ରାୟଗଡା

ପିଏଲ୍‌ଜିଏ ସପ୍ତାହ ଆରମ୍ଭ: ଗରିଲା ଯୁଦ୍ଧ କାରିବାକୁ ଆହ୍ବାନ

ପିଏଲ୍‌ଜିଏ ସପ୍ତାହ ଆରମ୍ଭ:  ଗରିଲା ଯୁଦ୍ଧ କାରିବାକୁ ଆହ୍ବାନ

ମାଲକାନଗିରି,୨।୧୨(ସ୍ବ.ପ୍ର.)-ମାଓବାଦୀ ସଂଗଠନ ତରଫରୁ ବିଭିନ୍ନ ମାଓବାଦୀ ପ୍ରବଣ ଇଲାକା ସହ ବିଛିନ୍ନାଞ୍ଚଳରେ ଶନିବାର ପିଏଲ୍‌ଜିଏ ସପ୍ତାହର ପ୍ରଥମ ଦିନ ପାଳନ କରାଯାଇଛି। ସୁଚନାଅନୁଯାଇ ବିଚ୍ଛିନ୍ନାଞ୍ଚଳରେ ସହିଦ୍‌ ସାଥିଙ୍କୁ ମନେ ପକାଇ ଶହିଦ୍‌ ସ୍ତମ୍ଭ ନିକଟରେ ନାଚ ଗୀତ କରିଛନ୍ତି। ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ଜନ ନାଟ୍ୟ ଦଳମ ଦ୍ୱାରା ନାଗଗୀତ କରାଯାଇଥିବା ସୂଚନା ମିଳିଛି। ସହିଦ ସାଥିଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବାକୁ ଶପଥ ନେବା ସହ ପିଏଲ୍‌ଜିଏରେ ଯୁବତୀଯୁବକଙ୍କୁ ସାମିଲ କରିଛନ୍ତି। ପ୍ରଥମ ଦିନରେ ୧୮ତମ ପିଏଲଜିଏର ପ୍ରତିଷ୍ଠା ଦିବସକୁ ଉଦଘାଟନ କରିଛନ୍ତି। ମାଓବାଦୀନେତାମାନେ ଗରିଲା ପୁଦ୍ଧ କରିବାକୁ  ଆହ୍ବାନ ଦେଇଛନ୍ତି। ମାଓବାଦୀମାନେ ପୋଲିସର ଗତ ବିଧିକୁ ନଜର ରଖି ଭିନ୍ନଭିନ୍ନ ଗଁାରେ ପିଏଲ୍‌ଜିଏ ପାଳନ କରିବାର ମସୁଧା ଚଳାଇଛନ୍ତି। ସପ୍ତାହ ବ୍ୟାପି ପାଳନ କରିଥିବାକୁ ସାଧାରଣ ଜନତା ହଇରାଣ ହେଉଥିବା ପ୍ରଥମ ଦିନରୁ ଜଣାପଡିଛି। କୌଣସି ଅଘଟଣକୁ ଆଖିରେ ରଖି ରାଜ୍ୟ ପରିବହନ ନିଗମ ତରଫରୁ ସରକାରୀ ବସସେବା ବନ୍ଦ କରିଦିଆଯାଛି। ଫଳରେ ସବୁ ସରକାରୀ ବସ ବନ୍ଦ ରହିଛି। ସମ୍ବେଦନଶୀଳ ଅଞ୍ଚଳକୁ ଘରୋଇ ବସ୍‌ସେବା ବି ବନ୍ଦ ରହିଛି। କେବଳ ମାଲକାନଗିରିରୁ ଜୟପୁରକୁ କାଁ ଭା କେତୋଟି ଘରୋଇ ବସ୍‌ ଯାଉଛି। ଅଧିକ ସଂଖ୍ୟକ ଯାତ୍ରୀ ଥିବାବେଳେ ବସ ସଂଖ୍ୟା କମ୍‌। ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ସାଧାରଣରେ ମାଓବାଦୀଙ୍କ ବନ୍ଦକୁ ନିନ୍ଦା କରାଯାଇଛି। ଚର୍ଚ୍ଚା ହେଉଛି ପୋଲିସ୍‌ ମାଓବାଦୀ ଲଢେଇରେ ସାଧାରଣ ଜନତା କାହିଁକି ହଇରାଣ ହେବେ। ମାଓବାଦୀମାନେ ପୂର୍ବବର୍ଷ ମାନଙ୍କରେ ଏହି ଅବସରରେ ଛୋଟମୋଟ ଅଘଟଣ ଘଟାଉଥିବାରୁ ପୋଲିସ୍‌ ପ୍ରଶାସନ କଡା ସୁରକ୍ଷା ବନ୍ଦୋବସ୍ତ କରିଛନ୍ତି। ସୀମାନ୍ତକୁ ସିଲ୍‌ କରିବା ସହ ବିଭିନ୍ନ ଯାଗାରେ ପିକେଟିଂ କରି ଯାନବାହାନ ଯାଞ୍ଚ କରିବା ସହ କମ୍ବିଂ ଜୋରଦାର କରାଯାଇ ମାଓବାଦୀ ସଂଗଠନର ଗତିବିଧି ଉପରେ ନଜର ରଖିଥିବା ଏସ୍‌ପି ଜଗମୋହନ ମୀନା କହିଛନ୍ତି।

All Right Reserved By

Model This Week

ନିକିତା

ରାୟଗଡା

ଟାଟା ମ୍ୟାଜିକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଟାଟା ମ୍ୟାଜିକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଗୋଷାଣୀ, ୨୨ା୪- ଗଜପତି ଜିଲା ଗୁରାଣ୍ଡା ଥାନା ଅଧୀନ ସାରିଆପଲି ଗ୍ରାମ ନିକଟରେ ଏକ ବାଇକ (ଏପି୩୦ସି-୫୧୩୧) ଓ ଟାଟା ମ୍ୟାଜିକ ମଧ୍ୟରେ ଧକ୍କାହେବା ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଟେକିଲି ଅଞ୍ଚଳର ବିଘ୍ନେଶ। ଏ ନେଇ ଗୁରାଣ୍ଡା ଥାନାରେ ୩୦/୧୮ରେ ମାମଲା ରୁଜୁ କରାଯାଇଛି

ରୋଡ ତଳକୁ ଖସିଲା କାର୍‌: ଡ୍ରାଇଭର ଗୁରୁତର

ରୋଡ ତଳକୁ ଖସିଲା କାର୍‌: ଡ୍ରାଇଭର ଗୁରୁତର

କାଶୀନଗର, ୨୨।୪(ଡି.ଏନ୍‌.ଏ.)- ଗଜପତି ଜିଲା କାଶୀନଗର ଥାନା ଅଧୀନ ପାରଳାଖେମୁଣ୍ଡି-ଗୁଣପୁର ରୋଡ ଗୋକୁଳା ବାଙ୍କ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ରୋଡ ତଳକୁ ଖସି ପଡଛି। ଏଥିରେ ଗାଡି ଚାଳକ ଆହତ ହୋଇଛନ୍ତି। ସେ ହେଲେ ଗୁଣପୁର ଅଞ୍ଚଳର ପ୍ରେମ କୁମାର ପାତ୍ର(୨୭)।

ସ୍ତ୍ରୀ-ଝିଅକୁ ନିର୍ଯ୍ୟାତନା ଅଭିଯୋଗ : ଡବ୍ଲୁଇଓଙ୍କ ବିରୋଧରେ ଏତଲା

ରାୟଗଡ (ଗଜପତି)୨୨।୪(ଡି.ଏନ.ଏ)- ସ୍ତ୍ରୀ ଓ ଝିଅକୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ଗଜପତି ଜିଲା ରାୟଗଡ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସଞ୍ଜୟ ଲେଙ୍କାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସଞ୍ଜୟଙ୍କ ସ୍ତ୍ରୀ ମାନସୀ ଲେଙ୍କା ଏତଲା ଦେବା ପରେ ରାୟଗଡ ଥାନାରେ ନଂ ୨୦/୧୮ରେ ଏକ ମାମଲା ରୁଜୁ ହୋଇଛି।

ବିଜେଡିର ଜିଲାସ୍ତରୀୟ କର୍ମୀ ସମ୍ମିଳନୀ

ବିଜେଡିର ଜିଲାସ୍ତରୀୟ କର୍ମୀ ସମ୍ମିଳନୀ

ମାଲକାନଗିରି,୨୨।୪(ସ୍ବ.ପ୍ର.): ମାଲକାନଗିରି ପୌର ପରିଷଦ ନଗର ଭବନରେ ବିଜୁ ଜନତା ଦଳର ଜିଲାସ୍ତରୀୟ କର୍ମୀ ସମ୍ମିଳନୀ ଓ ଗୃହ ସଂଯୋଗୀକରଣ ତାଲିମ କାର୍ଯ୍ୟକ୍ରମ ବିଧାୟକ ମାନସ କୁମାର ମାଡ଼କାମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଉପସ୍ଥିତ କର୍ମଚାରୀଙ୍କୁ ଜିଲାରେ ସଙ୍ଗଠନ କିପରି ମଜଭୁତ କରାଯାଇପାରିବ, ସେ ବିଷୟରେ ବୁଝାଇଥିଲେ।

ରାଷ୍ଟ୍ରୀୟ ଲୋକ ଅଦାଲତ

ମାଲକାନଗିରି,୨୨।୪(ସ୍ବ.ପ୍ର.): ଜାତୀୟ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଅଦାଲତ ଅନୁଷ୍ଠିତ ହୋଇଛି। ଏଥିରେ ଜିଲା ଜଜ୍‌ ତଥା ପ୍ରାଧିକରଣ ଅଧ୍ୟକ୍ଷ ମାନସ କୁମାର ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅନିଲ କୁମାର ଦତ୍ତ, ବରିଷ୍ଠ ଦଓ୍ବୋନି ବିଚାରପତି ଜୀବନାନନ୍ଦ ପାଢ଼ି, ଜିଲା ପ୍ରାଧିକରଣ ସଚିବ ଅମିତ ସ୍ବରୂପ କୁମାର ସେଠ, ଉପଖଣ୍ଡ ଦଣ୍ଡାଧିକାରୀ ଅରୁଣ କୁମାର ପଟ୍ଟନାୟକ ଓ ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମକଦ୍ଦମା ଫଇସଲା କରିଥିଲେ।

ବିଜେଡିର ବ୍ଲକସ୍ତରୀୟ ବୈଠକ

ବିଜେଡିର ବ୍ଲକସ୍ତରୀୟ ବୈଠକ

ଡାବୁଗାଁ,୨୨।୪(ଡି.ଏନ.ଏ.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ନିକଟସ୍ଥ କାଜୁ ବଗିଚାଠାରେ ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ବ୍ଲକସ୍ତରୀୟ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ବିଜେଡି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ ଯୋଗ ଦେଇ ଡାବୁଗାଁ ବ୍ଲକର ନୂତନ କମିଟି ଘୋଷଣା କରିଥିଲେ। ଏହି କମିଟିରେ ବ୍ଲକ ଉପସଭାପତି ପି.ନାଗା,ସମ୍ପାଦକ ବିଜୟ କୁମାର ବେହେରା, ସହସମ୍ପାଦକ ଆର. ପ୍ରକାଶ ରାଓ, କୋଷାଧ୍ୟକ୍ଷ ଜି.ମୁରଲୀ ରାଓ, ଯୁବ ବିଜେଡି ସଭାପତି ଟି.ଜୁଗୁନୁ , ଛାତ୍ର ବିଜେଡି ସଭାପତି ବବୁଲୁ ତ୍ରିପାଠୀ, ଏସସି ସେଲ ସଭାପତି ବିଶ୍ୱନାଥ ହରିଜନ, ଓବିସି ସେଲ ସଭାପତି ବିକ୍ରମ ଗୌଡ,ସଂଖ୍ୟାଲଘୁ ସେଲ ସଭାପତି ଭାବେ ଦିବ୍ୟରଞ୍ଜନ ଗରଡାଙ୍କୁ ମନୋନୀତ କରାଯାଇଥିଲା।

ଶନିଶ୍ଚର ମନ୍ଦିର ବାର୍ଷିକ ଉତ୍ସବ

ଶନିଶ୍ଚର ମନ୍ଦିର ବାର୍ଷିକ ଉତ୍ସବ

ଦାମନଯୋଡ଼ି,୨୨।୪(ଡି.ଏନ୍‌.ଏ.) ଭେଜାପୁଟ ମାର୍କେଟ୍‌ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଶନିଦେବଙ୍କ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ସକାଳେ ମହିଳାମାନେ କଳସ ଶୋଭାଯାତ୍ରାରେ ମରିଚମାଳ ନିକଟସ୍ଥ କେରାଣ୍ଡି ନଦୀରୁ ଜଳ ଆଣି ମନ୍ଦିରରେ ସ୍ଥାପନ କରିଥିଲେ। ପରେ ସୂର୍ଯ୍ୟପୂଜା, ଘଟପୂଜା, ଶନିଶ୍ଚର ଦେବଙ୍କ ଷୋଡ଼ଶ ଉପଚାର ପୂଜା, ହୋମଯଜ୍ଞ ହୋଇଥିଲା। ସନ୍ଧ୍ୟାରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

ଏନ୍‌ସିସି କ୍ୟାଡେଟ୍‌ ପାଳିଲେ ପୃଥିବୀ ଦିବସ

ଏନ୍‌ସିସି କ୍ୟାଡେଟ୍‌ ପାଳିଲେ ପୃଥିବୀ ଦିବସ

ଦାମନଯୋଡ଼ି,୨୨।୪(ଡି.ଏନ୍‌.ଏ.) ନାଲକୋ ଟାଉନସିପ୍‌ ସ୍ଥିତ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ଏନ୍‌ସିସି କ୍ୟାଡେଟଙ୍କ ପକ୍ଷରୁ ପୃଥିବୀ ଦିବସ ପାଳିତ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ୟାଡେଟ୍‌ମାନେ ଧରିତ୍ରୀ ମାତାର ସୁରକ୍ଷା ପାଇଁ ପ୍ଲାକାର୍ଡ଼ ଧରି ବିଭିନ୍ନ ସ୍ଳୋଗାନ ଦେଇଥିଲେ।

ଦଳିତା ସେବାସଂଘ ବାର୍ଷିକ ସମ୍ମିଳନୀ

ସୁନାବେଡ଼ା,୨୨।୪(ଡି.ଏନ୍‌.ଏ.) ସ୍ଥାନୀୟ ବି-ଜୋନ୍‌ ସ୍ଥିତ ତାରିଣୀ ମନ୍ଦିରରେ ଦଳିତା ସେବାସଂଘର ସଦସ୍ୟଙ୍କୁ ନେଇ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ୨୦୧୭-୧୮ ବର୍ଷର ସମସ୍ତ ବିବରଣୀ ଉପସ୍ଥାପନ କରାଯାଇଥିଲା। ଏଯାବତ୍‌ ହୋଇଥିବା ସମସ୍ତ ସେବାକାର୍ଯ୍ୟର ବିଶେଷ ବିବରଣୀ ଶ୍ରୀକାନ୍ତ ଷଡ଼ଙ୍ଗୀ ସମସ୍ତଙ୍କୁ ଜଣାଇଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ସଞ୍ଜୀବନୀର ଅଧ୍ୟକ୍ଷ ସଞ୍ଜୀବ ମହାନ୍ତିଙ୍କ ସମେତ କୋରାପୁଟ ସ୍ଥିତ ଗୋପବନ୍ଧୁ ସେବାର ସଭାପତି ଭବାନିଶଙ୍କର ମିଶ୍ର, ଲେଖିକା ତଥା ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ରଥ ଯୋଗ ଦେଇଥିଲେ।

ଅନୁସୂଚିତ ଜାତି ଓ ଜନଜାତି ସଂଘ ବୈଠକ

ଅନୁସୂଚିତ ଜାତି ଓ ଜନଜାତି ସଂଘ ବୈଠକ

ଚନ୍ଦାହାଣ୍ଡି,୨୨।୪(ଡି.ଏନ.ଏ)- ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ରବିବାର ଅନୁସୂଚିତ ଜାତି ଓ ଜନଜାତି ସଂଘର ବ୍ଲକସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ସଭାପତି କୈବଲ୍ୟ ମାଝୀ ଅଧ୍ୟକ୍ଷତା କରିଥିଲେ। ସାମାଜିକ କର୍ମୀ ସନ୍ତୋଷ କୁମାର ଖମାରୀ ଏବଂ ଯୁବରାଜ ଜଗତ ବୈଠକ ପରିଚାଳନା କରିଥିଲେ। ଅନୁସୂଚିତ ଜାତି ଏବଂ ଜନଜାତିର ପିଲାମାନେ କିପରି ଶିକ୍ଷା ତଥା ଚାକିରି କ୍ଷେତ୍ରରେ ଆଗକୁ ଯାଇପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

ବିଭିନ୍ନ ଯୋଜନାର  ସମୀକ୍ଷା କଲେ ନବରଙ୍ଗପୁର ଏମ୍‌ପି

ବିଭିନ୍ନ ଯୋଜନାର ସମୀକ୍ଷା କଲେ ନବରଙ୍ଗପୁର ଏମ୍‌ପି

ଚନ୍ଦାହାଣ୍ଡି,୨୨।୪(ଡି.ଏନ.ଏ) ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ୩ଟି ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାର ନବରଙ୍ଗପୁର ଏମପି ବଳଭଦ୍ର ମାଝି ଶନିବାର ସମୀକ୍ଷା କରିଛନ୍ତି। କୁହୁଡି, ମାଲଗାଁ ଏବଂ ଧୋଡିପାଣି ପଞ୍ଚାୟତ ଗସ୍ତ କରି ଯୋଜନାର ସମୀକ୍ଷା କରିବା ସହ ଅଭିଯୋଗ ଶୁଣାଣି କରିଥିଲେ। ରାଜ୍ୟ ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ ପହଞ୍ଚୁଛି କି ନାହିଁ ସେ ସମ୍ପର୍କରେ କୁହୁଡି ପଞ୍ଚାୟତରେ ଲୋକମାନଙ୍କୁ ପଚାରି ବୁଝିଥିଲେ। ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନବରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ

ନବରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ

ନବରଙ୍ଗପୁର,୨୨।୪(ବି.ପ୍ର)- ନବରଙ୍ଗପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲା କୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩ଟି ମାମଲାର ଫଇସଲା କରାଯାଇ ଏକ ଲକ୍ଷ ୪୨ ହଜାର ଋଣ ବାବଦକୁ ଟଙ୍କା ଆଦାୟ କରାଯାଇଛି। ସେହିଭଳି ବିଭିନ୍ନ କୋର୍ଟରେ ଫଇସଲା ନ ହୋଇ ରହିଥିବା ଦଓ୍ବୋନୀ ଓ ଫୌଜଦାରୀ ମକଦ୍ଦମା ଫଇସଲା କରାଯାଇ ୫୫ଟି କେସ ବାବଦକୁ ମୋଟ ୧ ଲକ୍ଷ ୮୦ ହଜାର ୧୬୦ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି।