Dharitri News
ଖେଳ |

କୋହଲିଙ୍କ ରେକର୍ଡ ଦ୍ୱିଶତକ: ଭାରତ ସ୍ଥିତି ଦୃଢ଼

କୋହଲିଙ୍କ ରେକର୍ଡ ଦ୍ୱିଶତକ: ଭାରତ ସ୍ଥିତି ଦୃଢ଼ ନୂଆଦିଲ୍ଲୀ,୪ା୧୨(ପି.ଟି)- ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଦ୍ୱିଶତକ ଓ ଓପନର ମୁରଲୀ ବିଜୟଙ୍କ ବୃହତ୍‌ ଶତକୀୟ ପାଳି ବଳରେ ଭାରତ ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ସ୍ଥିତି ଦୃଢ଼ କରିଛି। ଭାରତ ପ୍ରଥମ ଇନିଂସରେ ୧୨୭. ୫ ଓଭରରେ ୭ ଉଇକେଟ ହରାଇ ୫୩୬ ରନ କରି ପାଳି ଘୋଷଣା କରିଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଶ୍ରୀଲଙ୍କା ପ୍ରଥମ ବଲରେ ହିଁ ଝଟ୍‌କା ଖାଇଥିଲା। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୪୪.୩ ଓଭରରେ ୩ ଉଇକେଟ ହରାଇ ୧୩୧ ରନ କରିଛି। ଫଳରେ ଶ୍ରୀଲଙ୍କା ୭ ଉଇକେଟ ବାକିଥାଇ ୪୦୫ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଆଞ୍ଜେଲୋ ମାଥ୍ୟୁସ୍‌ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଓ ଅଧିନାୟକ ଦିନେଶ ଚାଣ୍ଡିମଲ ୨୫ ରନ କରି ଅପରାଜିତ ରହିଛନ୍ତି। ଇନିଂସର ପ୍ରଥମ ବଲରେ ଦିମୁଥ କରୁଣାରତ୍ନେ ମହମ୍ମଦ ସାମିଙ୍କ ବଲରେ ଉଇକେଟ କିପର ରିଦ୍ଧିମାନ ଶାହଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହା ପରେ ଧନଞ୍ଜୟ ଡି’ସିଲଭା ୧ ରନ କରିଥିବା ବେଳେ ଇଶାନ୍ତ ଶର୍ମାଙ୍କ ବଲରେ ଏଲବିଡବ୍ଲ୍ୟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଅନ୍ୟତମ ଓପନର ଦିଲରୁଓ୍ବାନ ପେରେରା ୪୨ ରନର ଦ୍ରୁତ ପାଳି ଖେଳି ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ଆଉଟ ହୋଇଥିଲେ। ତେବେ ଚତୁର୍ଥ ଉଇକେଟ ଯୋଡିରେ ମାଥ୍ୟୁସ ଓ ଚାଣ୍ଡିମଲ ୫୬ ରନର ଭାଗୀଦାରି ସ୍ଥାପନ କରି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ପ୍ରଥମ ଦିବସର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୭୧/୪ରୁ ଭାରତ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ କୋହଲି ୧୫୬ ରନରୁ ଖେଳ ଆରମ୍ଭ କରି ୨୪୩ ରନର ଦ୍ୱିଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ରୋହିତ ଶର୍ମା ଅସମାପ୍ତ ବ୍ୟକ୍ତିଗତ ସ୍କୋର ୬ରୁ ଖେଳ ଆରମ୍ଭ କରି ୬୫ ରନର ଅର୍ଦ୍ଧଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ରବିଚନ୍ଦ୍ରନ ଅଶ୍ୱିନ ୪ ରନ କରି ଆଉଟ ହୋଇଥିଲେ। ଦିଲ୍ଲୀ ପ୍ରଦୂଷଣ ନେଇ ଶ୍ରୀଲଙ୍କା ଫିଲ୍ଡରମାନେ ବାରମ୍ବାର ଅଭିଯୋଗ କରିଥିଲେ ଓ ଏହି କାରଣରୁ ୩ଥର ଖେଳ ବନ୍ଦ ରହିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଶ୍ରୀଲଙ୍କା ଖେଳାଳିମାନେ ମାସ୍କ ପିନ୍ଧି ଫିଲ୍ଡିଂ କରିଥିଲେ। ରିଦ୍ଧିମାନ ଶାହା ଓ ଜାଡେଜା ଯଥାକ୍ରମେ ୯ ଓ ୫ ରନ କରି ଅପରାଜିତ ରହିଥିବା ବେଳେ କୋହଲି ପାଳି ଘୋଷଣା କରିଥିଲେ।

ଖେଳ |

ଆଜିଠାରୁ ରାଜ୍ୟ କୁସ୍ତି ପ୍ରତିଯୋଗିତା

ଭୁବନେଶ୍ୱର, ୨୦।୧ ଓଡ଼ିଶା କୁସ୍ତି ସଂଘ ଆନୁକୂଲ୍ୟରେ ଖୋର୍ଦ୍ଧା କୁସ୍ତି ସଂଘ ପକ୍ଷରୁ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପ୍ରାଙ୍ଗଣରେ ୨୦ ଓ ୨୧ ତାରିଖରେ ରାଜ୍ୟ (ଆନ୍ତଃ ଜିଲା) କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାର ୧୫୦ ପ୍ରତିଯୋଗୀ ଓ ୫୦ ଜଣ ଅଫିସିଆଲ୍‌ ଅଂଶଗ୍ରହଣ କରିବେ।

ହାଇପରଆଣ୍ଡ୍ରୋଜେନିଜମ ନିୟମ, ଆଉ ୬ ମାସ ପାଇଁ ସସ୍‌ପେଣ୍ଡ

ହାଇପରଆଣ୍ଡ୍ରୋଜେନିଜମ ନିୟମ, ଆଉ ୬ ମାସ ପାଇଁ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୧୯।୧ (ପି.ଟି.)-କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌) ଶୁକ୍ରବାର ଇଣ୍ଟରନ୍ୟାଶନାଲ ଆଥଲେଟିକ ଫେଡେରେଶନ (ଆଇଏଏଏଫ୍‌)ର ବିବାଦୀୟ ହାଇପରଆଣ୍ଡ୍ରୋଜେନିଜମ ନିୟମକୁ ଆଉ ୬ ମାସ ପାଇଁ ସସ୍‌ପେଣ୍ଡ କରିଛନ୍ତି। ଫଳରେ ଏହାର ଶିକାର ହୋଇଥିବା ଓଡ଼ିଶାର ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି।

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ମେଲବୋର୍ନ, ୧୯।୧(ପି.ଟି.)- ଭାରତର ଡିଭିଜ ଶରନ ଓ ରୋହନ ବୋପାନ୍ନା ନିଜ ପାର୍ଟନରଙ୍କ ସହ ଅଷ୍ଟ୍ରେଲିଆନ ଓପନ ଟେନିସ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ମେଲବୋର୍ନ, ୧୯।୧(ଏଏଫପି)- ଟିନ୍‌ ଏଜ୍‌ ସେନସେଶନ ୧୫ ବର୍ଷୀୟା ମାର୍ତା କୋଷ୍ଟ୍ୟୁକଙ୍କ ବିଜୟରେ ବ୍ରେକ୍‌ ଲଗାଇଛନ୍ତି ୪ର୍ଥ ସିଡ୍‌ ଏଲିନା ସ୍ବିତୋଲିନା। ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସର ଶୁକ୍ରବାର ଅନୁଷ୍ଠିତ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ନିଜ ଦେଶର କୋଷ୍ଟ୍ୟୁକଙ୍କୁ ସିଧାସଳଖ ୬-୨, ୬-୨ ସେଟ୍‌ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ୟୁକ୍ରେନର ସ୍ବିତୋଲିନା।

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ, ୧୯।୧(ଏଏଫପି)- ସ୍ଥାନୀୟ ବେସିନ ରିଜର୍ଭ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ୫ମ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୫ ରନରେ ପାକିସ୍ତାନକୁ ହରାଇ ଦେଇଛି। ଏଥି ସହିତ ପାକିସ୍ତାନ ବିପକ୍ଷ ସିରିଜକୁ ନ୍ୟୁଜିଲାଣ୍ଡ ବିରଳ ୫-୦ରେ କ୍ଲିନ୍‌ ସୁଇପ୍‌ କରିଛି।

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ମାଉଣ୍ଟ ମାଉନଗାନୁଇ(ନ୍ୟୁଜିଲାଣ୍ଡ), ୧୯।୧(ପି.ଟି.)- ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଭାରତ ୧୦ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଏଥିସହ ଭାରତ ଗ୍ରୁପ‘ବି’ରେ ଶୀର୍ଷସ୍ଥାନ ପକ୍କା କରିଛି।

ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଫେଡେରର, ଶାରାପୋଭା, ହାଲେପ

ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଫେଡେରର, ଶାରାପୋଭା, ହାଲେପ

ମେଲବୋର୍ନ,୧୮ା୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଟେନିସ ଚତୁର୍ଥ ଦିନରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ କେତୋଟି ବିପର୍ଯ୍ୟୟକୁ ବାଦ ଦେଲେ ସିଡେଡ ଖେଳାଳିମାନଙ୍କ ବିଜୟ ଅଭିଯାନ ଜାରି ରହିଛି।

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ

ଦୁବାଇ,୧୮ା୧(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ବାର୍ଷିକ ପୁରସ୍କାରରେ ଭାରତୀୟ ଅଧିନାୟକ ତଥା ରନ ମେଶିନ ବିରାଟ କୋହଲିଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି।

ହକି ଗାଙ୍ଗପୁର ସେମିଫାଇନାଲରେ

ହକି ଗାଙ୍ଗପୁର ସେମିଫାଇନାଲରେ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ହରିୟାଣାର ହିସାରଠାରେ ଚାଲିଥିବା ଜାତୀୟ ସବ୍‌ଜୁନିୟର ମହିଳା ହକି ଟୁର୍ନାମେଣ୍ଟର ସେମିଫାଇନାଲରେ ହକି ଗାଙ୍ଗପୁର-ଓଡ଼ିଶା ପ୍ରବେଶ କରିଛି।

ପୂର୍ବାଞ୍ଚଳ ଏଜି ହକି: ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ପୂର୍ବାଞ୍ଚଳ ଏଜି ହକି: ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ପୂର୍ବାଞ୍ଚଳ ଆକାଉଣ୍ଟ୍ସ ଓ ଅଡିଟ୍‌ ହକି ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଗତବର୍ଷର ରନର୍ସଅପ୍‌ ଏଜି ଝାଡ଼ଖଣ୍ଡକୁ ୭-୨ ଗୋଲରେ ପରାସ୍ତ କରି ଓଡ଼ିଶା ଫାଇନାଲରେ ପ୍ରବେଶ କରିଛି।

ଗୋଆରେ ପ୍ଲେ-ଅଫ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଗୋଆରେ ପ୍ଲେ-ଅଫ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ଜୁନିୟର ବର୍ଗର ଆଇ-ଲିଗ୍‌ ଫୁଟବଲରେ ପଦାର୍ପଣ କରିଥିବା ଓଡ଼ିଶା(କ୍ରୀଡ଼ା ଛାତ୍ରାବାସ ଦଳ) ଗୋଆରେ ପ୍ଲେ-ଅଫ୍‌ ଖେଳିବ।

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ

ଟୌରାଙ୍ଗ (ନ୍ୟୁଜିଲାଣ୍ଡ), ୧୮।୧(ପି.ଟି.)- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ସିରିଜ୍‌ର ୨ୟ ମ୍ୟାଚ୍‌ରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ୨ୟ ମ୍ୟାଚ୍‌ରେ ୨-୦ ଗୋଲ୍‌ରେ ବେଲଜିୟମ ପରାସ୍ତ କରିଛି।