ରାୟଗଡା

ଦୁର୍ଘଟଣାରେ ୨ ଗୁରୁତର

ଦୁର୍ଘଟଣାରେ ୨ ଗୁରୁତର

ମୈଦଲପୁର,୨।୧୨(ଡି.ଏନ.ଏ.)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ମହାବିଦ୍ୟାଳୟ ନିକଟରେ ଏକ ବାଇକ ଦୁର୍ଘଟଣା ହୋଇ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ଗୋବିନ୍ଦ ମାଝି ଓ ତୁଳାରାମ ବାଇକ(ନଂ ସିଜି ୧୭-୪୮୭୫)ରେ ଯାଉଥିଲେ । ବିପରିତ ଦିଗରୁ ଏକ ଗାଡି ଆସିବାରୁ ସେମାନେ ଭାରସାମ୍ୟ ହରାଇ ରାସ୍ତା ତଳକୁ ବାଇକଟି ଖସାଇ ଦେବାରୁ ତଳେ ପଡି ଯାଇଥିଲା । ଏଥିରେ ଗୋବିନ୍ଦ ଓ ତୁଳାରାମ ଗୁରୁତର ହୋଇଥିଲେ ା ମୈଦଲପୁର ଫାଣ୍ଡି ଫୋଲିସ ପହଁଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

All Right Reserved By

Model This Week

ନିକିତା

ରାୟଗଡା

ସରପଞ୍ଚଙ୍କୁ ମାଓବାଦୀଙ୍କ ଧମକ: ଏକାଠି ହେଲେ ୧୭ ଗ୍ରାମ ମୁଖିଆ

ସରପଞ୍ଚଙ୍କୁ ମାଓବାଦୀଙ୍କ ଧମକ: ଏକାଠି ହେଲେ ୧୭ ଗ୍ରାମ ମୁଖିଆ

ବିଷମକଟକ,୨୧।୪(ଡ଼ି.ଏନ.ଏ)- ବିଷମକଟକ ବ୍ଳକ କୁର୍ଲୀ ସରପଞ୍ଚ ଡ୍ରିଞ୍ଜ ଜାକାସିକା ଓ ଜିଲ୍ଲା ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ସଦସ୍ୟ ଜିତୁ ଜାକାସିକାଙ୍କୁ ଗତ ସପ୍ତାହରେ ମାଓବାଦୀଙ୍କ ପକ୍ଷରୁ ଧମକପୂର୍ଣ୍ଣ ଚିଠି ଦିଆଯାଇଥିଲା । ଏ ନେଇ କୁର୍ଲୀ ଅଞ୍ଚଳରେ ପ୍ରତିକ୍ରିୟା ଦେଖାଦେଇଛି । ଏହାକୁ ନେଇ ଶନିବାର ହୁଟେସୀ ଗ୍ରାମରେ କୁର୍ଲୀ ପଞ୍ଚାୟତର ୧୭ ଖଣ୍ଡ ଗ୍ରାମର ମୁଖିଆ ଏକାଠି ହୋଇ ଏକ ବୈଠକ କରିଛନ୍ତି ।

ନକଲି ଟିଡିଆର ଦାଖଲ କରି ଠିକାକାମ ହାତେଇବା ଘଟଣା: ଠିକାଦାରଙ୍କ ଜାମିନ ଖାରଜ

ନକଲି ଟିଡିଆର ଦାଖଲ କରି ଠିକାକାମ ହାତେଇବା ଘଟଣା: ଠିକାଦାରଙ୍କ ଜାମିନ ଖାରଜ

ନବରଙ୍ଗପୁର,୨୧।୪(ବି.ପ୍ର.): ନକଲି ଟିଡିଆର ଦେଇ ଗିରଫ ହୋଇଥିବା ଠିକାଦାର ବଂଟି ଅଗ୍ରୱାଲଙ୍କ ବିରୋଧ ହୋଇଥିବା ୨ଟି ମାମଲାର ଜାମିନ ଆବେଦନ ଶନିବାର ଖାରଜ ଦୋଇଯାଇଛି । ନବରଙ୍ଗପୁର ପୋଲିସ ଓ ଇଡି ପକ୍ଷରୁ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା । ପୋଲିସ ଓ ଇଡିର ଇକୋନୋମିକ୍ସ ଅଫେନ୍ସ ଉଇଙ୍ଗ୍‌ସଙ୍କୁ (ଇଓଡବ୍ଲ୍ୟୁ) ଏକ ଘଣ୍ଟାଏ ଲେଖାଏଁ ବଂଟିଙ୍କୁ ରିମାଣ୍ଡରେ ନେବା ପାଇଁ ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି ।

ବନ୍ୟଜନ୍ତୁ ଶିକାର ଉଦ୍ୟମ ପଣ୍ଡ

ଡାବୁଗାଁ,୨୧।୪ (ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ କୋଇଲାରୀ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଉଦ୍ୟମକୁ ଶନିବାର ରାତିରେ ଡାବୁଗାଁ ବନ ବିଭାଗ ପଣ୍ଡ କରିଛି । କୋଇଲାରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ବେଲ୍ଲାରୀ ନଦୀ ପାଖରେ କେତେ ଜଣ ଶିକାରୀ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ତାର ବିଛାଇ ବିଦ୍ୟୁତ ସଂଯୋଗ କରିଥିଲେ। ଡାବୁଗାଁ ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରି ବ୍ୟବହୃତ ତାର, ଖୁଣ୍ଟ ଓ ବିଦ୍ୟୁତ ସାମଗ୍ରୀ ଜବତ କରିଛି।

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ: ଶିକ୍ଷକଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ

ପାରଳାଖେମୁଣ୍ଡି,୨୧।୪(ସ୍ବ.ପ୍ର): ଗଜପତି ଜିଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ବଡଦେଉଳା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନିରଞ୍ଜନ ଦାସଙ୍କୁ କର୍ତ୍ତବ୍ୟରେ ଅବହେଳା ଓ ଅନିୟମିତତା ଅଭିଯୋଗରେ ଚାକିରିରୁ ନିଲମ୍ବନ ପାଇଁ ଜିଲା ଶିକ୍ଷାଧିକାରୀ ସଞ୍ଜିବ କୁମାର ସିଂ ଚିଠି ନଂ. ୩୭୫୪/ ୧୯.୪. ୨୦୧୮ କ୍ରମେ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟାଙ୍କ, ଏଟିଏମ୍‌ ଆଗରେ ବିଜେଡିର ପ୍ରତିବାଦ

ପାରଳାଖେମୁଣ୍ଡି,୨୧।୪(ସ୍ବ.ପ୍ର): ଦେଶରେ ଅଘୋଷିତ ଆର୍ଥିକ ଜରୁରୀ ପରିସ୍ଥିତି ତଥା ଏଟିଏମ୍‌ଗୁଡ଼ିକରେ ଟଙ୍କା ଅଭାବ ପ୍ରତିବାଦରେ ଶନିବାର ଗଜପତି ଜିଲା ବିଜେଡି ପକ୍ଷରୁ ପାରଳାଖେମୁଣ୍ଡି ସହରସ୍ଥ ଏସ୍‌ବିଆଇ, ଆଇସିଆଇସିଆଇ, ଏଚ୍‌ଡିଏଫ୍‌ସି, ଆନ୍ଧ୍ରାବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ ଆଦି ୧୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ସମେତ ବିଭିନ୍ନ ଏଟିଏମ୍‌ଗୁଡ଼ିକ ଆଗରେ ଧାରଣା ଦିଆଯାଇଥିଲା।

ଠିକାଦାର ଓ ଜନତାଙ୍କୁ ପୋଷ୍ଟର ଦ୍ୱାରା ମୃତ୍ୟୁଦଣ୍ଡ ଧମକ ଦେଲେ ମାଓବାଦୀ

ଠିକାଦାର ଓ ଜନତାଙ୍କୁ ପୋଷ୍ଟର ଦ୍ୱାରା ମୃତ୍ୟୁଦଣ୍ଡ ଧମକ ଦେଲେ ମାଓବାଦୀ

ବୈପାରୀଗୁଡ଼ା,୨୧।୪(ଡି.ଏନ୍‌.ଏ.): ଗତ ରବିବାର ଦଣ୍ଡାବାଡ଼ି ସାପ୍ତାହିକ ହାଟରେ ସେହି ପଞ୍ଚାୟତର ରତାଖଣ୍ଡି ଗ୍ରାମର ଯୁବକ ତଥା ପୂର୍ବତନ ନାଏବ ସରପଞ୍ଚଙ୍କ ସ୍ବାମୀ ଆନନ୍ଦ ନାୟକଙ୍କୁ ମାଓବାଦୀମାନେ ଗୁଳି କରିଥିଲେ। ଏହି ଘଟଣାର ସପ୍ତାହେ ନ ପୂରୁଣୁ ପୁଣି ଅନେକଙ୍କୁ ହତ୍ୟା ଧମକ ନେଇ ପୋଷ୍ଟର ଲଗାଇଛନ୍ତି ମାଓବାଦୀ। ଶବିନାର ରାମଗିରି-ଦଣ୍ଡାବାଡି ରାସ୍ତାରେ କାଳିଆଝୋଲି ଛକଠାରେ ମାଓବାଦୀଙ୍କ ହାତଲେଖା ପୋଷ୍ଟର ଦେଖିବାକୁ ମିଳିଛି ।

ଏକାଠି ହେଲେ ଅଲଗା ହୋଇଥିବା ଦମ୍ପତି

ମାଲକାନଗିରି,୨୧।୪(ସ୍ବ.ପ୍ର.): ମାଲକାନଗିରି ସ୍ଥିତ କୁମୁଟିଗୁଡ଼ା ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ ମଣି ବାଘ। ତାଙ୍କ ବାପାଙ୍କ ନାମ ନାରାୟଣ ସତନାଗ। ଦୁଇବର୍ଷ ତଳେ ମଣି ବଳରାମ ବାଘ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ସେମାନଙ୍କ ଔରସରୁ ବର୍ଷକର ପୁତ୍ର ସନ୍ତାନଟିଏ ମଧ୍ୟ ରହିଛି। ଜିଲା ଆଇନ ସେବା ପ୍ରାଧିକରଣ ସଚିବ ଅମିତ ସ୍ବରୂପ କୁମାର ସେଠ୍‌ ଗୋଟିଏ ପ୍ରାକ୍‌ ମକଦ୍ଦମା କରି ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଡାକଇ ଆପୋଷ ବୁଝାମଣା କରାଇଥିଲେ। ଏହାପରେ ଉଭୟ ସ୍ଥିତିକୁ ହୃଦୟଙ୍ଗମ କରି ଏକାଠି ଦାମ୍ପତ୍ୟ ଜୀବନ କାଟିବା ପାଇଁ ସତ୍ୟପାଠ ଦାଖଲ କରିଥିଲେ।

ସଦାଶିବ ତ୍ରିପାଠୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ

ସଦାଶିବ ତ୍ରିପାଠୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ

ମାଲକାନଗିରି, ୨୧।୪(ସ୍ବ.ପ୍ର.): ମାଲକାନଗିରି ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶନିବାର ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅମୀୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଜିଲାପାଳ ରଘୁମଣି ଗମାଙ୍ଗ, ପୌରାଧ୍ୟକ୍ଷା ରାଜଓ୍ବନ୍ତ କୌର, ଶିକ୍ଷାବିତ ଅନଙ୍ଗ ମହାପାତ୍ର ଓ ଖବରଦାତା କେଶବ ଚନ୍ଦ୍ର ନାୟକ ଯୋଗଦେଇ ତ୍ରିପାଠୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ।

ଏଟିଏମ୍‌ରେ ନୋ କ୍ୟାସ ପ୍ରତିବାଦରେ ୨ ଘଣ୍ଟା ଧାରଣା

ଏଟିଏମ୍‌ରେ ନୋ କ୍ୟାସ ପ୍ରତିବାଦରେ ୨ ଘଣ୍ଟା ଧାରଣା

ମାଥିଲି,୨୧।୪(ଡି.ଏନ୍‌.ଏ.): ଏଟିଏମରେ ନୋ କ୍ୟାସ ପ୍ରତିବାଦରେ ମାଥିଲି ବ୍ଲକ ବିଜେଡି କର୍ମୀମାନେ ଶନିବାର ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଜେଡିର ବ୍ଲକ ସଭାପତି ସଦାଶିବ ପୂଜାରୀଙ୍କ ନେତୃତ୍ୱରେ ଏଥିରେ ମାଲକାନଗିରି ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲିଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ। କର୍ମୀମାନେ ମାଥିଲି ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଏକତ୍ରିତ ହୋଇଥିଲେ।

ଚନ୍ଦାହାଣ୍ଡିରେ ପ୍ରତିବାଦ ଜଣାଇଲା ବିଜେଡି

ଚନ୍ଦାହାଣ୍ଡିରେ ପ୍ରତିବାଦ ଜଣାଇଲା ବିଜେଡି

ଚନ୍ଦାହାଣ୍ଡି,୨୧।୪(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁ ଦେଶର ଆଇନ ଶୃଙ୍ଖଳା ଏବଂ ଆର୍ଥତ୍କ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଏବେ ଏଟିଏମ୍‌ରେ ଟଙ୍କା ନଥିବାରୁ ଲୋକେ ବିମୁଦ୍ରିକରଣର ଦୁଃଖ ଭୋଗୁଛନ୍ତି। ଏଥିପାଇଁ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ବିଜେଡି ପକ୍ଷରୁ ବ୍ଲକ ସଭାପତି ଗୌରହରି ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବରୋଦା ବ୍ୟାଙ୍କ ସମ୍ମୁଖରେ ଦୁଇଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି।

‘ନୋ କ୍ୟାସ୍‌’କୁ ସୁନାବେଡ଼ାରେ ବିରୋଧ

ସୁନାବେଡ଼ା,୨୧।୪(ସ୍ବ.ପ୍ର.): ସୁନାବେଡ଼ା ସ୍ଥିତ ସମସ୍ତ ବ୍ୟାଙ୍କର ଏଟିଏମ୍‌ ସାମ୍ନାରେ ନୋ କ୍ୟାସ୍‌ ପ୍ରତିବାଦରେ ବିଜେଡି ଧାରଣା ଦେଇଛି। ମୋଦି ସରକାରଙ୍କ ବିରୋଧରେ ନାନାଦି ସ୍ଳୋଗାନ ଦିଆଯିବା ସହ ବିଭିନ୍ନ ପତାକା ଓ ବ୍ୟାନର ଧରି ବିଜେଡି କର୍ମୀ ସ୍ଥାନୀୟ ଲୋକଙ୍କ ନୋ କ୍ୟାସ୍‌ ବାବଦରେ ସଚେତନ କରିଥିଲେ।

ସୁବାଇ ହାଟପଦାରେ ୧୦୪ ଜଣଙ୍କୁ ଗ୍ୟାସ୍‌ ବଣ୍ଟନ

ସୁବାଇ ହାଟପଦାରେ ୧୦୪ ଜଣଙ୍କୁ ଗ୍ୟାସ୍‌ ବଣ୍ଟନ

ସେମିଳିଗୁଡ଼ା,୨୧।୪(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ସୁବାଇ ପଞ୍ଚାୟତର ସଦର ହାଟରେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା କାର୍ଯ୍ୟକ୍ରମରେ ୫୪୦ ଲୋକ ଯୋଗ ଦେଇଥିଲେ। ସେଥିରେ ୧୦୪ ଜଣ ଲୋକଙ୍କୁ ଉଜ୍ଜ୍ୱଳା ସିଲିଣ୍ଡର, ଚୁଲି ଦିଆଯାଇଛି।