ସମ୍ବଲପୁର

ବନ ବିଭାଗର ଚଢ଼ାଉ: ଲକ୍ଷାଧିକ ଟଙ୍କାର କାଠଗଣ୍ଡି, ପଟା ଜବତ

ବନ ବିଭାଗର ଚଢ଼ାଉ: ଲକ୍ଷାଧିକ ଟଙ୍କାର କାଠଗଣ୍ଡି, ପଟା ଜବତ

ସୋହେଲା, ୩।୧୨(ଡି.ଏନ୍‌.ଏ.)- ବରଗଡ଼ ଜିଲା ସୋହେଲା ଥାନା ଅଧୀନ ଚିଚିଣ୍ଡା ଗ୍ରାମରେ ଶନିବାର ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ଗଣ୍ଡି ଓ ପଟା ଜବତ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଚିଚିଣ୍ଡା ଗ୍ରାମର ମୁନୀରାମ ପଧାନ ବେଆଇନ ଭାବେ ଏକ କାଠ ଫ୍ୟାକ୍ଟ୍ରି ଚଳାଉଥିବା ବନ ବିଭାଗକୁ ଖବର ମିଳିଥିଲା। ଏନେଇ ସମ୍ବଲପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସର୍କଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଥିଲା। ଚଢ଼ାଉବେଳେ ଅଧିକାରୀମାନେ ଫ୍ୟାକ୍ଟ୍ରିରୁ ବିପୁଳ ପରିମାଣରେ ମହୁଲ, ଗମ୍ଭାରୀ, କସି, ଜାମୁ, ସାଗୁଆନ, ଖଇର କାଠ ଗଣ୍ଡି ସହ ପଟା ଜବତ କରିଥିଲେ। ସମସ୍ତ ଜବତ କାଠ ଗଣ୍ଡି ଓ ପଟାକୁ ସ୍କ୍ବାର୍ଡ ପକ୍ଷରୁ ଘେଁସ ରେଞ୍ଜ କାର୍ଯ୍ୟାଳୟରେ ଜିମା ଦିଆଯାଇଛି। ଏପରି କି ଅଧିକାରୀମାନେ ମୁନୀରାମଙ୍କୁ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା ଚଳାଇଛନ୍ତି। ଏହି ଚଢ଼ାଉରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ଇନ୍‌ଚାର୍ଜ ଜଗଦୀଶ ପୁରୋହିତ, ଫରେଷ୍ଟର କେଶବ ଓରାମ, ଫରେଷ୍ଟ ଗାର୍ଡ ଜଗଦୀଶ ପାଣିଗ୍ରାହୀ, କୃପାସିନ୍ଧୁ ପଧାନ, ଧର୍ମେଶ ସାହ, ସୁକାନ୍ତ ମହାପାତ୍ର ପ୍ରମୁଖ ସାମିଲ ଥିଲେ। ଫେକ୍ଟ୍ରିରୁ ୨୯.୯୮ ସିଏଫଟିର କାଠ ଗଣ୍ଡି ଓ ପଟା ଜବତ ହୋଇଥିବା ରେଞ୍ଜର ରେବତୀ ରମଣ ଯୋଶୀ କହିଛନ୍ତି। ଏଥି ସହ ବନ ବିଭାଗ ଅଧିକାରୀମାନେ ଫ୍ୟାକ୍ଟ୍ରିରୁ କାଠ କଟାରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶ ଜବତ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ଏକ ମାମଲା(ନଂ. ୬୬/୧୭) ରୁଜୁ ହୋଇଛି।

All Right Reserved By

ସମ୍ବଲପୁର

ସମୟର ସଦୁପଯୋଗ ଶୀର୍ଷକ କର୍ମଶାଳା

ସମୟର ସଦୁପଯୋଗ ଶୀର୍ଷକ କର୍ମଶାଳା

ଖଡିଆଳ,୧୭।୭(ଡି.ଏନ.ଏ.)- ନୂଆପଡା ଜିଲା ଖଡିଆଳ ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପରିସରରେ ଜୁନିୟର ମେମ୍ବର ଅଫ୍‌ ଇଣ୍ଟର ନ୍ୟାସନାଲ ପକ୍ଷରୁ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ନେଇ ସମୟର ସଦୁପଯୋଗ ଶୀର୍ଷକ ଏକ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସ୍କୁଲ ପ୍ରଧାନଶିକ୍ଷକ ନକୁଳ ଶବର ଉଦ୍‌ଘାଟନ କରିବା ପରେ ଜୁନିୟର ମେମ୍ବର ଅଫ୍‌ ଇଣ୍ଟରନ୍ୟାସନାଲର ପଙ୍କଜ ଅଗ୍ରୱାଲ, ଓଆଇପିପି ଉଜ୍ଜଳ ଗୁପ୍ତା ଯୋଗଦେଇ ସମୟର ସଦୁପଯୋଗ ଉପରେ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।

ବ୍ଲକସ୍ତରୀୟ କୃଷି ସମ୍ପକୀୟ କର୍ମଶାଳା

ବ୍ଲକସ୍ତରୀୟ କୃଷି ସମ୍ପକୀୟ କର୍ମଶାଳା

କର୍ଲାମୁଣ୍ଡା,୧୭।୭(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ହସ୍ପିଟାଲ ପଡିଆରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ଭୁବନେଶ୍ୱର ପକ୍ଷରୁ ମଙ୍ଗଳବାର ବ୍ଲକସ୍ତରୀୟ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁ, କର୍ଲାମୁଣ୍ଡା ବିଡିଓ କିଶୋର କୁମାର ପଣ୍ଡା, କର୍ଲାମୁଣ୍ଡା ତହସିଲଦାର ଶୁଭ୍ରାଂଶୁ ଶେଖର ପାଢୀ, ଇଣ୍ଡୋ ଗ୍ଲୋବାଲ ସୋସିାଆଲ ସର୍ଭିସ ସୋସାଇଟି ରାଜ୍ୟ ସଂଯୋଜକ ବସନ୍ତ କୁମାର ପାଣୀଗ୍ରାହୀ, ଜିଲା ପରିଷଦ ସଭ୍ୟା ପୁଷ୍ପକାନ୍ତି କୁମାର, ଏଏଓ ଅରୁଣ ପାଢୀ, ପୌରକେଲା ସରପଞ୍ଚ କେତକୀ ରଣା, ଉଦ୍ୟାନ ବିଭାଗ କର୍ମୀ ଟୁକୁନୁ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ବ୍ଲକ କାର୍ଯ୍ୟାଳୟରେ ଜନପ୍ରତିନିଧିଙ୍କ ଧାରଣା

ବ୍ଲକ କାର୍ଯ୍ୟାଳୟରେ ଜନପ୍ରତିନିଧିଙ୍କ ଧାରଣା

ଲୋଇସିଂହା,୧୭।୭(ଡି.ଏନ.ଏ.): ଆଗଲପୁର ବ୍ଲକ ଡୁଡକା ପଲ୍ଲିଶ୍ରୀ ଖେଳପଡିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିବାବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନୀତା ମାଝି, ଜିଲାପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ ଏବଂ କେତେକ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟ କାର୍ଯ୍ୟକ୍ରମକୁ ପ୍ରତିବାଦ କରିଥିଲେ।

ଡୁଡକାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୬୨ପ୍ରକଳ୍ପ ପାଇଁ ୫କୋଟି ମଞ୍ଜୁର

ଡୁଡକାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୬୨ପ୍ରକଳ୍ପ ପାଇଁ ୫କୋଟି ମଞ୍ଜୁର

ଲୋଇସିଂହା,୧୭।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଡୁଡକା ପଲ୍ଲିଶ୍ରୀ ଖେଳପଡିଆଠାରେ ମଙ୍ଗଳବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ବ୍ଲକର ୨୦ପଞ୍ଚାୟତ ପାଇଁ ୨୬୨ ପ୍ରକଳ୍ପ ସକାଶେ ୫କୋଟି ୨ଲକ୍ଷ ୫୦ହଜାର ଟଙ୍କା ଅନୁମୋଦନ କରିଛନ୍ତି।

ବଦଳିବ ହୀରାଖଣ୍ଡ ଏକ୍ସପ୍ରେସର ଦିଗ

ବଦଳିବ ହୀରାଖଣ୍ଡ ଏକ୍ସପ୍ରେସର ଦିଗ

ଝାରସୁଗୁଡା ଅଫିସ,୧୭ା୭: ରେଳ ବିଭାଗ ପକ୍ଷରୁ ବିଶାଖାପଟନମ୍‌-ଅମ୍ରିତସର ହୀରାଖଣ୍ଡ ଏକ୍ସପ୍ରେସ୍‌ ଗତିପଥ ପରିବର୍ତ୍ତନ ଘୋଷଣା କରାଯାଇଛି। ଏହି ଘୋଷଣାକୁ ବିରୋଧ କରି ବିଭିନ୍ନ ସାମାଜିକ ସଙ୍ଗଠନ ୧୯ ତାରିଖରେ ଝାରସୁଗୁଡା ବନ୍ଦ ଏବଂ ରେଳ ରୋକ ଜରିଆରେ ପ୍ରତିବାଦ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଜିଲା ପ୍ରଶାସନ ତରଫରୁ ମଙ୍ଗଳବାର ରେଳ କର୍ତ୍ତୃପକ୍ଷ ଏବଂ ସାମାଜିକ ସଙ୍ଗଠନର ଆଲୋଚନା ପାଇଁ ବୈଠକ ଡକାଯାଇଥିଲା। ଏଥିରୁ ରେଳ ବିଭାଗର ଏକପାଖିଆ ମନୋଭାବ କଥା ସ୍ପଷ୍ଟ ହୋଇଛି। କାରଣ ଝାରସୁଗୁଡା ରୋଡ ଷ୍ଟେଶନର ଭିତ୍ତିଭୂମିରେ ଜିଲାପାଳ ଅସନ୍ତୁଷ୍ଟ ଥିବା ବେଳେ ସେଠାକାର ସୁରକ୍ଷା ଏବଂ ନିରାପତ୍ତାକୁ ନେଇ ଝାରସୁଗୁଡା ଏସ୍‌ପି ସନ୍ଦିହାନ।

ଆମଗାଁ ଆମ ବିକାଶ  କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କରା ନ ଯାଉ -ବିଧାୟକ ପ୍ରଫୁଲ୍ଲ  ମାଝି

ଆମଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କରା ନ ଯାଉ -ବିଧାୟକ ପ୍ରଫୁଲ୍ଲ ମାଝି

ସୁନ୍ଦରଗଡ଼,୧୭।୭(ଡି.ଏନ୍‌.ଏ.)- ରାଜ୍ୟ ସରକାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତ ଅଧିବାସୀମାନଙ୍କ ସର୍ବନିମ୍‌ ମୌଳିକ ସୁବିଧା ପୂରଣ ଦିଗରେ ପଦକ୍ଷେପ ନିଆଯାଉଥିବା କହୁଥିବା ବେଳେ ସରକାରୀ ପଦାଧିକାରୀଙ୍କ ପ୍ରୋତ୍ସାହନରେ ଶାସକ ଦଳର ଏହା ଏକ ଦଳୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଏହି କାର୍ଯ୍ୟକ୍ରମଗୁଡିକରେ ପଞ୍ଚାୟତ ପ୍ରତିନିଧି ତଥା ଅନ୍ୟାନ୍ୟ ଜନପ୍ରତିନିଧିଙ୍କ ମତାମତକୁ ଅଣଦେଖା କରାଯିବା ସହ ଅସମ୍ମାନ କରାଯାଉଛି ବୋଲି ତଲସରା ବିଧାୟକ ଡା.ପ୍ରଫୁଲ୍ଲ କୁମାର ମାଝି ଅଭିଯୋଗ କରିଛନ୍ତି।

ମହିଳା, ଶିଶୁ ଡେକ୍ସର ଉନ୍ନତି ଦାବି

ମହିଳା, ଶିଶୁ ଡେକ୍ସର ଉନ୍ନତି ଦାବି

ରାଉରକେଲା ଅଫିସ୍‌ ୧୭।୭ - ଭାଜପା ମହିଳା ମୋର୍ଚ୍ଚା ପୂର୍ବତନ ସଭାନେତ୍ରୀ ସ୍ମିତା ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଉଦିତନଗର ଥାନା ଅଧିକାରୀ ସଂଗ୍ରାମ କେଶରୀ ସ୍ବାଇଁଙ୍କୁ ସାକ୍ଷାତ କରି ମହିଳା, ଶିଶୁ ଡେକ୍ସର ଉନ୍ନତି ପାଇଁ ଦାବି କରିଛନ୍ତି। ଉଦିତନଗର ଥାନା ପାର୍ଶ୍ୱରେ ରାଉରକେଲାର ସମସ୍ତ ସରକାରୀ ପ୍ରଶାସନିକ କାର୍ଯ୍ୟାଳୟ ଥିବାରୁ ଏହାର ମହିଳା ଓ ଶିଶୁ ଡେକ୍ସ ପ୍ରକୋଷ୍ଠରେ ଟେବୁଲ, ଚେୟାରର ବ୍ୟବସ୍ଥା କରିବା ସହ ଫ୍ୟାନ୍‌ ଲଗାଇବା ପାଇଁ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସ୍ବଧାର ଗୃହକୁ ଗଲେ ପ୍ରତାରିତା ନାବାଳିକା

ଲୋଇସିଂହା,୧୭।୭(ଡି.ଏନ.ଏ)- ଗୋଟିଏ କମ୍ପାନୀରେ ୬ ମାସ ଏକାଠି କାମ କଲୁ।ଏହି ସମୟରେ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ସ୍ଥାପନ ହୋଇଥିଲା ା ବିବାହ ପ୍ରତିଶ୍ରୁତି ଦେଇ ମୋତେ ତାଙ୍କ ଗାଁକୁ ଆଣୁଥିଲେ। କିନ୍ତୁ ଲୋଇସିଂହା ରେଲୱେ ଷ୍ଟେଶନରେ ଓହ୍ଲାଇବା ପରେ ମୋବାଇଲ ଲୁଟି ଚାଲି ଯାଇଥିବା ରାୟଗଡା ଜିଲା କୁଟସିଂ ଥାନା ଅନ୍ତର୍ଗତ ଜନୈକା ନାବାଳିକା ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସୂଚନା ମୁତାବକ, ରାୟଗଡ଼ା ଜିଲା କୁଟସିଂ ଥାନା ଅଧୀନ ଏକ ଗ୍ରାମର ଜନୈକା ନାବାଳିକା ୬ ମାସ ତଳେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ।

ଫସଲବୀମା ପ୍ରଦାନରେ ବିଳମ୍ବ, ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ଫସଲବୀମା ପ୍ରଦାନରେ ବିଳମ୍ବ, ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ସୋହେଲା,୧୭।୭(ଡି.ଏନ୍‌.ଏ.)- ଫସଲ ବୀମା ରାଶି ପ୍ରଦାନ ଦାବି କରି ଜୟ କିଷାନ ଆନ୍ଦୋଳନର କର୍ମକର୍ତ୍ତା ଏବଂ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ମିଳିତ ଉଦ୍ୟମରେ ସୋହେଲା-ବରଗଡ଼ ୬ନମ୍ବର ଜାତୀୟ ରାଜପଥ ଦଶମାଇଲ ଛକଠାରେ ମଙ୍ଗଳବାର ସକାଳ ପ୍ରାୟ ୮ଟାରେ ରାସ୍ତାରୋକୋ ଆନ୍ଦୋଳନ କରାଯାଇଥିଲା। ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ସତ୍ତ୍ୱେ ଶତାଧିକ ଚାଷୀ ରାସ୍ତାରେ ବସି ଧାରଣା ଦେଇଥିଲେ। ଗତବର୍ଷ ମରୁଡି କ୍ଷୟକ୍ଷତି ଆକଳନ ରିପୋର୍ଟ ସରକାର ବୀମା କମ୍ପାନୀକୁ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାଷୀମାନଙ୍କୁ ଫସଲ ବୀମା ରାଶି ଦେବାରେ ବୀମା କମ୍ପାନୀ ଅହେତୁକ ବିଳମ୍ବ କରୁଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ବୁର୍ଡା-ନଅଗାଁ(ଖ) ରାସ୍ତା ଶୋଚନୀୟ

ବୁର୍ଡା-ନଅଗାଁ(ଖ) ରାସ୍ତା ଶୋଚନୀୟ

ଲୋଇସିଂହା,୧୭।୭(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ବୁର୍ଡାରୁ ନଆଗାଁ(ଖ)କୁ ଯାଇଥିବା ରାସ୍ତା ବିପଦସଙ୍କୁଳ ହୋଇପଡିଛି। ଅଞ୍ଚଳବାସୀଙ୍କ ପାଇଁ ଯାତାୟତ ଅନୁପଯୋଗୀ ହୋଇପଡିଛି। ଏହି ରାସ୍ତାର ଉନ୍ନତୀକରଣ ପାଇଁ ଜିଲା ପ୍ରଶାସନଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବଲାଙ୍ଗୀର-ବରଗଡ଼ ୨୬ ନଂ ଜାତୀୟ ରାଜପଥ ବୁର୍ଡାଠାରୁ ଆଗଲପୁର ବ୍ଲକ ନଅଗାଁ(ଖ)କୁ ମାତ୍ର ୨ କି.ମି. ରାସ୍ତା। ଗ୍ରାମାଞ୍ଚଳ ଲୋକଙ୍କ ସାମାଜିକ, ଅର୍ଥନୈତିକ ବୃଦ୍ଧି ପାଇଁ ଉନ୍ନତ ରାସ୍ତାର ଅବଶ୍ୟକ ରହିଛି। କିନ୍ତୁ ସ୍ବାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ରାସ୍ତା ଅବହେଳିତ ହୋଇପଡିଛି।

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ପାଟଣାଗଡ, ୧୭।୭ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅଧୀନ ଇନ୍ଦପୁର ଗ୍ରାମରେ ସୋମବାର ରାତିରେ ଏକ ଅଘଟଣ ଘଟିଛି। ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ କିଆଫୁଲ ବରିହାଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ କିଆଫୁଲ ଘରେ ଥିବା ବେଳେ କୋଣସି କାରଣକୁ କେନ୍ଦ୍ର କରି ସ୍ବାମୀ ବାଳକୃଷ୍ଣ ବରିହା ଏକ ଟାଙ୍ଗିଆରେ ସ୍ତ୍ରୀ କିଆଫୁଲଙ୍କୁ ଆକ୍ରମଣ କରିଥିଲେ। ଫଳରେ କିଆଫୁଲଙ୍କ ବେକରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତ ସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସ୍ମାରକପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ

କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସ୍ମାରକପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ

ଝାରସୁଗୁଡ଼ା ଅଫିସ୍‌/ଲଖନପୁର,୧୭।୭(ଡି.ଏନ୍‌.ଏ)- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା କେନ୍ଦୁପତ୍ର ଡିଭିଜନ ପକ୍ଷରୁ ସମ୍ପାଦକ ଦୀନବନ୍ଧୁ ବେହେରାଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡିଏଫ୍‌ଓ ସୁଶାନ୍ତ କୁମାରଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି, କାର୍ଯ୍ୟରତ ଜଗୁଆଳି(ଓାଚରମ୍ୟାନ୍‌)ମାନେ ଦୀର୍ଘବର୍ଷ ହେଲାଣି ଗୋଦାମ ଜଗିବା ସାଙ୍ଗକୁ ପତ୍ରକିଣା ମୂଲ୍ୟାଙ୍କନ କାମ ସୁଚାରୁ ରୂପେ କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ କର୍ମଚାରୀ ସ୍ଥାୟୀ ଭାବେ କାର୍ଯ୍ୟରତ ଥିବା ବେଳେ ଆଉ କେତେଜଣଙ୍କୁ ଦିନମଜୁରିଆଭାବେ ନିୟୋଜିତ କରାଯାଇଛି।

Model This Week

ରୂପେଶ