ମେଟ୍ରୋ |

କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନରେ କୃଷି ଶିକ୍ଷା ଦିବସ ପାଳିତ

କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନରେ କୃଷି ଶିକ୍ଷା ଦିବସ ପାଳିତ

କଟକ ଅଫିସ, ୩।୧୨: କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ପରିସରରେ ରବିବାର ‘ଷଷ୍ଠ କୃଷି ଶିକ୍ଷା ଦିବସ’ ପାଳିତ ହୋଇଯାଇଛି। ଏଥିରେ କଟକର ୧୮ଟି ସ୍କୁଲ ଓ ଜୁନିୟର ମହାବିଦ୍ୟାଳୟର ୨୦୦ ଛାତ୍ରୀଛାତ୍ରଙ୍କ ସହ ସେମାନଙ୍କର ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ଯୋଗ ଦେଇଥିଲେ। ଉଦ୍‌ଘାଟନୀ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. ତପନ କୁମାର ଆଧ୍ୟା ଅତିଥି ଭାବେ ଯୋଗଦେଇ କୃଷି ଶିକ୍ଷାର ଗୁରୁତ୍ୱ ଉପରେ ଉଦ୍‌ବୋଧନ ଦେଇଥିଲେ। ଏହା ସହ ଅନୁଷ୍ଠାନର ନିର୍ଦ୍ଦେଶକ ଡ. ହିମାଂଶୁ ପାଠକ ଅଧ୍ୟକ୍ଷତା କରି ଛାତ୍ରୀଛାତ୍ରମାନଙ୍କୁ କୃଷି ଶିକ୍ଷାର ବିଭିନ୍ନ ବିଭାଗ ବିଷୟରେ ସୂଚନା ଦେବା ସହିତ ପିଲାମାନେ କୃଷି ବିଜ୍ଞାନ ଦିଗରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଏକ ଶିକ୍ଷାଭିତ୍ତିକ ବୁଲେଟିନ୍‌ ଉନ୍ମୋଚନ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

All Right Reserved By

ମେଟ୍ରୋ |

ବନ୍ତିଳୋରେ ଅନୁଷ୍ଠିତ ହେଲା ବାସି ରଥଯାତ୍ରା

ବନ୍ତିଳୋରେ ଅନୁଷ୍ଠିତ ହେଲା ବାସି ରଥଯାତ୍ରା

କାକଟପୁର, ୧୫।୭(ଡି.ଏନ୍‌.ଏ.)-ପବିତ୍ର ଶ୍ରୀଗୁଣ୍ଡିଚା ଲାଗି ପୁରୀରୁ ପୁରପଲ୍ଲୀ ପର୍ଯ୍ୟନ୍ତ ଜଗନ୍ନାଥମୟ ହୋଇ ଉଠିଥିଲା। ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ଅସ୍ତରଙ୍ଗ ବ୍ଲକ ବନ୍ତିଳୋ ଗ୍ରାମରେ କିନ୍ତୁ ଏହାର ଗୋଟିଏ ଦିନ ପରେ ପାଳିତ ହୋଇଥିଲା ବାସି ରଥଯାତ୍ରା।

ଲଗାଣ ବର୍ଷାରେ ସମୁଦ୍ର ଅଶାନ୍ତ, ଆଶଙ୍କାରେ ଉପକୂଳ ବାସୀ

ଲଗାଣ ବର୍ଷାରେ ସମୁଦ୍ର ଅଶାନ୍ତ, ଆଶଙ୍କାରେ ଉପକୂଳ ବାସୀ

ବ୍ରହ୍ମଗିରି, ୧୫।୭(ଡି.ଏନ୍‌.ଏ.)-ଉପକୂୂଳ ଅଞ୍ଚଳରେ ଶନିବାରଠାରୁ ଆରମ୍ଭ ହୋଇଛି ଲଗାଣ ବର୍ଷା। ଫଳରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ଏହା ଯୋଗୁ ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଉପକୂଳବାସୀ ଆଶଙ୍କାରେ ରହିଛନ୍ତି ।

ବର୍ଷାରେ ଅଲାରନାଥ ମନ୍ଦିର ପରିସରରେ ଆଣ୍ଠୁଏ ପାଣି

ବର୍ଷାରେ ଅଲାରନାଥ ମନ୍ଦିର ପରିସରରେ ଆଣ୍ଠୁଏ ପାଣି

ବ୍ରହ୍ମଗିରି, ୧୫।୭(ଡି.ଏନ୍‌.ଏ.)-ଅସରାଏ ବର୍ଷାହେଲେ ବେହାଲ ହୋଇପଡୁଛି ମହାପ୍ରଭୁ ଅଲାରନାଥଙ୍କ ମନ୍ଦିର । ଯଦି ବର୍ଷା ଲାଗିରହିଲା ସମସ୍ୟା ଆହୁରି ଜଟିଳ । ଶନିବାର ରାତିରୁ ଲଗାଣ ବର୍ଷା ହେବା ଦ୍ୱାରା ମନ୍ଦିର ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିରହିଥିଲା ।

ବାଲିଅନ୍ତା ହାଇସ୍କୁଲ ୧୯୭୮ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ବାଲିଅନ୍ତା ହାଇସ୍କୁଲ ୧୯୭୮ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ବାଲିଅନ୍ତା,୧୫।୭(ଡି.ଏନ୍‌.ଏ.): ବାଲିଅନ୍ତା ହାଇସ୍କୁଲର ୧୯୭୮ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ରବିବାର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮୦ଜଣ ପୁରାତନ ଛାତ୍ରୀଛାତ୍ର ଯୋଗଦେଇ ୪୦ ବର୍ଷ ତଳ ପାଠପଢ଼ା ସମୟର ସ୍ମୃତିକୁ ମନେପକାଇଥିଲେ। ଏହି ଅବସରରେ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ମହାପ୍ରଭୁଙ୍କ ଟାହିଆ ଛିଡ଼ାଇବା ଆବେଗର ପ୍ରତିଫଳନ: ଆଇଜି

ମହାପ୍ରଭୁଙ୍କ ଟାହିଆ ଛିଡ଼ାଇବା ଆବେଗର ପ୍ରତିଫଳନ: ଆଇଜି

ପୁରୀ ଅଫିସ,୧୫।୭: ଶନିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡିବେଳେ କିଛି ସେବାୟତ ଏବଂ କିଛି ପୋଲିସ କର୍ମଚାରୀ ଜଗନ୍ନାଥଙ୍କ ଟାହିଆ ଛିଡ଼ାଇ ନେଇଥିଲେ। ଏହାକୁ ନେଇ ଭକ୍ତଙ୍କ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ରବିବାର ଗଣମାଧ୍ୟମରେ ମତ ରଖିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଏବଂ କେନ୍ଦ୍ରାଞ୍ଚଳ ଆଇଜି।

ରଥ ନିକଟରେ ନଡ଼ିଆ ଭଙ୍ଗାକୁ ନେଇ ଉତ୍ତେଜନା: ନୀତି ବନ୍ଦ

ରଥ ନିକଟରେ ନଡ଼ିଆ ଭଙ୍ଗାକୁ ନେଇ ଉତ୍ତେଜନା: ନୀତି ବନ୍ଦ

ପୁରୀ ଅଫିସ,୧୫।୭: ଶରଧାବାଲିରେ ଲାଗିଛି ତିନି ରଥ। ରଥ ଚାରିପାର୍ଶ୍ୱରେ ବ୍ୟାରିକେଟ କରାଯାଇଛି। ବ୍ୟାରିକେଟ ନିକଟରେ ପୂଜାପଣ୍ଡା ସେବକମାନେ ରହି ନଡ଼ିଆ ଭାଙ୍ଗି ଦାନ, ଦକ୍ଷିଣା ଆଦାୟ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି କୌଣସି ସେବାୟତ ଦାନ ଦକ୍ଷିଣା ଆଦାୟ କରିପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାନ ଦକ୍ଷିଣା ଆଦାୟ କରିବାକୁ ବାରଣ କରାଯାଇଛି। ମାତ୍ର ରବିବାର କିଛି ସେବାୟତ ଥାଳି ରଖି ଦାନ ଦକ୍ଷିଣା ଆଦାୟ କରୁଥିବା ବେଳେ କିଛି ନଡ଼ିଆ ଭାଙ୍ଗି ଆଦାୟ କରୁଥିବା ଦେଖାଯାଇଥିଲା। ଏହାକୁ ମନ୍ଦିର ପ୍ରଶାସନ ବନ୍ଦ କରିବାରୁ ରଥ ନିକଟରେ ସାମୟିକ ଉତ୍ତେଜନା ପ୍ରକାଶ ପାଇଥିଲା।

ବର୍ତ୍ତି ଛକରେ ଦୁର୍ଘଟଣା: ଧକ୍କା ଦେଇ ରାସ୍ତାରେ ଓଲଟିଲା କାର୍‌, ନାବାଳକ ମୃତ

ବର୍ତ୍ତି ଛକରେ ଦୁର୍ଘଟଣା: ଧକ୍କା ଦେଇ ରାସ୍ତାରେ ଓଲଟିଲା କାର୍‌, ନାବାଳକ ମୃତ

ରଘୁନାଥପୁର,୧୫।୭(ଡି.ଏନ୍‌.ଏ.): କଟକ ଜିଲା ରଘୁନାଇପୁର ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ବର୍ତ୍ତି ଛକଠାରେ ରବିବାର ଏକ କାର୍‌ ଦୁର୍ଘଟଣା ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଥିସହ କାର୍‌ଟି ଧକ୍କା ଦେବାରୁ ରାସ୍ତା କଡ଼ରେ ଥିବା ଦୁଇଟି ବାଇକ୍‌ ଏବଂ ୭ଟି ସାଇକେଲ କ୍ଷତିଗ୍ରସ୍ତ ହୋଇଛି।

ମନ୍ଦିର ପରିସରରେ ପୂଜକଙ୍କୁ ହତ୍ୟା

ମନ୍ଦିର ପରିସରରେ ପୂଜକଙ୍କୁ ହତ୍ୟା

ନିରାକାରପୁର,୧୫।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂହ ପଞ୍ଚାୟତ ଓଳସିଂହ ଗ୍ରାମରେ ଥିବା ମା’ ସିଦ୍ଧେଶ୍ୱରୀଙ୍କ ପୀଠରୁ ରବିବାର ଜଣେ ପୁଜକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ସୋମନାଥ ବିଶ୍ୱାଳ।

ସମୁଦ୍ର ଅଶାନ୍ତ: ୬ ସେକେଣ୍ଡରେ ଆସୁଛି ଏକ ମିଟର ଉଚ୍ଚ ଜୁଆର

ସମୁଦ୍ର ଅଶାନ୍ତ: ୬ ସେକେଣ୍ଡରେ ଆସୁଛି ଏକ ମିଟର ଉଚ୍ଚ ଜୁଆର

ପୁରୀ ଅଫିସ,୧୫।୭: ଲଘୁଚାପ ପ୍ରଭାବରେ ପୁରୀ ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ର ଜୁଆରିଆ ରହିବା ସହିତ ଉଚ୍ଚରେ ଜୁଆର ଆସୁଛି। ପ୍ରତି ୬ ସେକେଣ୍ଡରେ ପ୍ରାୟ ଏକ ମିଟର ଉଚ୍ଚରେ ଜୁଆର ଆସୁଥିବା ପୁରୀ ପାଣିପାଗ ବିଭାଗ ସୁତ୍ରରୁ ଜଣାପଡ଼ିଛି। ସମୁଦ୍ର ଅଶାନ୍ତ ରହିଥିବାରୁ ସ୍ନାନ ବେଳେ ସତର୍କତା ଅବଲମ୍ବନ କରିବା ସହ ଅଧିକ ଗଭୀର ସମୁଦ୍ର ମଧ୍ୟକୁ ନ ଯିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯାଉଛି।

ବର୍ଷା ବଢ଼ାଇଲା ଦୁର୍ଦ୍ଦଶା: ପୁରୀରେ ୭୦ ମିମି ବର୍ଷା

ବର୍ଷା ବଢ଼ାଇଲା ଦୁର୍ଦ୍ଦଶା: ପୁରୀରେ ୭୦ ମିମି ବର୍ଷା

ପୁରୀ ଅଫିସ,୧୫।୭: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପୁରୀ ଲୋକାରଣ୍ୟ। କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ। ହେଲେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲାଗି ପ୍ରତିକୂଳ ପାଗ ସାଜିଛି ବାଧକ। ଲଗାଣ ବର୍ଷା ଶ୍ରଦ୍ଧାଳୁଙ୍କ ଦୁର୍ଦ୍ଦଶାକୁ ବଢ଼ାଇଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ସହରରେ ୭୦ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି।

ଶରଧାବାଲିରେ ତିନି ରଥ: ପହଞ୍ଚିଲେ ଶ୍ରୀଜଗନ୍ନାଥ

ଶରଧାବାଲିରେ ତିନି ରଥ: ପହଞ୍ଚିଲେ ଶ୍ରୀଜଗନ୍ନାଥ

ପୁରୀ ଅଫିସ,୧୫।୭: ଘୋଷଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶନିବାର ସନ୍ଧ୍ୟାରେ ବଳଗଣ୍ଡି ଛକରେ ଅଟକି ରହିଥିଲା। ରବିବାର ପ୍ରାତଃରେ ରଥ ଉପରେ ୬ଟା ୩୦ରୁ ୭ ଟା ୪୦ ମଧ୍ୟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ସରିଥିଲା। ଏହାପରେ ଅବକାଶ ନୀତି ସମ୍ପନ୍ନ ହୋଇ ମହାପ୍ରଭୁ ବେଶ ହୋଇଥିଲେ। ବେଶ ପରେ ରଥଟଣା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା ମଧ୍ୟରେ ସକାଳ ପ୍ରାୟ ୯ଟା ବେଳେ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଥିବା ବେଳେ ୯ଟା ୪୦ ମିନିଟରେ ଶରଧାବାଲିରେ ପହଞ୍ଚିଛି। ଭକ୍ତ ଏବଂ ପୋଲିସ ବାହିନୀ ରଥକୁ ଟାଣିଟାଣି ଶରଧାବାଲିକୁ ନେଇଛନ୍ତି।

ପ୍ରବଳ ବର୍ଷା ସମ୍ଭାବନା

ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅପରାହ୍ନରେ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଦୁଇଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Model This Week

ରୂପେଶ