ରାୟଗଡା

ବିନା ପଲ୍ଲିସଭାରେ ଚାଲିଛି କାମ

ବିନା ପଲ୍ଲିସଭାରେ ଚାଲିଛି କାମ
ଟିକିରି, ୨।୧୨(ଡି.ଏନ୍‌.ଏ)-ରାୟଗଡା ଜିଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ଅନେକ ସ୍ଥାନରେ ବିନା ପଲ୍ଲିସଭାରେ ଏକାଧିକ କାର୍ଯ୍ୟ ଚାଲୁଥିବା ବାରମ୍ବାର ଅଭିଯୋଗ ହେଉଛି । ଚଳିତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦୀର୍ଘ ୫ବର୍ଷ ପର୍ଯ୍ୟନ୍ତ ଏଠାରେ ବ୍ଲକ୍‌ ଅନ୍ତର୍ଗତ ଯନ୍ତ୍ରୀମାନଙ୍କ ଦ୍ୱାରା ନିଜକୁ ସୁହାଇଲା ଭଳି ଅଞ୍ଚଳରେ ପ୍ରାର୍ଥୀ ଚୟନ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟମାନ ଚାଲୁଥିଲା । ଏହି ପରମ୍ପରା ପଞ୍ଚାୟତ ନିର୍ବାଚନ ପରେ ମଧ୍ୟ ଚାଲୁଥିବା ନଜରକୁ ଆସିଛି । ଏପରି ଏକ ଉଦାହରଣ ଟିକିରି ପଞ୍ଚାୟତ ଅଧୀନ ଗୋଡିଗୁଡାଠାରେ ଦେଖିବାକୁ ମିଳିଛି। ବିନା ପଲ୍ଲିିସଭା ଓ ବିନା ସମିତିରେ ୩ଲକ୍ଷ ଟଙ୍କାର ଏକ କାର୍ଯ୍ୟକୁ ଚଞ୍ଚକତା ଭାବେ ସେହି ୱାର୍ଡର ୱାର୍ଡସଭ୍ୟଙ୍କୁ ଦିଆଯାଇ ଗ୍ରାମରେ ସିସିରୋଡ୍‌ କାର୍ଯ୍ୟ ଆରମ୍ଭ କରାଯାଇଛି । କାର୍ଯ୍ୟଟି ନିମ୍ନମାନର ହେଉଛି ବୋଲି ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଏକାଧିକ ବାର ଅଞ୍ଚଳବାସୀ ଅଭିଯୋଗ କରିଥିଲେ ସୁଧା କୌଣସି ସୁଫଳ ମିଳିପାରୁନାହିଁ। ଏ ନେଇ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ପଚାରିବାରେ ବୁଝିକି କହିବି ବୋଲି ଉତ୍ତର ଦେଇଥିଲେ। ଉକ୍ତ କାର୍ଯ୍ୟଟି ଆରମ୍ଭ ହୋଇ ସରିବାକୁ ବସିଲାଣି କିନ୍ତୁ କନିଷ୍ଠ ଯନ୍ତ୍ରୀ ସ୍ପଷ୍ଟ ଉତ୍ତର ଦେଉନାହାନ୍ତି । ଟିକିରି ସମିତି ସଭ୍ୟ ମନୋଜ ପାତ୍ର, ସାମାଜିକ କର୍ମୀ କାଳୁ ମହାରଥି, ସରପଞ୍ଚ କୁମାରୀ ପିଡିକା, ଲାଛି ମାଝି ପ୍ରମୁଖ ଉକ୍ତ କାମର ପ୍ରଶାସନିକ ତଦନ୍ତ କରି ଠିକ୍‌ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
All Right Reserved By

ରାୟଗଡା

ପଲିଥିନ୍‌ ବର୍ଜନ ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ପଲିଥିନ୍‌ ବର୍ଜନ ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ମାଲକାନଗିରି,୧୫।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟର ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଲିଥିନି ବର୍ଜନ ପାଇଁ ରବିବାର ସପଥ ନେଇଛନ୍ତିା

ବିପଦପୂର୍ଣ୍ଣ ଅବସ୍ଥାରେ ପଞ୍ଚାଳି ରାସ୍ତା

ଟିକିରି, ୧୫।୧୦(ଡି.ଏନ୍‌.ଏ.)-ରାୟଗଡା ଜିଲା କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ ପଞ୍ଚାଳି, କପାଡାଙ୍ଗ କେବିଡି କି ଅନେକ ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟଛି। ଏହି ରାସ୍ତା ଉପରେ ବିଭିନ୍ନ ଗ୍ରାମର ଲୋକେ ନିର୍ଭର କରୁଥିବା ବେଳେ   ବର୍ତ୍ତମାନ ଏହା ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଲୋକେ ଉକ୍ତ ରାସ୍ତାରେ ଯା’ଆସ କରିବାକୁ  ହଇରାଣ ହେଉଛନ୍ତି।

କ୍ଷୁଦ୍ର ଚଳଚ୍ଚିତ୍ର ‘ଚେଙ୍କ’ ଉନ୍ମୋଚିତ

ନବରଙ୍ଗପୁର,୧୫।୧୦(ବି.ପ୍ର.)-ଚେଙ୍କ ନୁହେଁ , ଚିକିତ୍ସା ା ନବରଙ୍ଗପୁର ଜିଲାରେ ସଚେତନତା ଅଭାବ ଲାଗି ଗ୍ରାମାଞ୍ଚଳମାନଙ୍କରେ ଶିଶୁମାନଙ୍କୁ ଚେଙ୍କ ଦିଆଯାଉଛି ା ଏହା ଦ୍ୱାରା ଅନେକ କୋମଳମତି ଶିଶୁଙ୍କ ପ୍ରାଣହାନୀ ଘଟୁଛି। ଚେଙ୍କ ଚିକିତ୍ସା କିଭଳି ରୋକାଯାଇ ପାରିବ, ସେ ନେଇ ଚେତନା ଗ୍ରୁପ ପକ୍ଷରୁ ପ୍ରୟାସ କରାଯାଇଛି ା 

ବିଦ୍ୟୁତ, ପାଣି ଯୋଗାଣ ଦାବିରେ ରାସ୍ତାରୋକୋ

ବିଦ୍ୟୁତ, ପାଣି ଯୋଗାଣ ଦାବିରେ ରାସ୍ତାରୋକୋ

ପାରଳାଖେମୁଣ୍ଡି, ୧୪।୧୦(ସ୍ବ.ପ୍ର.)-ବାତ୍ୟା ତିତ୍‌ଲି ଯୋଗୁ  ପାରଳାଖେମୁଣ୍ଡି ବିଶେଷ ଭାବେ ପ୍ରଭାବିତ ହୋଇଛି। ତିତ୍‌ଲିର ୪ ଦିନ ପରେ ମଧ୍ୟ ଅନ୍ଧାରରେ ପାରଳାଖେମୁଣ୍ଡି ସହର। ଏଥିସହ ପିଇବା ପାଣି ମଧ୍ୟ ମିଳୁନି। ଜଳ ଓ ବିଦ୍ୟୁତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ରବିବାର ସନ୍ଧ୍ୟାରେ ସହରର ଗାନ୍ଧୀ ଛକରେ ଅଞ୍ଚଳବାସୀ  ରାସ୍ତାରୋକୋ କରିଛନ୍ତି। ବିଦ୍ୟୁତ୍‌ ନ ଥିବା ଯୋଗୁ ଅନ୍ଧାରରେ ରହୁଛୁ। ବର୍ଷା ଛାଡିଥିବାରୁ ବିଷାକ୍ତ ସାପ ଓ ଜନ୍ତୁଙ୍କ ଭୟ ରହୁଛି ବୋଲି ଅଞ୍ଚଳବାସୀ କହିଛନ୍ତି।

ଗଙ୍ଗାବାଡରେ ପାହଡ ଧସିବା ଘଟଣା: ଉଦ୍ଧାର ହେଲେ ୧୩ ମୃତଦେହ

ରାୟଗଡ (ଗଜପତି), ୧୪।୧୦(ଡି.ଏନ୍‌.ଏ.)- ଗଜପତି ଜିଲା ରାୟଗଡ ବ୍ଲକରେ ତିତ୍‌ଲି ବାତ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ବଢିବାରେ ଲାଗିଛି। ବାତ୍ୟାର ଚାରିଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ କଇଁପୁର,ଲକ୍ଷ୍ମୀପୁର, ଏଙ୍ଗାରସିଂ ପଞ୍ଚାୟତରେ ପହଞ୍ଚିବାକୁ ସକ୍ଷମହୋଇ ନଥିବା ବେଳେ ବିପନ୍ନଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଗଙ୍ଗାବାଡ ପଞ୍ଚାୟତ ବାରଘର ଗ୍ରାମରେ ପାହାଡ  ଧସିବା ଘଟଣାରେ  ଶନିବାର ଏକ ଡାକ୍ତରୀ ଟିମ୍‌ ସେଠାରେ ପହଞ୍ଚି ୧୩ ମୃତଦେହ ଉଦ୍ଧାର ସହ ବ୍ୟବଚ୍ଛେଦ କରାଯାଇଛି।  ସେହିଭଳି ପଥର ତଳେ ଚାପି ହୋଇ ରହିଥିବା ଅନ୍ୟ ୪ଜଣଙ୍କୁ  ଏଯାବତ୍‌ ଉଦ୍ଧାର କରଯାଇ ପାରିନାହିଁ। 

ଧାନ ଗଛରେ ମାଟିଆଗୁଣ୍ଡି ପୋକ,ଚିନ୍ତାରେ ଚାଷୀ

ଧାନ ଗଛରେ ମାଟିଆଗୁଣ୍ଡି ପୋକ,ଚିନ୍ତାରେ ଚାଷୀ

ଟିକିରି,୧୪।୮(ଡ଼ି.ଏନ.ଏ)-ରାୟଗଡ଼ା ଜିଲା କାଶୀପୁର ବ୍ଲକ ବିଭିନ୍ନ ଗ୍ରାମରେ  ଧାନ ଫସଲରେ ପୋକ ଲାଗିଥିବା ଦେଖିବାକୁ ଲାଗିଛି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ବିଶେଷ କରି ଧାନଫସଲରେ ପତ୍ରପୋଡ଼ା ରୋଗ ହେବା ସହ ମାଟିଆଗୁଣ୍ଡି ପୋକ ଲାଗିଛି । ଏନେଇ ଚାଷୀମାନେ କୃଷି ଅଧିକାରୀଙ୍କୁ ଜଣାଇଥିଲେ। ହେଲେ  ସେ କ୍ଷେତ୍ର ପରିଦର୍ଶନ କରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ବର୍ଷେରୁ ଊର୍ଦ୍ଧ୍ୱ ହେଲାଣିଅନ୍ଧାରରେ ୩ ଗ୍ରାମର ଲୋକେ

ଟିକିରି, ୧୪।୧୦ (ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ବିଭିନ୍ନ ଗ୍ରାମରେ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତ୍‌କରଣ ଯୋଜନାରେ  ଗରିବ ଲୋକଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଥିଲା। ସେଥିମଧ୍ୟରୁ ଖଟାପଦର, କୁକୁଡାପଦା ଓ ଡି. ସୁରକା ଗ୍ରାମରେ ମଧ୍ୟ ତିନି ବର୍ଷ ତଳେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଗ୍ରାମରେ ବିଦ୍ୟୁତ୍‌ ଦେଖି ଲୋକେ ଖୁସି ହେବା ସହ ବେଶ୍‌ ଉପକୃତ ମଧ୍ୟ ହୋଇଥିଲେ। ହେଲେ ବର୍ଷେ ହେବ ଗ୍ରାମବାସୀ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି।

ବିକାଶଠାରୁ ଦୂରରେ ମଙ୍ଗରଯୋଡ଼ି ଗାଁ

ବିକାଶଠାରୁ ଦୂରରେ ମଙ୍ଗରଯୋଡ଼ି ଗାଁ

ବାଲିମେଳା,୧୪।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ପାର୍କନମାଲା ପଞ୍ଚାୟତର ମଙ୍ଗରଯୋଡି ଗ୍ରାମ।  ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଏଠାରେ ଗ୍ରାମବାସୀଙ୍କ ନିକଟରେ ଏଯାଏ ପହଞ୍ଚତ୍ନାହିଁ। ସବୁ କ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି ଗ୍ରାମବାସୀ। ୧୨ କିମି ଚାଲି ଚାଲି ଗଲେ ଏଠି ପିଲାଙ୍କୁ ମିଳେ ପାଠପଢିବା ସୁବିଧା। ଗ୍ରାମକୁ ଯିବାକୁ ଲୋକଙ୍କୁ ତିଆରି କରିବାକୁ ପଡୁଛି ରାସ୍ତା। ଏଥିରୁ ଗ୍ରାମରେ ବିକାଶ ଚିତ୍ର କିପରି ଥିବ ସହଜରେ ଅନୁମେୟ। 

ଗୁରୁଣ୍ଡି ଗୁରୁଣ୍ଡି ସ୍କୁଲ ଆସନ୍ତି ଭୂମିକା

ଗୁରୁଣ୍ଡି ଗୁରୁଣ୍ଡି ସ୍କୁଲ ଆସନ୍ତି ଭୂମିକା

ଜେକେପୁର, ୧୪।୧୦(ଡି.ଏନ୍‌.ଏ.): ମୋ ନାମ ଭୂମିକା, ବୟସ ୭ବର୍ଷ।  ପାଠ ପଢିବାକୁ ମୋତେ ଯେତିକି ଇଚ୍ଛା  ଖେଳିବାକୁ ତାଠାରୁ ଅଧିକ ଇଚ୍ଛା। ଛାଟ ବେଳେ ମୁଁ ନିଆଁରେ ପଡି ଯିବାରୁ ମୋର ଦୁଇଟି ଗୋଡ ପୋଡିଗଲା। ସେଦିନ ଠାରୁ ମୁଁ ଆଉ ଚାଲିପାରୁନାହିଁ କି ଦୌଡି ପାରୁନାହିଁ।  ସାଙ୍ଗମାନେ ଖେଳୁଥିବା ଦେଖି ମୋତେ ବେଶୀ କାନ୍ଦ ଲାଗେ ବୋଲି ଦୁଃଖରେ କହିଛନ୍ତି ରାୟଗଡା ଜିଲା କୋଲନରା ବ୍ଳକ ଭୋଇମଡା ପଞ୍ଚାୟତ ସଦର ଗ୍ରାମର   ମୋହନ ମାଣ୍ଡାଙ୍ଗିଙ୍କ ଝିଅ ଝିଅ ଭୂମିକା। 

ଚାଲିଥିବା ରିଟେନିଂ ଓ୍ବାଲ୍‌ କାମ ନିମ୍ନମାନର ଅଭିଯୋଗ

ଚାଲିଥିବା ରିଟେନିଂ ଓ୍ବାଲ୍‌ କାମ ନିମ୍ନମାନର ଅଭିଯୋଗ

ସେମିଳିଗୁଡ଼ା,୧୩।୧୦(ସ୍ବ.ପ୍ର.)-କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ୍‌   ଗୁଣ୍ଠାପୁଟ ଗ୍ରାମପଞ୍ଚାୟତ ଉଷାଯୋଡ଼ି ନିକଟସ୍ଥ ୨୫୦ ମିଟର ରିଟେନିଂ ଓ୍ବାଲ୍‌  କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ବାଲି ବଦଳରେ ମାଟି ମିଶାଯାଇ ନିର୍ମାଣ କାମ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ କାର୍ଯ୍ୟ ତଦାରଖ ପାଇଁ ଜେ.ଇଙ୍କ ଦେଖାମିଳୁ ନ ଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। କାର୍ଯ୍ୟରେ ପିସି କାରବାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଏନ୍‌ଏଚ୍‌ ପାର୍ଶ୍ୱରୁ ହଟିଲା ଅସ୍ଥାୟୀ ଦୋକାନ

ଏନ୍‌ଏଚ୍‌ ପାର୍ଶ୍ୱରୁ ହଟିଲା ଅସ୍ଥାୟୀ ଦୋକାନ

ଜୟପୁର,୧୩।୧୦(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ସହର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ଲରୀ ମାଲିକ ସଂଘ କାର୍ଯ୍ୟାଳୟରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପୂର୍ବରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏହାପରେ ବେପାରୀମାନେ ଅସ୍ଥାୟୀ ଦୋକାନ ଓ ସେଡ ନିର୍ମାଣ କରି ବ୍ୟବସାୟ ଚଳାଇଥିଲେ। ଫଳରେ ପୁଣି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ତେଣୁ ଶନିବାର ପୌରସଂସ୍ଥା ଓ ପ୍ରଶାସନ ସେହି ଅସ୍ଥାୟୀ ଦୋକାନଗୁଡ଼ିକୁ ପୁଣି ଉଚ୍ଛେଦ କରିଛି। ରାସ୍ତାପାର୍ଶ୍ୱରେ ବିଭିନ୍ନ ଗ୍ୟାରେଜ, ଟ୍ରକ ଓ ଲରୀ ସଂଘ କାର୍ଯ୍ୟାଳୟ ଥିବା ଯୋଗଁୁ ଟ୍ରକ, ୪ଚକିଆ ଏବଂ ଅନ୍ୟ ଭାରିଯାନ ଅଟକି ରହୁଛି ।

ଯୋଗାଣ ସହାୟକଙ୍କ ବଦଳି ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ଯୋଗାଣ ସହାୟକଙ୍କ ବଦଳି ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ରାଇଘର, ୧୩ା୧୦(ଡି.ଏନ.ଏ)-ନବରଙ୍ଗପୁର ଜିଲା ରାଇଘର ବ୍ଲକ ପରଚିପାରା ପଞ୍ଚାୟତର ଯୋଗାଣ ସହାୟକଙ୍କ ବଦଳି ଦାବି କରି ଲୋକେ ଶନିବାର ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ।