Dharitri News
ଖେଳ |

ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍‌କା

ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍‌କା ଆଡିଲେଡ୍‌, ୩ା୧୨ (ଏଏଫ୍‌ପି)-ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟରେ ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସ ୪୪୨/୮ରେ ଘୋଷଣା କରିଛି। ଭ୍ରମଣକାରୀ ଦଳକୁ ଏହାର ପ୍ରଥମ ଇନିଂସରେ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ୭ମ ଓଭରରେ ମିଚେଲ ଷ୍ଟାର୍କଙ୍କ ବଲ୍‌ର ଶିକାର ହୋଇ ମାର୍କ ଷ୍ଟୋନ୍‌ମ୍ୟାନ ପ୍ୟାଭିଲିଅନ ଫେରିଛନ୍ତି। ସେ ୧୮ରନ କରି ଖେଳୁଥିବାବେଳେ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ଇଂଲଣ୍ଡ ୧ଉଇକେଟ ବିନିମୟରେ ୨୯ରନ କରିଥିଲା। ଆଲିଷ୍ଟର କୁକ୍‌ ୧୧ ଏବଂ ଜେମ୍ସ ଭିନ୍‌ସେ ବିନା କୌଣସି ରନରେ ଅପରାଜିତ ଥିଲେ। ଆଶେସ ସିରିଜରେ ପ୍ରଥମଥର ଦିବାରାତ୍ର ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିବସ ଖେଳକୁ ବର୍ଷାଯୋଗୁ ଆଗୁଆ ସ୍ଥଗିତ ରଖାଯାଇଥିଲା। ପୂର୍ବରୁ ଘରୋଇ ଦଳ ପୂର୍ବଦିନର ଅସମାପ୍ତ ସ୍କୋର ୨୦୯/୪ରୁ ଖେଳ ଆରମ୍ଭ କରିଥିଲା। ଶନିବାର ୨୦ରନ କରି ଅପରାଜିତ ରହିଥିବା ଶନ୍‌ ମାର୍ଶଙ୍କ ଶତକ ହାସଲ କରିବାରୁ ଅଷ୍ଟ୍ରେଲିଆ ସ୍ଥିତି ସୁଦୃଢ ହୋଇଯାଇଥିଲା। ମାର୍ଶ ୨୧୩ ବଲ୍‌ରେ ୧୨୬ରନ କରି ଅପରାଜିତ ରହିଥିଲେ। ଏହାଥିଲା ତାଙ୍କର ୫ମ ଟେଷ୍ଟ ଶତକ। ଅନ୍ୟପକ୍ଷରେ ପୂର୍ବଦିନ ୩୬ ରନ କରି ଅପରାଜିତ ରହିଥିବା ପିଟର ହ୍ୟାଣ୍ଡ୍ସକମ୍ବ ଆଉ ରନ ଯୋଗ କରି ନ ପାରି ସମାନ ସ୍କୋରରେ ଆଉଟ ହୋଇଯାଇଥିଲେ। ଡିନରବ୍ରେକ୍‌ ପରେ ପ୍ୟାଟ୍‌ କୁମିନ୍ସ ୪୪ ରନ କରି ଆଉଟ ହେବାପରେ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଅଷ୍ଟ୍ରେଲିଆ ପାଳି ଘୋଷଣା କରିଥିଲେ। ଏକ ପିଙ୍କ୍‌ ବଲ୍‌ ଟେଷ୍ଟରେ ଅଷ୍ଟ୍ରେଲିଆର ଏହାଥିଲା ଶ୍ରେଷ୍ଠ ଇନିଂସ। ପୂର୍ବରୁ ଗତବର୍ଷ ଆଡିଲେଡ୍‌ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୮୩ ରନ ଏହାର ଶ୍ରେଷ୍ଠ ଇନିଂସ ବିବେଚନା କରାଯାଉଥିଲା। ସଂକ୍ଷିପ୍ତ ସ୍କୋର- ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୪୪୨/୮, ଘୋଷଣା (ଶନ୍‌ ମାର୍ଶ-୧୨୬*, ଟିମ୍‌ ପେନ୍‌-୫୭, ଉସ୍‌ମାନ ଖ୍ବାଜା-୫୩, ଡେଭିଡ ଓ୍ବାର୍ନର-୪୭, ପ୍ୟାଟ କୁମିନ୍ସ-୪୪, ଷ୍ଟିଭ୍‌ ସ୍ମିଥ୍‌-୪୦, କ୍ରେଗ୍‌ ଓଭରଟନ-୩/୧୦୫, ଷ୍ଟୁଆର୍ଟ ବ୍ରଡ୍‌-୨/୭୨)। ଇଂଲଣ୍ଡ ପ୍ରଥମ ଇନିଂସ: ୨୯/୧ ।

ଖେଳ |

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ

ନୂଆଦିଲ୍ଲୀ, ୨୨।୧(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୧ତମ ସଂସ୍କରଣ ଏପ୍ରିଲ ୭ରୁ ଆରମ୍ଭ ହେବ। ଏହା ମେ ୨୭ ପର୍ଯ୍ୟନ୍ତ ଚାଲିବ ବୋଲି ସୋମବାର ଆଇପିଏଲ ଗଭର୍ନିଂ କାଉନ୍‌ସିଲ୍‌ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଅର୍ଥକରୀ ଟି୨୦ ଲିଗ୍‌ର ଉଦ୍‌ଘାଟନୀ ସମାରୋହ ଏପ୍ରିଲ ୬ରେ ଓ ଉଦ୍‌ଯାପନୀ ବମ୍ବେରେ ଅନୁଷ୍ଠିତ ହେବ।

ଜୋକୋଭିଚ୍‌ଙ୍କ ବିପର୍ଯ୍ୟୟ, କ୍ୱାର୍ଟରରେ ଫେଡେରର, ହାଲେପ୍‌

ଜୋକୋଭିଚ୍‌ଙ୍କ ବିପର୍ଯ୍ୟୟ, କ୍ୱାର୍ଟରରେ ଫେଡେରର, ହାଲେପ୍‌

ମେଲବୋର୍ନ,୨୨ା୧(ଏ.ଏଫ୍‌.ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ଟେନିସ୍‌ ଟୁର୍ନାମେଣ୍ଟରେ ଅଷ୍ଟମ ଦିନରେ ପହଞ୍ଚିଛି। ସୋମବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୂର୍ବତନ ଏକ ନମ୍ବର ଖେଳାଳି ୧୪ତମ ସିଡ ମାନ୍ୟତା ପାଇଥିବା ସର୍ବିୟାର ନୋଭାକ ଜୋକୋଭିଚ୍‌ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଚତୁର୍ଥ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି।

୪୯ ବଲରେ ଶତକ ମାରିଲେ ରାଇନା

୪୯ ବଲରେ ଶତକ ମାରିଲେ ରାଇନା

କୋଲକାତା, ୨୨।୧(ପି.ଟି.)- ଜାତୀୟ ଦଳରୁ ଅଲୋଡ଼ା ହୋଇଥିବା ତଥା ସୀମିତ ଓଭର କ୍ରିକେଟରେ ଜଣେ ବିଶେଷଜ୍ଞ ଭାବେ ପରିଚିତ ହୋଇଥିବା ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଦୀର୍ଘ ଦିନର ବ୍ୟବଧାନ ପରେ ଫର୍ମକୁ ଫେରିଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ବୋପାନ୍ନା, ଶରନ ହାରିଲେ

ଅଷ୍ଟ୍ରେଲିଆନ୍‌ ଓପନ୍‌: ବୋପାନ୍ନା, ଶରନ ହାରିଲେ

ମେଲବୋର୍ନ, ୨୨।୧(ପି.ଟି.)- ଦୁଇ ଭାରତୀୟ ଖେଳାଳି ରୋହନ ବୋପାନ୍ନା ଓ ଡିଭିଜ ଶରନ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସର ତୃତୀୟ ରାଉଣ୍ଡ ହର୍ଡଲ୍ସ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ସ୍ମିଥ୍‌ଙ୍କୁ ବିଶ୍ରାମ, ଓ୍ବାର୍ନର ଅଧିନାୟକ

ସ୍ମିଥ୍‌ଙ୍କୁ ବିଶ୍ରାମ, ଓ୍ବାର୍ନର ଅଧିନାୟକ

ମେଲବୋର୍ନ, ୨୨।୧(ଏଏଫ୍‌ପି)- ଅଷ୍ଟ୍ରେଲିଆ, ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ନେଇ ଏକ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜ ଆସନ୍ତା ଫେବୃୟାରୀ ୩ରୁ ଆରମ୍ଭ ହେବ। ଏଥିଲାଗି ଘରୋଇ ଅଷ୍ଟ୍ରେଲିଆ ଦଳ ସୋମବାର ଘୋଷଣା କରାଯାଇଛି। ଦଳର ନିୟମିତ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିବାବେଳେ

ପ୍ରଥମ ଟି୨୦ରେ ନ୍ୟୁଜିଲାଣ୍ଡ ବିଜୟୀ

ପ୍ରଥମ ଟି୨୦ରେ ନ୍ୟୁଜିଲାଣ୍ଡ ବିଜୟୀ

ଓ୍ବେଲିଂଟନ, ୨୨।୧(ଏଏଫ୍‌ପି)- ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ସ୍ଥାନୀୟ ଓ୍ବେଷ୍ଟପାକ୍‌ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୧୦୬ ରନର ଲକ୍ଷ୍ୟକୁ ଟିମ୍‌ ସୌଦୀଙ୍କ ଦଳ ୭ ଉଇକେଟ୍‌ ଓ ୨୫ଟି ବଲ ସୁରକ୍ଷିତ ଥାଇ ହାସଲ କରିନେଇଥିଲା।

ବ୍ୟାଡ୍‌ମିଣ୍ଟନ ପ୍ରିମିୟର ଲିଗ୍‌: ପୁରୀ ସ୍ମାସ୍‌ କିଙ୍ଗ୍‌ ଚାମ୍ପିୟନ

ବ୍ୟାଡ୍‌ମିଣ୍ଟନ ପ୍ରିମିୟର ଲିଗ୍‌: ପୁରୀ ସ୍ମାସ୍‌ କିଙ୍ଗ୍‌ ଚାମ୍ପିୟନ

କଟକ ଅଫିସ,୨୧ା୧-ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଓ କଟକ କ୍ଲବର ମିଳିତ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମଠାରେ ଚାଲିଥିବା ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ ରବିବାର ଉଦ୍‌ଯାପିିତ ହୋଇଯାଇଛି।

ରାଜ୍ୟସ୍ତରୀୟ କୁସ୍ତି ଉଦ୍‌ଯାପିତ

ରାଜ୍ୟସ୍ତରୀୟ କୁସ୍ତି ଉଦ୍‌ଯାପିତ

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଗତ ଦୁଇଦିନ ଧରି ଚାଲିଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି।

ନାଡାଲ- ସିଲିକ, ଓଜନିଆକି- ନାଭାରୋ କ୍ୱାର୍ଟର ଫାଇନାଲ

ନାଡାଲ- ସିଲିକ, ଓଜନିଆକି- ନାଭାରୋ କ୍ୱାର୍ଟର ଫାଇନାଲ

ମେଲବୋର୍ନ,୨୧ା୧(ପି.ଟି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ ଟେନିସ ଟୁର୍ନାମେଣ୍ଟ ସପ୍ତମ ଦିନରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନାର ରାଫେଲ ନାଡାଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଆଶେସ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ

ଆଶେସ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ

ସିଡନୀ,୨୧ା୧(ପି.ଟି.)- ଭ୍ରମଣକାରୀ ଇଂଲଣ୍ଡ ଆଶେସ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ ନେଇଛି। ସ୍ଥାନୀୟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆକୁ ୧୬ ରନରେ ପରାସ୍ତ କରିଛି।

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ନାଡାଲ

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ନାଡାଲ

ମେଲବୋର୍ନ, ୨୧।୧- ଚଳିତ ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ ରାଫାଲ ନାଡାଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶୀର୍ଷ ର଼୍ୟାଙ୍କଧାରୀ ଏହି ଖେଳାଳି ୬-୩, ୬-୭(୪/୭), ୬-୩, ୬-୩ ସେଟ୍‌ରେ ଆର୍ଜେଣ୍ଟିନାର ଡିଆଇଗୋ ସ୍କଓ୍ବାର୍ଟଜମ୍ୟାନଙ୍କୁ ହରାଇ ଦେଇଛନ୍ତି।

ପ୍ରି-କ୍ୱାର୍ଟରରେ ହାରିଲେ ପେସ୍‌-ପୂରବ

ପ୍ରି-କ୍ୱାର୍ଟରରେ ହାରିଲେ ପେସ୍‌-ପୂରବ

ମେଲବୋର୍ନ, ୨୧।୧- ଭେଟେରାନ ଲିଆଣ୍ଡର ପେସ୍‌ ଓ ପୂରବ ରାଜାଙ୍କ ଯୋଡ଼ି ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଡବଲ୍ସ ବର୍ଗର ପ୍ରି-କ୍ୱାର୍ଟର ରାଉଣ୍ଡରେ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି। ରବିବାର ଖେଳାଯାଇଥିବା ମୁକାବିଲାରେ ଅଣସିଡ୍‌ ଭାରତୀୟ ଯୋଡ଼ି ୧-୬, ୨-୬ ସେଟ୍‌ରେ କଲମ୍ବିଆର ଜୁଆନ ସେବେଷ୍ଟିଆନ କାବାଲ ଓ ରବର୍ଟ ଫରାହଙ୍କ ଯୋଡ଼ିଠାରୁ ପରାସ୍ତ ହୋଇଛନ୍ତି।