ଖେଳ |

ଅଷ୍ଟ୍ରେଲିଆ-ଜର୍ମାନୀ ମ୍ୟାଚ ଡ୍ର

ଅଷ୍ଟ୍ରେଲିଆ-ଜର୍ମାନୀ ମ୍ୟାଚ ଡ୍ର
ଭୁବନେଶ୍ୱର, ୩।୧୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ୱାଲର୍‌ଡ ଲିଗ୍‌ରେ ଶନିବାର ଅଷ୍ଟ୍ରେଲିଆ-ଜର୍ମାନୀ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ବିଭିନ୍ନ ସମୟରେ ନାଟକୀୟ ମୋଡ଼ ନେଇଥିବା ମ୍ୟାଚରେ ପ୍ରଥମେ ଜର୍ମାନୀ ଅଗ୍ରଣୀ ଲାଭ କରିଥିବାବେଳେ ପରେ ଅଷ୍ଟ୍ରେଲିଆ ୨ଟି ଗୋଲ ଦେଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଶେଷ ମୁହୂର୍ତ୍ତରେ ପେନାଲ୍ଟି କର୍ନର ଗୋଲ ବଳରେ ଜର୍ମାନୀ ମ୍ୟାଚକୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆର ଲାଚଲାନ ଶାର୍ପ ଜୁନିୟର ପ୍ଲେୟର ଅଫ ଦି ମ୍ୟାଚ ଏବଂ ଜ୍ୟାକ ହ୍ବିଟନ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଖେଳିଥିବା ୨ଟି ଯାକ ମ୍ୟାଚ ଡ୍ର ରଖିଛି। ଅନ୍ୟପକ୍ଷରେ ଜର୍ମାନୀ ୨ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ଆଗରେ ରହିଛି।
All Right Reserved By

ଖେଳ |

ହକି ବିଶ୍ୱକପ: ନେଦରଲାଣ୍ଡ୍ସଠାରୁ ହାରି ଭାରତର ବିଦାୟ

ହକି ବିଶ୍ୱକପ: ନେଦରଲାଣ୍ଡ୍ସଠାରୁ ହାରି ଭାରତର ବିଦାୟ

ଭୁବନେଶ୍ୱର, ୧୩।୧୨(କ୍ରୀଡ଼ା ପ୍ରତିନିଧି)
ଘରୋଇ ପରିବେଶ ଏବଂ ଭରପୂର ଦର୍ଶକ ସମର୍ଥନ ସତ୍ତ୍ବେ ଭାରତର ହକି ବିଶ୍ୱକପ ଅଭିଯାନ କ୍ବାର୍ଟର ଫାଇନାଲରୁ ଶେଷ ହୋଇଯାଇଛି। ଗୁରୁବାର ଅନୁଷ୍ଠିତ ଅନ୍ତିମ କ୍ବାର୍ଟର ଫାଇନାଲରେ ଭାରତ ୧-୨ ଗୋଲରେ ନେଦରଲାଣ୍ଡ୍ସଠାରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛି। ମ୍ୟାଚର ୧୨ତମ ମିନିଟରେ ଗୋଲ ସ୍କୋର କରି ଅଗ୍ରଣୀ ନେଇଥିଲେ ହେଁ ପରବର୍ତ୍ତୀ ଭାଗରେ ମୋମେଣ୍ଟମ୍‌କୁ ବଜାୟ ରଖି ନ ପାରି ଭାରତ ପରାଜୟ ସ୍ବାଦ ଚାଖିଛି। ଫଳରେ ଦୀର୍ଘ ୪୩ ବର୍ଷ ବ୍ୟବଧାନରେ ଭାରତର ସେମିଫାଇନାଲ ପ୍ରବେଶ ଆଶା ଧୂଳିସାତ ହୋଇଛି। ଭାରତ ଶେଷଥର ପାଇଁ ୧୯୭୫ରେ ସେମିଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା ଏବଂ ଶ୍ରେଷ୍ଠ ପ୍ରଦର୍ଶନ ସହ ଚାମ୍ପିୟନ ହୋଇଥିଲା। ମାତ୍ର ଏଥର ଦଳକୁ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଭାରତ-ନେଦରଲାଣ୍ଡ୍ସ ମ୍ୟାଚ ସହ ପ୍ରତିଯୋଗିତାର ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡାନ୍ତ ହୋଇଯାଇଛି। ୧୫ ତାରିଖର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ମୁକାବିଲା ହେବ। ସେହିଦିନ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ନେଦରଲାଣ୍ଡ୍ସ।  

ହକି ବିଶ୍ୱକପ୍‌:ପୂର୍ବତନ ଚାମ୍ପିୟନ ଜର୍ମାନୀର ବିଦାୟ, ଇତିହାସ ରଚିଲା ବେଲଜିୟମ

ହକି ବିଶ୍ୱକପ୍‌:ପୂର୍ବତନ ଚାମ୍ପିୟନ ଜର୍ମାନୀର ବିଦାୟ, ଇତିହାସ ରଚିଲା ବେଲଜିୟମ

ଭୁବନେଶ୍ୱର, ୧୩ା୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିିୟମରେ ଚାଲିଥିବା ହକି ବିଶ୍ୱକପ ବେଲଜିୟମ ପାଇଁ ସ୍ମରଣୀୟ ହୋଇଛି। ପ୍ରଥମଥର ପାଇଁ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଏହି ଦଳ। ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଉତ୍ସାହୀ ପ୍ରଦର୍ଶନ କରି ଆସିଥିବା ବେଲଜିୟମ ଗୁରୁବାର ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ଜର୍ମାନୀକୁ ୨-୧ ଗୋଲରେ ହରାଇ ଏହାର ବିଶ୍ୱକପ୍‌ ଇତିହାସରେ ନୂଆ ଅଧ୍ୟାୟ ସଂଯୋଗ କରିଛି। ପୂର୍ବରୁ ବେଲଜିୟମ କେବେହେଲେ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲା। ଗତ ୨୦୧୪ ଅଲିମ୍ପିକ୍ସରେ ଦଳ ସର୍ବାଧିକ ୫ମ ସ୍ଥାନ ପାଇଥିଲା। ଅନ୍ୟପକ୍ଷରେ ୨ଥର ସ୍ବର୍ଣ୍ଣ ଏବଂ ୨ ଥର ରୌପ୍ୟ ପଦକ ବିଜେତା ଜର୍ମାନୀର ଅଭିଯାନ ଏଥର କ୍ବାର୍ଟର ଫାଇନାଲରୁ ଶେଷ ହୋଇ ଯାଇଛି।

ହକି ବିଶ୍ୱକପ୍‌:ଭାରତ ଶୋଚନୀୟ ପରାଜୟ

ହକି ବିଶ୍ୱକପ୍‌:ଭାରତ ଶୋଚନୀୟ ପରାଜୟ

ଭୁବନେଶ୍ୱର, ୧୩।୧୨ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପରେ ଭାରତ ପରାଜୟ ବରଣ କରିଛି। ନେଦରଲ୍ୟାଣ୍ଡ ୨-୧ ଗୋଲରେ ଭାରତକୁ ପରାସ୍ତ କରିଛି। 

ଉଷାଦେବୀ ମେମୋରିଆଲ କ୍ରିକେଟ:  ସୋନପୁର ଚାମ୍ପିୟନ

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଚାମ୍ପିୟନ

ଉଲୁଣ୍ଡା, ୧୩।୧୨ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କେସିସି କୁକିଆ ପକ୍ଷରୁ ଆୟୋଜିତ ହେଉଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଟାଇଟଲ ହାସଲ କରିଛି ଏସଡିସିଏ ସୋନପୁର। ଫାଇନାଲ ମ୍ୟାଚରେ  ସୋନପୁର ଦଳ ଜେସିସି ବଡମାଳକୁ ପରାସ୍ତ କରିଛି ।

ମୋତେ ବଞ୍ଚାଇ ଦେଇଥିଲେ ଲକ୍ଷ୍ମଣ- ଗାଙ୍ଗୁଲି

ମୋତେ ବଞ୍ଚାଇ ଦେଇଥିଲେ ଲକ୍ଷ୍ମଣ- ଗାଙ୍ଗୁଲି

ନୂଆଦିଲ୍ଲୀ,୧୩।୧୨- ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଭି.ଭି.ଏସ. ଲକ୍ଷ୍ମଣଙ୍କ ୨୮୧ ରନ୍‌ର ଇନିଂସ ଯୋଗୁ ୧୭ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ଐତିହାସିକ ବିଜୟ ହାସଲ କରିଥିଲା।

ପ୍ରଶଂସକଙ୍କ ମତ ମାଗିଲା ଦିଲ୍ଲୀ କ୍ୟାପିଟାଲ

ପ୍ରଶଂସକଙ୍କ ମତ ମାଗିଲା ଦିଲ୍ଲୀ କ୍ୟାପିଟାଲ

ନୂଆଦିଲ୍ଲୀ,୧୩।୧୨- ନିକଟରେ ନାମ ପରିବର୍ତ୍ତନ କରିଥିବା ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ତାରିଖରେ ହେବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ହୋଇଯାଇଛି। 

ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ୍‌ ଜୋନାଥନ ଲୁଇସ

ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ୍‌ ଜୋନାଥନ ଲୁଇସ

କଲମ୍ବୋ,୧୩।୧୨(ଏଏଫ୍‌ପି)- ଜୋନାଥନ ଲୁଇସ ଗୁରୁବାର ଶ୍ରୀଲଙ୍କା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। 

ମନିକାଙ୍କୁ ବ୍ରେକଥ୍ରୁ ଷ୍ଟାର ପୁରସ୍କାର

ମନିକାଙ୍କୁ ବ୍ରେକଥ୍ରୁ ଷ୍ଟାର ପୁରସ୍କାର

ନୂଆଦିଲ୍ଲୀ,୧୩।୧୨- ଭାରତୀୟ ମହିଳା ଟେବୁଲ ଟେନିସ (ଟିଟି) ଖେଳାଳି ମନିକା ବାତ୍ରାଙ୍କୁ ବ୍ରେକଥ୍ରୁ ଟିଟି ଷ୍ଟାର ପୁରସ୍କାର ମିଳିଛି। 

ପର୍ଥରେ ବଲ ବାଉନ୍ସ କରିବ

ପର୍ଥରେ ବଲ ବାଉନ୍ସ କରିବ

ପର୍ଥ,୧୩।୧୨- ଏଠାରେ ଭାରତୀୟ ଦଳ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଗ୍ରାଉଣ୍ଡର ମୁଖ୍ୟ କ୍ୟୁରେଟର ବ୍ରେଟ୍ଟ ସିପଥୋର୍ପେ ପିଚ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି। 

ସମୀରଙ୍କ ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ

ସମୀରଙ୍କ ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ

ଗୋଆଙ୍ଗ୍‌ଝୋ,୧୩।୧୨- ଭାରତୀୟ ପୁରୁଷ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ  ଖେଳାଳି ସମୀର ବର୍ମା ଏଠାରେ ଚାଲିଥିବା ଚଳିତ ସିଜନର ଅନ୍ତିମ ଟୁର୍ନାମେଣ୍ଟ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ଫାଇନାଲ୍ସର ନକ୍‌ଆଉଟ୍‌ ପର୍ଯ୍ୟାୟରେ ଉନ୍ନୀତ ହେବା ଲାଗି ଆଶା ଉଜ୍ଜୀବିତ ରଖିଛନ୍ତି। 

ପର୍ଥ ଟେଷ୍ଟରୁ ରୋହିତ,  ଅଶ୍ୱିନ ଆଉଟ୍‌

ପର୍ଥ ଟେଷ୍ଟରୁ ରୋହିତ, ଅଶ୍ୱିନ ଆଉଟ୍‌

ପର୍ଥ,୧୩।୧୨-  ସ୍ଥାନୀୟ ପର୍ଥ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଧକ୍କା ଲାଗିଛି। 

ଭିଆଇପି ଲାଉଞ୍ଜ୍‌ରେ ଖେଳାଳି ପ୍ରବେଶ ଘଟଣା: ବିବାଦକୁ ଏଡ଼ାଇଗଲେ ମନ୍‌ପ୍ରୀତ୍‌

ଭିଆଇପି ଲାଉଞ୍ଜ୍‌ରେ ଖେଳାଳି ପ୍ରବେଶ ଘଟଣା: ବିବାଦକୁ ଏଡ଼ାଇଗଲେ ମନ୍‌ପ୍ରୀତ୍‌

ଭୁବନେଶ୍ୱର, ୧୩।୧୨(ସ୍ପୋଟର୍‌ସ ବ୍ୟୁରୋ)- କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ବେଶ୍‌ ଶୃଙ୍ଖଳିତଭାବେ ଚାଲିଥିବାବେଳେ ଏକ ବିବାଦୀୟ ଘଟଣା ସାମ୍‌ନାକୁ ଆସିଛି। ଫଳରେ ଆୟୋଜକଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ମଙ୍ଗଳବାର ନେଦରଲାଣ୍ଡ୍ସ ଓ କାନାଡ଼ା ମଧ୍ୟରେ ଅନୁଷ୍ଠିତ କ୍ରସ୍‌ ଓଭର ମ୍ୟାଚ୍‌ ଅବସରରେ ଭାରତୀୟ ଦଳର ଅଧିନାୟକ ମନପ୍ରୀତ୍‌ ସିଂଙ୍କ ସମେତ କେତେଜଣ ଖେଳାଳି ଭିଆଇପି ଲାଉଞ୍ଜକୁ ଚାଲିଯାଇଥିଲେ।