କୋର୍ଟ(ଏସଆଇ ୩୭ା୨୧-୯୯)ର ଦ୍ୱାରସ୍ଥ ହୋଇଥିଲେ। ୨୦୦୪ରେ ଏହା ଉପରେ ନିର୍ଦ୍ଦେଶ ପାଇଥିଲେ।

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ଟ୍ରାଫିକ୍‌ ନିୟମରେ ସଚେତନ ହେଲେ ଦୁର୍ଘଟଣା ହ୍ରାସ ପାଇବ

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ଟ୍ରାଫିକ୍‌ ନିୟମରେ ସଚେତନ ହେଲେ ଦୁର୍ଘଟଣା ହ୍ରାସ ପାଇବ

ସୋନପୁର,୨୪।୪(ନି.ପ୍ର.)- ସୁବର୍ଣ୍ଣପୁରରେ ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଜିଲାପାଳ ଦାଶରଥି ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜନସାଧାରଣ ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନ ହେଲେ ଦୁର୍ଘଟଣା ବହୁ ପରିମାଣରେ ହ୍ରାସ ପାଇବ ବୋଲି କହିଥିଲେ। ସେହିପରି ଗାଡି ଚାଳନା ବେଳେ ଚାଳକମାନେ ସଜାଗ ରହିଲେ ଦୁର୍ଘଟଣାକୁ କେତେକାଂଶରେ ଏଡାଯାଇ ପାରିବ ବୋଲି ଜିଲାପାଳ ମତ ଦେଇଥିଲେ।

ଷ୍ଟିଲ୍‌ସିଟିରେ ର଼୍ୟାମ୍ପ ଶୋ

ଷ୍ଟିଲ୍‌ସିଟିରେ ର଼୍ୟାମ୍ପ ଶୋ

ରାଉରକେଲା ଅଫିସ, ୨୪। ୪-ଷ୍ଟିଲସିଟି ରାଉରକେଲାରେ ଆୟୋଜିତ ପ୍ରଥମ ‘ରାଉରକେଲା ଫ୍ୟାଶନ ୱିକ’ ଶେଷ ହୋଇଛି। ଇସ୍ପାତ୍‌ ସହରରେ ପ୍ରଥମ କରି ଆୟୋଜିତ ହୋଇଥିବା ଏହି ଫ୍ୟାଶନ ଶୋ ରେ ନାମୀଦାମୀ ଡିଜାଇନରଙ୍କ ସ୍ବତନ୍ତ୍ର କଲେକ୍ସନରେ ର଼୍ୟାମ୍ପ ଶୋ ଅନୁଷ୍ଠିତ ହୋଇଥିଲା

ସିରିଡିରୁ କଣ୍ଟାବାଞ୍ଜିକୁ ପଦଯାତ୍ରା

ସିରିଡିରୁ କଣ୍ଟାବାଞ୍ଜିକୁ ପଦଯାତ୍ରା

ନୂଆପଡ଼ା ଅଫିସ,୨୪ା୪ମନରେ ଅସୁମାରୀ ଆଶା ଆଉ ପ୍ରଗାଢ ଈଶ୍ୱର ବିଶ୍ୱାସ। ମନ୍ଦିରଟିଏ ପ୍ରତିଷ୍ଠା କରିବେ। ଏହି ଦୃଢ଼ ବିଶ୍ୱାସ ମନରେ ପୋଷଣ କରି ପୁଟୁଳି ବାନ୍ଧି ସୁଦୂର ସିରିଡିରୁ କଣ୍ଟାବାଞି ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି କଣ୍ଟାବାଞିର ନଟୱର ସୋନି ।

ପାଣି ଅଭାବ, ଉଜୁଡ଼ି ଯାଉଛି ଫସଲ

ପାଣି ଅଭାବ, ଉଜୁଡ଼ି ଯାଉଛି ଫସଲ

ବରଗଡ଼ ଅଫିସ୍‌,୨୪।୪କେନାଲ କଡରେ ଜମି ଥାଇ ମଧ୍ୟ କ୍ଷେତକୁ ପାଣି ପହଞ୍ଚୁ ନ ଥିବାରୁ ଚାଷୀଙ୍କ ଫସଲ ଉଜୁଡ଼ି ଯାଉଛି। ବରଗଡ଼ ଜିଲାର ହୀରାକୁଦ ଜଳସେଚିତ ଭେଡ଼େନ ବ୍ଲକରେ ଏଭଳି ପରିସ୍ଥିତି ଉପୁଜିଛି। କେନାଲ ତଳମୁଣ୍ଡକୁ ପାଣି ପହଞ୍ଚୁ ନ ଥିବା ଯୋଗୁ ଅଞ୍ଚଳର ଶହ ଶହ ହେକ୍ଟର ଜମିର ମାଟି ଫାଟି ଆଁ କଲାଣି।

ସଁକଟ୍‌ରେ ତୁରି, ମୁହୁରୀ ବଜ୍‌ନିଅଁ। ସମାଜ୍‌

ସଁକଟ୍‌ରେ ତୁରି, ମୁହୁରୀ ବଜ୍‌ନିଅଁ। ସମାଜ୍‌

ଜାମଟିକ୍ରା, ୨୪।୪ (ଡି.ଏନ.ଏ)ଆଘ୍‌ଲାନୁ ପୂଜା, ବିହାଘର, ବରୁଘର ବାଗିର୍‌ ଶୁଭ୍‌ କାଯ୍‌ମାନ୍‌କେ ତୁରୀ, ମୁହୁରୀ ବାଜୁଥିଲା। ବଜା, ତୁରୀ, ମୁହୁରୀ ନାଇଁ ବାଜ୍‌ଲେ ଶୁଭ୍‌ କାମ୍‌ଟା ଅଧ୍‌ପନ୍‌ତରିଆ ହେଉଥିଲା। ଇ ସବୁ ସାଜୋସାମାନ୍‌ ବିହାବର୍‌ପନ୍‌ରେ ବଜାବାକେ କାହାରଠାନୁ ଅନୁମତି ମାଗ୍‌ବାକେ ନାଇଁ ପଡ଼ୁଥାଇ। ହେଲେ ଏହେଦେ ସମିଆ ବଦଲି ଯାଇଛେ। ସମିଆ ବଦ୍‌ଲିବାର ସଂଗେ ରୀତିନୀତିରେ ଭିଲ୍‌ ଫରକ୍‌ ଆସିଛେ। ଲୋକ୍‌ ଆଏଜ୍‌କାଲି ପୂଜା କି କେହେନ୍‌ସି ଶୁଭ୍‌ କାଯ୍‌ କଲେ ବଜାଗଜା, ତୁରୀ, ମୁହୁରୀ ବଜାଲିକୁ ନାଇଁ ଖୁଜ୍‌ବାର। ଏହେଦେ ଇ ସବୁର ଠାନ୍‌ ନେଇଛେ ଆଧୁନିକ୍‌ ଡିଜେ ସାଉଣ୍ଡ ସିଷ୍ଟମ୍‌।