ଖେଳ |

ବିପର୍ଯ୍ୟୟ ଘଟାଇଲା ସ୍ପେନ୍‌

ବିପର୍ଯ୍ୟୟ ଘଟାଇଲା ସ୍ପେନ୍‌

ଭୁବନେଶ୍ୱର, ୩।୧୨(କ୍ରୀଡ଼ା ପ୍ରତିନିଧି)- ହକି ୱାଲର୍‌ଡ ଲିଗ୍‌ ଫାଇନାଲରେ ପ୍ରଥମେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି ସ୍ପେନ। ଶନିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ବିଶ୍ୱ ର଼୍ୟାଙ୍କିଙ୍ଗର ୯ ନମ୍ବର ସ୍ଥାନରେ ଥିବା ସ୍ପେନ ୪ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ନେଦରଲାଣ୍ଡକୁ ହରାଇ ଦେଇଛି। ଏଥିସହ ଟୁର୍ନାମେଣ୍ଟର ଅଣ୍ଡରଡଗ୍‌ ବିବେଚିତ ସ୍ପେନ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି। ଯୁବ ଖେଳାଳିଙ୍କୁ ନେଇ ସମୃଦ୍ଧ ସ୍ପେନ ଏଠାରେ ସ୍ପିଡ୍‌ ଗେମ୍‌ ରଣନୀତି ଅବଲମ୍ବନ କରି ସଫଳ ହୋଇଥିଲା। ପ୍ରଥମ କ୍ବାର୍ଟର ଶେଷଭାଗ ଅର୍ଥାତ୍‌ ୧୫ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ପାଉ କ୍ବିମାଡା ସ୍ପେନକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟ କ୍ବାର୍ଟରରେ ନେଦରଲାଣ୍ଡ ଗୋଲ ପରିଶୋଧ କରିବାକୁ ସକ୍ଷମ ନ ହେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ସ୍ପେନ ଅଗ୍ରଣୀ ବଜାୟ ରଖିଥିଲା। ତୃତୀୟ କ୍ବାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲା। ୩୫ତମ ମିନିଟରେ ଏନରିକ୍‌ ଗୋଞ୍ଜାଲେଜ ଏକ ଫିଲ୍ଡ ଗୋଲ ଦେଇ ସ୍ପେନକୁ ୨-୦ରେ ଅଗ୍ରଣୀ କରାଇଥିବାବେଳେ ୩୭ତମ ମିନିଟରେ ଲାର୍ସ ବଲ୍କଙ୍କ ପେନାଲ୍ଟି କର୍ନର ଗୋଲ ବଳରେ ନେଦରଲାଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ତେବେ ୩୯ତମ ମିନିଟରେ ଡିଏଗୋ ଆରାନା ଫିଲ୍ଡ ଗୋଲ ଦେଇ ସ୍ପେନକୁ ଡ୍ରାଇଭର ସିଟ୍‌ରେ ବସାଇ ଦେଇଥିଲେ। ୪୦ତମ ମିନିଟରେ ପାଇଥିବା ପେନାଲ୍ଟି କର୍ନରକୁ ନେଦରଲାଣ୍ଡ ହାତଛଡ଼ା କରିଥିଲା। ଅନ୍ତିମ କ୍ବାର୍ଟରରେ ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ୫୫ତମ ମିନିଟରେ ମାର୍କୋ ପ୍ରୁଇଜସେର ଗୋଟିଏ ଗୋଲ ପରିଶୋଧ କରିବାରୁ ମ୍ୟାଚ ରୋମାଞ୍ଚକ ସ୍ଥିତିକୁ ଚାଲି ଆସିଥିଲା। ମାତ୍ର ଶେଷ ୫ ମିନିଟକୁ ସ୍ପେନ ଚତୁରତାର ସହ ଖେଳିଥିଲା। ଫଳରେ ନେଦରଲାଣ୍ଡ ଏହାର ରକ୍ଷଣଭାଗ ଭେଦ କରିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନ ଥିଲା। ସ୍ପେନର ଏନରିକ ଗୋଞ୍ଜାଲେଜ ଇମର୍ଜିଂ ପ୍ଲେୟର ଏବଂ ରିକାର୍ଡୋ ସାଣ୍ଟାନା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଏନରିକ ସ୍ପେନ ଜୁନିୟର ବିଶ୍ୱକପ ଦଳର ସଦସ୍ୟ ଥିଲେ।

All Right Reserved By

Model This Week

ନିକିତା

ଖେଳ |

ରାଜ୍ୟ ପୋଲିସ ଭଲିବଲ: ମୟୂରଭଞ୍ଜ, ସମ୍ବଲପୁର, କୋରାପୁଟ ବିଜୟୀ

ରାଜ୍ୟ ପୋଲିସ ଭଲିବଲ: ମୟୂରଭଞ୍ଜ, ସମ୍ବଲପୁର, କୋରାପୁଟ ବିଜୟୀ

ସମ୍ବଲପୁର, ୨୧।୪ (ବ୍ୟୁରୋ)- ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌-୨୦୧୮ ଶନିବାର ଦ୍ୱିତୀୟ ଦିବସ ମ୍ୟାଚ ସମ୍ବଲପୁର ରିଜର୍ଭ ପୋଲିସ ପଡିଆସ୍ଥିତ ୩ଟି ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏଥିରେ ମୟୂରଭଞ୍ଜ, ପ୍ରଥମ ଏସଏସବିଏମ୍‌ ସମ୍ବଲପୁର, ଓଏସଏପି ପଞ୍ଚମ ବାଟାଲିୟନ୍‌ ବିପିଡି, ଅନୁଗୋଳ, ୱାଇଏସ୍‌ଏଫ୍‌ ଭୁବନେଶ୍ୱର, ପ୍ରଥମ ଆଇଆରବିଏନ୍‌ କୋରାପୁଟ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।

ଡିଏଲ୍‌ରେ ଜିତିଲା କିଙ୍ଗ୍ସ ଏକାଦଶ ପଞ୍ଜାବ

ଡିଏଲ୍‌ରେ ଜିତିଲା କିଙ୍ଗ୍ସ ଏକାଦଶ ପଞ୍ଜାବ

କଲିକତା, ୨୧।୪ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବର୍ଷା ବାଧାପ୍ରାପ୍ତ ୧୮ତମ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ନେତୃତ୍ୱାଧୀନ କିଙ୍ଗ୍ସ ଏକାଦଶ ପଞ୍ଜାବ ଡକଓ୍ବର୍ଥ ଲୁଇସ୍‌(ଡିଏଲ୍‌) ନିୟମରେ ୧୧ଟି ବଲ ବାକିଥାଇ ୯ ଉଇକେଟରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଇଡେନ ଗାର୍ଡେନରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍‌ ଜିତି ପଞ୍ଜାବ କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ଚୋରି ପରେ ଉଦ୍ଧାର ହେଲା ୟୁରୋପା ଲିଗ୍‌ ଟ୍ରଫି

ଚୋରି ପରେ ଉଦ୍ଧାର ହେଲା ୟୁରୋପା ଲିଗ୍‌ ଟ୍ରଫି

ମେକ୍ସିକୋ ସିଟି,୨୧।୪(ଏଏଫ୍‌ପି)- ୟୁରୋପା ଲିଗ୍‌ ଟ୍ରଫି ଏଠାରେ ଆୟୋଜିତ ଏକ ଇଭେଣ୍ଟରେ ପ୍ରଦର୍ଶିତ ହେବା ପରେ ଚୋରି ହୋଇଯାଇଥିଲା। ଏହାର କିଛି ଘଣ୍ଟା ପରେ ଉଦ୍ଧାର କରି ନିଆଯାଇଥିବା ଗୁଆନାଜୁଆଟୋ ରାଜ୍ୟ ପକ୍ଷରୁ କୁହାଯାଇଛି। ଲେଓନ ସହରସ୍ଥିତ ଫୁଟ୍‌ବଲ ଷ୍ଟାଡିୟମ୍‌ରେ ଶୁକ୍ରବାର ରାତିରେ ଟ୍ରଫିକୁ ପ୍ରଦର୍ଶିତ କରାଯାଇଥିଲା। ଇଭେଣ୍ଟ ପରେ ଏକ କାର୍‌ ଜରିଆରେ ଟ୍ରଫିକୁ ନିଆଯାଉଥିବା ବେଳେ ଦୁର୍ବତ୍ତମାନେ ଏହାକୁ ଚୋରି କରି ନେଇଥିଲେ।

୨୨ରୁ ମହିଳା ହକି ଜାତୀୟ କ୍ୟାମ୍ପ ଓଡ଼ିଶାର ୬ ଖେଳାଳି

ନୂଆଦିଲ୍ଲୀ,୨୧।୪(ପି.ଟି.)- ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ଠାରେ ରବିବାରଠାରୁ ସିନିୟର ମହିଳା ଜାତୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବାକୁ ଯାଉଛି। ଏଥିନେଇ ହକି ଇଣ୍ଡିଆ ପକ୍ଷରୁ ୬୧ ଜଣିଆ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୬ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ ଗ୍ରେସ ଇକ୍କା, ସୁନିତା ଲାକ୍ରା, ରଶ୍ମିତା ମିଞ୍ଜ, ଲିଳିମା ମିଞ୍ଜ, ନମିତା ଟପ୍ପୋ, ମାରିଆନା କୁଜୁର।

ତେଲାଙ୍ଗାନା ସରକାରଙ୍କ ଘୋଷଣା ସରକାରୀ ଚାକରିରେ ଖେଳାଳିଙ୍କ ପାଇଁ ୨ ପ୍ରତିଶତ ସଂରକ୍ଷଣ

ତେଲାଙ୍ଗାନା ସରକାରଙ୍କ ଘୋଷଣା ସରକାରୀ ଚାକରିରେ ଖେଳାଳିଙ୍କ ପାଇଁ ୨ ପ୍ରତିଶତ ସଂରକ୍ଷଣ

ହାଇଦ୍ରାବାଦ,୨୧।୪(ପି.ଟି.)- ସରକାରୀ ଚାକିରିରେ ଖେଳାଳିଙ୍କ ପାଇଁ ୨ ପ୍ରତିଶତ ସଂରକ୍ଷଣ କରାଯିବା ନେଇ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରସେଖର ରାଓ ଶନିବାର ଘୋଷଣା କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ରାଜ୍ୟର ୧୮ ଜଣିଆ ଦଳ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

କାଉଣ୍ଟି କ୍ରିକେଟ୍‌ ଖେଳିବା ମୋତେ ସାହାଯ୍ୟ କରିବ-କୋହଲି

ନୂଆଦିଲ୍ଲୀ,୨୧।୪- କାଉଣ୍ଟି କ୍ରିକେଟ ଖେଳିବା ଦ୍ୱାରା ମୁଁ ଜଣେ ବ୍ୟାଟ୍ସମ୍ୟାନ ଭାବେ ଉନ୍ନତର ହେବି ବୋଲି ାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ ଭାରତୀୟ ଅଧିନାୟକ କୋହଲି ସେଠାରେ ପହଞ୍ଚତ୍ କାଉଣ୍ଟି କ୍ରିକେଟ୍‌ ଖେଳିବେ। ଏ ନେଇ ବିସିସିଆଇ ପକ୍ଷରୁ ତାଙ୍କୁ ଗତ ମାସରେ ଅନୁମତି ମିଳିଛି। କିନ୍ତୁ ଶରେ ଦଳ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇନାହିଁ।

ଦିବାରାତ୍ର ଟେଷ୍ଟ ଖେଳିବ ନାହିଁ ଭାରତ

ଦିବାରାତ୍ର ଟେଷ୍ଟ ଖେଳିବ ନାହିଁ ଭାରତ

ବମ୍ବେ,୨୧।୪- ଚଳିତ ବର୍ଷ ହେବାକୁ ଥିବା ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଆଡିଲେଡ୍‌ଠାରେ ଦିବାରାତ୍ର ଟେଷ୍ଟ ଖେଳିବା ନାହିଁ ବୋଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସ୍ପଷ୍ଟ କରିଛି। ଏଥି ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଇଚ୍ଛା ପ୍ରକାଶ କରିଥିଲା। କିନ୍ତୁ ଏହି ଯୋଜନାରେ ବିସିସିଆଇ ଇଚ୍ଛୁକ ନୁହେଁ। କାରଣ ଏହି ଫର୍ମାଟର କୌଣସି ଭବିଷ୍ୟତ ନାହିଁ।

ପୁଣି ଦେଖିବାକୁ ମିଳିଲା ଧୋନୀଙ୍କ କ୍ରେଜ

ପୁଣି ଦେଖିବାକୁ ମିଳିଲା ଧୋନୀଙ୍କ କ୍ରେଜ

ପୁଣେ,୨୧।୪- ମ୍ୟାଚ୍‌ ବେଳେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ ଦେଖିବାକୁ ମିଳିବା କିଛି ନୂଆ ଘଟଣା ନୁହେଁ। ସ୍ଥାନୀୟ ଏମ୍‌ସିଏ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ସମାନ ଘଟଣା ଦେଖିବାକୁ ମିଳିଛି।

ଓ୍ବର୍ନଙ୍କ କ୍ଷମାପ୍ରାର୍ଥନା

ଓ୍ବର୍ନଙ୍କ କ୍ଷମାପ୍ରାର୍ଥନା

ପୁଣେ,୨୧।୪- ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ଦଳର କୋଚ୍‌ ଦାୟିତ୍ୱରେ ଥିବା ଶେନ ଓ୍ବର୍ନ ଦଳର ପ୍ରଶଂସକଙ୍କୁ କ୍ଷମାପ୍ରାର୍ଥନ କରିଛନ୍ତି। ସ୍ଥାନୀୟ ଏମ୍‌ସିଏ ଷ୍ଟାଡିୟମ୍‌ରେ ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ୬୪ ରନ୍‌ରେ ରାଜସ୍ଥାନକୁ ପରାସ୍ତ କରିଛି। ଦଳର ଏଭଳି ଦୁର୍ବଳ ପ୍ରଦର୍ଶନ ଯୋଗୁ ଓ୍ବର୍ନ ଟୁଇଟର ଜରିଆରେ କ୍ଷମା ମାଗିଛନ୍ତି।

ଅର୍ଜୁନ ସମ୍ମାନ ପାଇଁ ସୁପାରିସ ତାଲିକାରେ ହରମିତ

ଅର୍ଜୁନ ସମ୍ମାନ ପାଇଁ ସୁପାରିସ ତାଲିକାରେ ହରମିତ

ନୂଆଦିଲ୍ଲୀ,୨୧।୪- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସର୍ବାଧିକ ୪ଟି ପଦକ ଜିତିଥିବା ମନିକା ବାତ୍ରାଙ୍କ ପରେ ଟେବୁଲ ଟେନିସ୍‌ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଟିଟିଏଫ୍‌ଆଇ) ପକ୍ଷରୁ ହରମିତ ଦେଶାଇଙ୍କ ନାମକୁ ଅର୍ଜୁନ ସମ୍ମାନ ପାଇଁ ସୁପାରିସ କରାଯାଇଛି।

‘୨୦୧୯ ବିଶ୍ୱକପ୍‌ରେ ଭାରତ ଫେଭରାଇଟ୍‌’

‘୨୦୧୯ ବିଶ୍ୱକପ୍‌ରେ ଭାରତ ଫେଭରାଇଟ୍‌’

କଲିକତା,୨୧।୪- ଆଗାମୀ ବର୍ଷ ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ରେ ଭାରତ ଫେଭରାଇଟ୍‌। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ।

ମଣ୍ଟେ କାର୍ଲୋ ମାଷ୍ଟର୍ସ: ସେମିରେ ଜାଭରେଭ

ମଣ୍ଟେ କାର୍ଲୋ ମାଷ୍ଟର୍ସ: ସେମିରେ ଜାଭରେଭ

ମଣ୍ଟେ କାର୍ଲୋ,୨୧।୪- ଟେନିସ୍‌ ଜଗତର ଉଦୀୟମାନ ଖେଳାଳି ଆଲେକଜାଣ୍ଡର ଜାଭରେଭ ଚଳିତ ମଣ୍ଟେ କାର୍ଲୋ ମାଷ୍ଟର୍ସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ ଫ୍ରେଞ୍ଚ ଖେଳାଳି ରିଚାର୍ଡ ଗାସକ୍ୟୁଟଙ୍କୁ ପରାସ୍ତ କରି ନିଜ ୨୧ତମ ଜନ୍ମ ଦିବସ ପାଳନ କରିଛନ୍ତି।