ବାଣିଜ୍ୟ |

୨୦୨୦ ଜୁନ୍‌ ପରେ ହେବନି ବିଏସ୍‌-୪ ଯାନ ପଞ୍ଜୀକରଣ

୨୦୨୦ ଜୁନ୍‌ ପରେ ହେବନି ବିଏସ୍‌-୪ ଯାନ ପଞ୍ଜୀକରଣ


ନୂଆଦିଲ୍ଲୀ,୪-୧୨,(ପି.ଟି.)
୨୦୨୦ ଜୁନ୍‌ ୩୦ ପରେ ବିଏସ୍‌-୪ ମାନକ ଥିବା ଯାନଗୁଡିକ ଘରୋଇ ବଜାରରେ ପଞ୍ଜୀକରଣ ହେବ ନାହିଁ। ସରକାର କେନ୍ଦ୍ରୀୟ ମୋଟର ଭେହିକିଲ ନିୟମରେ ସଂଶୋଧନ ଆଣିବା ଲାଗି ଯୋଜନା କରିଛନ୍ତି। ଏଥି ସଂକ୍ରାନ୍ତ ଡ୍ରାଫ୍ଟ ନିୟମରେ ଏହା ପ୍ରକାଶ ପାଇଛି। ବର୍ତ୍ତମାନର ଡ୍ରାଫ୍ଟ ନିୟମ ମୁତାବକ ୨୦୨୦ ଏପ୍ରିଲ ୧ ପୂର୍ବରୁ ଉତ୍ପାଦନ ହୋଇଥିବା ଯାନଗୁଡିକ ୨୦୨୦ ଜୁନ ପରେ ଆଉ ପଞ୍ଜୀକରଣ ହୋଇପାରିବ ନାହିଁ। ବର୍ତ୍ତମାନ ଯାନବାହନ ଜନିତ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା ହୋଇଛି। ଏହାକୁ ଧ୍ୟାନରେ ରଖି ସରକାର ଗତ ବର୍ଷ ୟୁରୋ ୪ ମାନକରୁ ସିଧା ସଳଖ ୟୁରୋ ୬ ମାନକ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଏପ୍ରିଲ ପହିଲା ୨୦୨୦ ଠାରୁ ଲାଗୁ ହେବ ବୋଲି ସରକାର କହିଛନ୍ତି। କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସଂଶୋଧିତ କେନ୍ଦ୍ର ମୋଟର ଭେହିକିଲ ଆଇନର ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଛି। ଏହାକୁ ନେଇ ବିଭିନ୍ନ ଅଂଶୀଦାରଙ୍କ ନିକଟରୁ ମତାମତ ଲୋଡାଯାଇଛି। ମତାମତ ଗ୍ରହଣ କରିବା ଲାଗି ସମୟ ସୀମା ଚଳିତ ମାସ ୨୦ ଧାର୍ଯ୍ୟ ହୋଇଛି। ଚୂଡାନ୍ତ ଆଇନ ଆସିଲା ପରେ ଏହାକୁ ନେଇ ସରକାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିବେ ବୋଲି ଡ୍ରାଫ୍ଟ ଆଇନରେ ପ୍ରକାଶ ପାଇଛି। ୧୯୮୮ର ମୋଟର ଭେହିକିଲ ଆଇନରେ କିଛିଟା ସଂଶୋଧନ ଦ୍ୱାରା ନୂଆ ନିୟମ ଲାଗୁ କରାଯିବ।

All Right Reserved By

ବାଣିଜ୍ୟ |

ଗୋ ଏୟାରର ସ୍ବତନ୍ତ୍ର ସେଲ୍‌

ଗୋ ଏୟାରର ସ୍ବତନ୍ତ୍ର ସେଲ୍‌

ନୂଆଦିଲ୍ଲୀ, ୨୧-୭: ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଗୋ ଏୟାର ପକ୍ଷରୁ ସ୍ବତନ୍ତ୍ର ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ସେଲ ତିନି ଦିନ ଚାଲିବ। ଉକ୍ତ ଅଫର ଦ୍ୱାରା କମ୍ପାନୀ ୧୦୪୫ ଟଙ୍କାରୁ ବିମାନ ସେବା ପ୍ରଦାନ ପ୍ରଦାନ କରୁଛି।

ହଂକଂ ଶାଖା ବନ୍ଦ କରିବ ଆଲ୍ଲାହାବାଦ ବ୍ୟାଙ୍କ

ହଂକଂ ଶାଖା ବନ୍ଦ କରିବ ଆଲ୍ଲାହାବାଦ ବ୍ୟାଙ୍କ

ନୂଆଦିଲ୍ଲୀ, ୨୧-୭: ବିଦେଶରେ ଥିବା ଶାଖାଗୁଡିର ହ୍ରାସ ପଦକ୍ଷେପ ଅନ୍ତର୍ଗତ ଆଲ୍ଲାହାବାଦ ବ୍ୟାଙ୍କ ଏହାର ହଂକଂ ସ୍ଥିତ ଶାଖାକୁ ବନ୍ଦ କରିବା ନେଇ ପ୍ରସ୍ତାବ ରଖିଛି।

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପ୍ରଥମ ତ୍ରୈମାସ ଲାଭରେ ୧୮.୨% ବୃଦ୍ଧି

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପ୍ରଥମ ତ୍ରୈମାସ ଲାଭରେ ୧୮.୨% ବୃଦ୍ଧି

ନୂଆଦିଲ୍ଲୀ, ୨୧-୭: ଘରୋଇ କ୍ଷେତ୍ର ବ୍ୟାଙ୍କ ଏଚ୍‌ଡିଏଫ୍‌ସି ପକ୍ଷରୁ ଏହାର ପ୍ରଥମ ତ୍ରୈମାସ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବ୍ୟାଙ୍କ ଏହି ସମୟରେ ୧୮.୨% ଲାଭ ଅଭିବୃଦ୍ଧି ହାସଲ କରିପାରିଛି। ଜୁନ ଶେଷ ସୁଦ୍ଧା ନେଟ୍‌ ଲାଭ ୪,୬୦୧.୪୪ କୋଟି ଟଙ୍କା ରହିଥିବା ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।

ରାହୁଲଙ୍କ ଉପରେ ବର୍ଷିଲେ ଜେଟଲୀ; କହିଲେ ପେଟ୍ରୋଲ, ଡିଜେଲକୁ ଜିଏସ୍‌ଟି ବାହାରେ ରଖିଛି ୟୁପିଏ

ରାହୁଲଙ୍କ ଉପରେ ବର୍ଷିଲେ ଜେଟଲୀ; କହିଲେ ପେଟ୍ରୋଲ, ଡିଜେଲକୁ ଜିଏସ୍‌ଟି ବାହାରେ ରଖିଛି ୟୁପିଏ

ନୂଆଦିଲ୍ଲୀ, ୨୧-୭: କେନ୍ଦ୍ରରେ ଶାସନାଧିନ ଏନ୍‌ଡିଏ ସରକାର ପେଟ୍ରୋଲିୟମ ସାମଗ୍ରୀକୁ ଜିଏସ୍‌ଟି ପରିସରକୁ ଆଣିବାକୁ ସକ୍ଷମ ହୋଇ ନ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସଂସଦରେ ଅଭିଯୋଗ ଆଣିବା ପରେ ତାଙ୍କ ଉପରେ ବର୍ଷିଛନ୍ତି ଅରୁଣ ଜେଟଲୀ ।

୨୮ ତମ ଜିଏସ୍‌ଟି ପରିଷଦ ବୈଠକ ଆରମ୍ଭ

୨୮ ତମ ଜିଏସ୍‌ଟି ପରିଷଦ ବୈଠକ ଆରମ୍ଭ

ନୂଆଦିଲ୍ଲୀ, ୨୧-୭(ପି.ଟି): ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦର ୨୮ତମ ବୈଠକ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଜିଏସ୍‌ଟି ଆଇନରେ ରହିଥିବା ବିଭିନ୍ନ ଅସୁବିଧା ଦୂରୀକରଣ ଲାଗି ସଂଶୋଧନ ବ୍ୟବସ୍ଥା, ଜିଏସ୍‌ଟି ରିଟର୍ନ ସରଳୀକରଣ ଏବଂ ଜିଏସ୍‌ଟି ଆପିଲେଟ୍‌ ଟ୍ରିବ୍ୟୁନାଲ ଗଠନ ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାଯାଇଛି। କେନ୍ଦ୍ର ଜିଏସ୍‌ଟି, ରାଜ୍ୟ ଜିଏସ୍‌ଟି, ସମନ୍ବିତ ଜିଏସ୍‌ଟି ଓ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ଆଇନରେ ପ୍ରାୟ ୪୬ ସଂଶୋଧନ ନେଇ ଏଠାରେ ଆଲୋଚନା ହେବ।

ସମସ୍ତଙ୍କୁ ଲାଭ ଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ : ଆକାଶ ଅମ୍ବାନୀ

ସମସ୍ତଙ୍କୁ ଲାଭ ଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ : ଆକାଶ ଅମ୍ବାନୀ

ବାଙ୍ଗାଲୋର,୨୧-୭: ଗତ ୧୦୦ ବର୍ଷ ଧରି ମାନବ ସଭ୍ୟତା ଯାହା ହାସଲ କରି ପାରିଛି ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଏହା ଠାରୁ ଅଧିକ କିଛି ହାସଲ କରିବାକୁ ସକ୍ଷମ ହେବ। ବର୍ତ୍ତମାନର ସୁପର ଇଣ୍ଟେଲିଜେନ୍ସ ଯୁଗରେ ଏହା ହେବା ବେଶି ବଡ କଥା ନୁହେଁ।

ସିକ୍ରେଟ୍‌ ଟେମ୍ପଟେଶନର ନୂତନ ଡିଓଡ୍ରାଣ୍ଟ ପୋର୍ଟଫୋଲିଓ

ସିକ୍ରେଟ୍‌ ଟେମ୍ପଟେଶନର ନୂତନ ଡିଓଡ୍ରାଣ୍ଟ ପୋର୍ଟଫୋଲିଓ

ଭୁବନେଶ୍ୱର,୨୧-୭(ବ୍ୟୁରୋ): ପ୍ରମୁଖ ପର୍‌ଫ୍ୟୁମ ବ୍ରାଣ୍ଡ ମ୍ୟାକେନ୍‌ରୋ ପକ୍ଷରୁ ଏହାର ନୂତନ ବ୍ରାଣ୍ଡ ବଜାରକୁ ଆସିଛି। କମ୍ପାନୀ ସିକ୍ରେଟ୍‌ ଟେମ୍ପ୍‌ଟେସନର ଡିଓଡ୍ରାଣ୍ଟ ପୋର୍ଟଫୋଲିଓ ଅଫ୍‌ ରୋମାନ୍ସରେ, ମିଷ୍ଟ୍ରି, ଆଫାୟାର, ପ୍ଲେ ଓ ପ୍ୟାସନକୁ ସ୍ଥାନୀୟ ଏକ ହୋଟେଲରେ ଉନ୍ମୋଚନ କରିଛି।

ହ୍ରାସ ହେବ ପେଟ୍ରୋଲ, ଡିଜେଲ ଦର

ହ୍ରାସ ହେବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୨୧-୭: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲୋକଙ୍କୁ ଚିନ୍ତା ବଢାଉଥିବା ବେଳେ ଗତ ଦୁଇ ଦିନ ହେବ ଦର ବୃଦ୍ଧିରେ ବିରତି ଘଟିଛି। ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଘଟିବ ବୋଲି ଜଣାଯାଇଛି। ଗତ ୯ ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭ ଡଲାର ହ୍ରାସ ହୋଇଥିବା ଜଣାଯାଇଛି।

ନେଟ୍‌ ନ୍ୟୁଟ୍ରାଲିଟି ନିୟମ ଆଣିବେ ସରକାର

ନେଟ୍‌ ନ୍ୟୁଟ୍ରାଲିଟି ନିୟମ ଆଣିବେ ସରକାର

ନୂଆଦିଲ୍ଲୀ,୨୧-୭: ଦେଶରେ ନେଟ୍‌ ନ୍ୟୁଟ୍ରାଲିଟିକୁ ଲାଗୁ କରାଇବା ଲାଗି ସରକାର ନିୟମ ଆଣିବେ। ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଉକ୍ତ ନିୟମ ଲାଗୁ ହେଲେ ଇଣ୍ଟରନେଟ ମୁକ୍ତ ତଥା ଅବାଧ ହେବ ବୋଲି ଜଣାଯାଇଛି। ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥାଗୁଡିକ ଇଣ୍ଟରନେଟ କଣ୍ଟେଣ୍ଟ, ସେବା କ୍ଷେତ୍ରରେ ବ୍ଲକିଂ ଭଳି ବେଆଇନ କାର୍ଯ୍ୟ କରି ପାରିବେ ନାହିଁ।

ବିଓବିର ୧୧୧ ତମ ପ୍ରତିଷ୍ଠା ଦିବସ ପାଳନ

ବିଓବିର ୧୧୧ ତମ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର,୨୧-୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ବ୍ୟାଙ୍କର ୧୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ବାସ୍ଥ୍ୟ ପରିକ୍ଷା ଏବଂ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ବ୍ୟାଙ୍କର ପ୍ରତିଷ୍ଠାତା ସୟାଜୀ ରାଓ ଗାଏକଓ୍ବାର୍ଡ(ତୃତୀୟ)ଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇଥିଲା।

ଫ୍ଲେକ୍ସି ଫେୟାର ପ୍ରଭାବ:ଯାତ୍ରୀ ହରାଉଛି ଭାରତୀୟ ରେଳ

ଫ୍ଲେକ୍ସି ଫେୟାର ପ୍ରଭାବ:ଯାତ୍ରୀ ହରାଉଛି ଭାରତୀୟ ରେଳ

ନୂଆଦିଲ୍ଲୀ,୨୧-୭(ପି.ଟି.): ଯାତ୍ରୀମାନେ ବାଧ୍ୟ ବାଧକତାରେ ଟ୍ରେନ୍‌ ଅପେକ୍ଷା ଏରୋପ୍ଲେନ୍‌ରେ ଯାତ୍ରା କରିବା ପାଇଁ ପସନ୍ଦ କରୁଛନ୍ତି। କେତେକ ରୁଟ୍‌ରେ ପ୍ରିମିୟମ ଟ୍ରେନ୍‌ଗୁଡ଼ିକରେ ଯେତେ ଭଡ଼ା ଲାଗୁଛି ଉକ୍ତ ସ୍ଥାନକୁ ବିମାନରେ ଯାତ୍ରା କଲେ ଭଡ଼ା କମ୍‌ ପଡ଼ୁଛି। କେନ୍ଦ୍ର ସରକାର ଶତାବ୍ଦୀ, ଦୂରନ୍ତୋ ଏବଂ ରାଜଧାନୀ ଭଳି ପ୍ରିମିୟମ ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡିକରେ ଫ୍ଲେକ୍ସି ଫେୟାର ସିଷ୍ଟମ ଲାଗୁ କରିବା ଫଳରେ ଏଭଳି ଘଟିଛି। ପରିଣାମ ସ୍ବରୂପ ଦେଶର ଏହି ଜାତୀୟ ପରିବହନ ବ୍ୟବସ୍ଥାରୁ ଯାତ୍ରୀମାନେ ମୁହଁ ଫେରାଉଛନ୍ତି ଏବଂ ବିମାନ ଆଡକୁ ମୁହଁାଇବା ପାଇଁ ବାଧ୍ୟ ହେଉଛନ୍ତି। ଦେଶର ମହାସମୀକ୍ଷାକାର ବା କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ(ସିଏଜି) ଏକ ରିପୋର୍ଟରେ ଏଭଳି ସମୀକ୍ଷା କରିଛନ୍ତି।

ରାଜଧାନୀରେ ଖୋଲିଲା ଟର୍ଟଲର ୨ ଏକ୍ସକ୍ଲୁସିଭ୍‌ ଷ୍ଟୋର୍‌

ରାଜଧାନୀରେ ଖୋଲିଲା ଟର୍ଟଲର ୨ ଏକ୍ସକ୍ଲୁସିଭ୍‌ ଷ୍ଟୋର୍‌

ଭୁବନେଶ୍ୱର, ୨୧-୭(ବ୍ୟୁରୋ):ଦେଶର ପ୍ରମୁଖ ପୁରୁଷ ପରିଧାନ ବ୍ରାଣ୍ଡ୍‌ ଟର୍ଟଲ୍‌ ଲିମିଟେଡ୍‌ ଶୁକ୍ରବାର ଭୁବନେଶ୍ୱରରେ ଏହାର ଆଉ ଦୁଇଟି ନୂତନ ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌ ଉଦ୍‌ଘାଟନ କରିଛି। ଗୋଟିଏ ଜନପଥ ଏବଂ ଅନ୍ୟଟି ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମହଲ ଠାରେ ଖୋଲିଥିବାବେଳେ ବର୍ତ୍ତମାନ ଓଡିଶାରେ କମ୍ପାନୀର ମୋଟ ଶୋ’ରୁମ୍‌ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ଶୋ’ରୁମ୍‌ ସଂଖ୍ୟା ୭ରେ ପହଞ୍ଚିଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ