ଖେଳ |

ବିଜୟ ସୁଯୋଗ ହାତଛଡ଼ା କଲା ଅଷ୍ଟ୍ରେଲିଆ

ବିଜୟ ସୁଯୋଗ ହାତଛଡ଼ା କଲା ଅଷ୍ଟ୍ରେଲିଆ
ଭୁବନେଶ୍ୱର, ୪।୧୨(କ୍ରୀଡ଼ା ପ୍ରତିନିଧି)- ଶେଷ ମୁହୂର୍ତ୍ତରେ ୪ଟି ପେନାଲ୍ଟି କର୍ନର ସୁଯୋଗ ହାତଛଡ଼ା କରି ଅଷ୍ଟ୍ରେଲିଆ ସୋମବାର ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ହକି ୱାଲର୍‌ଡ ଲିଗ୍‌ ଫାଇନାଲ ଲିଗ୍‌ ମ୍ୟାଚ୍‌କୁ ଡ୍ର ରଖିବାକୁ ବାଧ୍ୟ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ଟି ୨-୨ ଗୋଲରେ ଶେଷ ହୋଇଛି। ଇଂଲଣ୍ଡ ପ୍ରଥମେ ଅଗ୍ରଣୀ ନେଇଥିଲେ ହେଁ ପରବର୍ତ୍ତୀ ପର୍ଯ୍ୟାୟରେ ତାହାକୁ ବଜାୟ ରଖିପାରି ନ ଥିଲା। ମଧ୍ୟଭାଗରେ ଅଷ୍ଟ୍ରେଲିଆ ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଶେଷ କ୍ବାର୍ଟରରେ ଇଂଲଣ୍ଡ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିବାରେ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍‌ ସହ ଅଷ୍ଟ୍ରେଲିଆ ପୁଲ୍‌ ‘ବି’ରେ ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିଛି। ଦଳ ୩ ମ୍ୟାଚ୍‌ରୁ ଡ୍ର ସହ ୩ ପଏଣ୍ଟ ପାଇଛି। ସେହିପରି ଇଂଲଣ୍ଡ ୩ ମ୍ୟାଚ୍‌ରୁ ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୪ ପଏଣ୍ଟ ପାଇଛି।
All Right Reserved By

ଖେଳ |

ବିଜୟ ବଜାୟ ଲକ୍ଷ୍ୟରେ ଭାରତ

ବିଜୟ ବଜାୟ ଲକ୍ଷ୍ୟରେ ଭାରତ

ବିଶାଖାପାଟଣା, ୨୩।୧୦(ପି.ଟି.)-
ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଟିମ୍‌ଇଣ୍ଡିଆ ଏହି ମ୍ୟାଚ ପାଇଁ ସ୍ବତଃ ଫେଭରାଇଟ ହୋଇ ଯାଇଥିବାବେଳେ ଓ୍ବେଷ୍ଟଇଣ୍ଡିଜ ପାଇଁ ପ୍ରତ୍ୟାବର୍ତ୍ତନ କଷ୍ଟକର ବ୍ୟାପାର ହେବ। ତେଣୁ ଭାରତ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ। 

ଦେଓଧର ଟ୍ରଫି:  କାର୍ତ୍ତିକ, ଅଶ୍ୱିନଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଇଣ୍ଡିଆ-ଏ ପରାସ୍ତ

ଦେଓଧର ଟ୍ରଫି: କାର୍ତ୍ତିକ, ଅଶ୍ୱିନଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଇଣ୍ଡିଆ-ଏ ପରାସ୍ତ

ନୂଆଦିଲ୍ଲୀ, ୨୩।୧୦- ଅଧିନାୟକ ଦିନେଶ କାର୍ତ୍ତିକ ଓ ନିମ୍ନକ୍ରମରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଇଣ୍ଡିଆ-ଏ ମଙ୍ଗଳବାର ଏଠାରେ ଅନୁଷ୍ଠିତ ଦେଓଧର ଟ୍ରଫିର ଏକ ମ୍ୟାଚ୍‌ରେ ଇଣ୍ଡିଆ-ବି ନିକଟରୁ ୪୩ ରନରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ-ବି ୮ ଉଇକେଟ୍‌ରେ ୨୬୧ ରନ କରିଥିବାବେଳେ ଇଣ୍ଡିଆ-ଏ ୪୬.୪ ଓଭରରେ ୨୧୮ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ବିଜୟ ସହ ଇଣ୍ଡିଆ-ବି ମ୍ୟାଚ୍‌ରୁ ୪ ପଏଣ୍ଟ ଅର୍ଜନ କରିଛି। ବୁଧବାର ପ୍ରତିଯୋଗିତାର ଅନ୍ୟ ଏକ ମ୍ୟାଚ୍‌ରେ ଇଣ୍ଡିଆ-ବି ଓ ଇଣ୍ଡିଆ-ସି ପରସ୍ପରକୁ ଭେଟିବେ।

ସିରିଜ କବ୍‌ଜା ଲକ୍ଷ୍ୟରେ ଭାରତ-ଏ

ସିରିଜ କବ୍‌ଜା ଲକ୍ଷ୍ୟରେ ଭାରତ-ଏ

ମୁମ୍ବାଇ, ୨୩।୧୦(ପି.ଟି.)- ଭ୍ରମଣକାରୀ ଅଷ୍ଟ୍ରେଲିଆ-ଏ ଓ ଭାରତ-ଏ ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ୨ୟ ମ୍ୟାଚ୍‌ ବୁଧବାର ସ୍ଥାନୀୟ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଖେଳାଯିବ। ଏହି ମ୍ୟାଚ୍‌ ଜିତି ହର୍‌ମନପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଗୁଆ ସିରିଜ କବ୍‌ଜା କରିବା ଲକ୍ଷ୍ୟରେ ରହିଛି। 

ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ

ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ

ଚୋନବୁରି (ଥାଇଲାଣ୍ଡ), ୨୩।୧୦(ପି.ଟି.)- ୧୯ ବର୍ଷରୁ କମ୍‌ ମହିଳା ଏଏଫ୍‌ସି ଚାମ୍ପିୟନଶିପ୍‌ ଯୋଗ୍ୟତା ପର୍ଯ୍ୟାୟର ଏକ ମୁକାବିଲାରେ ଭାରତୀୟ ଫୁଟ୍‌ବଲ ଦଳ ବୁଧବାର ପାକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। 

ଟି୧୦ ଲିଗ୍‌ ଖେଳିବେ ଜାହିର୍‌, ଆର୍‌ପି ସିଂ

ଟି୧୦ ଲିଗ୍‌ ଖେଳିବେ ଜାହିର୍‌, ଆର୍‌ପି ସିଂ

ମୁମ୍ବାଇ, ୨୩।୧୦(ପି.ଟି.)- କ୍ରିକେଟରୁ ଅବସର ନେଇ ସାରିଥିବା ଭାରତର ଦୁଇ ପ୍ରମୁଖ ବାମହାତୀ ଦ୍ରୁତ ବୋଲର ଜାହିର ଖାଁ ଓ ରୁଦ୍ର ପ୍ରତାପ (ଆର୍‌ପି) ସିଂ ଟି୧୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଖେଳିବାକୁ ଚୁକ୍ତି କରିଛନ୍ତି। 

ନେପାଳ ସ୍ପିନର ସନ୍ଦୀପଙ୍କ କୃତିତ୍ୱ

ନେପାଳ ସ୍ପିନର ସନ୍ଦୀପଙ୍କ କୃତିତ୍ୱ

ମେଲବୋର୍ନ, ୨୩।୧୦- ନେପାଳର ଉଦୀୟମାନ ଲେଗ୍‌-ସ୍ପିନର ସନ୍ଦୀପ ଲାମିଚାନେ ଅଷ୍ଟ୍ରେଲିଆର ଟି୨୦ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ମେଲବୋର୍ନ ଷ୍ଟାର୍‌ ପକ୍ଷରୁ ଖେଳିବାକୁ ଚୁକ୍ତି କରିଛନ୍ତି।

ଡବ୍ଲ୍ୟୁଟିଏ ଫାଇନାଲ୍ସ: କର୍ବର, ଓସାକ ପରାସ୍ତ

ଡବ୍ଲ୍ୟୁଟିଏ ଫାଇନାଲ୍ସ: କର୍ବର, ଓସାକ ପରାସ୍ତ

କାଲାଙ୍ଗ(ସିଙ୍ଗାପୁର), ୨୩।୧୦- ଏଠାରେ ଚାଲିଥିବା ଡବ୍ଲୁଟିଏ ଫାଇନାଲ୍ସରେ ଦୁଇ ତାରକା ମହିଳା ଟେନିସ ଖେଳାଳି ଆଞ୍ଜେଲିକ କର୍ବର ଓ ନାଓମି ଓସାକାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ନ୍ୟୁଜିଲାଣ୍ଡ ଟି୨୦ ଦଳରେ ଫିଲିପ୍ସ, ଆଣ୍ଡରସନ

ନ୍ୟୁଜିଲାଣ୍ଡ ଟି୨୦ ଦଳରେ ଫିଲିପ୍ସ, ଆଣ୍ଡରସନ

ଅକ୍‌ଲାଣ୍ଡ, ୨୩।୧୦- ପାକିସ୍ତାନ ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ମଙ୍ଗଳବାର ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ଘୋଷିତ ହୋଇଛି। କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱରେ ଘୋଷିତ ୧୩ ଜଣିଆ ଦଳରେ ଅଲ୍‌ରାଉଣ୍ଡର କୋରି ଆଣ୍ଡରସନ ଓ ଉଇକେଟ୍‌କିପର ଗ୍ଲେନ ଫିଲିପ୍ସଙ୍କୁ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆ ୭ ଉଇକେଟରେ ବିଜୟୀ

ଅଷ୍ଟ୍ରେଲିଆ ୭ ଉଇକେଟରେ ବିଜୟୀ

ଆବୁଧାବି, ୨୩ା୧୦ (ଏଏଫ୍‌ପି)-ଅଷ୍ଟ୍ରେଲିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ଏକମାତ୍ର ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଯାଇଛି।  ଡି’ ଆର୍ସି ଶର୍ଟଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ  ସହାୟତାରେ ଅଷ୍ଟ୍ରେଲିଆ ଏଥିରେ ୭ ଉଇକେଟରେ ବିଜୟ ହାସଲ କରିଛି। 

କୋଚ୍‌ଭାବେ ସିନିୟର କ୍ୟାମ୍ପରେ ଯୋଗଦେଲେ ଲାଜରୁସ

କୋଚ୍‌ଭାବେ ସିନିୟର କ୍ୟାମ୍ପରେ ଯୋଗଦେଲେ ଲାଜରୁସ

ଭୁବନେଶ୍ୱର, ୨୩ା୧୦ (କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା ହକିର ଅନ୍ୟତମ କିମ୍ବଦନ୍ତୀ ଖେଳାଳି ଅଲିମ୍ପିଆନ ଲାଜରୁସ ବାର୍ଲା ଏବେ କ୍ୟାରିୟରରେ ଆଉ ଏକ ଗୁରୁ ଦାୟିତ୍ୱ ପାଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଭାରତୀୟ ସିନିୟର ହକି ଦଳର କ୍ୟାମ୍ପରେ ସେ କୋଚ୍‌ଭାବେ ଯୋଗ ଦେଇଛନ୍ତି। 

ବଜରଙ୍ଗଙ୍କୁ ରୌପ୍ୟ, ଓତୋଗୁରୋ ଜାପାନର ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ

ବଜରଙ୍ଗଙ୍କୁ ରୌପ୍ୟ, ଓତୋଗୁରୋ ଜାପାନର ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ

ବୁଦାପେଷ୍ଟ(ହଙ୍ଗେରୀ), ୨୩ା୧୦  (ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ରେ ଦ୍ୱିତୀୟ ଭାରତୀୟ ବକ୍ସର ଭାବେ ସ୍ବର୍ଣ୍ଣ ପଦକ ହାସଲ କରିବା ଲାଗି ବଜରଙ୍ଗ ପୁନିଆ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଅଧୁରା ହୋଇ ରହିଯାଇଛି।

ସାଇକେଲ ରେସିଂରେ ରାଜୀବଙ୍କ କୃତିତ୍ୱ

ସାଇକେଲ ରେସିଂରେ ରାଜୀବଙ୍କ କୃତିତ୍ୱ

ବ୍ରହ୍ମପୁର ଅଫିସ,୨୩ା୧୦ ଚେନ୍ନାଇଠାରେ ରବିବାର ଇଭେଣ୍ଟ ଜିନିଙ୍ଗ ପକ୍ଷରୁ ଅନୁଷ୍ଠିତ ଜାତୀୟସ୍ତରୀୟ ଡବ୍ଳୁସିସିଜି ଟୁ ଷ୍ଟେଟ ସାଇକେଲ ରେସିଂ ୨୦୧୮-୧୯ ପ୍ରତିଯୋଗିତାରେ ଭାଗନେଇ ଗଞ୍ଜାମ ଜିଲାର ଜଣେ ଯୁବକ କୃତିତ୍ୱ ହାସଲ କରିଛନ୍ତି।