ଖେଳ |

ବେଲ୍‌ଜିୟମ ୩-୨ ଗୋଲରେ ବିଜୟୀ

ବେଲ୍‌ଜିୟମ ୩-୨ ଗୋଲରେ ବିଜୟୀ
ଭୁବନେଶ୍ୱର, ୩।୧୨(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିିଥିବା ହକି ୱାଲର୍‌ଡ ଲିଗ୍‌ ଫାଇନାଲର ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବିଶ୍ୱର ନମ୍ବର ୱାନ ଦଳ ଆର୍ଜେଣ୍ଟିନାକୁ ଶକ୍ତ ଝଟ୍‌କା ଲାଗିଛି। ଚମତ୍କାର ପ୍ରଦର୍ଶନ କରି ବେଲ୍‌ଜିୟମ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିିନାକୁ ୩-୨ ଗୋଲରେ ପରାସ୍ତ କରିଛି। ଏଥିସହ ଥୋମାସ ବ୍ରିଏଲ୍ସଙ୍କ ବେଲଜିୟମ ଦଳ ନିଜ ପ୍ରଥମ ମ୍ୟାଚରେ ବିପର୍ଯ୍ୟୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ଆର୍ଜେଣ୍ଟିନାର ମାଇକୋ କାସେଲା ଶ୍ରେଷ୍ଠ ଉଦୀୟମାନ ଖେଳାଳି ଏବଂ ବେଲଜିୟମର ଲୁଇପର୍ଟ ଲକ୍‌ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି।
All Right Reserved By

ଖେଳ |

ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର

ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର

ଶାଙ୍ଘାଇ ମାଷ୍ଟର୍ସ ଟାଇଟଲ ଜିତିବାପରେ ସର୍ବିୟାର ନୋଭାକ ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର ହୋଇଛନ୍ତି। ସୋମବାର ପ୍ରକାଶିତ ଏଟିପି ର଼୍ୟାଙ୍କିଙ୍ଗ ଅନୁସାରେ ଜୋକୋଭିଚ୍‌ ୭୪୪୫ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ନମ୍ବରଓ୍ବାନ ସହ ବର୍ଷ ଶେଷ କରିବେ ହାଲେପ

ନମ୍ବରଓ୍ବାନ ସହ ବର୍ଷ ଶେଷ କରିବେ ହାଲେପ

ପ୍ୟାରିସ, ୧୫।୧୦(ଏଏଫପି)- କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ରୋମାନିଆ ମହିଳା ଟେନିସ ତାରକା ସିମୋନା ହାଲେପ ବିଶ୍ୱ ର଼୍ୟାଙ୍କିଙ୍ଗରେ ନମ୍ବରଓ୍ବାନ ସ୍ଥାନରେ ରହି ବର୍ଷ ଶେଷ କରିବା ସ୍ପଷ୍ଟ ହୋଇଛି। ହାଲେପ ୨୦୧୮ରେ ୪୦ ସପ୍ତାହଧରି ନମ୍ବରଓ୍ବାନ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛନ୍ତି।

ବାର୍ସିଲୋନା ଖେଳାଳି ଭେର୍ମାଲେନ ୬ ସପ୍ତାହ ବାଦ୍‌

ବାର୍ସିଲୋନା ଖେଳାଳି ଭେର୍ମାଲେନ ୬ ସପ୍ତାହ ବାଦ୍‌

ବାର୍ସିଲୋନା,୧୫।୧୦(ଏଏଫ୍‌ପି)- ସ୍ପାନିଶ ଲିଗ୍‌ ବାର୍ସିଲୋନା କ୍ଲବ ପକ୍ଷରୁ ଖେଳୁଥିବା ବେଲଜିୟମ ଡିଫେଣ୍ଡର ଥୋମାସ ଭେର୍ମାଲେନ ଆଗାମୀ ୬ ସପ୍ତାହ ପର୍ଯ୍ୟନ୍ତ ଫୁଟ୍‌ବଲ ପଡ଼ିଆରୁ ଦୂରେଇ ରହିବେ। 

ଜୟସୁରିୟାଙ୍କ ନାମରେ ଅଭିଯୋଗ

ଜୟସୁରିୟାଙ୍କ ନାମରେ ଅଭିଯୋଗ

କଲମ୍ବୋ,୧୫।୧୦- ପୂର୍ବତନ ଶ୍ରୀଲଙ୍କା ଓପନର ସନତ ଜୟସୁରିୟାଙ୍କ ନାମରେ ସୋମବାର ଆଇସିସି ଆଣ୍ଟି କରପଶନ ନିୟମ ଭଙ୍ଗ କରିଥିବା ଅଭିଯୋଗ ଆସିଛି। ଏ ସମ୍ପର୍କରେ ସୋମବାରଠାରୁ ୧୪ ଦିନ ମଧ୍ୟରେ ତାଙ୍କୁ ଉତ୍ତର ରଖିବାକୁ କୁହାଯାଇଛି।

‘୧୮ ବର୍ଷ ବେଳେ ଆମ ମଧ୍ୟରୁ କେହି ପୃଥ୍ବୀଙ୍କ ୧୦ ପ୍ରତିଶତ ମଧ୍ୟ ନ ଥିଲୁ’

‘୧୮ ବର୍ଷ ବେଳେ ଆମ ମଧ୍ୟରୁ କେହି ପୃଥ୍ବୀଙ୍କ ୧୦ ପ୍ରତିଶତ ମଧ୍ୟ ନ ଥିଲୁ’

ହାଇଦ୍ରାବାଦ,୧୫।୧୦- ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟେଷ୍ଟକୁ ଭାରତୀୟ ଦଳ ୧୦ ଉଇକେଟରେ ଜିତିବା ପରେ ଅଧିନାୟକ ବିରାଟ କୋହଲି ଯୁବ ଓପନର ପୃଥ୍ବୀ ଶ’ଙ୍କୁ ପ୍ରଶଂସା କରିଛନ୍ତି। 

ଶ, ପନ୍ତଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି

ଶ, ପନ୍ତଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି

ଦୁବାଇ,୧୫।୧୦(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି। ଦୁଇ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ଓ ରିଶବ ପନ୍ତଙ୍କ ର଼୍ୟାଙ୍କିଙ୍ଗ୍‌ରେ ଅହେତୁକ ଉନ୍ନତି ଆସିଛି। 

ବୋଲ୍ଟଙ୍କୁ ଡ୍ରଗ ଟେଷ୍ଟ ନୋଟିସ

ବୋଲ୍ଟଙ୍କୁ ଡ୍ରଗ ଟେଷ୍ଟ ନୋଟିସ

ସିଡ୍‌ନୀ,୧୫।୧୦(ଏଏଫ୍‌ପି)- ସ୍ପ୍ରିଣ୍ଟ କିମ୍ବଦନ୍ତୀ ଉସେନ ବୋଲ୍ଟ ଆଥ୍‌ଲେଟିକ୍ସରୁ ଅବସର ନେଇ ଏବେ ପେସାଦାର ଫୁଟ୍‌ବଲ ଏରିନାରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଏହାସତ୍ତ୍ୱେ ତାଙ୍କୁ ଡ୍ରଗ ଟେଷ୍ଟ ପରୀକ୍ଷାର ସମ୍ମୁଖୀନ ହେବା ଲାଗି ନୋଟିସ ଦିଆଯାଇଛି। 

ମୁମ୍ବାଇ ଦଳରେ ରାହାନେ, ଶ’

ମୁମ୍ବାଇ ଦଳରେ ରାହାନେ, ଶ’

ମୁମ୍ବାଇ,୧୫।୧୦(ପି.ଟି.)- ଚଳିତ ବିଜୟ ହଜାରେ ଟ୍ରଫିର ସେମିଫାଇନାଲ ପର୍ଯ୍ୟାୟ ପୂର୍ବରୁ ମୁମ୍ବାଇ ଦଳର ଶକ୍ତି ବୃଦ୍ଧି ପାଇଛି। ଟୁର୍ନାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଲାଗି ଭାରତୀୟ ଟେଷ୍ଟ ଦଳର ନିୟମିତ ସଦସ୍ୟ ଅଜିଙ୍କ୍ୟ ରାହାନେ ଓ ପୃଥ୍ବୀ ଶ’ ଦଳ ଲାଗି ଉପଲବ୍ଧ ହୋଇଛନ୍ତି। 

କ୍ୱାର୍ଟର ଫାଇନାଲରେ ଖେଳିବେନାହିଁ ଧୋନୀ

କ୍ୱାର୍ଟର ଫାଇନାଲରେ ଖେଳିବେନାହିଁ ଧୋନୀ

ହାଇଦ୍ରାବାଦ,୧୫।୧୦- ଚଳିତ ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲରେ ଝାଡ଼ଖଣ୍ଡ ପକ୍ଷରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ ବୋଲି ଜାତୀୟ ଚୟନ କମିଟି ଘୋଷଣା କରିଥିଲେ। 

ସାଣ୍ଟୋ ଡୋମିନ୍‌ଗୋ ଓପନ ଜିତିଲେ ପେସ୍‌

ସାଣ୍ଟୋ ଡୋମିନ୍‌ଗୋ ଓପନ ଜିତିଲେ ପେସ୍‌

ନୂଆଦିଲ୍ଲୀ,୧୫।୧୦-  ଭେଟେରାନ ପୁରୁଷ ଖେଳାଳି ଲିଆଣ୍ଡର ପେସ ତାଙ୍କ ସାଥୀ ମଗୁଏଲ ଆଙ୍ଗେଲ ରେୟେସ ଭାରେଲା ସାଣ୍ଟୋ ଡୋମିନ୍‌ଗୋ ଓପନ ଟାଇଟଲ ଜିତିଛନ୍ତି। ଚଳିତ ସିଜନରେ ଏହା ତାଙ୍କର ଦ୍ୱିତୀୟ ଟାଇଟଲ। 

ଗୋଟିଏ ଓଭର୍‌ରେ ୬ ଛକା ମାରିଲେ ହାଜରାତୁଲା

ଗୋଟିଏ ଓଭର୍‌ରେ ୬ ଛକା ମାରିଲେ ହାଜରାତୁଲା

କାବୁଲ,୧୫।୧୦- ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ହାଜରାତୁଲା ଜାଜାଇ ବିଶ୍ୱର ୩ୟ ବ୍ୟାଟ୍ସମ୍ୟାନ ଭାବେ ଏକ ଟି୨୦ ମ୍ୟାଚ୍‌ର ଗୋଟିଏ ଓଭରରେ ୬ ଛକା ଲଗାଇଛନ୍ତି। 

ଅଲ୍‌ ଓଡ଼ିଶା ଓପନ କ୍ୟାରମ: ଜୟପ୍ରକାଶ ଚାମ୍ପିୟନ

ଅଲ୍‌ ଓଡ଼ିଶା ଓପନ କ୍ୟାରମ: ଜୟପ୍ରକାଶ ଚାମ୍ପିୟନ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଜିଲା କ୍ୟାରମ ଆସୋସିଏଶନ (ବିଡିସିଏ) ଆନୁକୂଲ୍ୟରେ ୧୩ ଓ ୧୪ ତାରିଖ ଦୁଇଦିନଧରି ଅଲ୍‌ ଓଡ଼ିଶା ଓପନ କ୍ୟାରମ୍‌ ଚାମ୍ପିୟନଶିପ୍‌ ଏଠାରେ ଅନୁଷ୍ଠିତ ହୋଇ ଯାଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭୁବନେଶ୍ୱରର ଜୟପ୍ରକାଶ ଦାସ ଖୋର୍ଦ୍ଧାର ଭି.ପୃଥ୍ବୀଙ୍କୁ ୧୪-୧୬, ୨୧-୯, ୨୫-୯ ପଏଣ୍ଟରେ ହରାଇ ଚାମ୍ପିୟନ ହୋଇଛନ୍ତି।