ବାଣିଜ୍ୟ |

୧୫-୨୦ ଦିନରେ କମିବ ପିଆଜ ଦର

 ୧୫-୨୦ ଦିନରେ କମିବ ପିଆଜ ଦର


ନୂଆଦିଲ୍ଲୀ,୪-୧୨(ପି.ଟି.)
ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ବଜାରରେ ନୂଆ ଫସଲ ପହଞ୍ଚିବ। ଏହା ପରେ ପିଆଜ ଏବଂ ଟମାଟୋ ଦର ରିଟେଲ ବଜାରରେ କମିବ ବୋଲି କୃଷି ସଚିବ ଏସ୍‌. କେ. ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହି ଦୁଇଟି ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ଯେଉଁ ବୃଦ୍ଧି ଦେଖାଦେଇଛି ଏହା କ୍ଷଣସ୍ଥାୟୀ ସମସ୍ୟା। ଖୁବ୍‌ଶୀଘ୍ର ଉଭୟର ଦର କମିବ ବୋଲି ସେ କହିଛନ୍ତି।
ତଥ୍ୟ ମୁତାବକ ନୂଆଦିଲ୍ଲୀର ରିଟେଲ୍‌ ବଜାରରେ କିଲୋଗ୍ରାମ ପିଛା ପିଆଜ ଏବଂ ଟମାଟୋ ଦର ୭୦ରୁ ୮୦ ଟଙ୍କା ମଧ୍ୟରେ ରହିଛି। ଦେଶର ଅନ୍ୟ ସହରଗୁଡିକରେ ମଧ୍ୟ ଉଭୟ ସାମଗ୍ରୀ ଦରରେ ସମାନ ଧରଣର ବୃଦ୍ଧି ଘଟିଛି।

All Right Reserved By

Model This Week

ନିକିତା

ବାଣିଜ୍ୟ |

ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ଭେଳିକି:ଦେଶର ୧୯ କୋଟି ଯୁବବର୍ଗଙ୍କ ନାହିଁ ବ୍ୟାଙ୍କ ଖାତା

ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ଭେଳିକି:ଦେଶର ୧୯ କୋଟି ଯୁବବର୍ଗଙ୍କ ନାହିଁ ବ୍ୟାଙ୍କ ଖାତା

ନୂଆଦିଲ୍ଲୀ,୧୯-୪(ପି.ଟି.) ସରକାର ଗୋଟିଏ ପକ୍ଷରେ ଲୋକଙ୍କୁ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣରେ ସାମିଲ କରାଇବାକୁ ବିଭିନ୍ନ ଯୋଜନା ଆଣୁଥିବା ବେଳେ ଏହାର ବାସ୍ତବ ଚିତ୍ର ବର୍ତ୍ତମାନ ସାମ୍ନାକୁ ଆସିଛି। ସରକାରଙ୍କ ଏହି ଯୋଜନା କେବଳ ଏକ ଭେଳିକି ବୋଲି ଜଣାଯାଇଛି। ଦେଶର ୧୯ କୋଟି ଯୁବବର୍ଗଙ୍କ ନିକଟରେ ଏବେ ମଧ୍ୟ ବ୍ୟାଙ୍କ ଖାତା ନାହିଁ ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ପ୍ରକାଶ ପାଇଛି।

ଉପଭୋକ୍ତାଙ୍କୁ ସଚେତନ କରାଇବ ଏଲ୍‌ପିଜି ପଞ୍ଚାୟତ

ଉପଭୋକ୍ତାଙ୍କୁ ସଚେତନ କରାଇବ ଏଲ୍‌ପିଜି ପଞ୍ଚାୟତ

ଭୁବନେଶ୍ୱର,୧୯-୩(ବ୍ୟୁରୋ) ଗ୍ରାମାଞ୍ଚଳରେ ଏଲ୍‌ପିଜି ସଂକ୍ରାନ୍ତ ସଚେତନତା ତଥା ବ୍ୟବହାର ବୃଦ୍ଧିକୁ ଧ୍ୟାନରେ ରଖି ସାରା ଦେଶରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଏଲ୍‌ପିଜି ପଞ୍ଚାୟତ ଆୟୋଜିତ ହେବ। ଏଲ୍‌ପିଜିର ନିରାପଦ ତଥା ନିରନ୍ତର ବ୍ୟବହାର ଉପରେ ଏଠାରେ ଆଲୋଚନା କରାଯିବ। ଗ୍ରାମୀଣ ଏଲ୍‌ପିଜି ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ତଥା ସେମାନଙ୍କୁ ଛୋଟ ଛୋଟ ଦଳରେ ସାମିଲ କରି ଏଲ୍‌ପିଜି ନିରାପତ୍ତା ସଂକ୍ରାନ୍ତ ବିଭିନ୍ନ ବିଷୟରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏପ୍ରିଲ ୨୦ରେ ସାରା ଦେଶରେ ଉଜ୍ଜ୍ୱଳା ଦିବସ ପାଳନ ଅବସରରେ ୧୫ ହଜାର ପ୍ରଧାନମନ୍ତ୍ରୀ ଏଲ୍‌ପିଜି ପଞ୍ଚାୟତ ଆୟୋଜନ କରାଯିବ। ଚଳିତ ମାସ ୧୪ରୁ ସାରା ଦେଶରେ ପାଳନ ହେଉଥିବା ଗ୍ରାମ୍ୟ ସ୍ବରାଜ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଆମ୍ବି ଭ୍ୟାଲି ସମ୍ପତ୍ତି ବିକ୍ରି ପାଇଁ ସାହାରାକୁ ମେ ୧୫ ଯାଏ ମହଲତ

ଆମ୍ବି ଭ୍ୟାଲି ସମ୍ପତ୍ତି ବିକ୍ରି ପାଇଁ ସାହାରାକୁ ମେ ୧୫ ଯାଏ ମହଲତ

ନୂଆଦିଲ୍ଲୀ,୧୯-୪(ପି.ଟି.) ମହାରାଷ୍ଟ୍ରର ଆମ୍ବି ଭ୍ୟାଲି ଅନ୍ତର୍ଗତ କୌଣସି ଏକ ସମ୍ପତ୍ତି ଚୟନ ତଥା ବିକ୍ରି ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଗୁରୁବାର ସାହରା ଗ୍ରୁପକୁ ଆସନ୍ତା ମାସ ୧୫ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି।

ଗୋଟିଏ କଦଳୀ ପାଇଁ ଆସିଲା ୮୭୦୦୦ ଟଙ୍କାର ବିଲ୍‌

ଗୋଟିଏ କଦଳୀ ପାଇଁ ଆସିଲା ୮୭୦୦୦ ଟଙ୍କାର ବିଲ୍‌

ଲଣ୍ଡନ,୧୯-୪ ଯଦି ଗୋଟିଏ କଦଳୀ ପାଇଁ ଆପଣଙ୍କ ପାଖକୁ ହଜାର ଟଙ୍କାରୁ ଅଧିକ ବିଲ୍‌ ଆସିବ ତା’ହେଲେ ଏହାକୁ ଦେଖି ଆପଣ ନିଶ୍ଚିତ ଚମକି ପଡିବେ। ଏଭଳି ଏକ ଘଟଣା ବ୍ରିଟେନ୍‌ର ନୋଟିଙ୍ଘମରେ ରହୁଥିବା ଜଣେ ମହିଳାଙ୍କ ସହ ଘଟିଛି। ବବି ଗର୍ଡନ୍‌ ନାମକ ଏହି ମହିଳା ବ୍ରିଟେନ୍‌ସ୍ଥିତ ଏକ ସୁପର୍‌ମାର୍କେଟ୍‌ ଚେନ୍‌ ଆସ୍‌ଡାରୁ ଅନ୍‌ଲାଇନ୍‌ ପର୍ଚେଜ୍‌ କରିଥିଲେ। ଅନ୍ୟାନ୍ୟ ସାମଗ୍ରୀ ସହ ସେ ଏକ କଦଳୀ ମଧ୍ୟ ଅର୍ଡର କରିଥିଲେ।

ନୂପୁର ମଲ୍ଲିକ୍‌ ଟାଟା ସନ୍ସର ନୂଆ ଗ୍ରୁପ୍‌ ଚିଫ୍‌ ଏଚ୍‌ଆର

ନୂପୁର ମଲ୍ଲିକ୍‌ ଟାଟା ସନ୍ସର ନୂଆ ଗ୍ରୁପ୍‌ ଚିଫ୍‌ ଏଚ୍‌ଆର

ନୂଆଦିଲ୍ଲୀ,୧୯-୪(ପି.ଟି.) ଟାଟା ସନ୍ସ ନୂପୁର ମଲ୍ଲିକ୍‌ଙ୍କୁ ଏହାର ନୂଆ ଗ୍ରୁପ୍‌ ଚିଫ୍‌ ମାନବସମ୍ବଳ ଅଧିକାରୀ(ଏଚଆର) ଭାବେ ନିଯୁକ୍ତ କରିଛି। ବର୍ତ୍ତମାନ ସେ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌(ଟିସିଏସ୍‌)ର ବ୍ରିଟେନ୍‌ ଏବଂ ଆୟର୍ଲାଣ୍ଡ ପାଇଁ ମାନବସମ୍ବଳ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ଓଜିବିର ନୂଆ ଏଟିଏମ୍‌

ଓଜିବିର ନୂଆ ଏଟିଏମ୍‌

ଭୁବନେଶ୍ୱର,୧୯-୪ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି)ର ଏକ ନୂତନ ଏଟିଏମ୍‌ ଟାଙ୍ଗୀ ବ୍ଲକ ଅଧୀନ ଭୂଷଣ୍ଡପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ସ୍ଥାନୀୟ ବିଡିଓ ଭାସ୍କର ରୟତ୍‌ ଉଦ୍‌ଘାଟନ କରିଥିଲେ।

ଦରବୃଦ୍ଧି କରିବ ଟୟୋଟା

ଦରବୃଦ୍ଧି କରିବ ଟୟୋଟା

ବାଙ୍ଗାଲୋର,୧୯-୪(ପି.ଟି.) ଆସନ୍ତା ମାସରୁ ଟୟୋଟା କିର୍ଲୋସ୍କାର ମୋଟର(ଟିକେଏମ୍‌) ଏହାର ଯାନଗୁଡିକ ଦରରେ ବୃଦ୍ଧି ଘଟାଇବା ପାଇଁ ଯୋଜନା କରୁଛି। ଉତ୍ପାଦନ ଖର୍ଚ୍ଚଜନିତ ଚାପକୁ ଲାଘବ କରିବା ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। କମ୍ପାନୀ ବର୍ତ୍ତମାନ ହ୍ୟାଚ୍‌ବ୍ୟାକ୍‌ ଲିଭାଠାରୁ ଆରମ୍ଭ କରି ଲକ୍‌ଜ୍ୟୁରୀ ଏସ୍‌ୟୁଭି ଲ୍ୟାଣ୍ଡ୍‌ କ୍ରୁଜର୍‌ ପର୍ଯ୍ୟନ୍ତ ମଡେଲ ବିକ୍ରି କରୁଛି। ଏଗୁଡିକର ଏକ୍ସଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୫.୪୯ ଲକ୍ଷ ଟଙ୍କାଠାରୁ ଆରମ୍ଭ କରି ୧.୪୧ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି।

ଏୟାର୍‌ ଇଣ୍ଡିଆ:ଉପଯୁକ୍ତ ନେଟ୍‌ ସମ୍ପତ୍ତି ଥିବା କମ୍ପାନୀଙ୍କୁ ମିଳିବ ନିଲାମ ସୁଯୋଗ

ଏୟାର୍‌ ଇଣ୍ଡିଆ:ଉପଯୁକ୍ତ ନେଟ୍‌ ସମ୍ପତ୍ତି ଥିବା କମ୍ପାନୀଙ୍କୁ ମିଳିବ ନିଲାମ ସୁଯୋଗ

ନୂଆଦିଲ୍ଲୀ,୧୯-୪(ପି.ଟି.) ଉପଯୁକ୍ତ ନେଟ୍‌ ସମ୍ପତ୍ତି ଥିବା ତଥା ଏୟାର୍‌ ଇଣ୍ଡିଆକୁ ଚଳାଇବାର ସାମର୍ଥ୍ୟ ରଖୁଥିବା କମ୍ପାନୀ ହିଁ ଏହାର ମାଲିକାନା ନେବା ପାଇଁ ନିଲାମ ଡାକିପାରିବେ। ଏହିଭଳି କମ୍ପାନୀ ହିଁ ଏୟାର୍‌ ଇଣ୍ଡିଆର ୭୬% ଅଂଶଧନ କିଣିବା ପାଇଁ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ନିବେଶ ଏବଂ ସାଧାରଣ ସମ୍ପତ୍ତି ପରିଚାଳନା ବିଭାଗ ସଚିବ ନୀରଜ ଗୁପ୍ତା ଏହା ପ୍ରକାଶ କରିଛନ୍ତି।

ଅବିରତ ଚାଲିଛି ନୋଟ୍‌ ଛପା

ଅବିରତ ଚାଲିଛି ନୋଟ୍‌ ଛପା

ନୂଆଦିଲ୍ଲୀ,୧୯-୪(ପି.ଟି.) ଅସ୍ବାଭାବିକ ଭାବେ ଚାହିଦା ବଢ଼ିବା କାରଣରୁ ଦେଶର କେତେକ ପ୍ରାନ୍ତରେ କ୍ୟାଶ୍‌ ସମସ୍ୟା ଦେଖାଦେଇଛି। ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ପାଖାପାଖି ୭୦,୦୦୦ କୋଟି ଟଙ୍କାର ୫୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌ ଛାପିବା ପାଇଁ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍‌ ମିଣ୍ଟିଂ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ଏସ୍‌ପିଏମ୍‌ସିଆଇଏଲ୍‌)ର ୪ଟି ଯାକ କାରଖାନାରେ ଅବିରତ କାର୍ଯ୍ୟ ଚାଲିଛି।

ଏଟିଏମ ଉଠାଣ ୭ବର୍ଷର ସର୍ବୋଚ୍ଚ ସ୍ତରରେ

ଏଟିଏମ ଉଠାଣ ୭ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୧୯।୪- ଏଟିଏମ୍‌ ଗୁଡିକରେ ଟଙ୍କା ସମସ୍ୟା ସୁଧୁରିବାର ନା ନେଉନାହିଁ। ହଠାତ ଏପରି ସମସ୍ୟାକୁ ନେଇ ଲୋକମାନେ ଚିନ୍ତାରେ ପଡିଯାଇଛନ୍ତି। ଏଟିଏମ୍‌ରୁ ଟଙ୍କା ଗଲା କୁଆଡେ ସେ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଛି। ୨୦୧୭-୧୮ରେ ଏଟିଏମ୍‌ରୁ କ୍ୟାଶ ଉଠାଣ ଗତ ୭ବର୍ଷ ମଧ୍ୟରେ ସବୁଠାରୁ ତ୍ୱରାନ୍ବିତ ବୋଲି ଏକ ଆକଳନରୁ ଜଣାଯାଇଛି।

ବୃହତ୍‌ ଉଠାଣ ଉପରେ ନଜର: ନୋଟ ଯୋଗାଣ ତ୍ୱରାନ୍ବିତ ପାଇଁ ସରକାର, ଆରବିଆଇର ତତ୍ପରତା

ବୃହତ୍‌ ଉଠାଣ ଉପରେ ନଜର: ନୋଟ ଯୋଗାଣ ତ୍ୱରାନ୍ବିତ ପାଇଁ ସରକାର, ଆରବିଆଇର ତତ୍ପରତା

ନୂଆଦିଲ୍ଲୀ,୧୯।୪- ଏଟିଏମ୍‌ଗୁଡିକରେ ନୋଟ ସମସ୍ୟା ସୁଧୁରୁ ନ ଥିବା ବେଳେ ସରକାର ଏବଂ ରିଜର୍ଭ ବ୍ୟାଙ୍କ ସମସ୍ୟାର ସମାଧାନ ଲାଗି ତତ୍ପରତା ଦେଖାଇଛନ୍ତି। କ୍ୟାଶ ସଙ୍କଟ ଭୋଗୁଥିବା ରାଜ୍ୟ ଗୁଡିକୁ ସରକାର ନୋଟ ଯୋଗାଣ ତ୍ୱରାନ୍ବିତ କରିଛନ୍ତି। ଗୁରୁବାର ବିହାରରେ ନଗଦ ସ୍ଥିତି ସୁଧାରିବା ପାଇଁ ଏଟିଏମ୍‌ ଗୁଡିକରେ ୮୦୦ରୁ ୯୦୦ କୋଟି ଟଙ୍କା ଭର୍ତ୍ତି ପାଇଁ ପ୍ରଦାନ କରାଯାଇଛି।

କୁଆଡ଼େ ଗଲା ବଜାରର ନଗଦ ନୋଟ୍‌

କୁଆଡ଼େ ଗଲା ବଜାରର ନଗଦ ନୋଟ୍‌

ନୂଆଦିଲ୍ଲୀ,୧୯।୪- ବିମୁଦ୍ରୀକରଣ ପରେ ସରକାର ୨୦୦୦ ଟଙ୍କିଆ, ୫୦୦ ଟଙ୍କିଆ ସମେତ ଅନ୍ୟାନ୍ୟ ନୂଆ ନୋଟ ବଜାରକୁ ଛାଡିଥିଲେ। ଏହା ସତ୍ତ୍ୱେ ଦେଶରେ ବର୍ତ୍ତମାନ ନଗଦ ନୋଟ ସଙ୍କଟ ଦେଖାଦେଇଛି।