ବାଣିଜ୍ୟ |

୨୧ ଦିନରେ ହୋଣ୍ଡା ଗ୍ରାଜିଆର ବିକ୍ରି ୧୫,୦୦୦ ଟପିଲା

୨୧ ଦିନରେ ହୋଣ୍ଡା ଗ୍ରାଜିଆର ବିକ୍ରି ୧୫,୦୦୦ ଟପିଲା

ଭୁବନେଶ୍ୱର,୩-୧୨
ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆର ସମ୍ପୂର୍ଣ୍ଣ ନୂଆ ସ୍କୁଟର ଗ୍ରାଜିଆର ବିକ୍ରି ମାତ୍ର ୨୧ ଦିନ ଭିତରେ ୧୫,୦୦୦ ଅତିକ୍ରମ କରିଛି। ଚଳିତବର୍ଷ ନଭେମ୍ବରରେ ଏହି ସର୍ବାଧୁନିକ ସହରୀ ସ୍କୁଟରକୁ ଉନ୍ମୋଚନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବରିଷ୍ଠ ଉପସଭାପତି(ବିକ୍ରି ଏବଂ ମାର୍କେଟିଂ) ୟଦବିନ୍ଦର ସିଂ ଗୁଲେରିଆ କହିଛନ୍ତି ଯେ, ଅତ୍ୟାଧୁନିକ ବୈଶିଷ୍ଟ୍ୟ ଏବଂ ଡିଜାଇନ୍‌ ତଥା ପ୍ରଦର୍ଶନ ଯୋଗୁ ଗ୍ରାଜିଆ ଗ୍ରାହକଙ୍କୁ ଅତ୍ୟନ୍ତ ଆକର୍ଷିତ କରିଛି। ପ୍ରାରମ୍ଭିକ ପ୍ରତିକ୍ରିୟା ଓ ସମର୍ଥନକୁ ନେଇ କମ୍ପାନୀ ଅତ୍ୟନ୍ତ ଉତ୍ସାହିତ। ଗ୍ରାଜିଆ ହୋଣ୍ଡାର ନେତୃତ୍ୱକୁ ଏକ ଭିନ୍ନ ସ୍ତରକୁ ନେଇଯିବ ବୋଲି ଗୁଲେରିଆ କହିଛନ୍ତି। ଗ୍ରାଜିଆ ହେଉଛି ଭାରତର ପ୍ରଥମ ସ୍କୁଟର ଯେଉଁଥିରେ ରହିଛି ଫୁଲ୍‌ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌ ଏବଂ ୩ ଷ୍ଟେପ୍‌ ଇକୋ ସ୍ପିଡ୍‌ ଇଣ୍ଡିକେଟର, ଯାହାକି ଚାଳକଙ୍କୁ ଉନ୍ନତ ଇନ୍ଧନ ମିତବ୍ୟୟିତା ପ୍ରଦାନ କରିବ। ବିଶ୍ୱସନୀୟ ୧୨୫ ସିସି ହୋଣ୍ଡା ଏଚ୍‌ଇଟି ଇଞ୍ଜିନ ଏଥିରେ ବ୍ୟବହାର କରାଯାଇଛି। ହୋଣ୍ଡା ଗ୍ରାଜିଆ ୬ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ। ଏହାର ଏକ୍ସଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୫୭,୮୯୭ ଟଙ୍କା ରହିଛି।

All Right Reserved By

Model This Week

ନିକିତା

ବାଣିଜ୍ୟ |

ଏପ୍ରିଲ୍‌ ସୁଦ୍ଧା ଟ୍ରାଇ ଆଣିବ ଡାଟା ନିରାପତ୍ତା ସଂକ୍ରାନ୍ତ ଅନ୍ତିମ ପ୍ରସ୍ତାବ

ଏପ୍ରିଲ୍‌ ସୁଦ୍ଧା ଟ୍ରାଇ ଆଣିବ ଡାଟା ନିରାପତ୍ତା ସଂକ୍ରାନ୍ତ ଅନ୍ତିମ ପ୍ରସ୍ତାବ

ନୂଆଦିଲ୍ଲୀ,୨୨।୪-ଘରୋଇ ବଜାରରେ ଡାଟାର ଅପବ୍ୟବହାର ନେଇ ବିଭିନ୍ନ ସମୟରେ ଖବର ଆସୁଥିବା ବେଳେ ଏହାର ସୁରକ୍ଷା ଲଗି ବଜାରରେ ଦୃଢ ଆଇନ୍‌ ନାହିଁ। ଏଥି ସଂକ୍ରାନ୍ତ ଏକ ଆଇନ୍‌ ଆଣିବା ଲାଗି ସରକାର ପ୍ରସ୍ତୁତ ହେଉଛନ୍ତି। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ଏହା ଉପରେ କାର୍ଯ୍ୟ କରୁଛି।

୮୦,୦୦୦ କୋଟି ଟପିଲା ଜନଧନ ଆକାଉଣ୍ଟ ଜମା

୮୦,୦୦୦ କୋଟି ଟପିଲା ଜନଧନ ଆକାଉଣ୍ଟ ଜମା

ନୂଆଦିଲ୍ଲୀ,୨୨।୪-ସରକାରଙ୍କ ଆର୍ଥତ୍କ ଅନ୍ତର୍ଭୁକ୍ତି ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖୋଲିଥିବା ବ୍ୟାଙ୍କ ଖାତାଗୁଡିକରେ ଜମା ପରିମାଣ ୮୦,୦୦୦ କୋଟି ଟଙ୍କ ଟପିଛି।

ରେକର୍ଡସ୍ତରରେ ପେଟ୍ରୋଲ୍‌: ମୋଦିଙ୍କ ଶାସନରେ ସର୍ବାଧିକ

ରେକର୍ଡସ୍ତରରେ ପେଟ୍ରୋଲ୍‌: ମୋଦିଙ୍କ ଶାସନରେ ସର୍ବାଧିକ

ନୂଆଦିଲ୍ଲୀ,୨୨।୪- ପେଟ୍ରୋଲ୍‌ ଡିଜେଲ୍‌ ଦର ହ୍ରାସ ଘଟିବା ନାଁ ନେଉନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ରହିଛି ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର। ରବିବାର ପେଟ୍ରୋଲ୍‌ ଦର ରେକର୍ଡ ସ୍ତର ୭୪.୪୦ ଟଙ୍କାରେ ରହିଥିବା ବେଳେ ଡିଜେଲ୍‌ ଦର ୬୫.୬୫ ଟଙ୍କା ଛୁଇଁଛି। ଇନ୍ଧନ ଉପରେ ଉପତ୍ାଦ ଟିକସ ହ୍ରାସ ନ ହେବା ଯୋଗୁ ଏହାର ମୂଲ୍ୟ କମୁନାହିଁ।

ଭିଡିଓକନ୍‌ ଋଣ ମାମଲା: ଆଇସିଆଇସିଆଇ ବ୍ୟାଙ୍କର ଫରେନସିକ୍‌ ତଦନ୍ତ ହୋଇପାରେ

ଭିଡିଓକନ୍‌ ଋଣ ମାମଲା: ଆଇସିଆଇସିଆଇ ବ୍ୟାଙ୍କର ଫରେନସିକ୍‌ ତଦନ୍ତ ହୋଇପାରେ

ନୂଆଦିଲ୍ଲୀ,୨୨।୪-ଭିଡିଓକନ୍‌ ଗ୍ରୁପ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଋଣ ମାମଲାରେ ନୂଆ ମୋଡ ଆସୁଛି। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ୍‌(ସେବି) ଆଇସିଆଇସିଆଇ ବ୍ୟାଙ୍କର ଅର୍ଥ ସଂକ୍ରାନ୍ତ ଫରେନ୍ସିକ୍‌ ଯାଞ୍ଚ ସପକ୍ଷରେ ରହିଛି। ଭିଡିଓକନ୍‌ ଗ୍ରୁପ୍‌କୁ ପ୍ରଦାନ କରାଯାଇଥିବା ଋଣରେ ପ୍ରିୟାପ୍ରୀତି ତୋଷଣ ହେଉଥିବା ଅଭିଯୋଗ ଆସିଛି।

କ୍ୟାଶ ସଙ୍କଟ: ଏପ୍ରିଲ୍‌୧ରୁ ୧୫ ଭିତରେ ନୋଟ୍‌ ଯୋଗାଣ ୧୧୫ ବିଲିୟନ ହ୍ରାସ

କ୍ୟାଶ ସଙ୍କଟ: ଏପ୍ରିଲ୍‌୧ରୁ ୧୫ ଭିତରେ ନୋଟ୍‌ ଯୋଗାଣ ୧୧୫ ବିଲିୟନ ହ୍ରାସ

ନୂଆଦିଲ୍ଲୀ,୨୨।୪- ଦେଶର ଅନେକ ପ୍ରାନ୍ତରେ ନୋଟ ସଙ୍କଟ ଏବେ ମଧ୍ୟ ଟଳିନାହିଁ। ଅପରପକ୍ଷରେ ନୋଟ ଯୋଗାଣ କମିଥିବାରୁ ଲୋକମାନେ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି। ପୂର୍ବ ବର୍ଷ ଚାହିଦା ତୁଳନାରେ ନୋଟ ଯୋଗାଣ ହ୍ରାସ ଘଟିଛି। ୨୦୧୮-୧୯ ଏପ୍ରିଲ୍‌ ପ୍ରଥମ ୧୫ ଦିନ ସୁଦ୍ଧା ଆରବିଆଇ ପକ୍ଷରୁ ହେଉଥିବା ନୋଟ ଯୋଗାଣରେ ୧୫୦ ବିଲିୟନ ହ୍ରାସ ଘଟିଛି। ଚଳିତ ମାସ ପ୍ରଥମ ୧୫ ଦିନରେ ନୋଟ ଆବଶ୍ୟକତା ୧୦% ବଢିଯାଇଥବା ଜଣାଯାଇଛିି।

ଶୁଳ୍କ ଦେବା ପାଇଁ ଏଣିକି ଏନ୍‌ଏଚ୍‌ ପ୍ଲାଜାରେ ଅଟକିବେ ନାହିଁ ଯାତ୍ରୀ

ଶୁଳ୍କ ଦେବା ପାଇଁ ଏଣିକି ଏନ୍‌ଏଚ୍‌ ପ୍ଲାଜାରେ ଅଟକିବେ ନାହିଁ ଯାତ୍ରୀ

ନୂଆଦିଲ୍ଲୀ,୨୨।୪- ଜାତୀୟ ରାଜପଥରେ ଯାତାୟାତ ସମୟରେ ଯାତ୍ରୀଙ୍କୁ ଶୁଳ୍କ ପ୍ରଦାନ କରିବାଲାଗି ପଡିଥାଏ। ଏହାକୁ ସୁବିଧାଜନକ କରିବା ଲାଗି ଏବେ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଅନେକ ବିକଳ୍ପ ରହିବ। ଯାହାଦ୍ୱାରା ଯାତ୍ରୀ କେବଳ ନଗଦ ପ୍ରଦାନ ନ କରି ପ୍ରିପେଡ୍‌ ଓ୍ବାଲେଟ୍‌, କ୍ରେଡିଟ୍‌ କାର୍ଡ୍‌ ଏବଂ ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ଶୁଳ୍କ ପ୍ରଦାନ କରିପାରିବେ।

ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩

ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩

ନୂଆଦିଲ୍ଲୀ,୨୨-୪ ଭାରତରେ ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩ର ବଜାର ପ୍ରବେଶ କରାଯାଇଛି । ଏହା ବର୍ତ୍ତମାନ ଡିଜେଲ ଭାରିଆଣ୍ଟରେ ଉପଲବ୍ଧ। ଆଗକୁ ଏହାର ପେଟ୍ରୋଲ ଭାରିଆଣ୍ଟ ଆସିବ । ବିଏମ୍‌ଡବ୍ଲ୍ୟୁ ଏକ୍ସ ୩ ଏକ୍ସ ଡ୍ରାଇଭ୍‌ ୨୦ଡି ଏକ୍ସପିଡିସନର ଏକ୍ସଶୋ’ରୁମ୍‌ ମୂଲ୍ୟ ୪୯,୯୯,୦୦୦ ଟଙ୍କା ରହିଥିବାବେଳେ ଏହାର ଲକ୍‌ଜୁରୀ ଲାଇନ୍‌ର ମୂଲ୍ୟ ୫୬,୭୦,୦୦୦ ଟଙ୍କା ରହିଛି।

ବିକ୍ରି ଷ୍ଟାଫ୍‌ଙ୍କୁ ବିଦା କରୁଛନ୍ତି ହ୍ୟାଣ୍ଡସେଟ୍‌ ନିର୍ମାତା

ବିକ୍ରି ଷ୍ଟାଫ୍‌ଙ୍କୁ ବିଦା କରୁଛନ୍ତି ହ୍ୟାଣ୍ଡସେଟ୍‌ ନିର୍ମାତା

ନୂଆଦିଲ୍ଲୀ,୨୨-୪ବଜାରରେ ତୀବ୍ର ପ୍ରତିଯୋଗିତା ମଧ୍ୟରେ କେତେକ ମୋବାଇଲ ହ୍ୟାଣ୍ଡସେଟ୍‌ ନିର୍ମାତା ଖର୍ଚ୍ଚକାଟ ଅଭିଯାନ ଆରମ୍ଭ କରିଛନ୍ତି। ବିଶେଷ କରି ଇ-କମର୍ସ କମ୍ପାନୀଗୁଡିକ ପକ୍ଷରୁ ପ୍ରତିଯୋଗିତାର ସାମ୍ନା କରୁଥିବା ଏହି କମ୍ପାନୀଗୁଡିକ ମଲ୍‌ଟି ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ ତଥା ଏକ୍ସକ୍ଲୁସିଭ୍‌ ଷ୍ଟୋର୍‌ଗୁଡିକରେ ନିୟୋଜିତ ଥିବା ବିକ୍ରି ଷ୍ଟାଫ୍‌ମାନଙ୍କୁ ହଜାର ହଜାର ସଂଖ୍ୟାରେ ବାହାର କରିଦେଉଛନ୍ତି।

ହ୍ୟୁଣ୍ଡାଇର ବ୍ରାଣ୍ଡ ପାଓ୍ବାର ବୃଦ୍ଧି

ହ୍ୟୁଣ୍ଡାଇର ବ୍ରାଣ୍ଡ ପାଓ୍ବାର ବୃଦ୍ଧି

ନୂଆଦିଲ୍ଲୀ,୨୨-୪ଦେଶର ପ୍ରମୁଖ ପାସେଞ୍ଜର କାର ନିର୍ମାତା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ଏହାର ବ୍ରାଣ୍ଡ୍‌ ପାଓ୍ବାର ବଢ଼ାଇବାରେ ପ୍ରମୁଖ ସଫଳତା ହାସଲ କରିଛି। ଗ୍ରାହକଙ୍କ ମଧ୍ୟରେ ହ୍ୟୁଣ୍ଡାଇ ବ୍ରାଣ୍ଡକୁ ନେଇ ସଚେତନତା ବଢ଼ିଛି। ଲୋକେ ଏହାର ପ୍ରିମିୟମ୍‌ ଉତ୍ପାଦକୁ ଅଧିକ ପସନ୍ଦ କରୁଛନ୍ତି। ମଡର୍ନ ପ୍ରିମିୟମ୍‌ ବ୍ରାଣ୍ଡ୍‌ଗୁଡିକ ଜରିଆରେ ଏହା ବୃହତ୍‌ ସଂଖ୍ୟକ ଗ୍ରାହକଙ୍କ ନିକଟରେ ଆଦୃତ ହୋଇପାରିଛି।

ଆସିବ ଇଲେକଟ୍ରୋନିକ୍‌ ହେଲଥ୍‌ କାର୍ଡ

ଆସିବ ଇଲେକଟ୍ରୋନିକ୍‌ ହେଲଥ୍‌ କାର୍ଡ

ନୂଆଦିଲ୍ଲୀ, ୨୨-୪ ହେଲଥ ତଥା ଓ୍ବେଲନେସ ସେଣ୍ଟରକୁ ଯାଉଥିବା ଲୋକମାନଙ୍କୁ ସରକାର ଆଗାମୀ ଦିନରେ ଇଲେକଟ୍ରୋନିକ୍‌ ହେଲଥ କାର୍ଡ ପ୍ରଦାନ କରିବେ। ଏଥିରେ ଏକ ୟୁନିକ ଆଇଡେଣ୍ଟିଫିକେଶନ ନମ୍ବର ରହିବ। ଏହି କାର୍ଡରେ ବ୍ୟକ୍ତିଙ୍କର ଡାକ୍ତରଖାନା ସଂକ୍ରାନ୍ତ ବିଭିନ୍ନ ତଥ୍ୟ, ଚିକିତ୍ସା ତଥା ରୋଗର ପରାମର୍ଶ ତଥ୍ୟ ରହିବ ବୋଲି ଜଣାଯାଇଛି।

ଆନ୍ତଃ ରାଜ୍ୟ ଗାଡି ସ୍ଥାନାନ୍ତରଣ ହେବ ଟିକସମୁକ୍ତ

ଆନ୍ତଃ ରାଜ୍ୟ ଗାଡି ସ୍ଥାନାନ୍ତରଣ ହେବ ଟିକସମୁକ୍ତ

ନୂଆଦିଲ୍ଲୀ, ୨୨-୪ ଆର୍‌ଟିଓ ଅଫିସଗୁଡିକରେ ହେଉଥିବା ଦୁର୍ନୀତିକୁ ଧ୍ୟାନରେ ରଖି ସରକାର କେତେକ ସଂସ୍କାର ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ଗୋଟିଏ ରାଜ୍ୟକୁ ଅନ୍ୟ ଏକ ରାଜ୍ୟର ରେଜିଷ୍ଟ୍ରେଶନ ଟ୍ରାନ୍ସଫରକୁ ଟିକସମୁକ୍ତ କରିବାକୁ ପ୍ରସ୍ତାବ ରହିଛି। ରାଜ୍ୟ ପରିବହନ ମନ୍ତ୍ରୀସ୍ତରୀୟ ବୈଠକରେ ରାଜ୍ୟଗୁଡିକୁ ଏ ନେଇ ବିଭିନ୍ନ ସୁପାରିସ୍‌ କରାଯାଇଛି।

 ନୀରବ ମୋଦି ମାମଲାରେ ହଂକଂ କୋର୍ଟ ଗଲା ପିଏନ୍‌ବି

ନୀରବ ମୋଦି ମାମଲାରେ ହଂକଂ କୋର୍ଟ ଗଲା ପିଏନ୍‌ବି

ନୂଆଦିଲ୍ଲୀ, ୨୧-୪ (ପି.ଟି) ୧୩,୫୦୦ କୋଟି ଟଙ୍କାର ଋଣ ମାମଲାରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ବିରୋଧରେ ହଂକଂ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏ ନେଇ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ନୀରବଙ୍କୁ ଗିରଫ କରିବା ଲାଗି ମାର୍ଚ୍ଚ ୨୩ ରେ ଭାରତ ସରକାର ହଂକଂ ସରକାରଙ୍କୁ କହିଥିଲେ।