ଜୀବନଚର୍ଯ୍ୟା |

ଟିନି ରୋବୋ

ଟିନି ରୋବୋ

ବିଭିନ୍ନ କ୍ଷେତ୍ରରେ ଆଜିକାଲି ରୋବୋକୁ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏପରି କି କେତେକ ଜଟିଳ ଅପରେଶନ ଭଳି କାମରେ ଏହାର ସହଯୋଗର ଉଦାହରଣ ମଧ୍ୟ ରହିଛି। ନିକଟରେ ଆଉ ଏକ କ୍ଷେତ୍ରରେ ଏହା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମତବ୍ୟକ୍ତ କରିଛନ୍ତି ଆମେରିକୀୟ ବିଶେଷଜ୍ଞମାନେ। ସେମାନେ ଏଭଳି ଏକ ଛୋଟ (ଟିନି) ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା ମାଂସପେଶୀ ସେଲ୍‌କୁ ମଜଭୁତ କରିବ। ଉକ୍ତ ରୋବୋକୁ ବାହୁରେ ବାନ୍ଧିବା ପରେ ତାହା କାର୍ଯ୍ୟ କରିବା ଆରମ୍ଭ କରିଥାଏ। ଯେଉଁମାନେ ମାଂସପେଶୀଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନେ ଏହାକୁ ବ୍ୟବହାର କରି ସେଥିରୁ ଉପଶମ ପାଇପାରିବେ ବୋଲି ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

All Right Reserved By

ଜୀବନଚର୍ଯ୍ୟା |

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି। ଏହା ଖୁବ୍‌ ମାରାତ୍ମକ ହୋଇଥିବାରୁ ଅନେକ ଲୋକ ଏହାର ନାଁ ଶୁଣି ଡରିଯାଆନ୍ତି। । ହେଲେ ଏଭଳି କିଛି ଘରୋଇ ଉପଚାର ଅଛି ଯାହାଦ୍ୱାରା ଡେଙ୍ଗୁଠାରୁ ଦୂରେଇ ରହିପାରିବା।

ସ୍ବାସ୍ଥ୍ୟ ସୂଚନା

ସ୍ବାସ୍ଥ୍ୟ ସୂଚନା

* ଯେତେ ସମ୍ଭବ ରାତି ୮ଟା ପୂର୍ବରୁ ରାତ୍ରି ଭୋଜନ ଶେଷ କରନ୍ତୁ। ଏହାଦ୍ୱାରା ଖାଇଥିବା ଖାଦ୍ୟ ସହଜରେ ହଜମ ହୋଇଥାଏ। କେବଳ ସେତିକି ନୁହେଁ ଏହାଦ୍ୱାରା ଭଲ ନିଦ ମଧ୍ୟ ହୁଏ। ରାତ୍ରି ଭୋଜନରେ ହାଲୁକା ଖାଦ୍ୟ ସାମିଲ କରନ୍ତୁ।

ଅନିଦ୍ରା ସମସ୍ୟାକୁ ଦୂର କରେ ଯୋଗନିଦ୍ରା

ଅନିଦ୍ରା ସମସ୍ୟାକୁ ଦୂର କରେ ଯୋଗନିଦ୍ରା

ଅନେକଙ୍କୁ ରାତିରେ ନିଦ ନ ହେବା ଅତି ସାଧାରଣ କଥା ହୋଇଯାଇଛି। ସେଥିପାଇଁ କେହି କେହି ରାତିରେ ନିଦ ବଟିକା ଖାଉଥିବାବେଳେ ଅନ୍ୟ କେହି ନିଦ ଆସିବାର ନାନା ଉପାୟ ଅବଲମ୍ବନ କରିଥାନ୍ତି। ତେବେ ଯୋଗାସନରେ ରହିଛି ଏହାର ସମାଧାନ ।

ସକାଳୁ କାହିଁକି ପିଇବେ ତ୍ରିଫଳା ପାଣି...

ସକାଳୁ କାହିଁକି ପିଇବେ ତ୍ରିଫଳା ପାଣି...

ସକାଳୁ ନିତ୍ୟକର୍ମ ପରେ ତ୍ରିଫଳା ପାଣି ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ହରିଡ଼ା, ବାହାଡ଼ା ଓ ଅଁଳାକୁ ଗୋଟା କିମ୍ବା ଚୂର୍ଣ୍ଣ କରି ରାତିରେ ଏକ ଗ୍ଲାସ୍‌ ପାଣିରେ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ଡାଇବେଟିସ୍‌ ଓ ହୃଦ୍‌ ସମସ୍ୟାରୁ ମିଳିଥାଏ ମୁକ୍ତି।

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ କଳଦୀ

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ କଳଦୀ

ବ୍ୟସ୍ତବହୁଳ ଜୀବନଶୈଳୀ ଦିନକୁ ଦିନ ଆମ ପାଇଁ ଅନେକ ରୋଗର କାରଣ ପାଲଟିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ହାଇ ବ୍ଲଡପ୍ରେସର ବା ଉଚ୍ଚ ରକ୍ତଚାପ। ଆମେରିକାର ୟୁନିଭରସିଟି ଅଫ୍‌ ମିନେସୋଟାର ଗବେଷଣା ଅନୁଯାୟୀ, ନିୟମିତ କଦଳୀ ଖାଇଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ ବୋଲି ଜଣାପଡିଛି।

କ୍ୟାନସର ଠାରୁ ଦୂରେଇ ରହିବା ପାଇଁ...

କ୍ୟାନସର ଠାରୁ ଦୂରେଇ ରହିବା ପାଇଁ...

ପିଆଜରେ ରହିଛି ସଲଫର, ଏମିନୋ ଏସିଡ ଓ ଭିଟାମିନ୍ସ। ବିଶେଷ କରି କଞ୍ଚା ପିଆଜ ଖାଇଲେ ଏହା ଉପକାର ଅନେକ। - ନିୟମିତ ଖାଦ୍ୟରେ କଞ୍ଚା ପିଆଜ ଖାଇଲେ ଏଥିରେ ଥିବା ସଲ୍‌ଫର କ୍ୟାନସର ଭଳି ମାରାତ୍ମକ ରୋଗଠାରୁ ଆମକୁ ଦୂରେଇ ରଖିଥାଏ। କାରଣ ଶରୀରରେ ଥିବା କ୍ୟାନସର ଜୀବାଣୁକୁ ସଲଫର ବଢିବାକୁ ଦେଇ ନ ଥାଏ।

ଜଙ୍କଫୁଡ୍‌ ଅଭ୍ୟାସ ଲାଗି ଫେସବୁକ୍‌ ବି ଦାୟୀ

ଜଙ୍କଫୁଡ୍‌ ଅଭ୍ୟାସ ଲାଗି ଫେସବୁକ୍‌ ବି ଦାୟୀ

ଛୋଟପିଲା, କିଶୋରୀ, କିଶୋରଙ୍କ ପିଜ୍ଜା, ବର୍ଗର ଭଳି ଜଙ୍କଫୁଡ୍‌କୁ ବେଶ୍‌ ପସନ୍ଦ କରିଥାନ୍ତି। ସେମାନଙ୍କର ଏହି ଅଭ୍ୟାସ ଲାଗି ଫେସବୁକ୍‌ ଦାୟୀ ବୋଲି ଗବେଷକ ସୂଚିତ କରିଛନ୍ତି। ଏକ ଗବେଷଣା ଅନୁସାରେ, କିଶୋରୀ, କିଶୋରଙ୍କ ଜଙ୍କଫୁଡ୍‌ ପ୍ରେମ ପାଇଁ ସବୁଠୁ ବେଶି ସୋସିଆଲ ମିଡିଆ ୱେବସାଇଟ୍‌ ଦାୟୀ।

ସକାଳୁ ପିଅନ୍ତୁ ତେଜପତ୍ର ପାଣି

ସକାଳୁ ପିଅନ୍ତୁ ତେଜପତ୍ର ପାଣି

ସକାଳୁ ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ନିତ୍ୟକର୍ମ ପରେ ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣି ନିୟମିତ ପିଇଲେ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ କରିଥାଏ।

ରଙ୍ଗ କହିବ ଆପଣ କେତେ ରୋମାଣ୍ଟିକ

ରଙ୍ଗ କହିବ ଆପଣ କେତେ ରୋମାଣ୍ଟିକ

ଚାଲି ଚଳନ, ବେଶ ପୋଷାକରୁ ଜଣଙ୍କର ବ୍ୟକ୍ତିତ୍ୱ ବିଷୟରେ ଜଣାପଡିଥାଏ। ଆହୁରି ମଧ୍ୟ ଏହି ରଙ୍ଗରୁ ଜାଣିହୁଏ କିଏ କେତେ ରୋମାଣ୍ଟିକ୍‌।

ହରମୋନ୍‌ ସ୍ତରକୁ ସନ୍ତୁଳନ ରଖିବେ କିପରି...

ହରମୋନ୍‌ ସ୍ତରକୁ ସନ୍ତୁଳନ ରଖିବେ କିପରି...

ଶରୀର ସୁସ୍ଥ ରହିବାକୁ ହେଲେ ହରମୋନ୍‌ ସ୍ତର ସନ୍ତୁଳିତ ଅବସ୍ଥାରେ ରହିବା ଜରୁରୀ। କାରଣ ହରମୋନ୍‌ ସ୍ତରରେ ପରିବର୍ତ୍ତନ ହେଲେ ଏହାର ନକାରାତ୍ମକ ପ୍ରଭାବ ଶରୀର ଉପରେ ପଡିଥାଏ।

ମେଦ କମାଇବ ମେଥି ପାଣି

ମେଦ କମାଇବ ମେଥି ପାଣି

ମେଥି ଶରୀର ପାଇଁ ବେଶ୍‌ ଲାଭଦାୟକ। ଏହାର ସେବନରେ ଅନେକ ରୋଗ ଦୂରେଇ ଯାଇଥାଏ। ବିଶେଷ କରି ମେଥିର ପାଣି ପିଇଲେ ମେଦବୃଦ୍ଧି ହୋଇ ନ ଥାଏ। ଏଥିରେ ରହିଛି ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟୋରୀ ଗୁଣ। ଏହା ଶରୀରର ଭିତର ଅଂଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଆଜ୍‌ମାରୁ ମୁକ୍ତି ଦିଏ ଭିଟାମିନ୍‌-ଡ଼ି’

ଆଜ୍‌ମାରୁ ମୁକ୍ତି ଦିଏ ଭିଟାମିନ୍‌-ଡ଼ି’

ଭିଟାମିନ୍‌-ଡି’ ଅନେକ ରୋଗର ଚିକିତ୍ସାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ଇସ୍ରାଏଲ୍‌ର ଗବେଷକମାନେ ଜାଣିପାରିଛନ୍ତି ଯେ, ଭିଟାମିନ୍‌-ଡି’ ଆଜ୍‌ମା ରୋଗୀଙ୍କ ଲାଗି ମହୋଷଧୀ ଭଳି କାର୍ଯ୍ୟ କରିଥାଏ।

Model This Week

ପ୍ରଭାତ