ରାୟଗଡା

ଅନ୍ଧାର କୋଠରିରେ ବନ୍ଦୀ ଜୀବନ

ଅନ୍ଧାର କୋଠରିରେ ବନ୍ଦୀ ଜୀବନ

ଝରିଗାଁ, ୩।୧୨(ସ୍ବ.ପ୍ର.)-ପଞ୍ଚମସିଂ ହରିଜନ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ ଅନ୍ତର୍ଗତ ଦେଉଳକୋଣା ଗ୍ରାମର ଜଣେ ଗରିବ ଯୁବକ। ଏକଦା ସେ ଜଣେ ଭଲ ଛାତ୍ର ଥିଲେ। ସୁନ୍ଦର ଚିତ୍ର ଆଙ୍କିବା ସହ ମାଟିରେ ଆକର୍ଷଣୀୟ ମୂର୍ତ୍ତି ଗଢି ସଭିଙ୍କ ପ୍ରଂଶସାଭାଜନ ହୋଇପାରିଥିଲେ। ଏବେ କିନ୍ତୁ ତାଙ୍କପାଇଁ ସବୁକିଛି ବଦଳିଯାଇଛି। ନା, ସେ ଆଉ ପାଠ ପଢୁଛନ୍ତି ନା କଳାର ଯାଦୁ ଦେଖାଉଛନ୍ତି। ଗତ ୭ବର୍ଷ ହେଲା ମାନସିକ ରୋଗ୍ରଗସ୍ତ ହୋଇ ନିଜ ଘରେ ଏକ ଅନ୍ଧାର କୋଠରୀରେ ବନ୍ଦୀ ଜୀବନ ବିତାଉଛନ୍ତି। ହଜିଯାଇଛି ସବୁ ସ୍ବପ୍ନ। ସମସ୍ତେ ତାଙ୍କୁ ଭୁଲିଯାଇଛନ୍ତି। କେବଳ ନିଜର ବିଧବା ମା’ ତାଙ୍କୁ କଷ୍ଟେମଷ୍ଟେ ସେବା ଯୋଗାଉଛନ୍ତି। ତାଙ୍କ ଚିକିତ୍ସାରେ ଅର୍ଥାଭାବ ବାଧକ ସାଜିଥିବା ବେଳେ ପ୍ରଶାସନ ଏ ପର୍ଯ୍ୟନ୍ତ ଚୁପ୍‌ ବସିଛି। ପୁଅର ଏ ଅବସ୍ଥା ଦେଖି ଭାଙ୍ଗିପଡ଼ିଛନ୍ତି ମା’ ରତ୍ନାବତୀ ହରିଜନ।
ଦେଉଳକୋଣା ଗ୍ରାମର ଦଶରଥ ହରିଜନଙ୍କ ୨ ପୁଅ ଓ ଗୋଟିଏ ଝିଅ ସହ ସ୍ତ୍ରୀ ରତ୍ନାବତୀଙ୍କୁ ନେଇ ପରିବାର। ଦଶରଥ ଚାଷ କରି ପରିବାର ପେଟପୋଷଣ କରୁଥିଲେ। ବଡ ପୁଅ ପଞ୍ଚମସିଂ ହରିଜନ ବେଲଗାଁ ଆଶ୍ରମ ବିଦ୍ୟାଳୟରେ ପାଠ ପଢୁଥିଲେ। ପିଲାଟି ଦିନରୁ ପଞ୍ଚମସିଂ ଚିତ୍ର ଆଙ୍କିବା ସହ ମାଟିରେ ଗଣେଶ ମୂର୍ତ୍ତି ତିଆରି କରି ଛାତ୍ର ସମୟରେ ବେଶ ଭଲ ଜଣାଶୁଣା ରହିଥିଲେ। ୨୦୦୩ ମସିହାରେ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ୍‌ ସେ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ନବରଙ୍ଗପୁର, କୋରାପୁଟ ସରକାରୀ ଡାକ୍ତରଖାନାକୁ ନେଇ ପଞ୍ଚମସିଂଙ୍କ ଚିକିସତ୍ା ଦଶରଥ କରିଥିଲେ। ଆର୍ଥତ୍କ ଅବସ୍ଥା ଭଲ ନଥିବାରୁ ଦଶରଥ ଦେଶୀ ଚିକିସତ୍ା କରିବା ସହ ବିଭିନ୍ନ ମନ୍ଦିରକୁ ଯାଇ ଶରଣ ପଡିଥିଲେ। ଇତି ମଧ୍ୟରେ ସାତ ବର୍ଷ ବିତିଯାଇଥିଲା ହେଲେ ପଞ୍ଚମସିଂ ଭଲ ହେବା ପରିବର୍ତ୍ତେ ମାନସିକ ରୋଗ ବଢିବାରେ ଲାଗିଥିଲା। ଏହାପରେ ପରିବାର ଲୋକେ ପଞ୍ଚମସିଂଙ୍କୁ ଏକ ବନ୍ଦ କୋଠରୀରେ ରଖିଥିଲେ। ସେହି ଆବଦ୍ଧ ଅନ୍ଧାର କୋଠରୀରେ ଶୌଚ କରିବା ସହ ଖାଇବା ପିଇବା ସବୁକିଛି ସେ କରୁଛନ୍ତି। ମାଆ ରନତ୍ାବତୀ ତାଙ୍କର ସେବା ଶୁଶ୍ରୁସା କରୁଛନ୍ତି। ବନ୍ଦ କୋଠରୀ ଭିତରେ ପଞ୍ଚମସିଂ ଚିକତ୍ାର କରିବା ସହ କୋଠରୀ କାନ୍ଥକୁ ନିଜ ନଖରେ ଖୋଳୁଛନ୍ତିି। ଆଉ ଚାନ୍ଦର ଖଣ୍ଡେ ଘୋଡାଇ ହୋଇ ପଡି ରହିଛନ୍ତି। ବର୍ତ୍ତମାନ ପଞ୍ଚମସିଂଙ୍କ ବୟସ ୩୦ । ମାନସିକ ରୋଗରେ ୧୪ ବର୍ଷ ହେଲା ଆକ୍ରାନ୍ତ ହୋଇଥିବା ବେଳେ ୭ ବର୍ଷ ହେଲା ସୂର୍ଯ୍ୟାଲୋକ ଦେଖି ନାହାନ୍ତି। ହେଲେ ପ୍ରଶାସନ ପାଖରେ ଏହାର ଖବର ନାହିଁ। ପୁଅର ଚିନ୍ତାରେ ୨୦୧୧ ମସିହାରେ ଦଶରଥଙ୍କ ମୃତ୍ୟୁ ଘଟିଛି। ପଞ୍ଚମସିଂଙ୍କ ଚିକିସତ୍ା ସକାଶେ ପରିବାର ଲୋକେ ନିଜର ୨ ଏକର ଚାଷ ଜମିକୁ ୫ ବର୍ଷ ହେଲାଣି ବନ୍ଧକ ଦେଇଛନ୍ତି। ରନତ୍ାବତୀଙ୍କୁ କେବଳ ଭତ୍ତା ମିଳୁଥିବା ବେଳେ ଏ ପର୍ଯ୍ୟନ୍ତ ରାଶନ କାର୍ଡ ଖଣ୍ଡେ ମିଳିପାରିନାହିଁ। ଏପରିକି ପଞ୍ଚମସିଂଙ୍କୁ ମଧ୍ୟ ପ୍ରଶାସନ ତରଫରୁ କୈଣସି ଆର୍ଥିକ ସହାୟତା ମିଳି ପାରି ନାହିଁ। ପରିବାର ଲୋକେ ବାରମ୍ବାର ସରପଞ୍ଚଙ୍କୁ ରାଶନ କାର୍ଡ ସକାଶେ ଗୁହାରୀ ଜଣାଇଥିଲେ ମଧ୍ୟ କେହି ଏହି ଅସହାୟ ପରିବାର ପ୍ରତି ସହାୟତା କରିନାହାନ୍ତି। ପୁଅର ଚିିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ଆର୍ଥତ୍କ ସହାୟତା ଯୋଗାଇ ଦେବାକୁ ରନତ୍ାବତୀ ନିବେଦନ କରିଛନ୍ତି।

All Right Reserved By

ରାୟଗଡା

ପୋଡ଼ି ହୋଇ ଯୁବତୀ ମୃତ

ତାଳଚେର, ୨୧ା୬(ନି.ପ୍ର.)- ତାଳଚେର ବ୍ଳକ ଆନନ୍ଦବଜାରରେ ରହୁଥିବା ବିଜୟ କୁମାର ନାଏକଙ୍କ ଝିଅ ଜ୍ୟୋତିର୍ମୟୀ ନାଏକ(୨୭)ଙ୍କ ବୁଧବାର ରାତିରେ ପୋଡ଼ି ହୋଇ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ଗ୍ୟାସ୍‌ରେ ରୋଷେଇ କରୁଥିବାବେଳେ ନିଆଁ ଲାଗିଯିବାରୁ ଗୁରୁତର ହୋଇପଡିଥିଲେ।

ବ୍ରେନ୍‌ ଟ୍ୟୁମରରେ ପୀଡ଼ିତ ଲଚ୍ଛମନ: ସହାୟତା ପାଇଁ ନିବେଦନ

ବ୍ରେନ୍‌ ଟ୍ୟୁମରରେ ପୀଡ଼ିତ ଲଚ୍ଛମନ: ସହାୟତା ପାଇଁ ନିବେଦନ

କୋଟପାଡ଼,୨୧।୬(ଡି.ଏନ୍‌.ଏ.): କୋଟପାଡ଼ ବ୍ଲକ ଗିର୍ଲା ପଞ୍ଚାୟତ ଚିତା ଗ୍ରାମର ବାସିନ୍ଦା ହେଉଛନ୍ତି ଲଚ୍ଛମନ ରନ୍ଧାରୀ । ଦୀର୍ଘଦିନ ହେବ ସେ ବ୍ରେନ୍‌ ଟ୍ୟୁମରରେ ଆକ୍ରାନ୍ତ । ପରିବାର କହିଲେ ୩ ଜଣ ଛୋଟଝିଅ ଓ ସ୍ତ୍ରୀ ଗୁରୁବାରୀ ।

ପୋଡୁ ଚାଷ ପାଇଁ ବଣ୍ଡା ଜନଜାତିରେ ପ୍ରସ୍ତୁତି

ପୋଡୁ ଚାଷ ପାଇଁ ବଣ୍ଡା ଜନଜାତିରେ ପ୍ରସ୍ତୁତି

ମାଲକାନଗିରି,୨୧।୬(ଡି.ଏନ.ଏ)- ଆଗାମୀ ସପ୍ତାହରେ ପୁଣି ମୌସୁମୀ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଇତି ମଧ୍ୟରେ ମାଲକାନଗିରି ଜିଲାର ସମସ୍ତ ଚାଷୀ ନିଜ ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରଛନ୍ତି। ଖଇରପୁଟ ବ୍ଲକ ବଣ୍ଡାଘାଟିର ବଣ୍ଡା ଜନଜାତିର ଲୋକେ ମଧ୍ୟ ଚାଷ କାର୍ଯ୍ୟ ପାଇଁ ତତ୍ପର ହୋଇ ଉଠିଛନ୍ତି।

ବିଦ୍ୟୁତ୍‌ କାଟ ନେଇ ଅସନ୍ତୋଷ

ବିଦ୍ୟୁତ୍‌ କାଟ ନେଇ ଅସନ୍ତୋଷ

ଟିକିରି, ୨୧।୬-ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରିରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟୁତକାଟ ଯୋଗୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଅସହ୍ୟ ତାତି ଓ ଗୁଳୁଗୁଳି ଯୋଗୁ ଲୋକେ ଅତିଷ୍ଠ ହୋଇପଡୁଥିବାବେଳେ ଏଭଳି ବିଦ୍ୟୁତକାଟ ଲୋକଙ୍କ ସମସ୍ୟାକୁ ବଢାଇ ଦେଉଛି।

ମଜଦୁର ସଂଘର ବିଶାଳ ଧାରଣା

ରାୟଗଡା ଅଫିସ୍‌, ୨୦ା୬- ରାୟଗଡା ଜିଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ଏକ ବିଶାଳ ଶୋଭାଯାତ୍ରା ବାହାରଇଥିଲା। ସ୍ଥାନୀୟ ଗାନ୍ଧୀ ପାର୍କଠାରୁ ଶୋଭାଯାତ୍ରା ବାହାରି ସହରର ମୁଖ୍ୟରାସ୍ତାରେ ଯାଇ ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ଅଭିମନ୍ୟୁ ପ୍ରଥମ

ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ଅଭିମନ୍ୟୁ ପ୍ରଥମ

ନବରଙ୍ଗପୁର,୨୦।୬(ବି.ପ୍ର.)- ରାଜ୍ୟ କଳା, ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ କଟକ ଟଉନ ହଲ୍‌ ଠାରେ ରଜ ପର୍ବ ଉପଲକ୍ଷେ ରାଜ୍ୟସ୍ତରୀୟ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବର୍ଗରେ ସଙ୍ଗୀତ ପ୍ରତିଯୋଗିତାରେ ନବରଙ୍ଗପୁରର ଆୟୁଷ୍ମାନ୍‌ ଅଭିମନ୍ୟୁ ମାଝୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି କୃତିତ୍ୱ ପାଇଁ ଅଭିମନ୍ୟୁଙ୍କୁ ଉପଜିଲାପାଳଙ୍କ କାର୍ଯ୍ୟାଳରେ କାର୍ଯ୍ୟରତ ସହକାରୀ ଜିଲାପାଳ ସମ୍ମାନିତ କରିଛନ୍ତି। ଅଭିମନ୍ୟୁ ସୁରଗଙ୍ଗା କଳାକେନ୍ଦ୍ରର ସଙ୍ଗୀତ ଗୁରୁ ବାଲାଜୀ ରାୟଙ୍କଠାରୁ ଶିକ୍ଷାଲାଭ କରିଛନ୍ତି।

ଏଚଆଇଭି ରୋଗୀଙ୍କୁ ଗାଁରୁ ବାସନ୍ଦ, ମୈଦଲପୁର ଫାଣ୍ଡିରେ ଅଭିଯୋଗ

ଏଚଆଇଭି ରୋଗୀଙ୍କୁ ଗାଁରୁ ବାସନ୍ଦ, ମୈଦଲପୁର ଫାଣ୍ଡିରେ ଅଭିଯୋଗ

ନବରଙ୍ଗପୁର,୨୦।୬(ବି.ପ୍ର.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଆଉଁଳିଗାଁର ଜଣେ ଏଚଆଇଭି ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ ଗାଁରୁ ତଡିଦେବା ଅଭିଯୋଗ ହୋଇଛି। ଗାଁରେ ନିଅଁା, ପାଣି ଓ କୌଣସି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଦିଆଯିବ ନାହିଁ ବୋଲି ଧମକ ଦିଆଯାଇଛି। ଏନେଇ ମୈଦଲପୁର ଫାଣ୍ଡିରେ ଯୁବକ ଜଣକ ଏତଲା ଦେଇଛନ୍ତି। ପୋଲିସ ବୁଧବାର ଗାଁ ଲୋକ ଓ ଯେଉଁମାନଙ୍କ ନାମରେ ଅଭିଯୋଗ ହୋଇଛି ସେମାନଙ୍କୁ ଡକାଇଛି ।

ଡେଙ୍ଗପଦର ସରପଞ୍ଚଙ୍କ ପଦ ରଦ୍ଦକଲେ କୋର୍ଟ

ଡେଙ୍ଗପଦର ସରପଞ୍ଚଙ୍କ ପଦ ରଦ୍ଦକଲେ କୋର୍ଟ

ଜୟପୁର,୨୦।୬(ନି.ପ୍ର.) : କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ପଞ୍ଚାୟତର ସରପଞ୍ଚ ଟଭାମଣି ଜାନିଙ୍କ ପଦକୁ ଅସିଦ୍ଧ କରିଛନ୍ତି ଅଦାଲତ। ୨୦୧୬ ପଞ୍ଚାୟତ ନିର୍ବାଚନରେ ଟଭାମଣି ଜାନି ବିଜୟୀ ହୋଇଥିଲେ। ଫଳାଫଳ ନେଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦ୍ୱିତୀୟ ସ୍ଥାନରେ ଥିବା ପ୍ରଭାବତି ପାଇକ ଜୟପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପ୍ରଭା ଦର୍ଶାଇଥିଲେ ଯେ ୨୧ ବର୍ଷ ବୟସ ହେବା ପରେ ହିଁ ନିର୍ବାଚନ ଲଢିବା ନିୟମ ରହିଛି।

୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ: ଅବିଭକ୍ତ କୋରାପୁଟର ୧୩ କେନ୍ଦ୍ରରେ ୩୬୫୬ ପରୀକ୍ଷାର୍ଥୀ

୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ: ଅବିଭକ୍ତ କୋରାପୁଟର ୧୩ କେନ୍ଦ୍ରରେ ୩୬୫୬ ପରୀକ୍ଷାର୍ଥୀ

ଜୟପୁର,୨୦।୬(ନି.ପ୍ର.): ଆସନ୍ତା ୨୨ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ତରଫରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ପରିଷଦ ତରଫରୁ ସବୁ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ନେଇ କୋରାପୁଟ ଜିଲାର ୫ଟି କେନ୍ଦ୍ର କରାଯାଇଥିବା ବେଳେ ଏହି କେନ୍ଦ୍ରରେ ୧୪୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ବ୍ୟବସ୍ଥା ହୋଇଛି । ସେହିପରି ନବରଙ୍ଗପୁର ଜିଲାର ୨ଟି କେନ୍ଦ୍ରରେ ୩୮୬ ଜଣ ପରୀକ୍ଷାର୍ଥୀ, ମାଲକାନଗିରି ଜିଲାର ୪ଟି କେନ୍ଦ୍ରରେ ୧୦୦୪ ଜଣ ପରୀକ୍ଷାର୍ଥୀ ଓ ରାୟଗଡ଼ା ଜିଲାର ୨ଟି କେନ୍ଦ୍ରରେ ୮୧୯ ଜଣ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏପରି ଭାବରେ ଅବିଭକ୍ତ କୋରାପୁଟ ଜିଲାର ୧୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩୬୫୬ ଜଣ ପରୀକ୍ଷା ଦେବେ।

ରାସ୍ତା, ବ୍ରିଜ କାମ ନିମ୍ନମାନର ଅଭିଯୋଗ

ରାସ୍ତା, ବ୍ରିଜ କାମ ନିମ୍ନମାନର ଅଭିଯୋଗ

ସେମିଳିଗୁଡା,୨୦।୬(ଡି.ଏନ୍‌.ଏ.): ସେମିଳିଗୁଡ଼ା ବ୍ଲକ ଗୁଣ୍ଠାପୁଟ ପଞ୍ଚାୟତର ସୁବାଇ ହାଟପଦାରୁ ଗୁଣ୍ଠାପୁଟ ପର୍ଯ୍ୟନ୍ତ ପ୍ରାୟ ୨କିମି ରାସ୍ତା କାମ ଚାଲିଛି। ଉକ୍ତ ରାସ୍ତାକାମ ନିମ୍ନମାନର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣରେ ଗୁଣ୍ଡ ଚିପ୍ସ ବ୍ୟବହାର କରା ନ ଯାଇ ମାଟି ପକାଇ କାମ ଚାଲିଛି। ଏହାଛଡା ଭାଙ୍ଗି ଯାଇଥିବା ପୁରୁଣା ରାସ୍ତାରେ ମେଟାଲ ଓ ପଥର ଗୁଣ୍ଡ ଦେଇ କାମ କରାଯାଉଛି। ଗ୍ରାମ ନିକଟରେ ନିର୍ମାଣ ହୋଇଥିବା ଡ୍ରେନରେ ବର୍ତ୍ତମାନ ଫାଟ ଦେଖା ଦେଲାଣି। ଆଗକୁ ବର୍ଷା ଋତୁ ଆସୁଥିବାରୁ ଉକ୍ତ ଡ୍ରେନ ଭାଙ୍ଗିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଗ୍ରାମବାସୀ କହିଛନ୍ତି।

ନିର୍ମାଣରେ ବିଳମ୍ବ ନେଇ ଅସନ୍ତୋଷ: ପୌର ପ୍ରଶାସନର ଦ୍ୱାରସ୍ଥ ଭୋଇସାହିବାସୀ

ନିର୍ମାଣରେ ବିଳମ୍ବ ନେଇ ଅସନ୍ତୋଷ: ପୌର ପ୍ରଶାସନର ଦ୍ୱାରସ୍ଥ ଭୋଇସାହିବାସୀ

ପାରଳାଖେମୁଣ୍ଡି,୨୦।୬(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ପ୍ୟାଲେସ ରୋଡଠାରେ ନାଳ ଓ ରାସ୍ତା କାମ ବିଳମ୍ବ ନେଇ ସ୍ଥାନୀୟ ଭୋଇସାହି ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ମଙ୍ଗଳବାର ପାରଳାଖେମୁଣ୍ଡି ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ଦେବାକୁ ଆସିଥିଲେ ମଧ୍ୟ ଭେଟି ନ ପାରିବାରୁ ତାଙ୍କୁ ଫୋନ୍‌ ଯୋଗେ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି।

ରଥାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସିଲ୍‌ ଅଳଙ୍କାର ବାକ୍ସ ଖୋଲିବା ପାଇଁ ହେବ ଆବେଦନ

ରଥାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସିଲ୍‌ ଅଳଙ୍କାର ବାକ୍ସ ଖୋଲିବା ପାଇଁ ହେବ ଆବେଦନ

ଜୟପୁର,୨୦।୬(ଡି.ଏନ୍‌.ଏ.): ଜୟପୁର ସହରରେ ଆସନ୍ତା ୧୪ରେ ରଥଯାତ୍ରା ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲାପାଳ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ। ଜଗନ୍ନାଥ ବାହୁଡା ପରେ ଏକାଦଶୀ ତିଥିରେ ରଥାରୁଢ ଅବସ୍ଥାରେ ସୁନାବେଶ ନେଇ ମଧ୍ୟ ଏଥିରେ ଆଲୋଚନା ହୋଇଥିଲା। ଦେବୋତ୍ତର ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁ ଜଗନ୍ନାଥଙ୍କ ନାମରେ କୌଣସି ସୁନା ନଥିବା କଥା ବୈଠକରେ ପ୍ରକାଶ କରିଥିଲେ। କିନ୍ତୁ ଜୟପୁର ସ୍ବତନ୍ତ୍ର ଟ୍ରେଜେରୀରେ ସିଲ ହୋଇ ରହିଥିବା କାଠବାକ୍ସକୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋଲାଯିବା ପାଇଁ ତୁରନ୍ତ ଜିଲାପାଳଙ୍କ ଜରିଆରେ ଦେବୋତ୍ତର କମିଶନରଙ୍କ ନିକଟରେ ଆବେଦନ କରାଯିବ ବୋଲି ବିଧାୟକ ବାହିନୀପତି କହିଥିଲେ।

Model This Week

ପ୍ରଭାତ