ଫୁରସତ |

ଚିହ୍ନନ୍ତୁ ଜାଣନ୍ତୁ ଓଡ଼ିଶା

ଚିହ୍ନନ୍ତୁ ଜାଣନ୍ତୁ ଓଡ଼ିଶା
ଶୀତଋତୁ ମାନେ ହିଁ ପର୍ଯ୍ୟଟନ ଋତୁ । ଏଥିପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ସମ୍ପର୍କରେ ଜାଣିବାକୁ ଅନେକେ ଇଚ୍ଛା ପ୍ରକାଶ କରିଥାନ୍ତି । ସେଠାରେ କ’ଣ ଦେଖିବା, କିପରି ଯିବା, କି ପ୍ରକାର ଖାଦ୍ୟ ମିଳିବ ଓ ରହଣିର ସୁବ୍ୟବସ୍ଥା ଇତ୍ୟାଦି । ତେବେ ଓଡ଼ିଶାରେ ରହିଛି କେତେକ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ । ତା’ ନିକଟରେ ରହିଥିବା କେତେଜଣ ଗ୍ରାମବାସୀ ନିଜ ଅଞ୍ଚଳରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପାରମ୍ପରିକ ଲୋକନୃତ୍ୟ ଆୟୋଜନକରି ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି। ଏଥିରେ ଅନେକ ପରିବାରଙ୍କ ପାଇଁ ରୋଜଗାରପନ୍ଥା ସୃଷ୍ଟି ହୋଇଥାଏ। ତେବେ ଅତିିଥିମାନେ ଏପରି ପର୍ଯ୍ୟଟନସ୍ଥଳୀକୁ ବୁଲି ପ୍ରାକୃତିକ ଶୋଭା ଉପଭୋଗ କରିବା ସହିତ ସେହି ଅଞ୍ଚଳର କଳା,ସଂସ୍କୃତି ,ଭାଷା ଓ ଚଳଣି ବିଷୟରେ ଅନେକ କିଛି ଜାଣିପାରିଥାନ୍ତି । ଏହିସବୁ ପର୍ଯ୍ୟଟନ ସ୍ଥାନରେ ଧାଡ଼ି ଧାଡ଼ି ହୋଇ ରହିଥିବ ଛୋଟଛୋଟ ନୁଆଣିଆ ଚାଳଛପର ଘର। ରଙ୍ଗମାଟି ଲିପା କାନ୍ଥରେ ପଡ଼ିଥିବ ପାରମ୍ପରିକ ଝୋଟି ଚିତା। ଘର ଭିତରେ ଖରାଦିନେ ଥଣ୍ଡା, ଶୀତଦିନେ ଉଷୁମ ଲାଗୁଥିବ, ବର୍ଷାଦିନେ ବି ଘର ଭିତର ବେଶ୍‌ ଶୁଖିଲା ଥିବ । ସେହିପରି ଜଙ୍ଗଲ ମଧ୍ୟରେ ଥିବା ଗଛ ଉପରେ ବାଉଁଶ ତିଆରି ମଞ୍ଚାଘର। ସେହି ଘରକୁ ଘେରି ରହିଥିବ ଗଛ ଆଉ ଗଛ। ଘର ଭିତର ଝରକା ଦେଇ ବାହାରକୁ ଦେଖିହେବ ଜଙ୍ଗଲରେ ଚଳପ୍ରଚଳ କରୁଥିବା ବିଭିନ୍ନ ଜୀବଜନ୍ତୁଙ୍କୁ। ସେହିପରି ଚିଲିକା କି ନଦୀ ମଝିରେ ରହିଥିବା ବାଲୁକା କୁଦରେ ତିଆରି ଛୋଟଛୋଟ ତମ୍ବୁର କୁଡ଼ିଘର, ତା’ ଚାରିପଟେ ଘେରିଥିବ ପାଣି ଆଉ ପାଣି । ପାଖରେ ଥିବ ସୁରକ୍ଷା ସାମଗ୍ରୀ। ରାତି ହେଉ ଦିନ ଡଙ୍ଗା ଉପରେ ତିଆରି କୁଡ଼ିଘରେ ବିଶ୍ରାମ ନେବାର ନିଆରା ଅନୁଭବ। ଚହଲା ପାଣିରେ ଡଙ୍ଗା ଦୋହଲୁଥାଏ। ମାତ୍ର ଜହ୍ନରାତିର ଅନୁଭୂତି ଟିକେ ନିଆରା। ସେହିପରି ସମୁଦ୍ର ବେଳାଭୂମିରେ ତିଆରି ଛୋଟଛୋଟ ତମ୍ବୁଘର, ତା’ ଭିତରେ ରହିଥାଏ କାଠର ଖଟ, ବିଶ୍ରାମ ବେଳେ ବି ଦେଖି ପାରିବେ ସମୁଦ୍ର ଲହଡ଼ି କୂଳ ଲଙ୍ଘୁଥିବ। ଏମିତି ବେଳାଭୂମିର ବାଲୁକାଶଯ୍ୟାରେ ଲହଡ଼ି ବାରମ୍ବାର ମଥା କଚାଡ଼ୁଥିବ। ଶୁଭୁଥିବ ପବନର ସୁସୁ ଶଦ୍ଦ, ପୁଣି ସମୁଦ୍ରର ଘୁ..ଘୁ ଗର୍ଜନ । ଏମିତି ଅନେକ ଅନୁଭୂତିକୁ ସାଉଁଟି ଆଣିବାରେ କେତେ ଯେ ସୁନ୍ଦର ଅନୁଭବ। ତାହା ପରିବେଶ ପର୍ଯ୍ୟଟନରେ ହିଁ ମିଳିଥାଏ। ଗାଁ ଲୋକଙ୍କ ବିହଙ୍ଗ ବିହାର: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର ଚିଲିକା ଉପକୂଳବର୍ତ୍ତୀ ଏକ ଗାଁ ମଙ୍ଗଳାଯୋଡ଼ି। ପୂର୍ବରୁ ଚିଲିକାକୁ ବହୁ ପରିମାଣରେ ବିଦେଶୀ ପକ୍ଷୀ ଆସୁଥିଲେ । ଏଠାରେ ପ୍ରଚୁର ପରିମାଣର ଖାଦ୍ୟ ସେମାନଙ୍କୁ ମିଳୁଥିଲା । ସମୟକ୍ରମେ ପକ୍ଷୀଶିକାର ବି ହେଉଥିଲା। ଏଥିପାଇଁ ଏ ଅଞ୍ଚଳରେ ପକ୍ଷୀ ସଂଖ୍ୟା କମିଗଲା। ବହୁ ବୁଦ୍ଧିଜୀବୀ ଓ ପରିବେଶବିତ୍‌ ଏହାର ସମାଧାନ ଚିନ୍ତା କଲେ । ପକ୍ଷୀ ସଂରକ୍ଷକମାନଙ୍କ ସହଯୋଗରେ ପକ୍ଷୀ ସୁରକ୍ଷାରୁ ପକ୍ଷୀ ସଂଖ୍ୟା ବଢ଼ିଲା। ବିଭିନ୍ନ ପକ୍ଷୀଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଲା। ଏଠାକୁ ପ୍ରାୟ ୨୦୦ରୁ ଅଧିକ ପ୍ରକାର ବିଦେଶୀ ପକ୍ଷୀ ଆସିଥାନ୍ତି । ପାଖାପାଖି ୧ଲକ୍ଷ ୫୦ ହଜାରରୁ ଅଧିକ ପକ୍ଷୀଙ୍କ ସମାଗମରେ ଏହି ଅଞ୍ଚଳର ଶୋଭା ବଢ଼ିଥାଏ। ମାତ୍ର ଚିଲିକା ବୁଲିଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ମଙ୍ଗଳଯୋଡ଼ିରେ କିଛି ସମୟ ବିଶ୍ରାମ ନେବାପାଇଁ କେବଳ ଗ୍ରାମୀଣ ଶୈଳୀରେ ଦେଶୀଗୃହ ନିର୍ମାଣ ହୋଇଛି। ପର୍ଯ୍ୟଟନମାନେ ପୂର୍ବରୁ ଯୋଗାଯୋଗକରି ଏଠାକୁ ଆସିଥାନ୍ତି । ଏଠାରେ ପର୍ଯ୍ୟଟକ ଗୋଟିଏ ରାତି ଏବଂ ଗୋଟିଏ ଦିନ ରହିବା ପାଇଁ ପ୍ରାୟ ୩,୯୦୦ଟଙ୍କା ଦେଇଥାନ୍ତି। ଏଥିରେ ଦୁଇଜଣ ଯାତ୍ରୀ ସମ୍ପର୍ଣ୍ଣ ନିରାମିଷ ଏବଂ ଯାତ୍ରୀଙ୍କ ରୁଚି ଅନୁଯାୟୀ ଆମିଷ ଖାଦ୍ୟ ଓ ଅଲଗା ଜଳପାନ ଖର୍ଚ୍ଚ ଦେବାକୁ ପଡ଼ିଥାଏ। ୩ ଓଳି ଖାଇବା ଓ ଜଳପାନ ବ୍ୟବସ୍ଥା ସହିତ ଦେଶୀଡଙ୍ଗାରେ ଅଢ଼େଇଘଣ୍ଟା ପର୍ଯ୍ୟନ୍ତ ମଙ୍ଗଳାଯୋଡ଼ି ବିହଙ୍ଗ ବିହାରରେ ପରିଦର୍ଶନ କରିପାରିବେ। ଡଙ୍ଗା ଚାଳକଙ୍କୁ ସଂସ୍ଥା ତରଫରୁ ୩ଶହ ଟଙ୍କା ଓ ଗାଇଡ୍‌ମାନଙ୍କୁ ମଧ୍ୟ ୩ଶହ ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଇଥାଏ। ଶଶାଙ୍କ ଶେଖର ଦାଶ କୁହନ୍ତି, ଆମର ଏଥିରୁ ବାର୍ଷିକ ପ୍ରାୟ୧୫ଲକ୍ଷ ଟଙ୍କା ଆୟ ହୋଇଥାଏ । ଏହି ସେବାରେ ପ୍ରାୟ ୭୫ଟି ପରିବାର ଚଳୁଛି। ସେହିପରି ଇକୋକଟେଜର ମ୍ୟାନେଜର ରବୀନ୍ଦ୍ର ବେହେରା କୁହନ୍ତି, ଆଉ ଏକ ସଂସ୍ଥାରେ ପ୍ରାୟ ୩୦ଜଣ ଅଛନ୍ତି। ୧୦ଟି ବୋଟ୍‌ ,ଗାଇଡ୍‌ ୧୬ଜଣ ,ବୋଟ୍‌ମ୍ୟାନ ୧୫ଜଣ, ଗୋଟିଏ ଡଙ୍ଗାରେ ୪ଜଣ ବୁଲିବା ପାଇଁ ବ୍ୟବସ୍ଥା ରହିଛି। ଅତିଥିଗୃହରେ ଗୋଟିଏ ରାତି ରହଣି ପାଇଁ ୨୬୦୦ଟଙ୍କା ଦେବାକୁ ପଡ଼େ। ସେଥିରେ ୩ଥର ଖାଇବା ଓ ଜଳପାନ ବ୍ୟବସ୍ଥା ରହିଥାଏ। ସକାଳ ୮ଟାରୁ କଟେଜ ଚେକ୍‌ ଆଉଟ୍‌ କରାଯାଇଥାଏ। ଏହି ଗାଁରେ ଗଢ଼ିଥିବା ମହାବୀର ପକ୍ଷୀ ସୁରକ୍ଷା ସମିତିର ସଭାପତି ରାମହରି ବେହେରା କୁହନ୍ତି, ୪୦ଜଣ ବୋଟ୍‌ମ୍ୟାନ୍‌,୧୪ଟି ଦେଶୀଡଙ୍ଗା, ୨୦ଜଣ ଗାଇଡ୍‌, ପର୍ଯ୍ୟଟକଙ୍କୁ ଚିଲିକା ବୁଲେଇବା କାର୍ଯ୍ୟ କରିଥାନ୍ତି। ପର୍ଯ୍ୟଟନ ଋତୁରେ ଡଙ୍ଗାଚାଳକର ମାସିକ ପ୍ରାୟ୧୫ରୁ ୨୦ହଜାର ଟଙ୍କା ରୋଜଗାର ହୋଇଥାଏ। ପ୍ରାୟ ୮୫୦ଟଙ୍କାରେ ବିହଙ୍ଗ ବିହାର କରିହେବ। ଜେଟିରେ ଏକ ଟାଓ୍ବାର ରହିଛି। ୧୯୯୬ମସିହାଠାରୁ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ପକ୍ଷୀସୁରକ୍ଷା ଯୋଗୁ ଆଜି ଲୋକଙ୍କୁ ରୋଜଗାର ଦେଉଛି। ଚିଲିକା ଓ୍ବାଇଲ୍ଡ ଲାଇଫ ଡିଭିଜନ ତରଫରୁ ପକ୍ଷୀସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସିଡିଏ ତରଫରୁ ବିଭିନ୍ନ ଜନସଚେତନା କରାଯାଇଥାଏ। ମଙ୍ଗଳାଯୋଡ଼ିକୁ ଆସିବା ପାଇଁ ରେଳ କିମ୍ବା ବସ୍‌ ଯୋଗେ ନିକଟ ରେଳଷ୍ଟେଶନ ଓ ବସ୍‌ଛକରୁ ଏଠାକୁ ଆସିହେବ। ରେଳରେ ଆସିଲେ ବାଲୁଗାଁ, କାଳୁପଡ଼ାଘାଟ କିମ୍ବା ଖୋର୍ଦ୍ଧାରେ ଓହ୍ଲାଇ ଟ୍ୟାକ୍ସି ଯୋଗେ ଆସି ପାରିବେ । ସେହିପରି ବସ୍‌ରେ ଆସିଲେ ଟାଙ୍ଗୀରେ ଓହ୍ଲାଇ ଅଟୋରେ ଆସିପାରିବେ । ଏଠାରେ ରହିବା ପାଇଁ ସରକାରୀ ସ୍ତରରେ ଏଯାଏ କୌଣସି ବ୍ୟବସ୍ଥା ହୋଇନାହିଁ । ତେବେ ଗୋଷ୍ଠୀ କେନ୍ଦ୍ରିକ ଭାବେ ମଙ୍ଗଳାଯୋଡ଼ି ଇକୋଟୁରିଜମ କ୍ୟାମ୍ପସ ରହିଛି । ଦୁଇଟି ମାଟିକୁଡ଼ିଆ ପର୍ଯ୍ୟଟକଙ୍କୁ ଆନନ୍ଦ ପ୍ରଦାନ କରୁଛି । ଏହାଛଡ଼ା ଦୁଇଟି ନୀଳ ଆଜବେଷ୍ଟସ ରୁମ୍‌ ଓ ଦୁଇଟି ସାଧାରଣ ଆଜବେଷ୍ଟସ ରୁମ୍‌ ରହିଛି । ସମ୍ପୂର୍ଣ୍ଣ ଘରୋଇ ପରିବେଶରେ ପ୍ରସ୍ତୁତ ଏହି କ୍ୟାମ୍ପସରେ ପର୍ଯ୍ୟଟକଙ୍କୁ ଆତିଥ୍ୟ ପ୍ରଦାନ କରି ସୁସ୍ବାଦୁ ଗ୍ରାମୀଣ ଖାଦ୍ୟ ପରିବେଷଣ କରାଯାଉଛି । ପର୍ଯ୍ୟଟକମାନଙ୍କୁ ମଙ୍ଗଳାଯୋଡ଼ି ବିହଙ୍ଗଭବନ, ଆର୍ଦ୍ରଭୂମିରେ ପକ୍ଷୀମାନଙ୍କ ଗହଣରେ ହାତଚାଳିତ ଡଙ୍ଗାରେ ବୁଲିବାର ବ୍ୟବସ୍ଥା ରହିଛି । ସାତକୋଶିଆ କୁମ୍ଭୀର,ବାଘ ଓ ବାଉଁଶଘର: ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ୭କୋଶ । ପ୍ରାୟ ୨୧କି.ମି. ଦୂର । ମହାନଦୀର ଉଭୟ ପାର୍ଶ୍ୱରେ ରହିଥିବା ଛୋଟବଡ଼ ପର୍ବତମାଳା , ବିରଳ ଘଞ୍ଚଜଙ୍ଗଲ,ଜୈବ ବିବଧତା,ଝରଣା, ନାଳ, ପାହାଡ଼,ବିଭିନ୍ନ ଜାତିର ଜୀବଜନ୍ତୁ ତଥା ଏହି ଅଞ୍ଚଳର ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ପର୍ଯ୍ୟଟକଙ୍କୁ ଆର୍କଷିତ କରିଥାଏ। ଏହି ଅଞ୍ଚଳର ଅଭୟାରଣ୍ୟ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଭାବେ ସରକାରୀ ମାନ୍ୟତା ପାଇଛି। ଟିକରପଡ଼ାର ସାତକୋଶିଆ ଗଣ୍ଡରେ ବିରଳ ପ୍ରଜାତିର ଘଡ଼ିଆଳ କୁମ୍ଭୀର ଓ ମଗର ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳେ। ପର୍ଯ୍ୟଟକମାନେ ହାତୀ,ବାଘ,ହରିଣ,ମୟୂର,ବାର୍‌ହା,ଗୟଳ, କୁଟୁରା ଆଦି ବନ୍ୟପ୍ରାଣୀ ଚଳପ୍ରଚଳ କରୁଥିବା ଦେଖିପାରିବେ। ଭୁବନେଶ୍ୱରଠାରୁ ଏଠାକୁ ଆସିବାକୁ ହେଲେ ଟ୍ରେନ୍‌ଯୋଗେ ଅନୁଗୋଳ ରେଳଷ୍ଟେଶନରେ ପହଞ୍ଚି ସେଠାରୁ ମୋଟର ଗାଡ଼ିରେ ଯାଇହେବ। ସଡ଼କପଥରେ ଆସିବାକୁ ହେଲେ ୫ନମ୍ବର ଜାତୀୟ ରାଜପଥରେ ଢେଙ୍କାନାଳ ଦେଇ ଅନୁଗୋଳ ଆସିପାରିବେ କିମ୍ବା ଆଠଗଡ଼ ଦେଇ ଅନୁଗୋଳ ଆସିଲେ ଏଠାରୁ ଟିକରପଡ଼ା ପ୍ରାୟ ୬୫କି.ମି. ଦୂର ପଡ଼ିବ। ଏଠାକୁ ଆସୁଥିବା ଭାରତୀୟ ପର୍ଯ୍ୟଟକ ଓ ବିଦେଶୀ ପର୍ଯ୍ୟଟକଙ୍କ ପାାଇଁ ସ୍ବତନ୍ତ୍ର ଦେୟ ଶୁଳ୍କର ବ୍ୟବସ୍ଥା ରହିଛି ଏବଂ ସ୍କୁଲ ପିଲାଙ୍କ ପାଇଁ ମଧ୍ୟ ଟିକେଟ କାଟିବାକୁ ପଡ଼ିଥାଏ। ଏଠାରେ ବୁଲୁଥିବା ସମୟରେ ଜଙ୍ଗଲ ଜୀବଜନ୍ତୁ ଓ ବୃକ୍ଷଲତା ସୁରକ୍ଷା ପ୍ରତି ସତର୍କ ରହିବାକୁ କଟକଣା ରହିଛି। ପର୍ଯ୍ୟଟକମାନଙ୍କ ପାଇଁ ଦେଶୀଘର, ବାଉଁଶଘର,ତମ୍ବୁଘର ରହିଛି। ସ୍ଥାନୀୟ ଗ୍ରାମବାସୀ ଓ ଜଙ୍ଗଲ ପରିଚାଳନା ନୀତିରେ ଏହାର ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରାଯାଉଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସାତକୋଶିଆ ପର୍ଯ୍ୟଟନ ବିକାଶ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଅତିଥିଗୃହର ବ୍ୟବସ୍ଥା ରହିଛି। ପୁରୁଣାକୋଟ୍‌ର ଛୁଟକେଇ ନେଚର କ୍ୟାମ୍ପରେ ୫ଟି ଟେଣ୍ଟଘର, ୫ଟି କଟେଜ, ୨ପର୍ଯ୍ୟଟକଙ୍କ ପାଇଁ ଗୋଟିଏ ତମ୍ବୁଘର ନିମନ୍ତେ ୨୫୦୦ଟଙ୍କା ଦେୟ ଦେବାକୁ ପଡ଼ିଥାଏ। ମେଘାଳୟ ବାଉଁଶଘରେ ରହିବାକୁ ୨ଜଣଙ୍କୁ ୩୦୦୦ ଟଙ୍କା ଦେବାକୁ ପଡ଼େ। ଟିକରପଡ଼ା ପରିବେଶ ପର୍ଯ୍ୟଟନ ସମିତି ମହାନଦୀ କୂଳରେ ୯ଟି ଟେଣ୍ଟ ରହିଛି। ପ୍ରତ୍ୟେକ ଟେଣ୍ଟରେ ୨ଜଣ ରହିବା ପାଇଁ ୨୫ଶହ ଟଙ୍କା ଦେୟ ଦେବାକୁ ପଡ଼େ। ଇକୋ ଟୁରିଜମ୍‌ ସୋସାଇଟି ନେଚର କ୍ୟାମ୍‌ରେ ୨ଟିଗୃହ ରହିଛି। ଗୋଟିଏ ଗୃହରେ ୨ଟି ପରିବାର ରହିପାରିବେ। ଜଗନ୍ନାଥପୁର ତରଭାଠାରେ ୧୦ଟି ଗୃହ ରହିଛି। ଏଥିସହିତ ସ୍ବତନ୍ତ୍ର ଘର ପାଇଁ ସ୍ବତନ୍ତ୍ର ଦେୟ ଦେବାକୁ ପଡ଼େ। କୋଠଭୂଇଁ ପଞ୍ଚାୟତର ବାଘମୁଣ୍ଡା,ନରସିଂହପୁରର କମଳାଡ଼ିହଠାରେ ନେଚରକ୍ୟାମ ଗୃହ ରହିଛି। ସାତକୋଶିଆରେ ପର୍ଯ୍ୟଟକଙ୍କୁ ବୁଲେଇବା ଏବଂ ସେହି ସ୍ଥାନ ସମ୍ପର୍କରେ ବିଭିନ୍ନ ଜଣାଅଜଣା କଥା ଜଣାଇବା ପାଇଁ ଗାଇଡ୍‌ ରହିଛନ୍ତି l ସେମାନେ ପର୍ଯ୍ୟଟକଙ୍କଠାରୁ ଏଥିପାଇଁ ପାରିଶ୍ରମିକ ପାଇଥାନ୍ତି। ଏହି କ୍ୟାମ୍ପର ସଦସ୍ୟମାନେ ଜଣେ ଜଣେ ଗାଇଡ୍‌ମ୍ୟାନ ଭାବେ କାର୍ଯ୍ୟକରିଥାନ୍ତି। ସକାଳ,ମଧ୍ୟାହ୍ନ,ସନ୍ଧ୍ୟା ଓ ରାତିରେ ଅତିଥିମାନଙ୍କ ପାଇଁ ରୁଚି ଅନୁଯାୟୀ ନିୟମ ମୁତାବକ ଆମିଷ ଓ ନିରାମିଷ ଖାଦ୍ୟର ବ୍ୟବସ୍ଥା କରାଯାଇଥାଏ। ଚା,କଫି,ଜଳଖିଆ ବ୍ୟବସ୍ଥା କରାଯାଇଥାଏ। ପର୍ଯ୍ୟଟକମାନେ ପ୍ରାୟ୨କି.ମି. ଜଙ୍ଗଲ ପାହାଡ଼ରେ ବୁଲିବେ, ପରେ ସାତକୋଶିଆ ଗଣ୍ଡରେ ନୌକାବିହାର ବେଳେ ଘଡ଼ିଆଳ କୁମ୍ଭୀର ଦେଖିବାର ନଜିର ରହିଛି। ଅତିଥିମାନେ ଇଚ୍ଛାକଲେ ସ୍ବତନ୍ତ୍ର ଭାବେ ସ୍ଥାନୀୟ ପାରମ୍ପରିକ ନୃତ୍ୟ ଦେଖି ମନୋରଞ୍ଜନ କରିପାରିବେ। କିନ୍ତୁ ପରିବେଶ ସୁରକ୍ଷା ପ୍ରତି ନଜର ଦେବାକୁ ହୋଇଥାଏ। ପରିବେଶ ପର୍ଯ୍ୟଟନ କ’ଣ : ପ୍ରାକୃତିକ ପରିବେଶରେ ସୃଷ୍ଟିହୋଇଥିବା ଝରଣା,ପାହାଡ଼,ଜଙ୍ଗଲ, ହ୍ରଦ, ନଦୀ, ସମୁଦ୍ର ବେଳାଭୂମି ଆଦି ସ୍ଥାନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସ୍ଥାନୀୟ ଗାଁର ଲୋକଙ୍କ ଦ୍ୱାରା ଦେଶୀୟ ଚଳଣିରେ ସମସ୍ତ ସେବା ଯୋଗାଇ ଦିଆଯାଇଥାଏ। ମାତ୍ର ସେମାନଙ୍କୁ କେତେକ ନୀତିନିୟମ ପାଳନ କରିବାକୁ ହୋଇଥାଏ । ଗାଁ ଲୋକଙ୍କ ରୋଜଗାର: ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ନିକଟରେ ଥିବା ଗ୍ରାମବାସୀ ନିଜଅଞ୍ଚଳର ପର୍ଯ୍ୟଟନସ୍ଥଳୀ ବିଷୟରେ ଅନେକ କିଛି ତଥ୍ୟ ଜାଣିଥିବାରୁ ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସେହିସ୍ଥାନ ବିଷୟରେ ବିଭିନ୍ନ ସୂଚନା ଦେଇଥାନ୍ତି। ଏଥିପାଇଁ କେହିକେହ ପରିବେଶ ପର୍ଯ୍ୟଟନ ସମ୍ପର୍କରେ ତାଲିମ ପାଇଥାନ୍ତି। ଏହା ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କୁ ରୋଜଗାର ମିଳିଥାଏ। ପର୍ଯ୍ୟଟକମାନଙ୍କୁ ଆତିଥ୍ୟରେ ରହିବା, ଖାଇବା, ବୁଲିବା ଆଦି ସୁବିଧା କରାଇ ଦେବା ଏହି ପରିବେଶ ପର୍ଯ୍ୟଟନରେ ହୋଇଥାଏ । ଗାଇଡମାନେ ଏହି ପରିବେଶ ବିଭବ ସମ୍ପର୍କିତ ବିଭିନ୍ନ ଫଟୋଚିତ୍ର ପ୍ରଦର୍ଶନ ଓ ବିକ୍ର କରିଥାନ୍ତି। ଗାଁର ଲୋକମାନେ ନିଜଅଞ୍ଚଳର କୁଟିର ଶିଳ୍ପ ପ୍ରସ୍ତୁତ ସାମଗ୍ରୀକୁ ମଧ୍ୟ ବିକ୍ରି କରିଥାନ୍ତି। ଅତିଥିଙ୍କୁ ସେବା ସମ୍ମାନ: ପରିବେଶ ପର୍ଯ୍ୟଟନ କ୍ଷେତ୍ର ବୁଲିଆସୁଥିବା ଅନେକ ପର୍ଯ୍ୟଟକ ସ୍ଥାନୀୟ ଖାଦ୍ୟ ଭୋଜନ କରିବାକୁ ଇଚ୍ଛା କରିଥାନ୍ତି । ଏଥିପାଇଁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଉକ୍ତ ସ୍ଥାନର ଗାଇଡ୍‌ମାନେ ବିଭିନ୍ନ ଦେଶୀଖାଦ୍ୟ ପ୍ରସ୍ତୁତ କରିଥାନ୍ତି। କେହି କେହି ମାଟିପାତ୍ରରେ, ମାଟିଚୁଲିରେ ରୋଷେଇ କରିଥାନ୍ତି। ଏପରି କି କେତେକ ପର୍ଯ୍ୟଟକ ଗାଇଡ୍‌ଙ୍କ ସହ ମିଶି ନିଜେ ରୋଷେଇ ମଧ୍ୟ କରିଥାନ୍ତି, ଯାହାକି ଗ୍ରାମୀଣ ପରିବେଶକୁ ଆପଣେଇ ନିଆରା ଅନୁଭବ କରନ୍ତି। ଏଥିପାଇଁ ପର୍ଯ୍ୟଟକଙ୍କୁ ଆବଶ୍ୟକ ଅର୍ଥ ଦେବାକୁ ପଡ଼ିଥାଏ। ପ୍ରକୃତି କୋଳରେ ସମୟ ବିତେ: ସାଧାରଣତଃ ପର୍ଯ୍ୟଟନସ୍ଥଳ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଚିତ୍ତବିନୋଦନ ପାଇଁ ପାନ୍ଥନିବାସ, ଶୀତତାପ ଗୃହ, ତାରକା ହୋଟେଲରେ ରହିବାକୁ ପସନ୍ଦ କରିଥାନ୍ତି । ମାତ୍ର ପରିବେଶ ପର୍ଯ୍ୟଟନ ସ୍ଥଳ ବୁଲି ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ କେହିକେହି ପ୍ରାକୃତିକ ଜଙ୍ଗଲ ପରିବେଶର ଗଛ ତଳେ କିମ୍ବା ବାଉଁଶଘରେ କିମ୍ବା ଜଳ ପରିବେଶରେ ରହିଥିବା ଡଙ୍ଗା ଉପରେ ବିଶ୍ରାମ ନେଇ ଚିତ୍ତବିନୋଦନ ପାଇଁ ଇଚ୍ଛା କରିଥାନ୍ତି। ଏପରି କି ନଦୀକୂଳ, ହ୍ରଦ ଓ ସମୁଦ୍ର ବେଳାଭୂମିରେ ଛୋଟଛୋଟ ତମ୍ବୁଘର ତିଆରି କରାଯାଇଥାଏ। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭନ୍ନ ଫୁଲଗଛ, ଓଷଧୀୟ ଉଦ୍ୟାନ, ଛୋଟଛୋଟ ଚାଳଘର କାନ୍ଥରେ ସୁନ୍ଦର ସୁନ୍ଦର ଝୋଟିର ଚିତା କରାଯାଇଥାଏ। ଗ୍ରାମୀଣ କଳାସଂସ୍କୃତି: ଏହିପରି ପ୍ରାକୃତିକ ପର୍ଯ୍ୟଟନସ୍ଥଳଗୁଡ଼ିକରେ ସେଠାର ସ୍ଥାନୀୟ ବ୍ୟକ୍ତି ସେହି ଅଞ୍ଚଳର ବିଭିନ୍ନ କଳାକୃତିକୁ ପ୍ରଦର୍ଶନ କରିଥାନ୍ତି । ଅତିଥିମାନଙ୍କ ମନୋରଞ୍ଜନ ପାଇଁ ଅଞ୍ଚଳବାସୀଙ୍କ ଉଦ୍ୟମରେ ବିଭିନ୍ନ ନାଚଗୀତର ଆସର ଜମିଥାଏ। ଏପରି ଲୋକକଳା ଉତ୍ସବର ଆୟୋଜନ ଗାଁର ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ବିଭିନ୍ନ ମେଳାର ଆୟୋଜନ କରାଯାଇଥାଏ। ସ୍ଥାନୀୟ ଅଞ୍ଚଳର ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି କରାଯାଇଥାଏ। ଏହାଦ୍ୱାରା ସ୍ଥାନୀୟ ଗ୍ରାମବାସୀ ଉପକୃତ ହୋଇଥାନ୍ତି। ଦେଶୀ ପରିବହନର ମଜା: ପ୍ରାକୃତିକ ପରିବେଶରେ ସମୟ ବିତାଇବାକୁ ଇଚ୍ଛା କରୁଥିବା ଅନେକ ପର୍ଯ୍ୟଟକ ସେମାନଙ୍କ ମନପସନ୍ଦ ପାଇଁ କେହିକେହି ଘୋଡ଼ାଗାଡ଼ି, ଶଗଡ଼, ବ୍ୟାଟେରିଚାଳିତ ଗାଡ଼ି ଏବଂ ଜଳଭାଗରେ କାତମରା ବା ଆହୁଲା ଡଙ୍ଗାରେ ଅତିଥିମାନଙ୍କୁ ବୁଲାଇବାର ସୁବ୍ୟବସ୍ଥା କରିଥାନ୍ତି, କେତେକ ନିର୍ଦ୍ଦିଷ୍ଟ ଜୀବଜନ୍ତୁଙ୍କ ଉପରେ ବସି ବୁଲିବାର ମଜା ନେଇଥାନ୍ତି। ଏପରିକି ଅନେକ ଅତିଥି ଜଙ୍ଗଲର ପାଦଚଲା ରାସ୍ତାରେ ଗାଇଡ୍‌ଙ୍କ ସହିତ ବୁଲିଥାନ୍ତି। ପାହାଡ଼ ଚଢ଼ାକୁ ବି ଉପଭୋଗ କରିଥାନ୍ତି। ଜଳଭାଗରେ ଦେଶୀଡଙ୍ଗାରେ ଲାଇଫ୍‌ ଜ୍ୟାକେଟ ସହ ବୁଲିବାର ସୁବ୍ୟସ୍ଥା ରହିଛି। ପରିବେଶ ସୁରକ୍ଷା: ପରିବେଶ ପର୍ଯ୍ୟଟନସ୍ଥଳ ବୁଲିଆସୁଥିବା ଅନେକ ସ୍କୁଲ କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଏପରି ସ୍ଥାନଗୁଡ଼ିକରେ ପ୍ରତ୍ୟକ୍ଷ ଭାବେ ପରିବେଶକୁ ଅନୁଭବ କରିବା ସହିତ ଏଠାରେ ପରିବେଶ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଜନସଚେତନତା କର୍ମଶାଳା କରାଯାଇଥାଏ। ଏପରି ପ୍ରାକୃତିକ କ୍ୟାମ୍ପ୍‌ରେ ପ୍ରକୃତିର ସୁରକ୍ଷାକୁ ନେଇ ବିଶେଷଜ୍ଞମାନେ ଯୋଗଦେଇଥାନ୍ତି। କେତେକ ପରିବେଶ ପର୍ଯ୍ୟଟନ ସ୍ଥାନ: ରାଜ୍ୟର ମୁଖ୍ୟତଃ ପରିବେଶ ପର୍ଯ୍ୟଟନ ଭାବେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ, ଚନ୍ଦକା ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ସାତକୋଶିଆ ଟିକରପଡ଼ା,ଚିଲିକାର ମଙ୍ଗଳାଯୋଡ଼ି ,କୋଣାର୍କର ରାମଚଣ୍ଡୀ,ପୁରୁଣାକୋଟ୍‌ ଆଦି ଅଞ୍ଚଳ ସମେତ ଆହୁରି ଅନେକ ସ୍ଥାନରେ ବି ପରିବେଶ ପର୍ଯ୍ୟଟନ ଦେଖିପାରିବେ। ଏହି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସୁଥିବା ଅତିଥିମାନେ ବିଳାସବ୍ୟସନ ବିଶ୍ରାମ ପ୍ରତି ଆଗ୍ରହ ନ କରି ପ୍ରକୃତି କୋଳରେ ଅଧିକ ସମୟ ବିତାଇବାକୁ ଇଚ୍ଛା କରିଥାନ୍ତି। ବିଭିନ୍ନ ଅଞ୍ଚଳର ପ୍ରାକୃତିକ ପରିବେଶ ବୁଲିବାର ମଜା ବେଶ୍‌ ନିଆରା। ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ଏଠାର ନଦୀ,ଝରଣା,ଜଙ୍ଗଲ ,ପାହାଡ଼,ହ୍ରଦ ଓ ସମୁଦ୍ରର ବେଳାଭୂମି ଖୁବ୍‌ ମନୋରମ। -ବନବିହାରୀ ବେହେରା, ଦିନେଶ ଦେହୁରି
All Right Reserved By

ଫୁରସତ |

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ଭୃଣର ଲିଙ୍ଗ ନିରୂପଣ କରିବା ଅପରାଧ। ତେଣୁ ଭାରତରେ ଭୃଣର ଲିଙ୍ଗ ନିରୂପଣ କରିବାରେ ଲାଗିଛି ପ୍ରତିବନ୍ଧକ। ମାତ୍ର ଝାଡଖଣ୍ଡର ଲୋହରଦଗାରେ ଥିବା ଏକ ଛୋଟିଆ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। 

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

ସାଧାରଣତଃ ୪ ହାତ ଓ ୪ ଗୋଡ଼ ଥିବା ସନ୍ତାନ ଜନ୍ମ ନେଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାଆନ୍ତି ତ ପୁଣି କିଏ ଏହାକୁ ଶୁଭ ମାନି ଥାଆନ୍ତି। ହେଲେ ଏମିତି କାହିଁକି ହୁଏ, ତାହା ହୁଏତ ଅନେକେ ଜାଣି ନ ଥିବେ। 

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସ୍ବସ୍ତିକ ଚିହ୍ନର ରହିଛି ଅନେକ ଧାର୍ମିକ ମହତ୍ତ୍ୱ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଏହି ଚିହ୍ନର ବ୍ୟବହାର କରାଯାଇଥାଏ। 

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ମନ୍ଦିର ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଗ୍ରୀକ୍‌ରେ  ରହିଛି ଏପରି ଏକ ମନ୍ଦିର। ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। 

ବଡ଼ ବନ୍ଧାକୋବି

ବଡ଼ ବନ୍ଧାକୋବି

ନ୍ୟୁୟର୍କ, ୟୋର୍କଶାୟର୍‌ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ସେ ହେଉଛି ହାରୋଗେଟ୍‌ ଅଟମ୍‌ନ ଫ୍ଲାଓ୍ବାର ଶୋ’। ଏହା ବ୍ରିଟେନ୍‌ର ଏକ ଗର୍ଡେନିଂ ଇଭେଣ୍ଟ, ଯେଉଁଥିରେ ଆଗ୍ରହୀ କୃଷକମାନେ ନିଜ ଝାଳବୁହା ପରିଶ୍ରମରେ ଉତ୍ପାଦନ କରିଥିବା ବିରାଟକାୟ ପନିପରିବାକୁ ପ୍ରଦର୍ଶିତ କରିଥାଆନ୍ତି।

ବାପାଙ୍କ ସେବାରେ କୁନି ଝିଅ

ବାପାଙ୍କ ସେବାରେ କୁନି ଝିଅ

୬ ବର୍ଷର କୁନି ଝିଅ ଜିଆ ଜିଆ। ଯେଉଁ ବୟସରେ ସେ ବାପାଙ୍କ କାନ୍ଧରେ ବସି ଦୁନିଆ ଦେଖିବା କଥା, କଣ୍ଢେଇକୁ ସଜେଇ ଖେଳ ଖେଳିବା କଥା ସେହି ବୟସରେ ସେ ସାଜିଛି ପକ୍ଷାଘାତ ଗ୍ରସ୍ତ ବାପାଙ୍କ ସାହାରା। 

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପାର୍ବଣ ଅବସରରେ ବିଭିନ୍ନ ଶୁଭକାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ଏହା ଦ୍ୱାରା କାର୍ଯ୍ୟରେ କୌଣସି ବିଘ୍ନ ସୃଷ୍ଟି ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ସମୟରେ କିଛି ବାସ୍ତୁ କାର୍ଯ୍ୟ କରିବା ଦ୍ୱାରା ଗୃହ ତଥା ବ୍ୟବସାୟ ଆଦିରେ ଶୁଭଫଳ ପ୍ରାପ୍ତି ହୋଇଥାଏ।  

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସିଂହବାହିନୀ ମା’ ଦୁର୍ଗାଙ୍କ ଆଗମନ ଲାଗି ଗାଁଠାରୁ ସହର ଏବେ ଉତ୍ସବ ମୁଖର। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ପାଇଁ ସମସ୍ତେ ପ୍ରସ୍ତୁତି ଚଳାଇଛନ୍ତି। 

ଝିଅ ନୁହେଁ ହୀରା

ଝିଅ ନୁହେଁ ହୀରା

କମୁନି କନ୍ୟାଭ୍ରୂଣ ହତ୍ୟା। ଆଜି ବି ଅଳିଆ, ଆବର୍ଜନା, ପରିତ୍ୟକ୍ତ ସ୍ଥାନରୁ ଶୁଭୁଛି କଅଁଳ ଶିଶୁକନ୍ୟାର କରୁଣ କ୍ରନ୍ଦନ। ହେଲେ ସେହି ଝିଅ ବାରବାର ପ୍ରମାଣିତ କରିଆସିଛି, ସେ ନୁହେଁ କାହାଠାରୁ କମ୍‌। ସେ ଘର ସମ୍ଭାଳି ପାରେ, ଦେଶ ବି। 

କେମିତି କଟିବ ପୂଜା

କେମିତି କଟିବ ପୂଜା

ପୂଜା ପାର୍ବଣରେ ସମସ୍ତେ ଛୁଟି ମନାନ୍ତି। ପରିବାର ସହ ସମୟ ଅତିବାହିତ କରନ୍ତି। ମାତ୍ର କଳାକାରଙ୍କର ଛୁଟି ନଥାଏ। କାରଣ ମନୋରଞ୍ଜନ କରିବା ସେମାନଙ୍କର ଧର୍ମ। ଜଲିଉଡ୍‌ର କେତେକ ଲୋକପ୍ରିୟ କଳାକାରଙ୍କ ପାର୍ବଣ ଅବସରକୁ ନେଇ ଏଇ ଆଲେଖ୍ୟ...

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ଲେଖିକା ପଙ୍କଜବାସିନୀ ଭଞ୍ଜଦେଓ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ମା’ ସିଂହାସନୀ

ମା’ ସିଂହାସନୀ

ପ୍ରାକୃତିକ ଶୋଭା ସମ୍ପଦରେ ବିମଣ୍ଡିତ ଓଡ଼ିଶାର ଗଞ୍ଜାମ ଜିଲା। ଏଠାରେ ରହିଛି ଅନେକ ଦେବୀପୀଠ। ତେବେ ପୋଲସରାଠାରୁ ପ୍ରାୟ ୨୭ କି.ମି ଦୂର ପାହାଡ଼ ଜଙ୍ଗଲଘେରା ପ୍ରାକୃତିକ ପରିବେଶରେ ଥିବା ମା’ ସିଂହାସନୀଙ୍କ ପୀଠ ଅନ୍ୟତମ।