ଅନ୍ତର୍ଜାତୀୟ |

ଉଷ୍ମମଣ୍ଡଳୀୟ ଝଡରେ ୨୦ ମୃତ: ଇଣ୍ଡୋନେସିଆ

ଉଷ୍ମମଣ୍ଡଳୀୟ ଝଡରେ ୨୦ ମୃତ: ଇଣ୍ଡୋନେସିଆ

ଜାକର୍ତ୍ତା,୩।୧୨: ଉଷ୍ମମଣ୍ଡଳୀୟ ଝଡ଼ରେ ରବିବାର ଇଣ୍ଡୋନେସିଆରେ ପାଖାପାଖି ୨୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ନିଖୋଜ ଅଛନ୍ତି। ଦହଲିଆ ନାମକ ଏହି ଝଡ ଫଳରେ ପୂର୍ବ ଜାଭାରେ ବନ୍ୟା ଓ ଭୂସ୍ଖଳନର ଆଶଙ୍କା କରାଯାଉଛି। ଏଥିରେ ପାଖାପାଖି ୨,୦୦୦ଘର ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଗୁରୁବାର ଆସିଥିବା ଏମିତି ଏକ ଝଡରେ ପ୍ରାୟ ୨୭ଜଣ ପ୍ରାଣ ହରାଇଥିଲେ ବୋଲି କୁହାଯାଉଛି।

All Right Reserved By

Model This Week

ନିକିତା

ଅନ୍ତର୍ଜାତୀୟ |

୭୨ ବର୍ଷ ବୟସ୍କ ବୃଦ୍ଧାଙ୍କୁ ବିବାହ କରିଛନ୍ତି ୧୯ ବର୍ଷ ଯୁବକ: ପାଳିଲେ ବିବାହ ଦ୍ୱିବାର୍ଷିକୀ

୭୨ ବର୍ଷ ବୟସ୍କ ବୃଦ୍ଧାଙ୍କୁ ବିବାହ କରିଛନ୍ତି ୧୯ ବର୍ଷ ଯୁବକ: ପାଳିଲେ ବିବାହ ଦ୍ୱିବାର୍ଷିକୀ

ଓ୍ବାଶିଂଟନ, ୨୨।୪ : ଆମେରିକା ଟେନିସ୍‌ ରାଜ୍ୟର ମେରିବଲି ଅଞ୍ଚଳରେ ବାସ କରୁଥିବା ୭୨ ବର୍ଷ ବୟସ୍କ ଅଲମେଡା ଏରେଲ୍‌ଙ୍କୁ ଗତ ୨ବର୍ଷ ତଳେ ଗୈରି ହାର୍ଡବିକ୍‌ ନାମକ ଜଣେ ୧୯ ବର୍ଷ ବୟସ୍କ ଯୁବକ ବିବାହ କରଥିଲେ। ଏବେ ଏହି ଦମ୍ପତି ବିବାହ ଦ୍ୱିବାର୍ଷିକୀ ପାଳନ କରିଛନ୍ତି। ସେମାନଙ୍କର ଦାମ୍ପତ୍ୟ ଜୀବନ ଠିକ ଚାଲିଛି ବୋଲି ଏରେଲ୍‌ କହିଛନ୍ତି।

ସମୁଦ୍ରରେ ୯ ଦିନ ଫସି ରହିଲେ ୭୬ ରୋହିଙ୍ଗ୍ୟା ଶରଣାର୍ଥୀ

ସମୁଦ୍ରରେ ୯ ଦିନ ଫସି ରହିଲେ ୭୬ ରୋହିଙ୍ଗ୍ୟା ଶରଣାର୍ଥୀ

ବେରିୟୁନ,୨୧।୪: ମ୍ୟାନମାର ଛାଡି ପଳାୟନ କରୁଥିବା ୭୬ ରୋହିଙ୍ଗ୍ୟା ମୁସଲମାନ ଶରଣାର୍ଥୀ ୯ ଦିନ ଧରି ଇଣ୍ଡୋନେସିଆ ସମୁଦ୍ରରେ ଫସି ରହିଥିବା ଜଣାପଡିଛି। ଏମାନେ ମାଲେସିୟା ଯିବାକୁ ଚେଷ୍ଟା କରୁଥିବା ସମୟରେ ସମୁଦ୍ରରେ ଫସିଯାଇଥିଲେ।

ଆଫଗାନିସ୍ତାନରେ ୬ ତାଲିବାନ ଆତଙ୍କବାଦୀ ମୃତ

ଆଫଗାନିସ୍ତାନରେ ୬ ତାଲିବାନ ଆତଙ୍କବାଦୀ ମୃତ

କାବୁଲ,୨୧।୪: ଆଫଗାନିସ୍ତାନର ଫରୟାବ ଅଞ୍ଚଳରେ ଆଫଗାନ ସେନା ଓ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ୬ ଆତଙ୍କବାଦୀଙ୍କ ସମେତ କ୍ୟୋରି ଅମରୁଲାର ଜଣେ ମୁଖ୍ୟ ନିହତ ହୋଇଥିବା ସୂଚନା ମିଳିଛି।

ନଙ୍ଗାହାର ବିସ୍ଫୋରଣରେ ୫ ମୃତ

ନଙ୍ଗାହାର ବିସ୍ଫୋରଣରେ ୫ ମୃତ

କାବୁଲ,୨୧।୪: ଆଫଗାନିସ୍ତାନର ପୂର୍ବ ନଙ୍ଗାହାରରେ ଶୁକ୍ରବାର ଏକ ବିସ୍ଫୋରଣରେ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନଙ୍ଗାହାରର ହାସକା ମିନା ଜିଲାରେ ଜଣେ ବ୍ୟକ୍ତିଙ୍କ ଗାଡି ଆଇଇଡିରେ ବାଜିବା ଫଳରେ ବିସ୍ଫୋରଣ ଘଟିଥିଲା।

ନିଷ୍କ୍ରିୟ କରାଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଶକ୍ତିଶାଳୀ ବୋମା

ନିଷ୍କ୍ରିୟ କରାଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଶକ୍ତିଶାଳୀ ବୋମା

ବର୍ଲିନ,୨୧।୪: ବର୍ଲିନ ପ୍ରଶାସନ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଶକ୍ତିଶାଳୀ ବୋମା ନିଷ୍କ୍ରିୟ କରିଥିବା ପ୍ରକାଶ କରିଛି। ସହରରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ଏହି ବୋମା ମିଳିଥିଲା।

ଇସଲାମାବାଦ ବିମାନ ବନ୍ଦରରୁ ୩ ଚାଇନା ନାଗରିକ ଗିରଫ

ଇସଲାମାବାଦ ବିମାନ ବନ୍ଦରରୁ ୩ ଚାଇନା ନାଗରିକ ଗିରଫ

ଇସଲାମାବାଦ,୨୧।୪: ପାକିସ୍ତାନ ରାଜଧାନୀ ଇସଲାମାବାଦ ବିମାନ ବନ୍ଦରରେ ଭିଡିଓ ଶୁଟିଂ କରୁଥିବା ଅଭିଯୋଗରେ ୩ଜଣ ଚାଇନା ନାଗରିକଙ୍କୁ ଗିରଫ କରାଯାଇଛି।

ପରମାଣୁ ଓ କ୍ଷେପଣାସ୍ତ୍ର ପରୀକ୍ଷା ସ୍ଥଗିତ ରଖିଲା ଉତ୍ତର କୋରିଆ

ପରମାଣୁ ଓ କ୍ଷେପଣାସ୍ତ୍ର ପରୀକ୍ଷା ସ୍ଥଗିତ ରଖିଲା ଉତ୍ତର କୋରିଆ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୨୧।୪: ଦକ୍ଷିଣ କୋରିଆ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକା ସହ କଥା ହେବା ପୂର୍ବରୁ ଉତ୍ତର କୋରିଆ ପରମାଣୁ ଓ ଦ୍ରୁତଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିବ ନାହିଁ ବୋଲି ଶନିବାର କିମ୍‌ ଜଙ୍ଗ୍‌ ଉନ୍‌ ପ୍ରକାଶ କରିଛନ୍ତି।

୪ ତାଲିବାନ ଆତଙ୍କବାଦୀ ନିହତ

୪ ତାଲିବାନ ଆତଙ୍କବାଦୀ ନିହତ

କାବୁଲ, ୨୦।୪ : ଆଫଗାନୀସ୍ତାନ ନନ୍‌ଗାରହାର ପ୍ରଦେଶରେ ଜାରି ରହିଥିବା ସର୍ଚ୍ଚ ଅପରେଶନରେ ୪ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ମେକ୍ସିକୋ, ୨୦।୪ : ପାଠ ପଢ଼ିବା ପାଇଁ ବୟସ ବାଧକ ସାଜେ ନାହିଁ। ଏହାର ଉଦାହରଣ ଦେଇଛନ୍ତି ମେକ୍ସିକୋର ଜଣେ ୯୬ ବର୍ଷ ବୟସ୍କା ବୃଦ୍ଧା। ସେ ହେଉଛନ୍ତି ଗୌଡାଲୁପେ ପାଲାସିଓସ୍‌। ପିଲାଦିନୁ ତାଙ୍କର ପାଠ ପଢ଼ିବା ପାଇଁ ଭାରି ସୌକ୍‌ ଥିଲା। ତେବେ ଅର୍ଥ ଅଭାବରୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି ନ ଥିଲା।

ରୁଷିଆ,ଚାଇନା ସହ ମୁକାବିଲା: ଆମେରିକା ନିର୍ମାଣ କରୁଛି ହାଇପରସୋନିକ୍‌ କ୍ଷେପଣାସ୍ତ୍ର

ରୁଷିଆ,ଚାଇନା ସହ ମୁକାବିଲା: ଆମେରିକା ନିର୍ମାଣ କରୁଛି ହାଇପରସୋନିକ୍‌ କ୍ଷେପଣାସ୍ତ୍ର

ଓ୍ବାଶିଂଟନ, ୨୦।୪ : ରୁଷିଆ ଓ ଚାଇନା ସହ ମୁକାବିଲା କରିବା ପାଇଁ ଆମେରିକା ହାଇପରସୋନିକ୍‌ କ୍ଷେପଣାସ୍ତ୍ର ନିର୍ମାଣ କରୁଛି। ଏଥିପାଇଁ ଆମେରିକା ବାୟସେନା ପ୍ରାୟ ଏକ ବିଲିୟନ୍‌ ଡଲାର ଖର୍ଚ୍ଚ କରିବ। ଏହାର ନିର୍ମାଣ ପାଇଁ ଲାକହିଡ୍‌ ମାର୍ଟିନ୍‌ କମ୍ପାନୀକୁ ୯୨୮ ନିୟୁତ ଡଲାର ପ୍ରଦାନ କରାଯାଇଛି।

ଉତ୍ତରକୋରିଆ-ଦକ୍ଷିଣକୋରିଆ ହଟ୍‌ଲାଇନ୍‌ ଆରମ୍ଭ

ଉତ୍ତରକୋରିଆ-ଦକ୍ଷିଣକୋରିଆ ହଟ୍‌ଲାଇନ୍‌ ଆରମ୍ଭ

ସିଓଲ, ୨୦।୪ : ଉତ୍ତରକୋରିଆ-ଦକ୍ଷିଣକୋରିଆ ମଧ୍ୟରେ ଶୁକ୍ରବାର ହଟ୍‌ଲାଇନ୍‌ ସେବା ଆରମ୍ଭ ହୋଇଛି। ଦୁଇଦେଶର ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌-ଉନ୍‌ ଓ ମୁନ୍‌ ଜେ-ଇନ୍‌ ଏହାକୁ ଆରମ୍ଭ କରିଛନ୍ତି। ଦୁଇନେତାଙ୍କ ମଧ୍ୟରେ କେବେ ସାକ୍ଷାତ ହେବ ସେନେଇ କୌଣସି ଦିନ ଧାର୍ଯ୍ୟ କରାଯାଇ ନାହିଁ।

ଶତ୍ରୁ ହେବେ ମିତ୍ର: କିମ୍‌ଙ୍କୁ ସାକ୍ଷାତ କରିବେ ଟ୍ରମ୍ପ୍‌

ଶତ୍ରୁ ହେବେ ମିତ୍ର: କିମ୍‌ଙ୍କୁ ସାକ୍ଷାତ କରିବେ ଟ୍ରମ୍ପ୍‌

ଓ୍ବାଶିଂଟନ, ୨୦।୪ : ରାଷ୍ଟ୍ରପ୍ରତି କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କୁ ସାକ୍ଷାତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ବିଶେଷ ଦୂତଙ୍କୁ ଉତ୍ତରକୋରିଆ ପଠାଇଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ସକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏନେକ ଏହାଦ୍ୱାରା ବିଶ୍ୱଶାନ୍ତିର ପଥ ଉନ୍ମୁକ୍ତ ହେବ ବୋଲି କହୁଥିବା ଜଣାପଡିଛି।