ରାୟଗଡା

ସାଇକେଲରୁ ପୋଲ ତଳକୁ ଖସି ୨ ଛାତ୍ରୀ ମୃତ

ସାଇକେଲରୁ ପୋଲ ତଳକୁ ଖସି ୨ ଛାତ୍ରୀ ମୃତ

କୋରାପୁଟ, ୧।୧୨(ଡି.ଏନ.ଏ.) ଏକ ସାଇକେଲ ଦୁର୍ଘଟଣାରେ ୨ ଜଣ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଗିର୍ଲିପୁଟ ସ୍କୁଲରେ ଗୁରୁବାର ଜେଇ ଟୀକା ନେବା ପରେ ହାନା ହିଆଲ ଓ ଲିପି ହିଆଲ ସାଇକେଲ ଯୋଗେ ନିଜ ଘର ଚାରଡାକୁ ଫେରୁଥିବା ବେଳେ ଏକ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଉଭୟେ ବ୍ରିଜ ତଳକୁ ଖସି ପଡିଥିଲେ। ାଗ୍ରାମବାସୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚତ୍ ଉଭୟଙ୍କୁ ମାଥାଲପୁଟ ଡାକ୍ତରଖାନାକୁ ନେଇଥିଲେ ା ମୁଣ୍ଡରେ ଗଭୀର ଆଘାତ ଯୋଗୁ ସେଠାରୁ ସେମାନଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ା ମାତ୍ର କୋରାପୁଟରେ ପହଞ୍ଚତ୍ବା ବେଳକୁ ବାଟରେ ହାନାଙ୍କ ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲିପିଙ୍କୁ ରାତିରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ା ଶୁକ୍ରବାର ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକରେ ମୃତ୍ୟୁ ହୋଇଯାଇଛି ବୋଲି କୋରାପୁଟ ବ୍ଲକ ଉପାଧ୍ୟକ୍ଷ ତଥା ତାଙ୍କ ସମ୍ପର୍କୀୟ ମୁରଲି ଖରା କହିଛନ୍ତି। କୋରାପୁଟ ମେଡିକାଲରେ ହାନାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଖବର ପାଇ ଜିଲା ପରିଷଦ ସଭାପତି ପ୍ରଭୁ ଜାନି, ଲକ୍ଷ୍ମୀପୁର ବିଇଓ ବିକାଶ ଚନ୍ଦ୍ର ସରକାର, ଶିକ୍ଷକ ଶିଶିର ପାତ୍ର, ଭିତରଗଡ ସରପଞ୍ଚ ଶ୍ରୀଧର ଜାନି ପ୍ରମୁଖ ପହଞ୍ଚତ୍ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସରକାରଙ୍କ ନିୟମାନୁଯାୟୀ ୨ ଛାତ୍ରୀଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବିଇଓ କହିଛନ୍ତି।

All Right Reserved By

ରାୟଗଡା

ପ୍ରଧାନଶିକ୍ଷକ ନିଲମ୍ବିତ

ପାପଡ଼ାହାଣ୍ଡି,୨୨।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୋନ୍ଦିଆ ଗ୍ରାମରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରିଧର ସାହୁଙ୍କୁ ଜିଲାପାଳ ଡ. ଅଜିତ କୁମାର ମିଶ୍ର ନିଲମ୍ବନ କରିଛନ୍ତି।

କଲ୍ୟାଣୀ ନଦୀରେ ଡଙ୍ଗା ନେବାକୁ ବାରଣ

କଲ୍ୟାଣୀ ନଦୀରେ ଡଙ୍ଗା ନେବାକୁ ବାରଣ

ରାୟଗଡା ଅଫିସ୍‌, ୨୨ା୭- କଲ୍ୟାଣସିଂହପୁରର କଲ୍ୟାଣୀ ନଦୀରେ ଥିବା ପୋଲ ଗତବର୍ଷ ବନ୍ୟାରେ ଭାଙ୍ଗିଯାଇଥିଲା ା ପ୍ରଶାସନ ତରଫରୁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା ା ତାହା ମଧ୍ୟ ଚଳିତ ବନ୍ୟା ପାଣିରେ ଧୋଇ ହୋଇଯାଇଛି ା ଫଳରେ ଲୋକେ ଡଙ୍ଗା ସାହାଯ୍ୟରେ ଯାତାୟାତ କରୁଥିଲେ ା ଏବେ କଲ୍ୟାଣୀ ନଦୀରେ ଜଳସ୍ତର ଅଧିକ ଥିବାରୁ ବିପଦ ରହିଛି ା ତେଣୁ ଡ଼ଙ୍ଗା ନ ନେବାକୁ ବାରଣ କରାଯାଇଛି ା

ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ,ଚିନ୍ତାରେ ଚାଷୀ

ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ,ଚିନ୍ତାରେ ଚାଷୀ

କୋରୁକୋଣ୍ଡା,୨୨ା୭: ୩ ଦିନ ଧରି ମାଲକାନଗିରି ଜିଲାରେ ଲଗାଣ ବର୍ଷାର ପ୍ରଭାବ କୋରୁକୋଣ୍ଡା ବ୍ଲକରେ ମଧ୍ୟ ପଡ଼ିଛି ା ଶନିବାର ସକାଳେ ବର୍ଷା ସାମାନ୍ୟ କମ୍‌ ହେବାରୁ ଜଳପତ୍ତନ ହ୍ରାସ ଯୋଗୁ ଜିଲାର ବିଭିନ୍ନ ଅଞ୍ଚଳକୁ ଯାନବାହାନ ଯାତାୟତ କରୁଛି ା ବର୍ଷା ଯୋଗୁ କୋରୁକୋଣ୍ଡା ଅଞ୍ଚଳର ଧାନ ବିଲରେ ଜଳ ପ୍ରବାହିତ ହୋଇଛି। ଫଳରେ ରୁଆ ଏବଂ ବୁଣାଧାନ ନଷ୍ଟ ହୋଇଥିବା ଦେଖିବାକୁ ମଳିଛି ା ଅନେକ ଜମିରେ ଧାନ ଚାରାରେ ବାଲିଚର ମାଡିଯାଇଥିବା ବେଳେ ବୁଣାଧାନ ବନ୍ୟାଜଳରେ ଭାସିଯାଇଛି ା

ବିରିପାଣି ପୀଠ: ମା’ଙ୍କ ଜଳ ମୁହଁରେ ଲାଗିଲେ ବଢ଼େ ଦୃଷ୍ଟିଶକ୍ତି

ବିରିପାଣି ପୀଠ: ମା’ଙ୍କ ଜଳ ମୁହଁରେ ଲାଗିଲେ ବଢ଼େ ଦୃଷ୍ଟିଶକ୍ତି

ଦଶମନ୍ତପୁର,୨୨ା୭(ଡି.ଏନ୍‌.ଏ.): ଯେଉଁଠି ବିଶ୍ୱାସ, ସେଇଠି ଦେବଦେବୀ। ଏମିତି ପ୍ରସିଦ୍ଧିଲାଭ କରିଥିବା ହଜାର ବର୍ଷର ଶୈବପୀଠ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚିକାମ୍ବ ଗ୍ରାମପଞ୍ଚାୟତ ଅଧୀନ ଫଟକିଜାମ୍‌ ଗ୍ରାମ ନିକଟସ୍ଥ ପାଦଦେଶରେ ଥିବା ମା’ ବିରିପାଣି। ଯାହା ମନାସିବେ ତାହା ମା’ ବିରିପାଣି ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି। ଏଥିପାଇଁ କାହିଁ କେତେଦୂରରୁ ଏଠାରେ ଭକ୍ତଙ୍କ ଭିଡ ଜମେ ।

ନିର୍ମାଣକାରୀ ସଂସ୍ଥାର ବେପରୁଓ୍ବା ନୀତିର ପରିଣାମ ଭୋଗୁଛନ୍ତି ଯାତ୍ରୀ

ନିର୍ମାଣକାରୀ ସଂସ୍ଥାର ବେପରୁଓ୍ବା ନୀତିର ପରିଣାମ ଭୋଗୁଛନ୍ତି ଯାତ୍ରୀ

ବୋରିଗୁମ୍ମା,୨୨ା୭(ଡି.ଏନ୍‌.ଏ.): ଚାନ୍ଦିଲିରୁ ବୋରିଗୁମ୍ମା ୬୩ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ ଚାଲିଛି। ଏହି ରାଜପଥର ଦୁଇପାର୍ଶ୍ୱ ପ୍ରଶସ୍ତିକରଣ ସହ ଡ୍ରେନ୍‌ କାର୍ଯ୍ୟ ପାଇଁ ୭୭ କୋଟି ୩୪ ଲକ୍ଷ ୭୭ ହଜାର ଟଙ୍କାର ଟେଣ୍ଡର କାମ ପାଇବା ପରେ ରାଜଲକ୍ଷ୍ମୀ କନଷ୍ଟ୍ରକ୍ସନ ଲିମିଟେଡ୍‌ ୮ ମେ ୨୦୧୭ରୁ କାର୍ଯ୍ୟ ଆରମ୍ଭ କରିଛି। କାର୍ଯ୍ୟ ଆରମ୍ଭର ୭୩୦ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ସହ ଚୁକ୍ତି ହୋଇଛି। ଚାନ୍ଦିଲି, କୋଟପାଡ଼, ଶଶାହାଣ୍ଡି ଅଞ୍ଚଳରେ କିଛି କାର୍ଯ୍ୟ ଶେଷ ହୋଇଥିବା ବେଳେ ବର୍ତ୍ତମାନ ଶଶାହାଣ୍ଡିରୁ ବୋରିଗୁମ୍ମା ଛକ ପର୍ଯ୍ୟନ୍ତ କାର୍ଯ୍ୟ ଚାଲୁ ରହିଛି।

ଥାଲାସେମିଆ ଆକ୍ରାନ୍ତ ଦୀପଶିଖାଙ୍କୁ ରକ୍ତ ଦେବା ପାଇଁ ଆଗେଇଆସିଲେ ୧୩ ଯୁବକ

ଥାଲାସେମିଆ ଆକ୍ରାନ୍ତ ଦୀପଶିଖାଙ୍କୁ ରକ୍ତ ଦେବା ପାଇଁ ଆଗେଇଆସିଲେ ୧୩ ଯୁବକ

ଜୟପୁର,୨୧ା୭(ଡି.ଏନ୍‌.ଏ.): ବୟସ ମାତ୍ର ୩ ମାସ ହୋଇଥିବା ବେଳେ ଥାଲାସେମିଆ ପରି ରୋଗରେ ଆକ୍ରାନ୍ତ ହୋଇଥିଲେ ଦୀପଶିଖା। ଏବେ ତାଙ୍କୁ ୩ ବର୍ଷ ୩ ମାସ ବୟସ। ରୋଗାକ୍ରାନ୍ତ ହେବାର ୩ ବର୍ଷ ଭିତରେ ଝିଅକୁ ପ୍ରତ୍ୟେକ ମାସରେ ରକ୍ତ ଦିଆଯିବା ପାଇଁ ସବୁଠୁ ବଡ଼ ଚିନ୍ତା ଥିଲା। ରକ୍ତ ଯୋଗାଡ଼ କରିବା ଏତେ ସହଜ ନଥିଲା।

କାନ୍ଥପଡ଼ି ବୃଦ୍ଧା ଗୁରୁତର

କାନ୍ଥପଡ଼ି ବୃଦ୍ଧା ଗୁରୁତର

ରାମନାଗୁଡ଼ା,୨୧।୭(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଳକ ଗୁଲୁଣ୍ଠି ଗ୍ରାମପଞ୍ଚାୟତ ଅଧୀନ ସୋରିଷପଦର ଗ୍ରାମରେ ଏକ କାନ୍ଥପଡ଼ି ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ସେ ହେଲେ ସୁଙ୍କାରି ପାତିକା(୭୫) ।

ଚନ୍ଦ୍ରପୁରରେ ମେଗା ସ୍ବାସ୍ଥ୍ୟମେଳା

ଚନ୍ଦ୍ରପୁର,୨୧।୭(ଡ଼ି.ଏନ.ଏ)- ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଗା ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି ।

ଚନ୍ଦ୍ରପୁରରେ ନୂଆ ବ୍ଲକ ଶିକ୍ଷାଧିକାରୀ

ଚନ୍ଦ୍ରପୁରରେ ନୂଆ ବ୍ଲକ ଶିକ୍ଷାଧିକାରୀ

ଚନ୍ଦ୍ରପୁର,୨୧।୭(ଡ଼ି.ଏନ.ଏ)- ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ନୂତନ ବ୍ଲକ ଶିକ୍ଷାଧିକାରୀ ଭାବେ ସୋମବାର ଜୀବନକିଶୋର ବାରୁଆ ଯୋଗ ଦେଇଛନ୍ତି ।

ପାଣିଘେରରେ ୫ଘଣ୍ଟା ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

ପାଣିଘେରରେ ୫ଘଣ୍ଟା ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

କଲ୍ୟାଣସିଂହପୁର, ୨୧।୭(ଡି.ଏନ.ଏ)-ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲୁମାସ୍କା ଷ୍ଟେଶନରେ ଶନିବାର ଭୁବନେଶ୍ୱରରୁ ଜଗଦଲପୁର ଫେରୁଥିବା ହୀରାଖଣ୍ଡ (ନଂ. ୧୮୪୪୬) ଏକ୍ସପ୍ରେସ୍‌ ଟ୍ରେନ ଦୀର୍ଘ ୫ଘଣ୍ଟା ୧୦ମିନିଟ ଧରି ପାଣିଘେରରେ ଅଟକି ରହିଥିଲା ।

ସତର୍କ ସଙ୍କେତ ଉପରେ ବଂଶଧାରା

ସତର୍କ ସଙ୍କେତ ଉପରେ ବଂଶଧାରା

କାଶୀନଗର , ୨୧।୭(ଡି.ଏନ.ଏ)- ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ଗଜପତି ଜିଲା କାଶୀନଗର ନିକଟ ବଂଶଧାରା ନଦୀରେ ବନ୍ୟା ଆସିଛି।

ବର୍ଷାରେ କାନ୍ଥ ପଡ଼ି ୨ ମୃତ, ଜଣେ ଗୁରୁତର

ବର୍ଷାରେ କାନ୍ଥ ପଡ଼ି ୨ ମୃତ, ଜଣେ ଗୁରୁତର

କଲ୍ୟାଣସିଂହପୁର, ୨୧।୭(ଡି.ଏନ.ଏ)-ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ଗ୍ରାମପଞ୍ଚାୟତର ଶୁଳିପଦର ଗ୍ରାମରେ ଶନିବାର ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ