ବାଣିଜ୍ୟ |

ଅଭିବୃଦ୍ଧି ଆକଳନକୁ ଖସାଇଲା ଫିଚ୍‌

 ଅଭିବୃଦ୍ଧି ଆକଳନକୁ ଖସାଇଲା ଫିଚ୍‌


ନୂଆଦିଲ୍ଲୀ,୪-୧୨(ପି.ଟି.)
ଭାରତୀୟ ଅର୍ଥନୀତିରେ ଉନ୍ନତି ପରିଲକ୍ଷିତ ହୋଇଛି ସତ। କିନ୍ତୁ ଏହା ଆଶାଠାରୁ କମ୍‌ ରହିଥିବା ଫିଚ୍‌ ରେଟିଂ ସୋମବାର ପ୍ରକାଶ କରିଛି। ଏହାସହିତ ଫିଚ୍‌ ଚଳିତ ଆର୍ଥିକ ବର୍ଷ ପାଇଁ ଦେଶର ଜିଡିପି ଅଭିବୃଦ୍ଧି ଆକଳନକୁ ୬.୭%କୁ ଖସାଇଦେଇଛି। ପୂର୍ବରୁ ଏହା ଭାରତ ପାଇଁ ୬.୯% ଅଭିବୃଦ୍ଧି ଆକଳନ କରିଥିଲା। ୨୦୧୮-୧୯ ଆର୍ଥିକବର୍ଷ ପାଇଁ ମଧ୍ୟ ଫିଚ୍‌ ଅଭିବୃଦ୍ଧି ଆକଳନକୁ ୭.୪%ରୁ ୭.୩%କୁ ଖସାଇଛି। ସଂସ୍କାର ଏଜେଣ୍ଡାର କାର୍ଯ୍ୟକାରିତା ସହ ଆସନ୍ତା ଦୁଇ ବର୍ଷରେ ଅଭିବୃଦ୍ଧିରେ ଉନ୍ନତି ପରିଲକ୍ଷିତ ହେବ ବୋଲି ଏହା କହିଛି।

All Right Reserved By

Model This Week

Model This Week

ବାଣିଜ୍ୟ |

ଡାଇମଣ୍ଡ ପାଓ୍ବାର କମ୍ପାନୀର ୧୧୨୨ କୋଟି ସମ୍ପତ୍ତି ଜବତ

ଡାଇମଣ୍ଡ ପାଓ୍ବାର କମ୍ପାନୀର ୧୧୨୨ କୋଟି ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୪-୪ ବିଦ୍ୟୁତ ତାର ଓ ଉପକରଣ ନିର୍ମାଣ କରୁଥିବା ଭଦୋଦରା ଭିତ୍ତିକ କମ୍ପାନୀ ଡାଇମଣ୍ଡ ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ୍‌ ଲିମିଟେଡ୍‌ର ୧,୧୨୨ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏଥିସହିତ କମ୍ପାନୀର ନିର୍ଦ୍ଦେଶକ ସୁରେଶ ନାରାୟଣ ଭଟ୍ଟନାଗର, ତାଙ୍କ ଦୁଇ ପୁଅ ଅମିତ ସୁରେଶ ଭଟ୍ଟନାଗର ଓ ସୁମିତ ଶୁରେଶ ଭଟ୍ଟନାଗରଙ୍କର କେତେକ ସମ୍ପତ୍ତି ମଧ୍ୟ ଜବତ କରାଯାଇଛି ବୋଲି ଇଡି ପକ୍ଷରୁ ପ୍ରକାଶ।

ଆମେରିକାରୁ ନିଯୁକ୍ତି ହରାଇବେ ଭାରତୀୟ

ଆମେରିକାରୁ ନିଯୁକ୍ତି ହରାଇବେ ଭାରତୀୟ

ନୂଆଦିଲ୍ଲୀ,୨୪-୪ ବାହାର ଦେଶର ଲୋକଙ୍କ ପାଇଁ ଏଣିକି ଆମେରିକାରେ ଚାକିରି କରିବା ସମ୍ଭବ ହୋଇ ନ ପାରେ। ଯେଉଁ ଏଚ୍‌୧-ବି ଭିଜା ମାଧ୍ୟମରେ ବାହାର ଦେଶର ଲୋକେ ଆମେରିକାର ବିଭିନ୍ନ କମ୍ପାନୀରେ ଚାକିରି କରୁଛନ୍ତି ତାହାକୁ ସବୁଦିନ ପାଇଁ ଆମେରିକା ସରକାର ବନ୍ଦ କରି ଦେବାକୁ ଯୋଜନା କରୁଛନ୍ତି।

ମିଶିବେ ୩ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ:ପ୍ରକ୍ରିୟା ଆରମ୍ଭ କଲେ ସରକାର, ଖୁବ୍‌ଶୀଘ୍ର ପ୍ରସ୍ତୁତ ହେବ ରୋଡ୍‌ମ୍ୟାପ୍‌

ମିଶିବେ ୩ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ:ପ୍ରକ୍ରିୟା ଆରମ୍ଭ କଲେ ସରକାର, ଖୁବ୍‌ଶୀଘ୍ର ପ୍ରସ୍ତୁତ ହେବ ରୋଡ୍‌ମ୍ୟାପ୍‌

ନୂଆଦିଲ୍ଲୀ,୨୪-୪(ପି.ଟି.) ଦେଶର ପ୍ରମୁଖ ୩ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀଙ୍କ ମିଶ୍ରଣ ହେବ। ଏହା ବଦଳରେ ଗୋଟିଏ କମ୍ପାନୀ ଗଠନ ହେବ। ନ୍ୟାଶ୍‌ନାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌, ୟୁନାଇଟେଡ୍‌ ଇଣ୍ଡିଆ ଆସ୍ୟୋରାନ୍ସ କମ୍ପାନୀ ଲିମିଟେଡ୍‌ ଏବଂ ଓରିଏଣ୍ଟାଲ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ର ମିଶ୍ରଣରେ ଗଠନ ହେବାକୁ ଥିବା କମ୍ପାନୀ ପୁଞ୍ଜି ବଜାରରେ ତାଲିକାଭୁକ୍ତ ହେବ।

୮୨୪ କୋଟି ଟଙ୍କାର ଋଣ ଖିଲାପୀ : ମାଡ୍ରାସ ଭିତ୍ତିକ ଫାର୍ମର ୪୮କୋଟି ଟଙ୍କା ସମ୍ପତ୍ତି ଜବତ

୮୨୪ କୋଟି ଟଙ୍କାର ଋଣ ଖିଲାପୀ : ମାଡ୍ରାସ ଭିତ୍ତିକ ଫାର୍ମର ୪୮କୋଟି ଟଙ୍କା ସମ୍ପତ୍ତି ଜବତ

ମାଡ୍ରାସ,୨୪-୪(ପି.ଟି) ବେଆଇନ୍‌ ବ୍ୟାଙ୍କ ଋଣ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାଡ୍ରାସ ଭିତ୍ତିକ କମ୍ପାନୀ କନିଷ୍କ ଗୋଲ୍ଡ ପ୍ରାଇଭେଟ ଲିମିଟେଡ୍‌ର ୪୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଉକ୍ତ କମ୍ପାନୀ କ୍ରୀଜ୍‌ ବ୍ରାଣ୍ଡ ନାମରେ ଗହଣା ବ୍ୟବସାୟ କରୁଥିବା ବେଳେ ୮୨୪ କୋଟି ଟଙ୍କାର ଋଣ ଖିଲାପ କରିଥିବା ଜଣାଯାଇଛି।

ଟାଟା ଗ୍ରୁପ୍‌ର ନୂଆ ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାର ସଭାପତି

ଟାଟା ଗ୍ରୁପ୍‌ର ନୂଆ ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାର ସଭାପତି

ବମ୍ବେ,୨୪-୪ ଟାଟା ଗ୍ରୁପ୍‌ର ନୂଆ ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାର ସଭାପତି ଭାବେ ଡ. ଏସ୍‌. ଜୟଶଙ୍କରଙ୍କୁ ନିଯୁକ୍ତି ଦିଆଯାଇଛି। ଜୟଶଙ୍କର ନୂଆ ଦାୟିତ୍ୱରେ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ରିପୋର୍ଟ କରିବେ।

ଆଲ୍ଲାହାବାଦ ବ୍ୟାଙ୍କର ୧୫୪ ତମ ପ୍ରତିଷ୍ଠା ଦିବସ

ଆଲ୍ଲାହାବାଦ ବ୍ୟାଙ୍କର ୧୫୪ ତମ ପ୍ରତିଷ୍ଠା ଦିବସ

କଲିକତା,୨୪-୪: ଦେଶର ସର୍ବପୁରାତନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର ୧୫୪ ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇ ଯାଇଛି। ଉକ୍ତ ବ୍ୟାଙ୍କ ୧୮୬୫ ମସିହାରେ ସ୍ଥାପନା ହୋଇଥିବା ବେଳେ ଲୋକମାନଙ୍କୁ ନିରନ୍ତର ସେବା ପ୍ରଦାନ କରୁଛି।

୧୦୦ ବିଲିୟନ ଡଲାର ଛୁଇଁବ ରିଲାଏନ୍ସ ବଜାର ପୁଞ୍ଜି

୧୦୦ ବିଲିୟନ ଡଲାର ଛୁଇଁବ ରିଲାଏନ୍ସ ବଜାର ପୁଞ୍ଜି

ନୂଆଦିଲ୍ଲୀ,୨୪-୪(ପି.ଟି) ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ (ଟିସିଏସ୍‌) ପ୍ରଥମ ଘରୋଇ କମ୍ପାନୀ ଭାବେ ୧୦୦ ବିଲିୟନ ଡଲାର ବଜାର ପୁଞ୍ଜି ହାସଲ କରିବାକୁ ସକ୍ଷମ ହୋଇଛି। ଏହି ଧାରାରେ ବଜାରର ଅନ୍ୟାନ୍ୟ ପ୍ରମୁଖ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ରହିଛି।

ଭିଡ ସିଜନ୍‌ରେ ବିମାନ ଭଡା ୩୦% ହ୍ରାସ

ଭିଡ ସିଜନ୍‌ରେ ବିମାନ ଭଡା ୩୦% ହ୍ରାସ

ନୂଆଦିଲ୍ଲୀ,୨୪-୪(ପି.ଟି) ଚଳିତ ବର୍ଷ ଭିଡ ସିିଜନରେ ବିମାନ କମ୍ପାନୀଗୁଡିକ ଯାତ୍ରୀଙ୍କୁ ଅପେକ୍ଷାକୃତ କମ୍‌ ଭଡାରେ ସେବା ପ୍ରଦାନ କରିବାକୁ ଯୋଜନା କରିଛନ୍ତି। ଏଥିଲାଗି କମ୍ପାନୀଗୁଡିକ ଗତବର୍ଷ ତୁଳନାରେ ଭିଡ ସିଜନ ଭଡା ଉପରେ ୩୦% ହ୍ରାସ କରୁଥିବା ଜଣାଯାଇଛି।

ଜିଓ ସହ ଯୋଡି ହେଲେ ଆଉ ୮୦ ଲକ୍ଷ ଗ୍ରାହକ

ଜିଓ ସହ ଯୋଡି ହେଲେ ଆଉ ୮୦ ଲକ୍ଷ ଗ୍ରାହକ

ନୂଆଦିଲ୍ଲୀ,୨୪-୪(ପି.ଟି) ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ ସହ ଫେବୃୟାରୀ ମାସରେ ନୂଆ ୮୦ ଲକ୍ଷ ଗ୍ରାହକ ଯୋଡି ହୋଇଛନ୍ତି। ନୂଆ ଗ୍ରାହକ ଯୋଡି ହେବା ଯୋଗୁ କମ୍ପାନୀ ବଜାର ଅଂଶ ୧୫%ରୁ ଅଧିକ ବୃଦ୍ଧି ହୋଇଛି। ଅପର ପକ୍ଷରେ ଏୟାରଟେଲ ନିଜ ସହ ନୂଆ କରି ୪୦.୧ ଲକ୍ଷ, ଆଇଡିଆ ୪୦.୪ ଲକ୍ଷ ଏବଂ ଭୋଡାଫୋନ ୩୦.୨ ଲକ୍ଷ ଗ୍ରାହକ ଯୋଡି ପାରିଛି।

ଆସିବ ଜାତୀୟ ଇ-କମର୍ସ ନୀତି

ଆସିବ ଜାତୀୟ ଇ-କମର୍ସ ନୀତି

ନୂଆଦିଲ୍ଲୀ,୨୪-୪(ପି.ଟି) ଘରୋଇ ଇ-କମର୍ସ ବଜାର ବର୍ତ୍ତମାନ ସମ୍ପ୍ରସାରିତ ହେଉଛି। ତେଣୁ ଏହି କ୍ଷେତ୍ର ପାଇଁ ଏକ ନୂଆ ନୀତି ଆଣିବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ଏପରିକି ଉକ୍ତ କ୍ଷେତ୍ରର ଗୁରୁତ୍ୱକୁ ବୁଝି ସରକାର ଏହା ପାଇଁ ଏକ ଥିଙ୍କ ଟ୍ୟାଙ୍କ ଗଠନ କରିଛନ୍ତି। ଏହି ଥିଙ୍କ୍‌ଟ୍ୟାଙ୍କ୍‌ର ନେତୃତ୍ୱ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁ ନେଇଛନ୍ତି।

କୋପେନହାଗେନ୍‌କୁ ଏୟାର ଇଣ୍ଡିଆର ବିମାନ ସେବା

କୋପେନହାଗେନ୍‌କୁ ଏୟାର ଇଣ୍ଡିଆର ବିମାନ ସେବା

ନୂଆଦିଲ୍ଲୀ,୨୪-୪(ପି.ଟି) ରାଷ୍ଟ୍ରାୟତ୍ତ ବିମାନ ସେବା ପ୍ରଦାନକାରୀ ଏୟାର ଇଣ୍ଡିଆ ଦିଲ୍ଲୀ-କୋପେନହାଗେନ୍‌ ବିମାନ ସେବା ଆରମ୍ଭ କରିଛି। ଏହି ରୁଟ୍‌ରେ ସପ୍ତାହକୁ ୪ ଦିନ ସେବା ଯୋଗାଣ ନେଇ କମ୍ପାନୀ ଯୋଜନା ରଖିଛି। ସେହିଭଳି ଆଗକୁ କମ୍ପାନୀ ବମ୍ବେରୁ ଜର୍ମାନୀକୁ ବିମାନ ସେବା ଯୋଗାଇଦେବାର ଯୋଜନା ରଖିଛି।

ବିମାନବନ୍ଦର ଭଳି ହେବ ରେଳଷ୍ଟେଶନ

ବିମାନବନ୍ଦର ଭଳି ହେବ ରେଳଷ୍ଟେଶନ

ନୂଆଦିଲ୍ଲୀ, ୨୪-୪(ପି.ଟି.) ଦେଶର ଦୁଇଟି ରେଳ ଷ୍ଟେଶନକୁ ବିମାନ ବନ୍ଦର ଭଳି ଅତ୍ୟାଧୁନିକ ଢଙ୍ଗରେ ବିକଶିତ କରାଯିବ। ଏହି ଦୁଇ ରେଳ ଷ୍ଟେଶନ ହେଲା ହବିବ୍‌ଗଞ୍ଜ ଓ ଗାନ୍ଧୀନଗର ରେଳ ଷ୍ଟେଶନ। ରେଳ ମନ୍ତ୍ରଣାଳୟର ଷ୍ଟେଶନ ପୁନଃବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।