Dharitri News
ମେଟ୍ରୋ |

ସଦାଶିବ କ୍ୟାମ୍ପସ: ମୁଖ୍ୟ ଫାଟକରେ ତାଲାଦେଇ ଧାରଣାରେ ବସିଲେ ଛାତ୍ରୀଛାତ୍ର

ସଦାଶିବ କ୍ୟାମ୍ପସ: ମୁଖ୍ୟ ଫାଟକରେ ତାଲାଦେଇ ଧାରଣାରେ ବସିଲେ ଛାତ୍ରୀଛାତ୍ର ପୁରୀ ଅଫିସ, ୪।୧୨: ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ, ସଦାଶିବ କ୍ୟାମ୍ପସରେ ସୋମବାର ଛାତ୍ର ଉତ୍ତେଜନା ଦେଖାଯାଇଛି। ୨୧ ଦଫା ଦାବି ନେଇ ବିଭିନ୍ନ ବିଭାଗର ଛାତ୍ରୀଛାତ୍ର ମୁଖ୍ୟ ଫାଟକରେ ତାଲା ପକାଇ କ୍ୟାମ୍ପସ ପରିସରରେ ଧାରଣା ଦେଇଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି ସେମାନେ ଜିଦ ଧରିଥିଲେ। ପିଲାଙ୍କ ସମସ୍ୟା ନେଇ କଲେଜ ଅଧ୍ୟକ୍ଷଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ କର୍ତ୍ତୃପକ୍ଷଙ୍କ ନିରବତା ପ୍ରତିବାଦରେ ଏହି ଧାରଣା ଦିଆଯାଇଥିବା ଛାତ୍ରୀଛାତ୍ରମାନେ କହିଛନ୍ତି। କଲେଜ ଅଧ୍ୟକ୍ଷ ପ୍ରଫେସର ଅତୁଲ କୁମାର ନନ୍ଦ ଧାରଣାସ୍ଥଳରେ ପହଞ୍ଚତ୍ ପିଲାଙ୍କ ସହ ଆଲୋଚନା କରିଥିଲେ। ଅଧ୍ୟକ୍ଷ ନନ୍ଦ କୁହନ୍ତି, ଏ ନେଇ ପିଲାମାନେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି। ଷ୍ଟାଫ୍‌ କାଉନ୍‌ସିଲ ବୈଠକରେ ପିଲାଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବ। ସୋମବାର ପୂର୍ବାହ୍ନ ୧୦ଟାରେ କ୍ଲାସ୍‌ ଚାଲିଥିଲା। ହଠାତ କେତେଜଣ ଛାତ୍ରୀଛାତ୍ର କ୍ୟାମ୍ପସ ବାହାରକୁ ଚାଲିଆସି କର୍ତ୍ତୃପକ୍ଷଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ହାତରେ ଲିଫ୍‌ଲେଟ୍‌ ଧରି କ୍ୟାମ୍ପସ ପରିସରରେ ଏକ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଧାରଣାରେ ବସିଥିଲେ। ଛାତ୍ରୀଛାତ୍ର କରିଥିତ୍ବା ଦାବିଗୁଡିକ ମଧ୍ୟରେ କଲେଜ ଆଡ୍‌ମିଶନ ସମୟରେ ପିଲାଙ୍କଠାରୁ ବିନା ରସିଦରେ ଅଧିକ ୫୦୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି। ଛାତ୍ରୀଛାତ୍ରଙ୍କ ନିମନ୍ତେ ଅଲଗା କମନ୍‌ ରୁମ୍‌ ନାହିଁ। ପିଲାଙ୍କୁ ଆବଶ୍ୟକ ମୁତାବକ ପୁସ୍ତକ ପ୍ରଦାନ କରାଯାଉନାହିଁ। ଛାତ୍ରୀଛାତ୍ରମାନେ ସ୍ମାର୍ଟ କ୍ଲାସ୍‌ର ସୁବିଧା ପାଉନାହାନ୍ତି। କମ୍ପ୍ୟୁଟର କ୍ଲାସ୍‌ ହେଉନାହିଁ। କ୍ୟାମ୍ପସ ପରିସରରେ ପାନୀୟଜଳ ମିଳୁନାହିଁ। ନିୟମିତ ଭାବେ କ୍ଲାସ୍‌ କରାଯାଉନାହିଁ ଆଦି ଅନ୍ତର୍ଭୁକ୍ତ। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷ ନନ୍ଦ କହିଲେ ଯେ, ଦାବିଗୁଡିକ ତର୍ଜମା କରାଯାଉଛି। ମଙ୍ଗଳବାର ଏ ସମ୍ପର୍କରେ ପୁଣିଥରେ ଆଲୋଚନା କରାଯିବ।

ମେଟ୍ରୋ |

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ, ୨୨।୧: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଚାଚେରି ବେଶ ଓ ଭୋଗ ପରେ ଶ୍ରୀଦେବୀ, ଭୂଦେବୀ ଏବଂ ଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ବେଣ୍ଟ(ଶିକାର) ନୀତି ନିମନ୍ତେ ବିମାନରେ ବିଜେ ହୋଇଥିଲେ।

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ପୁରୀ ଅଫିସ, ୨୨।୧: ଆସନ୍ତା ୩୧ ତାରିଖରେ ମାଘ ପୂର୍ଣ୍ଣିମା। ଏହିଦିନ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ସାଙ୍ଗକୁ ରାହୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି। ତେଣୁ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହିଦିନର ନୀତି ନିର୍ଘଣ୍ଟ କରାଯାଇଛି।

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପୁରୀ ଅଫିସ, ୨୨।୧: ପୁରୀ ସହରରେ ପଲିଥିନ ଏବଂ ପ୍ରଦୂଷଣକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ପଲିଥିନ ବ୍ୟବହାର ରୋକିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ପୁରୀ ପୌରସଂସ୍ଥାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି।

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କଟକ ଅଫିସ, ୨୨।୧- କୋକେଇ ବନ୍ଧା ସରିଥିଲା। ପରିଜନଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଯାଇଥିଲା। ହେଲେ ଶ୍ମଶାନ ଅଭିମୁଖେ କୋକେଇ ଉଠିଲା ବେଳକୁ ତାହା ହଲିବା ସହ କଥାସ୍ବର ଶୁଣାଯାଇଥିଲା।

ମହାପ୍ରଭୁଙ୍କ ଚାଚେରି ବେଶ

ମହାପ୍ରଭୁଙ୍କ ଚାଚେରି ବେଶ

ପୁରୀ ଅଫିସ, ୨୨।୧: ପବିତ୍ର ବସନ୍ତ ପଞ୍ଚମୀରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରି ବେଶ ଅନୁଷ୍ଠିତ ହୋଇଛି। ହଜାର ହଜାର ଭକ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇଥିଲା।

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

ଭୁବନେଶ୍ୱର,୨୨।୧(ବ୍ୟୁରୋ)/ପୁରୀ ଅଫିସ: ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି।

ମହିଳା ସାମାଜିକ କର୍ମୀଙ୍କ ଜୀବନ ପ୍ରତି ବିପଦ:  ଏସିଡ୍‌ ପକାଇବାକୁ ଧମକ ଦେଲେ ଅଭିଯୁକ୍ତ

ମହିଳା ସାମାଜିକ କର୍ମୀଙ୍କ ଜୀବନ ପ୍ରତି ବିପଦ: ଏସିଡ୍‌ ପକାଇବାକୁ ଧମକ ଦେଲେ ଅଭିଯୁକ୍ତ

ଭୁବନେଶ୍ୱର,୨୨।୧ (ବ୍ୟୁରୋ)- ନ୍ୟାୟ ପାଇବା ଆଶା ହରାଇ ଶେଷରେ ଆତ୍ମହତ୍ୟା କଲେ କୁନ୍ଦୁଲି ବଳାତ୍କାର ପୀଡିତା। ଏହି ଘଟଣା ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହିଳା ନିଜକୁ ଅସୁରକ୍ଷିତ ମଣୁଛନ୍ତି।

ଅନୁକୂଳ ହେଲା ରଥକାଠ

ଅନୁକୂଳ ହେଲା ରଥକାଠ

ପୁରୀ ଅଫିସ, ୨୨।୧: ଆସନ୍ତା ଜୁଲାଇ ୧୪ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଦାରୁଦିଅଁଙ୍କ ଲାଗି ପ୍ରସ୍ତୁତ ହେବ ତିନିରଥ। ସୋମବାର ପବିତ୍ର ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ କରାଯାଇଛି।

ପୁରୀରୁ ବାହାରିଲା ଆଧ୍ୟାତ୍ମିକ ଜାଗରଣ ଯାତ୍ରା

ପୁରୀରୁ ବାହାରିଲା ଆଧ୍ୟାତ୍ମିକ ଜାଗରଣ ଯାତ୍ରା

ପୁରୀ ଅଫିସ,୨୨।୧: ଜଗତ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗୋବର୍ଦ୍ଧନ ପୀଠରେ ଅଭିଷେକ ହେବାକୁ ସୋମବାର ୨୫ବର୍ଷ ପୁରିଛି। ଏହାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ପୂର୍ତ୍ତି ମହୋତ୍ସବ ପାଳନ କରାଯାଉଛି।

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସାକ୍ଷୀଗୋପାଳ,୨୨।୧(ଡି.ଏନ୍‌.ଏ): ସତ୍ୟବାଦୀ ଥାନା ଶୁକଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସକାଳେ ଏହି ଦୁଃଖଦାୟକ ଘଟଣା ନେଇ ସୂଚନା ପାଇ କଣାସ ଓ ସତ୍ୟବାଦୀରୁ ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ।