Dharitri News
ରାୟଗଡା

ମଧ୍ୟାହ୍ନଭୋଜନ ଓ ହଷ୍ଟେଲ ଦାୟିତ୍ୱ ଉପରେ ନଜର

ମଧ୍ୟାହ୍ନଭୋଜନ ଓ ହଷ୍ଟେଲ ଦାୟିତ୍ୱ ଉପରେ ନଜର ପଟ୍ଟାଙ୍ଗୀ,୨।୧୨(ଡି.ଏନ୍‌.ଏ)-ରାଜ୍ୟ ସରକାର କିପରି ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ନେଇ ଅନେକ ପଦକ୍ଷେପ ନେଉଛନ୍ତି। ବିଦ୍ୟାଳୟରେ ପୋଷାକ ବଣ୍ଟନଠାରୁ ଆରମ୍ଭକରି ପାଠପଢ଼ା ନିମନ୍ତେ ମାଗଣା ବହି, ମଧ୍ୟାହ୍ନଭୋଜନ, ହଷ୍ଟେଲରେ ରହି ପାଠ ପଢ଼ିବା ସୁବିଧା କରୁଛନ୍ତି। ତେବେ କେତେକ ବିଦ୍ୟାଳୟରେ ସରକାରଙ୍କ ଯୋଜନା କିପରି ସଫଳ ହେବ ସେନେଇ ଶିକ୍ଷୟିତ୍ରୀ ଶିକ୍ଷକମାନେ ଆଗ୍ରହ ପ୍ରକାଶ କରୁ ନ ଥିବା ଅଭିଯୋଗ ହେଉଛି। ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଏବଂ ହଷ୍ଟେଲ ଦାୟିତ୍ୱ ନିଜ ଅଧୀନରେ ରଖିବାକୁ ବିଫଳ ହୋଇ କିପରି ଗ୍ରାମର କିଛି ବ୍ୟକ୍ତିଙ୍କୁ ଧରି ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରି ଘଟଣା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅମ୍ପାବାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ୧୮୦ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ବିଦ୍ୟାଳୟ ପରିସରରେ ପ୍ରାଇମେରୀ ସ୍କୁଲ ହଷ୍ଟେଲ ମଧ୍ୟ ରହିଛି ା ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ୬ ଜଣ ଶିକ୍ଷକ ରହିଛନ୍ତି। ସେଥିମଧ୍ୟରୁ ପ୍ରଧାନଶିକ୍ଷକ ବିରଞ୍ଚତ୍ ନାରାୟଣ ପରିଡାଙ୍କୁ ଗତ ୩ବର୍ଷ ହେଲା ତଳଗୋଲୁର କ୍ଲଷ୍ଟରର ସିଆର୍‌ସିସି ପଦରେ ନିଯୁକ୍ତି କରାଯାଇଛି। ଏହି ବିଦ୍ୟାଳୟର ଅନ୍ୟ ଜଣେ ଶିକ୍ଷକ ମହେଶ୍ୱର ବେହେରାଙ୍କୁ ମଧ୍ୟ ଅଳ୍ପ ଦିନ ତଳେ ଅମ୍ପାବାଲି କ୍ଲଷ୍ଟରର ସିଆର୍‌ସିସି ଭାବେ ନିଯୁକ୍ତି ମିଳିଛି ା ସରକାରଙ୍କ ନିୟମ ଅନୁଯାୟୀ ନିଯୁକ୍ତି ପାଉଥିବା ସିଆର୍‌ସିସିମାନେ ମାସକରେ ୧୫ ଦିନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବେ। ଅବଶିଷ୍ଟ ୧୫ ଦିନ କ୍ଲଷ୍ଟର ଅଧୀନରେ ଥିବା ବିଦ୍ୟାଳୟଗୁଡିକୁ ଗସ୍ତକରି ଶିକ୍ଷା ବ୍ୟବସ୍ଥା ତଦାରଖ କରିବେ। ସେମାନେ ଯେଉଁ ବିଦ୍ୟାଳୟକୁ ଯିବେ ସେଠାରେ ଛାତ୍ରୀଛାତ୍ରଙ୍କୁ ଯେକୌଣସି ବିଷୟ ଉପରେ ଗୋଟିଏ କ୍ଲାସ୍‌ ନେବେ। ସରକାରଙ୍କ ଏହି ନିୟମ ଏଠାରେ ପାଳନ କରାଯାଉନାହିଁ। ଉପରୋକ୍ତ ବିଦ୍ୟାଳୟର ସମ୍ପୃକ୍ତ ୨ଶିକ୍ଷକ ସିଆରସିସି ରୂପେ ନିଯୁକ୍ତି ପାଇବା ପରେ ନିଜ ବିଦ୍ୟାଳୟର କାର୍ଯ୍ୟ ସାରି ସିଆର୍‌ସିସି ଦାୟିତ୍ୱ ତୁଲାଇବାକୁ ଚାଲିଯାଉଛନ୍ତି। ଏହାର ସୁଯୋଗ ନେଇ ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଓ ହଷ୍ଟେଲ ଦାୟିତ୍ୱ କିପରି ନିଜ ଅକ୍ତିଆରକୁ ଆଣିବେ ସେ ନେଇ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢା ପ୍ରଭାବିତ ହେଉଛି। ବିଗତ ଦିନରେ ଜଣେ ଶିକ୍ଷକ ପ୍ରଧାନଶିକ୍ଷକ ପରିଡାଙ୍କ ବିରୋଧରେ ଷଡଯନ୍ତ୍ର କରି ଗ୍ରାମର କିଛି ଲୋକଙ୍କୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏଥିରେ ସଫଳ ନ ହେବାରୁ ସମ୍ପୃକ୍ତ ଶିକ୍ଷକ ଜଣକ ଗ୍ରାମର କିଛି ଲୋକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କୁ ନେଇ ଗତ ବୁଧବାର ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ବିଦ୍ୟାଳୟକୁ ବନ୍ଦ କରିଥିଲେ । ଏହି ଖବରପାଇ ଗୁରୁବାର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରଜନୀକାନ୍ତ ବଡନାୟକ ପହଞ୍ଚତ୍ ସମସ୍ତ ବିଷୟ ଶୁଣି ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିଦ୍ୟାଳୟରୁ ତାଲା ଖୋଲିଥିଲା। ଏନେଇ ପ୍ରଧାନ ଶିକ୍ଷକ ପରିଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ, ମୁଁ ବିଦ୍ୟାଳୟକୁ ଆସିବା ପରଠାରୁ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ହେଉ ବା ହଷ୍ଟେଲ ଦାୟିତ୍ୱ ନିଜ ପାଖରେ ରଖିନାହିଁ । ବିଦ୍ୟାଳୟର ଅନ୍ୟ ଶିକ୍ଷକଙ୍କ ମଧ୍ୟରେ ୨ମାସ ଲେଖାଏ ରୋଟେସନ୍‌ କରି ଚଲାଇବା ପାଇଁ ଦାୟିତ୍ୱ ଦେଇଥାଏ ବୋଲି କହିଥିଲେ ।

ରାୟଗଡା

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ନବରଙ୍ଗପୁର, ୧୮।୧(ବି.ପ୍ର.)- ସ୍ତ୍ରୀ ଓ ଝିଅକୁ କିରୋସିନ ପକାଇ ପୋଡିଦେଲେ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ଥାନା ଅଧୀନ ଚିର୍ମା ଗାଁରେ ଘଟିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ପେନସନ ଭୋଗୀଙ୍କୁ ଚିନ୍ତା ଆଧାର କାର୍ଡ଼

ମାଲକାନଗିରି,୧୮।୧(ଡି.ଏନ୍‌.ଏ.) ମାଲକାନଗିରି ଜିଲାରେ ଅନେକ ପେନସନଭୋଗୀ ଜୀବନ୍ତ ପ୍ରମାଣପତ୍ର ଦାଖଲ ନକଲେ ପେନସନ ପାଇବାରେ ବଞ୍ଚତ୍ତ ହେବେ। ପୂର୍ବରୁ ଏହି ପ୍ରମାଣପତ୍ର ପାଇଁ କେତେକ ନିର୍ଦ୍ଦିଷ୍ଟ ଫର୍ମରେ ନିଜର ସବିଶେଷ ତଥ୍ୟ ସହ ଭୋଟର କାର୍ଡ଼ ଓ ପେନସନ ବହିର ଜେରକ୍ସ କପି ଷ୍ଟେଟବ୍ୟାଙ୍କରେ ଦାଖଲ କରିବାକୁ ପଡୁଥିଲା।

୨ ବର୍ଷ ତଳୁ କାମ କରୁନି ଟାଙ୍କି: ଆଗକୁ ଜଳ ସଙ୍କଟ ଜଳଜଳ ଦିଶୁଛି

୨ ବର୍ଷ ତଳୁ କାମ କରୁନି ଟାଙ୍କି: ଆଗକୁ ଜଳ ସଙ୍କଟ ଜଳଜଳ ଦିଶୁଛି

ଶିଖାପାଲି,୧୮।୧ ମାଲକାନଗିରି ଜିଲା ଏମ୍‌ଭି-୧୯ ଗାଁରେ ଦୁଇବର୍ଷ ତଳେ ଜିଲା ଗ୍ରାମୀଣ ପାନୀୟ ଜଳ ଯୋଗାଣ ପକ୍ଷରୁ ପାଣିଟାଙ୍କି ନିର୍ମାଣ କରାଯାଇଥିଲା। ମୋଟର ଲାଗିଯିବା ପରେ ମଧ୍ୟ ୧୦୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ଏବେ ଚିନ୍ତା ବଢ଼ାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ସରକାର ଗ୍ରାମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି। ଦୁଇବର୍ଷ ତଳୁ ତାହା ଫେଲ୍‌ ମାରିଛି।

ଚିକିତ୍ସା ପାଇଁ ଅର୍ଥ ବାଧକ

ଚିକିତ୍ସା ପାଇଁ ଅର୍ଥ ବାଧକ

ଡାବୁଗାଁ,୧୮।୧(ଡି.ଏନ.ଏ.) ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତ ଅଧୀନ ବାଣୁଆଗୁଡା ଗ୍ରାମର ବାସୁଦେବ ଗୌଡଙ୍କ ପୁଅ ଶଙ୍କର ନାୟକ(ଗୌଡ) ୨ ବର୍ଷ ହେଲା ପେଟ ରୋଗରେ ଆକ୍ରାନ୍ତ । ଅର୍ଥ ଅଭାବରୁ ଶଙ୍କର ଚିକିତ୍ସିତ ହୋଇ ପାରୁ ନାହାନ୍ତି। ବାସୁଦେବ କୁଲି ମଜୁରୀ କରି ପରିବାର ଭରଣପୋଷଣ କରୁଥିବାରୁ ପୁଅର ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ।

ଜଙ୍ଗଲ ଛାଡି ଜନପଥରେ ଭାଲୁ,ହେଟାବାଘ

ମଇଦଲପୁର,୧୮।୧(ଡି.ଏନ.ଏ.) ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ସଦର ମହକୁମା ଠାରେ ଭାଲୁ ଓ ହେଟା ବାଘର ଆତଙ୍କ । ଜନସାଧାରଣ ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରିବା ମୁସକିଲ ହୋଇ ପଡଛି। ଏବେ କିଛି ଦିନ ହେବ ସନ୍ଧ୍ୟାହେଲେ ୩ଟି ଭାଲୁ ଓ ୨ଟି ହେଟା ବାଘ ଜଙ୍ଗଲ ଆଡୁ ବାହାରି ଗାଁ ମୁହାଁ ହେଉଛନ୍ତିା ଏଥିଯୋଗୁ ପିଲାମାନେ ଟିୟୁସନ,ଗାଁ ଲୋକ ବଜାରରୁ ଘରକୁ ଯିବା ପାଇଁ ଭୟ କରୁଛନ୍ତି ।

ପୂରଣ ହୋଇନି ଧାନ ସଂଗ୍ରହ ଲକ୍ଷ୍ୟ

ରାୟଗଡା ଅଫିସ୍‌, ୧୮।୧ ରାଜ୍ୟ ବେସାମରିକ ଯୋଗାଣ ନିଗମ ପକ୍ଷରୁ ଗତ ନଭେମ୍ବର୨୯ ତାରିଖରୁ ରାୟଗଡ଼ା ଜିଲାରେ ୩୪ଟି ମଣ୍ଡିରେ ଖରିଫ୍‌ ଋତୁ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜିଲାର ମୋଟ ୧୧ଟି ବ୍ଲକ୍‌ରୁ ୧୦ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ମୋଟ ୬ଲକ୍ଷ ୬୮ହଜାର ୩୫୮.୪୨ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି । ଆସନ୍ତା ଏପ୍ରିଲ୍‌ ୩୦ତାରିଖ ପର୍ଯ୍ୟନ୍ତ ଜିଲାର ଏହି ୩୪ଟି ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିବ । ଏହି ମଣ୍ଡିଗୁଡିକରୁ ଧାନ ସଂଗ୍ରହ ନିମନ୍ତେ ଚଳିତ ବର୍ଷ ଜିଲା ପ୍ରଶାସନ ପକ୍ଷରୁ ୯୨ଜଣ ମିଲରଙ୍କୁ ଧାନ ଉଠାଇବା ନିମନ୍ତେ ନିୟୋଜିତ କରାଯାଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ଜଣାଯାଇଛି ।

ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ପୂର୍ତ୍ତ ବିଭାଗ କର୍ମଚାରୀ

ରାୟଗଡା ଅଫିସ, ୧୭।୧- ଗୋଟିଏ ଦିନ ତଳୁ ନିଖୋଜ ଥିବା ପୂର୍ତ୍ତ ବିଭାଗର ଜଣେ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ବୁଧବାର ସକାଳେ ରାୟଗଡ଼ା ଷ୍ଟେଶନ ନିକଟରୁ ମିଳିଛି । ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ମୃତକ ଜଣକ ହେଲେ ରାୟଗଡ ସହରସ୍ଥିତ ପିଡବ୍ଲ୍ୟୁଡି କଲୋନୀର ବାସିନ୍ଦା ସତ୍ୟ ନାରାୟଣ ବିଶୋଇ (୫୭) ।

ଜୟପୁର ପୌରପାଳିକରେ ଜାଲ ଟିଡିଆର: ଠିକାଦାର ଗୀତାଞ୍ଜଳି ଗିରଫ

ଜୟପୁର,୧୭। ୧ (ନି .ପ୍ର.)- କୋରାପୁଟ ଜିଲା ଜୟପୁର ପୌରପାଳିକାରେ ଜାଲ ଟିଡିଆର ଦାଖଲ କରିଥିବା ମାମଲାରେ ଜଡିତ ଥିବା ଠିକାଦାର ଗୀତାଞ୍ଜଳି ନାୟକ (୪୦)ଙ୍କୁ ଟାଉନ ଥାନା ପୋଲିସ ପୁରୀ ଜିଲା ନିମାପଡା ଅଞ୍ଚଳରୁ ଗିରଫ କରିଛି ।

ନାଗାବଳୀରେ  ମାଆ, ପୁଅ, ଝିଅ ବୁଡିବା ଘଟଣା: ନିଖୋଜ ଅଖିଳଙ୍କ ମୃତଦେହ ଉଦ୍ଧାର

ନାଗାବଳୀରେ ମାଆ, ପୁଅ, ଝିଅ ବୁଡିବା ଘଟଣା: ନିଖୋଜ ଅଖିଳଙ୍କ ମୃତଦେହ ଉଦ୍ଧାର

ରାୟଗଡା ଅଫିସ୍‌, ୧୭।୧- ମଙ୍ଗଳବାର ନାଗାବଳୀ ନଦୀରେ ଆନ୍ଧ୍ରର ପାର୍ବତୀପୁରମ୍‌ ଅଞ୍ଚଳର ଗୋଟିଏ ପରିବାରର ତିନିଜଣ ବୁଡି ଯାଇଥିଲେ । ସେଥିରେ ମା’ ଜେ.ଶାନ୍ତି ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଛଅ ବର୍ଷର ଝିଅ ଜେ.ଇନ୍ଦୁଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା । ପୁଅ ଜେ. ଅଖିଳ ନିଖୋଜ ଥିଲେ । ବୁଧବାର ତାଙ୍କ ମୃତଦେହ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି ।

ନାଗାବଳୀ ନଦୀରେ ବୁଡ଼ି ମାଆ ମୃତ: ଝିଅ ଗୁରୁତର,ପୁଅ ନିଖୋଜ

ନାଗାବଳୀ ନଦୀରେ ବୁଡ଼ି ମାଆ ମୃତ: ଝିଅ ଗୁରୁତର,ପୁଅ ନିଖୋଜ

ରାୟଗଡା ଅଫିସ୍‌, ୧୬।୧- ରାୟଗଡା ସହରର ଚେକାଗୁଡା ନିକଟ ନାଗାବଳୀ ନଦୀରେ ମଙ୍ଗଳବାର ଗୋଟିଏ ପରିବାରର ମାଆ,ଝିଅ ଓ ପୁଅ ଭାସିଯାଇଛନ୍ତି । ଖବରପାଇ ରାୟଗଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମାଆ ଓ ଝିଅକୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ଝିଅ ଗୁରୁତର ଅଛି । ପୁଅର କୌଣସି ପତ୍ତା ମିଳି ନାହିଁ ।

ଲୁଲେର ଜଙ୍ଗଲରେ ଗୁଳି ବିନିମୟ:ରୋଲର ପୋଡ଼ି ଫେରିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ମାଓବାଦୀ

ଲୁଲେର ଜଙ୍ଗଲରେ ଗୁଳି ବିନିମୟ:ରୋଲର ପୋଡ଼ି ଫେରିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ମାଓବାଦୀ

ମାଲକାନଗିରି/ମାଥିଲି,୧୬।୧(ଡି.ଏନ୍‌.ଏ.) ମାଲକାନଗିରି ଜିଲା ମାଥିଲି ଥାନା ଲୁଲେର ଗ୍ରାମରେ ମଙ୍ଗଳବାର ମାଓବାଦୀମାନେ ରାସ୍ତାକାମରେ ନିୟୋଜିତ ରୋଲରକୁ ପୋଡ଼ି ଦେଇଛନ୍ତି। ସେଠାରୁ ଫେରିବାବେଳେ ପୋଲିସ ସହ ସାମ୍ନାସାମ୍ନି ହେବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।

ଋଣ ନାଁରେ ୫୦ ଲକ୍ଷର ଜାଲିଆତି:ଚାଷୀଙ୍କ ପରେ ଏସ୍‌ଏଚ୍‌ଜି ଠକେଇର ଶିକାର

ଋଣ ନାଁରେ ୫୦ ଲକ୍ଷର ଜାଲିଆତି:ଚାଷୀଙ୍କ ପରେ ଏସ୍‌ଏଚ୍‌ଜି ଠକେଇର ଶିକାର

ମାଲକାନଗିରି,୧୬।୧(ଡି.ଏନ୍‌.ଏ.) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ ପ୍ରଥମେ ଚାଷୀଙ୍କ ପରେ ଏବେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଋଣ ନାଁରେ ଆର୍ଥତ୍କ ଜାଲିଆତି ଅଭିଯୋଗ ହୋଇଛି। ଜିଲାର ପ୍ରାୟ ୧୨ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ କରାଇଦେଇ ପ୍ରାୟ ୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି। କେତେକ ସ୍ବାର୍ଥନ୍ବେଷୀ ବ୍ୟାଙ୍କ କର୍ମଚାରୀ ଓ ଦଲାଲଙ୍କ ଭିତରେ ମଧୁଚନ୍ଦ୍ରିକା ଏଭଳି ଜାଲିଆତିକୁ ରୂପ ଦେଇଛି। ମାଲକାନଗିରି ସଦର ବ୍ଲକ ମାଉଲିଗୁଡ଼ାର ଜୟ ହନୁମାନ ସ୍ବୟଂ ସହାୟକ ଗୋଷ୍ଠୀ ଏହି ଅଭିଯୋଗ ଆଣିଛି।