ଅନ୍ତର୍ଜାତୀୟ |

ଦାନ ଗର୍ଭାଶୟରୁ ସନ୍ତାନ ଜନ୍ମ

ଦାନ ଗର୍ଭାଶୟରୁ ସନ୍ତାନ ଜନ୍ମ
ଓ୍ବାଶିଂଟନ୍‌/ନୂଆଦିଲ୍ଲୀ: ଜନ୍ମ ସମୟରେ ଗର୍ଭାଶୟ ନ ଥିବା ଜଣେ ମହିଳା ଦାନ ଗର୍ଭାଶୟ ଦ୍ୱାରା ଏକ ସନ୍ତାନ ଜନ୍ମ କରିଛନ୍ତି। ଦେଶ ପାଇଁ ଏହା ପ୍ରଥମ ଘଟଣା ବୋଲି ଜାଣିବାକୁ ମିଳିଛି। ଉକ୍ତ ମହିଳା ଆବ୍‌ସଲ୍ୟୁଟ୍‌ ୟୁଟେରାଇନ୍‌ ଫ୍ୟାକ୍ଟର ଇନ୍‌ଫର୍ଟିଲିଟି (ଏୟୁଆଇ) ରେ ଆକ୍ରାନ୍ତ ହୋଇଥିଲେ। ଏହା ଏପରି ଏକ ଅବସ୍ଥା ଯେଉଁଠି ଜରାୟୁ କାର୍ଯ୍ୟ କରେନାହିଁ କିମ୍ବା ଜରାୟୁ ଆଦୌ ନ ଥାଏ। ଲାନସେଟ୍‌ରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ବିଶ୍ୱର ପ୍ରଥମ ସଫଳ ଜରାୟୁ ପ୍ରତିରୋପଣ ସୁଇଡେନ୍‌ରେ କରାଯାଇଥିଲା। ଜରାୟୁ ନ ଥାଇ ଜନ୍ମ ହୋଇଥିବା ଜଣେ ମହିଳାଙ୍କଠାରେ ୩୦ବର୍ଷ ବୟସରେ ଏହା ପ୍ରତିରୋପଣ କରାଯାଇଥିଲା। ଏଥିପାଇଁ ୬୧ବର୍ଷୀୟ ଜଣେ ମହିଳା ତାଙ୍କୁ ଜରାୟୁ ଦାନ କରିଥିଲେ। ପରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏ ପର୍ଯ୍ୟନ୍ତ ଭାରତ ସମେତ ସମଗ୍ର ବିଶ୍ୱରେ ପାଖାପାଖି ୨୪ଜଣ ମହିଳାଙ୍କଠାରେ ଜରାୟୁ ପ୍ରତିରୋପଣ କରାଗଲାଣି। ଡଲାସ୍‌ସ୍ଥିତ ବେଲର ୟୁନିଭର୍ସିଟି ମେଡିକାଲ୍‌ ସେଣ୍ଟର୍‌ର ଜରାୟୁ ପ୍ରତିରୋପଣ ଚିକିତ୍ସକ ଲିଜା ଜୋହାନ୍ସସନ୍‌ କହନ୍ତି, ଦୀର୍ଘ ଦିନରୁ ଆମେ ଏଇ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲୁ। ଯେତେବେଳେ ଶିଶୁଟି ଜନ୍ମନେଲା ଉପସ୍ଥିତ ବ୍ୟକ୍ତିଙ୍କ ଆଖିରେ ଆନନ୍ଦାଶ୍ରୁ ଆସିଯାଇଥିଲା। ସେଇ ହସ୍ପିଟାଲ୍‌ରେ ଜରାୟୁ ପ୍ରତିରୋପଣ ପର୍ଯ୍ୟବେକ୍ଷଣ ଚାଲୁ ରହିଥିବାରୁ ଅସ୍ତ୍ରୋପଚାର କରାଯାଇ ଶିଶୁକୁ ଜନ୍ମ ଦିଆଯାଇଥିଲା। ଜରାୟୁ ଦାନ କରିଥିବା ମହିଳା ଥିଲେ ଡାଲାସ୍‌ ଅଞ୍ଚଳର ଜଣେ ନର୍ସ ତଥା ୩୬ବର୍ଷ ବୟସ୍କା ଟେଲର ସାଇଲର। ଦାନ ଗ୍ରହଣ କରିଥିବା ମହିଳାଙ୍କ ନାମ ତାଙ୍କ ବ୍ୟକ୍ତିଗତ କାରଣ ପାଇଁ ଗୋପନ ରଖାଯାଇଛି। ସୂଚନାଯୋଗ୍ୟ ଯେ, ଚଳିତବର୍ଷ ମେ ମାସରେ ପୁଣେର କେତେକ ଡାକ୍ତର ଭାରତରେ ପ୍ରଥମ କରି ଜଣେ ୨୧ବର୍ଷୀୟା ମହିଳାଙ୍କଠାରେ ଗର୍ଭାଶୟ ପ୍ରତିରୋପଣ କରିଥିଲେ। ସେ ଗର୍ଭାଶୟ ନ ଥାଇ ଜନ୍ମ ହୋଇଥିଲେ। ଦାତା ଜଣକ ଥିଲେ ତାଙ୍କର ୪୫ବର୍ଷୀୟ ମା’।
All Right Reserved By

ଅନ୍ତର୍ଜାତୀୟ |

କର୍ମଚାରୀଙ୍କୁ ପିଜା ବାଣ୍ଟିଲେ ବୁଶ୍‌

କର୍ମଚାରୀଙ୍କୁ ପିଜା ବାଣ୍ଟିଲେ ବୁଶ୍‌

ଓ୍ବାସିଂଟନ୍‌, ୧୯।୧: ଆମେରିକାର ଗୁଇନ୍ଦା ବିଭାଗ କର୍ମଚାରୀଙ୍କୁ ପିଜା ବାଣ୍ଟିଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍‌। 

ବର୍ଗର ପାଇଁ ଲାଇନ୍‌ରେ ଠିଆ ହେଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

ବର୍ଗର ପାଇଁ ଲାଇନ୍‌ରେ ଠିଆ ହେଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି

ଓ୍ବାସିଂଟନ୍‌, ୧୯।୧: ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ବିଲ ଗେଟସ ବର୍ଗର ପାଇଁ ଲାଇନରେ ଛିଡା ହୋଇଛନ୍ତି। କଥାଟା ସହଜରେ ହଜମ ହେଉ ନ ଥିଲେ ମଧ୍ୟ ସତ।

ଜାପାନ ସାଗର ଉପରେ ପରସ୍ପର ସହ ଧକ୍କା ହେଲେ ୨ ଯୁଦ୍ଧ ବିମାନ

ଜାପାନ ସାଗର ଉପରେ ପରସ୍ପର ସହ ଧକ୍କା ହେଲେ ୨ ଯୁଦ୍ଧ ବିମାନ

ମସ୍କୋ,୧୯।୧: ଜାପାନ ସାଗର ଉପରେ ଶୁକ୍ରବାର ରୁଷର ୨ଟି ସୁଖୋଇ ଏସ୍‌ୟୁ-୩୪ ବୋମା ବର୍ଷି ବିମାନ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି। ଯୁଦ୍ଧାଭ୍ୟାସ କରିବା ସମୟରେ ଭୂଲ୍‌ ବଶତଃ ବିମାନ ଦୁଇଟି ପରସ୍ପର ସହ ଧକ୍କା ହୋଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ। 

ଟ୍ରେନ୍‌ ବିଳମ୍ବ ହେଲେ ବୁଣୁଥିଲେ ସ୍କାର୍ଫ: ବିକ୍ରିହେଲା ୬ଲକ୍ଷରେ

ଟ୍ରେନ୍‌ ବିଳମ୍ବ ହେଲେ ବୁଣୁଥିଲେ ସ୍କାର୍ଫ: ବିକ୍ରିହେଲା ୬ଲକ୍ଷରେ

ଲଣ୍ଡନ,୧୯।୧: ଟ୍ରେନ୍‌ରେ ଯାତାୟତ କରୁଥିବା ଲୋକେ ବିଳମ୍ବକୁ ସାମ୍ନା କରିବା ଏକ ସାଧାରଣ ଘଟଣା। ହେଲେ ଏହି ସମୟକୁ ଦେଖି ଜର୍ମାନୀର ଜଣେ ମହିଳା ସ୍କାର୍ଫ ବୁଣିବା କାମ କରୁଥିଲେ। 

ପତ୍ନୀଙ୍କ ଜନ୍ମଦିନରେ ୨୯ ବର୍ଷ ତଳର ଫଟୋ ଶେୟାର କଲେ ଓବାମା

ପତ୍ନୀଙ୍କ ଜନ୍ମଦିନରେ ୨୯ ବର୍ଷ ତଳର ଫଟୋ ଶେୟାର କଲେ ଓବାମା

ଓ୍ବାଶିଂଟନ,୧୮।୧: ଆମେରିକାର ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମାଙ୍କର ଗୁରୁବାର ଜନ୍ମଦିନ ଥିଲା। ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିକଟକୁ ଆସିଥିଲା ଅନେକ ଶୁଭେଚ୍ଛା ବାର୍ତ୍ତା। 

ଅପସ୍କ୍ରିଟିଂ ବ୍ରିଟେନରେ ଅପରାଧ

ଅପସ୍କ୍ରିଟିଂ ବ୍ରିଟେନରେ ଅପରାଧ

ଲଣ୍ଡନ,୧୮।୧: ବ୍ରିଟେନରେ ଏବେ ଅପସ୍କ୍ରିଟିଂକୁ ଆଇନତଃ ଅପରାଧ ବୋଲି ଘୋଷଣା କରାଯାଇଛି। ଗୁରୁବାର ବ୍ରିଟେନର ହାଉସ୍‌ ଅଫ୍‌ ଲର୍ଡସରେ ଅପସ୍କ୍ରିଟିଂକୁ ନେଇ ବିଲ୍‌ ପାସ୍‌ କରାଯାଇଛି।

ସ୍ମାର୍ଟ ଫୋନ୍‌ ମାନିଆ: ପାସ୍‌ଓ୍ବାର୍ଡ ନ କହିବାରୁ ସ୍ବାମୀଙ୍କୁ ପେଟ୍ରୋଲରେ ଜୀବନ୍ତ ଜଳାଇଲେ ମହିଳା

ସ୍ମାର୍ଟ ଫୋନ୍‌ ମାନିଆ: ପାସ୍‌ଓ୍ବାର୍ଡ ନ କହିବାରୁ ସ୍ବାମୀଙ୍କୁ ପେଟ୍ରୋଲରେ ଜୀବନ୍ତ ଜଳାଇଲେ ମହିଳା

ଜାକର୍ତ୍ତା,୧୮।୧: ଏବେ ଲୋକଙ୍କ ମଧ୍ୟରେ ସ୍ମାର୍ଟ ଫୋନ୍‌ ମାନିଆ ବଢ଼ିବାରେ ଲାଗିଛି। ସ୍ମାର୍ଟଫୋନ୍‌ ପାଇଁ ଘଟୁଛି ଅନକ ଅଭାବନୀୟ ଘଟଣା। ଇଣ୍ଡୋନେସିଆରେ ଇହ୍ଲାନ ଅୟାନୀ ନାମକ ଜଣେ ୨୫ ବର୍ଷ ବୟସ୍କା ମହିଳା ତାଙ୍କ ସ୍ବାମୀ ଡେଡି ପୁରନାମାଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। 

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

୭୭.୩ କୋଟି ଇମେଲ୍‌, ୨.୧ କୋଟି ପାସ୍‌ଓ୍ବର୍ଡ ହ୍ୟାକ୍‌

ସାନଫ୍ରାନ୍ସିସକୋ,୧୭-୧: ଚଳିତ ବର୍ଷ ଆରମ୍ଭରେ ସବୁଠାରୁ ବଡ଼ ଡାଟା ଲିକ୍‌ ସାମ୍ନାକୁ ଆସିଛି। ଗବେଷକ ଟ୍ରୟ ହଣ୍ଟ ଡାଟା ଲିକ୍‌ ସମ୍ପର୍କରେ ଜାଣି ପାରି ନିଜର ଓ୍ବେବସାଇଟ ଟ୍ରୟହଣ୍ଟ ଡଟ୍‌ କମ୍‌ରେ ଏହାକୁ ଉଲ୍ଲେଖ କରିଛନ୍ତି। ପ୍ରାୟ ୭୭ କୋଟି ୩୦ ଲକ୍ଷ ଇମେଲ୍‌ ଆଇଡି ଓ ୨କୋଟି ୧୦ ଲକ୍ଷ ପାସଓ୍ବର୍ଡ ହ୍ୟାକ୍‌ ହୋଇଯାଇଛି ବୋଲି ସେ ଦର୍ଶାଇଛନ୍ତି। ଗବେଷକ ଟ୍ରୟ ହଣ୍ଟ ଏହାକୁ କଲେକ୍ସନ #୧ ଭାବେ ଉପସ୍ଥାପନ କରିଛନ୍ତି। 

ଆମେରିକାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଚ୍‌-୧ବି ଭିଜାଧାରକ

ଆମେରିକାରେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଚ୍‌-୧ବି ଭିଜାଧାରକ

ଓ୍ବାଶିଂଟନ,୧୮-୧: ଏଚ୍‌-୧ବି ଭିଜା ମାଧ୍ୟମରେ ଆମେରିକାରେ କାମ କରିବା ଲାଗି ସ୍ବପ୍ନ ଦେଖୁଥିବା ଯୁବତୀଯୁବକମାନେ ଆମେରିକାର ଥିଙ୍କଟ୍ୟାଙ୍କ ସାଉଥ ଏସିଆ ସେଣ୍ଟର ଅଫ୍‌ ଦ ଆଟ୍‌ଲାଣ୍ଟିକ କାଉନସିଲ୍‌ର ରିପୋର୍ଟ ଥରେ ପଢ଼ି ନେବା ଉଚିତ୍‌ ହେବ। 

ଟାର୍ଗେଟ ପୂରଣ ନ କରିବାରୁ ମିଳିଲା ଦଣ୍ଡ

ଟାର୍ଗେଟ ପୂରଣ ନ କରିବାରୁ ମିଳିଲା ଦଣ୍ଡ

ବେଜିଂ,୧୭।୧: ଚାଇନାର ଏକ କମ୍ପାନୀ ତା’ର କର୍ମଚାରୀଙ୍କୁ ରାସ୍ତାରେ ଆଣ୍ଠେଇ ଦେବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ କର୍ମଚାରୀମାନେ କମ୍ପାନୀ ଦେଇଥିବା ଟାର୍ଗେଟ ପୂରଣ ନ କରିବାରୁ ଏମିତି ଦଣ୍ଡ ମିଳିଛି। 

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ  ଦାବୀ

ବିୟର କମ୍ପାନୀ ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀ

ନୂଆଦିଲ୍ଲୀ/ବ୍ରିସ୍‌ବେନ୍‌,୧୭।୧: ଅଷ୍ଟ୍ରେଲିଆର ଏକ ବିୟର କମ୍ପାନୀ ଏହାର ବିଜ୍ଞାପନରେ ହିନ୍ଦୁ ଦେବାଦେବୀଙ୍କ ଫଟୋ  ବ୍ୟବହାର କରିଛି। ଏହାଦ୍ୱାରା ଏଠାରେ ଥିବା ହିନ୍ଦୁଙ୍କୁ ମାନସିକସ୍ତରରେ ଆଘାତ ଲାଗିଛି। 

ଚାକିରି ହରାଇଲେ ୧୨୩ ରୋବର୍ଟ

ଚାକିରି ହରାଇଲେ ୧୨୩ ରୋବର୍ଟ

ଟୋକିଓ,୧୭।୧: ଜାପାନର ହେନ ନା ବିଶ୍ୱର ପ୍ରଥମ ହୋଟେଲ ଯେଉଁଠି ଲୋକଙ୍କ ସୁବିଧା ପାଇଁ ପ୍ରାୟ ୨୪୩ଟି ରୋବର୍ଟ ରଖା ଯାଇଥିଲା। ସେଥିପାଇଁ ଏହି ହୋଟେଲର ନା ଗିନିଜ ଓ୍ବାଲର୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଥିଲା।