Dharitri News
ରାୟଗଡା

ଶିକ୍ଷାଦାନ ନଁ।ରେ ଚାଲିଛି ଝିଅ ଚାଲାଣ: ଭାଜପା

ଶିକ୍ଷାଦାନ ନଁ।ରେ ଚାଲିଛି ଝିଅ ଚାଲାଣ: ଭାଜପା ରାୟଗଡା ଅଫିସ୍‌, ୨।୧୨-ରାୟଗଡା ଜିଲାରେ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଗରିବ ତଥା ଅସହାୟ ପିଲାଙ୍କୁ ପାଠ ପଢାଉଛନ୍ତି। ତେବେ କେତେକ କ୍ଷେତ୍ରରେ ଏଭଳି ଶିକ୍ଷାଦାନ ନାଁରେ ଝିଅମାନଙ୍କୁ ବାହାରକୁ ଚାଲାଣ କରାଯାଉଥିବା ଜିଲା ଭାଜପା ଅଭିଯୋଗ ଆଣିଛି। ଏହି ପରିପ୍ରେକ୍ଷୀରେ ବିଷମକଟକ ଥାନା ଅଧୀନ ରାସକୋଲା ଗ୍ରାମର ଭୂମିକା (୧୨)ଙ୍କୁ ତୁରନ୍ତ ପାଳିତା ମା’ ପାର୍ବତୀଙ୍କୁ ହସ୍ତାନ୍ତର କରାଯିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଶନିବାର ରାୟଗଡା ସଦରସ୍ଥ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଭାଜପା ସଭାପତି ଶିବଶଙ୍କର ଉଲାକା କହିଛନ୍ତି ଯେ, ଜନ୍ମ ପରେ ନିଜ ମା’ ଏବଂ ବାପାଙ୍କୁ ହରାଇଥିବା ଭୂମିକାଙ୍କୁ ସେହି ଅଞ୍ଚଳର ପାର୍ବତୀ ମହାନନ୍ଦିଆ ଗ୍ରାମବାସୀଙ୍କ ସହମତିରେ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ । ପରେ ଥେରୁବାଲିସ୍ଥିତ ଏକ ସ୍ବେଚ୍ଛସେବୀ ସଂସ୍ଥା କର୍ତ୍ତୃପକ୍ଷଙ୍କ କଥାରେ ପାର୍ବତୀ ପ୍ରଭାବିତ ହୋଇ ଝିଅକୁ ଆଶ୍ରମରେ ରହି ପାଠ ପଢ଼ିବାକୁ ଛାଡିଥିଲେ ା ପରବର୍ତ୍ତୀ ସମୟରେ ଭୂମିକାଙ୍କୁ ଅମ୍ଲାଭଟ୍ଟାର ଏକ ସେବାଶ୍ରମରେ ରଖାଯାଇଥିଲା। ମାତ୍ର କୌଣସି କାରଣରୁ ତାହା ବନ୍ଦ ହୋଇଯାଇଥିଲା। ଗତ ୪/୫ମାସ ହେବ ତାଙ୍କୁ ଗୁଣପୁରର ଏକ ସଂସ୍ଥାକୁ ପଠାଯାଇଥିଲା। କିନ୍ତୁ ଏବେ ସେ ସେଠାରେ ନାହାନ୍ତି। ଭୂମିକାଙ୍କୁ ଫେରାଇଦେବାକୁ ଭାଇ ଅମିନାଥ କୁଣ୍ଡିକା ଓ ମା’ ପାର୍ବତୀ କହିବାରୁ ସମ୍ପୃକ୍ତ ଅନୁଷ୍ଠାନର କର୍ତ୍ତୃପକ୍ଷ ସେମାନଙ୍କୁ ଗାଳିଗୁଲଜ କରିବା ସହ ଭୂମିକା ବେଲଜିୟମ୍‌ ଯିବ ବୋଲି କହିଥିଲେ। ଟଙ୍କା ଦେଲେ ଝିଅକୁ ନେବ ଏବଂ ଏବେ ସେ କୋରାପୁଟରେ ଅଛି ଇତ୍ୟାଦି ମିଥ୍ୟା ତଥ୍ୟ ଦେଇଥିଲେ। ଏ ନେଇ ଜିଲାପାଳ ଏବଂ ବିଷମକଟକ ଥାନାଧିକାରୀଙ୍କ ନିକଟରେ ପାର୍ବତୀ ଓ ଅମିନାଥ ଗତ ୭ତାରିଖରେ ୨ଟି ଏତଲା ଦେଇଥିଲେ । କିନ୍ତୁ ଆଜିଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଉକ୍ତ ଘଟଣାରୁ ସିଡବ୍ଲ୍ୟୁସି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନବ ଚାଲାଣରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହେଉଛି ବୋଲି ଉଲାକା ଅଭିଯୋଗ କରିଛନ୍ତି। ଯଦି ଆସନ୍ତା ୭ଦିନ ମଧ୍ୟରେ ଭୂମିକାଙ୍କୁ ଫେରାଇ ନ ଦିଆଯାଏ ତା’ହେଲେ ଭାଜପା ପକ୍ଷରୁ ଜିଲାରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଉକ୍ତ ଖବରଦାତା ସମ୍ମିଳନୀରେ ପାର୍ବତୀ ଓ ଅମିନାଥଙ୍କ ସମେତ ରାସକୋଲା ସରପଞ୍ଚ ଭରତ ହିକାବାଡି, ଭାଜପାର ଜିଲା ସାଧାରଣ ସମ୍ପାଦକ ହଳଧର ମିଶ୍ର, ରାୟଗଡା ନଗର ସଭାପତି ଭାସ୍କର ପଣ୍ଡା, ମୁନିଗୁଡା ଜିଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା, ଜିଲା ଉପସଭାପତି ବାବୁ ରାଓ, ନଗର ସମ୍ପାଦକ ରମାକାନ୍ତ ଆଚାରୀ, ଜିଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ରଞ୍ଜନା ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡା

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର, ଗୁରୁତର ନାବାଳିକା ହସ୍ପିଟାଲରେ ଭର୍ତ୍ତି

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର, ଗୁରୁତର ନାବାଳିକା ହସ୍ପିଟାଲରେ ଭର୍ତ୍ତି

ବିଷମକଟକ,୨୨ା୨(ଡି.ଏନ୍‌.ଏ.): ପଡ଼ୋଶୀ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ବନ୍ଧଗାଁରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗୁରୁବାର ବିଷମକଟକ ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବନ୍ଧଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଉକ୍ତ ନାବଳିକା ଜଣକ ବୁଧବାର ଦିନ ପ୍ରାୟ ୨ଟା ବେଳେ ଘରଠାରୁ ୧୦୦ ମିଟର ଦୂରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଥିବା ନଳକୂଅକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ରହୁଥିବା ୩୫ ବର୍ଷୀୟ ଜଣେ ଯୁବକ ତାଙ୍କୁ ବଳପୂର୍ବକ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ନେଇ ବଳାତ୍କାର କରିଥିଲା।

ବାଲିମେଳା ଡ୍ୟାମ୍‌ ପ୍ରସଙ୍ଗ: ଜଳ ସମ୍ପଦ ବିଭାଗକୁ ଟାର୍ଗେଟ କଲା କଂଗ୍ରେସ

ବାଲିମେଳା ଡ୍ୟାମ୍‌ ପ୍ରସଙ୍ଗ: ଜଳ ସମ୍ପଦ ବିଭାଗକୁ ଟାର୍ଗେଟ କଲା କଂଗ୍ରେସ

ବାଲିମେଳା,୨୨ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଡ୍ୟାମ୍‌ର ଜଳ ଆନ୍ଧ୍ରକୁ ଏପି ଟନେଲ ବାଟେ ବୋହିଯାଉଥିବା ଘଟଣାରେ ଜଳ ସମ୍ପଦ ବିଭାଗକୁ ଟାର୍ଗେଟ୍‌ କରିଛି କଂଗ୍ରେସ। ଗୁରୁବାର ସ୍ଥାନୀୟ କଂଗ୍ରେସ ନେତା ଶରତ ବୁରୁଦା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଏପି ଟନେଲ ଦେଇ ଜଳ ଆନ୍ଧ୍ରକୁ ଯାଉଥିବା ଜଳ ସମ୍ପଦ ବିଭାଗ ସ୍ବୀକାର କରିଛନ୍ତି ସତ; କିନ୍ତୁ କେତେ ପରିମାଣର ଜଳ ଆନ୍ଧ୍ରକୁ ଗଲା, ତାହାର ହିସାବ ଦେଇନାହାନ୍ତି। ସେମାନେ କହିଛନ୍ତି ଏହା ଦ୍ୱାରା ଜଳସେଚନରେ କିଛି ଅସୁବିଧା ହେବ ନାହିଁ। ବାଲିମେଳା ଡ୍ୟାମରୁ ପାଣି ଆନ୍ଧ୍ରକୁ ଚାଲିଗଲେ ମାଲକାନଗିରି ଜିଲାର ଚାଷୀଙ୍କ ଯେଉଁ କ୍ଷତି ହେବ, ତାହାର ଭରଣା ଜଳ ସମ୍ପଦ ବିଭାଗ କରିବେ ବୋଲି ଲିଖିତ ହେବେ ଦିଅନ୍ତୁ ବୋଲି ବୁରୁଦା ଦାବି କରିଛନ୍ତି।

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସେମିଳିଗୁଡା, ୨୧।୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ସୁନାବେଡା ମ୍ୟୁନିସ୍‌ପାଲିଟିରେ କାର୍ଯ୍ୟରତ କର୍ମଚାରୀ ଅର୍ଜୁନ ସେଠୀଙ୍କ ବାସଭବନରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁଲାଗି ସମସ୍ତ ଆସବାବପତ୍ର ପୋଡିଯାଇଛି। ଯାହାର ଆନୁମାଲିକ ମୁଲ୍ୟ ୭୦ ହଚାର ଟଙ୍କା ବୋଲି ଜଣାପଡିଛି।

କାଉନସିଲରଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

କାଉନସିଲରଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

ଜୟପୁର,୨୧।୨(ନି.ପ୍ର.)- ଘରେ କେହି ନ ଥିବାର ସୁଯୋଗ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ଜୟପୁର ପୌରାଞ୍ଚଳର ଓାର୍ଡ -ନଂ ୧ କାଉନସିଲର ଆରତି ମିଶ୍ରଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଚୋରି କରି ନେଇଛନ୍ତି। ଆରତିଙ୍କ ପଡୋଶୀଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଜେକେପୁର, ୨୧।୨(ଡି.ଏନ୍‌.ଏ.) ଜେକେପୁରସ୍ଥିତ ଡାଙ୍ଗଲଡି ପଞ୍ଚାୟତ କୁଣ୍ଡମଗଁ।ର ବିଜୟ ପୁଲାକାଙ୍କ ଝିଅ ନୟନୀ ପୁଲାକାର । ବୟସ ୪ବର୍ଷ ୬ମାସ । ହେଲେ ଦେଖିବାକୁ ବର୍ଷକର ଶିଶୁ ପରି। ଅଜଣା ରୋଗରେ ପୀଡିତ ଏହି ଝିଅଟିର ଶରୀର ବୃଦ୍ଧି ହେଉନାହିଁ । ଫଳରେ ଶିଶୁଟି ଧୀରେ ଧୀରେ ବିକଳାଙ୍ଗ ହେବାକୁ ବସିଲାଣି ।

ଅଗ୍ନିଶମ ଆଇନକୁ ବେଖାତିର

ଅଗ୍ନିଶମ ଆଇନକୁ ବେଖାତିର

ରାୟଗଡା ଅଫିସ, ୨୧।୨ ରାୟଗଡା ଜିଲାର ପ୍ରମୁଖ ସହର ରାୟଗଡାରେ ସିନେମା ହଲ୍‌, ଆପାର୍ଟମେଣ୍ଟ, ହୋଟେଲ୍‌, ନର୍ସିଂ ହୋମ୍‌, କଲ୍ୟାଣମଣ୍ଡପ, ଛୋଟବଡ ଲଜ୍‌, ବହୁତାଲା ବିଶିଷ୍ଟ କୋଠା, ମାଲ ଗୋଦାମ ଗୃହ, କପା ମିଲ୍‌, ଶିଳ୍ପାନୁଷ୍ଠାନ, ଶପିଂ ମଲ ସମେତ ବହୁତାଲା ବିଶିଷ୍ଟ ଅନେକ କୋଠା ରହିଛି। ହେଲେ ଅଗ୍ନିଶମ ବିଭାଗର ସୁରକ୍ଷା ଅନୁମତି ନ ନେଇ ଏହି ପ୍ରତିଷ୍ଠାନଗୁଡିକ ଗଢ଼ି ଉଠୁଛି। କେହି ଜଣେ ବି ଅଗ୍ନି ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ସେମାନେ ଅଗ୍ନିଶମ ବିଭାଗଠାରୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନେଇ ନ ଥିବା ବିଭାଗ ପକ୍ଷରୁ ଜଣାପଡିଛି।

ଇକୋକ୍ଲବ୍‌ ଅନୁଦାନ ପାଇ ନାହାନ୍ତି ୩୬ ସ୍କୁଲ

ମାଲକାନଗିରି, ୨୧।୨(ଡି.ଏନ୍‌.ଏ.) ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପରିବେଶ ସୁରକ୍ଷା ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କୋଟି କୋଟି ଟଙ୍କା ବ୍ୟୟ କରୁଛି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସବୁଜ ବାହିନୀ ଇକୋ କ୍ଲବ ଗଠନ କରାଯାଇ କୋଟି କୋଟି ଟଙ୍କା ଦିଆଯାଉଛି। କିନ୍ତୁ ବ୍ୟାଙ୍କର ମନମୁଖି କାର୍ଯ୍ୟକଳାପ ଯୋଗୁ ଗତବର୍ଷ ମାଲକାନଗିରି ଜିଲାର ୩୬ଟି ବିଦ୍ୟାଳୟ ସବୁଜ ବାହିନୀକୁ ଟଙ୍କା ମିଳି ପାରିନାହିଁ। ଫଳରେ ଏଥିରେ ପଢୁଥିବା ଛାତ୍ରୀଛାତ୍ର ଇକୋ କ୍ଲବର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି।

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

ଭୁବନେଶ୍ୱର,୨୦।୨: ଜୟପୁର-ମାଲକାନଗିରି ମଧ୍ୟରେ ୧୩୦ କିମିର ନୂଆ ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ମଙ୍ଗଳବାର ଏହି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଉକ୍ତ ପ୍ରକଳ୍ପ ୨୬୭୬.୧୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ। ୨୦୨୧-୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସ୍ଥାନୀୟ ରେଳ ସଦନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ବ୍ଲାଙ୍କ୍‌ ଚେକ୍‌ ଦେଇ ୮.୫୦ ଲକ୍ଷ ଠକେଇ

କୋରାପୁଟ,୨୦।୨(ସ୍ବ.ପ୍ର.) ଆନ୍ଧ୍ର ଠିକାଦାରଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ ହେବା ନେଇ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ ହେବା ପରେ ମଙ୍ଗଳବାର ପୋଲିସ ଏଥିରେ ଜଣକୁ ଗିରଫ କରିଛି। ଲୁଟ୍‌ ଘଟଣାର ମାଷ୍ଟର ମାଇଣ୍ଡ ଫେରାର ରହିଛନ୍ତି।

ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କ ମୃତ୍ୟୁ

କୋରାପୁଟ,୨୦।୨(ସ୍ବ.ପ୍ର.): କୋରାପୁଟ ସଦର ଥାନା ମୁଜାଙ୍ଗ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ କୋରାପୁଟ ମେଡିକାଲରେ ଚିକିସତ୍ତ ହେଉଥିବା ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି ।

ମାତିଲେଣି ବାଇକ୍‌ ଲୁଟେରା: ଗୋଟିଏ ରାତିରେ ୨ ବାଇକ ଚୋରି

ବୈପାରୀଗୁଡ଼ା,୨୦।୨(ଡି.ଏନ୍‌.ଏ.) ବୈପାରୀଗୁଡା ଅଞ୍ଚଳରେ ବାଇକ୍‌ ଲୁଟେରା ସକ୍ରିୟ ହୋଇପଡିଛନ୍ତି। ସୋମବାର ରାତିରେ ୨ଟି ବାଇକ୍‌ ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କ ଭିତରେ ଆତଙ୍କ ଖେଳାଇଛି।

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋରାପୁଟ ଜିଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରୁ ମୋହ ଛାଡ଼ିପାରୁନି ଆନ୍ଧ୍ର। ସେଥିଲାଗି ବାରମ୍ବାର ଏ ଅଞ୍ଚଳରେ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ରର ଅଧିକାରୀ। ମଙ୍ଗଳବାର ଏହାର ସଦ୍ୟତମ ନମୁନା ଦୃଷ୍ଟିକୁ ଆସିଛି। ଆନ୍ଧ୍ରର ପିଏ ଆଇଟିଡିଏ ଓ ସିଡିଏମ୍‌ଓ କୋଟିଆରେ ସ୍ବାସ୍ଥ୍ୟ ଶିବିର ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟଯାନର ଶୁଭାରମ୍ଭ କରି ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ଏକପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି।