ସମ୍ବଲପୁର

ଭତା ଲାଗି ବିଡିଓକୁଁ ଗୁହାରୀ

ଭତା ଲାଗି ବିଡିଓକୁଁ ଗୁହାରୀ


ଦେଓଗାଁ, ୩।୧୨ (ଡି.ଏନ.ଏ.)- ଦେଓଗାଁ ବ୍ଲକକେ ଲଣ୍ଡାପଥର ପନ୍‌ଚେତ ରୁଗୁଡିପାଲି ଗାଁର ୨ ଝନ ବୁଢ଼ା ଭତା ପାଏବାର ଆଶରେ ଶୁକୁରବାର ବିଡିଓକଁୁ ଗୁହାରୀ କରବାକେ ଆସିଥିବାର ଜନାପଡିଛେ। ସେ ଗାଁର ଦଖିଲ ଖେତି(୬୬) ଆର କପିଲ ଡାଙ୍ଗ(୮୨) ବାରବାର ଭତା ଲାଗି ଆବେଦନ କରି ନିରାଶ ହେଲା ଉତରୁ ଶେଷେ ବିଡିଓକୁଁ ଗୁହାରୀ କରବାର ଲାଗି ଆସିଥିବାର କହିଛନ। କପିଳ ଡାଙ୍ଗ କହେବାର ହିସାବେ ଆଜକେ ୧୫ ବଛର ହେଲା ପନ୍‌ଚେତ ପରତିନିଧିମାନକୁ ଗୁହାରୀ କରିଆସୁଛନ ହେଲେ କେହି ତାକର କଥା ନାଇଁ ଶୁନଲେ କି ସାହାଯ୍‌ ଭିଲ ନାଇଁ କଲେ। ଯଦି ପରଶାସନ ମୋର ଭତା ପାଏବାର ବେବସତାଟା କରତା ତ ଇ ବୁଢ଼ା ବଏସେ ମୋର କାମକେ ଆଏତେ ବଲି କହିଛନ। ସେନ୍‌ତା ଦଖିଲ ଖେତି କହିଛନ ଯେ ଆଜକେ ବହୁତ ଦିନ ହେଲା ଦୁହିଝନ ବ୍ଲକକେ ଆଏବାର ଲାଗି ବାହାରୁଥିଲୁଁ। ହେଲେ ଗାଁରୁ ବ୍ଲକଟା ୨୦/୩୦ କିମି ଦୂରିଆ ହେବାର ଲାଗି ଆସି ନାଇଁ ହେଉଥିଲା। ଆଜି ଝନେ ସମାଜିକ କର୍ମୀ ସାହାଯ୍‌ କଲେ ଯେ ଗୁହାରୀ କରବାକେ ଆସିପାରଲୁଁ ବଲି କହିଥିଲେ। ଏନ୍‌ତା ବହୁତଯେ ବୁଢ଼ୀବୁଢ଼ା ଭତା ପାଏବାର ଆଶରେ ଥିଲାବେଲକେ ବହୁତଟେ ପନ୍‌ଚେତରେ ମଲା ଲୁକ୍‌କର ନାଁରେ ଭତା ହରିଲୁଟ ହେଉଥିବାର ଅଭିଯୋଗ ହେଉଛେ। କେତେ ଦିନ ଆଗରୁ ମକୁନ୍ଦପୁର ପନ୍‌ଚେତରେ ୫୦ରୁ ଅଧ୍‌କା ମଲା ଲୁକ୍‌କର ନାଁରେ ବଛର ବଛର ହେଲା ଭତା ହରିଲୁଟ ହେଉଥିଲା। ସରକାରୀ ଅଧ୍‌କାରୀମାନକର ଉଦାସୀନ ମନଭାବ ଲାଗି ୬୦ ବଛରରୁ ଅଧ୍‌କା ହେଲା ଅସହାୟ ବୁଢ଼ୀବୁଢ଼ା, ବିଧବା ଆର ଦିବ୍ୟାଙ୍ଗମାନେ ଭିଲ ସରକାରକଁର ପେନସନ ଯୋଜନାର ସୁଫଲ ନାଇଁ ପାଇପାରବାର। ବୁଧିଜୀବୀମାନକର ଅନସାରେ ଫି ପନ୍‌ଚେତରେ ଝନେ ଅଧ୍‌କାରୀ ସବୁ ଓ୍ବାର୍ଡର ଅସହାୟ ବୁଢ଼ୀବୁଢ଼ାମାନକର ପାଖକେ ଯାଇ ଆବେଦନ ଫର୍ମ ପୁରନ କରି ଭତା ଦେବାର ବେବସତା କଲେ ସରକାରକଁର ଇ ମହତ ଯୋଜନା ସଫଲ ହେଇପାରତା ବଲି ମତ ଦେଇଛନ।

All Right Reserved By

ସମ୍ବଲପୁର

ଛାତ୍ରଙ୍କ ମୁଣ୍ଡ ଫାଟିବା ଘଟଣା: ଶିକ୍ଷୟିତ୍ରୀ ନିଲମ୍ବିତ

ଛାତ୍ରଙ୍କ ମୁଣ୍ଡ ଫାଟିବା ଘଟଣା: ଶିକ୍ଷୟିତ୍ରୀ ନିଲମ୍ବିତ

ଉଲୁଣ୍ଡା,୧୮।୭ (ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ମାଟିଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ମାଡ ମାରି ମୁଣ୍ଡ ଫଟାଇବା ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି। ଏହି ଘଟଣାକୁ କେନ୍ଦ୍ରକରି ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ସୂଚନା ମତେ ମାଟିଖାଇ ଗଁାର ଭକ୍ତରାମ ମେହେରଙ୍କ ପୁଅ କାହ୍ନା ମେହେର(୮) ଉକ୍ତ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପାଠ ପଢନ୍ତି।

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ପାଟଣାଗଡ,୧୮।୭(ଡି.ଏନ.ଏ.)-ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମରୁ ଯୁବତୀ ଚାଲାଣ ଅଭିଯୋଗରେ ଲରମ୍ଭା ପୋଲିସ ୨ ଜଣଙ୍କୁ ଅଟକ ରଖିଛି। ଜଣେ ଯୁବତୀଙ୍କୁ ନିଜ ସମ୍ପର୍କୀୟ କହି କିଛି ଦିନ ହେଲା ଏମାନେ ଘରେ ରଖି ଦେହ ବେପାର ଚଳାଉଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି।

ବଲାଣୀରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ବଡ଼ବିଲ, ୧୮।୭(ସ୍ବ.ପ୍ର.): ବଲାଣୀରେ ବଡ଼ବିଲ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି।

ଗୁହାଲର କାଁଥିତରା ଆଶ୍‌ରେ ଥଲ୍‌ ସୁଆଧୀନ୍‌ ରାଏଜର ଦୁଇ ପରାଧୀନ୍‌ ଜୀବନ୍‌

ଗୁହାଲର କାଁଥିତରା ଆଶ୍‌ରେ ଥଲ୍‌ ସୁଆଧୀନ୍‌ ରାଏଜର ଦୁଇ ପରାଧୀନ୍‌ ଜୀବନ୍‌

ତଳଗାଁ, ୧୮।୭ (ଡିଏନ,ଏ)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍‌ରେ ସରକାରୀ ଯୋଜ୍‌ନା ପର୍‌ହସନ୍‌ ପାଲ୍‌ଟିଥିବା ଦେଖ୍‌ବାକେ ମିଲିଛେ। ବ୍ଲକ୍‌ ହେଡକ୍ୱାଟର ପଁନ୍‌ଚେତ୍‌ ବାଣିଭୂଷଣପୁରର ଭଉଁରୀପଥର ଗାଁର ଅରକ୍ଷିତ ପ୍ରଧାନ ସାତ ପରାନି କୁଟୁମ୍‌କେ ନେଇ ଗଛ୍‌ତଲେ ପାଲ୍‌ ଟାନି ଜୀବନ୍‌ ବିତଉଛନ୍‌। ସେନ୍‌ତା ଝାର୍‌ ଜଂଗଲ୍‌, ପାହଡ଼ ପର୍‌ବତ୍‌ ଘେରା ଆଦିବାସୀ ଅଧୁଷିତ ଇ ବ୍ଲକ୍‌ର ନୂତନ୍‌ ପଁନ୍‌ଚେତ୍‌ ମହାଲିକପଡାରେ ଆର୍‌ ଗୁଟେ ଦୁଖର ଘଟ୍‌ନା ଦେଖ୍‌ବାକେ ମିଲିଛେ।

ଜଲ୍‌ଜଲ୍‌ ଦେଖୁଛେ ପର୍‌ଶାସନ୍‌: ରାସ୍‌ତା ତରେ ବେଆଇନ୍‌ ବାଲିଗଦା

ଜଲ୍‌ଜଲ୍‌ ଦେଖୁଛେ ପର୍‌ଶାସନ୍‌: ରାସ୍‌ତା ତରେ ବେଆଇନ୍‌ ବାଲିଗଦା

ଧମା, ୧୮।୭ (ଡି.ଏନ.ଏ)- ସାରା ଦେଶେ ଘର୍‌ ତିଆରି ଚାଲିଛେ। ଇ ପକାଘର୍‌ ତିଆରିବାର ଲାଗି ହେଲେ ଦର୍‌କାର ପଡ୍‌ସି ବାଲି। ହେଲେ ଶହ ଶହ ଟ୍ରକ୍‌ ବାଲି ବାହାର ଜିଲାରୁ ଏକଚାଟିଆ ଭାବେ ଅନାଯାଇ ବେଆଇନ୍‌ ହିସାବେ ରାସ୍‌ତା ତରେ ଗଦେଇ ଦିଆଯାଉଛେ। ମାନେଶ୍ୱର ବ୍ଲକ୍‌ର ସୋନପୁର-ସମ୍ବଲପୁର ୧୫ ନମ୍ବର ରାଜ୍ୟ ରାଜପଥ୍‌ର ସାହାସପୁର ପାସେ ଇ ହିସାବେ ବାଲି ଗଦା ହେଇଛେ। ସେ ବାଲି ଗଦା ଦିନୁ ଦିନ୍‌କେ ବିହିଲି ମୁଖିଆ ରାସ୍‌ତା ଉପୁର୍‌କେ ମାଡିଆସୁଛେ।

ପିସି କାରବାର ଅଭିଯୋଗ: ବିହନ କିଣାରେ ଡିଲ୍‌

ପିସି କାରବାର ଅଭିଯୋଗ: ବିହନ କିଣାରେ ଡିଲ୍‌

ସମ୍ବଲପୁର,୧୮।୭(ବ୍ୟୁରୋ) ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ ବିଜିଆରଇଆଇ (ବ୍ରିଙ୍ଗିଙ୍ଗ୍‌ ଗ୍ରୀନ୍‌ ରିଭୋଲୁଶନ ଟୁ ଇଷ୍ଟର୍ଣ୍ଣ ଇଣ୍ଡିଆ) ଜରିଆରେ ଚାଷୀଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ସହ ଚାଷ ସମ୍ବନ୍ଧୀୟ ତାଲିମ, ମାଗଣାରେ ବିହନ, କୀଟନାଶକ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା ହୋଇଛି। ରାଜ୍ୟର ୨୨ଟି ଜିଲାରେ ଏହି ସ୍କିମ୍‌ କାର୍ଯ୍ୟକ୍ଷମ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ଏହା କାର୍ଯ୍ୟକାରୀ କରାଯାଉଛି।

ସମ୍ବଲପୁରରେ ଫାର୍ମାଲିନ ଭୟ : ମାଛ ବଜାରରେ ଚଢାଉ

ସମ୍ବଲପୁରରେ ଫାର୍ମାଲିନ ଭୟ : ମାଛ ବଜାରରେ ଚଢାଉ

ସମ୍ବଲପୁର,୧୮।୭(ବ୍ୟୁରୋ) ଫାର୍ମାଲିନ କେମିକାଲ ମିଶ୍ରିତ ଆନ୍ଧ୍ରାମାଛ ଉପରେ କଟକଣା ଲଗାଯାଇଛି। ଏ ନେଇ ସମ୍ବଲପୁର ମହାନଗର ନିଗମ ଓ ଜିଲା ମତ୍ସ୍ୟବିଭାଗ ପକ୍ଷରୁ ମାଛ ବଜାର ଉପରେ ଚଢ଼ାଉ କରାଯାଇଛି। ମହାନଗର ନିଗମ ଅତିରିକ୍ତ କମିଶନର ସୁଧାଂଶୁ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏକ ସ୍ବତନ୍ତ୍ର ଟିମ୍‌ ମଙ୍ଗଳବାର ସକାଳେ ଗୋଲବଜାର, ମୋତିଝରଣ, ଅଇଁଠାପାଲି ଛକ, ଚେରୁଆପଡ଼ା, ଅଗ୍ନିଶମ ବିଭାଗ ଅଫିସ ନିକଟ ବୁଢାରଜା ହଟିଲିରେ ବିକ୍ରି ହେଉଥିବା ମାଛଗୁଡ଼ିକୁ ଯାଞ୍ଚ୍‌ କରିଥିଲେ।

ଖରସଲ ଗ୍ରାମରେ ଯୁବଚାଷୀଙ୍କୁ ହତ୍ୟା ଘଟଣା: ପରିବାର ବର୍ଗଙ୍କୁ ଭେଟି ଘଟଣାସ୍ଥଳ ପରିଦର୍ଶନ କଲେ ଏଏସ୍‌ପି

ଖରସଲ ଗ୍ରାମରେ ଯୁବଚାଷୀଙ୍କୁ ହତ୍ୟା ଘଟଣା: ପରିବାର ବର୍ଗଙ୍କୁ ଭେଟି ଘଟଣାସ୍ଥଳ ପରିଦର୍ଶନ କଲେ ଏଏସ୍‌ପି

ଭଟଲି,୧୮।୭(ଡି.ଏନ.ଏ) ବରଗଡ ଜିଲା ଭଟଲି ଥାନା ଡୁମାଲପାଲି ପଞ୍ଚାୟତ ଅନ୍ତର୍ଗତ ଖରସଲ ଗ୍ରାମରେ ସଂଗଠିତ ସୁଧାକର ଖମାରୀ ହତ୍ୟାକାଣ୍ଡର ତଦନ୍ତ ପାଇଁ ମଙ୍ଗଳବାର ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଶୋବନ୍ତ ସେନାପତି ପହଞ୍ଚିଛନ୍ତି। ସେ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହାସହିତ ଘଟଣାର ତଦନ୍ତ କରି ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।

ପାଇଖାନା ନିର୍ମାଣରେ ଅନିୟମିତତା: ଭିଜିଲାନ୍ସ ବିଭାଗର ତଦନ୍ତ ଆରମ୍ଭ

ପାଇଖାନା ନିର୍ମାଣରେ ଅନିୟମିତତା: ଭିଜିଲାନ୍ସ ବିଭାଗର ତଦନ୍ତ ଆରମ୍ଭ

ବିଜେପୁର, ୧୮।୭ (ଡି.ଏନ.ଏ)- ବାହ୍ୟ ମଳମୁକ୍ତ ଗ୍ରାମ ପାଇଁ ସ୍ବଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହି ଯୋଜନାର ସଫଳ ରୂପାୟନ ପାଇଁ ଜନ ସଚେତନତା ମଧ୍ୟ କରାଯାଉଛି । କିନ୍ତୁ ବିଭାଗୀୟ ଅଧିକାରୀ ଓ ସଂପୃକ୍ତ ଠିକା ସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁ ଏହାର ସୁଫଳ ଲୋକଙ୍କ ପାଇଁ ଅପହଞ୍ଚ ହୋଇପଡୁଛି । ବରଗଡ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଚାରପାଲି ପଞ୍ଚାୟତ ଏହାର ଏକ ନିମ୍ନନମୁନା ।

ଭାଲୁପତ୍ରା ବୋମା ବିସ୍ଫୋରଣ ଘଟଣା: ପୋଲିସ ହାତରେ ଲାଗିଲା ଖିଅ

ବରଗଡ଼ ଅଫିସ୍‌,୧୮।୭- ବରଗଡ଼ ଜିଲା ଅତାବିରା ଥାନା ଭାଲୁପତ୍ରା ଗ୍ରାମରେ ସଂଘଟିତ କାର୍ଟୁନ ବୋମା ବିସ୍ଫୋରଣ ଘଟଣାକୁ ବୁଧବାର ୧୧ଦିନ ବିତି ଯାଇଛି। ଘଟଣାର ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି, କିନ୍ତୁ ଏଯାଏ ଘଟଣା ଉପରୁ ପରଦା ହଟାଇ ପାରିନାହିଁ । ଅନ୍ୟପଟେ ବିସ୍ଫୋରଣରେ ଆହତ ଗୃହକର୍ତ୍ତା ସିଏଚ୍‌ ନାଗଭୂଷଣଙ୍କୁ ଇତିମଧ୍ୟରେ ୱାଲଟିୟରରୁ ହାଇଦ୍ରାବାଦର ଅନ୍ୟ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଓଭରହେଡ୍‌ ପାଏନ୍‌ ଟଁାକି: ୨ ବଛର୍‌ ବିତ୍‌ଲା କାମେ ନାଇଁଲାଗ୍‌ଲା

ଓଭରହେଡ୍‌ ପାଏନ୍‌ ଟଁାକି: ୨ ବଛର୍‌ ବିତ୍‌ଲା କାମେ ନାଇଁଲାଗ୍‌ଲା

ବଡ଼ଗାଁ,୧୮।୭ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ବଡ଼ଗଁାରେ ପିଇଲା ପାଏନ୍‌ ସମସିଆର ସମାଧାନ୍‌ ନାଇଁ ହେଇପାର୍‌ବାର। ସରକାରୀ କଲର ଉଦାସୀନ୍‌ତା ଲାଗି ଏନ୍‌ତା ପରିସ୍‌ଥିତି ବନେ ବଛର୍‌ଦୁ ହେଲା ଲାଗିରହିଛେ। ଇତାର ଗୁଟେ ଉଦାହରନ୍‌ ହେଲା, ବଡ଼ଗଁା ବାଳିକା ପ୍ରାଥମିକ ବିଦ୍ୟାଳୟ ପାସେ ଦୁଇ ବଛର୍‌ ଆଗ୍‌ରୁ ୧୨ ଲକ୍ଷ ଟଁକା ଖରଚ୍‌ରେ ତିଆର ହେଇଛେ ଗୁଟେ ଓଭରହେଡ୍‌ ପାଏନ୍‌ ଟଁାକି। ସଫେଇ ନଦୀରୁ ସପ୍ଲାଏ ପାଏନ୍‌ ଓଭରହେଡ ଟଁାକିରେ ଭରି ସେଠାନୁ ବଡ଼ଗଁା ଆର୍‌ ଲଟାପଡାବାସୀକୁ ପାଏନ୍‌ ଯୁଗେଇ ଦେବାର ଲାଗି ଇ ପ୍ରକଳ୍ପ ହେଇଥିଲା। ଇ ପ୍ରକଳ୍ପ ଗଁାବାସୀକର ପିଇଲା ପାଏନ୍‌ ସମସିଆକେ ଅଲ୍‌ପେ ବହୁତ୍‌ ଦୂର୍‌ କର୍‌ବା ବଲି ଲୋକ୍‌ ଆଶ୍‌ କରିଥିଲେ। ହେଲେ ଟଁାକି ତିଆର ହେବାର ୨ ବଛର୍‌ ବିତି ଗଲାନ ହେଲେ ଲୁକ୍‌କର କାମେ ନାଇଁ ଆଏବାର।

ପ୍ରତିଶ୍ରୁତି ପାଲଟିଛି ଆଶ୍ୱାସନା

ପ୍ରତିଶ୍ରୁତି ପାଲଟିଛି ଆଶ୍ୱାସନା

ସୋନପୁର,୧୮।୭(ନି.ପ୍ର.):ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ନିର୍ମାଣ ହେବ ବହୁ ପ୍ରତୀକ୍ଷିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର(ଏମ୍‌ସିଏଚ୍‌)। ୨୦୧୨ମସିହାରୁ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଆସିଛି। ମାତ୍ର ପ୍ରଶାସନିକ ଉଦାସୀନତା ଓ ରାଜନୈତିକ ଇଛାଶକ୍ତି ଅଭାବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଆରମ୍ଭରୁ ପ୍ରଶାସନ ଜବରଦଖଲ ଉଛେଦ କରି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଜମି ଯୋଗାଇ ପାରିଲାନି। ବହୁ ବିଳମ୍ବ ହେଲା।

Model This Week

ରୂପେଶ