ସମ୍ପାଦକୀୟ |

ନିଆରା ମଣିଷପଣ

ନିଆରା ମଣିଷପଣ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ
ମଣିଷ ଜୀବନ ସୁଖଦୁଃଖ, ଭଲମନ୍ଦ, ହସକାନ୍ଦର ଅସରନ୍ତି କଥାଟିଏ। ସେମିତି ପୁଣି ଆମ ସମାଜ ସତ୍ୟ ଅସତ୍ୟ, ନୀତି ଅନୀତି ଓ ଆଚାର ଅନାଚାରର ଦ୍ୱନ୍ଦ୍ୱ ମଧ୍ୟରେ ପରିପୁଷ୍ଟ। ଜୀବନ ହେଉ କି ସମାଜ, ଏ ଦୁହିଁଙ୍କର କଥା ଯେତେ କୁହାଗଲେ ବି ତଥାପି କିଛି କହିବାକୁ ବାକି ରହିଥାଏ। କଥାଟି ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହୋଇପାରେ। ଏହା ସହ ଅନ୍ୟ କାହାର କିଛି ସମ୍ପର୍କ ନ ଥାଇପାରେ। ତଥାପି ଏହାକୁ ଅଲୋଡା କହି ଦୂରକୁ ଫିଙ୍ଗିଦେଇ ହୁଏନା। ଯେତେ ଅବହେଳା କଲେ ବି ଛାଇ ପରି ଏହା ପିଛା ଅନୁଧାବନ କରୁଥାଏ ପ୍ରତି ମୁହୂର୍ତ୍ତରେ। ନିଜ ପାଇଁ ସକଳ ସୁଖସମ୍ପଦ ସାଉଁଟୁଥିବା ସାଧାରଣମାନେ ସବୁରି ଅଲକ୍ଷ୍ୟରେ ବିସ୍ମୃତିରେ ହଜିଯାଉଥିବା ବେଳେ ଚିରକାଳ ଜନଶ୍ରୁତିରେ ବଞ୍ଚି ରହିଥାନ୍ତି ଅନ୍ୟର ଦୁଃଖମୋଚନ ପାଇଁ ନିଜ ଜୀବନକୁ ସମର୍ପିତ କରିଥିବା ଅନନ୍ୟ, ଅସାଧାରଣମାନେ। ଏହି ଅନନ୍ୟ, ଅସାଧାରଣମାନଙ୍କର ନିର୍ଦ୍ଦିଷ୍ଟ ଶ୍ରେଣୀ ନ ଥାଏ। ଏମାନେ ହୋଇପାରନ୍ତି ଧନୀ ଅବା ଗରିବ, ଶିକ୍ଷିତ ବା ଅଶିକ୍ଷିତ, ପୋଲିସ, ଡାକ୍ତର କିମ୍ବା ମାମୁଲି ମାଳୀର ଦରିଦ୍ର ସନ୍ତାନ। ଏମାନେ ଏକ ନିଆରା ଜୀବନ ବଞ୍ଚିବାରେ ରୁଚି ରଖନ୍ତି। ଦୁଃଖୀର ଦୁଃଖ ଲାଘବ କରି ନ ପାରିଲେ ବା ଅସହାୟକୁ ସହାୟତା ଦେଇ ନ ପାରିଲେ ଏମାନେ ନିଜକୁ ପରିପୂର୍ଣ୍ଣ ମନେ କରିପାରନ୍ତି ନାହିଁ। ଅନ୍ୟ କାହାର ସ୍ବୀକୃତି ବା ପ୍ରଶସ୍ତିକୁ ଅପେକ୍ଷା ନ କରି ଏମାନେ ନୀରବରେ ଆଗେଇ ଚାଲନ୍ତି ନିଜ ନିଜର ସାଧନା ପଥରେ। ଜୀବନର ଯାବତୀୟ ଜଟିଳତା ଓ ଅବକ୍ଷୟମାଣ ମଣିଷ ସମାଜର ସକଳ କାଳିମା ସତ୍ତ୍ୱେ ବି ଏ ସଂସାର ତଥାପି ଅପରିବର୍ଜନୀୟ ବୋଲି ମନରେ ବିଶ୍ୱାସ ଜନ୍ମେ। ମଦୁରାଇର ମନ୍ଦିର ବେଢାରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଫୁଲମାଳ ବିକିବାରେ ନିୟୋଜିତ ଥାଏ ପନ୍ଦରବର୍ଷ ବୟସର ତରୁଣଟିଏ। ବିଦ୍ୟାଳୟରେ ପାଠପଢା ମଧ୍ୟରେ ବାପାଙ୍କ ବେଉସା ସମ୍ଭାଳିବାର ଦାୟିତ୍ୱ ମୁଣ୍ଡାଇବାକୁ ପଡୁଥାଏ ପିଲାଟିକୁ ବାପାଙ୍କ ଅବର୍ତ୍ତମାନରେ। ଦିନେ ଫୁଲ ବିକୁ ବିକୁ ତା’ ନଜରରେ ପଡିଲା ମୁଣିଟିଏ। ବୋଧହୁଏ କେହି ଦର୍ଶନାର୍ଥୀ ଅସାବଧାନତାବଶତଃ ମୁଣିଟିକୁ ହଜାଇ ଥାଇପାରନ୍ତି ଭାବି ମୁଣିଟିକୁ ଆଣି ଯାହା ଦେଖିଲା, ସେଥିରେ ତା’ ଆଖି ଖୋସିହୋଇଗଲା। କିଛି କାଗଜପତ୍ର ସାଙ୍ଗକୁ ବିଡାଏ ଟଙ୍କା, ଯାହାର ପରିମାଣ ଥିଲା ତିନି ଲକ୍ଷରୁ ଅଧିକ। ବର୍ଷକ ପରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ପିଲାଟି ତା’ ବାପାର ଦାରିଦ୍ର୍ୟକୁ ଭଲ ଭାବେ ବୁଝିସାରିଥିଲା। ଏ କଥା ବି ବୁଝିଥିଲା ଯେ ପଇସା ଅଭାବରୁ ତା’ର ଅନ୍ୟ ସହପାଠୀମାନଙ୍କ ପରି ଟ୍ୟୁଶନ ପାଇପାରୁ ନ ଥିବା ବା ତାକୁ ତା’ ବାପା ମା’ ଓ ଦୁଇଟି ସାନଭଉଣୀଙ୍କୁ ଢୋକେ ପିଇ ଦଣ୍ଡେ ଜିଇବା ପର୍ଯ୍ୟାୟରୁ ଏକ ଉନ୍ନତ ଜୀବନର ସମ୍ବଳ ଯୋଗାଇବା ପାଇଁ ସେହି ମୁଣିଟିର ସାମର୍ଥ୍ୟ ଥିଲା ଯଥେଷ୍ଟରୁ ଅଧିକ। ତଥାପି ପରିବାରର ଦାରିଦ୍ର୍ୟ ବା ତାରୁଣ୍ୟର ଚପଳତା ତାକୁ ଦୁର୍ବଳ କରିପାରି ନ ଥିଲା। ସେ ମୁଣିଟିକୁ ନେଇ ମନ୍ଦିର ଅଫିସରେ ଜମା ଦେଇଥିଲା। କେବଳ ସେତିକି ନୁହେଁ, ତା’ ପରଦିନ ମୁଣିର ମାଲିକ ମନ୍ଦିର ଅଫିସରୁ ତାଙ୍କ ହୃତ ସମ୍ପଦ ଫେରାଇନେଲାବେଳେ ପିଲାଟିର ପିଠି ଥାପୁଡାଇ ତା’ ହାତରେ ହଜାରେ ଟଙ୍କା ଗୁଞ୍ଜି ଦେଲାବେଳେ ସେ ପ୍ରତିବାଦ କରିଥିଲା। କହିଥିଲା, ‘ଯାହା ମୋର ନୁହେଁ, ତାହା ମୁଁ ଗ୍ରହଣ କରିପାରିବି ନାହିଁ।’ ନାହିଁ ନାହିଁର ଜୀବନ ବଞ୍ଚୁଥିବା ଗୋଟିଏ ଗରିବ ବାଳକ ଯେମିତି ଜୀବନକୁ ଚିହ୍ନିଛି, ସେମିତି ଚିହ୍ନିଛନ୍ତି କି ଆମ ଭଳି ବିଜ୍ଞ ବୟସ୍କମାନେ ? ଏ ପ୍ରଶ୍ନର ଉତ୍ତରରେ ଆଉ ଏକ ଉଜ୍ଜ୍ୱଳ ଉଦାହରଣ। ମାଟ୍ରିକ୍‌ ପରୀକ୍ଷାରେ କ୍ରମାଗତ ଦୁଇଥର ଅସଫଳ ହେଲା ପରେ ହତାଶାରେ ହନ୍ତସନ୍ତ ହୋଇ ଦୁଇଟି ଗ୍ରାମ୍ୟ ବାଳକ ନିଜ ନିଜ ଘରୁ ପୁଳାଏ ସୁନାଗହଣା ଚୋରାଇ ଏକ ଅଜଣା ଲକ୍ଷ୍ୟରେ ପାଦ ବଢାଇଲେ। ଏକ ଦୂର ସହରରେ ପହଞ୍ଚି ଗହଣାତକ ବିକିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଜଣେ ଦଲାଲ ହାବୁଡରେ ପଡିଗଲେ। ସେମାନଙ୍କ ପାଇଁ ସେ ଏକ ସହଜ ଜୀବନର ବ୍ୟବସ୍ଥା କରିଦେବ ବୋଲି ଲୋଭ ଦେଖାଇ ମୂଲ୍ୟବାନ ଗହଣାତକ ହାତେଇବାକୁ ଉଦ୍ୟମ କରୁଥିଲାବେଳେ ଅଚାନକ ଦୃଶ୍ୟପଟରେ ଆବିର୍ଭୂତ ହେଲେ ସ୍ଥାନୀୟ ଥାନାର ଜଣେ ପୋଲିସ। ଦଲାଲ ଜଣକୁ ନିଜର ଶୁଭାକାଂକ୍ଷୀ ଭାବୁଥିବା ପିଲା ଦୁହେଁ ପୋଲିସବାବୁଙ୍କ ଅଯଥା ହସ୍ତକ୍ଷେପରେ ଖୁସି ନ ହେଲେ ବି ସେମାନଙ୍କର କିଛି କରିବାର ନ ଥିଲା। ପୋଲିସବାବୁ ଚାହିଁଥିଲେ ପଳାତକ ପିଲାଦୁହିଁଙ୍କୁ ନେଇ ଆଇନର ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇପାରିଥାନ୍ତେ ବା ନିଜର ଅନ୍ୟ କିଛି ସହକର୍ମୀଙ୍କ ପରି ସୁରକ୍ଷାର କବଚ ପିନ୍ଧାଇବା ନାଁରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ହାତେଇ ନେଇ ଅସହାୟ ପିଲାଯୋଡ଼ିଙ୍କୁ ଅଜଣା ସହରର ଗଳି ରାସ୍ତାରେ ଫିଙ୍ଗିଦେଇପାରିଥାନ୍ତେ। ମାତ୍ର ସେ ଏମିତି କିଛି କଲେନାହିଁ। ପୋଲିସ ପୋଷାକ ତଳେ ଥିବା ତାଙ୍କ ଛାତି ଭିତରର ହୃଦୟରେ ଯେଉଁ ମେଞ୍ଚାଏ ମାନବିକତା ଖୁନ୍ଦିଖାନ୍ଦି ହୋଇ ଭରି ରହିଥିଲା, ସେଇ ମାନବିକତାର ଆହ୍ବାନରେ ସେ ପଥହୁଡା ପିଲାଦୁହିଁଙ୍କୁ ନିଜ ଘରକୁ ନେଇଗଲେ ଓ ତାଙ୍କ ପରିବାରକୁ ଫେରିଯିବା ପାଇଁ ବହୁ ଭାବେ ପ୍ରବର୍ତ୍ତାଇଲେ। କିନ୍ତୁ ଘରକୁ ନ ଫେରିବା ପାଇଁ ଦୃଢ ପ୍ରତିଜ୍ଞ ଥିବା ପିଲା ଦୁହେଁ ସେମାନଙ୍କ ଠିକଣା ବତାଇଲେ ନାହିଁ। ଖାକି ପୋଷାକ ସହ ସର୍ବଦା ଔଦ୍ଧତ୍ୟର ଅପନିନ୍ଦା ବହନ କରୁଥିବା ସେଇ ହୃଦୟବାନ ପୋଲିସ କର୍ମଚାରୀ ଧୈର୍ଯ୍ୟ ହରାଇଲେ ନାହିଁ କି ପୋଲିସ କାଇଦା ପ୍ରୟୋଗ କଲେନାହିଁ। ଦୀର୍ଘ ସାତଦିନ କାଳ ସେମାନଙ୍କୁ ନିଜ ସହିତ ରଖି ସେ ଓ ତାଙ୍କ ପତ୍ନୀ ଶେଷରେ ତାଙ୍କ ନିଷ୍ପତ୍ତି ବଦଳାଇବାରେ ସଫଳ ହେଲେ ଓ ସେମାନଙ୍କୁ ସେଠାରୁ ଚାରିଶହ କି.ମି. ଦୂର ତାଙ୍କ ଗାଁରେ ନେଇ ଛାଡିଦେଇ ଆସିଲେ। ପିଲାଦୁହିଁଙ୍କ ବିଚ୍ଛେଦରେ ସେ ଯାଏ ଦାରୁଣ ଦୁଃଖ ଭୋଗୁଥିବା ସେମାନଙ୍କ ବାପା ମା’ଙ୍କ କୃତଜ୍ଞ ଆଖିର ଭାଷା ଥିଲା ସେଇ ପୋଲିସବାବୁଙ୍କ ମହାର୍ଘ ମଣିଷପଣିଆ ନିକଟରେ ଏକ ନୀରବ ସମର୍ପଣ। ନିଜର ନିଆରା ମଣିଷପଣିଆ ମାଧ୍ୟମରେ ଶୁଦ୍ଧ ଜୀବନବୋଧର ଜୟଗାନ କରୁଥିବା ଆଉ ଜଣେ ଡାକ୍ତରଙ୍କ କଥା। ଆମ ରାଜ୍ୟର ଓଲଟପୁରଠାରେ ପ୍ରତିଷ୍ଠିତ ସ୍ବାମୀ ବିବେକାନନ୍ଦ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ଜାତୀୟ ପ୍ରତିଷ୍ଠାନ (ଏସ୍‌.ଭି.ନିରତାର)ରେ ଭୌତିକ ଚିକିତ୍ସା (ଫିଜିଓଥେରାପି) ବିଭାଗରେ କାର୍ଯ୍ୟରତ ଏହି ଡାକ୍ତରଙ୍କ କର୍ତ୍ତବ୍ୟନିଷ୍ଠା ଓ ଉଚ୍ଚ ବିଚାରବୋଧ ସଂସ୍ପର୍ଶରେ ଆସିଲେ ଜାଣିହୁଏ ଏକ ସଫଳ ଜୀବନ ଜିଇବାର ସାର୍ଥକତା। ପ୍ରତିଦିନ ସକାଳ ଆଠରୁ ଆରମ୍ଭ ହେଉଥିବା ବୃତ୍ତିଗତ ଦିନଚର୍ଯ୍ୟା ଶେଷହୁଏ ସାର ଢେର୍‌ ପରେ। ତାଙ୍କୁ ଅପେକ୍ଷା କରିଥିବା ଚାଳିଶରୁ ଅଧିକ ରୋଗୀଙ୍କ ଯନ୍ତ୍ରଣା ଜର୍ଜରିତ ଶରୀରରେ ଭୌତିକ ଚିକିତ୍ସାର ପ୍ରୟୋଗ କରିବା ମଧ୍ୟରେ ତିନିଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ସେ ନିରଳସ ଅକ୍ଳାନ୍ତ ଭାବରେ ରୋଗୀସେବା କରିଚାଲିଥାନ୍ତି। ମୁହଁରୁ ଝରିପଡୁଥାଏ ହସ ଓ ରୋଗୀମାନଙ୍କ ଉଦ୍ଦେଶ୍ୟରେ ମଜାଳିଆ ମନ୍ତବ୍ୟ। କେଉଁଠୁ ତାଙ୍କୁ ମିଳୁଥାଏ କେଜାଣି ଏମିତି ଅଫୁରନ୍ତ ଶକ୍ତି ଓ ଉତ୍ସାହ ? ତାଙ୍କ ଚିକିତ୍ସାର ଶୀତଳ ଚନ୍ଦନ ସ୍ପର୍ଶରେ ରୋଗୀମାନଙ୍କ ମୁହଁରେ ଯେଉଁ ମୁଗ୍ଧ ଅନୁଭବ ଫୁଟିଉଠୁଥାଏ, ତାହା ବୋଧହୁଏ ତାଙ୍କୁ ଦେଉଥାଏ ସଞ୍ଜୀବନୀ ଶକ୍ତିର ଅମୃତ ଆଘ୍ରାଣ। ମଦୁରାଇର ସେଇ ମାଳୀ ପିଲା, ରାଜଧାନୀର ପୋଲିସବାବୁ ଅବା ଓଲଟପୁର ନିର୍‌ତାରର ଏହି ଡାକ୍ତର ବାବୁ- ଏମାନେ ଅଛନ୍ତି ବୋଲି ସଂସାରଟା ବୋଧହୁଏ ଏତେ ସୁନ୍ଦର ଲାଗୁଛି। ଜୀବନ ମନେହେଉଛି ଅଧିକ ହୃଦ୍ୟ, ଅଧିକ ରମଣୀୟ।
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫

All Right Reserved By

ସମ୍ପାଦକୀୟ |

ପାକିସ୍ତାନର ପରବର୍ତ୍ତୀ ତ୍ରାଣକର୍ତ୍ତା

ପାକିସ୍ତାନର ପରବର୍ତ୍ତୀ ତ୍ରାଣକର୍ତ୍ତା

ଆକାର ପଟେଲ ପାକିସ୍ତାନ ଅପେକ୍ଷା କରିଛି ତା’ର ପରବର୍ତ୍ତୀ ତ୍ରାଣକର୍ତ୍ତା ଦ୍ରୁତ ବୋଲର ଇମ୍ରାନ୍‌ ଖାନ୍‌ଙ୍କୁ, ଯିଏ କି ଚଳିତ ମାସରେ ହେବାକୁ ଯାଉଥିବା ନିର୍ବାଚନରେ ଜିତି ପ୍ରଧାନମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଦେଶର ସେନା ତଥା ପ୍ରଭାବଶାଳୀ ଅମଲାତନ୍ତ୍ରୀମାନେ ତାଙ୍କୁ ସମର୍ଥନ କରୁଥିବା ବେଳେ ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଉଛି। କଶ୍ମୀରୀ ମୂଳ ପଞ୍ଜାବୀ ନେତା ନଓ୍ବାଜ ଶରିଫ ଗିରଫ ହୋଇ ଜେଲ ଯିବା ଏ ଦିଗରେ ଅନ୍ତିମ ପଦକ୍ଷେପ। ଖାନ୍‌ଙ୍କ ଦଳ ତେହରିକ୍‌ ଇ ଇନ୍‌ସାଫ ଖାଇବର ପାଖତୁନ୍‌ଖ୍ବା ଅଞ୍ଚଳରେ ମଜଭୁତ ଥିବା ବେଳେ ଶରିଫଙ୍କ ଦଳ ମଧ୍ୟ ଏ ଅଞ୍ଚଳରେ ବେଶ୍‌ ଶକ୍ତିଶାଳୀ ରହିଛି। ଦୁର୍ନୀତି ଓ ବିପୁଳ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଶରିଫ ଯଦି ଜେଲ ଯାଇ ନ ଥାନ୍ତେ ତେବେ ଗଣତାନ୍ତ୍ରିକ ଭାବେ ସଫଳତା ପାଇବା ଖାନ୍‌ଙ୍କ ...

ସେଇ ଆଖି ଦିଓଟି

ସେଇ ଆଖି ଦିଓଟି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ବଡ ରହସ୍ୟମୟ ସେଇ ଆଖି ଦିଓଟି। ବିଶ୍ୱାସ ଓ ବିଜ୍ଞାନର ଦ୍ୱନ୍ଦ୍ୱ ମଧ୍ୟରେ ସେଇ ଆଖି ଦିଓଟିର ଆକର୍ଷଣ ଯେମିତି ଅଭିନବ, ସେମିତି ଅବୋଧ୍ୟ। କାଳ କାଳ ଧରି ଏହା ଆକର୍ଷିତ କରିଆସିଛି ବିଶ୍ୱର ଅଗଣିତ ମଣିଷଙ୍କୁ। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ବା ବୟସ ନିର୍ବିଶେଷରେ ବିମୋହିତ କରିଛି ମୂର୍ଖଙ୍କଠାରୁ ପଣ୍ଡିତଙ୍କ ଯାଏଁ, ଧନୀଙ୍କଠୁ ନିର୍ଦ୍ଧନଙ୍କ ପର୍ଯ୍ୟନ୍ତ। ସେଇ ଆଖି ଦିଓଟି ସହ ନିଜ ନିଜର ଆଖି ମିଶାଇବା ପୂର୍ବରୁ ଅବଶ୍ୟ ଅଭିଳାଷରେ ଅତିଷ୍ଠ ହୋଇଛନ୍ତି ସଭିଏଁ ଓ ଚାରିଚକ୍ଷୁର ମିଳନ ପରେ ଅମୃତମୟ ଅନୁଭବରେ ବିଭୋର ହୋଇଛନ୍ତି ସମସ୍ତେ।...

ଅନନ୍ୟ ବିଚାରକ

ଅନନ୍ୟ ବିଚାରକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର, ଶାସ୍ତ୍ରୀୟ ଶିଳ୍ପୀ ସୋନାଲ ମାନ୍‌ସିଂ, ପୂର୍ବତନ ଏମ୍‌ପି ରାମ ଶକଲ ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିଚାରକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର ରାକେଶ ସିହ୍ନାଙ୍କୁ ୨୦୧୮ ଜୁଲାଇ ୧୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ପ୍ରତ୍ୟେକ ନିଜ କ୍ଷେତ୍ରରେ ଉତ୍ତମ ପାରଦର୍ଶିତା ଦେଖାଇ ସାରିଛନ୍ତି। ତେବେ ବିଚାରଗତ ଆଦର୍ଶ ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଲାଭ କରି ଚର୍ଚ୍ଚିତ ...

ଏଇ ଭାରତରେ

ଏଇ ଭାରତରେ

ସରକାରୀ ସ୍କୁଲର କେତେକ ଛାତ୍ର ଘରୋଇ ସ୍କୁଲ୍‌ମୁହଁା ହେଉଥିବା ବେଳେ ସେମାନଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଏକ ଅଭିନବ ଉପାୟ ଆପଣାଇଛନ୍ତି। କର୍ନାଟକସ୍ଥିତ ମହୀଶୂର ଜିଲାର ନାଞ୍ଜାନଗୁଡ ତାଲୁକ ଅଧୀନ ଏକ ସରକାରୀ ସ୍କୁଲ କାନ୍ଥକୁ ଟ୍ରେନ୍‌ ଭଳି ଚିତ୍ରିତ କରାଯାଇଛି। ଏହାକୁ ଏକ ନୂଆ ରୂପ ଦେବାଦ୍ୱାରା ପିଲା ଓ ଅଭିଭାବକଙ୍କ ଦୃଷ୍ଟିଭଙ୍ଗୀ ବଦଳିଯିବ ବୋଲି ବ୍ଲକ୍‌ ଶିକ୍ଷା ଅଧିକାରୀ ଏମ୍‌. ନାରାୟଣ ପ୍ରକାଶ କରିଛନ୍ତି। ପ୍ରଥମରୁ ...

ବିହାରକୁ ରାସ୍ତା

ବିହାରକୁ ରାସ୍ତା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ଅଧ୍ୟକ୍ଷ ଥିବା ବିହାର କ୍ୟାଡର ଆଇଏଏସ୍‌ ଅଫିସର ଦୀପକ କୁମାରଙ୍କ ଡେପୁଟେଶନ ଅବଧି ପୂରା ହୋଇ ନ ଥିବାବେଳେ ତାଙ୍କୁ ନିଜ ରାଜ୍ୟ ବିହାରର ରାସ୍ତା ଦେଖାଇ ଦିଆଯିବା ଘଟଣାକୁ ନେଇ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ଯେ, ତାଙ୍କୁ ହୁଏତ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କରାଯାଇପାରେ। ରାଜପଥଗୁଡ଼ିକୁ ନିଲାମ କରି ସେଥିରୁ ଟଙ୍କା ଛାଣିବାରେ ଏନ୍‌ଏଚ୍‌ଏଆଇ ବ୍ୟସ୍ତ ଥିବାବେଳେ ଦୀପକ କୁମାରଙ୍କ ବିଦାୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍‌ ଗଡ଼କରୀ ପୂର୍ବରୁ କହିଥିଲେ ଯେ, ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ୧୦୫ଟି ରାଜପଥକୁ ଟୋଲ ଫି ପାଇଁ ନିଲାମ କରିବା ମାଧ୍ୟମରେ ଟଙ୍କା ଆଦାୟ କରିବେ, ଯେଉଁଥିରୁ ଦେଢ଼ଲକ୍ଷ କୋଟି ଟଙ୍କା ଆଦାୟ ...

ଘୋଷଯାତ୍ରାର ଉଦ୍‌ଘୋଷଣ

ଘୋଷଯାତ୍ରାର ଉଦ୍‌ଘୋଷଣ

ଡ. ପ୍ରଫୁଲ୍ଲ କୁମାର ସାହୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଆରାଧ୍ୟ ଦେବତା। ସେ ଏ ଜାତିର ସାଂସ୍କୃତିକ ଓ ରାଜନୈତିକ ଚିନ୍ତନର ସର୍ବମୟ କର୍ତ୍ତା। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି ସ୍ତରରେ, ପ୍ରତିଟି କାର୍ଯ୍ୟରେ ଓଡ଼ିଆ ଜାତି ଶ୍ରୀଜଗନ୍ନାଥଙ୍କୁ ଆଶ୍ରା କରିଛି ଏବଂ ତାଙ୍କରି ନାମରେ ନିଜକୁ ପରିଚିତ କରେଇଛି ବିଶ୍ୱ ଦରବାରରେ। ସେଥିପାଇଁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି କେଉଁ ସ୍ମରଣାତୀତ କାଳରୁ ଓଡ଼ିଶାର ଜନଜୀବନରେ ପ୍ରବାହିତ ହୋଇଛି ଏକ ସମନ୍ବୟାତ୍ମକ ସାଂସ୍କୃତିକ ସ୍ରୋତ। ଏ ସ୍ରୋତରେ ସମ୍ମିଳିତ ହୋଇଛି ମାନବ ସମାଜର ସଞ୍ଚତ୍ତ ଓ ପରୀକ୍ଷିତ ସକଳ ଦର୍ଶନତତ୍ତ୍ୱ। ସେ ତତ୍ତ୍ୱ କିନ୍ତୁ କୌଣସି ଦାର୍ଶନିକ ପ୍ରଜ୍ଞା ନୁହେଁ, ବରଂ ବ୍ୟକ୍ତି ତଥା ସମାଜ ଜୀବନର ଏକ ଦୃଷ୍ଟିକୋଣ; ଏକ ସାଂସ୍କୃତିକ ଅକଲବନ୍ଦୀ। ତା’ର ଉଦାର ଓ ମହାନ ଅନ୍ତଃପ୍ରେରଣାରେ ରହିଛି ମାନବଜାତିର ଜୀବନଚର୍ଯ୍ୟାକୁ ସରସ, ସୁନ୍ଦର ଓ ସୃଜନଶୀଳ କରି ଗଢିତୋଳିବା ନିମନ୍ତେ ଲୋକଶିକ୍ଷାର ବିସ୍ତୃତ ଅବତାରଣା।...

ଉତ୍କଳଘଣ୍ଟ କବି ଯଦୁମଣି

ଉତ୍କଳଘଣ୍ଟ କବି ଯଦୁମଣି

ଡ. ଉଦ୍ଧବ ଚରଣ ନାୟକ ଓଡିଶାରେ ଯଦୁମଣିଙ୍କୁ କିଏ ନ ଜାଣେ? ତାଙ୍କର ପୂରା ନାମ ଯଦୁମଣି ମହାପାତ୍ର। ସେ ଯେପରି ହାସ୍ୟରସିକ ଥିଲେ ସେହିପରି ଥିଲେ ଜଣେ ମହାନ୍‌ ଭକ୍ତକବି। ତାଙ୍କ ହାସ୍ୟରସିକତା ଥିଲା ବିଭୁଦତ୍ତ। ଷୋଳବର୍ଷ ବୟସରେ କବି ହେବାର ବାସନା ଜାଗ୍ରତ ହେଲା। ଗୁରୁଙ୍କ ଆଦେଶରେ ସେ କବିତ୍ୱ ଲାଭ କରିବା ପାଇଁ ଘୁମୁସର ରାଜ୍ୟ ବିଷ୍ଣୁଚକ୍ର ଗ୍ରାମର ପଞ୍ଚମୁଖ ଭଗବାନ କବିରାଜ ବାହିନୀପତିଙ୍କ ପାଖରେ ପହଞ୍ଚିଲେ। କବିରାଜେ ଦେଖିଲେ ପିଲାଟା ବ୍ରାହ୍ମଣ କୁଳରେ ଜନ୍ମ ନ ହେଲେ ମଧ୍ୟ ସଂସ୍କୃତ ଭାଷାରେ ଗଭୀର ଜ୍ଞାନ ଅର୍ଜନ କରିଛି। ଏଣୁ ସେ ଯଦୁମଣିଙ୍କ ମନସ୍କାମନା ପୂରଣ ନିମନ୍ତେ ଭଗବାନ ହୟଗ୍ରୀବଙ୍କ ପୂଜାକରି ହୟଗ୍ରୀବ ମନ୍ତ୍ରସାଧନା ନିମନ୍ତେ ଆଦେଶ ଦେଲେ। ...

ଏଇ ଭାରତରେ

ଏଇ ଭାରତରେ

ଗାଈ ଓ ବାଘ ମଧ୍ୟରେ ଖାଦ୍ୟ-ଖାଦକ ସମ୍ପର୍କ। ଗାଈ ତୃଣଭୋଜୀ ପ୍ରାଣୀ। ବାଘ ମାଂସାଶୀ। ବାଘ ଜଙ୍ଗଲର ଏକ ହିଂସ୍ର ତଥା ଶିକାରୀ ପ୍ରାଣୀ। ବାଘ ଗାଈକୁ ଆକ୍ରମଣ କରିବା ସ୍ବାଭାବିକ କଥା। କିନ୍ତୁ ଗାଈ ଆକ୍ରମଣରେ ଗୋଟିଏ ଚିତାବାଘ ମୃତ୍ୟୁବରଣ କରିବା ଆଶ୍ଚର୍ଯ୍ୟଜନକ ମନେହେଲେ ମଧ୍ୟ ସତ୍ୟ। ନିକଟରେ ଔରଙ୍ଗାବାଦ୍‌ସ୍ଥିତ ଗୌତଲା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଏପରି ଏକ ବିପରୀତ ଘଟଣା ଘଟିଛି। ସୋମବାର ସକାଳେ ଗୌତଲାର ଭାମ୍ବରଓ୍ବାଡି ଶାଇଭରଠାରେ ଗୋଟିଏ ବାଛୁରୀକୁ ଚିତାବାଘ ଆକ୍ରମଣ କରି ମାରିଦେଇଥିଲା। ଏହା ଦେଖି ପଲେ ଗାଈ ଉକ୍ତ ବାଘକୁ ଘେରିଯାଇ ଏହା ଉପରେ ପାଲଟା ...

ଆଜିର ଅର୍ଥନୀତି/ସଂକଳ୍ପର ସମୟ

ଆଜିର ଅର୍ଥନୀତି/ସଂକଳ୍ପର ସମୟ

କେଉଁ ରାଜ୍ୟରେ କେତେ ସ୍ବଚ୍ଛନ୍ଦରେ ବ୍ୟବସାୟ କରାଯାଇପାରିବ, ସେ ଦୃଷ୍ଟିରୁ ବିଶ୍ୱବ୍ୟାଙ୍କ ତଥା ଶିଳ୍ପନୀତି ଓ ଉନ୍ନୟନ ବିଭାଗ (ଡିଆଇପିପି) ତରଫରୁ ନିକଟରେ ଏକ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ହୋଇଥିବା ଏହି ର଼୍ୟାଙ୍କିଙ୍ଗ୍‌ରେ ଆନ୍ଧ୍ରପ୍ରଦେଶର ସ୍ଥାନ ସବା ଉପରେ ରହିଛି। ଏହାର ପଡ଼ୋଶୀ ତଥା ଦେଶର ନୂତନତମ ରାଜ୍ୟ ତେଲେଙ୍ଗାନା ଦୁଇ ନମ୍ବରରେ ରହିଛି। ହରିୟାଣା ଓ ଝାଡ଼ଖଣ୍ଡ ତିନୋଟି ଲେଖାଏ ପାହାଚ ଉପରକୁ ଉଠି ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଥିବା ବେଳେ ଦେଶର ଅନ୍ୟତମ ଶିଳ୍ପସମୃଦ୍ଧ ରାଜ୍ୟ ଗୁଜରାଟ ଦୁଇଟା ପାହାଚ ତଳକୁ ଖସି ପଞ୍ଚମ ସ୍ଥାନରେ ପହଞ୍ଚିଛି। ଅନ୍ୟ ଯେଉଁ ରାଜ୍ୟଗୁଡ଼ିକ ର଼୍ୟାଙ୍କିଙ୍ଗ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି, ସେମାନେ ହେଉଛନ୍ତି ଛତିଶଗଡ଼, ମଧ୍ୟପ୍ରଦେଶ, କର୍ନାଟକ ଓ ରାଜସ୍ଥାନ। ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ ବା ସ୍ବଚ୍ଛନ୍ଦ ବ୍ୟବସାୟ ସୁଯୋଗ ହେଉଛି ଏକ ସୂଚକାଙ୍କ, ଯାହା ବିଭିନ୍ନ ମାନଦଣ୍ଡକୁ ନେଇ ବିଚାର କରାଯାଏ। ଯେମିତି କେଉଁ ...

ବୈଚିତ୍ର୍ୟମୟ ଦେବତା ଶ୍ରୀଜଗନ୍ନାଥ

ବୈଚିତ୍ର୍ୟମୟ ଦେବତା ଶ୍ରୀଜଗନ୍ନାଥ

ଡ. ପ୍ରଦୀପ କୁମାର ଚୌଧୁରୀ ଶ୍ରୀଜଗନ୍ନାଥ ହେଉଛନ୍ତି ହିନ୍ଦୁଧର୍ମ ତଥା ସବୁଧର୍ମର ସମନ୍ବୟର ପ୍ରତୀକ । କୌଣସି ନିର୍ଦ୍ଦିଷ୍ଟ ଜାତି, ଧର୍ମ, ଗୋଷ୍ଠୀ, ଅଞ୍ଚଳ, ରାଜ୍ୟ କିମ୍ବା ଦେଶର ସେ ପ୍ରତୀକ ନୁହନ୍ତି। ସେ ଜଗତର ପ୍ରତୀକ। ଭାରତର ପୂର୍ବରେ ପୁରୀ, ପଶ୍ଚିମରେ ଦ୍ୱାରକା, ଉତ୍ତରରେ ବଦ୍ରିନାଥ ଏବଂ ଦକ୍ଷିଣରେ ରାମେଶ୍ୱର, ଏହି ଚାରିକ୍ଷେତ୍ର ‘ଚତୁର୍ଧାମ’ ରୂପେ ହିନ୍ଦୁଧର୍ମରେ ମାନ୍ୟତା ଲାଭ କରିଛି। ଏହି ଚତୁର୍ଧାମ ମଧ୍ୟରୁ ପୁରୀ ହିନ୍ଦୁମାନଙ୍କର ଶ୍ରେଷ୍ଠ ଧାମ। ଏହି କ୍ଷେତ୍ରର ସ୍ବତନ୍ତ୍ର ବୈଶିଷ୍ଟ୍ୟ ରହିଛି। ଏହି କ୍ଷେତ୍ରରେ ଭକ୍ତ ସାଲବେଗ, ଦାସିଆ ବାଉରୀ, ବନ୍ଧୁ ମହାନ୍ତି, ଗୁରୁ ନାନକ, ଜୟଦେବ, ଶ୍ରୀଚୈତନ୍ୟ, ଗଣପତି ଭଟ୍ଟ, ଶଙ୍କରାଚାର୍ଯ୍ୟଙ୍କ ପରି ଅନେକଙ୍କ ଭକ୍ତି ଅନୁଭୂତିର ପଟାନ୍ତର ନାହିଁ। ଏପରି କି ଯିଶୁଖ୍ରୀଷ୍ଟ ଏହି କ୍ଷେତ୍ରକୁ ଆସିଥିବା ଏବଂ ଏହି କ୍ଷେତ୍ରରୁ ତାଙ୍କର ଆଧ୍ୟାତ୍ମିକ ବୀଜ ଅଙ୍କୁରିତ ହୋଇଥିବା କୁହାଯାଏ। ଠିକ୍‌ ସେହିପରି ବୌଦ୍ଧଧର୍ମର ବହୁ ମୌଳିକ ଚିନ୍ତନ ସହ ଶ୍ରୀଜଗନ୍ନାଥ ଧର୍ମର ସାମଞ୍ଜସ୍ୟ ଉଲ୍ଲେଖଯୋଗ୍ୟ। ପ୍ରଭୁ ଜଗନ୍ନାଥ ନିରାକାର ପରଂବ୍ରହ୍ମ। ସେ କୌଣସି ଆକାର ...

 ଓଡ଼ିଆ ଅସ୍ମିତାର ଭଗୀରଥ

ଓଡ଼ିଆ ଅସ୍ମିତାର ଭଗୀରଥ

ଡ. ଭାଗ୍ୟଲିପି ମଲ୍ଲ ଊନବିଂଶ-ବିଂଶ ଶତାବ୍ଦୀରେ ଆମେ ଗୌରୀଶଙ୍କର ନାମରେ ପରିଚିତ ଯେଉଁ ମଣିଷ ଜଣଙ୍କୁ ଦେଖୁ ସେ ସକଳ ଦୃଷ୍ଟିରୁ ସ୍ବତନ୍ତ୍ର। ତେଣୁ ଓଡ଼ିଆ ଜାତିର ଅସ୍ମିତା, ଗଢ଼ଣ ଓ ପ୍ରତିଷ୍ଠା କ୍ଷେତ୍ରରେ ଆମେ ତାଙ୍କୁ ପ୍ରଥମ ବ୍ୟକ୍ତିତ୍ୱ ଭାବେ ଗ୍ରହଣ କରିପାରିବା। ୧୭୬୭-୬୮ ମସିହା ବେଳକୁ ଚିଲିକାର ଦକ୍ଷିଣକୁ ଥିବା ଓଡ଼ିଆଭାଷୀ ଅଞ୍ଚଳ ଏବଂ ୧୮୦୩ ମସିହାରେ ଉପକୂଳବର୍ତ୍ତୀ ଓଡ଼ିଆ ଅଞ୍ଚଳ ଇଂରେଜମାନଙ୍କ ଶାସନକୁ ଆସିଛି। ଏହିଠାରୁ ହିଁ ଊନବିଂଶ ଶତାବ୍ଦୀ ଓଡ଼ିଶାର ଆମତ୍ପରିଚିତି ପ୍ରତିଷ୍ଠା ପାଇଁ ଯେଉଁ ଆହ୍ବାନ ତାହା ପୂର୍ବ ପରିଚିତିଠାରୁ ସ୍ବତନ୍ତ୍ର। କାରଣ ଏଥର ଆମକୁ ବିଦେଶୀ ଧର୍ମ, ବିଦେଶୀ ଶାସନ ବ୍ୟବସ୍ଥା, ଆଇନକାନୁନ୍‌, ଆଧୁନିକ ...

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସଚ୍ଚୋଟ ପଣିଆ ଦେଖାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଆନ୍ତି। ସେହିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତାମିଲନାଡୁ ଏରୋଡ୍‌ ଅଞ୍ଚଳର ୭ ବର୍ଷର ବାଳକ। ସେ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରଶଂସାର ପାତ୍ର। ସେ ସ୍କୁଲ ସମ୍ମୁଖରେ ଖେଳୁଥିବା ବେଳେ ୫୦୦ଟଙ୍କିଆର ଏକ ବଣ୍ଡଲ୍‌ ପାଇଥିଲେ। ଏଥିରେ ଥିଲା ୫୦,୦୦୦ ଟଙ୍କାର ନୋଟ୍‌। ମହମ୍ମଦ୍‌ ୟାଶିନ୍‌ ନାମକ ଏହି ବାଳକ ନିକଟବର୍ତ୍ତୀ ଚିନ୍ନାସେମୁର ପଞ୍ଚାୟତ ୟୁନିୟନ୍‌ ସ୍କୁଲ୍‌ରେ ପାଠ ପଢ଼ନ୍ତି। ବୁଧବାର ଖେଳଛୁଟି ସମୟରେ ସେ ନୋଟ୍‌ବିଡାଟି ପାଇ ଶିକ୍ଷୟିତ୍ରୀଙ୍କୁ ଦେଇଥିଲେ। ଶିକ୍ଷୟିତ୍ରୀ ଟଙ୍କା ଧରି ପ୍ର...

Model This Week

ରୂପେଶ