ସମ୍ପାଦକୀୟ |

ଗୁଜରାଟ ଲଢ଼େଇ

ଗୁଜରାଟ ଲଢ଼େଇ
ଆକାର ପଟେଲ ଗୁଜରାଟ ନିର୍ବାଚନ ଲଢ଼େଇର ପ୍ରସଙ୍ଗଗୁଡ଼ିକ କ’ଣ? ୨୨ବର୍ଷ ହେଲା ଏଠାରେ ଭାଜପା ଶାସନ କରିଆସୁଛି ଏବଂ କହୁଛି ଯେ ଏହା ବିକାଶକୁ ପ୍ରାଥମିକତା ଦେଉଛି। ଯେମିତି ମନେହେଉଛି, ଏ ‘ବିକାଶ’ ଶବ୍ଦଟି ଉପରେ ଭାଜପାର ଏକା ସ୍ବତ୍ୱାଧିକାର ରହିଛି ଏବଂ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ଛଡ଼ା ଅନ୍ୟ କେହି ବିକାଶ ଆଣିପାରିବେ ନାହିଁ। ଭାଜପା ଯାହା କରୁଛି ତାହା ହେଉଛି ବିକାଶ ଏବଂ ଅନ୍ୟମାନେ ଯାହା କରୁଛନ୍ତି ତାହା ହେଉଛି ଦୁର୍ନୀତି, ବଂଶାନୁକ୍ରମିକ ଶାସନ ଇତ୍ୟାଦି। ଏ ପ୍ରକାର ଦାବି କରିବା ପିଲାଳିଆମି ହେଲେ ବି ବିରୋଧୀ ଦଳଗୁଡ଼ିକ ଭାଜପାକୁ ଏପରି ଦାବି କରି ଖସିଯିବାକୁ ଛାଡ଼ିଦେଉଛନ୍ତି। ଏପରି କି ଭାଜପା ତଥ୍ୟ ଦେଇ ଓ ନିଜର ନୀତି ବିଷୟରେ କହି ଦେଶର ଅର୍ଥନୈତିକ ଓ ସାମାଜିକ ଉନ୍ନତି ହେଉଛି ବୋଲି ପ୍ରମାଣ କରିବାକୁ ଚେଷ୍ଟା କଲାବେଳେ ହତବୁଦ୍ଧି ହୋଇଯାଉଛି। ଭାଜପା ଉନ୍ନୟନର ଡିଣ୍ଡିମ ପିଟୁଥିବା ବେଳେ କଂଗ୍ରେସ କେଉଁ ପ୍ରସଙ୍ଗକୁ ଆପଣେଇବ ଜାଣିପାରୁ ନାହିଁ। କଂଗ୍ରେସ ଦଳର ରାଜକୁମାର ରାହୁଲ ଗାନ୍ଧୀ ଗୋଟିଏ ଦିନ ରାଫେଲ ଚୁକ୍ତିରେ ହୋଇଥିବା ଦୁର୍ନୀତି ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି ତ ତାଙ୍କୁ ଗଣମାଧ୍ୟମର ସମର୍ଥନ ନ ମିଳିବାରୁ ତା’ ପରଦିନ ଜିଏସ୍‌ଟି ଓ ବିମୁଦ୍ରୀକରଣ ପ୍ରସଙ୍ଗକୁ ଧରୁଛନ୍ତି। ତେଣୁ କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ଜୋର ନ ଦେବା ଫଳରେ ଭାଜପା ବିରୋଧରେ ତାଙ୍କର ସ୍ବର ଦୁର୍ବଳ ହୋଇଯାଉଛି। ଦ୍ୱିତୀୟ କଥା ହେଲା ସଂଗଠନ। ଭାଜପାର ସଂଗଠନ ଅତ୍ୟନ୍ତ ସୁଦୃଢ଼। ଗଣତାନ୍ତ୍ରିକ ବିଶ୍ୱରେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ରାଜନୈତିକ ଦଳ। ତୃଣମୂଳ ସ୍ତରରେ ଏହାର ବିଶାଳ ଉପସ୍ଥିତି ରହିଛି, ଯାହାର ପରିଚାଳନା କରୁଛି ଲକ୍ଷ ଲକ୍ଷ ସଦସ୍ୟ ବିଶିଷ୍ଟ ବିଶ୍ୱର ସର୍ବବୃହତ୍‌ ବେସରକାରୀ ସଂଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)। ଏହାର ସଦସ୍ୟମାନେ ଦେଶ ପ୍ରତି ଓ ସଂଘ ପ୍ରତି ଉତ୍ସର୍ଗୀକୃତ ଏବଂ ତାଲିମପ୍ରାପ୍ତ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଆର୍‌ଏସ୍‌ଏସ୍‌ ଅଧିକ ସକ୍ରିୟ ହୋଇପଡ଼ିଛି ଏବଂ ତୃଣମୂଳ ସ୍ତରରୁ ତାଙ୍କୁ ସମର୍ଥନ ଓ ପ୍ରଶଂସା ମିଳୁଛି। ଯେକୌଣସି ସଂଘର୍ଷପୂର୍ଣ୍ଣ ଲଢ଼େଇରେ ଭାଜପାର ସାଂଗଠନିକ ଶକ୍ତି ତାଙ୍କୁ ଜିତିବାରେ ସହାୟକ ହେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଅନ୍ୟପକ୍ଷରେ ଯେହେତୁ ଏହା ଏକ ଦ୍ୱିଦଳପ୍ରଧାନ ରାଜ୍ୟ ଆମେ କଂଗ୍ରେସ ଉପରେ ନଜର ପକାଇବା ଉଚିତ। ଦକ୍ଷତା ଦୃଷ୍ଟିରୁ କଂଗ୍ରେସ ଏଠାରେ ଭାଜପାର ସମକକ୍ଷ ହୋଇପାରି ନାହିଁ। ସେବା ଦଳ ବା ଯୁବକଂଗ୍ରେସରୁ ଆସିଥିବା ପୁରୁଣା କଂଗ୍ରେସ କର୍ମୀ ଏଠାରେ ଆଉ ନାହାନ୍ତି। ଏଠାରେ ଦଳ ଖଣ୍ଡବିଖଣ୍ଡିତ ହୋଇଯାଇଛି ଏବଂ କେବଳ ରହିଛନ୍ତି ବୟକ୍ତିକ କଂଗ୍ରେସ ପ୍ରାର୍ଥୀ, ଯେଉଁମାନେ ହିଁ ଦଳର ଲୋକବଳ। ଏମାନଙ୍କ ଦ୍ୱାରା ଦଳର ନିର୍ବାଚନୀ ଖର୍ଚ୍ଚ ତୁଲାଇବା କଷ୍ଟକର। କାରଣ ଏଠାରେ ଦଳ ବାରମ୍ବାର ହାରୁଥିବାରୁ ପ୍ରାର୍ଥୀମାନେ ଆଉ ନିର୍ବାଚନ ଲଢ଼ିବା ପାଇଁ ହାତରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି। ଉଭୟ ପ୍ରସଙ୍ଗ ଓ ସଂଗଠନ ଦୃଷ୍ଟିରୁ ମୋ ମତରେ ଭାଜପା ଯଥେଷ୍ଟ ଆଗରେ ଅଛି। ପୁଣି ଏହା ନିଜର ଶକ୍ତି ଦୃଷ୍ଟିରୁ ହେଉ ବା କଂଗ୍ରେସର ଦୁର୍ବଳତା ଦୃଷ୍ଟିରୁ ହେଉ ଆଗରେ ଅଛି। ତୃତୀୟ କଥା ହେଉଛି ନିର୍ବାଚନ ପ୍ରଚାରର ରଣକୌଶଳ। ଭାଜପା ନିଜର ସବୁଠାରୁ ଶକ୍ତିଶାଳୀ କାର୍ଡ ଖେଳୁଛି। ତାହା ହେଉଛନ୍ତି ପ୍ରଧାନମନ୍ତ୍ରୀ ଯିଏ ଅନେକ ର଼୍ୟାଲିରେ ଭାଗନେଇ ନିର୍ବାଚନ ପ୍ରଚାର କରିଛନ୍ତି। ଆଗରୁ ମୋଦି ହିନ୍ଦୀରେ ଅଧିକାଂଶ ଭାଷଣ ଦେଉଥିଲେ, ଏବେ ସେ ଗୁଜରାଟୀରେ ଭାଷଣ ଦେବା ଆରମ୍ଭ କରିଛନ୍ତି। ଏଥିରୁ ଜଣାପଡ଼ୁଛି ସେ ନିଜର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ତାଙ୍କ ନିଜ ମାତୃଭାଷାରେ। ସେ ଜଣେ ଉତ୍ତମ ବକ୍ତା ଏବଂ ରାହୁଲ କେବେ ବି ତାଙ୍କର ସମକକ୍ଷ ନୁହନ୍ତି। ମୋଦି ଯେତେବେଳେ ଭାଷଣ ଦିଅନ୍ତି, ସେ ଏକ ପୁରୁଣା ପ୍ରସଙ୍ଗକୁ ଏମିତି ନୂଆ ଢଙ୍ଗରେ ଉପସ୍ଥାପନ କରନ୍ତି, ଯାହା ଗଣମାଧ୍ୟମର ଶିରୋନାମା ମଣ୍ଡନ କରେ। ଉଦାହରଣସ୍ବରୂପ: ‘ମୁଁ ଚା ବିକିଛି କିନ୍ତୁ ଦେଶକୁ ବିକ୍ରି କରିନାହିଁ।’ ଅନ୍ୟ ପକ୍ଷରେ କଂଗ୍ରେସ ତ ରଣନୀତି ପ୍ରସ୍ତୁତ କରିପାରିବ ନାହିଁ, ବରଂ ସବୁଯାକ ଅଣପ୍ରସଙ୍ଗରେ ଆତ୍ମରକ୍ଷା ଲାଗି ଶକ୍ତି ଓ ସମୟ ବ୍ୟୟ କରିଚାଲିଥିବ। ଯେପରି ଅହମଦ ପଟେଲ ଏକ ହସ୍ପିଟାଲର ଟ୍ରଷ୍ଟି ହେବା ଭୁଲ୍‌ ଥିଲା କି ନା ବା ରାହୁଲ ଗାନ୍ଧୀ ଜଣେ କ୍ୟାଥଲିକ୍‌ ଖ୍ରୀଷ୍ଟିଆନ୍‌ କି ନା ଇତ୍ୟାଦି। ତେବେ କଂଗ୍ରେସ ଗତ ତିନିମାସ ଭିତରେ ତିନୋଟି ଅସନ୍ତୁଷ୍ଟ ଗୋଷ୍ଠୀକୁ ବୁଝାଇ ନିଜ ପକ୍ଷକୁ ଆଣିପାରିଛି। ସେମାନେ ହେଉଛି ହାର୍ଦ୍ଦିକ ପଟେଲଙ୍କ ପଟିଦାର, ଜିଗ୍ନେଶ ମଓ୍ବୋନିଙ୍କ ଦଳିତ ଓ ଅଳ୍ପେଶ ଠାକୁରଙ୍କ ଓବିସି କ୍ଷତ୍ରିୟ ଗୋଷ୍ଠୀ। ଏ ତିନି ଗୋଷ୍ଠୀଙ୍କ ଭିନ୍ନ ଭିନ୍ନ ଦାବି ଥିବାରୁ ସେମାନଙ୍କୁ କରାୟତ୍ତ କରିବା ସହଜ ନ ଥିଲା। ଏମାନେ ମଧ୍ୟ ସମସ୍ତେ କଂଗ୍ରେସ ସହ ମେଣ୍ଟ କରିବା ସ୍ବାଭାବିକ ନ ଥିଲା। ମୋର ଅନୁମାନ ମୁଖ୍ୟତଃ ଅହମଦ ପଟେଲଙ୍କ ଯୋଗୁ ଏହା ସମ୍ଭବ ହୋଇଛି। ଏହା ଦେଖି ଭାଜପା ବିଚଳିତ ହୋଇପଡ଼ିଛି। ସେମାନେ ଏ ମେଣ୍ଟ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବିଭିନ୍ନ ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜଣାପଡ଼ୁଛି। ପ୍ରଶ୍ନ ହେଉଛି, ଏତିକିରେ କ’ଣ କଂଗ୍ରେସ ଭାଜପାକୁ ହରାଇପାରିବ? ମୋର ମତ ନିର୍ବାଚନରେ ଜିତିବା ହାରିବା ଭୋଟ୍‌ଦାନର ହାର ଉପରେ ନିର୍ଭର କରିବ। ଭାଜପାକୁ ସୁନିଶ୍ଚିତ କରିବାକୁ ପଡ଼ିବ, ଯେପରି ଏହାର ସମର୍ଥକମାନେ ସମସ୍ତେ ଆସି ଭୋଟ ଦିଅନ୍ତି। ଏହା ମଧ୍ୟ ସହଜ ନୁହେଁ, କାରଣ ଦଳ ଏକ ପ୍ରତିରକ୍ଷାମୂଳକ ପ୍ରଚାର ବିରୋଧରେ ଲଢ଼େଇ କରୁଛି। କଂଗ୍ରେସ ଏ କ୍ଷେତ୍ରରେ ନିଶ୍ଚିତ ରହିପାରେ କାରଣ ଏହାର ସମର୍ଥକ ସଂଖ୍ୟା କମ୍‌ ହେଲେ ମଧ୍ୟ, ସେମାନେ ଭାଜପା ବିରୋଧରେ ରାଗିକରି ଥିବାରୁ ସମସ୍ତେ ଆସି ଭୋଟ୍‌ ଦେବେ। ଅନ୍ୟପକ୍ଷରେ ଗୁଜରାଟର ବାସ୍ତବ ସମସ୍ୟାକୁ ଯଦି ଦେଖିବା- ନିଯୁକ୍ତି, ସାର୍ଥକ ଅର୍ଥନୈତିକ ଉନ୍ନତି ଆଦି ଶାସକ ଦଳ ବିପକ୍ଷରେ ଯାଉଛି, ଯଦିଚ ସେମାନେ ବିକାଶ ପାଇଁ ଲଢ଼ୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। Email: aakar.patel@gmail.com
All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ଟଙ୍କା ନିମ୍ନଗାମୀ

ଆଜିର ଅର୍ଥନୀତି/ଟଙ୍କା ନିମ୍ନଗାମୀ

ଭାରତୀୟ ମୁଦ୍ରା ଟଙ୍କାର ସମସ୍ୟା ସରିବା ପରି ଲାଗୁନାହିଁ। ଗୁରୁବାର ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଖସି ସର୍ବକାଳୀନ ରେକର୍ଡ ନିମ୍ନସ୍ତରରେ ୭୦ ଟଙ୍କା ୨୦ ପଇସାରେ ପହଞ୍ଚିଛି। ଦିବସ ଆରମ୍ଭରୁ ଟଙ୍କାର ମୂଲ୍ୟ ତୀବ୍ରବେଗରେ ଖସିବାକୁ ଆରମ୍ଭ କରି ୪୨ ପଇସା ପର୍ଯ୍ୟନ୍ତ ଖସିଯାଇଥିଲା, ଯାହା ସର୍ବକାଳୀନ ରେକର୍ଡ ଏବଂ ଏକ ଡଲାରର ମୂଲ୍ୟ ୭୦ ଟଙ୍କା ୩୨ ପଇସାରେ ପହଞ୍ଚିଥିଲା। ଟଙ୍କାର ଅବମୂଲ୍ୟାୟନର ସଦ୍ୟତମ ମୁଖ୍ୟ କାରଣ ହେଉଛି ତୁର୍କୀ ସଂକଟ ଏବଂ ଆମେରିକୀୟ ଡଲାରର ଚାହିଦା ବୃଦ୍ଧି।   ମଙ୍ଗଳବାର ଡଲାର ...

ଭରସା ହରାଉଛି ହୀରାକୁଦ ଡ୍ୟାମ୍‌

ଭରସା ହରାଉଛି ହୀରାକୁଦ ଡ୍ୟାମ୍‌

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

କିଛିଦିନ ତଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ହୀରାକୁଦ ବନ୍ଧରେ ମାତ୍ରାଧିକ ଜଳପ୍ରବାହକୁ ଦୃଷ୍ଟିରେ ରଖି ଏବେ ଆଉ ଅଧିକ ୫ଟି ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ସରକାର ପଦକ୍ଷେପ ନେଲେଣି। ବର୍ତ୍ତମାନ ରହିଥିବା ୩୪ କ୍ରେଷ୍ଟ ଗେଟ୍‌ (ଉପର ଗେଟ୍‌)ରେ ସେକେଣ୍ଡକୁ ୪୨,୪୫୦ ଘନମିଟର ଜଳ ନିଷ୍କାସନ କ୍ଷମତା ଥିଲାବେଳେ, ଏହାକୁ ୬୯,୬୩୨ ଘନମିଟରକୁ ବୃଦ୍ଧି କରିବାକୁ ଅତିରିକ୍ତ ସ୍ଲୁଇସ୍‌ ଗେଟ୍‌ ଆବଶ୍ୟକ ବୋଲି କୁହାଯାଉଛି। ୨୦୧୬ରେ ଏହି ଅତିରିକ୍ତ ସ୍ଲୁଇସ୍‌ ଗେଟ୍‌ ପାଇଁ ୫୯୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା, ଯାହା ଏବେ ଅଧିକ ବଢିଯିବ। ନୂତନ ନିର୍ମାଣ କରାଯିବା ଦ୍ୱାରା ଡ୍ୟାମ୍‌ ତଳି ଅଞ୍ଚଳରେ ଥିବା ୭ଟି ପଡ଼ାର ୭୧୬ ପରିବାର ବିସ୍ଥାପିତ ...

ଏତେ ତରତର

ଏତେ ତରତର

ଅଞ୍ଜନ ଚାନ୍ଦ

ବନସ୍ତ ଭିତରେ ପଥଟିଏ। ପଥରେ ପଥିକ ଜଣେ ସାଧୁ। ଗୁଣୁଗୁଣୁ ଭଜନ ଗାଇ ଚାଲିଛନ୍ତି। ପଛରୁ ଜଣେ ବାଟୋଇ ଆସିଲେ। ତାଙ୍କୁ ଅତିକ୍ରମ କରି ଆଗକୁ ଚାଲିଗଲେ। ସାଧୁ ପଚାରିଲେ- ଏତେ ତରତର? ହଁ, ମୁଁ ଘରକୁ ଯିବି- ସେ ଉତ୍ତର ଦେଲେ।
ସାଧୁ କହିଲେ, ଯିଏ ଯାଉଛନ୍ତି ତାଙ୍କର ଗୋଟେ ଠିକଣା ଅଛି। ତେବେ ସେଥିପାଇଁ ଏତେ ବ୍ୟସ୍ତ କାହିଁକି?...

ଏଇ ଭାରତରେ

ଏଇ ଭାରତରେ

ଅନେକ ପିଲା ନିଖୋଜ ହୋଇଯାଆନ୍ତି। ସେମାନଙ୍କୁ ଖୋଜି ପାଇବା ମୁସ୍କିଲ୍‌ ହୋଇପଡେ। କିନ୍ତୁ ହାଇଦ୍ରାବାଦର ଜଣେ ୬ବର୍ଷର ବାଳକ ବର୍ଷକ ତଳେ ନିଖୋଜ ହୋଇଯାଇଥିଲେ ବି ତେଲେଙ୍ଗାନା ପୋଲିସର ଅଭିନବ ଉଦ୍ୟମ ଦ୍ୱାରା ତାଙ୍କର ସନ୍ଧାନ ମିଳିବା ସହଜ ...

ସମ୍ପାଦକୀୟ/ମାନ୍ୟତାରେ ସ୍ମାର୍ଟ

ସମ୍ପାଦକୀୟ/ମାନ୍ୟତାରେ ସ୍ମାର୍ଟ


୨୦୧୬ ଜାନୁୟାରୀରେ ଦେଶର ସ୍ମାର୍ଟ ସିଟି ତାଲିକାର ଏକ ନମ୍ବରରେ ଭୁବନେଶ୍ୱର ରହିଥିଲା। ଏହି ମାନ୍ୟତା ପାଇବା ପରେ ରାଜଧାନୀବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଥିଲା। ଲୋକେ ଭାବିଲେ ସ୍ମାର୍ଟ ସିଟି ଯୋଗ୍ୟତା ହାସଲ ହୋଇ ପାରିଥିବାରୁ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରାଯାଇ ଭିତ୍ତିଭୂମି ସୁଦୃଢ଼ କରାଯିବ। ହେଲେ ଡ୍ରେନ୍‌ରେ ଭାସିଯାଇ ଲୋକଙ୍କ ମୃତ୍ୟୁ ଘଟିବା ଭଳି ଖବର ବିପରୀତ ଚିତ୍ର ପ୍ରଦର୍ଶନ କରୁଛି। ୨୦୧୮ ଅଗଷ୍ଟ ୧୩ ସନ୍ଧ୍ୟାରେ ୟୁନିଟ୍‌ ୬ ବନଦୁର୍ଗା ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଖୋଲା ଡ୍ରେନ୍‌ରେ ଭାସିଯାଇ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷାରେ ସମ୍ପୃକ୍ତ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା। ମେଲା ପଡ଼ିଥିବା ଡ୍ରେନ୍‌ ଉପରେ ଜଳସ୍ରୋତ ଚାଲିଥିବା ଜାଣି ....

 ଦଳିତ, ଅନୁସୂଚିତ ଜାତି ଓ ସମ୍ବିଧାନ

ଦଳିତ, ଅନୁସୂଚିତ ଜାତି ଓ ସମ୍ବିଧାନ

ଅନିଲ କୁମାର ମଲ୍ଲିକ

ଆମେ ଦଳିତ କାହାକୁ କହିବା? ଯେଉଁମାନେ ଦରିଦ୍ର ବା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ନା ଯେଉଁମାନେ ଜାତି ଆଧାରରେ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛନ୍ତି? ହଜାର ହଜାର ବର୍ଷ ଧରି କଳଙ୍କିତ ଜାତିପ୍ରଥାର ଶିକାର ହୋଇ ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଅବହେଳିତ, ନିଷ୍ପେଷିତ ହୋଇ ରହିଥିବା ବର୍ଗ ଦଳିତ ନା ଜଣେ ସାଧାରଣ ବର୍ଗର ଲୋକ ଯିଏ ଜାତିପ୍ରଥାର ଶ୍ରେଷ୍ଠ ଆସନରେ ଆସୀନ, କିନ୍ତୁ କେବଳ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ସେମାନେ?...

ଦେଶପ୍ରେମର ଗାନ

ଦେଶପ୍ରେମର ଗାନ

ଡ. କିଶୋର ମହାନ୍ତି

ଦେଶପ୍ରେମର ଗାନ ମାଧ୍ୟମରେ ମାଟି ମା’ର ପଦସେବା କରେ ଦେଶପ୍ରେମୀ ବିପ୍ଳବୀ କବି। ଏମିତି ବିପ୍ଳବୀ କବି ସୃଷ୍ଟି ହେଉଥିଲେ ଆମ ସ୍ବାଧୀନତା ସଂଗ୍ରାମ ସମୟରେ। ଗାନ୍ଧିଜୀଙ୍କ ଡାକରାରେ ସମଗ୍ର ଦେଶ ପ୍ରକମ୍ପିତ ହୋଇ ଉଠୁଥିଲା। ହିମାଚଳଠାରୁ କୁମାରିକା ଯାଏ କବିଙ୍କର ଗାନ ପ୍ରତିଟି ପ୍ରାଣରେ ଅଗ୍ନିସ୍ଫୁଲିଙ୍ଗ ସୃଷ୍ଟି କରିଥିଲା। ଜାତୀୟ ମୁକ୍ତି ସଂଗ୍ରାମକୁ ତୀବ୍ରତର କରିବା ପାଇଁ ସେମାନଙ୍କ ଲେଖନୀ ବଜ୍ରଠାରୁ କଠିନ ଓ ଶକ୍ତିଶାଳୀ ହୋଇଉଠିଥିଲା। ଭାରତଜନନୀର ଚରଣ ବନ୍ଦନା କରି କବି ନିଜେ ଗର୍ବିତ ହୁଏ ଯେମିତି ଆମ କବି ଗାଇ ଉଠିଥିଲେ- ”ତୁହି ମା ଜନମଭୂମି ପବିତ୍ର ଭାରତଭୂମି, ତୋହରି ସନ୍ତାନ ଆମେ ଅଟୁ ସରବେ...।“ (ଭକ୍ତକବି ମଧୁସୂଦନ)...

ଏଇ ଭାରତରେ

ଏଇ ଭାରତରେ

ଦିନକୁ ଦିନ ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏହାର ନିରାକରଣ ଲାଗି ଅନେକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ବେଙ୍ଗାଲୁରୁରେ ସଡ଼କ ଦୁର୍ଘଟଣା ସମ୍ପର୍କରେ ସଚେତନତା ବୃଦ୍ଧି ଲାଗି ସ୍ଥାନୀୟ ପୋଲିସ ଏକ ଅଭିନବ ପନ୍ଥା ଆପଣାଇଛି। ଏଥିପାଇଁ ‘ଭଗବାନ୍‌ ଗଣେଶ’ଙ୍କ ସହାୟତା ନିଆଯାଇଛି। ମୃତ୍ୟୁର ଦେବତା ‘ଯମରାଜ’ଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଧ...

 ଚିଲିକା ବଞ୍ଚାଅ

ଚିଲିକା ବଞ୍ଚାଅ

ସମ୍ପାଦକୀୟ/ତଥାଗତ ସତପଥୀ

ଓଡ଼ିଶାର ଚିଲିକା ହ୍ରଦ ତା’ର ବିଶେଷତ୍ୱ ପାଇଁ ସାରା ବିଶ୍ୱରେ ପରିଚିତ। ଲବଣ ଜଳର ଏହି ହ୍ରଦ ଜୈବ ବିବିଧତା ବଜାୟ ରଖିବାରେ ଭାରତର ପ୍ରଥମ ଆର୍ଦ୍ରଭୂମି ବା ସନ୍ତସନ୍ତିଆ ଅଞ୍ଚଳ ଭାବେ ୧୯୮୧ରେ ରାମ୍‌ସର କନ୍‌ଭେନ୍‌ଶନରେ ମାନ୍ୟତା ପାଇଥିଲା। ଉଲ୍ଲେଖଯୋଗ୍ୟ, ୧୯୭୧ ମସିହାରେ ଇରାନ୍‌ର ରାମ୍‌ସର ନଗରରେ ଅନ୍ତର୍ଜାତୀୟ ସମ୍ମିଳନୀ ଜରିଆରେ ଆର୍ଦ୍ରଭୂମି ସଂରକ୍ଷଣ ଲାଗି ପଦକ୍ଷେପ ଆରମ୍ଭ ହୋଇଥିଲା। ଚିଲିକା ୨୦୦୨ରେ ରାମ୍‌ସର କଞ୍ଜରଭେଶନ୍‌ ପୁରସ୍କାର ପାଇ ପୃଥିବୀର ପ୍ରକୃତିପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଚିଲିକାକୁ ଦେଖିଥିବା ପର୍ଯ୍ୟଟକ ଜାଣନ୍ତି ଯେ କେବଳ ଭାରତ ନୁହେଁ, ଦୂରଦୂରାନ୍ତରୁ ମଧ୍ୟ ବିଭିନ୍ନ ପ୍ରକାରର ଚଢ଼େଇ ଏଠାକୁ ଅସ୍ଥାୟୀ ବାସ ଭାବେ ବାଛିଥାନ୍ତି। ଫ୍ଲାମିଙ୍ଗୋ, ନର୍ଦନ ପିନ୍‌ଟେଲସ୍‌ ଭଳି ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ପ୍ରକାରର ବିଦେଶୀ ପକ୍ଷୀ ପ୍ରତ୍ୟେକ ବର୍ଷ ଚିଲିକାକୁ ଆସିଥାନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଶୀତଋତୁରେ ଚିଲିକାକୁ ଭାରତୀୟ ଉପମହାଦେଶର ସର୍ବବୃହତ୍‌ ଭ୍ରମଣକାରୀ ପକ୍ଷୀଙ୍କୁ ଆକୃଷ୍ଟ କରୁଥିବା ସ୍ଥଳୀ ଭାବେ ଦିଆଯାଇଥିବା ମାନ୍ୟତାକୁ କୌଣସି ଅମଲାତାନ୍ତ୍ରିକ କିମ୍ବା ରାଜନୈତିକ ପେଞ୍ଚରେ ମିଳିପାରିବ ନାହିଁ। ଅ...

ଜିଡିପି ବଢୁଛି, ଗରିବି କମୁନାହିଁ

ଜିଡିପି ବଢୁଛି, ଗରିବି କମୁନାହିଁ

ସହଦେବ ସାହୁ

ଆଗକାଳରେ ଯେମିତି ବ୍ୟବସାୟ ବାଣିଜ୍ୟ ସମ୍ପଦ ତିଆରି କରୁଥିଲା ଏବେ କରୁଛି କି? ବିଶ୍ୱର ଶ୍ରେଷ୍ଠ ଧନୀ ଦେଶ ଆମେରିକା କଥା ଦେଖନ୍ତୁ। ଗତ କେତେକ ଦଶନ୍ଧିରେ ମାର୍କିନ୍‌ କମ୍ପାନୀମାନେ ଯେଉଁ ହାରରେ ସମ୍ପଦ ତିଆରି କରୁଥିଲେ ତହିଁରେ ଏବେ ଭଟ୍ଟା ପଡିଛି। ମାର୍କ ବୁଚାନାନ୍‌ ଜଣେ ପଦାର୍ଥବିଜ୍ଞାନୀ ଓ ବିଜ୍ଞାନ ଲେଖକ- ସେ ଅର୍ଥନୀତି ଉପରେ ବିଜ୍ଞାନ କ’ଣ କହୁଛି ସେ ବିଷୟରେ ଖଣ୍ଡିଏ ବହି ଲେଖିଛନ୍ତି- ବହିର ନାଁ ‘ଫୋର୍‌କାଷ୍ଟ୍‌: ହ୍ବାଟ୍‌ ଫିଜିକ୍ସ, ମିଟରୋଲଜି ଆଣ୍ଡ୍‌ ଦ ନ୍ୟାଚୁରାଲ୍‌ ସାଇନ୍ସେସ୍‌ କ୍ୟାନ୍‌ ଟିଚ୍‌ ଅସ୍‌ ଏବାଉଟ୍‌ ଇକୋନମିକ୍ସ’, ଭବିଷ୍ୟବାଣୀ- ପଦାର୍ଥବିଦ୍ୟା, ପାଣିପାଗବିଦ୍ୟା ଓ ପ୍ରାକୃତିକ ବିଜ୍ଞାନମାନ ଅର୍ଥନୀତି ବିଦ୍ୟା ଉପରେ ଆମକୁ...
ଇମେଲ୍‌: sahadevas@yahoo.com

ଖାଉଟି ସୁରକ୍ଷା ଏକ ବିଡ଼ମ୍ବନା

ଖାଉଟି ସୁରକ୍ଷା ଏକ ବିଡ଼ମ୍ବନା

ଜ୍ଞାନାଞ୍ଜଳି ପରିଡ଼ା

ଆଧୁନିକ ଯୁଗରେ ଖାଉଟି ବା ଗ୍ରାହକର ସ୍ଥାନ ଅତି ଶୀର୍ଷରେ। ପ୍ରତ୍ୟେକ ବ୍ୟବସାୟିକ ସଂସ୍ଥା ତିଷ୍ଠି ରହିବା ଏବଂ ତାଙ୍କର ଅଭିବୃଦ୍ଧି ମୁଖ୍ୟତଃ ଗ୍ରାହକର ଚାହିଦା ଉପରେ ନିର୍ଭର କରେ। ସେଥିପାଇଁ ବ୍ୟବସାୟୀମାନଙ୍କ ଦୃଷ୍ଟିରେ ଜଣେ ଗ୍ରାହକ ହେଉଛି ଭଗବାନଙ୍କ ସଦୃଶ (ଗରାଖ-ଈଶ୍ୱର)। କିନ୍ତୁ ବାସ୍ତବରେ ଆମ ଦେଶରେ ଖାଉଟି ସବୁବେଳେ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଠକାମିର ଶିକାର ହୋଇ ଆସୁଛି। ଠକ ବ୍ୟବସାୟୀମାନେ ଦ୍ରବ୍ୟ ଓ ସେବା ବାବଦରେ ସାଧାରଣ ଲୋକଙ୍କଠାରୁ ଅନେକ ତଥ୍ୟ ଗୋପନୀୟ ରଖିଥାନ୍ତି। ଯୋଜନାବଦ୍ଧ ଭାବରେ ଏମାନେ ଖାଉଟିକୁ ଲୁଟିଥାନ୍ତି। ଏହି ସମସ୍ୟାର ନିରାକରଣ ପାଇଁ ୧୯୮୬ ମସିହାରେ ସମଗ୍ର ଦେଶ ପାଇଁ ଖାଉଟି ସୁରକ୍ଷା ଆଇନ ...

ଅସୁରକ୍ଷିତ ନାରୀ ଓ ଶିଶୁ

ଅସୁରକ୍ଷିତ ନାରୀ ଓ ଶିଶୁ

ଝରଣା ପଣ୍ଡା

ସମଗ୍ର ବିଶ୍ୱରେ ଭାରତ ଦ୍ରୁତ ଅଭିବୃଦ୍ଧି ଓ ପ୍ରଗତିର ଦୌଡ଼ରେ ସାମିଲ ହୋଇଛି। ସୂଚନା ପ୍ରଯୁକ୍ତି ଓ ନାରୀ ସଶକ୍ତୀକରଣର ଜୋରଦାର ପ୍ରଚାର ପ୍ରସାର ହେଉଛି। ସରକାରୀ ଓ ବେସରକାରୀ ଭାବରେ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ଗଣମାଧ୍ୟମର ବିଜ୍ଞାପନରେ ନାରୀ ସଶକ୍ତୀକରଣର ଢୋଲ ପିଟା ଯାଉଥିବା ବେଳେ ସମଗ୍ର ଭାରତୀୟଙ୍କ ସାମଗ୍ରିକ ବିବେକ ଚେତନାକୁ ଦୋହଲାଇ ଦେଇଛି ବିହାର ...