Dharitri News
ଖେଳ |

ଶ୍ରୀଲଙ୍କାର ପ୍ରତ୍ୟାବର୍ତ୍ତନ ସତ୍ତ୍ୱେ ଦୃଢ଼ ସ୍ଥିତିରେ ଭାରତ

ଶ୍ରୀଲଙ୍କାର ପ୍ରତ୍ୟାବର୍ତ୍ତନ ସତ୍ତ୍ୱେ ଦୃଢ଼ ସ୍ଥିତିରେ ଭାରତ ମାଥ୍ୟୁସ୍‌ ଓ ଚାଣ୍ଡିମାଲଙ୍କ ଶତକ ନୂଆଦିଲ୍ଲୀ, ୪।୧୨,(ପି.ଟି)- ଶ୍ରୀଲଙ୍କାର ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଘରୋଇ ଭାରତ ତା’ର ନିୟନ୍ତ୍ରଣ ବଜାୟ ରଖିଛି। ଭାରତର ପ୍ରଥମ ଇନିଂସ ସ୍କୋର ୫୩୬/୭ (ପାଳି ଘୋଷଣା) ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସ ଆରମ୍ଭ କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୭୫ ରନରେ ୩ ଉଇକେଟ ହରାଇଥିବା ଶ୍ରୀଲଙ୍କା ଚତୁର୍ଥ ଉଇକେଟ ଯୋଡିରେ ଲଢ଼ୁଆ ପ୍ରଦର୍ଶନ କରିଥିଲା। ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ଓ ଅଧିନାୟକ ଦିନେଶ ଚାଣ୍ଡିମାଲ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ଶତକ ହାସଲ କରିବା ସହ ଶ୍ରୀଲଙ୍କାକୁ ଫଲୋଅନରୁ ରକ୍ଷା କରିଥିଲେ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୧୩୦ ଓଭରରେ ୯ ଉଇକେଟ ହରାଇ ୩୫୬ ରନ ସଂଗ୍ରହ କରିଛି। ଚାଣ୍ଡିମାଲ ୧୪୭ ରନ ଓ ଲକ୍ଷନ ସନ୍ଦକାନ ବିନା ସ୍କୋରରେ ଅପରାଜିତ ରହିଛନ୍ତି। ମ୍ୟାଚ ଆଉ ଦୁଇ ଦିନ ବାକିଥିବା ବେଳେ ଶ୍ରୀଲଙ୍କା ଗୋଟିଏ ଉଇକେଟ ବାକିଥାଇ ୧୮୦ ରନ ପଛରେ ପଡିଛି। ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୩୧/୩ରୁ ଶ୍ରୀଲଙ୍କା ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ମାଥ୍ୟୁସ ୫୭ ରନରୁ ଖେଳ ଆରମ୍ଭ କରି ୧୧୧ରନର ଶତକୀୟ ପାଳି ଖେଳି ରବିଚନ୍ଦ୍ରନ ଅଶ୍ୱିନଙ୍କ ଶିକାର ହୋଇଥିଲେ। ସେହିପରି ୨୫ ରନରୁ ଖେଳ ଆରମ୍ଭ କରି ଚାଣ୍ଡିମାଲ ତୃତୀୟ ଦିନ ସାରା ବ୍ୟାଟିଂ କରିଥିଲେ ଓ ୧୪୭ରନର ଲଢ଼ୁଆ ପାଳି ଖେଳି ଅପରାଜିତ ରହିଛନ୍ତି। ଚତୁର୍ଥ ଉଇକେଟ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୮୧ରନର ଭାଗୀଦାରି ସ୍ଥାପନ କରିଥିଲେ। ସୋମବାର ପ୍ରଥମ ସେସନରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାରେ ଭାରତୀୟ ବୋଲରମାନେ ବିଫଳ ହୋଇଥିଲେ। ଏହିକ୍ରମରେ ମାଥ୍ୟୁସ୍‌ ଅଷ୍ଟମ ଓ ଚାଣ୍ଡିମାଲ ଦଶମ ଟେଷ୍ଟ ଶତକ ହାସଲ କରିଥିଲେ। ମାଥ୍ୟୁସ୍‌ ତାଙ୍କ ଇନିଂସ ଅବସରରେ ୩ଥର ଜୀବନଦାନ ପାଇଥିଲେ। ସେହିପରି ଚାଣ୍ଡିମାଲ ଗୋଟିଏ ଜୀବନଦାନ ପାଇଛନ୍ତି। ଆଉଟ ହେବା ପରେ ଶ୍ରୀଲଙ୍କା ଗୋଟିଏ ପରେ ଗୋଟିଏ ଉଇକେଟ ହରାଇଥିଲା। ଯୁବ ବ୍ୟାଟ୍ସମ୍ୟାନ ସାଦିରା ସମରବିକ୍ରମା ୩୩ ରନ କରି ଇଶାନ୍ତ ଶର୍ମାଙ୍କ ଦ୍ୱାରା ଆଉଟ ହେବା ପରେ ରୋଶେନ ସିଲଭା ଓ ଉଇକେଟ କିପର ବ୍ୟାଟ୍ସମ୍ୟାନ ନିରୋଶାନ ଡିକ୍‌ଓ୍ବେଲା ଖାତା ଖୋଲିବା ପୂର୍ବରୁ ଯଥାକ୍ରମେ ଅଶ୍ୱିନଙ୍କ ଦ୍ୱାର ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ସୁରଙ୍ଗା ଲାକମଲ ୫ ମହମ୍ମଦ ସାମିଙ୍କ ଶିକାର ହେବା ପରେ ଲାହିରୁ ଗାମାଗେ ୧ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ। ତୃତୀୟ ଦିନରେ ଭାରତୀୟ ବୋଲରମାନେ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ମାଥ୍ୟୁସ ଆଉଟ ହେବା ପରେ ଭାରତୀୟ ବୋଲରମାନେ ଅବଶ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଶ୍ୱିନ ୩ଟି ଉଇକେଟ ନେଇଥିବା ବେଳେ ସାମି, ଇଶାନ୍ତ ଓ ଜାଡେଜା ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ଭାରତ ପ୍ରଥମ ଇନିଂସରେ ଅଧିନାୟକ ବିରାଟ କୋହଲିଙ୍କ ଦ୍ୱିଶତକ ଓ ଓପନ ମୁରଲୀ ବିଜୟଙ୍କ ଶତକ ମୁଖ୍ୟ ଘଟଣା ଥିଲା।

ଖେଳ |

ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ହାମିଲଟନ୍‌, ୧୬।୧(ଏଏଫ୍‌ପି)- କଲିନ୍‌ ଡି ଗ୍ରାଣ୍ଡହୋମଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ଏଠାରେ ଅନୁଷ୍ଠିତ ୪ର୍ଥ ଦିନିକିଆ ମ୍ୟାଚ୍‌ରେ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି।

୮ ବର୍ଷ ପରେ କାର୍ତ୍ତିକଙ୍କୁ ଟେଷ୍ଟ ସୁଯୋଗ

୮ ବର୍ଷ ପରେ କାର୍ତ୍ତିକଙ୍କୁ ଟେଷ୍ଟ ସୁଯୋଗ

ସେଞ୍ଚୁରିୟନ, ୧୬।୧(ପି.ଟି.)- ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଟେଷ୍ଟ ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଅନ୍ତିମ ତଥା ୩ୟ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ମାଂସପେଶୀଜନିତ ସମସ୍ୟା ଲାଗି ଶାହାଙ୍କୁ ବାଦ୍‌ ଦିଆଯାଇଛି। ଶାହାଙ୍କ ବଦଳ ଖେଳାଳିଭାବେ ଅନ୍ୟତମ ଉଇକେଟ୍‌କିପର ଦୀନେଶ କାର୍ତ୍ତିକଙ୍କୁ ଦଳରେ ଯୋଗ ଦେବା ଲାଗି ଡାକରା ମିଳିଛି।

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ

ମାଉଣ୍ଟ ମାଉନଗାନୁଇ, ୧୬।୧(ପି.ଟି.)- ତିନିଥର ଚାମ୍ପିୟନ ଭାରତ ଚଳିତ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ମେଲବୋର୍ନ,୧୬ ା୧(ଏ.ଏଫ.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ ଟେନିସ ଟୁର୍ନାମେଣ୍ଟ ସୋମବାରଠାରୁ ଆରମ୍ଭ ହୋଇଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି।

ଆଇସିସି ବିଶ୍ୱକପ୍‌:  କ୍ୱାଲିଫାୟର ଖେଳିବ ଓ୍ବେଷ୍ଟଇଣ୍ଡିଜ

ଆଇସିସି ବିଶ୍ୱକପ୍‌: କ୍ୱାଲିଫାୟର ଖେଳିବ ଓ୍ବେଷ୍ଟଇଣ୍ଡିଜ

ଦୁବାଇ, ୧୫ା୧ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) କ୍ରିକେଟ ବିଶ୍ୱକପ୍‌ ୨୦୧୯ ପାଇଁ ଦୁଇଥର ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଅନ୍ୟ ୯ଟି ଦଳ ସହିତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବ।

ଓଡ଼ିଶାର ଶ୍ରୀକାନ୍ତ, ସତ୍ୟବ୍ରତଙ୍କୁ ସଫଳତା

ଓଡ଼ିଶାର ଶ୍ରୀକାନ୍ତ, ସତ୍ୟବ୍ରତଙ୍କୁ ସଫଳତା

ଭୁବନେଶ୍ୱର, ୧୫।୧(ସ୍ପୋଟର୍‌ସ ବ୍ୟୁରୋ)- ବମ୍ବେର ପ୍ରଦର୍ଶନୀ ସେଣ୍ଟରଠାରେ ଅନୁଷ୍ଠିତ ହୋଇଥିବା ଭାରତର ସର୍ବବୃହତ ଫିଟ୍‌ନେସ ଏକ୍ସପୋ ଏବଂ ସାମରିକ କଳା ପ୍ରତିଯୋଗିତାର ମିକ୍ସଡ୍‌ ମାର୍ଶାଲ ଆର୍ଟ ଓ ସବ୍‌ମିଶନ ଗ୍ରାପଲିଂରେ ଓଡ଼ିଶା ବୃହତ ସଫଳତା ହାସଲ କରି

ସିନିୟର ମହିଳା ଟି୨୦: ଓଡ଼ିଶାର ହ୍ୟାଟ୍ରିକ ବିଜୟ

କଟକ ଅଫିସ,୧୫ା୧- ମାଡ୍ରାସଠାରେ ଚାଲିଥିବା ସିନିୟର ମହିଳା ଟି-୨୦ ଲିଗ୍‌ରେ ଓଡ଼ିଶା ଲଗାତାର ୩ୟ ତଥା ହ୍ୟାଟ୍ରିକ ବିଜୟ ସଫଳତା ହାସଲ କରିଛି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ପଞ୍ଜାବ ଏବଂ ଜମ୍ମୁ ଓ କଶ୍ମିରୀକୁ ପରାସ୍ତ କରିବା ପରେ ଓଡ଼ିଶା ସୋମବାର ଏକ ମ୍ୟାଚ୍‌ରେ ତ୍ରିପୁରାକୁ ୮ ଉଇକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି।

ଅଷ୍ଟ୍ରେଲିଆନ୍‌ ଓପନ୍‌ ଆରମ୍ଭରୁ ବିପର୍ଯ୍ୟୟ

ଅଷ୍ଟ୍ରେଲିଆନ୍‌ ଓପନ୍‌ ଆରମ୍ଭରୁ ବିପର୍ଯ୍ୟୟ

ମେଲବୋର୍ନ, ୧୫।୧(ଏପି)- ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଅଷ୍ଟ୍ରେଲିଆନ୍‌ ଓପନ୍‌ ସୋମବାର ଆରମ୍ଭ ହୋଇଯାଇଛି। ଟୁର୍ନାମେଣ୍ଟ ଆରମ୍ଭରୁ ହିଁ ବୃହତ୍‌ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ମହିଳା ସିଙ୍ଗଲ୍ସ ବର୍ଗର ପ୍ରଥମ ରାଉଣ୍ଡରେ ପୂର୍ବତନ ଚାମ୍ପିୟନ୍‌ ତଥା ଗତ ସଂସ୍କରଣର ଉପବିଜେତା ଭେନସ୍‌ ଓ୍ବିଲିୟମ୍ସ ପରାଜୟ ସହ ବିଦାୟ ନେଇଛନ୍ତି

ଟାଟା ଷ୍ଟିଲ୍‌ ଚେସ୍‌: ପଏଣ୍ଟ ବାଣ୍ଟିଲେ ଆନନ୍ଦ

ଟାଟା ଷ୍ଟିଲ୍‌ ଚେସ୍‌: ପଏଣ୍ଟ ବାଣ୍ଟିଲେ ଆନନ୍ଦ

ନୂଆଦିଲ୍ଲୀ, ୧୫।୧(ପି.ଟି.)- ପାଞ୍ଚଥର ବିଶ୍ୱ ଚାମ୍ପିୟନ୍‌ ଭାରତୀୟ ଚେସ୍‌ ଖେଳାଳି ବିଶ୍ୱନାଥନ ଆନନ୍ଦ ନେଦରଲାଣ୍ଡର ଓ୍ବିଜ ଆନ ଜୀଠାରେ ଖେଳାଯାଉଥିବା ୮୦ତମ ଟାଟା ଷ୍ଟିଲ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟରେ ୨ୟ ରାଉଣ୍ଡ ମୁକାବିଲାରେ ପଏଣ୍ଟ ଭାଗ କରିଛନ୍ତି। ଅନ୍ୟ ଭାରତୀୟ ଖେଳାଳି ବି. ଅଧିବାନ ଟପ୍‌ ସିଡ୍‌ ମାଗ୍‌ନସ କାର୍ଲସେନଙ୍କଠାରୁ ପରାଜିତ ହୋଇଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ପୁଣି ପ୍ରଥମ ରାଉଣ୍ଡରୁ ଭାମ୍ବ୍ରି ବିଦା

ଅଷ୍ଟ୍ରେଲିଆନ୍‌ ଓପନ୍‌: ପୁଣି ପ୍ରଥମ ରାଉଣ୍ଡରୁ ଭାମ୍ବ୍ରି ବିଦା

ମେଲବୋର୍ନ, ୧୫।୧(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଖେଳାଳି ୟୁକି ଭାମ୍ବ୍ରି ପୁଣି ଥରେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପ୍ରଥମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ସୋମବାରଠାରୁ ଆରମ୍ଭ ହୋଇଥିବା ଟୁର୍ନାମେଣ୍ଟରେ ସେ ସାଇପ୍ରସର ମାର୍କୋସ ବାଗଦାତିସଙ୍କଠାରୁ ସେଟ୍‌ରେ ପରାଜିତ ହୋଇଛନ୍ତି।

ଜାସନ ରୟଙ୍କ ରେକର୍ଡ ଶତକ

ଜାସନ ରୟଙ୍କ ରେକର୍ଡ ଶତକ

ମେଲବୋର୍ନ, ୧୪ା୧ (ଏଏଫପି)- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମସିଜି)ରେ ରବିବାର ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ୫ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏଥିସହିତ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି।

ସବ୍‌ଜୁନିୟର ଜାତୀୟ ପୁରୁଷ ହକି: ସୁନୀତ୍‌ ଓଡ଼ିଶା ଅଧିନାୟକ

ସବ୍‌ଜୁନିୟର ଜାତୀୟ ପୁରୁଷ ହକି: ସୁନୀତ୍‌ ଓଡ଼ିଶା ଅଧିନାୟକ

ଭୁବନେଶ୍ୱର,୧୪ା୧(ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତର ପ୍ରଦେଶର ଇଟାଓ୍ବାସ୍ଥିତ ସଇଫାଇଠାରେ ଆସନ୍ତା ୧୭ରୁ ୨୮ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଅଷ୍ଟମ ହକି ଇଣ୍ଡିଆ ସବ୍‌ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନଶିପ୍‌ ଡିଭିଜନ ଏ’ ପାଇଁ ଏକ ୧୭ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ସୁନୀତ ଲାକ୍ରାଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି।