ଜୀବନଚର୍ଯ୍ୟା |

ପ୍ରାତଃଭୋଜନ କାହିଁକି ଜରୁରୀ

ପ୍ରାତଃଭୋଜନ କାହିଁକି ଜରୁରୀ
ଖାଇପିଇ ସୁସ୍ଥ ଥିବା ବ୍ୟକ୍ତି ଦିନସାରା ଆକ୍ଟିଭ୍‌ ରହିଥାଏ। ଡାକ୍ତର ସବୁବେଳେ ପ୍ରାତଃଭୋଜନକୁ ଗୁରୁତ୍ୱ ଦେଇଥାନ୍ତି। ପ୍ରଚଳିତ କଥା ଅନୁଯାୟୀ, ପ୍ରାତଃଭୋଜନକୁ ରାଜା ଭଳି ଖାଇବା, ସେହିପରି ଦ୍ୱିପହର ଭୋଜନକୁ ଯୁବରାଜ ଭଳି ଓ ରାତି ଭୋଜନକୁ ଫକିର ଭଳି ଖାଇଲେ ମଣିଷ ଅଧିକ ଦିନ ସୁସ୍ଥ ରହିପାରିବ। ପ୍ରାତଃଭୋଜନର ଅର୍ଥ ହେଲା, ରାତିସାରା ଜମା ହୋଇଥିବା ଚର୍ବି ଅଂଶକୁ ନଷ୍ଟ କରିବା। ରାତି ଖାଦ୍ୟ ଖାଇବା ପରେ ପୁଣି ତା’ପରଦିନ ସକାଳ ଖାଦ୍ୟ ନ ଖାଇ ଯଦି ଦ୍ୱିପହର ଖାଦ୍ୟ ଖାଇବାକୁ ପଡେ ତେବେ ଅନେକ ପ୍ରକାର ଶାରିରୀକ ସମସ୍ୟା ଦେଖାଦିଏ। ତେଣୁ କାହିଁକି ପ୍ରାତଃଭୋଜନ ଜରୁରୀ ଆସନ୍ତୁ ଜାଣିବା- -ନିୟମିତ ଭାବେ ପ୍ରାତଃଭୋଜନ କରୁ ନ ଥିବା ଯୁବପିଢିଙ୍କ ନିକଟରେ ଟାଇପ୍‌-୨ ଡାଇବେଟିସ୍‌ ଆଶଙ୍କା ଅଧିକ। -ଯେଉଁମାନେ ଜିମ୍‌ ଯାଇଛନ୍ତି ଅବା କିଛି ଶାରୀରିକ ପରିଶ୍ରମ କରୁଛନ୍ତି ସେମାନେ ନିଜ ଖାଦ୍ୟ ପାନୀୟ ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। -ପ୍ରାତଃଭୋଜନ ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀ ପାଇଁ ଅତ୍ୟନ୍ତ ଜରୁରୀ। ଏହା ଗ୍ଲୁକୋଜ ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ଏକାଗ୍ରତା ଓ ସ୍ମୃତିଶକ୍ତି କ୍ଷୟ ହେବାକୁ ଦେଇ ନ ଥାଏ।  -ନିୟମିତ ଭାବେ ପ୍ରାତଃଭୋଜନ କରୁ ନ ଥିବା ବ୍ୟକ୍ତିମାନଙ୍କ ପାଖରେ ଲୋ ବ୍ଲଡ ପ୍ରେସର ହେବାର ସମ୍ଭାବନା ଅଧିକ ଥାଏ।  -ପ୍ରାତଃଭୋଜନରେ ଅଧିକ ଫାଇବର ଓ କମ୍‌ କାବ୍ରୋହାଇଡ୍ରେଟ୍‌ ଯୁକ୍ତ ଖାଦ୍ୟ ସାମିଲ କରିବା ଭଲ। ଏହା ସାରାଦିନ ବ୍ୟକ୍ତିଙ୍କୁ ଆକ୍ଟିଭ୍‌ ରଖିବାରେ ସହାୟକ ହୋଇଥାଏ।  -ପେଟପୂରା ପ୍ରାତଃଭୋଜନ କଲେ ଚିଡିଚିଡା ପଣ ଦୂରେଇ ଯାଇଥାଏ। -ପ୍ରତି ୩ଘଣ୍ଟାରେ ଥରେ ଖାଦ୍ୟ ଖାଇଲେ ଆପଣ, ଏସିଡିଟି ବା ହଜମ ଜନିତ ଅନେକ ସମସ୍ୟାକୁ ଦୂରେଇ ଦେଇ ପାରିବେ। -ନିୟମିତ ଭାବେ ବିଳମ୍ବରେ ଖାଦ୍ୟ ଗ୍ରହଣ କଲେ ଶରୀରରେ ଲୋ ଇମ୍ୟୁନିଟି ଦେଖାଦେଇଥାଏ। ଫଳରେ ଥଣ୍ଡା ସର୍ଦ୍ଦି ଲାଗି ରହିବା ସହ ଅନ୍ୟ ରୋଗ ସହଜରେ ଆକ୍ରମଣ କରିଥାଏ।
All Right Reserved By

ଜୀବନଚର୍ଯ୍ୟା |

ଟ୍ରାଡିଶନାଲ ଲୁକ୍‌

ଟ୍ରାଡିଶନାଲ ଲୁକ୍‌

ଏଥର ପୂଜାରେ ଟ୍ରାଡିଶନାଲ ସହ mଟ୍ରେଣ୍ଡି ଲୁକ୍‌ ପାଇବାକୁ ଚାହୁଁଥିଲେ ଆପଣାଇ ପାରିବେ ନିମ୍ନୋକ୍ତ ଟିପ୍ସ...

ସକାଳେ ଗ୍ଲାସେ ଉଷୁମ ପାଣି...

ସକାଳେ ଗ୍ଲାସେ ଉଷୁମ ପାଣି...

ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ପ୍ରକାର ରୋଗ ଦୂର ହୋଇଥାଏ। ସକାଳେ ନଖ ଉଷୁମ ପାଣି ଗ୍ଲାସେ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ଜାଣନ୍ତୁ ମଧୁମେହ ରୋଗୀ  ସାଗୁ ଖାଇବା କେତେଦୂର ଠିକ୍‌

ଜାଣନ୍ତୁ ମଧୁମେହ ରୋଗୀ ସାଗୁ ଖାଇବା କେତେଦୂର ଠିକ୍‌

ମଧୁମେହ ଏକ ଗମ୍ଭୀର ରୋଗ। ଯେଉଁ ରୋଗରେ ଖାଦ୍ୟପେୟ ଜନିତ   ଅନେକ କଟକଣା କରାଯାଇଥାଏ। କାରଣ ଏହି ରୋଗୀଙ୍କ ଖାଦ୍ୟପେୟରେ ହେଉଥିବା ଛୋଟ ପରିବର୍ତ୍ତନ ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। 
ତେବେ ଆପଣ ଯଦି ମଧୁମେହ ରୋଗୀ ହୋଇଥାନ୍ତି ଏକ୍ସରସାଇଜ କରିବା ସହ ମେଡିଶିନ ଖାଇ ବ୍ଲଡ୍‌ ସୁଗାର ମାତ୍ରା କମାଇପାରିବେ।

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁ ସାଧାରଣତଃ ବର୍ଷାଦିନେ ହୋଇଥାଏ। ଅନ୍ୟପକ୍ଷରେ ଅପରିଷ୍କାର ସ୍ଥାନରେ ଡେଙ୍ଗୁର ବାହକ ଏଡିସ୍‌ ମଶା ବଂଶ ବିସ୍ତାର କରିଥାଏ। ତେଣୁ ନିଜ ଘର ଚତୁଃପାର୍ଶ୍ୱ ଯେପରି ପରିଷ୍କାର ପରିଚ୍ଛନ୍ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘର ଚାରିପଟେ ଅଳିଆ ଆବର୍ଜନା ଜମା ହେବାକୁ ଦିଅନ୍ତୁ ନାହିଁ। 

ଅଲ୍‌ରାଉଣ୍ଡର ରୋବୋ

ଅଲ୍‌ରାଉଣ୍ଡର ରୋବୋ

ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ଉପଯୋଗ ଚିକିତ୍ସା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କର ଖାଇବା ଶୈଳୀରୁ ଜଣାପଡିବ-ଏଭଳି ଏକ ମଜାଦାର ତଥ୍ୟ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ବିଷୟବସ୍ତୁକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ।

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ବେଳେବେଳେ କେତେକ କଥା ଆମ ହାତ ପାଆନ୍ତାରେ ଥାଏ, ହେଲେ ଆମେ ତାକୁ ସହଜରେ ଜାଣି ପାରି ନ ଥାଉ। କୌଣସି ସୂତ୍ରରୁ ସୂଚନା ପାଇବା ମାତ୍ରେ ତାକୁ ଉପଯୋଗ କରି ତାହାର ସୁଫଳ ପାଉ।

ଲେଜର ବିଜ୍ଞାନର ଅବଦାନ

ଲେଜର ବିଜ୍ଞାନର ଅବଦାନ

”ଲେଜର ହେଉଛି ତୀବ୍ର ଉଚ୍ଚ ସଂହତିଯୁକ୍ତ ଏକବର୍ଣ୍ଣୀ  ଆଲୋକ ଉତ୍ସ। ଏହା ୧୯୬୦ ମସିହାରେ ଉଦ୍ଭାବିତ ହେବା ପରେ ପରେ ବୈଜ୍ଞାନିକମାନେ ଏହାର ସଫଳ ପ୍ରୟୋଗ ଉପରେ ଗବେଷଣା କଲେ। ମାନବୋପଯୋଗୀ ଏହାର ଦୁଇଟି ପ୍ରୟୋଗ ସମ୍ବନ୍ଧୀୟ ଉଦ୍ଭାବନ କରିଥିବାରୁ ଏହି ବର୍ଷ ତିନିଜଣ ବୈଜ୍ଞାନିକ-ଯୁକ୍ତରାଷ୍ଟ୍ର ଆମେରିକାର ଆର୍ଥର ଆସ୍କିନ୍‌, ଫ୍ରାନ୍‌ସର  ଜୋରାର୍ଡ ମୋରୁ ଓ କାନାଡ଼ାର ଡୋନା ଷ୍ଟ୍ରିକ୍‌ଲାଣ୍ଡଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରିବା  ପାଇଁ ରୟାଲ୍‌ ସୁଇଡେନ୍‌ ବିଜ୍ଞାନ ଏକାଡେମୀ  ଘୋଷଣା କରିଛନ୍ତି।“

୧୦୩  ପ୍ରକାର ରୋଗ ଦୂର କରେ ପାଟିର ଲାଳ

୧୦୩ ପ୍ରକାର ରୋଗ ଦୂର କରେ ପାଟିର ଲାଳ

ମୁଖ ଭିତରେ ଏକ ଲକ୍ଷରୁ ଅଧିକ ସ୍ବେଦଗ୍ରନ୍ଥି ଲାଳ ତିଆରି କରିଥାନ୍ତି। ଏଥିରେ ଶରୀରର ୧୦୩ ପ୍ରକାର ରୋଗ ଦୂର ହୋଇଥାଏ। ଏହାକୁ ସକାଳେ ଉଠି ପୁରାତନ ଘାରେ ଲାଗାଇଲେ କିଛି ଦିନ ମଧ୍ୟରେ ଘା ଭଲ ହୋଇଥାଏ।

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା କ୍ଷତିକାରକ

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା କ୍ଷତିକାରକ

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଆଜିକାଲି ସାଧାରଣ ମନେହେଉଥିଲେ ମଧ୍ୟ ଏହା ଏକ ଖରାପ ଅଭ୍ୟାସ।  ଦେଖିବାକୁ ଗଲେ ଏହା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ସାରିଛି।  ତେବେ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ। ପ୍ଲାଷ୍ଟିକରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ଓ ବ୍ୟକ୍ଟେରିଆ ଆଦି ରହିଥାଏ। ଯାହାକି ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଆସନ୍ତୁ ଜାଣିବା ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ହେଉଥିବା କ୍ଷତି ବିଷୟରେ:

ଅନିଦ୍ରା ସମସ୍ୟାକୁ ଦୂର କରିବା ପାଇଁ ଆପଣେଇ ପାରିବେ ଏଭଳି ସହଜ ଉପାୟ...

ଅନିଦ୍ରା ସମସ୍ୟାକୁ ଦୂର କରିବା ପାଇଁ ଆପଣେଇ ପାରିବେ ଏଭଳି ସହଜ ଉପାୟ...

ମନୁଷ୍ୟକୁ ନିରୋଗ ରଖିବା ପାଇଁ ଗୋଲାପ ଫୁଲ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନିଦ୍ରା ରୋଗରୁ ଦୂରେଇ ରହିବା  ଲାଗି ଏହା ମହୋଷଧୀ ସଦୃଶ କାମ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

କେଶ ଝଡିବା ସମସ୍ୟାରୁ ମୁକ୍ତି ଦେବ ତେଲ

କେଶ ଝଡିବା ସମସ୍ୟାରୁ ମୁକ୍ତି ଦେବ ତେଲ

ବର୍ତ୍ତମାନ ସମୟରେ  ପ୍ରାୟତଃ  ଅଧିକାଂଶ ଲୋକଙ୍କଠାରେ କେଶ ଝଡିବା ସମସ୍ୟା ଦେଖାଦେଉଛି। ଜୀବନଶୈଳୀର ପରିବର୍ତ୍ତନ ଓ ବଢ଼ୁଥିବା ପ୍ରଦୂଷଣ ଏହାର ମୁଖ୍ୟ କାରଣ ହୋଇଥାଏ। ଏହି ସମସ୍ୟା ପିଲାଙ୍କଠାରେ ମଧ୍ୟ ଦେଖାଦେଇଥାଏ। ଯାହା ଫଳରେ ଉକ୍ତ ସମସ୍ୟା ପାଇଁ ଅନେକ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ ମଧ୍ୟ ଏହାର ସୁଫଳ ମିଳିପାରୁ ନାହିଁ।