ମେଟ୍ରୋ |

୬ରେ ମଠ ମହନ୍ତଙ୍କ ବୈଠକ

୬ରେ ମଠ ମହନ୍ତଙ୍କ ବୈଠକ
ପୁରୀ ଅଫିସ, ୪।୧୨: ପୁରୀ ସହରର ମଠ ମହନ୍ତମାନଙ୍କୁ ନେଇ ରାଜ୍ୟ ଦେବୋତ୍ତର କମିଶନର ଆସନ୍ତା ୬ ତାରିଖରେ ଏକ ବୈଠକ ଡାକିଛନ୍ତି। ଏହି ବୈଠକ ଭୁବନେଶ୍ୱରସ୍ଥିତ କମିଶନରଙ୍କ କାର୍ଯ୍ୟାଳୟରେ ବସିବ। ବୈଠକରେ ୮୮ଟି ମଠର ମହନ୍ତ ଯୋଗେଦେବେ। ମଠ ମହନ୍ତମାନଙ୍କୁ ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ମଠ ଦଖଲ ବୈଠକରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି କୁହାଯାଉଛି। ବାଲିସାହିରେ ଥିବା ବାଉଳି ମଠକୁ ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେଇଛି। ମଠାଧୀଶ ନ ଥିବା ଆଉ ୪ଟି ମଠ ହାତକୁ ନେବାଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରଜମିନ ତଦନ୍ତ ଚାଲିଛି। ସୁପ୍ରିମକୋର୍ଟଙ୍କ ରାୟ ଭିତ୍ତିରେ ମଠଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ ଦଖଲକୁ ନେଉଛି। ଏହାପୂର୍ବରୁ ୨୦୧୩ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ଗୋପାଳ ତୀର୍ଥ ମଠକୁ ହାତକୁ ନେଇଥିଲା। ଶ୍ରୀକ୍ଷେତ୍ରରେ ଶତାଧିକ ମଠ ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ ପରେ ମଠାଧୀଶମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଦେବୋତ୍ତର କମିଶନର ବିରଜା ପ୍ରସାଦ ଦତ୍ତ ଗତ ୨୯ତାରିଖରେ ପୁରୀ ଗସ୍ତରେ ଆସିଥିଲେ। ପୁରୀରେ ଥିବା ୮ଟି ମଠର ସ୍ଥିତି ଅନୁଧ୍ୟାନ କରିଥିଲେ। ମଠ ଅନୁଧ୍ୟାନ ବେଳେ କେତେଜଣ ମଠ ମହନ୍ତ ଏ ସମ୍ପର୍କରେ ଦେବୋତ୍ତର କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି କି ମଠ ମହନ୍ତମାନଙ୍କୁ ନେଇ ଏକ ବୈଠକ ଡାକିବାକୁ ଅନୁରୋଧ କରିଥିଲେ। ବୈଠକରେ ମଠ ଏବଂ ଶ୍ରୀମନ୍ଦିରକୁ ଭିତ୍ତିକରି ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଆଲୋଚନା ହେବ। ଏପରି କି ଶ୍ରୀମନ୍ଦିର ପ୍ରଶାସନ କେଉଁ ଭିତ୍ତିରେ ମଠ ଦଖଲକୁ ନେଉଛି ଏବଂ ଏଥିନେଇ ମହନ୍ତମାନଙ୍କ ମତ କ’ଣ ରହିଛି, ତାହା ଉପରେ ବୈଠକରେ ଆଲୋଚନା ହେବ। ସହରରେ ଥିବା ମଠଗୁଡିକର ସ୍ଥିତି ଏବଂ ସମସ୍ୟା ସମ୍ପର୍କରେ ଆଲୋଚନା ହେବ। ଏହାସହିତ ମହନ୍ତ ନ ଥିବା ଜବରଦଖଲରେ ରହିଥିବା ମଠଗୁଡିକ ଉପରେ କି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଗୋପାଳ ତୀର୍ଥ ମଠକୁ ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେବା ପରେ ମଠର କୋଠାକୁ ଭାଙ୍ଗି ଦିଆଯାଇଛି। ସେଠାରେ କେବଳ ଭୁବନେଶ୍ୱରୀ ମନ୍ଦିର ରହିଛି। ଉକ୍ତ ଜମିରେ ସେବାୟତ ପାଇଁ ବାସଗୃହ କରାଯିବାର ଯୋଜନା ରହିଛି। ଉକ୍ତ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିସାରିଛନ୍ତି। ଶିଳାନ୍ୟାସକୁ ଇତିମଧ୍ୟରେ ଦୁଇବର୍ଷ ବିତିଯାଇଥିଲେ ହେଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଗୋପାଳ ତୀର୍ଥ ମଠ ଗୋବର୍ଦ୍ଧନ ପୀଠର ଏକ ଶାଖା ମଠ ବୋଲି କୁହାଯାଉଛି। ତେଣୁ ଏହି ପ୍ରକଳ୍ପ ଅଟକି ରହିଥିବା କୁହାଯାଉଛି। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ହାତକୁ ନେବାକୁ ଯୋଜନା ରଖିଛି। ଏ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବୈଠକରେ ବାରମ୍ବାର ଆଲୋଚନା ହୋଇଛି। ମଠ ସଂସ୍କୃତି ଶ୍ରୀମନ୍ଦିର ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇଥିବା ବେଳେ ଦୁଇ ଅନୁଷ୍ଠାନ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଛି।
All Right Reserved By

ମେଟ୍ରୋ |

ଆୟୁଷ୍ମାନ ଯୋଜନା: ରାଜ୍ୟପାଳଙ୍କୁ ୧ କୋଟି ଦସ୍ତଖତ ସମ୍ବଳିତ ଦାବିପତ୍ର

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରି ନ ଥିଲେ। ରାଜ୍ୟ ସରକାର ନିଜସ୍ବ ବିଜୁ କଲ୍ୟାଣ ଯୋଜନା ଓଡ଼ିଶାରେ ଲାଗୁ କରିଛନ୍ତି।  ମାତ୍ର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଶାସକ ଦଳ ଅଗ୍ରାହ୍ୟ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଭାଜପା ଅଭିଯୋଗ କରିଥିଲା। 

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ପୂଜାଭେଟି ଦେଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ସରକାର ୨ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାପରେ ମହଙ୍ଗା ଭତ୍ତାର ପରିମାଣ ୯ ପ୍ରତିଶତରେ ପହଞ୍ଚିଛି। 

କ୍ଷୟକ୍ଷତି ରିପୋର୍ଟ ଆସିଲେ କେନ୍ଦ୍ରକୁ ଅବଗତ କରାଯିବ

କ୍ଷୟକ୍ଷତି ରିପୋର୍ଟ ଆସିଲେ କେନ୍ଦ୍ରକୁ ଅବଗତ କରାଯିବ

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ତିତ୍‌ଲି ପ୍ରଭାବରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବାତ୍ୟା ଓ ବନ୍ୟା ଜନିତ କ୍ଷୟକ୍ଷତିର ଆକଳନ ଚାଲିଛି। ଏ ସମ୍ପର୍କରେ ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ।

ଆଜି ମା’ମଙ୍ଗଳାଙ୍କ ସିଂହବାହିନୀ ବେଶ

ଆଜି ମା’ମଙ୍ଗଳାଙ୍କ ସିଂହବାହିନୀ ବେଶ

କାକଟପୁର, ୧୫।୧୦(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ  ମା’ମଙ୍ଗଳାଙ୍କ ମନ୍ଦିରରେ ଚାଲୁ ରହିଛି ଶାରଦୀୟ ପାର୍ବଣ ପୂଜା। ସୋମବାର ପବିତ୍ର ସପ୍ତମୀ ତିଥି। ପାରମ୍ପରିକ ପ୍ରଥାନୁସାରେ ରାତିରେ ମା’ମଙ୍ଗଳାଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ  ହେବ। ମନ୍ଦିର ଉତ୍ତର ଦ୍ୱାରରେ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ସେବକ ପ୍ରଦୀପ ପଣ୍ଡା ପ୍ରକାଶ କରିଛନ୍ତି। 

ନଭେମ୍ବର ୧ ରୁ ଡିଜିଟାଲ ପେମେଣ୍ଟ

ନଭେମ୍ବର ୧ ରୁ ଡିଜିଟାଲ ପେମେଣ୍ଟ

କଟକ ଅଫିସ, ୧୫।୧୦: ପରିବହନ ବିଭାଗ ପକ୍ଷରୁ ନଭେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା। ଏ ନେଇ ସୋମବାର ରାଜ୍ୟ ସରକାର ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମଧରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ରାଜ୍ୟ ସରକାରୀ କର୍ମଚାରୀଙ୍କୁୁ ପୂଜା ଭେଟି: ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁୁ ପୂଜା ଭେଟି: ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍‌ଭୋଗୀ ଙ୍କ ପାଇଁ ରାଜ୍ୟ ସରକାର ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି।

ବିଳମ୍ବିତ ରାତିରେ ଗୁଳିମାଡ଼, ଠିକାଦାର ଗିରଫ: ବନ୍ଧୁକ, ଗୁଳି ଜବତ

ବିଳମ୍ବିତ ରାତିରେ ଗୁଳିମାଡ଼, ଠିକାଦାର ଗିରଫ: ବନ୍ଧୁକ, ଗୁଳି ଜବତ

ପୁରୀ ଅଫିସ,୧୫।୧୦ : ଠିକାଦାରିକୁ କେନ୍ଦ୍ର କରି ଶନିବାର ବିଳମ୍ବିତ ରାତିରେ ଘଟିଥିବା ଗୁଳିମାଡ଼ ଘଟଣାରେ ସମୁଦ୍ରକୂଳ ଥାନା ପୋଲିସ ରବିବାର ଜଣେ ଠିକାଦାରଙ୍କୁ ଗିରଫ କରିଛି। ସେ ହେଲେ ପିକେଡିଏ ଛକର ଏମ୍‌.ଡି. ସାମସୁଦ୍ଦିନ। ତାଙ୍କଠାରୁ ପୋଲିସ ୯ ଏମ୍‌ଏମ୍‌ର ଏକ ବନ୍ଧୁକ, ଗୋଟିଏ ଖୋକା ଓ ଗୁଳି ଜବତ କରିଛି।

ଏ ଯାଏ ମିଳିଲାନି ରଥ ପୁରସ୍କାର

ପୁରୀ ଅଫିସ,୧୫।୧୦: ଚଳିତବର୍ଷ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲା। ରଥଯାତ୍ରା ଏବଂ ବାହୁଡା ପହଣ୍ଡି ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ସରିଥିଲା। ରଥଯାତ୍ରା ଶୃଙ୍ଖଳିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।  ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ବାହାବା ମିଳିଥିଲା।

ପୁରୀ ହିଂସା, ଆଉ ୮ ଗିରଫ

ପୁରୀ ହିଂସା, ଆଉ ୮ ଗିରଫ

ପୁରୀ ଅଫିସ,୧୫|୧୦: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ହୋଇଥିବା ପୁରୀ ହିଂସାରେ ଗିରଫଦାରି ସଂଖ୍ୟା ୭୭ରେ ପହଞ୍ଚତ୍ଛି। ପୂର୍ବରୁ ପୋଲିସ ୬୯ ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ଆଉ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। 

ପରମ୍ପରା ପଛର କାହାଣୀ : ଭଗବତୀ ପୀଠରେ ପ୍ରତୀକ ନରବଳି

ପରମ୍ପରା ପଛର କାହାଣୀ : ଭଗବତୀ ପୀଠରେ ପ୍ରତୀକ ନରବଳି

ଖୋର୍ଦ୍ଧା ଅଫିସ,୧୫।୧୦: ଖୋର୍ଦ୍ଧା ଜିଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଭଗବତୀ। ଏଠାରେ କାହିଁ କେଉଁ କାଳରୁ ଶାରଦୀୟ ଦୁର୍ଗାପୂଜାରେ ନରବଳି ଦିଆଯାଉଥିଲା। 

ଐଶ୍ୱର୍ଯ୍ୟା, ରମନ୍‌ଙ୍କୁ ‘ଟ୍ରେଣ୍ଡ୍‌ସ ଷ୍ଟାଇଲ ଆଇକନ ଆଓ୍ବାର୍ଡ

ଐଶ୍ୱର୍ଯ୍ୟା, ରମନ୍‌ଙ୍କୁ ‘ଟ୍ରେଣ୍ଡ୍‌ସ ଷ୍ଟାଇଲ ଆଇକନ ଆଓ୍ବାର୍ଡ

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- ଅନ୍ତର୍ଜାତୀୟ ଫ୍ୟାଶନ ବ୍ରାଣ୍ଡ ‘ଟ୍ରେଣ୍ଡ୍‌ସ’ ପକ୍ଷରୁ ରବିବାର ‘ଷ୍ଟାଇଲ ଆଇକନ-୨୦୧୮’ ଗ୍ରାଣ୍ଡ ଫିନାଲେର ବିଜେତା ଘୋଷଣା କରାଯାଇଛି। 

ପ୍ରଫେସରଙ୍କଠାରୁ ୧.୩୫ ଲକ୍ଷ ଲୁଟ୍‌ ଘଟଣା: ଏତଲା ନକଲ ପାଇଁ ୪ଦିନ ଦୌଡ଼ିଲେଣି

ପ୍ରଫେସରଙ୍କଠାରୁ ୧.୩୫ ଲକ୍ଷ ଲୁଟ୍‌ ଘଟଣା: ଏତଲା ନକଲ ପାଇଁ ୪ଦିନ ଦୌଡ଼ିଲେଣି

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- କୌଣସି ଘଟଣା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବାର ୨୪ ଘଣ୍ଟା ମଧ୍ୟରେ ଏତଲାର ନକଲ ଅଭିଯୋଗକାରୀଙ୍କୁ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।