Dharitri News
ଖେଳ |

ଓ୍ବେଲିଂଟନ୍‌ ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜ୍‌ର ଦୃଢ଼ ଜବାବ

ଓ୍ବେଲିଂଟନ୍‌ ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜ୍‌ର ଦୃଢ଼ ଜବାବ ଓ୍ବେଲିଂଟନ, ୩।୧୨(ଏଏଫ୍‌ପି)- ଏଠାରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ୨ୟ ଇନିଂସ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଦୃଢ଼ ଜବାବ ଦେଇଛି। ମ୍ୟାଚ୍‌ର ୩ୟ ଦିବସରେ ନ୍ୟୁଜିଲାଣ୍ଡ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ୍‌ରେ ସ୍କୋର (୪୪୭/୯)ରୁ ବ୍ୟାଟିଂ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା ବ୍ୟାଟ୍ସମ୍ୟାନ ଟମ୍‌ ବ୍ଲୁଣ୍ଡେଲ ଓ ଟ୍ରେଣ୍ଟ ବୋଲ୍ଟଙ୍କ ଯୋଡ଼ି ରବିବାର ୭୩ ରନ୍‌ ଯୋଗ କରିଥିଲେ। ବ୍ଲୁଣ୍ଡେଲ ଶତକ ପୂରଣ କରିବା ପରେ ଘରୋଇ ଦଳ ୫୨୦ ରନ୍‌ରେ ପାଳି ଘୋଷଣା କରିଥିଲା। ପୂର୍ବରୁ ପ୍ରଥମ ଇନିଂସ୍‌ରେ ମାତ୍ର ୧୩୪ ରନ୍‌ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ଇନିଂସ୍‌ ପରାଜୟ ଏଡ଼ାଇବା ପାଇଁ ୨ୟ ଇନିଂସ୍‌ରେ ୩୮୬ ରନ୍‌ ଆବଶ୍ୟକ କରୁଥିଲା। ଏଭଳି ସ୍ଥିତିରେ କ୍ରେଗ ବ୍ରାଥଓ୍ବେଟ ଓ କିରାନ ପାଓ୍ବେଲଙ୍କ ଓପନିଂ ଯୋଡ଼ି ୭୨ ରନ୍‌ ଯୋଗ କରିଥିଲା। ପାଓ୍ବେଲ ୪୦ ରନ୍‌ କରି ଫେରିବା ପରେ କ୍ରିଜରେ ତାଙ୍କ ସ୍ଥାନ ପୂରଣ କରିଥିଲେ ଶିମ୍ରୋନ ହେଟମେର। ଏହିଠାରୁ ବ୍ରାଥଓ୍ବେଟ ଓ ହେଟମେରଙ୍କ ଯୋଡ଼ି ଦଳୀୟ ସ୍କୋର୍‌କୁ ୧୬୬ ରନ୍‌ରେ ପହଞ୍ଚାଇ ଥିଲେ। ଅର୍ଦ୍ଧଶତକ ପୂରଣ କରି ଖେଳୁଥିବା ହେଟମେର (୬୬)ଙ୍କୁ ଆଉଟ୍‌ କରି ନ୍ୟୁଜିଲାଣ୍ଡ ପାଇଁ ମ୍ୟାଟ ହେନରୀ ୨ୟ ସଫଳତା ଆଣିଥିଲେ। ବ୍ୟାଟିଂ କ୍ରମର ୪ର୍ଥ କ୍ରମରେ ସାଇ ହୋପଙ୍କ ସହ ବ୍ରାଥଓ୍ବେଟ ମିଶି ଘରୋଇ ବୋଲରଙ୍କୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ଆଉ ଉଇକେଟ ନେବାକୁ ସୁଯୋଗ ଦେଇ ନ ଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ ଦିବସ ଶେଷ ସୁଦ୍ଧା ୨ ଉଇକେଟ ବିନିମୟରେ ୨୧୪ ରନ୍‌ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ବ୍ରାଥଓ୍ବେଟ ୭୯ ଓ ହୋପ ୨୧ ରନ୍‌ କରି ଅପରାଜିତ ରହିଛନ୍ତି। ମ୍ୟାଚ୍‌ରେ ଆହୁରି ଦୁଇ ଦିନ ବାକି ଥିବାବେଳେ ଭ୍ରମଣକାରୀ ଦଳକୁ ଇନିଂସ୍‌ ପରାଜୟରୁ ବର୍ତ୍ତିବା ପାଇଁ ବଳକା ୮ ଉଇକେଟରେ ୧୧୪ ରନ୍‌ର ଆବଶ୍ୟକତା ଅଛି।

ଖେଳ |

 ପୋପ୍‌ଙ୍କୁ ୮ ଉଇକେଟ୍‌: ସେମିରେ ଅଷ୍ଟ୍ରେଲିଆ

ପୋପ୍‌ଙ୍କୁ ୮ ଉଇକେଟ୍‌: ସେମିରେ ଅଷ୍ଟ୍ରେଲିଆ

କୁଇନ୍ସଟାଉନ୍‌, ୨୩।୧- ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ର ଏକ ସୁପର୍‌ଲିଗ୍‌ କ୍ୱାର୍ଟରଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ଦଳ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବେନି ରୁଟ୍‌

ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବେନି ରୁଟ୍‌

ସିଡ୍‌ନୀ, ୨୩।୧(ଏଏଫ୍‌ପି)- ଘରୋଇ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ନେଇ ଫେବୃୟାରୀ ୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଅନୁଷ୍ଠିତ ହେବ। ବରିଷ୍ଠ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ଏହି ଗୁରୁତ୍ୱପୂର୍ଣ୍ଣ ସୀମିତ ଓଭର ବିଶିଷ୍ଟ ସିରିଜ ଲାଗି ଇଂଲଣ୍ଡ ଦଳରୁ ଓହରିଯାଇଛନ୍ତି।

ବୋପାନ୍ନା-ବାବୋସ କ୍ୱାର୍ଟରଫାଇନାଲରେ

ବୋପାନ୍ନା-ବାବୋସ କ୍ୱାର୍ଟରଫାଇନାଲରେ

ମେଲବୋର୍ନ, ୨୩।୧(ପି.ଟି.)- ଭାରତୀୟ ଟେନିସ ଷ୍ଟାର ରୋହନ ବୋପାନ୍ନା ଓ ତାଙ୍କ ହଙ୍ଗେରିଆନ ପାର୍ଟନର ତିମେଆ ବାବୋସ ଯୋଡ଼ି ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ର ମିକ୍ସଡ୍‌ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଜାତୀୟ ସିନିୟର ଭାରୋତ୍ତୋଳନ: ସୁଶାନ୍ତଙ୍କୁ ସ୍ବର୍ଣ୍ଣ

ଜାତୀୟ ସିନିୟର ଭାରୋତ୍ତୋଳନ: ସୁଶାନ୍ତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୩।୧(ସ୍ପୋଟର୍‌ସ ବ୍ୟୁରୋ): ମାଙ୍ଗାଲୋରରେ ଚାଲିଥିବା ଜାତୀୟ ସିନିୟର ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ସୁଶାନ୍ତ ସାହୁ ସ୍ବର୍ଣ୍ଣପଦକ ଅର୍ଜନ କରିଛନ୍ତି।

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ

ନୂଆଦିଲ୍ଲୀ, ୨୨।୧(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୧ତମ ସଂସ୍କରଣ ଏପ୍ରିଲ ୭ରୁ ଆରମ୍ଭ ହେବ। ଏହା ମେ ୨୭ ପର୍ଯ୍ୟନ୍ତ ଚାଲିବ ବୋଲି ସୋମବାର ଆଇପିଏଲ ଗଭର୍ନିଂ କାଉନ୍‌ସିଲ୍‌ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଅର୍ଥକରୀ ଟି୨୦ ଲିଗ୍‌ର ଉଦ୍‌ଘାଟନୀ ସମାରୋହ ଏପ୍ରିଲ ୬ରେ ଓ ଉଦ୍‌ଯାପନୀ ବମ୍ବେରେ ଅନୁଷ୍ଠିତ ହେବ।

ଜୋକୋଭିଚ୍‌ଙ୍କ ବିପର୍ଯ୍ୟୟ, କ୍ୱାର୍ଟରରେ ଫେଡେରର, ହାଲେପ୍‌

ଜୋକୋଭିଚ୍‌ଙ୍କ ବିପର୍ଯ୍ୟୟ, କ୍ୱାର୍ଟରରେ ଫେଡେରର, ହାଲେପ୍‌

ମେଲବୋର୍ନ,୨୨ା୧(ଏ.ଏଫ୍‌.ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ଟେନିସ୍‌ ଟୁର୍ନାମେଣ୍ଟରେ ଅଷ୍ଟମ ଦିନରେ ପହଞ୍ଚିଛି। ସୋମବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୂର୍ବତନ ଏକ ନମ୍ବର ଖେଳାଳି ୧୪ତମ ସିଡ ମାନ୍ୟତା ପାଇଥିବା ସର୍ବିୟାର ନୋଭାକ ଜୋକୋଭିଚ୍‌ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଚତୁର୍ଥ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି।

୪୯ ବଲରେ ଶତକ ମାରିଲେ ରାଇନା

୪୯ ବଲରେ ଶତକ ମାରିଲେ ରାଇନା

କୋଲକାତା, ୨୨।୧(ପି.ଟି.)- ଜାତୀୟ ଦଳରୁ ଅଲୋଡ଼ା ହୋଇଥିବା ତଥା ସୀମିତ ଓଭର କ୍ରିକେଟରେ ଜଣେ ବିଶେଷଜ୍ଞ ଭାବେ ପରିଚିତ ହୋଇଥିବା ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଦୀର୍ଘ ଦିନର ବ୍ୟବଧାନ ପରେ ଫର୍ମକୁ ଫେରିଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ବୋପାନ୍ନା, ଶରନ ହାରିଲେ

ଅଷ୍ଟ୍ରେଲିଆନ୍‌ ଓପନ୍‌: ବୋପାନ୍ନା, ଶରନ ହାରିଲେ

ମେଲବୋର୍ନ, ୨୨।୧(ପି.ଟି.)- ଦୁଇ ଭାରତୀୟ ଖେଳାଳି ରୋହନ ବୋପାନ୍ନା ଓ ଡିଭିଜ ଶରନ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସର ତୃତୀୟ ରାଉଣ୍ଡ ହର୍ଡଲ୍ସ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ସ୍ମିଥ୍‌ଙ୍କୁ ବିଶ୍ରାମ, ଓ୍ବାର୍ନର ଅଧିନାୟକ

ସ୍ମିଥ୍‌ଙ୍କୁ ବିଶ୍ରାମ, ଓ୍ବାର୍ନର ଅଧିନାୟକ

ମେଲବୋର୍ନ, ୨୨।୧(ଏଏଫ୍‌ପି)- ଅଷ୍ଟ୍ରେଲିଆ, ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ନେଇ ଏକ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜ ଆସନ୍ତା ଫେବୃୟାରୀ ୩ରୁ ଆରମ୍ଭ ହେବ। ଏଥିଲାଗି ଘରୋଇ ଅଷ୍ଟ୍ରେଲିଆ ଦଳ ସୋମବାର ଘୋଷଣା କରାଯାଇଛି। ଦଳର ନିୟମିତ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିବାବେଳେ

ପ୍ରଥମ ଟି୨୦ରେ ନ୍ୟୁଜିଲାଣ୍ଡ ବିଜୟୀ

ପ୍ରଥମ ଟି୨୦ରେ ନ୍ୟୁଜିଲାଣ୍ଡ ବିଜୟୀ

ଓ୍ବେଲିଂଟନ, ୨୨।୧(ଏଏଫ୍‌ପି)- ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ସ୍ଥାନୀୟ ଓ୍ବେଷ୍ଟପାକ୍‌ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୧୦୬ ରନର ଲକ୍ଷ୍ୟକୁ ଟିମ୍‌ ସୌଦୀଙ୍କ ଦଳ ୭ ଉଇକେଟ୍‌ ଓ ୨୫ଟି ବଲ ସୁରକ୍ଷିତ ଥାଇ ହାସଲ କରିନେଇଥିଲା।

ବ୍ୟାଡ୍‌ମିଣ୍ଟନ ପ୍ରିମିୟର ଲିଗ୍‌: ପୁରୀ ସ୍ମାସ୍‌ କିଙ୍ଗ୍‌ ଚାମ୍ପିୟନ

ବ୍ୟାଡ୍‌ମିଣ୍ଟନ ପ୍ରିମିୟର ଲିଗ୍‌: ପୁରୀ ସ୍ମାସ୍‌ କିଙ୍ଗ୍‌ ଚାମ୍ପିୟନ

କଟକ ଅଫିସ,୨୧ା୧-ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଓ କଟକ କ୍ଲବର ମିଳିତ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମଠାରେ ଚାଲିଥିବା ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ ରବିବାର ଉଦ୍‌ଯାପିିତ ହୋଇଯାଇଛି।

ରାଜ୍ୟସ୍ତରୀୟ କୁସ୍ତି ଉଦ୍‌ଯାପିତ

ରାଜ୍ୟସ୍ତରୀୟ କୁସ୍ତି ଉଦ୍‌ଯାପିତ

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଗତ ଦୁଇଦିନ ଧରି ଚାଲିଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି।