ରାୟଗଡା

ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ: ଅବିଭକ୍ତ କୋରାପୁଟ ଜିଲାରେ ହାଇଆଲର୍ଟ

ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ: ଅବିଭକ୍ତ କୋରାପୁଟ ଜିଲାରେ  ହାଇଆଲର୍ଟ
ଜୟପୁର ୧।୧୨ (ନି.ପ୍ର.) ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ କରୁଥିବାରୁ ଅବିଭକ୍ତ କୋରାପୁଟ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି । ଜୟପୁର-ମାଲକାନଗିରି ବସ୍‌ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଅବିଭକ୍ତ କୋରପୁଟ ଜିଲାରେ୧୬ଟି ରୁଟ୍‌ରେ ୨୧ରୁ ଅଧିକ ସରକାରୀ ବସ ଚଳାଚଳକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି । ୨ରୁ ୧୮ତମ ପିଏଲଜିଏ ସପ୍ତାହ ଆରମ୍ଭ ହେଉଛି। ଏଥିରେ ଯୁବତୀ ଯୁବକମାନେ ସାମିଲ ହେବାକୁ ଆହ୍ବାନ ମାଓବାଦୀମାନେ ଆହ୍ବାନ ଦେଇଛନ୍ତି। ଜୟପୁର ଜୋନର ୧୬ଟି ରୁଟ୍‌ରେ ବସ ଚଳାଚଳ ବନ୍ଦ କରାଯାଇଛି । ଆସନ୍ତା ୮ ତାରିଖ ଯାଏ ଏହା ବନ୍ଦ ରହିବ। ଏହି ସପ୍ତାହରେ ମାଓବାଦୀମାନେ ଯେପରି କିଛି ଅଘଟଣ ନଘଟାନ୍ତି ସେଥିପାଇଁ ଜିଲା ପୋଲିସ ପକ୍ଷରୁ ସୁରକ୍ଷାକୁ କଡାକଡି କରାଯାଇଛି। ମାଲକାନଗିରି ଜିଲା ରୁଟ୍‌ରେ ସରକାରୀ ବସ୍‌ ବନ୍ଦ ରଖାଯାଇ ଥିବା ବେଳେ ପାରଳାଖେମୁଣ୍ଡି- ଫୁଲବାଣୀ ରୁଟ୍‌ ମଧ୍ୟ ବନ୍ଦ କରାଯାଇଛି । ଆନ୍ଧ୍ରର ଆରକୁ ଗୋଟିଏ ବସ୍‌, ଗୁପ୍ତେଶ୍ୱର ରୁଟ୍‌ରେ ଗୋଟିଏ, ପାବତୀପୁରମ, କାଶୀପୁର, ଭଦ୍ରାଚଳମକୁ ଗୋଟିଏ ଲେଖାଏ ଏବଂ ଭାୟା ରାୟଗଡା ଦେଇ ବ୍ରହ୍ମପୁର, ଭଞ୍ଜନଗର ଓ ଭୁବନେଶ୍ୱରକୁ ଚଳାଚଳ କରୁଥିବା ଏବଂ କୋଣାଗାଁ,ଗୁଣୁପୁରକୁ ବସ୍‌ ଚଳାଚଳ ବନ୍ଦ କରାଯାଇଛି ବୋଲି ଜିଲା ପରିବହନ ଅଧିକାରୀ ଗୋପାଳ ଜେନା କହିଛନ୍ତି । ଜିଲା ପୋଲିସ ତରଫରୁ ସୀମାନ୍ତ ଅଞ୍ଚଳକୁ ସିଲ୍‌ କରିବା ସହ କୋମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଜିଲାର ସମସ୍ତ ଥାନା ଅଞ୍ଚଳକୁ ହାଇଆଲର୍ଟ ଜାରି କରାଯାଇଛି । ଏହି ସପ୍ତାହ ପାଳନ ସମୟରେ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ନେତାମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରାଯିବା, ପୋଲିସ ତଥା ସୁରକ୍ଷା ବଳଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା, ଯେଉଁ ଅଞ୍ଚଳରେ ସଙ୍ଗଠନ ଦୁର୍ବଳ ଅଛି ସେଠି ସ୍ଥାନୀୟ ଲୋକଙ୍କୁ ସାମିଲ କରିବା ନେଇ କ୍ୟାଡରମାନଙ୍କୁ ପରାମର୍ଶ ଦେଇଥାନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦୦୦ ମସିହାରୁ ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ କରିଆସୁଛନ୍ତି।
All Right Reserved By

ରାୟଗଡା

ବର୍ଷା ଯୋଗୁ ବାତିଲ ହେଲା ପିଠା କାର୍ଯ୍ୟକ୍ରମ

ରାଇକିଆ, ୧୮।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ରାଇକିଆ ବ୍ଲକର ସୁଗଡବାଡି ଓ ପେଟାପାଙ୍ଗା ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ଥିବା ପିଠା କାର୍ଯ୍ୟକ୍ରମକୁ ମଙ୍ଗଳବାର ବାତିଲ କରି ଦିଆଯାଇଥିବା ବିଡିଓ ରଶ୍ମି ରଞ୍ଜନ ମହନ୍ତ ସୂଚନା ଦେଇଛନ୍ତି।

ଆଇନଜୀବୀଙ୍କ ବନ୍ଦ ଡାକରା ସଫଳ

ଆଇନଜୀବୀଙ୍କ ବନ୍ଦ ଡାକରା ସଫଳ

ନବରଙ୍ଗପୁର, ୧୮।୧୨(ବି.ପ୍ର): ନବରଙ୍ଗପୁର ଜିଲା ଓକିଲ ସଂଘ ପକ୍ଷରୁ ୧୨ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା ସଫଳ ହୋଇଛି। ଅବିଭକ୍ତ କୋରାପୁଟ ଜିଲାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ନେଇ ଦୀର୍ଘ ବର୍ଷ ହେବ ଦାବି ହୋଇଆସୁଛି। 

ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବିରେ ନବରଙ୍ଗପୁର ଜିଲା ବନ୍ଦ ଡାକରା

ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବିରେ ନବରଙ୍ଗପୁର ଜିଲା ବନ୍ଦ ଡାକରା

ଝରିଗାଁ, ୧୮।୧୨(ସ୍ବ.ପ୍ର)- ଅଭିଭକ୍ତ କୋରାପୁଟ ଜିଲାରେ ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବି ନେଇ ନବରଙ୍ଗପୁର ଜିଲା ବନ୍ଦ ଡାକରା ଦିଆଯାଇଛି। ଝରିଗାଁ ବ୍ଲକ ସଦର ମହକୁମାଠାରେ ସ୍ଥାନୀୟ ଆଇନଜୀବୀମାନଙ୍କ ଦ୍ୱାରା ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କୋରାପୁଟ ଜିଲା ବନ୍ଦ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କୋରାପୁଟ ଜିଲା ବନ୍ଦ

କୋରାପୁଟ, ୧୮।୧୨(ସ୍ବ.ପ୍ର): ଦୀର୍ଘ ୧୫ ଦିନ ହେବ କାର୍ଯ୍ୟ ବନ୍ଦ କରିଥିବା ଆଇନଜୀବୀମାନେ ମଙ୍ଗଳବାର ଅଭିଭକ୍ତ କୋରାପୁଟ ଜିଲା ବନ୍ଦ ଡାକରା ଦେଇଛନ୍ତି।

ୟୁଏନଡିପି କୋର୍ଡିନେଟରଙ୍କୁ ଜିଲାପାଳଙ୍କ ଚିଠି: ୨ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଉ

ନବରଙ୍ଗପୁର,୧୮ା୧୨(ବି.ପ୍ର)- ୟୁଏନଡିପି ପକ୍ଷରୁ ତେନ୍ତୁଳିଖୁଣ୍ଟି ବ୍ଲକ ଠାରେ ନିୟୋଜିତ ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର (ବିପିଏ ) ରାଜିଆ ବାନୁ ଓ ବ୍ଲକ ପ୍ରୋଜେକ୍ଟ ଆସିଷ୍ଟାଣ୍ଡ (ବିପିଏ) ଗୁରୁପ୍ରସାଦ ପଣ୍ଡାଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପାଇଁ  ଜିଲାପାଳ  ଅଜିତ କୁମାର ମିଶ୍ର ୟୁଏନଡିପି ରାଜ୍ୟ କୋଡିନେଟରଙ୍କୁ ୧୨ ତାରିଖରେ  ଚିଠି ନମ୍ବର ୪୭୮୯ ମାଧ୍ୟମରେ ଜଣାଇଛନ୍ତି ା  ଗ୍ରାମ ରୋଜଗାର ସେବକମାନେ ଆନ୍ଦୋଳନରେ ରହିଥିବାରୁ ଗ୍ରାମୀଣ ଆବାସ ଯୋଜନା ଓ ଅନ୍ୟ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ଲକର ବିଭିନ୍ନ କର୍ମଚାରୀଙ୍କୁ ପର୍ଯ୍ୟାୟ କ୍ରମେ ଦାୟିତ୍ୱ ଦିଆଯାଇଥିବା ନେଇ ଇମେଲ ଓ ଚିଠି କରାଯାଇଥିଲା ା

ଗୋପବନ୍ଧୁ ଗ୍ରାମୀଣ ଯୋଜନା ବାଟବଣା: ଘରୋଇ ଜମିରେ ରାସ୍ତା ନିର୍ମାଣ

ଗୋପବନ୍ଧୁ ଗ୍ରାମୀଣ ଯୋଜନା ବାଟବଣା: ଘରୋଇ ଜମିରେ ରାସ୍ତା ନିର୍ମାଣ

ନବରଙ୍ଗପୁର,୧୮ା୧୨( ବି.ପ୍ର.)-ନବରଙ୍ଗପୁର ଜିଲାର ଅନେକ ଗାଁ ଓ ପଡାକୁ ରାସ୍ତା ନାହିଁ। ସେଥିପାଇଁ ବିଭିନ୍ନ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି।  କିନ୍ତୁ ରାସ୍ତା ନିର୍ମାଣ ବେଳେ ଏହା ସରକାରୀ ଜମି କି ଘରୋଇ ଜମିରେ ନିର୍ମାଣ ହେଉଛି ସେଥିପ୍ରତି କେହି ଦୃଷ୍ଟି ଦେଉ ନାହିଁ। 

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପ୍ରତିନିଧିଙ୍କ ମାଲକାନଗିରି ଗସ୍ତ

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପ୍ରତିନିଧିଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି, ୧୭।୧୨(ଡି.ଏନ୍‌.ଏ.)ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ  ପ୍ରତିନିଧି ସନ୍ଦୀପ ଚକ୍ରବର୍ତ୍ତୀ ସୋମବାର  ମାଲକାନଗିରି ଗସ୍ତ କରିଛନ୍ତି।  ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ, ସଦସ୍ୟ ଦୀନବନ୍ଧୁ ଦାସ, ରାମଗୋବିନ୍ଦ ପଣ୍ଡା ଓ ସଦସ୍ୟ ଚୁମୁକି ବେହେରା ସ୍ବାଗତ କରିବା ପରେ ଶିଶୁ ସୁରକ୍ଷା ଦିଗରେ କମିଟି ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ପରେ ସେ ସ୍ଥାନୀୟ ପରିବର୍ତ୍ତନ ଶିଶୁ ଗୃହ ପରିଦର୍ଶନ କରି ନଥିପତ୍ର ଯାଞ୍ଚ କରିଥିଲେ। ଏଥିସହ ଶିଶୁଙ୍କ ସହ ସେମାନଙ୍କ ଯନତ୍, ଶିକ୍ଷା ଓ ଖାଦ୍ୟପେୟ ସମ୍ପର୍କରେ ପଚାରି ବୁଝିଥିଲେ।

‘ପେଥାଇ’ ବଢ଼ାଇଲା ଚାଷୀଙ୍କ ଦୁଃଖ: ମଣ୍ଡିରେ ଭିଜିଲା ଧାନ, ଚିନ୍ତାରେ ଚାଷୀ

‘ପେଥାଇ’ ବଢ଼ାଇଲା ଚାଷୀଙ୍କ ଦୁଃଖ: ମଣ୍ଡିରେ ଭିଜିଲା ଧାନ, ଚିନ୍ତାରେ ଚାଷୀ

କାଲିମେଳା,୧୭।୧୨(ଡି.ଏନ୍‌.ଏ.)- ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପେଥାଇ କ୍ରମଶ ଘନୀଭୁତ ହେବାରେ ଲାଗିଛି। ଏହାର ପ୍ରଭାବରେ ମାଲକାନଗିରି ଜିଲା କାଲିମେଳା ବ୍ଲକରେ ରବିବାର ଅପରାହ୍ନରୁ ବର୍ଷା ଲାଗିରହିଛି। ମିଳିଥିବା ସୂଚନା ଅନୁଯାୟୀ ଏବେବି ପ୍ରାୟ ୪୦ ପ୍ରତିଶତ ଜମିରେ ଧାନ କଟାଯାଇ ପାରିନାହିଁ।

ଦୁର୍ବୃତ୍ତ ଜାଳିଦେଲେ ଅଟୋ

ଦୁର୍ବୃତ୍ତ ଜାଳିଦେଲେ ଅଟୋ

ଧୋଡ୍ରା,୧୭।୧୨(ଡି.ଏନ.ଏ): ଉମରକୋଟ ଥାନା ଅନ୍ତର୍ଗତ ବଡଭୀମାଗୁଡା ଗ୍ରାମର ଗୋପାଳ ବିଶୋୟୀଙ୍କ ଅଟୋକୁ ଦୁର୍ବୃତ୍ତମାନେ  ନିଆଁ ଲଗାଇ ପୋଡି ଦେଇଛନ୍ତି। ଗୋପାଳ ତାଙ୍କ ଅଟୋକୁ (ନଂ ଓଡି-୨୪ବି୩୯୩୬କୁ) ଘର ଆଗରେ ରଖି  ଶୋଇଥିଲେ।

  ବର୍ଷା ଦେଖି ଧାନ କିଣିବାକୁ ପ୍ରଶାସନର ତତ୍ପରତା:  ତଥାପି ସରୁନି ଚାଷୀଙ୍କ ଦୁଃଖ

ବର୍ଷା ଦେଖି ଧାନ କିଣିବାକୁ ପ୍ରଶାସନର ତତ୍ପରତା: ତଥାପି ସରୁନି ଚାଷୀଙ୍କ ଦୁଃଖ

କୁନ୍ଦୁରା,୧୭।୧୨(ଡି.ଏନ୍‌.ଏ)- ଗୋଟିଏ ପଟେ ପେଥାଇ ଆଗମନରେ ବର୍ଷା, ଅନ୍ୟପଟେ ଧାନ ସାଇତିବାକୁ ଚାଷୀଙ୍କ ଚିନ୍ତା। ଏହାରି ଭିତରେ ଗତ ନଭେମ୍ବର ମାସରୁ ମଣ୍ଡିଖୋଲି ଚୁପ୍‌ ବସିଥିବା ପ୍ରଶାସନ ଏବେ ଧାନ କିଣିବାକୁ ବେଶ୍‌ ତତ୍ପରତା ଦେଖାଇଛି। ଆଜି ଡଙ୍ଗରପାଉଁସୀ ମଣ୍ଡିରେ ଧାନ କିଣିବା ପାଇଁ ପ୍ରଶାସନ ମିଲର୍ସଙ୍କ ସହାୟତାରେ ପ୍ରସ୍ତୁତି ଚଳାଇଛି। ଏତେଦିନ ବିତିଯାଇଥିଲେ ମଧ୍ୟ ଧାନ ନ କିଣି ବର୍ତ୍ତମାନ ପ୍ରଶାସନ ତରବରିଆ ଭାବେ କିଣିବାକୁ ପ୍ରୟାସ କରି ଚାଷୀଙ୍କୁ ବର୍ଷା , ଜାଡ଼ରେ ହଇରାଣ ହରକତ କରୁଛି ବୋଲି କୃଷକ କଲ୍ୟାଣ ମଞ୍ଚ ଅଭିଯୋଗ କରିଛି। 

ମୁନିଗୁଡ଼ାରେ ପିଠା କାର୍ଯ୍ୟକ୍ରମ

ମୁନିଗୁଡ଼ାରେ ପିଠା କାର୍ଯ୍ୟକ୍ରମ

ମୁନିଗୁଡ଼ା,୧୭।୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ପିଠା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି।

ସିମିଳିଗୁଡାର ୩ଟି ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ସିମିଳିଗୁଡାର ୩ଟି ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ସିମିଳିଗୁଡା, ୧୭।୧୨(ସ୍ବ.ପ୍ର.): କୋରାପୁଟ ଜିଲା ସିମିଳିଗୁଡା ବ୍ଲକର ୩ ପଞ୍ଚାୟତ ସୋରିଷପଦର, ରେଙ୍ଗା ଓ ପିତାଗୁଡାରେ ସୋମବାର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।