ଅନ୍ତର୍ଜାତୀୟ |

ଗିଲ୍‌ଗିଟ୍‌ରେ ପାକିସ୍ତାନ ବିରୋଧି ବିକ୍ଷୋଭ

ଗିଲ୍‌ଗିଟ୍‌ରେ ପାକିସ୍ତାନ ବିରୋଧି ବିକ୍ଷୋଭ

ଗିଲ୍‌ଗିଟ୍‌,୩।୧୨: ପାକିସ୍ତାନ ଅଧିକୃତ କଶ୍ମୀରର ଗିଲ୍‌ଗିଟ୍‌ ବଲ୍ଟିସ୍ତାନରେ ଲାଗୁ ହୋଇଥିବା ଟିକସ ବ୍ୟବସ୍ଥା ନେଇ ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ପାକିସ୍ତାନ ଜାତୀୟ ଆସେମ୍ବ୍ଲିରେ ଗିଲ୍‌ଗିଟ୍‌ ବଲ୍ଟିସ୍ତାନର କୌଣସି ପ୍ରତିନିଧି ନ ଥିବାବେଳେ ଏଭଳି ଟିକସ ଲାଗୁ ହେବା ବେଆଇନ ବୋଲି ସ୍ଥାନୀୟ ଆଇନଜୀବୀ ମତପୋଷଣ କରିଛନ୍ତି। ଜନସାଧାରଣ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପାକିସ୍ତାନ ବିରୋଧୀ ସ୍ଳୋଗାନ୍‌ ଦେଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

All Right Reserved By

Model This Week

ନିକିତା

ଅନ୍ତର୍ଜାତୀୟ |

୪ ତାଲିବାନ ଆତଙ୍କବାଦୀ ନିହତ

୪ ତାଲିବାନ ଆତଙ୍କବାଦୀ ନିହତ

କାବୁଲ, ୨୦।୪ : ଆଫଗାନୀସ୍ତାନ ନନ୍‌ଗାରହାର ପ୍ରଦେଶରେ ଜାରି ରହିଥିବା ସର୍ଚ୍ଚ ଅପରେଶନରେ ୪ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ମେକ୍ସିକୋ, ୨୦।୪ : ପାଠ ପଢ଼ିବା ପାଇଁ ବୟସ ବାଧକ ସାଜେ ନାହିଁ। ଏହାର ଉଦାହରଣ ଦେଇଛନ୍ତି ମେକ୍ସିକୋର ଜଣେ ୯୬ ବର୍ଷ ବୟସ୍କା ବୃଦ୍ଧା। ସେ ହେଉଛନ୍ତି ଗୌଡାଲୁପେ ପାଲାସିଓସ୍‌। ପିଲାଦିନୁ ତାଙ୍କର ପାଠ ପଢ଼ିବା ପାଇଁ ଭାରି ସୌକ୍‌ ଥିଲା। ତେବେ ଅର୍ଥ ଅଭାବରୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି ନ ଥିଲା।

ରୁଷିଆ,ଚାଇନା ସହ ମୁକାବିଲା: ଆମେରିକା ନିର୍ମାଣ କରୁଛି ହାଇପରସୋନିକ୍‌ କ୍ଷେପଣାସ୍ତ୍ର

ରୁଷିଆ,ଚାଇନା ସହ ମୁକାବିଲା: ଆମେରିକା ନିର୍ମାଣ କରୁଛି ହାଇପରସୋନିକ୍‌ କ୍ଷେପଣାସ୍ତ୍ର

ଓ୍ବାଶିଂଟନ, ୨୦।୪ : ରୁଷିଆ ଓ ଚାଇନା ସହ ମୁକାବିଲା କରିବା ପାଇଁ ଆମେରିକା ହାଇପରସୋନିକ୍‌ କ୍ଷେପଣାସ୍ତ୍ର ନିର୍ମାଣ କରୁଛି। ଏଥିପାଇଁ ଆମେରିକା ବାୟସେନା ପ୍ରାୟ ଏକ ବିଲିୟନ୍‌ ଡଲାର ଖର୍ଚ୍ଚ କରିବ। ଏହାର ନିର୍ମାଣ ପାଇଁ ଲାକହିଡ୍‌ ମାର୍ଟିନ୍‌ କମ୍ପାନୀକୁ ୯୨୮ ନିୟୁତ ଡଲାର ପ୍ରଦାନ କରାଯାଇଛି।

ଉତ୍ତରକୋରିଆ-ଦକ୍ଷିଣକୋରିଆ ହଟ୍‌ଲାଇନ୍‌ ଆରମ୍ଭ

ଉତ୍ତରକୋରିଆ-ଦକ୍ଷିଣକୋରିଆ ହଟ୍‌ଲାଇନ୍‌ ଆରମ୍ଭ

ସିଓଲ, ୨୦।୪ : ଉତ୍ତରକୋରିଆ-ଦକ୍ଷିଣକୋରିଆ ମଧ୍ୟରେ ଶୁକ୍ରବାର ହଟ୍‌ଲାଇନ୍‌ ସେବା ଆରମ୍ଭ ହୋଇଛି। ଦୁଇଦେଶର ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌-ଉନ୍‌ ଓ ମୁନ୍‌ ଜେ-ଇନ୍‌ ଏହାକୁ ଆରମ୍ଭ କରିଛନ୍ତି। ଦୁଇନେତାଙ୍କ ମଧ୍ୟରେ କେବେ ସାକ୍ଷାତ ହେବ ସେନେଇ କୌଣସି ଦିନ ଧାର୍ଯ୍ୟ କରାଯାଇ ନାହିଁ।

ଶତ୍ରୁ ହେବେ ମିତ୍ର: କିମ୍‌ଙ୍କୁ ସାକ୍ଷାତ କରିବେ ଟ୍ରମ୍ପ୍‌

ଶତ୍ରୁ ହେବେ ମିତ୍ର: କିମ୍‌ଙ୍କୁ ସାକ୍ଷାତ କରିବେ ଟ୍ରମ୍ପ୍‌

ଓ୍ବାଶିଂଟନ, ୨୦।୪ : ରାଷ୍ଟ୍ରପ୍ରତି କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କୁ ସାକ୍ଷାତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ବିଶେଷ ଦୂତଙ୍କୁ ଉତ୍ତରକୋରିଆ ପଠାଇଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ସକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏନେକ ଏହାଦ୍ୱାରା ବିଶ୍ୱଶାନ୍ତିର ପଥ ଉନ୍ମୁକ୍ତ ହେବ ବୋଲି କହୁଥିବା ଜଣାପଡିଛି।

ପୂର୍ଣ୍ଣ ଆଣବିକ ନିରସ୍ତ୍ରୀକରଣ ଚାହେଁ ଦକ୍ଷିଣକୋରିଆ: ମୁନ୍‌

ପୂର୍ଣ୍ଣ ଆଣବିକ ନିରସ୍ତ୍ରୀକରଣ ଚାହେଁ ଦକ୍ଷିଣକୋରିଆ: ମୁନ୍‌

ସିଓଲ, ୧୯।୪ : ଦକ୍ଷିଣକୋରିଆ ପୂର୍ଣ୍ଣ ଆଣବିକ ନିରସ୍ତ୍ରୀକରଣ ଚାହେଁ ବୋଲି ରାଷ୍ଟ୍ରପ୍ରତି ମୁନ୍‌ ଜେ-ଇନ୍‌ ଗୁରୁବାର ସୂଚିତ କରିଛନ୍ତି। ଉତ୍ତରକୋରିଆ ସହିତ ସମ୍ପର୍କରେ କ୍ରମଶଃ ସୁଧାର ହେଉଛି ଏବଂ ତାହାର ସୁଫଳ ଆଗାମୀ ଦିନରେ ମିଳିବ। ଦୁଇ କୋରିଆ ରାଷ୍ଟ୍ରଙ୍କ ମଧ୍ୟରେ ଏନେଇ ମିଳିତ ବୈଠକ ଊଦ୍ୟମ କରାଯାଉଥିବା ମୁନ୍‌ କହିଛନ୍ତି।

ପବନରେ ଜହର: ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ ୯୫ ପ୍ରତିଶତ ଜନସଂଖ୍ୟା

ପବନରେ ଜହର: ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ ୯୫ ପ୍ରତିଶତ ଜନସଂଖ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୪ : ବିଶ୍ୱର ୯୫ ପ୍ରତିଶତ ଜନସଂଖ୍ୟା ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ। ଏନେଇ ଆମେରିକା ହେଲଥ୍‌ ଇଫେକ୍ଟସ୍‌ ପ୍ରତିଷ୍ଠାନ ପକ୍ଷରୁ ସମ୍ପନ୍ନ ହୋଇଥିବା ଏକ ସର୍ଭେ ରିପୋର୍ଟରେ ସୂଚିତ କରାଯାଇଛି। ୨୦୧୬ରେ ପ୍ରଦୂଷିତ ବାୟୁ ଯୋଗୁ ପ୍ରାୟ ୬୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ମଲାଲାଙ୍କ ନାଁରେ ନାମିତ ହେଲା ପାକିସ୍ତାନର ଗାଁ

ମଲାଲାଙ୍କ ନାଁରେ ନାମିତ ହେଲା ପାକିସ୍ତାନର ଗାଁ

ରାଓ୍ବଲପିଣ୍ଡି,୧୯।୪: ପାକିସ୍ତାନର ରାଓ୍ବଲପିଣ୍ଡି ଜିଲାର ଏକ ଗାଁ ଏବେ ନୋବେଲ ବିଜେତା ମଲାଲା ୟୁସୁଫ ଜଇଙ୍କ ନାଁରେ ନାମିତ କରାଯାଇଛି। ସମାଜସେବୀ ବସିର ମଲ୍ଲିକ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୬ ବର୍ଷ ବିଦେଶରେ ରହିବା ପରେ ଗତ ମାସରେ ମଲାଲା ପାକିସ୍ତାନ ଭ୍ରମଣରେ ଆସିଥିଲେ।

୩୨ ହଜାର ଫୁଟରେ ରହି ସାହସ ଦେଖାଇଲେ ମହିଳା ପାଇଲଟ

୩୨ ହଜାର ଫୁଟରେ ରହି ସାହସ ଦେଖାଇଲେ ମହିଳା ପାଇଲଟ

ଓ୍ବାଶିଂଟନ,୧୯।୪: ନ୍ୟୁୟର୍କରୁ ଡେଲାସ୍‌ ଅଭିମୁଖେ ଯାଉଥିବା ସାଉଥ୍‌ଓ୍ବେଷ୍ଟ ଏୟାର ଲାଇନ୍ସର ଏକ ବିମାନରେ ବିସ୍ଫୋରଣ ଘଟିଥିବା ବେଳେ ମହିଳା ପାଇଲଟଙ୍କ ସାହସିକତା ଯୋଗୁ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି।

୬ ଦଶକ ପରେ କାସ୍ତ୍ରୋ ଯୁଗ ସମାପ୍ତି: ମିଗେଲ ଡିୟାଜ୍‌ଙ୍କ ହାତରେ ଶାସନ ଡୋର

୬ ଦଶକ ପରେ କାସ୍ତ୍ରୋ ଯୁଗ ସମାପ୍ତି: ମିଗେଲ ଡିୟାଜ୍‌ଙ୍କ ହାତରେ ଶାସନ ଡୋର

ଜାମାଇକା, ୧୯।୪ : ଦୀର୍ଘ ୬ ଦଶକ ଧରି କ୍ୟୁବାରେ କାସ୍ତ୍ରୋ ପରିବାରର ଏକଚାଟିଆ ଶାସନ ଶେଷ ହୋଇଛି। ରାଷ୍ଟ୍ରପତି ପଦରୁ ରାଉଲ କାସ୍ତ୍ରୋ ଇସ୍ତଫା ଦେଇଛନ୍ତି। ତାଙ୍କର ବିଶ୍ୱସ୍ତ ସହକର୍ମୀ ମିଗେଲ୍‌ ଡିୟାଜ୍‌ କନେଲ ନୂଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କ୍ୟୁବା ସଂସଦ ମିଗେଲଙ୍କ ନାମକୁ ସମର୍ଥନ କରିଛି।

୩୫ ବର୍ଷ ପରେ ସୌଦୀରେ ଖୋଲିବ ସିନେମା ହଲ: ଶୁକ୍ରବାର ପ୍ରଥମ ଶୋ’

୩୫ ବର୍ଷ ପରେ ସୌଦୀରେ ଖୋଲିବ ସିନେମା ହଲ: ଶୁକ୍ରବାର ପ୍ରଥମ ଶୋ’

ରିୟାଦ୍‌, ୧୯।୪ : ସୌଦୀରେ ଦୀର୍ଘ ୩୫ ବର୍ଷ ପରେ ଶୁକ୍ରବାର ପ୍ରଥମ ସିନେମା ହଲ୍‌ ଉଦ୍‌ଘାଟିତ ହେବ। ଏହା ସହିତ ପ୍ରଥମ ଶୋ’ ପ୍ରଦର୍ଶିତ ହେବ। ସୌଦୀର ମୌଳବାଦୀ ଶାସକ ସିନେମା ହଲ୍‌ ସ୍ଥାପନ ଉପରେ ଦୀର୍ଘଦିନର ନିଷେଦ୍ଧାଜ୍ଞା ହଟାଇବା ପରେ ଏହା ସମ୍ଭବ ହୋଇଛି। ଏହି ସିନେମା ହଲ୍‌କୁ ଆମେରିକା କମ୍ପାନୀ ଏଏମ୍‌ସି ନିର୍ମାଣ କରିଛି।

ଇଣ୍ଡୋନେସିଆରେ ଭୂକମ୍ପ

ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା, ୧୯।୪ : ଇଣ୍ଡୋନେସିଆ କେନ୍ଦ୍ରୀୟ ଜାଭାର ବଞ୍ଜରନେଗର ଜିଲାରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚିତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।