Dharitri News
ରାୟଗଡା

ମଣ୍ଡିରେ କଟୁଛି ଧାନ, ଦଲାଲଙ୍କ ପ୍ରଲୋଭନରେ ଅସନ୍ତୁଷ୍ଟ ଚାଷୀ

ମଣ୍ଡିରେ କଟୁଛି ଧାନ, ଦଲାଲଙ୍କ ପ୍ରଲୋଭନରେ ଅସନ୍ତୁଷ୍ଟ ଚାଷୀ ପାଣ୍ଡ୍ରିପାଣି,୨।୧୨-ଚାଷୀଙ୍କ ଧାନ କିଣିନେବା ପାଇଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ ସରକାର ମଣ୍ଡିର ଶୁଭାରମ୍ଭ କରିସାରିଛନ୍ତି। ଏହା ସତ୍ତ୍ୱେ ମାଲକାନଗିରି ସଦର ବ୍ଲକ ଅର୍ନ୍ତଗତ ପାଣ୍ଡ୍ରିପାଣି, ମାର୍କାପାଲି, ଗଗଂଲା, ପେଡାକୋଣ୍ଡା, ସେରପାଲ୍ଲୀ, ପେଦାୱାଡା ଓ ବୀରଲକ୍ଷ୍ମଣପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅସାଧୁ ବ୍ୟବସାୟୀମାନେ ବୁଲିବୁଲି ଚାଷୀଙ୍କଠାରୁ ବହୁତ କମ ମୂଲ୍ୟରେ ଧାନ କିଣୁଥିବା ଦେଖିବାକୁ ମିଳୁଛି। ଧାନକିଣା ଉପରେ କଟକଣା ଥିବାରୁ ବ୍ୟବସାୟୀମାନେ ଉପସ୍ଥିତ ମୁଣ୍ଡ ଖଟାଇ ଚାଷୀଙ୍କୁ ପ୍ରଲୋଭନ ଦେଖାଇ ଚାଲିଛନ୍ତି। ସେମାନଙ୍କଠାରୁ ଧାନ କିଣି ପିକ୍‌ଅପ୍‌ ଭ୍ୟାନ୍‌ କିମ୍ବା ଅଧିକ ଧାନ ଥିଲେ ବିଳମ୍ବିତ ରାତିରେ ବାର ଚଉଦ ଚକିଆ ଟ୍ରକରେ ସ୍ଥାନାନ୍ତର କରୁଥିବା ଜଣାପଡ଼ିଛି। ଚାଷୀଙ୍କ ସହ କଥାବାର୍ତ୍ତା ବେଳେ ଜଣାପଡ଼ିଥିଲା ଯେ ମଣ୍ଡିରେ ଧାନ ଦେଲେ କ୍ୱିଣ୍ଟାଲ ପିଛା ଚାରିରୁ ଆଠ କିଲୋଗ୍ରାମ ଓଜନର ଧାନ କଟାଯାଉଛି। ମିଲର ଧାନ ଉଠାଇବା ପର୍ଯ୍ୟନ୍ତ ମଣ୍ଡିରେ ଶୀତ କାକର ଓ ଭୋକ ଉପାସରେ ଶୋଇବାକୁ ପଡ଼ିବ। ଅଥଚ କଷ୍ଟଅର୍ଜିତ ଧାନର ସଠିକ୍‌ ମୂଲ୍ୟ ଠିକ୍‌ ସମୟରେ ଚାଷୀ ପାଇବେ ନାହିଁ। ତେଣୁ ସେମାନଙ୍କ ଭିତରେ ମଣ୍ଡି ପ୍ରତି ଅସନ୍ତୋଷ ବଢୁଛି। ଯାହାର ଫାଇଦା ଦେଇ ଜିଲା ଓ ବାହାରୁ ଆସୁଥିବା ବ୍ୟବସାୟୀଙ୍କୁ ଧାନ ଦେବାକୁ ବାଧ୍ୟ ହେଉଛନ୍ତି ଚାଷୀ। କିଏ ଆସି ଧାନ ନେଉଛନ୍ତି ବୋଲି ପଚାରିବାରୁ ଗରିବ ଚାଷୀ କହିଛନ୍ତି ଆମେ ଯଦି କାହାର ନାମ କହିବୁ, ତାହା ହେଲେ ଆମର ପାଇବାକୁ ଥିବା ଟଙ୍କା ମିିଳିବ ନାହିଁ। ଜିଲାର ମଣ୍ଡି ଆରମ୍ଭ ପୂର୍ବରୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଥିଲେ ଯେ ଚାଷୀଙ୍କ ଧାନ ଠିକ୍‌ ମୂଲ୍ୟରେ କିଣାଯିବା ସହ ଦଲାଲ ଓ ଅସାଧୁ ବ୍ୟବସାୟୀଙ୍କ କବଳରୁ ସେମାନଙ୍କୁ ସୁରକ୍ଷା ଦିଆଯିବ। କିନ୍ତୁ ଜିଲାପାଳଙ୍କ ଏହି ନିର୍ଦ୍ଦେଶକୁ ବେଖାତିର କରି ସ୍ଥାନୀୟ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି।

ରାୟଗଡା

ସମ୍ପର୍କରେ ରକ୍ତ ଛିଟ: ପିଟିପିଟି ମାରିଦେଲେ ସ୍ତ୍ରୀ, ପୁଅ

ନବରଙ୍ଗପୁର, ୨୦।୧(ବି.ପ୍ର.)- ପାରିବାରିକ କଳହ କିଭଳି ଉଗ୍ର ରୂପ ନେଇପାରେ ଏହାର ଏକ ଦୃଷ୍ଟାନ୍ତ ଶନିବାର ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଛି। ଚରିତ୍ରରେ ସନ୍ଦେହ କରି ଘରେ ଝଗଡା ଓ ମାରପିଟ କରୁଥିବା ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ ଓ ପୁଅ। ସେ ହେଲେ ରାଇଘର ଥାନା ସରଗୁଲି ଅଞ୍ଚଳର ବଳଦେବ ଗଣ୍ଡ(୫୦)।

ପ୍ରେସର ବୋମା ବିସ୍ଫୋରଣରେ ଯବାନ ଗୁରୁତର

ମାଲକାନଗିରି, ୨୦।୧(ଡି.ଏନ୍‌.ଏ.)- ସୀମାନ୍ତ ଛତିଶଗଡ ଦାନ୍ତଓ୍ବୋଡା ଜିଲା ତୁମନାର ହାଟରେ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି। ସେ ହେଲେ ଯବାନ ରାମ କର୍ମା। ମାଓବାଦୀମାନେ ରାମଙ୍କୁ ଟାର୍ଗେଟ କରି ବୋମାଟିକୁ ଗଛତଳେ ପୋତିଥିଲେ।

ବିଷାକ୍ତ ଖାଦ୍ୟ ଖାଇ ଛାତ୍ର ମୃତ

ବିଷାକ୍ତ ଖାଦ୍ୟ ଖାଇ ଛାତ୍ର ମୃତ

ନବରଙ୍ଗପୁର, ୨୦।୧(ବି.ପ୍ର.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମାଳିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। ସେ ହେଲେ ଷଷ୍ଠ ଶ୍ରେଣୀର ଛାତ୍ର ଗୁରୁବନ୍ଧୁ ଭତ୍ରା। ଏହାଛଡା ବିଦ୍ୟାଳୟର ଅନ୍ୟ ୧୩ଜଣ ଛାତ୍ର ଏଥିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଖବରପାଇ ଏକ ଡାକ୍ତରୀ ଦଳ ବିଦ୍ୟାଳୟରେ ପହଞ୍ଚି ଆଉ ୭ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତି। ଫୁଡ୍‌ ପଏଜନିଂରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ବ୍ରହ୍ମପ୍ରକାଶ ମହାନ୍ତି କହିଛନ୍ତି।

ସୀମାନ୍ତରେ ଲାଲ୍‌ ଆତଙ୍କ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ସୀମାନ୍ତରେ ଲାଲ୍‌ ଆତଙ୍କ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଲକାନଗିରି, ୨୦।୧(ସ୍ବ.ପ୍ର.)- ସୀମାନ୍ତ ଛତିଶଗଡ ସୁକ୍‌ମା ଜିଲାର ଚିନୁଲନାର ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି। ସେ ହେଲେ ରାଜେଶ ଯାଦବ। ଶନିବାର ସକାଳେ ଦରନାପାଲର ଜଗରମୁଣ୍ଡା ରାସ୍ତା ନିକଟସ୍ଥ ମୁକ୍ରମ ନାଳ ପାଖରେ ରାଜେଶଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ସୀମାନ୍ତରେ ଗାଡି ଜାଳିଲେ ମାଓବାଦୀ

ସୀମାନ୍ତରେ ଗାଡି ଜାଳିଲେ ମାଓବାଦୀ

ମାଲକାନଗିରି, ୨୦।୧(ଡି.ଏନ୍‌.ଏ.) ସୀମାନ୍ତ ଦାନ୍ତଓ୍ବୋଡା ଜିଲା ଫରସପାଲ ଥାନା ଅଞ୍ଚଳରେ ଶନିବାର ମାଓବାଦୀମାନେ ଦୁଇଟି ଡ୍ରିଲ୍‌ ମେଶିନ ଓ ଗୋଟିଏ ବାଇକ୍‌ ପୋଡି ଦେଇଥିବା ସୂଚନା ମିଳିଛି ।

ଶୁଣିଲାନି ପ୍ରଶାସନ, ଗ୍ରାମବାସୀ କଲେ ରାସ୍ତା ନିର୍ମାଣ

ମୁକୁନ୍ଦପୁର, ୨୦।୧(ଡି.ଏନ୍‌.ଏ) ଗାଁକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁକୁ ରାସ୍ତାଟିଏ ପାଇଁ ଜିଲାପାଳ,ବିଧାୟକଙ୍କ ନିକଟକୁ ବାରମ୍ବାର ଦୌଡ଼ିଲେ ଗ୍ରାମବାସୀ । ହେଲେ କେହି ତାଙ୍କ କଥାକୁ ଶୁଣିଲେନି । ତେଣୁ ବାଧ୍ୟ ହୋଇ ନିଜ ଗ୍ରାମକୁ ନିଜେ ଏକ ରାସ୍ତା ନିର୍ମାଣ କରିଛନ୍ତି ।

କ୍ୟାନ୍‌ସର ପୀଡ଼ିତଙ୍କ ଇଚ୍ଛାମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

ଜୟପୁର,୨୦।୧(ଡି.ଏନ.ଏ): କୋରାପୁଟ ଜିଲା ଜୟପୁର ଜୟନଗର ବାସିନ୍ଦାର ଜଣେ ଯୁବକ ଗତ କିଛିବର୍ଷ ହେବ କ୍ୟାନସର ରୋଗରେ ପୀଡିତ ହୋଇଛନ୍ତି । ଏଥିପାଇଁ ସେ ଭୀଷଣ ଯନ୍ତ୍ରଣା ଏବଂ ଅଧିକ ଖର୍ଚ୍ଚାନ୍ତ ହେଉଥିବାରୁ ନିଜର ଅସାମର୍ଥ୍ୟ ପ୍ରକାଶ କରି ମୃତ୍ୟୁବରଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ତାଙ୍କୁ ଆତ୍ମହତ୍ୟା କରିବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି ।

ଖଜୁରିଗୁଡା ଗ୍ରାମକୁ ନାହିଁ ରାସ୍ତା: ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଖଜୁରିଗୁଡା ଗ୍ରାମକୁ ନାହିଁ ରାସ୍ତା: ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଦଶମନ୍ତପୁର, ୨୦।୧ (ଡି.ଏନ୍‌.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକଠାରୁ ୪ କି.ମି. ଦୂରରେ ରହିଛି ଖଜୁରିଗୁଡା ଗ୍ରାମ। ଗ୍ରାମରେ ୩୫ଟି ପରିବାରର ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ମାତ୍ର ଏଯାଏ ଗ୍ରାମରେ ବିକାଶର ଚିହ୍ନବର୍ଣ୍ଣ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ଠାରୁ ବହୁ ଦୂରରେ ରହିଛନ୍ତି ଗ୍ରାମବାସୀ। ବ୍ଲକ ନିକଟସ୍ଥ ଗ୍ରାମ ହୋଇଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ଖଜୁରିଗୁଡା ଉପରେ ପଡୁନି। ଗ୍ରାମକୁ ଭଲ ରାସ୍ତାଟିଏ ନ ଥିବାରୁ ଯାତାୟାତ ସମସ୍ୟା ଲାଗିରହିଛି।

 ଦୁର୍ଘଟଣାରେ ଆହତଙ୍କ ମୃତ୍ୟୁ

ଦୁର୍ଘଟଣାରେ ଆହତଙ୍କ ମୃତ୍ୟୁ

ଡାବୁଗାଁ,୧୯।୧(ଡି.ଏନ୍‌.ଏ.) ଅଟୋ- ଟ୍ରକ ଧକ୍କାରେ ଗୁରୁତର ଆହତ ହୋଇଥିବା ଦନାଇ ଭତ୍ରାଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି ।

ରାୟଗଡା ସିଜେଏମ୍‌ କୋର୍ଟରେ ହାଜର ହେଲେ ସବ୍ୟସାଚୀ

ରାୟଗଡା ଅଫିସ୍‌, ୧୯।୧- ରାୟଗଡା ସିଜେଏମ୍‌ଙ୍କ କୋର୍ଟରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଶୁକ୍ରବାର ହାଜର କରାଯାଇଛି । ତାଙ୍କ ନାମରେ ଚାନ୍ଦିଲି ଥାନାରେ ରହିଥିବା ୩ଟି ମାମଲା ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତରେ ସିଜେଏମ୍‌ ମହମ୍ମଦ ଇର୍ଶାନୁଦ ନବୀଙ୍କ ସମ୍ମୁଖରେ ହାଜର କରାଯାଇଥିଲା ।

ମେକାରେ ୮୩, ଚାଉଳମେନ୍ଦିରେ ୮୩ ପ୍ରତିଶତ ଭୋଟିଂ

ମାଥିଲି,୧୯।୧(ଡି.ଏନ୍‌.ଏ.)-ମାଥିଲି ବ୍ଲକ ମେକା ପଞ୍ଚାୟତ ସରପଞ୍ଚ ଓ ଚାଉଳମେନ୍ଦି ପଞ୍ଚାୟତ ଅଧୀନ ୪ ନମ୍ବର ଓ୍ବାର୍ଡ଼ମେମ୍ବର ପଦବୀ ପାଇଁ ଶୁକ୍ରବାର ମତଦାନ ହୋଇଛି। ନିର୍ବାଚନ ଅଧିକାରୀ ଅଗସ୍ତି ପ୍ରଧାନଙ୍କ ସୂଚନା ପ୍ରକାରେ, ସକାଳ ୭ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା।

ଏଫଡିଆଇକୁ ବିରୋଧ କରି ବିକ୍ଷୋଭ

ଏଫଡିଆଇକୁ ବିରୋଧ କରି ବିକ୍ଷୋଭ

ପାରଳାଖେମୁଣ୍ଡି,୧୯।୧(ସ୍ବ.ପ୍ର.)-କେନ୍ଦ୍ର ସରକାରଙ୍କ ଏଫଡିଆଇ ନିବେଶକୁ ବିରୋଧ କରି ପାରଳାଖେମୁଣ୍ଡିସ୍ଥିତ ହାଇସ୍କୁଲ ଛକଠାରେ ଜିଲା ଆପ୍‌ ପକ୍ଷରୁ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।