Dharitri News
ଖେଳ |

‘ଗର୍ବର ସହ ଅର୍ଜୁନ ସମ୍ମାନ ପାଇଁ ଆବେଦନ କରିବି’

‘ଗର୍ବର ସହ ଅର୍ଜୁନ ସମ୍ମାନ ପାଇଁ ଆବେଦନ କରିବି’ ନୂଆଦିଲ୍ଲୀ, ୩।୧୨- ବର୍ତ୍ତମାନ ମୁଁ ଅର୍ଜୁନ ସମ୍ମାନ ପାଇଁ ଗର୍ବର ସହ ଆବେଦନ କରିବି। ଏଭଳି ମନ୍ତବ୍ୟ ଦେଇଛନ୍ତି ନିକଟରେ ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନ୍‌ଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ମିରାବାଈ ଚାନୁ। ମଣିପୁର ଇମ୍ପାଲରେ ପହଞ୍ଚିବା ପରେ ସେ କହିଛନ୍ତି, ”ମୁଁ ଅର୍ଜୁନ ସମ୍ମାନ ପାଇଁ ବହୁ ଅପେକ୍ଷା କରିଛି। ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରଣାଳୟ ମୋତେ କୌଣସି ଆଳରେ ଅର୍ଜୁନ ସମ୍ମାନର ହକଦାର ହେବାଠାରୁ ରୋକିପାରିବ ନାହିଁ। ଗତ ୨୦୧୫ରେ ଗ୍ଲାସଗୋଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୁଁ ରୌପ୍ୟ ପଦକ ପାଇଥିଲି। ସେତେବେଳେ ଭାବିଥିଲି ଯେ, ମୋତେ ଅର୍ଜୁନ ସମ୍ମାନ ମିଳିଯିବ। ଏଥିନେଇ ମୁଁ ଆବେଦନ ମଧ୍ୟ କରିଥିଲି। କିନ୍ତୁ ମୋତେ ନିରାଶ ହେବାକୁ ପଡ଼ିଥିଲା। ଏହାପରେ ମୁଁ କଠିନରୁ କଠିନ ପରିଶ୍ରମ କରିଥିଲି, ଯାହାର ଫଳ ମୋତେ ସ୍ବର୍ଣ୍ଣ ପଦକ ରୂପେ ମିଳିଛି। ଏଣୁ ଏଥର ରାଷ୍ଟ୍ରପତିଙ୍କ ନିକଟରୁ ଅର୍ଜୁନ ସମ୍ମାନ ଗ୍ରହଣ କରିବି ବୋଲି ମୁଁ ଆଶା ରଖିଛି। ଏହାସତ୍ତ୍ୱେ ଯଦି ଚଳିତଥର ମଧ୍ୟ ମୋତେ ଅଣଦେଖା କରାଗଲେ ମୁଁ ନିଶ୍ଚିତ ମନ୍ତ୍ରଣାଳୟକୁ ପ୍ରଶ୍ନ କରିବି ଯେ, ଅର୍ଜୁନ ସମ୍ମାନ ପାଇବା ପାଇଁ ମୋତେ ଆଉ କ’ଣ ପ୍ରମାଣ କରିବାକୁ ପଡ଼ିବ। ମୋ ଗ୍ରାମବାସୀମାନେ ଏଥିପାଇଁ ଅପେକ୍ଷା କରିଛନ୍ତି“। ଏହାବାଦ୍‌ ସେ ଆହୁରି କହିଛନ୍ତି, ମୁଁ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବା ଲକ୍ଷ୍ୟ ରଖିଛି। ଏହାକୁ ନିଶ୍ଚିତ ରୂପେ ହାତେଇବି। ଉଲ୍ଲେଖଥାଉ କି, ଦୀର୍ଘ ୨୨ ବର୍ଷର ଅପେକ୍ଷା ପରେ ପ୍ରଥମ ଭାରତୀୟ ଭାରୋତ୍ତୋଳନକାରୀ ଭାବେ ଚାନୁ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। 

ଖେଳ |

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ବାଙ୍ଗାଲୋରସ୍ଥିତ ଏଥେନା ସ୍ପୋଟର୍‌ସ କ୍ଲବଠାରେ ଓଡ଼ିଶା ୟୁଥ୍‌ ପକ୍ଷରୁ ଚାଲିଥିବା ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌)ର ୩ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି।

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଘସିପୁରା,୨୦।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଳତୀ ଠାରେ ୨୫ତମ ରାଜ୍ୟସ୍ତରୀୟ ଗୋଲଡେନ୍‌ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆନନ୍ଦପୁର ଉପଜିଲାପାଳ ନିତ୍ୟାନନ୍ଦ ବାରିକ, ଆନନ୍ଦପୁର ବ୍ଲକ ବିଡିଓ ଉମାକାନ୍ତ ପରିଡା, ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ଦେବାଶିଷ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ପାକିସ୍ତାନକୁ ହରାଇ ଟାଇଟଲ ବଜାୟ ରଖିଲା ଭାରତ

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ପାକିସ୍ତାନକୁ ହରାଇ ଟାଇଟଲ ବଜାୟ ରଖିଲା ଭାରତ

ନୂଆଦିଲ୍ଲୀ,୨୦।୧(ପି.ଟି.)- ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଅଜୟ ରେଡ୍ଡୀଙ୍କ ନେତୃତ୍ୱାଧୀନ ଭାରତ ଟାଇଟଲ ହାସଲ କରିଛି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଭାରତ ଦୁଇ ଉଇକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଚାମ୍ପିୟନ ହେବା ସହିତ କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ କରିଛି। ଏହା ପୂର୍ବରୁ ଗ୍ରୁପ୍‌ ମ୍ୟାଚ୍‌ରେ ମଧ୍ୟ ଭାରତ ଗତ ୧୩ ତାରିଖରେ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା। ମୋଟ ଉପରେ ଏହି ମେଗା ଇଭେଣ୍ଟରେ ଭାରତ ଦୁଇଥର ପାକିସ୍ତାନକୁ ହରାଇଛି।

ଚତୁଃରାଷ୍ଟ୍ରୀୟ ହକି: ଫାଇନାଲରେ ଭାରତ

ଚତୁଃରାଷ୍ଟ୍ରୀୟ ହକି: ଫାଇନାଲରେ ଭାରତ

ଟୌରାଙ୍ଗ(ନ୍ୟୁଜିଲାଣ୍ଡ),୨୦।୧- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ଟୁର୍ନାମେଣ୍ଟର ଫାଇନାଲ୍‌ରେ ଭାରତୀୟ ଦଳ ପ୍ରବେଶ କରିଛି। ଶବିବାର ବ୍ଲାକ ପାର୍କଠାରେ ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳ ୩-୧ ଗୋଲ୍‌ରେ ଘରୋଇ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଏହି ସଫଳତା ପାଇଛି।

ଶାରାପୋଭାଙ୍କ ଅଭିଯାନ ଶେଷ

ଶାରାପୋଭାଙ୍କ ଅଭିଯାନ ଶେଷ

ମେଲବୋର୍ନ, ୨୦।୧- ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ପୂର୍ବତନ ଚାମ୍ପିୟନ୍‌ ମାରିଆ ଶାରାପୋଭାଙ୍କ ଅଭିଯାନ ଶନିବାର ଶେଷ ହୋଇଛି। ପାଞ୍ଚ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଅଧିକାରୀ ଶାରାପୋଭାଙ୍କୁ ୨୧ତମ ସିଡ୍‌ ଜର୍ମାନୀର ଆଞ୍ଜେଲିନ୍‌ କର୍ବର ୬-୧, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରି-କ୍ୱାର୍ଟରରେ ପେସ୍‌

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରି-କ୍ୱାର୍ଟରରେ ପେସ୍‌

ମେଲବୋର୍ନ, ୨୦।୧(ପି.ଟି.)- ଭେଟେରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଓ ତାଙ୍କ ଯୋଡ଼ିଦାର ପୂରବ ରାଜା ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ଡବଲ୍ସ ବର୍ଗରେ ପ୍ରି-କ୍ୱାର୍ଟର୍‌ରେ ସ୍ଥାନ ପକ୍କା କରିଛନ୍ତି।

ଆଜିଠାରୁ ରାଜ୍ୟ କୁସ୍ତି ପ୍ରତିଯୋଗିତା

ଭୁବନେଶ୍ୱର, ୨୦।୧ ଓଡ଼ିଶା କୁସ୍ତି ସଂଘ ଆନୁକୂଲ୍ୟରେ ଖୋର୍ଦ୍ଧା କୁସ୍ତି ସଂଘ ପକ୍ଷରୁ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପ୍ରାଙ୍ଗଣରେ ୨୦ ଓ ୨୧ ତାରିଖରେ ରାଜ୍ୟ (ଆନ୍ତଃ ଜିଲା) କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାର ୧୫୦ ପ୍ରତିଯୋଗୀ ଓ ୫୦ ଜଣ ଅଫିସିଆଲ୍‌ ଅଂଶଗ୍ରହଣ କରିବେ।

ହାଇପରଆଣ୍ଡ୍ରୋଜେନିଜମ ନିୟମ, ଆଉ ୬ ମାସ ପାଇଁ ସସ୍‌ପେଣ୍ଡ

ହାଇପରଆଣ୍ଡ୍ରୋଜେନିଜମ ନିୟମ, ଆଉ ୬ ମାସ ପାଇଁ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୧୯।୧ (ପି.ଟି.)-କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌) ଶୁକ୍ରବାର ଇଣ୍ଟରନ୍ୟାଶନାଲ ଆଥଲେଟିକ ଫେଡେରେଶନ (ଆଇଏଏଏଫ୍‌)ର ବିବାଦୀୟ ହାଇପରଆଣ୍ଡ୍ରୋଜେନିଜମ ନିୟମକୁ ଆଉ ୬ ମାସ ପାଇଁ ସସ୍‌ପେଣ୍ଡ କରିଛନ୍ତି। ଫଳରେ ଏହାର ଶିକାର ହୋଇଥିବା ଓଡ଼ିଶାର ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି।

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ମେଲବୋର୍ନ, ୧୯।୧(ପି.ଟି.)- ଭାରତର ଡିଭିଜ ଶରନ ଓ ରୋହନ ବୋପାନ୍ନା ନିଜ ପାର୍ଟନରଙ୍କ ସହ ଅଷ୍ଟ୍ରେଲିଆନ ଓପନ ଟେନିସ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ମେଲବୋର୍ନ, ୧୯।୧(ଏଏଫପି)- ଟିନ୍‌ ଏଜ୍‌ ସେନସେଶନ ୧୫ ବର୍ଷୀୟା ମାର୍ତା କୋଷ୍ଟ୍ୟୁକଙ୍କ ବିଜୟରେ ବ୍ରେକ୍‌ ଲଗାଇଛନ୍ତି ୪ର୍ଥ ସିଡ୍‌ ଏଲିନା ସ୍ବିତୋଲିନା। ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସର ଶୁକ୍ରବାର ଅନୁଷ୍ଠିତ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ନିଜ ଦେଶର କୋଷ୍ଟ୍ୟୁକଙ୍କୁ ସିଧାସଳଖ ୬-୨, ୬-୨ ସେଟ୍‌ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ୟୁକ୍ରେନର ସ୍ବିତୋଲିନା।

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ, ୧୯।୧(ଏଏଫପି)- ସ୍ଥାନୀୟ ବେସିନ ରିଜର୍ଭ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ୫ମ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୫ ରନରେ ପାକିସ୍ତାନକୁ ହରାଇ ଦେଇଛି। ଏଥି ସହିତ ପାକିସ୍ତାନ ବିପକ୍ଷ ସିରିଜକୁ ନ୍ୟୁଜିଲାଣ୍ଡ ବିରଳ ୫-୦ରେ କ୍ଲିନ୍‌ ସୁଇପ୍‌ କରିଛି।

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ମାଉଣ୍ଟ ମାଉନଗାନୁଇ(ନ୍ୟୁଜିଲାଣ୍ଡ), ୧୯।୧(ପି.ଟି.)- ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଭାରତ ୧୦ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଏଥିସହ ଭାରତ ଗ୍ରୁପ‘ବି’ରେ ଶୀର୍ଷସ୍ଥାନ ପକ୍କା କରିଛି।